କିଶୋରନଗରରେ ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ: ୨୦୫ ଜଣ କ୍ରୀଡ଼ାବିତଙ୍କ ଜଳୱା। କିଶୋରନଗରରେ ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ: ୨୦୫ ଜଣ କ୍ରୀଡ଼ାବିତଙ୍କ ଜଳୱା। ତା୨୦/୦୯/୨୦୨୬,ରବିବାର, କିଶୋରନଗର, ଅନୁଗୋଳ। ରିପୋର୍ଟର ବିଭୁ ପ୍ରସାଦ ଶତପଥୀ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ସ୍ତରୀୟ ବାର୍ଷିକ ଦୌଡ଼କୁଦ ଓ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କ୍ରୀଡ଼ା ମହୋତ୍ସବରେ ବ୍ଲକର ବିଭିନ୍ନ ଅଞ୍ଚଳରୁ କ୍ରୀଡ଼ାବିତମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଅନୁଷ୍ଠିତ ସଭାରେ କିଶୋରନଗରର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଙ୍ଗୁଳୁ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବଇଣ୍ଡା ସ୍ଥିତ ଜନତା କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ଖମାରୀ ଯୋଗ ଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ହଣ୍ଡପା ଥାନା ଅଧିକାରୀ (IIC) ଶ୍ରୀଯୁକ୍ତ ରାଜେଶ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୁବପିଢ଼ିଙ୍କୁ ଅସତ୍ ପଥରୁ ଦୂରେଇ ରହି କ୍ରୀଡ଼ା ଓ ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ହଣ୍ଡପା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ପ୍ରଧାନ, ସମିତି ସଭ୍ୟ ଶ୍ରୀ ଅନୁକୂଲ୍ୟ ବେହେରା, ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ଜେନା, ବ୍ଲକ କ୍ରୀଡ଼ା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ପ୍ରଧାନ ଏବଂ କ୍ରୀଡ଼ା ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱନାଥ ଦେହୁରୀ ମଞ୍ଚାସୀନ ଥିଲେ । ଏହି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ବାମୁର ଜୋନ, କିଶୋରଗଞ୍ଜ ଜୋନ, ହିମିତିରା ଜୋନ ଏବଂ ହଣ୍ଡପା ଜୋନରୁ ମୋଟ୍ ୨୦୫ ଜଣ କୃତି କ୍ରୀଡ଼ାବିତ ଭାଗ ନେଇ ନିଜର ଖେଳ କୌଶଳ ପ୍ରଦର୍ଶନ କରିଥିଲେ । ଦୌଡ଼କୁଦ, ଲଙ୍ଗ୍ ଜମ୍ପ୍, ହାଇ ଜମ୍ପ୍ ଭଳି ବିଭିନ୍ନ ପ୍ରତିଯୋଗିତା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା. କାର୍ଯ୍ୟକ୍ରମକୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଖେଳ ଶିକ୍ଷକ ଓ କ୍ରୀଡ଼ାପ୍ରେମୀମାନେ ସକ୍ରିୟ ସହଯୋଗ କରିଥିଲେ । ବ୍ଲକ ସ୍ତରରେ ଏଭଳି ଆୟୋଜନ ଛାତ୍ରଛାତ୍ରୀ ଓ ଯୁବପ୍ରତିଭାମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ଭଲ ପ୍ଲାଟଫର୍ମ ଯୋଗାଇ ଦେଉଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

- *ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ଶୁଭ ମଙ୍ଗଳବାର ୨୦୨୬ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ । ଜୟ ବଜରଙ୍ଗିବାଲି ମହାପ୍ରଭୁ ମହାବିରି ହନୁମାନଜୀଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ ଧନଧାନ୍ୟରେ ପୁରୀ ଉଠୁ ଆପଣଙ୍କ ଘର ଶୁଭମୟ ଓ ମଙ୍ଗମୟ ହେଉ* *ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ଶୁଭ ମଙ୍ଗଳବାର ୨୦୨୬ ମସିହା ଭାଦ୍ରବମାସ ଶୁକ୍ଳପକ୍ଷ । ଜୟ ବଜରଙ୍ଗିବାଲି ମହାପ୍ରଭୁ ମହାବିରି ହନୁମାନଜୀଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ ଧନଧାନ୍ୟରେ ପୁରୀ ଉଠୁ ଆପଣଙ୍କ ଘର ଶୁଭମୟ ଓ ମଙ୍ଗମୟ ହେଉ*1
- ପେଟ୍ରୋଲିଙ୍ଗ ଡିୟୁଟି ଯାଇଥିବା ବେଳେ ବଜ୍ରପାତରେ ଏକ୍ସ ସାଇଜ ଅଫିସର ଙ୍କ ଅକାଳ ବିଯୋଗ l ପେଟ୍ରୋଲିଙ୍ଗ ଡିୟୁଟି ଯାଇଥିବା ବେଳେ ବଜ୍ରପାତରେ ଏକ୍ସ ସାଇଜ ଅଫିସର ଙ୍କ ଅକାଳ ବିଯୋଗ l ବୌଦ୍ଧ:ପେଟ୍ରୋଲିଙ୍ଗ୍ ବେଳେ ବଜ୍ରାଘାତ ନେଇଗଲା ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ଉପ-ନିରୀକ୍ଷକ (Sub-Inspector) ପୁରୁଷୋତ୍ତମ ବେବର୍ତ୍ତାଙ୍କ ଅସମୟ ରେ ମୃତ୍ୟୁଘଟିଛି । ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ନିଜ ଷ୍ଟାଫଙ୍କ ସହ ଘଣ୍ଟାପଡା ଥାନା ଅନ୍ତର୍ଗତ ଗୁଚ୍ଛାଗୋରା ଅଞ୍ଚଳରେ ପେଟ୍ରୋଲିଙ୍ଗ ଯାଇଥିବା ବେଳେ ସେ ହଠାତ୍ ବଜ୍ରାଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କର୍ତ୍ତବ୍ୟରତ ଅବସ୍ଥାରେ ଏପରି ଜଣେ ନିଷ୍ଠାପର କର୍ମଚାରୀଙ୍କ ଅଚାନକ ନିପାତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ମୃତ୍ୟୁରେ ଅବକାରୀ ବିଭାଗ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ଶବ ବ୍ୟବଛେଦ ପରେ ବୌଦ୍ଧ ଜିଲ୍ଲାର ଅବକାରୀ ବିଭାଗ ପକ୍ଷରୁ ତାଙ୍କ ମରଶରୀରକୁ ରାଷ୍ଟ୍ରିୟ ମର୍ଯ୍ୟଦା ସହ ତାଙ୍କ ନିଜ ଗ୍ରାମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସାନିକେଟା ଗ୍ରାମକୁ ନିଆଯାଇଛି। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବାକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ। 1
- ବୌଦ୍ଧ ଜିଲ୍ଲାପାଳ ହରଭଙ୍ଗା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା କଲେ l ବୌଦ୍ଧ, ୨୧/୦୯: ହରଭଙ୍ଗା ବ୍ଲକରେ ଆୟୋଜିତ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ପରେ ଆଜି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବ୍ଲକ ଅଧୀନସ୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିବା ସହ ସେଗୁଡ଼ିକର ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଏବଂ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ଣ୍ଣ ସୁନା ପ୍ରମୁଖ ଉପସ୍ଥିତ ଥିଲେ।ସର୍ବପ୍ରଥମେ ଜିଲ୍ଲାପାଳ କରଞ୍ଜକଟା ଗ୍ରାମ ପଞ୍ଚାୟତର ଜାମୁପଦର ଗ୍ରାମରେ ‘ଏକ ପେଡ୍ ମାଁ କେ ନାମ୍’ ଅଭିଯାନ ତଥା ଭିବିଜି ରାମଜୀ ପ୍ରକଳ୍ପ ଅଧୀନରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଯାଞ୍ଚ କରିଥିଲେ। ପରେ ପୁରୁଣାକଟକ ଗ୍ରାମ ପଞ୍ଚାୟତର ଯାଜପୁର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟ ବୁଲି ଦେଖିଥିଲେ। ରୋପଣ କରାଯାଇଥିବା ସମସ୍ତ ବୃକ୍ଷର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଯତ୍ନ ନେବା ପାଇଁ ସେ ସ୍ଥାନୀୟ ସରପଞ୍ଚ ତଥା ବିଭାଗୀୟ ଅଧିକାରୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲୁଣିବାହାଲ ଗ୍ରାମ ପଞ୍ଚାୟତସ୍ଥିତ ସୁଖପାଲ ଭୂତେଶ୍ୱର ମନ୍ଦିର ଏବଂ ଏହାର ଆଖପାଖରେ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ସମ୍ପୋଚ ଗ୍ରାମର ଯୁବକମାନେ ଏକ ଖେଳପଡ଼ିଆ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବାରୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଉକ୍ତ ପ୍ରସ୍ତାବିତ ଖେଳପଡ଼ିଆ ସ୍ଥଳ ପରିଦର୍ଶନ କରି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଯୁବକମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏଥିସହ ସାମ୍ପୋଚ ଗ୍ରାମ ପଞ୍ଚାୟତ ପୋଖରୀ ଏବଂ ଭିବିଜି ରାମଜୀ ଯୋଜନାରେ ହୋଇଥିବା ବୃକ୍ଷରୋପଣ ସ୍ଥଳିର ସ୍ଥିତି ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀଙ୍କ ସମେତ ବିଭାଗୀୟ ଅଧିକାରୀ,ବ୍ଲକ ଯନ୍ତ୍ରୀ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।4
- ବଲମ ତୁମ୍ବା ସଂରକ୍ଷିତ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା କଣ୍ଟାମାଳ ପୋଲିସ କଣ୍ଟାମାଳ ଥାନା ଅଧୀନରେ ଥିବା ବଲମ ତୁମ୍ବା ସଂରକ୍ଷିତ ଜଙ୍ଗଲ ଭିତରେ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ଲୁଚାଇ ରଖାଯାଇଥିବା ନେଇ କଣ୍ଟାମାଳ ଥାନା ଅଧିକାରୀ ଙ୍କୁ ଆଜି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ଖବର ଆଧାରରେ ଥାନା ଅଧିକାରୀ ଏବଂ ତାଙ୍କର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଖାନତଲାସୀ କରିବା ପରେ, ପୋଲିସ ଟିମ୍ ସେଠାରୁ ୨ଟି ଧଳା ରଙ୍ଗର ଜରି ବସ୍ତା ଜବତ କରିବାରେ ସଫଳ ହୋଇଥିଲେ। ଯାଞ୍ଚ ପରେ ଏହି ବସ୍ତାଗୁଡ଼ିକରେ ପ୍ରାୟ ୧୧୫ କେଜି ଓଜନର ବେଆଇନ ଗଞ୍ଜେଇ ରହିଥିଲା । ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ଏନଡିପିଏସ ମାମଲା ରୁଜୁ କରାଯାଇଛି। ତେବେ ଏତେ ପରିମାଣର ଗଞ୍ଜେଇ ସେଠାକୁ କିଏ ଆଣିଥିଲା ଏବଂ ଏହି ବେଆଇନ କାରବାର ପଛରେ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଖୁବଶୀଘ୍ର ପ୍ରକୃତ ମାଲିକ ଓ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।2
- କଣ୍ଟାମାଳ ଥାନା ଆଭ୍ୟନ୍ତରୀଣ ବଲମତୁମ୍ବା ସଂରକ୍ଷିତ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ଦୁଇଟି ଜରି ବସ୍ତା ଜବତ କରିଛି କଣ୍ଟାମାଳ ପୁଲିସ, ଜବତ ଗଞ୍ଜେଇ ର ଆନୁମାନିକ ଓଜନ ୧୧୫କେଜି ହୋଇଥିବା ବେଳେ ଖୁବ ଶୀଘ୍ର ଏହି କାରବାର ରେ ସମ୍ପୃକ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି କଣ୍ଟାମାଳ ଥାନାଧିକାରୀ ଓମପ୍ରକାଶ ମହାନ୍ତି1
- ରୋଗୀ ସେବା ପ୍ରଭାବିତ1
- ପଞ୍ଚତତ୍ତ୍ୱ ସୁରକ୍ଷା ସହ ପ୍ଲାଷ୍ଟିକ ବର୍ଜନ ଓ ଚାରା ଉପହାର ପାଇଁ ଆହ୍ୱାନ ଦେଲା ଦୟା ସରାବନି ଯୋଗ ଟ୍ରଷ୍ଟ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମେଘନାଦଠାରେ "ଦୟା ସରାବନି ଯୋଗ ଟ୍ରଷ୍ଟ" ପକ୍ଷରୁ ପରିବେଶ ସୁରକ୍ଷା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହ ନିଜ ଘର, ବିଦ୍ୟାଳୟ ଓ ସମାଜରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଶିକ୍ଷକ ଟିକେଶ୍ୱର ପାଣ୍ଡିଆ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ। ପ୍ରକୃତି ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼ ହୋଇଥିବାରୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ସେ ପଞ୍ଚତତ୍ତ୍ୱ—ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶର ସୁରକ୍ଷାକୁ ପରିବେଶ ସୁରକ୍ଷାର ମୂଳ ଆଧାର ଭାବେ ଉଲ୍ଲେଖ କରିଥିଲେ। ଏଥିସହ ମାଟିର ଉର୍ବରତା ରକ୍ଷା, ଜଳ ସଂରକ୍ଷଣ, ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ବର୍ଜନ କିମ୍ବା ହ୍ରାସ, ବୃକ୍ଷରୋପଣ ଓ ରୋପିତ ଚାରାର ନିୟମିତ ଯତ୍ନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏଥିସହ ଖାଦ୍ୟ ଅପଚୟ ରୋକିବା, ଆବଶ୍ୟକତା ଅନୁଯାୟୀ ଖାଦ୍ୟର ସୁବ୍ୟବହାର କରିବା, ଜୀବଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ସହ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ମଧ୍ୟ ଡ. ଦେହେରୀ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଘର, ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ସହ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗି ଉପଯୁକ୍ତ ଭାବେ ପରିଚାଳନା କରିବାକୁ ସେ ଆହ୍ୱାନ ଦେଇଥିଲେ।ବିଶେଷକରି ବିବାହ, ବ୍ରତ ଓ ଜନ୍ମଦିନ ଭଳି ଶୁଭ ଅବସରରେ ଅନାବଶ୍ୟକ ଉପହାର ପରିବର୍ତ୍ତେ ଚାରା ଉପହାର ଦେବା ପାଇଁ ଡ. ଦେହେରୀ ଆହ୍ୱାନ ଦେଇଥିଲେ। ଏହା ମାଧ୍ୟମରେ ପରିବାର ଓ ସମାଜରେ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି ପାଇବା ସହ ଏକ ସବୁଜ ପରମ୍ପରା ଗଢ଼ି ଉଠିପାରିବ ବୋଲି ସେ କହିଥିଲେ।ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଭଳି ଛୋଟ ଛୋଟ ପଦକ୍ଷେପ ନେଲେ ଏକ ସୁସ୍ଥ, ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ କରାଯାଇପାରିବ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।ଶୁଭ ଅବସରରେ ଚାରା ଉପହାର ଦେବା, ପ୍ରକୃତିର ସୁରକ୍ଷା କରିବା ଓ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଢ଼ିବା—ଦୟା ସରାବନି ଯୋଗ ଟ୍ରଷ୍ଟର ସନ୍ଦେଶ ଥିଲା।1
- କିଶୋରନଗରରେ ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ: ୨୦୫ ଜଣ କ୍ରୀଡ଼ାବିତଙ୍କ ଜଳୱା। କିଶୋରନଗରରେ ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ: ୨୦୫ ଜଣ କ୍ରୀଡ଼ାବିତଙ୍କ ଜଳୱା। ତା୨୦/୦୯/୨୦୨୬,ରବିବାର, କିଶୋରନଗର, ଅନୁଗୋଳ। ରିପୋର୍ଟର ବିଭୁ ପ୍ରସାଦ ଶତପଥୀ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ସ୍ତରୀୟ ବାର୍ଷିକ ଦୌଡ଼କୁଦ ଓ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କ୍ରୀଡ଼ା ମହୋତ୍ସବରେ ବ୍ଲକର ବିଭିନ୍ନ ଅଞ୍ଚଳରୁ କ୍ରୀଡ଼ାବିତମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଅନୁଷ୍ଠିତ ସଭାରେ କିଶୋରନଗରର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଙ୍ଗୁଳୁ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବଇଣ୍ଡା ସ୍ଥିତ ଜନତା କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ଖମାରୀ ଯୋଗ ଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ହଣ୍ଡପା ଥାନା ଅଧିକାରୀ (IIC) ଶ୍ରୀଯୁକ୍ତ ରାଜେଶ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୁବପିଢ଼ିଙ୍କୁ ଅସତ୍ ପଥରୁ ଦୂରେଇ ରହି କ୍ରୀଡ଼ା ଓ ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ହଣ୍ଡପା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ପ୍ରଧାନ, ସମିତି ସଭ୍ୟ ଶ୍ରୀ ଅନୁକୂଲ୍ୟ ବେହେରା, ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ଜେନା, ବ୍ଲକ କ୍ରୀଡ଼ା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ପ୍ରଧାନ ଏବଂ କ୍ରୀଡ଼ା ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱନାଥ ଦେହୁରୀ ମଞ୍ଚାସୀନ ଥିଲେ । ଏହି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ବାମୁର ଜୋନ, କିଶୋରଗଞ୍ଜ ଜୋନ, ହିମିତିରା ଜୋନ ଏବଂ ହଣ୍ଡପା ଜୋନରୁ ମୋଟ୍ ୨୦୫ ଜଣ କୃତି କ୍ରୀଡ଼ାବିତ ଭାଗ ନେଇ ନିଜର ଖେଳ କୌଶଳ ପ୍ରଦର୍ଶନ କରିଥିଲେ । ଦୌଡ଼କୁଦ, ଲଙ୍ଗ୍ ଜମ୍ପ୍, ହାଇ ଜମ୍ପ୍ ଭଳି ବିଭିନ୍ନ ପ୍ରତିଯୋଗିତା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା. କାର୍ଯ୍ୟକ୍ରମକୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଖେଳ ଶିକ୍ଷକ ଓ କ୍ରୀଡ଼ାପ୍ରେମୀମାନେ ସକ୍ରିୟ ସହଯୋଗ କରିଥିଲେ । ବ୍ଲକ ସ୍ତରରେ ଏଭଳି ଆୟୋଜନ ଛାତ୍ରଛାତ୍ରୀ ଓ ଯୁବପ୍ରତିଭାମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ଭଲ ପ୍ଲାଟଫର୍ମ ଯୋଗାଇ ଦେଉଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।1