logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜୁନ୍ ୨୧ ତାରିଖରେ କେନ୍ଦୁଝରର ଶଙ୍କରପୁରସ୍ଥିତ ଧରଣୀଧର କ୍ରୀଡ଼ା ପରିସରରେ ଜିଲ୍ଲା ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା। ଏଥିରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୂହ ଯୋଗାଭ୍ୟାସରେ ସାମିଲ ହେବା ସହିତ, ଅନନ୍ୟ ଭାରତୀୟ ପରମ୍ପରା ଯୋଗକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଏବଂ ଆନ୍ତର୍ଜାତିକ ସ୍ତରରେ ଏହାର ପ୍ରଚାର ପ୍ରସାର କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୋଲକାତାରୁ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଉଦବୋଧନର ସିଧାପ୍ରସାରଣ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ଏହି ସାମୂହିକ ଯୋଗାଭ୍ୟାସରେ ପ୍ରାୟ ୧,୦୦୦ ଜନସାଧାରଣଙ୍କ ସମେତ ମାନ୍ୟବର ସାଂସଦ ଶ୍ରୀ ଅନନ୍ତ ନାୟକ, ମାନ୍ୟବର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ୍‌ଡି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ପରିଡ଼ା, ଅଭିଳାଷ ପୁରୋହିତ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବା ପାଇଁ ଏକ ଶପଥପାଠ ମଧ୍ୟ କରାଯାଇଥିଲା। ଶେଷରେ, ଯୋଗ ଦିବସ ପରିପ୍ରେକ୍ଷୀରେ ବିଦ୍ୟାଳୟସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସରୋଜ କୁମାର ମଲ୍ଲିକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

2 hrs ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
2 hrs ago
296b0471-90c7-48ba-b45a-58e92507d684

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜୁନ୍ ୨୧ ତାରିଖରେ କେନ୍ଦୁଝରର ଶଙ୍କରପୁରସ୍ଥିତ ଧରଣୀଧର କ୍ରୀଡ଼ା ପରିସରରେ ଜିଲ୍ଲା ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା। ଏଥିରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୂହ

74aff2ef-cfa8-44ad-8f98-7c1e5bf8edc7

ଯୋଗାଭ୍ୟାସରେ ସାମିଲ ହେବା ସହିତ, ଅନନ୍ୟ ଭାରତୀୟ ପରମ୍ପରା ଯୋଗକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଏବଂ ଆନ୍ତର୍ଜାତିକ ସ୍ତରରେ ଏହାର ପ୍ରଚାର ପ୍ରସାର କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୋଲକାତାରୁ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଉଦବୋଧନର ସିଧାପ୍ରସାରଣ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ଏହି ସାମୂହିକ ଯୋଗାଭ୍ୟାସରେ

00a7aa50-63c5-40a2-a24b-c13848c3a7d3

ପ୍ରାୟ ୧,୦୦୦ ଜନସାଧାରଣଙ୍କ ସମେତ ମାନ୍ୟବର ସାଂସଦ ଶ୍ରୀ ଅନନ୍ତ ନାୟକ, ମାନ୍ୟବର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ୍‌ଡି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ପରିଡ଼ା, ଅଭିଳାଷ ପୁରୋହିତ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ

ee84c8ab-4a1e-4283-957d-a966e3cbab30

ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବା ପାଇଁ ଏକ ଶପଥପାଠ ମଧ୍ୟ କରାଯାଇଥିଲା। ଶେଷରେ, ଯୋଗ ଦିବସ ପରିପ୍ରେକ୍ଷୀରେ ବିଦ୍ୟାଳୟସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସରୋଜ କୁମାର ମଲ୍ଲିକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

More news from ଓଡ଼ିଶା and nearby areas
  • କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବିସ୍ତାପାଳ ଗ୍ରାମରେ ଚାଲିଥିବା ରଜ ମହୋତ୍ସବ ଜୁନ୍ ୨୦ ତାରିଖରେ ଆନନ୍ଦ ଉଲ୍ଲାସରେ ଉଦ୍‌ଯାପିତ ହୋଇଯାଇଛି। ବିସ୍ତାପାଳ ଆମ୍ବତୋଟାଠାରେ ଆୟୋଜିତ ଏହି ମହୋତ୍ସବରେ ଖାଇଦୋଳି ସମେତ ଅନ୍ୟାନ୍ୟ ଦୋଳି ଓ ମୀନା ବଜାରର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଆଦିବାସୀ ସଂପ୍ରଦାୟର ଲୋକେ ଏକାଠି ହୋଇଥିଲେ। ମାଦଳର ତାଳେ ତାଳେ ପୁଅ, ଝିଅ, ବୋହୂ ଏବଂ ମହିଳାମାନେ ହାତକୁ ହାତ ଛନ୍ଦି ନାଚଗୀତରେ ମଜ୍ଜି ରହିଥିଲେ। ସେମାନେ ରଜପାନ ଖାଇ ରଜ ଗୀତ ଗାଇ ଦୋଳିରେ ଝୁଲିବାର ଦୃଶ୍ୟ ବେଶ୍ ମନୋରମ ଥିଲା।
    1
    କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବିସ୍ତାପାଳ ଗ୍ରାମରେ ଚାଲିଥିବା ରଜ ମହୋତ୍ସବ ଜୁନ୍ ୨୦ ତାରିଖରେ ଆନନ୍ଦ ଉଲ୍ଲାସରେ ଉଦ୍‌ଯାପିତ ହୋଇଯାଇଛି। ବିସ୍ତାପାଳ ଆମ୍ବତୋଟାଠାରେ ଆୟୋଜିତ ଏହି ମହୋତ୍ସବରେ ଖାଇଦୋଳି ସମେତ ଅନ୍ୟାନ୍ୟ ଦୋଳି ଓ ମୀନା ବଜାରର ବ୍ୟବସ୍ଥା କରାଯାଇଥିଲା।

ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଆଦିବାସୀ ସଂପ୍ରଦାୟର ଲୋକେ ଏକାଠି ହୋଇଥିଲେ। ମାଦଳର ତାଳେ ତାଳେ ପୁଅ, ଝିଅ, ବୋହୂ ଏବଂ ମହିଳାମାନେ ହାତକୁ ହାତ ଛନ୍ଦି ନାଚଗୀତରେ ମଜ୍ଜି ରହିଥିଲେ। ସେମାନେ ରଜପାନ ଖାଇ ରଜ ଗୀତ ଗାଇ ଦୋଳିରେ ଝୁଲିବାର ଦୃଶ୍ୟ ବେଶ୍ ମନୋରମ ଥିଲା।
    user_ଦୁର୍ଯ୍ୟୋଧନ ପାତ୍ର
    ଦୁର୍ଯ୍ୟୋଧନ ପାତ୍ର
    Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    18 hrs ago
  • କେନ୍ଦୁଝର ସଦର ପୋଲିସ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ପଟେଶ୍ୱର ବାରିକଙ୍କୁ ମାମଲା ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ସଫଳତାର ସହ ଗିରଫ କରିଛି। ଏହି ମାମଲା କେନ୍ଦୁଝର ସଦର ଥାନାରେ ମାମଲା ନଂ–୩୫୩/୨୬, ଧାରା ୧୦୩(୧) ବି.ଏନ୍.ଏସ୍. ଅନୁଯାୟୀ ରୁଜୁ ହୋଇଥିଲା। ଅଭିଯୁକ୍ତ ପଟେଶ୍ୱର ବାରିକ (୨୬ ବର୍ଷ), ମନୁ ବାରିକଙ୍କ ପୁଅ ଏବଂ ସେ କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମର ବାସିନ୍ଦା ଅଟନ୍ତି। ଅଭିଯୁକ୍ତ ପଟେଶ୍ୱର ବାରିକ ଆଲେଖ ମହିମା ଅନୁଗାମୀ ଶ୍ରୀକାନ୍ତ ମହାକୁଡଙ୍କୁ କିପରି ହତ୍ୟା କରିଥିଲେ, ତାହାର ଡେମୋ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଘଟଣାସ୍ଥଳରେ ଅପରାଧର ପୁନଃନିର୍ମାଣ (Crime Scene Recreation) କରାଯାଇଥିଲା।
    1
    କେନ୍ଦୁଝର ସଦର ପୋଲିସ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ପଟେଶ୍ୱର ବାରିକଙ୍କୁ ମାମଲା ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ସଫଳତାର ସହ ଗିରଫ କରିଛି। ଏହି ମାମଲା କେନ୍ଦୁଝର ସଦର ଥାନାରେ ମାମଲା ନଂ–୩୫୩/୨୬, ଧାରା ୧୦୩(୧) ବି.ଏନ୍.ଏସ୍. ଅନୁଯାୟୀ ରୁଜୁ ହୋଇଥିଲା। ଅଭିଯୁକ୍ତ ପଟେଶ୍ୱର ବାରିକ (୨୬ ବର୍ଷ), ମନୁ ବାରିକଙ୍କ ପୁଅ ଏବଂ ସେ କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମର ବାସିନ୍ଦା ଅଟନ୍ତି।

ଅଭିଯୁକ୍ତ ପଟେଶ୍ୱର ବାରିକ ଆଲେଖ ମହିମା ଅନୁଗାମୀ ଶ୍ରୀକାନ୍ତ ମହାକୁଡଙ୍କୁ କିପରି ହତ୍ୟା କରିଥିଲେ, ତାହାର ଡେମୋ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଘଟଣାସ୍ଥଳରେ ଅପରାଧର ପୁନଃନିର୍ମାଣ (Crime Scene Recreation) କରାଯାଇଥିଲା।
    user_Satyabrata das
    Satyabrata das
    କେନ୍ଦୁଝର ଟାଉନ୍, କେନ୍ଦୁଝର, ଓଡ଼ିଶା•
    23 hrs ago
  • ବଣାଇ ହକ୍କୀ ଷ୍ଟାଡିୟମ ଠାରେ ପାଳିତ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇଥିଲେ।
    1
    ବଣାଇ ହକ୍କୀ ଷ୍ଟାଡିୟମ ଠାରେ ପାଳିତ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇଥିଲେ।
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    8 hrs ago
  • କେନ୍ଦୁଝର ଜିଲ୍ଲା ଚମ୍ପୁଆ ସୀମାରେ ମୋଟ ୩୨ଟି ହାତୀ ଏକାଠି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପୂର୍ବରୁ ଚମ୍ପୁଆ ରେଞ୍ଜରେ ୭ଟି ହାତୀ ରହିଥିବା ବେଳେ, ଦୁଇ ଦିନ ତଳେ ମୟୂରଭଞ୍ଜରୁ ୨୫ଟି ହାତୀ ଚମ୍ପୁଆକୁ ଫେରିଆସିଥିଲେ। ବର୍ତ୍ତମାନ ଏହି ସମସ୍ତ ୩୨ଟି ହାତୀ କେଶରୀ ଗାଁର ଏକ ରବର ବଗିଚାରେ ଏକାଠି ହୋଇ ରହିଛନ୍ତି।
    1
    କେନ୍ଦୁଝର ଜିଲ୍ଲା ଚମ୍ପୁଆ ସୀମାରେ ମୋଟ ୩୨ଟି ହାତୀ ଏକାଠି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପୂର୍ବରୁ ଚମ୍ପୁଆ ରେଞ୍ଜରେ ୭ଟି ହାତୀ ରହିଥିବା ବେଳେ, ଦୁଇ ଦିନ ତଳେ ମୟୂରଭଞ୍ଜରୁ ୨୫ଟି ହାତୀ ଚମ୍ପୁଆକୁ ଫେରିଆସିଥିଲେ। ବର୍ତ୍ତମାନ ଏହି ସମସ୍ତ ୩୨ଟି ହାତୀ କେଶରୀ ଗାଁର ଏକ ରବର ବଗିଚାରେ ଏକାଠି ହୋଇ ରହିଛନ୍ତି।
    user_Statusking Ac
    Statusking Ac
    Photographer ଗୁରୁଣ୍ଡିଆ, ସୁନ୍ଦରଗଡ଼, ଓଡ଼ିଶା•
    2 hrs ago
  • କୁଳିଅଣା ବ୍ଲକ ଅନ୍ତର୍ଗତ କାମତା ଗ୍ରାମର ଯୁବକ ଶିବ ପ୍ରସାଦ ବାରିକ (ଦୀପୁ)ଙ୍କ ଅକାଳ ବିୟୋଗ ଖବର ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଛି। ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଅଭିଯୋଗ ଉଠିବା ପରେ ନ୍ୟାୟ ଦାବିରେ କୁଳିଅଣାରେ ଏକ ରାସ୍ତାରୋକ ଓ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଶୋକାକୁଳ ପରିବେଶରେ ଏବଂ ପ୍ରତିବାଦ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ଯୋଗଦେଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୃତ ଆତ୍ମାର ସଦ୍‌ଗତି କାମନା କରିବା ସହ ସାଧାରଣ ଲୋକେ ଘଟଣାର ନିରପେକ୍ଷ ତଦନ୍ତ ଏବଂ ପୀଡ଼ିତ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।
    1
    କୁଳିଅଣା ବ୍ଲକ ଅନ୍ତର୍ଗତ କାମତା ଗ୍ରାମର ଯୁବକ ଶିବ ପ୍ରସାଦ ବାରିକ (ଦୀପୁ)ଙ୍କ ଅକାଳ ବିୟୋଗ ଖବର ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଛି। ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଅଭିଯୋଗ ଉଠିବା ପରେ ନ୍ୟାୟ ଦାବିରେ କୁଳିଅଣାରେ ଏକ ରାସ୍ତାରୋକ ଓ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଏହି ଶୋକାକୁଳ ପରିବେଶରେ ଏବଂ ପ୍ରତିବାଦ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ଯୋଗଦେଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୃତ ଆତ୍ମାର ସଦ୍‌ଗତି କାମନା କରିବା ସହ ସାଧାରଣ ଲୋକେ ଘଟଣାର ନିରପେକ୍ଷ ତଦନ୍ତ ଏବଂ ପୀଡ଼ିତ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ଏଲଆଇସି ଏଜେଣ୍ଟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ନିଜର ମହାନତା ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ସେ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଏକ ବ୍ୟାଗକୁ ଫେରାଇଛନ୍ତି। ଅସାବଧାନତା ବଶତଃ ଜଣେ ବ୍ୟକ୍ତି ଏହି ବ୍ୟାଗଟିକୁ ଛାଡି ଦେଇଥିଲେ। ଶ୍ରୀଯୁକ୍ତ ସାହୁ ତତ୍କ୍ଷଣାତ୍ ଫୋନ୍ କରି ବ୍ୟାଗର ମାଲିକଙ୍କୁ ନିଜ ଅଫିସକୁ ଡାକିଥିଲେ ଏବଂ ସୁରକ୍ଷିତ ଭାବେ ବ୍ୟାଗଟିକୁ ତାଙ୍କୁ ହସ୍ତାନ୍ତର କରି ମାନବିକତାର ଏକ ଉଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।
    1
    ଏଲଆଇସି ଏଜେଣ୍ଟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ନିଜର ମହାନତା ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ସେ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଏକ ବ୍ୟାଗକୁ ଫେରାଇଛନ୍ତି।

ଅସାବଧାନତା ବଶତଃ ଜଣେ ବ୍ୟକ୍ତି ଏହି ବ୍ୟାଗଟିକୁ ଛାଡି ଦେଇଥିଲେ। ଶ୍ରୀଯୁକ୍ତ ସାହୁ ତତ୍କ୍ଷଣାତ୍ ଫୋନ୍ କରି ବ୍ୟାଗର ମାଲିକଙ୍କୁ ନିଜ ଅଫିସକୁ ଡାକିଥିଲେ ଏବଂ ସୁରକ୍ଷିତ ଭାବେ ବ୍ୟାଗଟିକୁ ତାଙ୍କୁ ହସ୍ତାନ୍ତର କରି ମାନବିକତାର ଏକ ଉଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।
    user_Kendujhar Halchal
    Kendujhar Halchal
    ସାମ୍ବାଦିକ ଆନନ୍ଦପୁର, କେନ୍ଦୁଝର, ଓଡ଼ିଶା•
    3 hrs ago
  • ଘସିପୁରା ବ୍ଲକ୍ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ କର୍ମଚାରୀ, ମିଶନ୍ ଶକ୍ତି ମହିଳା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।
    1
    ଘସିପୁରା ବ୍ଲକ୍ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ କର୍ମଚାରୀ, ମିଶନ୍ ଶକ୍ତି ମହିଳା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    8 hrs ago
  • କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ରତନପୁର ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଜମି ବିବାଦ କାରଣରୁ ଅଟକି ରହିଛି। ଚଳିତ ବର୍ଷ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ୧୦ ଲକ୍ଷ ଟଙ୍କା କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ହୋଇଥିବା ବେଳେ ବିଦ୍ୟାଳୟ ନିକଟରେ ଥିବା ଏକ ଘରୋଇ ଜମିର ମାଲିକଙ୍କ ବିରୋଧ ଯୋଗୁଁ କାମ ଆଗେଇ ପାରୁନାହିଁ। ରାସ୍ତା କାମ ଅଟକି ରହିବା ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତାଟି କାଦୁଅମୟ ହୋଇ ପାଣି ଜମି ରହୁଛି, ଯାହା ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ଯାତାୟାତରେ ଅତ୍ୟନ୍ତ କଷ୍ଟକର ହେଉଛି। ମାଟି ରାସ୍ତାରେ ବାଇକ୍, ସାଇକେଲରେ ଯିବା ଆସିବା କରିବା କଷ୍ଟକର ହେଉଥିବା ବେଳେ ପାଦରେ ଚାଲି ଚାଲି ଯାଉଥିବା ଲୋକଙ୍କୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଥିପାଇଁ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ୨୧ ଜଣ ଛାତ୍ରଛାତ୍ରୀ ଏବଂ ଦୁଇ ଜଣ ଶିକ୍ଷୟତ୍ରୀ ଚିନ୍ତାରେ ପଡ଼ିଯାଇଛନ୍ତି, କାରଣ ବିଦ୍ୟାଳୟରେ ପ୍ରବେଶ କରିବାକୁ ବାଧା ସୃଷ୍ଟି ହେଉଛି। ଗ୍ରାମବାସୀ ଏହି ସମସ୍ୟା ନେଇ କେନ୍ଦୁଝର ଜିଲ୍ଲାପାଳ ଏବଂ ସଦର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ, ଏହି ଜମି ପଟ୍ଟାଭୁକ୍ତ ହୋଇଥିବାରୁ କଂକ୍ରିଟ ରାସ୍ତା ନିର୍ମାଣରେ ବାଧା ଦେଖାଦେଇଛି। ଗ୍ରାମବାସୀ ତୁରନ୍ତ ଏହି ସମସ୍ୟା ପ୍ରତି କେନ୍ଦୁଝର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
    1
    କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ରତନପୁର ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଜମି ବିବାଦ କାରଣରୁ ଅଟକି ରହିଛି। ଚଳିତ ବର୍ଷ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ୧୦ ଲକ୍ଷ ଟଙ୍କା କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ହୋଇଥିବା ବେଳେ ବିଦ୍ୟାଳୟ ନିକଟରେ ଥିବା ଏକ ଘରୋଇ ଜମିର ମାଲିକଙ୍କ ବିରୋଧ ଯୋଗୁଁ କାମ ଆଗେଇ ପାରୁନାହିଁ।

ରାସ୍ତା କାମ ଅଟକି ରହିବା ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତାଟି କାଦୁଅମୟ ହୋଇ ପାଣି ଜମି ରହୁଛି, ଯାହା ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ଯାତାୟାତରେ ଅତ୍ୟନ୍ତ କଷ୍ଟକର ହେଉଛି। ମାଟି ରାସ୍ତାରେ ବାଇକ୍, ସାଇକେଲରେ ଯିବା ଆସିବା କରିବା କଷ୍ଟକର ହେଉଥିବା ବେଳେ ପାଦରେ ଚାଲି ଚାଲି ଯାଉଥିବା ଲୋକଙ୍କୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଥିପାଇଁ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ୨୧ ଜଣ ଛାତ୍ରଛାତ୍ରୀ ଏବଂ ଦୁଇ ଜଣ ଶିକ୍ଷୟତ୍ରୀ ଚିନ୍ତାରେ ପଡ଼ିଯାଇଛନ୍ତି, କାରଣ ବିଦ୍ୟାଳୟରେ ପ୍ରବେଶ କରିବାକୁ ବାଧା ସୃଷ୍ଟି ହେଉଛି।

ଗ୍ରାମବାସୀ ଏହି ସମସ୍ୟା ନେଇ କେନ୍ଦୁଝର ଜିଲ୍ଲାପାଳ ଏବଂ ସଦର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ, ଏହି ଜମି ପଟ୍ଟାଭୁକ୍ତ ହୋଇଥିବାରୁ କଂକ୍ରିଟ ରାସ୍ତା ନିର୍ମାଣରେ ବାଧା ଦେଖାଦେଇଛି। ଗ୍ରାମବାସୀ ତୁରନ୍ତ ଏହି ସମସ୍ୟା ପ୍ରତି କେନ୍ଦୁଝର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
    user_ଦୁର୍ଯ୍ୟୋଧନ ପାତ୍ର
    ଦୁର୍ଯ୍ୟୋଧନ ପାତ୍ର
    Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.