logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତର ବୁଦୁରା ଗ୍ରାମଠାରେ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇ ସମୁଦାୟ ୨୩ଟି ଅଭିଯୋଗ ଶୁଣିଥିଲେ। ଲୋକମାନେ ବିଭିନ୍ନ ସମସ୍ୟା, ଯଥା - ବ୍ୟକ୍ତିଗତ ସମସ୍ୟା, ଗ୍ରାମ ଭିତ୍ତିକ ସମସ୍ୟା, ରାସନ୍ କାର୍ଡ, ଗୃହ ନିର୍ମାଣ, ଶିକ୍ଷା, ଜଳ ସେଚନ, ରାସ୍ତା, ନାଳ ଓ ସ୍ୱାସ୍ଥ୍ୟ ସମସ୍ୟା ନେଇ ଅଭିଯୋଗ କରିଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ତୁରନ୍ତ ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବୁରୁଧର ମଲିକଙ୍କୁ ଫୋନ୍ ମାଧ୍ୟମରେ ଶୀଘ୍ର ସମସ୍ତ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଥିଲେ। ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଭରା ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମା, ସ୍ଥାନୀୟ ସରପଞ୍ଚ ଏବଂ ସମିତି ପ୍ରମୁଖ ଉପସ୍ଥିତ ଥିଲେ।

14 hrs ago
user_KHABAR TARANGA
KHABAR TARANGA
ସେରଙ୍ଗୋ, ଗଜପତି, ଓଡ଼ିଶା•
14 hrs ago

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତର ବୁଦୁରା ଗ୍ରାମଠାରେ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇ ସମୁଦାୟ ୨୩ଟି ଅଭିଯୋଗ ଶୁଣିଥିଲେ। ଲୋକମାନେ ବିଭିନ୍ନ ସମସ୍ୟା, ଯଥା - ବ୍ୟକ୍ତିଗତ ସମସ୍ୟା, ଗ୍ରାମ ଭିତ୍ତିକ ସମସ୍ୟା, ରାସନ୍ କାର୍ଡ, ଗୃହ ନିର୍ମାଣ, ଶିକ୍ଷା, ଜଳ ସେଚନ, ରାସ୍ତା, ନାଳ ଓ ସ୍ୱାସ୍ଥ୍ୟ ସମସ୍ୟା ନେଇ ଅଭିଯୋଗ କରିଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ତୁରନ୍ତ ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବୁରୁଧର ମଲିକଙ୍କୁ ଫୋନ୍ ମାଧ୍ୟମରେ ଶୀଘ୍ର ସମସ୍ତ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଥିଲେ। ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଭରା ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମା, ସ୍ଥାନୀୟ ସରପଞ୍ଚ ଏବଂ ସମିତି ପ୍ରମୁଖ ଉପସ୍ଥିତ ଥିଲେ।

More news from Ganjam and nearby areas
  • ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ନିମିନା ପଞ୍ଚାୟତରେ ଗତ ତିନି ମାସ ଧରି ବୃଦ୍ଧାବୃଦ୍ଧଙ୍କ ଆକାଉଣ୍ଟକୁ ଭତା ଟଙ୍କା ଆସୁ ନ ଥିବାରୁ ଉତ୍ତେଜନା ଦେଖାଦେଇଛି। ଭତା ଟଙ୍କା ନ ମିଳିବା ପ୍ରତିବାଦରେ ଆଜି ଦିନତମାମ ବୃଦ୍ଧ ଓ ବୃଦ୍ଧାମାନେ ସରପଞ୍ଚ ଏବଂ ପିଇଓଙ୍କୁ ପଞ୍ଚାୟତ ଭିତରେ ତାଲା ପକାଇ ଧାରଣାରେ ବସିଥିଲେ। ନିମିନା ପଞ୍ଚାୟତରେ ୩୦୦ରୁ ଉର୍ଦ୍ଧ୍ୱ ବୃଦ୍ଧ ଓ ବୃଦ୍ଧା ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ ଯୋଜନାରେ ଭତା ଟଙ୍କା ପାଉଥିଲେ। ହେଲେ ତିନି ମାସ ଧରି ଭତା ଟଙ୍କା ଆସୁ ନ ଥିବାରୁ ଔଷଧ ଖର୍ଚ୍ଚ ତୁଲାଇବାରେ ସମସ୍ୟା ଭୋଗୁଥିବା ସେମାନେ କହିଛନ୍ତି। ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ସହିତ ଆସିକା ବିଡିଓ ଏବଂ ଅତିରିକ୍ତ ବିଡିଓ ପହଞ୍ଚି ବୃଦ୍ଧାବୃଦ୍ଧଙ୍କୁ ବୁଝାସୁଝା କରିଥିଲେ। ପରେ ପଞ୍ଚାୟତରୁ ତାଲା ଖୋଲାଯାଇଥିଲା। ବିଡିଓ ସୂଚନା ଦେଇଛନ୍ତି ଯେ ଭତା ପୋର୍ଟାଲରେ ବୈଷୟିକ ତ୍ରୁଟି ଯୋଗୁଁ ତିନି ମାସ ହେଲା ଏହି ସମସ୍ୟା ଲାଗିରହିଛି। ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବା ପରେ ତିନି ମାସର ଭତା ଟଙ୍କା ଏକା ସମୟରେ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେବ। ମାସ ମାସ ଧରି ପ୍ରତ୍ୟେକ ପଞ୍ଚାୟତରେ ବୃଦ୍ଧାବୃଦ୍ଧମାନେ ଭତା ସମସ୍ୟା ଭୋଗୁଥିବା ବେଳେ ଏହି ସମସ୍ୟାର ସମାଧାନ କେବେ ହେବ ତାହା ଦେଖିବାକୁ ବାକି ରହିଲା।
    1
    ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ନିମିନା ପଞ୍ଚାୟତରେ ଗତ ତିନି ମାସ ଧରି ବୃଦ୍ଧାବୃଦ୍ଧଙ୍କ ଆକାଉଣ୍ଟକୁ ଭତା ଟଙ୍କା ଆସୁ ନ ଥିବାରୁ ଉତ୍ତେଜନା ଦେଖାଦେଇଛି। ଭତା ଟଙ୍କା ନ ମିଳିବା ପ୍ରତିବାଦରେ ଆଜି ଦିନତମାମ ବୃଦ୍ଧ ଓ ବୃଦ୍ଧାମାନେ ସରପଞ୍ଚ ଏବଂ ପିଇଓଙ୍କୁ ପଞ୍ଚାୟତ ଭିତରେ ତାଲା ପକାଇ ଧାରଣାରେ ବସିଥିଲେ।

ନିମିନା ପଞ୍ଚାୟତରେ ୩୦୦ରୁ ଉର୍ଦ୍ଧ୍ୱ ବୃଦ୍ଧ ଓ ବୃଦ୍ଧା ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ ଯୋଜନାରେ ଭତା ଟଙ୍କା ପାଉଥିଲେ। ହେଲେ ତିନି ମାସ ଧରି ଭତା ଟଙ୍କା ଆସୁ ନ ଥିବାରୁ ଔଷଧ ଖର୍ଚ୍ଚ ତୁଲାଇବାରେ ସମସ୍ୟା ଭୋଗୁଥିବା ସେମାନେ କହିଛନ୍ତି। ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ସହିତ ଆସିକା ବିଡିଓ ଏବଂ ଅତିରିକ୍ତ ବିଡିଓ ପହଞ୍ଚି ବୃଦ୍ଧାବୃଦ୍ଧଙ୍କୁ ବୁଝାସୁଝା କରିଥିଲେ। ପରେ ପଞ୍ଚାୟତରୁ ତାଲା ଖୋଲାଯାଇଥିଲା।

ବିଡିଓ ସୂଚନା ଦେଇଛନ୍ତି ଯେ ଭତା ପୋର୍ଟାଲରେ ବୈଷୟିକ ତ୍ରୁଟି ଯୋଗୁଁ ତିନି ମାସ ହେଲା ଏହି ସମସ୍ୟା ଲାଗିରହିଛି। ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବା ପରେ ତିନି ମାସର ଭତା ଟଙ୍କା ଏକା ସମୟରେ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେବ। ମାସ ମାସ ଧରି ପ୍ରତ୍ୟେକ ପଞ୍ଚାୟତରେ ବୃଦ୍ଧାବୃଦ୍ଧମାନେ ଭତା ସମସ୍ୟା ଭୋଗୁଥିବା ବେଳେ ଏହି ସମସ୍ୟାର ସମାଧାନ କେବେ ହେବ ତାହା ଦେଖିବାକୁ ବାକି ରହିଲା।
    user_Pitabas dash
    Pitabas dash
    Asika, Ganjam•
    12 hrs ago
  • daringabadi barasa ghadaghadi daringabadi pidiheri
    3
    daringabadi 
barasa ghadaghadi  daringabadi pidiheri
    user_Alphans
    Alphans
    Grain Distributor ଦାରିଙ୍ଗବାଡି, କନ୍ଧମାଳ, ଓଡ଼ିଶା•
    18 hrs ago
  • କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ଚାରାଙ୍ଗୁଳ ପଞ୍ଚାୟତ ଅନ୍ତର୍ଗତ ଭେଜାପୁଟ ସତସଂଗ କଲୋନୀ ଶିବାଜୀ ନଗର ଅଞ୍ଚଳରେ ମୋହନ ସରକାରଙ୍କ 'ବିକଶିତ ଗାଁ ବିକଶିତ ଓଡ଼ିଶା' କାର୍ଯ୍ୟକ୍ରମ ଚାଲିଛି। ଏହି ଯୋଜନା ଅଧୀନରେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କଲଭର୍ଟ ନିର୍ମାଣ କରାଯାଉଛି। ବର୍ଷା ଯୋଗୁଁ କଲଭର୍ଟର କଂକ୍ରିଟ ଉପରେ ପଲିଥିନ ଢଙ୍କା ଯାଇଥିବା ବେଳେ କଂକ୍ରିଟ କାମ ପାଇଁ ରାସ୍ତାକୁ ବ୍ଲକ କରିଦିଆଯାଇଛି। ଫଳରେ ନିଜ ନିଜ ଡ୍ୟୁଟି ସାରି ସାହି ଭିତରେ ଥିବା ଘରକୁ ଫେରିବା ପାଇଁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।
    1
    କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ଚାରାଙ୍ଗୁଳ ପଞ୍ଚାୟତ ଅନ୍ତର୍ଗତ ଭେଜାପୁଟ ସତସଂଗ କଲୋନୀ ଶିବାଜୀ ନଗର ଅଞ୍ଚଳରେ ମୋହନ ସରକାରଙ୍କ 'ବିକଶିତ ଗାଁ ବିକଶିତ ଓଡ଼ିଶା' କାର୍ଯ୍ୟକ୍ରମ ଚାଲିଛି। ଏହି ଯୋଜନା ଅଧୀନରେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କଲଭର୍ଟ ନିର୍ମାଣ କରାଯାଉଛି।

ବର୍ଷା ଯୋଗୁଁ କଲଭର୍ଟର କଂକ୍ରିଟ ଉପରେ ପଲିଥିନ ଢଙ୍କା ଯାଇଥିବା ବେଳେ କଂକ୍ରିଟ କାମ ପାଇଁ ରାସ୍ତାକୁ ବ୍ଲକ କରିଦିଆଯାଇଛି। ଫଳରେ ନିଜ ନିଜ ଡ୍ୟୁଟି ସାରି ସାହି ଭିତରେ ଥିବା ଘରକୁ ଫେରିବା ପାଇଁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    3 hrs ago
  • ଦେଖନ୍ତୁ 🙏🙏🙏
    1
    ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    16 hrs ago
  • ରାସାୟନିକ ସାର ବିରୋଧରେ ଏକ ମହାସଂଗ୍ରାମ ଆରମ୍ଭ ହୋଇଛି, ଯାହା ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜୈବିକ କୃଷିର ଏକ ନୂଆ ଇତିହାସ ସୃଷ୍ଟି କରିଛି।
    1
    ରାସାୟନିକ ସାର ବିରୋଧରେ ଏକ ମହାସଂଗ୍ରାମ ଆରମ୍ଭ ହୋଇଛି, ଯାହା ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜୈବିକ କୃଷିର ଏକ ନୂଆ ଇତିହାସ ସୃଷ୍ଟି କରିଛି।
    user_Prime time press
    Prime time press
    Agistment service Nayagarh, Odisha•
    17 hrs ago
  • ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଦୀର୍ଘ ଦୁଇ ବର୍ଷ ପରେ ବିବାଦୀୟ ବସ ଷ୍ଟପ ବୁଧବାର କାର୍ଯ୍ୟକ୍ଷମ ହୋଇଛି, ଯାହା ଅଞ୍ଚଳବାସୀଙ୍କୁ ବର୍ଷ ବର୍ଷ ଧରି ଘାଣ୍ଟି ହେଉଥିବା ଟ୍ରାଫିକ ସମସ୍ୟାରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। କବିସୂର୍ଯ୍ୟନଗର ମୁନ୍ସିପାଲଟି ଭାରପ୍ରାପ୍ତ ଅଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କବିସୂର୍ଯ୍ୟନଗର ପୋଲିସ ଅଧିକାରିଣୀ ମାନସୀ ସାହୁ ଏବଂ ବରିଷ୍ଠ କାଉଁସିଲର ମନୋରଞ୍ଜନ ମହାପାତ୍ର ଉପସ୍ଥିତ ରହି ଦୈନନ୍ଦିନ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକୁ ବସ ଷ୍ଟପ ଭିତରେ ପ୍ରବେଶ କରାଇ ଡ୍ରାଇଭର ଓ ଯାତ୍ରୀମାନଙ୍କୁ ମିଠା ବଣ୍ଟନ କରିଥିଲେ। ପୌର କର୍ତ୍ତୃପକ୍ଷ ଯାତ୍ରୀ ସୁବିଧା ଓ ଟ୍ରାଫିକ ସମସ୍ୟା ଦୂର କରିବା ଆଶାରେ ବସ ଷ୍ଟପ ଭିତରେ ଗାଡ଼ି ପ୍ରବେଶ ପାଇଁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ, ତତ୍କାଳୀନ ବିଧାୟିକା ସୁଜ୍ଞାନ ଦେଓ ବସ ଷ୍ଟପ ପାଇଁ ଜାଗା ନିରୂପଣ କରି ପ୍ରସ୍ତାବ ଦେଇଥିଲେ। ପରେ 27 ଡିସେମ୍ବର 2020 ରେ ତତ୍କାଳୀନ ବିଧାୟିକା ଲତିକା ପ୍ରଧାନ କାର୍ଯ୍ୟ ଆରମ୍ଭ କରି 5 ମାର୍ଚ୍ଚ 2023 ରେ ଏହି ବସ ଷ୍ଟପକୁ ଉଦଘାଟନ କରିଥିଲେ। ତେବେ ଜାଗା ବିବାଦ, ଅସମ୍ପୂର୍ଣ୍ଣ କାର୍ଯ୍ୟ ଓ ମନ୍ଦିର ସ୍ଥାନାନ୍ତର ଭଳି ବିଭିନ୍ନ ସମସ୍ୟା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା। ଏହି ସମୟ ମଧ୍ୟରେ ସରକାର ପରିବର୍ତ୍ତନ ହେବା ପରେ ବିଜେପି ଓ ବିଜେଡି ନେତୃତ୍ଵାଧୀନ ମୁନ୍ସିପାଲଟି ମଧ୍ୟରେ ମତାନ୍ତର ଦେଖାଯାଇଥିଲା। ପୂର୍ବରୁ ଜାଗା ବିବାଦ କଥା କହି ଆସୁଥିବା ବିଜେପି ନେତା କର୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରଥମେ ବସ ଷ୍ଟପର ରଙ୍ଗ ବଦଳାଇ ଦିଆଯାଇଥିଲା, କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଇନଥିଲା। ସମସ୍ତ କାର୍ଯ୍ୟ ସମାପ୍ତ ହେବା ପରେ ଆଜି ବିଜେଡି ନେତୃତ୍ଵାଧୀନ ଭାରପ୍ରାପ୍ତ ଅଧ୍ୟକ୍ଷ ଏହାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ କାଉଁସିଲର, ପୋଲିସ କର୍ମଚାରୀ, ଚାଳକ କର୍ମକର୍ତ୍ତା ଏବଂ ସହରବାସୀ ଉପସ୍ଥିତ ଥିଲେ।
    1
    ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଦୀର୍ଘ ଦୁଇ ବର୍ଷ ପରେ ବିବାଦୀୟ ବସ ଷ୍ଟପ ବୁଧବାର କାର୍ଯ୍ୟକ୍ଷମ ହୋଇଛି, ଯାହା ଅଞ୍ଚଳବାସୀଙ୍କୁ ବର୍ଷ ବର୍ଷ ଧରି ଘାଣ୍ଟି ହେଉଥିବା ଟ୍ରାଫିକ ସମସ୍ୟାରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। କବିସୂର୍ଯ୍ୟନଗର ମୁନ୍ସିପାଲଟି ଭାରପ୍ରାପ୍ତ ଅଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କବିସୂର୍ଯ୍ୟନଗର ପୋଲିସ ଅଧିକାରିଣୀ ମାନସୀ ସାହୁ ଏବଂ ବରିଷ୍ଠ କାଉଁସିଲର ମନୋରଞ୍ଜନ ମହାପାତ୍ର ଉପସ୍ଥିତ ରହି ଦୈନନ୍ଦିନ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକୁ ବସ ଷ୍ଟପ ଭିତରେ ପ୍ରବେଶ କରାଇ ଡ୍ରାଇଭର ଓ ଯାତ୍ରୀମାନଙ୍କୁ ମିଠା ବଣ୍ଟନ କରିଥିଲେ।

ପୌର କର୍ତ୍ତୃପକ୍ଷ ଯାତ୍ରୀ ସୁବିଧା ଓ ଟ୍ରାଫିକ ସମସ୍ୟା ଦୂର କରିବା ଆଶାରେ ବସ ଷ୍ଟପ ଭିତରେ ଗାଡ଼ି ପ୍ରବେଶ ପାଇଁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ, ତତ୍କାଳୀନ ବିଧାୟିକା ସୁଜ୍ଞାନ ଦେଓ ବସ ଷ୍ଟପ ପାଇଁ ଜାଗା ନିରୂପଣ କରି ପ୍ରସ୍ତାବ ଦେଇଥିଲେ। ପରେ 27 ଡିସେମ୍ବର 2020 ରେ ତତ୍କାଳୀନ ବିଧାୟିକା ଲତିକା ପ୍ରଧାନ କାର୍ଯ୍ୟ ଆରମ୍ଭ କରି 5 ମାର୍ଚ୍ଚ 2023 ରେ ଏହି ବସ ଷ୍ଟପକୁ ଉଦଘାଟନ କରିଥିଲେ। ତେବେ ଜାଗା ବିବାଦ, ଅସମ୍ପୂର୍ଣ୍ଣ କାର୍ଯ୍ୟ ଓ ମନ୍ଦିର ସ୍ଥାନାନ୍ତର ଭଳି ବିଭିନ୍ନ ସମସ୍ୟା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା।

ଏହି ସମୟ ମଧ୍ୟରେ ସରକାର ପରିବର୍ତ୍ତନ ହେବା ପରେ ବିଜେପି ଓ ବିଜେଡି ନେତୃତ୍ଵାଧୀନ ମୁନ୍ସିପାଲଟି ମଧ୍ୟରେ ମତାନ୍ତର ଦେଖାଯାଇଥିଲା। ପୂର୍ବରୁ ଜାଗା ବିବାଦ କଥା କହି ଆସୁଥିବା ବିଜେପି ନେତା କର୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରଥମେ ବସ ଷ୍ଟପର ରଙ୍ଗ ବଦଳାଇ ଦିଆଯାଇଥିଲା, କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଇନଥିଲା। ସମସ୍ତ କାର୍ଯ୍ୟ ସମାପ୍ତ ହେବା ପରେ ଆଜି ବିଜେଡି ନେତୃତ୍ଵାଧୀନ ଭାରପ୍ରାପ୍ତ ଅଧ୍ୟକ୍ଷ ଏହାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ କାଉଁସିଲର, ପୋଲିସ କର୍ମଚାରୀ, ଚାଳକ କର୍ମକର୍ତ୍ତା ଏବଂ ସହରବାସୀ ଉପସ୍ଥିତ ଥିଲେ।
    user_Pitabas dash
    Pitabas dash
    Asika, Ganjam•
    13 hrs ago
  • ନୟାଗଡ଼ ଜିଲ୍ଲାର ଗଣିଆରେ ଜଣେ ଗ୍ୟାରେଜ ମିସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ନୟାଗଡ଼ ଏସପିଙ୍କ ପ୍ରତିକ୍ରିୟା ରେକର୍ଡ କରାଯାଇଛି।
    1
    ନୟାଗଡ଼ ଜିଲ୍ଲାର ଗଣିଆରେ ଜଣେ ଗ୍ୟାରେଜ ମିସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ନୟାଗଡ଼ ଏସପିଙ୍କ ପ୍ରତିକ୍ରିୟା ରେକର୍ଡ କରାଯାଇଛି।
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    18 hrs ago
  • ଗଜପତି ଜିଲ୍ଲାର ଶୁଖିଲାଆମ୍ବ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଛି, ଯେଉଁଥିରେ ରାମଗିରି ହାଇସ୍କୁଲର ଜଣେ ଶିକ୍ଷକ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୋହନା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ, ଶିକ୍ଷକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଆହତ ଶିକ୍ଷକ ଜଣକ ନିଜ ଘର କଳାହାଣ୍ଡିରୁ ରାମଗିରି, ଗଜପତିକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
    1
    ଗଜପତି ଜିଲ୍ଲାର ଶୁଖିଲାଆମ୍ବ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଛି, ଯେଉଁଥିରେ ରାମଗିରି ହାଇସ୍କୁଲର ଜଣେ ଶିକ୍ଷକ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ମୋହନା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ, ଶିକ୍ଷକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଆହତ ଶିକ୍ଷକ ଜଣକ ନିଜ ଘର କଳାହାଣ୍ଡିରୁ ରାମଗିରି, ଗଜପତିକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.