ଗଣମାଧ୍ୟମ ର ଚାପ ବାଲିଝାଟିରୁ ଉଠିଲା ବାଲି ଭୁବନ 11.1.26: ରାସ୍ତାରେ ବାଲି ପଡ଼ିଛି; ଘଟୁଛି ଦୁର୍ଘଟଣା । ଏଥିପ୍ରତି ପ୍ରଶାସନର ନିଘା ନଥିବା ଜଣାପଡ଼ିଛି। ଚୋରା ବାଲି ଚାଲାଣ ଏହାର ମୁଖ୍ୟ କାରଣ ହୋଇଛି। ଭୁବନ କାମାକ୍ଷା 53 ନମ୍ବର ଜାତୀୟ ରାଜପଥର ବାଲିଝାଟି ନିକଟରେ ପଡ଼ିଥିବା ବାଲିରେ କ୍ରୋମାଇଟ ଟ୍ରକ ଖସିଯିବା ପରେ ଟ୍ରକ ଭାଙ୍ଗି ଯାଇଛି। ଖାଲି ଏତିକି ନୁହେଁ ଭୁବନେଶ୍ୱର ପୁରୀ ରାସ୍ତାରେ କେବଳ ସିଲା ଓ ସିପିକା ନୁହନ୍ତି, ରାସ୍ତା ଉପରେ ପଡ଼ିଥିବା ବାଲି ଯୋଗୁଁ ଦୁର୍ଘଟଣା ଘଟି ବିଭିନ୍ନ ସମୟରେ ନିରୀହ ଲୋକଙ୍କ ଜୀବନ ଯିବା ନୀତିଦିନିଆ ଘଟଣାରେ ପରିଣତ ହୋଇଛି। ଆଉ କେତେ ଜଣଙ୍କ ଜୀବନ ଯିବା ପରେ ପ୍ରଶାସନର ଚେତା ପଶିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଆଜି ବି ରାଜପଥରେ ମୃତ୍ୟୁର ବାହକ ସାଜିଛି ଏଣେ ତେଣେ ପଡ଼ିଥିବା ବାଲି। କେବଳ ଜାତୀୟ ରାଜପଥ ନୁହେଁ, ସହର ମଧ୍ୟରେ ବାଲି ପଡ଼ିଛି; ମୁଣ୍ଡ ଗଡ଼ୁଛି। ମଧ୍ୟ ରାସ୍ତାରେ ବି ବାଲି ପଡ଼ି ରହୁଛି। ଚୋରା ବାଲି ଚାଲାଣ କରୁଥିବା ଗାଡ଼ିରୁ ଯାହା କିଛି ରାସ୍ତା ଉପରେ ପଡ଼ଛି, ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରମାନେ ମଧ୍ୟ ରାସ୍ତା ଉପରେ ବାଲି ଜମା କରି ରଖୁଛନ୍ତି। ଅନ୍ୟପଟେ କାର୍ଯ୍ୟ ସରିବା ପରେ ସମ୍ପୃକ୍ତ ଠିକାଦାର ବଳକା ବାଲି ଓ ଗୋଡ଼ି ରାସ୍ତା ଉପରେ ପକାଇ ପଳାଉଛନ୍ତି। ଏହାକୁ କେହି ସଫା କରୁନଥିବା ଦେଖାଯାଇଛି। ଯାହାଫଳରେ ସେହି ସ୍ଥାନରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ନଜିର ରହିଛି । ଏଭଳି କିଛି ବାଲି ମାଫିଆଙ୍କ ସହିତ ଖଣି ବିଭାଗର କିଛି ନ୍ୟସ୍ତସ୍ୱାର୍ଥ କର୍ମଚାରୀ ହାତ ମିଳାଇଛନ୍ତି। ରାସ୍ତାରେ ବାଲି ପଡ଼ିବା ଯୋଗୁଁ ଅଘଟଣ ଘଟିଲେ ଏହା ପଛର କାରଣ ଓ ବ୍ୟବସ୍ଥାଗତ ତ୍ରୁଟିକୁ ନେଇ ତଦନ୍ତ କରାଯାଉନଥିବା ଦେଖାଯାଇଛି। ଗଁଦିଆବ୍ଲକ ର କାଲୁରିଆ ଠାରୁ ଭୁବନ ବ୍ଲକ ଗୋରଡ଼ିଆ ବ୍ରାହ୍ମଣୀ ରୁ ରାତି ସାରା ବାଲି ଉଠୁଛି। ରାସ୍ତା ଗଡ଼ାଣିରେ ବାଲି ପଡି ଦୁର୍ଘଟଣା କୁ ଆମତ୍ରାଣ କରୁଛନ୍ତି। ନାଁ କାମାକ୍ଷା ପ୍ରଶାସନ ନାଁ ଭୁବନ ପ୍ରଶାସନ ନାଁ ଖଣି ବିଭାଗ କାହାର ନଜର ପଡୁନି।
ଗଣମାଧ୍ୟମ ର ଚାପ ବାଲିଝାଟିରୁ ଉଠିଲା ବାଲି ଭୁବନ 11.1.26: ରାସ୍ତାରେ ବାଲି ପଡ଼ିଛି; ଘଟୁଛି ଦୁର୍ଘଟଣା । ଏଥିପ୍ରତି ପ୍ରଶାସନର ନିଘା ନଥିବା ଜଣାପଡ଼ିଛି। ଚୋରା ବାଲି ଚାଲାଣ ଏହାର ମୁଖ୍ୟ କାରଣ ହୋଇଛି। ଭୁବନ କାମାକ୍ଷା 53 ନମ୍ବର ଜାତୀୟ ରାଜପଥର ବାଲିଝାଟି ନିକଟରେ ପଡ଼ିଥିବା ବାଲିରେ କ୍ରୋମାଇଟ ଟ୍ରକ ଖସିଯିବା ପରେ ଟ୍ରକ ଭାଙ୍ଗି ଯାଇଛି। ଖାଲି ଏତିକି ନୁହେଁ ଭୁବନେଶ୍ୱର ପୁରୀ ରାସ୍ତାରେ କେବଳ ସିଲା ଓ ସିପିକା ନୁହନ୍ତି, ରାସ୍ତା ଉପରେ ପଡ଼ିଥିବା ବାଲି ଯୋଗୁଁ ଦୁର୍ଘଟଣା ଘଟି ବିଭିନ୍ନ ସମୟରେ ନିରୀହ ଲୋକଙ୍କ ଜୀବନ ଯିବା ନୀତିଦିନିଆ ଘଟଣାରେ ପରିଣତ ହୋଇଛି। ଆଉ କେତେ ଜଣଙ୍କ ଜୀବନ ଯିବା ପରେ ପ୍ରଶାସନର ଚେତା ପଶିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଆଜି ବି ରାଜପଥରେ ମୃତ୍ୟୁର ବାହକ ସାଜିଛି ଏଣେ ତେଣେ ପଡ଼ିଥିବା ବାଲି। କେବଳ ଜାତୀୟ ରାଜପଥ ନୁହେଁ, ସହର ମଧ୍ୟରେ ବାଲି ପଡ଼ିଛି; ମୁଣ୍ଡ ଗଡ଼ୁଛି। ମଧ୍ୟ ରାସ୍ତାରେ ବି ବାଲି ପଡ଼ି
ରହୁଛି। ଚୋରା ବାଲି ଚାଲାଣ କରୁଥିବା ଗାଡ଼ିରୁ ଯାହା କିଛି ରାସ୍ତା ଉପରେ ପଡ଼ଛି, ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରମାନେ ମଧ୍ୟ ରାସ୍ତା ଉପରେ ବାଲି ଜମା କରି ରଖୁଛନ୍ତି। ଅନ୍ୟପଟେ କାର୍ଯ୍ୟ ସରିବା ପରେ ସମ୍ପୃକ୍ତ ଠିକାଦାର ବଳକା ବାଲି ଓ ଗୋଡ଼ି ରାସ୍ତା ଉପରେ ପକାଇ ପଳାଉଛନ୍ତି। ଏହାକୁ କେହି ସଫା କରୁନଥିବା ଦେଖାଯାଇଛି। ଯାହାଫଳରେ ସେହି ସ୍ଥାନରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ନଜିର ରହିଛି । ଏଭଳି କିଛି ବାଲି ମାଫିଆଙ୍କ ସହିତ ଖଣି ବିଭାଗର କିଛି ନ୍ୟସ୍ତସ୍ୱାର୍ଥ କର୍ମଚାରୀ ହାତ ମିଳାଇଛନ୍ତି। ରାସ୍ତାରେ ବାଲି ପଡ଼ିବା ଯୋଗୁଁ ଅଘଟଣ ଘଟିଲେ ଏହା ପଛର କାରଣ ଓ ବ୍ୟବସ୍ଥାଗତ ତ୍ରୁଟିକୁ ନେଇ ତଦନ୍ତ କରାଯାଉନଥିବା ଦେଖାଯାଇଛି। ଗଁଦିଆବ୍ଲକ ର କାଲୁରିଆ ଠାରୁ ଭୁବନ ବ୍ଲକ ଗୋରଡ଼ିଆ ବ୍ରାହ୍ମଣୀ ରୁ ରାତି ସାରା ବାଲି ଉଠୁଛି। ରାସ୍ତା ଗଡ଼ାଣିରେ ବାଲି ପଡି ଦୁର୍ଘଟଣା କୁ ଆମତ୍ରାଣ କରୁଛନ୍ତି। ନାଁ କାମାକ୍ଷା ପ୍ରଶାସନ ନାଁ ଭୁବନ ପ୍ରଶାସନ ନାଁ ଖଣି ବିଭାଗ କାହାର ନଜର ପଡୁନି।
- ଜାନୁୟାରୀ 31ତାରିଖ ରେ ଯୋରନ୍ଦା ମେଳା1
- AGNEYA 2026 3rd day with Amiti mishra2
- GET. TOGETHER, 2026 Bach2004-06 D. I. E. T, ଖୋର୍ଦ୍ଧା VENUE ମା BARUNE TEMPLE1
- help1
- ଆମେ କଣ ଦୋକାନ ଦେଇଛେ ବୋଲି ରାସ୍ତା ଘାଟରେ ପଇସା ମାଘିବା ମୋ କଥା ଟିକେ ଶୁଣୁ 🤔 #love #imotional #viral #vlog #onlykathiofficialy #lovestory #ytshorts1
- Post by User5115 Susanta Kumar Pattnaik1
- ବୁଳବୁଦାବନଵିହାରିଳାକିଜେ1
- AGNEYA 2026, 3rd day2