Shuru
Apke Nagar Ki App…
ବଣାଇ ହକ୍କୀ ଷ୍ଟାଡିୟମ ଠାରେ ପାଳିତ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇଥିଲେ।
ପ୍ରଦୀପ କୁମାର ସାହୁ
ବଣାଇ ହକ୍କୀ ଷ୍ଟାଡିୟମ ଠାରେ ପାଳିତ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇଥିଲେ।
More news from ଓଡ଼ିଶା and nearby areas
- ବଣାଇ ହକ୍କୀ ଷ୍ଟାଡିୟମ ଠାରେ ପାଳିତ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇଥିଲେ।1
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବିସ୍ତାପାଳ ଗ୍ରାମରେ ଚାଲିଥିବା ରଜ ମହୋତ୍ସବ ଜୁନ୍ ୨୦ ତାରିଖରେ ଆନନ୍ଦ ଉଲ୍ଲାସରେ ଉଦ୍ଯାପିତ ହୋଇଯାଇଛି। ବିସ୍ତାପାଳ ଆମ୍ବତୋଟାଠାରେ ଆୟୋଜିତ ଏହି ମହୋତ୍ସବରେ ଖାଇଦୋଳି ସମେତ ଅନ୍ୟାନ୍ୟ ଦୋଳି ଓ ମୀନା ବଜାରର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଆଦିବାସୀ ସଂପ୍ରଦାୟର ଲୋକେ ଏକାଠି ହୋଇଥିଲେ। ମାଦଳର ତାଳେ ତାଳେ ପୁଅ, ଝିଅ, ବୋହୂ ଏବଂ ମହିଳାମାନେ ହାତକୁ ହାତ ଛନ୍ଦି ନାଚଗୀତରେ ମଜ୍ଜି ରହିଥିଲେ। ସେମାନେ ରଜପାନ ଖାଇ ରଜ ଗୀତ ଗାଇ ଦୋଳିରେ ଝୁଲିବାର ଦୃଶ୍ୟ ବେଶ୍ ମନୋରମ ଥିଲା।1
- କେନ୍ଦୁଝର ସଦର ପୋଲିସ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ପଟେଶ୍ୱର ବାରିକଙ୍କୁ ମାମଲା ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ସଫଳତାର ସହ ଗିରଫ କରିଛି। ଏହି ମାମଲା କେନ୍ଦୁଝର ସଦର ଥାନାରେ ମାମଲା ନଂ–୩୫୩/୨୬, ଧାରା ୧୦୩(୧) ବି.ଏନ୍.ଏସ୍. ଅନୁଯାୟୀ ରୁଜୁ ହୋଇଥିଲା। ଅଭିଯୁକ୍ତ ପଟେଶ୍ୱର ବାରିକ (୨୬ ବର୍ଷ), ମନୁ ବାରିକଙ୍କ ପୁଅ ଏବଂ ସେ କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମର ବାସିନ୍ଦା ଅଟନ୍ତି। ଅଭିଯୁକ୍ତ ପଟେଶ୍ୱର ବାରିକ ଆଲେଖ ମହିମା ଅନୁଗାମୀ ଶ୍ରୀକାନ୍ତ ମହାକୁଡଙ୍କୁ କିପରି ହତ୍ୟା କରିଥିଲେ, ତାହାର ଡେମୋ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଘଟଣାସ୍ଥଳରେ ଅପରାଧର ପୁନଃନିର୍ମାଣ (Crime Scene Recreation) କରାଯାଇଥିଲା।1
- ସନ୍ତ ରାମପାଲ ଜୀ ମହାରାଜଙ୍କ ଦ୍ୱାରା କୁହାଯାଇଥିବା ସନାତନୀ ପୂଜାର ପତନ କାହାଣୀର ଷଷ୍ଠ ଭାଗ ଭାବରେ ଗୋବର୍ଦ୍ଧନ ପରିକ୍ରମାର ଅନସୁଣା ରହସ୍ୟ ଉପରେ ଏକ ସ୍ୱତନ୍ତ୍ର ଭିଡିଓ ପ୍ରସାରିତ ହେବାକୁ ଯାଉଛି। ଏହି ବିଶେଷ ଭିଡିଓଟି ୨୦୨୬ ମସିହା ଜୁନ୍ ୨୦ ତାରିଖ ଶନିବାର ଦିନ ଦିନ ୧୨:୦୦ ବେଳୁ 'ଫ୍ୟାକ୍ଟଫୁଲ୍ ଡିବେଟ୍ସ' ୟୁଟ୍ୟୁବ୍ ଚ୍ୟାନେଲରେ ଅବଶ୍ୟ ଦେଖିବାକୁ ମିଳିବ।1
- ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର କୁଶ୍ରାଲୋଇ ପଞ୍ଚାୟତରେ ଏକ କୋଲ ଗ୍ୟାସିଫିକେସନ ଏମୋନିୟମ ନାଇଟ୍ରେଟ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତ କୋଲ ଗ୍ୟାସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ (BCGCL) ପକ୍ଷରୁ ୨୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଶିଳାନ୍ୟାସ ସ୍ଥଳରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିସନ ରେଡ୍ଡୀ, ରାଜ୍ୟ ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତିରିକ୍ତ କୋଇଲା ସଚିବ ସରୋଜ କୁମାର ଶାହା, BCGCL ର ଚେୟାରମ୍ୟାନ ଆସିଷ କୁମାର, MCL ସିଏମଡି ଅନନ୍ତ ଉଦୟ କାଉଲେ, ଉତ୍ତରାଞ୍ଚଳ ଆଇଜି, ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ ଝାରସୁଗୁଡ଼ା ଏସପି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ପ୍ରାୟ ୩୫୦ ଏକର ଜମିରେ ନିର୍ମାଣ କରାଯିବ ଏବଂ ଏହା ଦ୍ୱାରା ୪ ରୁ ୫ ହଜାର ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଶର ଊର୍ଜା ସୁରକ୍ଷା ପାଇଁ ଏହି ପ୍ରକଳ୍ପରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରାଯିବ। ଏହା ହେଉଛି ଭାରତର ପ୍ରଥମ ବାଣିଜ୍ୟିକ ଭିତ୍ତିକ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ପ୍ରକଳ୍ପ, ଯାହା ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ଭେଲ୍) ଓ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍)ର ମିଳିତ ଉଦ୍ୟମରେ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ BCGCL ଦ୍ୱାରା ସ୍ଥାପନ କରାଯାଉଛି। ଏହି କାରଖାନାରୁ ଦୈନିକ ୨୦୦୦ ଟନ୍ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ଭେଲ୍ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ। ଗତ ଏପ୍ରିଲ୍ ମାସରେ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (MCL) ଓ BCGCL ମଧ୍ୟରେ ଏହି ପ୍ରକଳ୍ପ ପାଇଁ ଜମି ଲିଜ୍ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ଦେଶରେ କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପ ପାଇଁ ଏକ ମଡେଲ୍ ଭାବେ କାର୍ଯ୍ୟ କରିବ, ଏବଂ କୋଲ୍ ଗ୍ୟାସିଫିକେସନ କ୍ଷମତା ବଢ଼ିଲେ ଆମ ଦେଶ ପ୍ରାକୃତିକ ଗ୍ୟାସ୍, ମିଥାନଲ, ଆମୋନିଆ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାସାୟନିକରେ ଆତ୍ମନିର୍ଭର ହୋଇପାରିବ।।1
- ବିହାରର ନାଥନଗର ଅନ୍ତର୍ଗତ ଗୋଲଦାରପଟ୍ଟୀ ଷ୍ଟେସନ ରୋଡରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ଟ୍ରକ ଉପରିସ୍ଥ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ତୁରନ୍ତ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଟ୍ରକର ଚାଳକ ବୁଝିବିଚାରି ସମୟ ପୂର୍ବରୁ ଟ୍ରକରୁ ବାହାରି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ, ଯାହା ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ଖବର ନାହିଁ। ଘଟଣାର କାରଣ ତଦନ୍ତ ଚାଲିଛି।1
- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ରତନପୁର ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଜମି ବିବାଦ କାରଣରୁ ଅଟକି ରହିଛି। ଚଳିତ ବର୍ଷ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ୧୦ ଲକ୍ଷ ଟଙ୍କା କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ହୋଇଥିବା ବେଳେ ବିଦ୍ୟାଳୟ ନିକଟରେ ଥିବା ଏକ ଘରୋଇ ଜମିର ମାଲିକଙ୍କ ବିରୋଧ ଯୋଗୁଁ କାମ ଆଗେଇ ପାରୁନାହିଁ। ରାସ୍ତା କାମ ଅଟକି ରହିବା ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତାଟି କାଦୁଅମୟ ହୋଇ ପାଣି ଜମି ରହୁଛି, ଯାହା ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ଯାତାୟାତରେ ଅତ୍ୟନ୍ତ କଷ୍ଟକର ହେଉଛି। ମାଟି ରାସ୍ତାରେ ବାଇକ୍, ସାଇକେଲରେ ଯିବା ଆସିବା କରିବା କଷ୍ଟକର ହେଉଥିବା ବେଳେ ପାଦରେ ଚାଲି ଚାଲି ଯାଉଥିବା ଲୋକଙ୍କୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଥିପାଇଁ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ୨୧ ଜଣ ଛାତ୍ରଛାତ୍ରୀ ଏବଂ ଦୁଇ ଜଣ ଶିକ୍ଷୟତ୍ରୀ ଚିନ୍ତାରେ ପଡ଼ିଯାଇଛନ୍ତି, କାରଣ ବିଦ୍ୟାଳୟରେ ପ୍ରବେଶ କରିବାକୁ ବାଧା ସୃଷ୍ଟି ହେଉଛି। ଗ୍ରାମବାସୀ ଏହି ସମସ୍ୟା ନେଇ କେନ୍ଦୁଝର ଜିଲ୍ଲାପାଳ ଏବଂ ସଦର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ, ଏହି ଜମି ପଟ୍ଟାଭୁକ୍ତ ହୋଇଥିବାରୁ କଂକ୍ରିଟ ରାସ୍ତା ନିର୍ମାଣରେ ବାଧା ଦେଖାଦେଇଛି। ଗ୍ରାମବାସୀ ତୁରନ୍ତ ଏହି ସମସ୍ୟା ପ୍ରତି କେନ୍ଦୁଝର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।1