Shuru
Apke Nagar Ki App…
ଲକ୍ଷ୍ମୀପୁର ନାରାୟଣପାଟଣା ଅଞ୍ଚଳରେ ହୋଇଥିବା କାଳ ବୈଶାଖୀ ଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସେଠାରେ ବହୁ ସଂଖ୍ୟକ ଲୋକେ ହନ୍ତସନ୍ତ ହେଉଥିବା ଚିତ୍ର ସାମ୍ନାକୁ ଆସିଛି।
Sonu Bagh CREATION
ଲକ୍ଷ୍ମୀପୁର ନାରାୟଣପାଟଣା ଅଞ୍ଚଳରେ ହୋଇଥିବା କାଳ ବୈଶାଖୀ ଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସେଠାରେ ବହୁ ସଂଖ୍ୟକ ଲୋକେ ହନ୍ତସନ୍ତ ହେଉଥିବା ଚିତ୍ର ସାମ୍ନାକୁ ଆସିଛି।
More news from ଓଡ଼ିଶା and nearby areas
- ରାୟଗଡ଼ା ଜିଲ୍ଲାର ମୁନିଗୁଡା ଠାରେ ଗୋ ଚରାଚାଲାଣକୁ ରୋକିବା ପାଇଁ ସ୍ଥାନୀୟ ଲୋକଙ୍କ ଏକ ବିରାଟ ମେଳି ଦେଖିବାକୁ ମିଳିଛି। ଏହି ଅବସରରେ ଉପସ୍ଥିତ ଲୋକମାନେ ଗୋ ଚରାଚାଲାଣ ରୋକିବାରେ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।1
- ଗଜପତି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ସ୍ଥାନୀୟ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ସଭାଗୃହରେ ମହାଆଡମ୍ବରରେ ରଜ ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଶ୍ରୀମତୀ ଆଶାଲତା ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଧାକାନ୍ତ ଭୂୟାଁ, ସମ୍ମାନିତ ଅତିଥି ଭାବେ ରାୟଗଡ଼ ବ୍ଳକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ବି କୋମଳାଙ୍ଗୀ, ମୁଖ୍ୟ ବକ୍ତା ଭାବେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଏବଂ ଅନୁଷ୍ଠାନର ସମ୍ପାଦିକା ଡ଼ଃ ମିନା କୁମାରୀ ଟହଲ ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅତିଥିମାନେ ରଜ ଉତ୍ସବ ପାଳନ ବିଷୟରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀମତୀ ସରିତା ପାଣିଗ୍ରାହୀ ଅତିଥି ଆବାହନ କରିଥିବା ବେଳେ ଶ୍ରୀମତୀ ପ୍ରେମାଞ୍ଜଳି ପଣ୍ଡା ଦୀପ ମନ୍ତ୍ର ପାଠ କରିଥିଲେ। ପ୍ରାରମ୍ଭରେ ସୁଶ୍ରୀ ଜ୍ୟୋତିର୍ମୟୀ ପଣ୍ଡା ଏକ ଶୃତି ମଧୁର ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଶ୍ରୀମତୀ ଇତିଶ୍ରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦିକା ଡ଼ଃ ମିନା କୁମାରୀ ଟହଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଗଜପତି ଜିଲ୍ଲାର ଜଣାଶୁଣା କଣ୍ଠଶିଳ୍ପୀ ଷ୍ଟିଫେନ ରଇତଙ୍କ ବିୟୋଗରେ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଆକାଂକ୍ଷା ମହିଳା ସଂଗଠନର ବାର୍ଷିକ ପତ୍ରିକା "ଆକାଂକ୍ଷା" ଉନ୍ମୋଚନ ଅବସରରେ ବିଶିଷ୍ଟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଏବଂ ସ୍ୱେଚ୍ଛସେବୀ ଅନୁଷ୍ଠାନ ସିସିଡିର ସମ୍ପାଦକ ଶ୍ରୀ ଆଡାଲା ଜଗନ୍ନାଥ ରାଜୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ଦୁଇ ଜଣ ସମ୍ମାନନୀୟ ବ୍ୟକ୍ତି ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଡ଼ଃ ନରସିଂହ ଗୌଡ ଏବଂ ମହିଳା ଓ ସମନ୍ୱିତ ଶିଶୁ ବିଭାଗରେ କାର୍ଯ୍ୟରତ ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସରଳା ପାତ୍ରଙ୍କୁ ସମାଜ ସେବା ଦିଗରେ ସେମାନଙ୍କର ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ଶ୍ରୀମତୀ ସୁଜାତା ନନ୍ଦ ପ୍ରଶସ୍ତି ପତ୍ର ପାଠ କରିଥିଲେ। ଏହା ପରେ ଆଧ୍ୟାତ୍ମିକ ଓ ସାଧାରଣ ଜ୍ଞାନ ଉପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହାକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ପଣ୍ଡା ଏବଂ ଶିକ୍ଷୟିତ୍ରୀ ଶ୍ରୀମତୀ ବବିତା ପୁରୋହିତ ପରିଚାଳନା କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସଫଳତାର ସହ ଉତ୍ତର ପ୍ରଦାନ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ସଂଗୀତା ପାତ୍ର ସମସ୍ତ ଅତିଥିବୃନ୍ଦ, ଉପସ୍ଥିତ ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରାଜେନ୍ଦ୍ର କୁମାର ରଥ ପରିଚାଳନା ଓ ସଂଯୋଜନା କରିଥିଲେ। ଉପସ୍ଥିତ ସମସ୍ତ ଅତିଥି ଏବଂ ଜନସାଧାରଣଙ୍କୁ ଆକାଂକ୍ଷା ପତ୍ରିକା ଏବଂ ରଜ ଉପଲକ୍ଷେ ବିଭିନ୍ନ ମିଷ୍ଟାନ୍ନ ଓ ପିଠା ବଣ୍ଟନରେ ଶ୍ରୀମତୀ ଅନୁଶ୍ରୀ ପଟ୍ଟନାୟକ ଓ ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳା ଓ ବାଳିକାମାନେ ରଜ ଦୋଳିର ମଜା ଉଠାଇଥିଲେ।1
- କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ସାନ ପୋଡ଼ାଗୁଡ଼ା ବିଜୁ ଏକ୍ସପ୍ରେସ ୱେ ନିକଟରେ ବିଳମ୍ବିତ ରାତିରେ ଏକ ଭାଲୁର ମୃତ୍ୟୁ ଘଟିଛି। ରାସ୍ତା ପାର ହେଉଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଭାଲୁଟି ପ୍ରାଣ ହରାଇଛି। ସକାଳୁ ସ୍ଥାନୀୟ ଲୋକମାନେ ରାସ୍ତା କଡ଼ରେ ଭାଲୁର ମୃତଦେହ ପଡ଼ିଥିବା ଦେଖିବା ପରେ ତୁରନ୍ତ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ସୂଚନା ପାଇ ଜଙ୍ଗଲ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରିଛନ୍ତି ଏବଂ ଏହି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।1
- କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ଧାନ ମଣ୍ଡିରେ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ ଏବଂ ଦାୟିତ୍ୱରେ ଥିବା ମଣ୍ଡି ଅଧିକାରୀଙ୍କ ପାତରଅନ୍ତର ନୀତିକୁ କଡ଼ା ସମାଲୋଚନା କରି ଚାଷୀମାନେ ପ୍ରତିବାଦ କରିଛନ୍ତି।1
- କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ପୋଖରୀବନ୍ଧ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପରିସରରେ ଶନିବାର ମାଁ ମହାକାଳ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି।1
- ଗଜପତି ଜିଲ୍ଲାର ଟାଙ୍ଗିଲି ପଞ୍ଚାୟତ ଅଧୀନସ୍ଥ ବାହାଡାପଦା ଗ୍ରାମରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଟ୍ୟୁସନ ପାଇଁ ଆଗ୍ରହୀ କରିବା ଉଦ୍ଦେଶ୍ୟରେ ଏକ ସାଧାରଣ ଭୋଜିର ଆୟୋଜନ କରାଯାଇଥିଲା।1
- ଲକ୍ଷ୍ମୀପୁର ନାରାୟଣପାଟଣା ଅଞ୍ଚଳରେ ହୋଇଥିବା କାଳ ବୈଶାଖୀ ଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସେଠାରେ ବହୁ ସଂଖ୍ୟକ ଲୋକେ ହନ୍ତସନ୍ତ ହେଉଥିବା ଚିତ୍ର ସାମ୍ନାକୁ ଆସିଛି।1
- ଦାମନଯୋଡି ଥାନା ଅନ୍ତର୍ଗତ ମାଥାଲପୁଟ ଓସିସି କଲୋନୀରେ ଜୁନ୍ ୧୪ ତାରିଖ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏକ ବାଇକକୁ ଘର ଆଗରେ ପୋଡ଼ି ଦେଇଛନ୍ତି। ଏହି ଘଟଣାରେ ବାଇକଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିବା ବେଳେ ଓସିସି କଲୋନୀର ପବିତ୍ର ଖୋସଲା ଥାନାରେ ଅଭିଯୋଗ କରିଛନ୍ତି, ଯାହା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଡ଼ି ଯାଇଥିବା ବାଇକଟି ହେଉଛି ହିରୋ ଗ୍ଲାମର, ଯାହାର ନମ୍ବର ଓଡ଼ି ୧୦ଇ ୯୬୧୨। ଏହି ବାଇକଟି ପବିତ୍ରଙ୍କ ଶଶୁର ନାରାୟଣ ଖୋରାଙ୍କ ନାମରେ ଥିବା ବେଳେ ପବିତ୍ର ଏହାକୁ ବ୍ୟବହାର କରୁଥିଲେ। ବିଳମ୍ବିତ ରାତିରେ ଘଟଣା ଘଟିଥିବାରୁ କଲୋନୀର ଲୋକମାନେ ନିଜ ନିଜ ଘରେ ଶୋଇ ପଡ଼ିଥିଲେ। ନିଆଁ ଲାଗିବା ପରେ ବାଇକଟି ହୁତୁ ହୁତୁ ହୋଇ ଜଳିଥିଲା ଏବଂ ନିଆଁ ଧାସ ଓ ଧୂଆଁରେ ପାଖ ଘରର ଲୋକେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ। ପରିବାର ଲୋକେ ବାଇକ ଜଳୁଥିବା ଦେଖି ସାହି ଲୋକଙ୍କୁ ଡାକ ପକାଇଥିଲେ। ଏହି ଘଟଣା ସନ୍ଦେହ ଘେରକୁ ଆସିଛି, କାରଣ ଚଳିତ ମାସ ୭ ତାରିଖରେ ପାରିବାରିକ ଘଟଣାକୁ ନେଇ ପବିତ୍ରଙ୍କ ପରିବାର ଲୋକେ ସ୍ଥାନୀୟ ଚାରଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ଦାମନଯୋଡି ଥାନାରେ ଏତଲା ଦେଇଥିଲେ। ପୋଲିସ ସେହି ମାମଲାର ତଦନ୍ତ ଜାରି ରଖିଛି। ପବିତ୍ର ସନ୍ଦେହ କରିଛନ୍ତି ଯେ, ପୂର୍ବରୁ ଚାଲିଥିବା ଏହି ମାମଲାକୁ କେନ୍ଦ୍ର କରି ସଂପୃକ୍ତ ଅଭିଯୁକ୍ତଙ୍କ ଲୋକମାନେ ତାଙ୍କ ବାଇକକୁ ପୋଡ଼ି ଦେଇଥାଇ ପାରନ୍ତି। ପୋଲିସ ଉଭୟ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ, ପବିତ୍ର ଦାବି କରିଛନ୍ତି ଯେ ଏହି କାର୍ଯ୍ୟରେ ସାମିଲ ଥିବା ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।1