logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲାସ୍ତରୀୟ ସିଏମ ଟ୍ରଫି ୨.୦ ର ପ୍ରଥମ ସଂସ୍କରଣ ଉଦଯାପିତ ଖୋ ଖୋ ବାଳକ କେ.ପି.ପି ଡେଲାଙ୍ଗ ଚାମ୍ପିଅନ ଓ ବାଳିକାରେ କେ.ପି ପି ଡେଲାଙ୍ଗ ଚାମ୍ପିଅନ ତା.19/04/2026 ରିଖ ରାଜ୍ୟ ସରକାରଙ୍କ ଯୁବ କ୍ରୀଡା ବିଭାଗ ପକ୍ଷରୁ ଚାଲିଥିବା ସିଏମ ଟ୍ରଫି ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆନନ୍ଦ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି । ପ୍ରତିଭା ଅନେକ ଲକ୍ଷ ଏକ ପଡିଆରୁ ପୋଡିୟମକୁ ପାଥେୟ କରି ଏହି ପ୍ରତିଯୋଗିତା ଶନିବାର ଠାରୁ ଆରମ୍ଭ ହୋଇଥିଲା । ଏହି ଖେଳ ମଧ୍ଯରେ ଫୁଟବଲ, ଖୋ ଖୋ, ଭଲିବଲ ଓ କବାଡି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟର କୋଣ ଅନୁକୋଣରେ ଲୁଚି ରହିଥିବା ଲୁକାୟିତ କ୍ରୀଡାବିତ ପ୍ରତିଭାକୁ ସର୍ବସାଧାରଣରେ ପରିପ୍ରକାଶ ସହ କ୍ରୀଡାବିତ ମାନଙ୍କୁ ଦେଶର ଏକ ଶ୍ରେଷ୍ଠ କ୍ରୀଡାବିତ ଭାବେ ଗଢିତୋଳିବା ଏହି ପ୍ରତିଯୋଗିତାର ଲକ୍ଷ ଓ ଉଦ୍ଦେଶ୍ଯ । ରବିବାର ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ ପିଲାମାନଙ୍କ ଖେଳ ପ୍ରଦର୍ଶନକୁ ପ୍ରଶଂସା କରିବା ସହ କ୍ରୀଡାବିତ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଜୋନସ୍ତରରୁ ରାଜ୍ୟସ୍ତରରେ ନାମ ରଖି ଭଲ କ୍ରୀଡାବିତ ଭାବେ ପରିଚିତ ହୋଇପାରିବେ । ପାଠ ପଢିବା ସହ ଖେଳ କସରତ ଦ୍ବାରା ଶାରୀରିକ ସୁନ୍ଦର ଗଠନ ଓ ବୁଦ୍ଧିମାନ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଓଡ଼ିଶା ଅଲମ୍ପିକ୍ସ ସଂଘ କୋଷାଧ୍ୟକ୍ଷ ରବିଶଙ୍କର ପତିହରୀ, ଭାରତୀୟ ଖୋ ଖୋ ମହାସଂଘ ଫେଡେରେସନ ର ଉପସଭାପତି ତଥା ଓଡ଼ିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୂର୍ବତନ ଶାରୀରିକ ଶିକ୍ଷା ଶିକ୍ଷକ ବଟକୃଷ୍ଣ ଜେନା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ସରକାରଙ୍କ ଲୋକାଭିମୁଖୀ ତଥା ତୃଣମୂଳ ସ୍ତରରେ କୋମଳମତି କ୍ରୀଡାବିତ ମାନଙ୍କ ପ୍ରତିଭାର ବିକାଶ ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି ଅତିଥି ମାନେ କହିଥିଲେ । ଏହି ପ୍ରୟାସ ପାଇଁ ଆଗାମୀ ଦିନରେ ବଡ ବଡ କ୍ରୀଡା ପ୍ରତିଯୋଗିତା ରେ ଓଡ଼ିଶା ଉଲ୍ଲେଖଯୋଗ୍ଯ ପ୍ରଦର୍ଶନ କରିବ ବୋଲି କହିଥିଲେ। ଖୋ ଖୋ ରେ ବାଳକ ବିଭାଗରେ ଡେଲାଙ୍ଗ ବ୍ଲକ କେ.ପି.ପି ଚାମ୍ପିଅନ,ଦ୍ବିତୀୟ ଡେଲାଙ୍ଗ ବ୍ଲକ ଅମାଳଙ୍ଗ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ କୃଷ୍ଣପ୍ରସାଦ ବ୍ଲକ। ବାଳିକା ବିଭାଗରେ ଡେଲାଙ୍ଗ କେ.ପି.ପି ଚାମ୍ପିଅନ,ଦ୍ୱିତୀୟ ଅମାଳଙ୍ଗ ଓ ତୃତୀୟରେ ପୁରୀସଦର। କବାଡିରେ ବାଳକ ବିଭାଗରେ ଡେଲାଙ୍ଗ ବ୍ଲକ ମହତାବ ସ୍ପୋର୍ଟ୍ସ ଏକାଡମୀ ଚାମ୍ପିଅନ, ଦ୍ବିତୀୟ ପୁରୀ ନିତା ସ୍ପୋର୍ଟ୍ସ ଏକାଡେମୀ ଓ ବାଳିକା ବିଭାଗରେ ଡେଲାଙ୍ଗ ମହତାବ ସ୍ପୋର୍ଟ୍ସ ଏକାଡେମୀ, ପୁରୀ ନିତା ସ୍ପୋର୍ଟ୍ସ ଏକାଡେମୀ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଭଲିବଲ ବାଳକ ବିଭାଗରେ ଚାମ୍ପିଅନ କଣାସ ଓ ଗୋପ ରନର୍ସ ଅଫ ଙ୍କୁ ଅତିଥିମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରାଯାଇଥିଲା ।ଭଲିବଲ ପର୍ଯ୍ଯବେକ୍ଷକ ସୁବୋଧ ଜେନା ଉପସ୍ଥିତ ରହି ଖେଳାଳୀମାନଙ୍କ ଖେଳ ପ୍ରତିଯୋଗିତାକୁ ନିରୀକ୍ଷଣ କରିଥିଲେ । ଭଲିବଲ କୋଚ ଶ୍ରୀକାନ୍ତ ନାୟକ, ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଓ କବାଡି କୋଚ ସଦାଶିବ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନା କରୁଥିବା ବେଳେ ସୂର୍ଯ୍ୟ ନାରାୟଣ ଜେନା ସମସ୍ତ ଖେଳ ପ୍ରତିଯୋଗିତାକୁ ତଦାରଖ କରିଥିଲେ । ୪ଟି ବିଭାଗର ଖେଳ କୋଚ, ଅଫିସର, ମ୍ଯାନେଜର, ରେଫରୀ ମାନେ ଉପସ୍ଥିତ ରହି ପ୍ରତିଯୋଗିତାରେ ସହଯୋଗ କରିଥିଲେ। କ୍ରୀଡାବିତ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ, ଫାଷ୍ଟଏଡ ସେଣ୍ଟର, ଖାଦ୍ଯ ପାନୀୟଜଳ ଓ ଅନ୍ଯାନ୍ଯ ସମସ୍ତ ସୁବିଧାସୁଯୋଗ ବନ୍ଦୋବସ୍ତ କରାଯାଇଥିଲା । ୨୫ ଏପ୍ରିଲରେ ଫୁଟବଲ ଖେଳାଳୀମାନଙ୍କ ବିଜେତା ଘୋଷଣା ସହ ଉଦଯାପନ କାର୍ଯ୍ୟକ୍ରମ ରହିବ ବୋଲି କ୍ରୀଡା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର

4 hrs ago
user_OWNER-EDITOR
OWNER-EDITOR
Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•

More news from ଓଡ଼ିଶା and nearby areas
  • ଅଦ୍ୟ ତା. 20/04/2026 ରିଖ ଆମ କଳିଙ୍ଗ ସମ୍ବାଦ ନିୟୁଜ ଚାନେଲ ର ନିମାପଡା ପ୍ରତିନିଧି ଦିପୁ ରଞ୍ଜନ ବେହେରା ନିମାପଡ଼ା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା ର ଉନ୍ନତି କରଣ କାମ ବୁଲି ଦେଖିଛନ୍ତି। ରାସ୍ତା ରେ ଠିକାଦାର ଅଠା ମାଟି ପକାଇ ଥିବା ଯୋଗୁଁ ଅଳ୍ପ ଝିପି ଝିପି ବର୍ଷା ରେ ରାସ୍ତା ରେ କାଦୁଅ ହୋଇଯାଉଛି। ଯାତାୟାତ ପାଇଁ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।ଚାଲି କରି ଯିବା ଆସିବା ବ୍ୟକ୍ତି ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ନିମାପଡା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା କାମ ର ଉନ୍ନତି କରଣ ତୁରନ୍ତ ସମାପ୍ତ କଲେ ଜନସାଧାରଣ ଙ୍କ ଯାତାୟାତ ରେ ସୁବିଧା ହେବ ବୋଲି ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    1
    ଅଦ୍ୟ ତା. 20/04/2026 ରିଖ ଆମ କଳିଙ୍ଗ ସମ୍ବାଦ ନିୟୁଜ ଚାନେଲ ର ନିମାପଡା ପ୍ରତିନିଧି ଦିପୁ ରଞ୍ଜନ ବେହେରା 
ନିମାପଡ଼ା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା ର ଉନ୍ନତି କରଣ କାମ ବୁଲି ଦେଖିଛନ୍ତି। ରାସ୍ତା ରେ ଠିକାଦାର ଅଠା ମାଟି ପକାଇ ଥିବା ଯୋଗୁଁ ଅଳ୍ପ ଝିପି ଝିପି ବର୍ଷା ରେ ରାସ୍ତା ରେ କାଦୁଅ ହୋଇଯାଉଛି। ଯାତାୟାତ ପାଇଁ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।ଚାଲି କରି ଯିବା ଆସିବା ବ୍ୟକ୍ତି ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ନିମାପଡା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା କାମ ର ଉନ୍ନତି କରଣ ତୁରନ୍ତ ସମାପ୍ତ କଲେ ଜନସାଧାରଣ ଙ୍କ ଯାତାୟାତ ରେ ସୁବିଧା ହେବ ବୋଲି ଦାବୀ କରିଛନ୍ତି।
ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    27 min ago
  • ରାଜନଗର ଠାରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ
    1
    ରାଜନଗର ଠାରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    22 hrs ago
  • ମୋବାଇଲ ମାଲିକ ମନରେ ହସ ଫୁଟାଇଲେ ଟିଟିଲାଗଡ଼ ପୋଲିସ.. ଟିଟିଲାଗଡ଼.. ଗତ ଏକ ବର୍ଷ ତଥା ଉର୍ଦ୍ଧ ସମୟ ଧରି ନିଜ ଝାଳ ବୁହା ଟଙ୍କା ରେ ମୋବାଇଲ କିଣିଥିବା ବେଳେ ଉକ୍ତ ମୋବାଇଲ ଗୁଡିକ ଚୋରି ହୋଇଯାଇଥିବା ବେଳେ କେତେକ ମୋବାଇଲ ହଜି ଯାଇଥିବା ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସ ପି ଅଭିଳାଷ ଜି ଙ୍କ ନିର୍ଦେଶ ରେ ତଥା ଟିଟିଲାଗଡ଼ ଏସ ଡ଼ି ପି ଓ ଯଶୋବନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଟିଟିଲାଗଡ଼ ଥାନାଅଧିକାରୀ ମନୋଜ କୁମାର ମୁଣ୍ଡା ଏକ ସ୍ୱତନ୍ତ୍ର ଟିମ କରି ଏହାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତକାରୀ ଟିମ ଟିଟିଲାଗଡ଼ ଥାନାରେ ହୋଇଥିବା ବିଭିନ୍ନ ମୋବାଇଲ କେଶ ଗୁଡିକୁ ତଦାରଖ କରି ତଦନ୍ତ କରିବା ସହିତ ଆଜି ୧୬ ଗୋଟି ମୋବାଇଲ କୁ ଉଦ୍ଧାର କରି ମୋବାଇଲ ମାଲିକ ମାନଙ୍କୁ ହସ୍ତାନ୍ତର କରିବାରେ ସଫଳ ହୋଇଛି l ନିଜ ହଜି ଯାଇଥିବା ତଥା ଚୋରି ହୋଇଥିବା ମୋବାଇଲ ପୁଣି ଫେରିପାଇବାର ଆଶା ଛାଡି ଦେଇଥିବା ଲୋକେ ନିଜ ନିଜ ମୋବାଇଲ ପାଇ ଟିଟିଲାଗଡ଼ ପୋଲିସ କୁ ଧନ୍ୟବାଦ ଦେବା ସହ ଥାନାଅଧିକାରୀ ଏବଂ ତଦନ୍ତ କାରି ଟିମ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ମୋବାଇଲ ଫେରିପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଗୁଳାପ ଛତର, ତେନ୍ତୁଳୀଖୁଣ୍ଟି, ବିବେକ ଘିଭେଲା ଗୂଂଚିତରା, ମଳୟ କୁମାର ବିଶି, ଲୁଥୁରବନ୍ଧ, ସୁଜିତ ସାହୁ, ଗୁଲମୀ, ଚନ୍ଦ୍ରଶିକା, ଭାଟି ପଡା, ପିତାମ୍ବର ବଗର୍ତି, ଶିରୋଲ,ସୁବ୍ରତ ପଣ୍ଡା, ରଘୁନାଥ ପଡା, କାଞ୍ଚନ ମହାରଣା, ହାଟପଦା ପଡା, ସୁଜିତ ସାହୁ, ତେଜରାଜ କୁମ୍ଭାର, ଦୀନବନ୍ଧୁ ସାହୁ, ବୈକୁଣ୍ଠ ବଗର୍ତି,ମିହିର ଚରଣ ଆଡ଼ଜୁଆର୍ଡ, ଙ୍କ ମୋବାଇଲ ଉଦ୍ଧାର କରି ହସ୍ତାନ୍ତର କରିଛି ଟିଟିଲାଗଡ଼ ପୋଲିସ l ଇନ୍ସପେକ୍ଟର ମନୋଜ କୁମାର ମୁଣ୍ଡା,ଏସ ଆଇ ତାରାବତୀ କିଷାନ ପ୍ରମୁଖ ରହିଛନ୍ତି l ଏହା ପୂର୍ବରୁ ମଧ୍ୟ ଟିଟିଲାଗଡ଼ ପୋଲିସ ଅନେକ ମୋବାଇଲ ଉଦ୍ଧାର କରି ମାଲିକ ମାନଙ୍କୁ ହସ୍ତାନ୍ତର କରି ପ୍ରଶଂସା ର ପାତ୍ର ହୋଇପାରିଛି l
    5
    ମୋବାଇଲ ମାଲିକ ମନରେ ହସ ଫୁଟାଇଲେ ଟିଟିଲାଗଡ଼ ପୋଲିସ..
ଟିଟିଲାଗଡ଼.. ଗତ ଏକ ବର୍ଷ ତଥା ଉର୍ଦ୍ଧ ସମୟ ଧରି ନିଜ ଝାଳ ବୁହା ଟଙ୍କା ରେ ମୋବାଇଲ କିଣିଥିବା ବେଳେ ଉକ୍ତ ମୋବାଇଲ ଗୁଡିକ ଚୋରି ହୋଇଯାଇଥିବା ବେଳେ କେତେକ ମୋବାଇଲ ହଜି ଯାଇଥିବା ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସ ପି ଅଭିଳାଷ ଜି ଙ୍କ ନିର୍ଦେଶ ରେ ତଥା ଟିଟିଲାଗଡ଼ ଏସ ଡ଼ି ପି ଓ ଯଶୋବନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଟିଟିଲାଗଡ଼ ଥାନାଅଧିକାରୀ ମନୋଜ କୁମାର ମୁଣ୍ଡା ଏକ ସ୍ୱତନ୍ତ୍ର ଟିମ କରି ଏହାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତକାରୀ ଟିମ ଟିଟିଲାଗଡ଼ ଥାନାରେ ହୋଇଥିବା ବିଭିନ୍ନ ମୋବାଇଲ କେଶ ଗୁଡିକୁ ତଦାରଖ କରି ତଦନ୍ତ କରିବା ସହିତ ଆଜି ୧୬ ଗୋଟି ମୋବାଇଲ କୁ ଉଦ୍ଧାର କରି ମୋବାଇଲ ମାଲିକ ମାନଙ୍କୁ ହସ୍ତାନ୍ତର କରିବାରେ ସଫଳ ହୋଇଛି l ନିଜ ହଜି ଯାଇଥିବା ତଥା ଚୋରି ହୋଇଥିବା ମୋବାଇଲ ପୁଣି ଫେରିପାଇବାର ଆଶା ଛାଡି ଦେଇଥିବା ଲୋକେ ନିଜ ନିଜ ମୋବାଇଲ ପାଇ ଟିଟିଲାଗଡ଼ ପୋଲିସ କୁ ଧନ୍ୟବାଦ ଦେବା ସହ ଥାନାଅଧିକାରୀ ଏବଂ ତଦନ୍ତ କାରି ଟିମ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ମୋବାଇଲ ଫେରିପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଗୁଳାପ ଛତର, ତେନ୍ତୁଳୀଖୁଣ୍ଟି, ବିବେକ ଘିଭେଲା ଗୂଂଚିତରା, ମଳୟ କୁମାର ବିଶି, ଲୁଥୁରବନ୍ଧ, ସୁଜିତ ସାହୁ, ଗୁଲମୀ, ଚନ୍ଦ୍ରଶିକା, ଭାଟି ପଡା, ପିତାମ୍ବର ବଗର୍ତି, ଶିରୋଲ,ସୁବ୍ରତ ପଣ୍ଡା, ରଘୁନାଥ ପଡା, କାଞ୍ଚନ ମହାରଣା, ହାଟପଦା ପଡା, ସୁଜିତ ସାହୁ, ତେଜରାଜ କୁମ୍ଭାର, ଦୀନବନ୍ଧୁ ସାହୁ, ବୈକୁଣ୍ଠ ବଗର୍ତି,ମିହିର ଚରଣ ଆଡ଼ଜୁଆର୍ଡ, ଙ୍କ ମୋବାଇଲ ଉଦ୍ଧାର କରି ହସ୍ତାନ୍ତର କରିଛି ଟିଟିଲାଗଡ଼ ପୋଲିସ l  ଇନ୍ସପେକ୍ଟର ମନୋଜ କୁମାର ମୁଣ୍ଡା,ଏସ ଆଇ ତାରାବତୀ  କିଷାନ ପ୍ରମୁଖ ରହିଛନ୍ତି l ଏହା ପୂର୍ବରୁ ମଧ୍ୟ ଟିଟିଲାଗଡ଼ ପୋଲିସ ଅନେକ ମୋବାଇଲ ଉଦ୍ଧାର କରି ମାଲିକ ମାନଙ୍କୁ ହସ୍ତାନ୍ତର କରି ପ୍ରଶଂସା ର ପାତ୍ର ହୋଇପାରିଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ଅକ୍ଷୟତୃତୀୟା ର ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜ କନକ ବର୍ଦ୍ଧନ ସିଂ ଦେଓ...... Live... Live
    1
    ଅକ୍ଷୟତୃତୀୟା ର ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜ କନକ ବର୍ଦ୍ଧନ ସିଂ ଦେଓ...... Live... Live
    user_ଆମ ଓଡିଶା ଖବର ଓଡିଶା
    ଆମ ଓଡିଶା ଖବର ଓଡିଶା
    Interior designer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    1 hr ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    2 hrs ago
  • *ତତଲାଗଡ ରୂପେ ପରିଚିତ ଟିଟିଲାଗଡ ରେ ଜଳ ସଙ୍କଟ, ଡିସେମ୍ବର ସୁଦ୍ଧା ଜଳ ଯୋଗାଣ ହୋଇ ପାରିବନି,ଜିଲ୍ଲା ମୁଖ୍ୟ ଅଧିକାରୀ ଗଗନ କୁମାର କିସାନ ଙ୍କ ସ୍ପଷ୍ଟି କରଣ* *ବଲାଙ୍ଗୀର/ଟିଟିଲାଗଡ,ପାଣି ଟୋପେ ପାଇଁ ଲୋକେ ଯାହା ହୁଅନ୍ତୁ, ଡିସେମ୍ବର ମାସ ପୂର୍ବରୁ ଆମେ କିଛି କରି ପାରିବୁନି, ଏଭଳି ବୟାନ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଜଳ ଓ ପରିମଳ ବିଭାଗ ଅଧିକାରୀ ଗଗନ କୁମାର କିସାନ* *୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ତତଲାଗଡ ରୂପେ ଚିର ପରିଚିତ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇ ଆସୁଥିବା ବେଳେ ପୂର୍ବରୁ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଦିଆଯାଇଥିଲା*। *ଏପରିକି ଖୋଦ୍ ବିଭାଗୀୟ ମନ୍ତ୍ରୀ ଗସ୍ତ କରି ଆସି ପୂର୍ବରୁ ସବୁ ଘରକୁ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି ଆମ କ୍ୟାମେରା ସାମ୍ନା ରେ ଦେଇ ଥିବା ବେଳେ ତାହା କାର୍ଯ୍ୟକାରୀ ହୋଇ ପାରିନି* । *ଏବେ କିଭଳି ଏହି ଗ୍ରୀଷ୍ମ ଋତୁ ଦୁଇ, ତିନି ମାସ ଚାଲିଯାଉ ଭାବି ବିଭାଗୀୟ ଅଧିକାରୀ ଠୁଁ ଶାସକ ଦଳ ନେତା,ମନ୍ତ୍ରୀ ନୀରବ ରହିଛନ୍ତି* । *ଅପର ପକ୍ଷ ରେ ଗ୍ରାମବାସୀ ମାନେ କ୍ୟାମେରା ସାମ୍ନା ରେ କହି,କହି ଆଉ କିଛି ଲାଭ ନାହିଁ କହି ଗଣ ମାଧ୍ୟମ ଉପରେ ଭରସା ତୁଟେଇ ନିରାଶ ଅଛନ୍ତି* *ଏ ନେଇ ପୂର୍ବତନ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଏକ ପ୍ରେସ ମିଟ କରି କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ତାଙ୍କ ସରକାର ନିର୍ମାଣ କରିଥିବା ଓଭର ହେଡ଼ ଟ୍ୟାଙ୍କ ମାନଙ୍କୁ ଏତେ ଦିନ ଶାସନ କାଳରେ ପାଣି ଯୋଗାଇ ନ ପାରିବା ଓ କେବଳ ପିସି କାରବାର ରେ ବ୍ୟସ୍ତ ବୋଲି ପ୍ରକାଶ କରିଥିଲେ* *ଲୋକେ ପାଣି ନ ପାଇ ଏବେ କରିବେ କଣ ଚାନ୍ଦା ଆଦାୟ କରି ଟ୍ୟାଙ୍କର ଓ ବୋତଲ ପାଣି କେତେ ଦିନ ବ୍ୟବହାର କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି* *ସରକାରୀ ଅଧିକାରୀ ସଠିକ୍ ସମୟ ରେ ନିଜ କାର୍ଯ୍ୟ ସମ୍ପାଦନ ନ କଲେ ତାଙ୍କ ବିରୋଧ ରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ନିୟମ ଥିବା ବେଳେ କାର୍ଯ୍ୟ କାରି କରାଯାଉ ନାହିଁ ବୋଲି ବିଭିନ୍ନ ମହଲ ରେ ଉଦ୍ ଦେଗ ପ୍ରକାଶ ପାଇଛି* *ତିନି ଥର ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଙ୍ଘ ତରଫ ରୁ ଏକ ଟିମ୍ ଗଠନ କରି ଭୁବନେଶ୍ୱର ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମୁଖ୍ୟ ଅଧିକାରୀ ଙ୍କୁ ଅଭିଯୋଗ କରି ସୁଦ୍ଧା କୌଣସି ସୁଫଳ ମିଳିନାହିଁ* *ଏବେ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଏଭଳି ଖାମ,ଖିଆଲ ମନୋଭାବ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି*
    1
    *ତତଲାଗଡ ରୂପେ ପରିଚିତ ଟିଟିଲାଗଡ ରେ ଜଳ ସଙ୍କଟ, ଡିସେମ୍ବର ସୁଦ୍ଧା ଜଳ ଯୋଗାଣ ହୋଇ ପାରିବନି,ଜିଲ୍ଲା ମୁଖ୍ୟ ଅଧିକାରୀ ଗଗନ କୁମାର କିସାନ ଙ୍କ ସ୍ପଷ୍ଟି କରଣ*
*ବଲାଙ୍ଗୀର/ଟିଟିଲାଗଡ,ପାଣି ଟୋପେ ପାଇଁ ଲୋକେ ଯାହା ହୁଅନ୍ତୁ, ଡିସେମ୍ବର ମାସ ପୂର୍ବରୁ ଆମେ କିଛି କରି ପାରିବୁନି, ଏଭଳି ବୟାନ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଜଳ ଓ ପରିମଳ ବିଭାଗ ଅଧିକାରୀ ଗଗନ କୁମାର କିସାନ* 
*୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ତତଲାଗଡ ରୂପେ ଚିର ପରିଚିତ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇ ଆସୁଥିବା ବେଳେ ପୂର୍ବରୁ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଦିଆଯାଇଥିଲା*। *ଏପରିକି ଖୋଦ୍ ବିଭାଗୀୟ ମନ୍ତ୍ରୀ ଗସ୍ତ କରି ଆସି  ପୂର୍ବରୁ ସବୁ ଘରକୁ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି ଆମ କ୍ୟାମେରା ସାମ୍ନା ରେ ଦେଇ ଥିବା ବେଳେ ତାହା କାର୍ଯ୍ୟକାରୀ ହୋଇ ପାରିନି* । *ଏବେ କିଭଳି ଏହି ଗ୍ରୀଷ୍ମ ଋତୁ ଦୁଇ, ତିନି ମାସ ଚାଲିଯାଉ ଭାବି ବିଭାଗୀୟ ଅଧିକାରୀ ଠୁଁ ଶାସକ ଦଳ ନେତା,ମନ୍ତ୍ରୀ ନୀରବ ରହିଛନ୍ତି* । 
*ଅପର ପକ୍ଷ ରେ ଗ୍ରାମବାସୀ ମାନେ କ୍ୟାମେରା ସାମ୍ନା ରେ କହି,କହି ଆଉ କିଛି ଲାଭ ନାହିଁ କହି ଗଣ ମାଧ୍ୟମ ଉପରେ ଭରସା ତୁଟେଇ ନିରାଶ ଅଛନ୍ତି* 
*ଏ ନେଇ ପୂର୍ବତନ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଏକ ପ୍ରେସ ମିଟ କରି କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ତାଙ୍କ ସରକାର ନିର୍ମାଣ କରିଥିବା ଓଭର ହେଡ଼ ଟ୍ୟାଙ୍କ ମାନଙ୍କୁ ଏତେ ଦିନ ଶାସନ କାଳରେ ପାଣି ଯୋଗାଇ ନ ପାରିବା ଓ କେବଳ ପିସି କାରବାର ରେ ବ୍ୟସ୍ତ ବୋଲି ପ୍ରକାଶ କରିଥିଲେ*
*ଲୋକେ ପାଣି ନ ପାଇ ଏବେ କରିବେ କଣ ଚାନ୍ଦା ଆଦାୟ କରି ଟ୍ୟାଙ୍କର ଓ ବୋତଲ ପାଣି କେତେ ଦିନ ବ୍ୟବହାର କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି*
*ସରକାରୀ ଅଧିକାରୀ ସଠିକ୍ ସମୟ ରେ ନିଜ କାର୍ଯ୍ୟ ସମ୍ପାଦନ ନ କଲେ ତାଙ୍କ ବିରୋଧ ରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ନିୟମ ଥିବା ବେଳେ କାର୍ଯ୍ୟ କାରି କରାଯାଉ ନାହିଁ ବୋଲି ବିଭିନ୍ନ ମହଲ ରେ ଉଦ୍ ଦେଗ ପ୍ରକାଶ ପାଇଛି*
*ତିନି ଥର ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଙ୍ଘ ତରଫ ରୁ ଏକ ଟିମ୍ ଗଠନ କରି ଭୁବନେଶ୍ୱର ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମୁଖ୍ୟ ଅଧିକାରୀ ଙ୍କୁ ଅଭିଯୋଗ କରି ସୁଦ୍ଧା କୌଣସି ସୁଫଳ ମିଳିନାହିଁ*
*ଏବେ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଏଭଳି ଖାମ,ଖିଆଲ ମନୋଭାବ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି*
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    15 hrs ago
  • ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।
    1
    ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    20 min ago
  • ତା.19/04/2026 ରିଖ ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପଞ୍ଚ ମହାଦେବ ସେବାୟତ ନିଯୋଗର ମିଳିତ ଆନୁକୁଲ୍ୟରେ ମହାପ୍ରଭୁଙ୍କ ର ଚଳିତ ବର୍ଷ ର ଚନ୍ଦନ ଯାତ୍ରା ଉପଲକ୍ଷେ ଏକ ପ୍ରସୂତି ବୈଠକ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଲୋକନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା।. ଚଳିତ ବର୍ଷ ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହେବାକୁ ଥିବା ୨୧ ଦିନ ଧରି ଚନ୍ଦନ ଯାତ୍ରା କୁ ଯେପରି ଶାନ୍ତି ଓ ଶୃଙ୍ଖଳିତ କରିବା ସହିତ ସମସ୍ତ ନୀତି କାନ୍ତି ସଠିକ୍ ହୋଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଠାକୁର ଯିବା ଆସିବା ରାସ୍ତାରେ ମଇଳା ପାଣି ଯେପରି ନ ଭାସେ ତାହାକୁ ରୋକାଯିବା. ସ୍ତାନେ ସ୍ତାନେ ରାସ୍ତା ରେ ଛାଈ ର୍ ବ୍ଯବ୍ଯସ୍ଥା ଭୀଷଣ ତାତି କୁ ରୋକିବା ପାଇଁ ଜଳ ଢାଳି ରାସ୍ତା କୁ ଥଣ୍ଡା କରିବା,ରାତ୍ରି ସମୟରେ ଆଲୋକ ଓ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା. କୁ ସଠିକ୍ କରିବା ସହିତ ମନ୍ଦିର ରେ ଚନ୍ଦନ ଯାତ୍ରା ପାଇଁ ଆଲୋକ ବ୍ୟବସ୍ଥା କରିବା ପାଇଁ ସେବାୟତ ଙ୍କ ନିବେଦନ ରହିଥିଲା।ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ କୁ ସଠିକ୍ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ସହ,ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ସୂଚନା ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜ କିଶୋର ଜେନା, ଶ୍ରୀମନ୍ଦିର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା,ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର, ଟାଉନ ଥାନା ଆଇଆଇସି ଗୋକୁଳ ନନ୍ଦ ଦାଶ, ଆଇଆଇସି ବାସେଳୀ ସାହି,ପଞ୍ଚୁ ମହାଦେବ କମିଟି ର୍ ସଭାପତି ରବି ନାରାୟଣ ପଣ୍ଡା, ସମ୍ପାଦକ ମଦନ ଖୁଣ୍ଟିଆ, ନରେନ୍ଦ୍ର ମହାନ୍ତି, ବୈଦ୍ୟ ନଥା ପଣ୍ଡା, ସନ୍ତୋଷ ପଣ୍ଡା, ଦାମ୍ଦର୍ ମହାପାତ୍ର,, କୃଷ୍ଣଚନ୍ଦ୍ର ଦାସ, ଗଣେଶ ମହାସୁଆର, ସନ୍ତୋଷ ପଣ୍ଡା, ରଘୁନାଥ ଖୁଣ୍ଟିଆ, କାନୁ ଚରଣ ପଣ୍ଡା, ଙ୍କ ସମେତ ପଞ୍ଚୁ ମହାଦେବ ଙ୍କ ମନ୍ଦିର ସଭାପତି, ସମ୍ପାଦକ, ଓ ବୟୋଜ୍ୟେଷ୍ଠ ସଦସ୍ୟ ରହି ଆଲୋଚନା ରେ ଭାଗ ନେଇଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    1
    ତା.19/04/2026 ରିଖ 
ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପଞ୍ଚ ମହାଦେବ ସେବାୟତ ନିଯୋଗର ମିଳିତ ଆନୁକୁଲ୍ୟରେ ମହାପ୍ରଭୁଙ୍କ ର ଚଳିତ ବର୍ଷ ର ଚନ୍ଦନ ଯାତ୍ରା ଉପଲକ୍ଷେ ଏକ  ପ୍ରସୂତି ବୈଠକ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଲୋକନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା।.
ଚଳିତ ବର୍ଷ ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହେବାକୁ ଥିବା ୨୧ ଦିନ ଧରି ଚନ୍ଦନ ଯାତ୍ରା କୁ ଯେପରି ଶାନ୍ତି ଓ ଶୃଙ୍ଖଳିତ କରିବା  ସହିତ ସମସ୍ତ ନୀତି କାନ୍ତି ସଠିକ୍ ହୋଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଠାକୁର  ଯିବା ଆସିବା ରାସ୍ତାରେ ମଇଳା ପାଣି ଯେପରି ନ ଭାସେ ତାହାକୁ ରୋକାଯିବା. ସ୍ତାନେ ସ୍ତାନେ ରାସ୍ତା ରେ ଛାଈ ର୍  
ବ୍ଯବ୍ଯସ୍ଥା ଭୀଷଣ ତାତି କୁ ରୋକିବା ପାଇଁ  ଜଳ ଢାଳି ରାସ୍ତା କୁ ଥଣ୍ଡା କରିବା,ରାତ୍ରି ସମୟରେ ଆଲୋକ ଓ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା. କୁ ସଠିକ୍ କରିବା ସହିତ ମନ୍ଦିର ରେ ଚନ୍ଦନ ଯାତ୍ରା ପାଇଁ ଆଲୋକ ବ୍ୟବସ୍ଥା କରିବା ପାଇଁ ସେବାୟତ ଙ୍କ ନିବେଦନ ରହିଥିଲା।ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ କୁ ସଠିକ୍ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ସହ,ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ସୂଚନା ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜ କିଶୋର ଜେନା, ଶ୍ରୀମନ୍ଦିର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା,ସିଟି ଡିଏସପି  ରଶ୍ମି ରଞ୍ଜନ ମହାପାତ୍ର, ଟାଉନ ଥାନା ଆଇଆଇସି ଗୋକୁଳ ନନ୍ଦ ଦାଶ, ଆଇଆଇସି ବାସେଳୀ ସାହି,ପଞ୍ଚୁ ମହାଦେବ କମିଟି ର୍ ସଭାପତି ରବି ନାରାୟଣ ପଣ୍ଡା, ସମ୍ପାଦକ ମଦନ ଖୁଣ୍ଟିଆ,
ନରେନ୍ଦ୍ର ମହାନ୍ତି, ବୈଦ୍ୟ ନଥା ପଣ୍ଡା, ସନ୍ତୋଷ ପଣ୍ଡା, ଦାମ୍ଦର୍ ମହାପାତ୍ର,, କୃଷ୍ଣଚନ୍ଦ୍ର ଦାସ, ଗଣେଶ ମହାସୁଆର, ସନ୍ତୋଷ ପଣ୍ଡା, ରଘୁନାଥ ଖୁଣ୍ଟିଆ, କାନୁ ଚରଣ ପଣ୍ଡା, ଙ୍କ ସମେତ ପଞ୍ଚୁ ମହାଦେବ ଙ୍କ ମନ୍ଦିର ସଭାପତି, ସମ୍ପାଦକ, ଓ ବୟୋଜ୍ୟେଷ୍ଠ ସଦସ୍ୟ ରହି ଆଲୋଚନା ରେ ଭାଗ ନେଇଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    56 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.