ବାଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ସର୍ଗିଗୁଡ଼ା ଅଞ୍ଚଳରେ ରୁପେଶ ବେହେରାଙ୍କ ବାସଭବନର ବାଡ଼ ଡେଇଁ କିଛି ଅଜଣା ଦୁର୍ବୁତ୍ତ ଗତ ବିଳମ୍ବିତ ରାତିରେ ଦୁଇଟି ବାଇକକୁ ପୋଡ଼ି ଛାରଖାର କରିଦେଇଛନ୍ତି। ଏହି ଘଟଣାକୁ ନେଇ ଟିଟିଲାଗଡ଼ ପୋଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମାମଲା ଅନୁଯାୟୀ, ଗତ ରାତିରେ ରୁପେଶ ବେହେରା ଏବଂ ତାଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୋଟରସାଇକେଲ ଘରର ପଟିକ ତଳେ ଥିବାବେଳେ ମୁଖ୍ୟ ଗେଟରେ ତାଲା ପକାଇ ସମସ୍ତେ ଶୋଇପଡ଼ିଥିଲେ। ରାତିରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେବା ସହ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିବା ଫଳରେ ଦୁଇଟି ବାଇକ ସମ୍ପୂର୍ଣ୍ଣ ରୂପେ ପୋଡ଼ିଯିବା ସହ ବିଦ୍ୟୁତ ମିଟର ଓ ତାର ଆଦି ମଧ୍ୟ ନିଆଁରେ ଜଳିଯାଇଛି। ଘର ବାଡ଼ ଡେଇଁ ଦୁର୍ବୁତ୍ତମାନେ ପଶିଥିବାର ଚିହ୍ନ ମଧ୍ୟ ରହିଛି। ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ କେତେକ ଦୁର୍ବୁତ୍ତ ଗାଡ଼ି ଚୋରି କରିବା କିମ୍ବା ଗାଡ଼ିରୁ ପେଟ୍ରୋଲ ଚୋରି କରିବା ଉଦ୍ଦେଶ୍ୟରେ ଘର ଭିତରକୁ ପଶିଥିବାବେଳେ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। କିଛି ଦିନ ହେବ ସର୍ଗିଗୁଡ଼ା ଅଞ୍ଚଳରେ ମଧ୍ୟରାତ୍ରିରେ ଦୁର୍ବୁତ୍ତମାନେ ଗାଡ଼ି ଓ ବାଇକରୁ ତେଲ ଚୋରି କରୁଥିବା ଅଭିଯୋଗ ହେଉଛି। ଟିଟିଲାଗଡ଼ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବାଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ସର୍ଗିଗୁଡ଼ା ଅଞ୍ଚଳରେ ରୁପେଶ ବେହେରାଙ୍କ ବାସଭବନର ବାଡ଼ ଡେଇଁ କିଛି ଅଜଣା ଦୁର୍ବୁତ୍ତ ଗତ ବିଳମ୍ବିତ ରାତିରେ ଦୁଇଟି ବାଇକକୁ ପୋଡ଼ି ଛାରଖାର କରିଦେଇଛନ୍ତି। ଏହି ଘଟଣାକୁ ନେଇ ଟିଟିଲାଗଡ଼ ପୋଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମାମଲା ଅନୁଯାୟୀ, ଗତ
ରାତିରେ ରୁପେଶ ବେହେରା ଏବଂ ତାଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୋଟରସାଇକେଲ ଘରର ପଟିକ ତଳେ ଥିବାବେଳେ ମୁଖ୍ୟ ଗେଟରେ ତାଲା ପକାଇ ସମସ୍ତେ ଶୋଇପଡ଼ିଥିଲେ। ରାତିରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେବା ସହ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିବା ଫଳରେ ଦୁଇଟି
ବାଇକ ସମ୍ପୂର୍ଣ୍ଣ ରୂପେ ପୋଡ଼ିଯିବା ସହ ବିଦ୍ୟୁତ ମିଟର ଓ ତାର ଆଦି ମଧ୍ୟ ନିଆଁରେ ଜଳିଯାଇଛି। ଘର ବାଡ଼ ଡେଇଁ ଦୁର୍ବୁତ୍ତମାନେ ପଶିଥିବାର ଚିହ୍ନ ମଧ୍ୟ ରହିଛି। ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ କେତେକ ଦୁର୍ବୁତ୍ତ ଗାଡ଼ି ଚୋରି କରିବା କିମ୍ବା ଗାଡ଼ିରୁ ପେଟ୍ରୋଲ ଚୋରି କରିବା
ଉଦ୍ଦେଶ୍ୟରେ ଘର ଭିତରକୁ ପଶିଥିବାବେଳେ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। କିଛି ଦିନ ହେବ ସର୍ଗିଗୁଡ଼ା ଅଞ୍ଚଳରେ ମଧ୍ୟରାତ୍ରିରେ ଦୁର୍ବୁତ୍ତମାନେ ଗାଡ଼ି ଓ ବାଇକରୁ ତେଲ ଚୋରି କରୁଥିବା ଅଭିଯୋଗ ହେଉଛି। ଟିଟିଲାଗଡ଼ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜମି ମାଫିଆଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସରକାରୀ ଟ୍ରଷ୍ଟ ବୋର୍ଡ ଜମିରେ ଅଭିଯୋଗକାରୀଙ୍କ ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠିଛି। ନିକଟରେ ଜଣେ କ୍ରସର ବ୍ୟବସାୟୀଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଜମି କିଣାବିକା ବିବାଦ ଥିବା ସୂଚନା ମିଳିଛି, ଯେଉଁଥିରେ ପୁଣି ଥରେ ଆଲୋକ ଦାଶଙ୍କ ନାମ ଚର୍ଚ୍ଚାକୁ ଆସିଛି। ଆଲୋକ ଦାଶ ୨୦୧୩ ମସିହାରେ ଟିଟିଲାଗଡ଼ର ଯୁବନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଜେଲ ଯାଇଥିଲେ। ସେହି ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ସେତେବେଳେ ମଧ୍ୟ ଆଲୋକ ଦାଶଙ୍କୁ ବଳି ପକାଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା, କାରଣ ମୁଖ୍ୟ ଅଭିଯୁକ୍ତ ଅନ୍ୟ କେହି ଥିଲେ ବୋଲି କୁହାଯାଉଥିଲା। ଟିଟିଲାଗଡ଼ର ଧବଳେଶ୍ୱର ଟ୍ରଷ୍ଟ ବୋର୍ଡର ଅନେକ ଜାଗା ମାମଲା ରହିଛି ଏବଂ ଏହି ତହସିଲ ଅଞ୍ଚଳରେ ଜମି ମାଫିଆମାନେ ନିୟମିତ ଭାବେ ସକ୍ରିୟ ଥିବା ଦେଖାଯାଉଛି। ତହସିଲ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେମାନେ ବେଶ୍ ସକ୍ରିୟ ଅଛନ୍ତି। ବିଜେପୁର ପଞ୍ଚାୟତ ଅଧୀନରେ ଥିବା ଢାବାପଡ଼ାର ଏକ ସଂରକ୍ଷିତ ଜମିକୁ ନେଇ ଏହି ଘଟଣା ଘଟିଛି। ସମ୍ଭୁ ପ୍ରସାଦ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଉକ୍ତ ଜମି କିଣିବା ପାଇଁ ଜମି ମାଲିକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ବେଳେ, ଜମି ମାପଚୁପ କରିବାକୁ ଯାଇଥିବା ବେଳେ ସନ୍ତୋଷ ରାଣା ତାଙ୍କୁ ଜମି ନ କିଣିବାକୁ ତାଗିଦ କରିଥିଲେ। ଶ୍ରୀ ଅଗ୍ରୱାଲ ସହରର ଧବଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡର କେତେକ ଜାଗା ମାମଲାରେ ସଂଶ୍ଳିଷ୍ଟ ଥିବା ଓ ପୂର୍ବରୁ କିଣାବିକାରେ ସମ୍ପୃକ୍ତି ନେଇ ଚର୍ଚ୍ଚା ହେଉଛି। ସନ୍ତୋଷ ପୁଣି ଥରେ କ୍ରସରକୁ ଯାଇ ସମ୍ଭୁଙ୍କ ଉପରେ ଜମି ନ କିଣିବାକୁ ଚାପ ପକାଇଥିଲେ। ସୂଚନା ଅନୁଯାୟୀ, ଉକ୍ତ ଜମି ମାଫିଆ ଜଣେ ରାଜନୈତିକ ବ୍ୟକ୍ତି ହୋଇଥିବା ଓ ସଂରକ୍ଷିତ ଜମିକୁ ନିଜ ଅକ୍ତିଆରରେ ନେବାକୁ ଚାହୁଁଥିଲେ। ସେ କମ ମୂଲ୍ୟରେ ଜମି କିଣିବାକୁ ଯୋଜନା କରିଥିଲେ। ତେବେ ସମ୍ଭୁ ପ୍ରସାଦ ଅଗ୍ରୱାଲ ଜମି କିଣିବାକୁ ଯାଉଥିବା ଜାଣିବା ପରେ ସେ ସନ୍ତୋଷ ଏବଂ ଆଲୋକ ଦାଶଙ୍କୁ ପ୍ରଲୋଭିତ କରିଥିଲେ ଏବଂ ଭୟଭୀତ କରିବାକୁ ଯୋଜନା କରିଥିବା ଆଲୋଚନା ହେଉଛି। ଏହାକୁ ନେଇ ପୁଣି ଥରେ ଟିଟିଲାଗଡ଼ରେ ଚର୍ଚ୍ଚା ଜୋର ଧରିଛି ଯେ ଆଲୋକ ଦାଶଙ୍କୁ ଆଉ ଥରେ ଫସାଇ ଦିଆଗଲା। ଏହି ଘଟଣା ପଛର ପ୍ରକୃତ ଖଳନାୟକ କିଏ, ତାହା ପୋଲିସ ପ୍ରଶାସନ ଉଜାଗର କରିବ କି ନାହିଁ ତାହା ଦେଖିବାକୁ ବାକି ରହିଛି।1
- ବେଡ୍ ନପାଇ ରୋଗୀ ମୃତ୍ୟୁ ଘଟଣା, ଡିଫାଇନ କଳାହାଣ୍ଡି ତରଫରୁ ଦାବିପତ୍ର ପ୍ରଦାନ। କଳାହାଣ୍ଡି ସହିଦ ରେଣ୍ଡୋ ମାଝି ମେଡିକାଲ ରେ ଜଣେ ଗୁରୁତର ରୋଗୀଙ୍କୁ ଶଯ୍ୟା ମିଳିଲାନି। ବାରଣ୍ଡାର ଏକ ଚେୟାର ରେ ବସି ଧଇଁସଇଁ ହେଉଥିଲେ। ସେହି ଅବସ୍ଥାରେ ବାରଣ୍ଡାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସେହି ଅବସ୍ଥାରେ ତାଙ୍କ ଜୀବନ ମଧ୍ୟ ଚାଲିଗଲା । ତାଙ୍କ ଜୀବନ ବଞ୍ଚାଇବା ପାଇଁ ସର୍ବନିମ୍ନ ଚିକିତ୍ସା ସୁବିଧା ଯୋଗାଇବାରେ ବିଫଳ ହୋଇଥିଲା ମେଡିକଲ ପ୍ରଶାସନ। ଘଟଣାର ଭିଡିଓ ଭାଇରାଲ ହେବ ସହ ଖବର ପ୍ରକାଶନ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହୁଛନ୍ତି ଘଟଣା ସଂପର୍କରେ ବିଭାଗୀୟ ଡାକ୍ତର କହିଲେ ରୋଗୀ ନିଜେ ବାରଣ୍ଡାରେ ବସିବାକୁ କହିଥିଲେ। ତଦନ୍ତ ପାଇଁ କହିଛି ରିପୋର୍ଟ ଆସିଲେ ଜଣା ପଡ଼ିବ ବୋଲି ପ୍ରକାଶ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ମୃତ ଯୁବକ ଜଣକ ଭବାନୀପାଟଣା ସଦର ଥାନ ଅନ୍ତର୍ଗତ ଭିକାଝରନ ଗାଁର ରୋହିତ୍ ଶବର(୩୧) ବୋଲି ଜଣାପଡିଛି । ପୁରା ପରିବାର ତାଙ୍କ ଉପରେ ନିର୍ଭର କରୁଥୁଲା। ତାଙ୍କ ମୃତ୍ୟୁପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଜିଲ୍ଲାର ସର୍ବୋଚ୍ଚ ଚିକିତ୍ସାଳୟରେ ବାରମ୍ବାର ରୋଗୀର ଏଭଳି ଅବସ୍ଥା ହେଉଛି, ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ଘଟଣ। ସ୍ଥାନୀୟ ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ପଦାରେ ପକାଇଛି । ଏଥିପାଇଁ ଦାୟୀ କିଏ ଏବଂ କେଉଁ ପରିସ୍ଥିତିରେ ରୋଗୀଙ୍କୁ ବେଡ୍ ମିଳିଲାନି, ସେନେଇ ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏହି ଘଟଣାକୁ ନେଇ ଆଜି ଡିଫାଇନ କଳାହାଣ୍ଡି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମୃତ ପରିବାର କୁ କ୍ଷତିପୂରଣ ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ର ଶୀଘ୍ର ସମାଧାନ କରିବା ପାଇଁ ଦାବି ଜଣାଇଥିଲେ ଯଦି ମୁଖ୍ୟ ଚିକିତ୍ସାଳୟ ଠିକ୍ ଭାବରେ ନଚଳିବ ଓ ରୋଗୀ ଉଚିତ୍ ସେବା ନପାଇବେ ତାହେଲେ ଆଗାମୀ ଦିନରେ ଡିଫାଇନ କଳାହାଣ୍ଡି ତୀବ୍ର ଆନ୍ଦୋଳନ କରିବା ବୋଲି ଡିଫାଇନ କଳାହାଣ୍ଡି ର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି ।ଜୟନ୍ତ ନାଏକ,ଶୁନନ୍ଦ ପଟ୍ଟନାୟକ ,କାଳିଆ ସରାଫ,ଚୋଲ ଶଙ୍କର କହଁର,ପ୍ରକାଶ ମଙ୍ଗରାଜ,ବିଦ୍ୟାଧର ମୁଣ୍ଡ,ଟୁକୁ ରାଉତ,ଦେବେଶ ନାୟକ,ଲବଣୀ ସରାଫ,ଅନୁଜା ଥାନାପତି, ଜଳେଶ୍ଵର ଗହୀର,ମିଲୁ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।2
- ସାହସର ପ୍ରତୀକ ଚାମେଲୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ଗ୍ରାମବାସୀ1
- ସୋନପୁର ଜିଲ୍ଲାରେ ଅନେକ ଯୋଗ୍ୟ ହିତାଧିକାରୀ ଏବେ ବି ଭଙ୍ଗା କୁଡ଼ିଆ ଘରେ ଜୀବନ ବିତାଉଛନ୍ତି। ସରକାରଙ୍କ ପକ୍ଷରୁ ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ବିଭିନ୍ନ ଆବାସ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ସେମାନେ ଏହାର ସୁଫଳ ପାଇପାରୁ ନାହାନ୍ତି।1
- ସରପଞ୍ଚ ଚାମେଲୀ ଓଝା ଙ୍କୁ ନ୍ୟାୟ ଦାବୀ ରେ ସରକାରୀ କାର୍ଯ୍ୟ ଅ ସହଯୋଗ ନେଇ ଫିରିଙ୍ଗିଆ bdo ଙ୍କୁ ଦାବୀ ପତ୍ର ପ୍ରଦାନ କଲେ ଫିରିଙ୍ଗିଆ ସରପଞ୍ଚ ସଙ୍ଘ ସରପଞ୍ଚ ଚାମେଲୀ ଓଝା ଙ୍କୁ ନ୍ୟାୟ ଦାବୀ ନେଇ ସାରା ରାଜ୍ୟ ରେ ସରପଞ୍ଚ ସଙ୍ଘ ନିଜ ନିଜ ଜିଲ୍ଲା ରେ ଜିଲ୍ଲା ପାଳଙ୍କ ଜରିଆରେ ରାଜ୍ୟ ପାଳଙ୍କୁ ଉର୍ଦ୍ଧେଶ୍ୟ ରେ ପ୍ରଦାନ କରୁଥିବା ବେଳେ ନିଜ ନିଜ ବ୍ଲକ ରେ ଗୋଷ୍ଠୀ ଉନ୍ନୟନ ଅଧି କାରୀ ଙ୍କୁ ମଧ୍ୟ ସରକାରୀ କାର୍ଯ୍ୟ ରେ ସହଯୋଗ ନ କରିବା ପାଇଁ ରାଜ୍ୟ ସରପଞ୍ଚ ସଙ୍ଘ ଦାବୀ କରୁଥିବା ବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସରପଞ୍ଚ ସଙ୍ଘ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫିରିଙ୍ଗିଆ ଙ୍କୁ ଦାବୀ ପତ୍ର ଜଣେଇ ଥିବା ଦେଖିବାକୁ ମିଳିଛି1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାଟି ମଙ୍ଗଳବାର ରାତି ପ୍ରାୟ ଦୁଇଟା ସମୟରେ ଘଟିଛି, ଯେତେବେଳେ କାଳବୈଶାଖୀ ବର୍ଷା ଯୋଗୁଁ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯାଆ ଜୀବନ ହରାଇଛନ୍ତି। ଘଟଣାରେ ଆଉ ଜଣେ ସମ୍ପର୍କୀୟ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଗୌରାଙ୍ଗ ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ (୪୫) ରାତିରେ ପରିସ୍ରା କରିବାକୁ ବାହାରକୁ ଆସିଥିବାବେଳେ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। କିଛି ସମୟ ପରେ, ତାଙ୍କ ସାନ ଯାଆ ତଥା ବିଭୁତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ (୪୭) ମନୀଷାଙ୍କୁ ତଳେ ପଡିଥିବାର ଦେଖି ତାଙ୍କୁ ଉଠାଇବାକୁ ଯିବାବେଳେ ସେ ମଧ୍ୟ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମନୀଷାଙ୍କ ଜଣେ ସମ୍ପର୍କୀୟା ସବିତା ଦେହୁରୀ ଅଳ୍ପକେ ବଞ୍ଚି ଯାଇଥିଲେ ଏବଂ ସେ ଗୁରୁତର ଅବସ୍ଥାରେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମନୀଷା ଓ ରଞ୍ଜୁଙ୍କୁ ମୃତ ଘୋଷଣା କରିଥିଲେ। ରଜ ପର୍ବ ସମୟରେ ଏହି ଦୁଃଖଦ ଘଟଣା ସାରା ହିନ୍ଦୋଳରେ ଶୋକର ଛାୟା ଖେଳାଇ ଦେଇଛି। ଖବର ପାଇ ଆଜି ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଏବଂ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସମର୍ଥକମାନଙ୍କ ସହ ଦୁଇ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେମାନେ ଏହି ଗରିବ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ପୂର୍ବତନ ସାଂସଦ ମହେଶ ସାହୁ ତୁରନ୍ତ ରେଡକ୍ରସ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅତିକମରେ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ବିଧାୟିକା ସୀମାରାଣୀ ନାଏକ ଶୋକସନ୍ତପ୍ତ ପରିବାରକୁ ଶୀଘ୍ର ସରକାରୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।1
- ମହାନଦୀରୁ ଶବ ଉଦ୍ଧାର ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମହାନଦୀରେ ମାଛ ମାରିବାକୁ ଆସି ଜଣେ ୫୦।ବର୍ଷୀୟ ଯୁବକଙ୍କ ମୃତ୍ୟୁ। ଯୁବକ ହୀଙ୍ଗମା ଗ୍ରାମର ରମାକାନ୍ତ ନାୟକ ବୋଲି ଜଣାପଡିଛି। ସୋନପୁର ଅଗ୍ନିଶମ ବାହିନୀ ତେନ୍ତୁଲିଘାଟ ନ8କଟରୁ ଉଦ୍ଧାର କରିଥିବା ସୂଚନା।1
- ଶ୍ରୀ ମହାବୀର ପଞ୍ଚାଙ୍ଗ ଅନୁଯାୟୀ, ୧୮ ଜୁନ୍ ୨୦୨୬, ଗୁରୁବାର ଦିନଟି ଶିବ ବିବାହ ଉତ୍ସବ ଭାବରେ ପାଳିତ ହେବ। ଏହି ଦିନ ମିଥୁନ ମାସର ଚତୁର୍ଥ ଦିନ, ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀ ରାତି ୭:୦୧ ପର୍ଯ୍ୟନ୍ତ ରହିବ। ପୁଷ୍ୟା ନକ୍ଷତ୍ର ଦିନ ୧୨:୧୧ ପର୍ଯ୍ୟନ୍ତ ଏବଂ କର୍କଟ ଚନ୍ଦ୍ର ପୂର୍ଣ୍ଣ ଦିନ ପାଇଁ ରହିବ। ଯୋଗିନୀ ନୈଋତ କୋଣରେ ରହିବେ ଏବଂ ରାତି ୭:୦୧ ପରେ ଦକ୍ଷିଣ ଦିଗରେ ଯାତ୍ରା କିମ୍ବା ଶୁଭ କାର୍ଯ୍ୟ ନିଷିଦ୍ଧ। ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଦିନଟି ଘାତବାର। ଦିନ ୧୨:୧୧ ପରେ ମଘା, ପୂର୍ବାଫାଲ୍ଗୁନୀ, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢ଼ା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ରପଦ, ଅଶ୍ୱିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା ନକ୍ଷତ୍ରର ତାରାଶୁଦ୍ଧି ରହିବ। ଦିନ ୩:୦୬ ରୁ ୬:୨୪ ମଧ୍ୟରେ କାଳ ଓ ବାରବେଳା ଏବଂ ରାତି ୧୧:୪୮ ରୁ ୧:୧୦ ମଧ୍ୟରେ କାଳରାତ୍ରି ରହିଛି। ଚତୁର୍ଥୀରେ ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କରାଯିବ। ରାତି ୭:୦୧ ପରେ ମୂଳା ଓ ବେଲ ଭକ୍ଷଣ ନିଷେଧ। ଅମୃତ ବେଳା ଦିନ ୨:୪୮ ରୁ ୫:୧୨, ରାତି ୭:୧୨ ରୁ ୯:୩୬, ରାତି ୧୨:୪୮ ରୁ ୩:୧୨ ଏବଂ ଭୋର ୪:୪୮ ରୁ ୫:୧୨ ମଧ୍ୟରେ ରହିଛି। ମାହେନ୍ଦ୍ର ବେଳା ପ୍ରାତଃ ୬:୦୦ ମଧ୍ୟରେ ଏବଂ ସକାଳ ୯:୧୨ ରୁ ୧୦:୪୮ ମଧ୍ୟରେ ରହିବ। ରାଶିଫଳ ଅନୁଯାୟୀ, ମେଷ ରାଶିର ବ୍ୟକ୍ତିଙ୍କ ମନରେ ନୂଆ ବିଚାର ଆସିବ ଏବଂ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବୃଷ ରାଶିର ବ୍ୟକ୍ତିଙ୍କ ସାହସ ଓ ଭାବିବାର କ୍ଷମତା ଅଲଗା ହେବ, ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ମିଥୁନ ରାଶିର ବ୍ୟକ୍ତିଙ୍କ ପୂଜାପାଠରେ ସମୟ ବିତିବ ଏବଂ ବ୍ୟାପାର ବୃଦ୍ଧି ପାଇଁ ବଡ଼ କମ୍ପାନୀ ସହ ଡିଲ୍ କରିବେ। କର୍କଟ ରାଶିର ବ୍ୟକ୍ତିମାନେ ନୂଆ ସୁଯୋଗ ପାଇଁ ପ୍ରସ୍ତୁତ ରହିବେ ଏବଂ ଛାତ୍ରଙ୍କୁ ପାଠପଢ଼ାରେ ସଫଳତା ମିଳିବ। ସିଂହ ରାଶିର ବ୍ୟକ୍ତିଙ୍କ ପୂର୍ବ କଥାକୁ ନେଇ ଚିନ୍ତା ବଢ଼ିପାରେ, କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କନ୍ୟା ରାଶିର ବ୍ୟକ୍ତିଙ୍କୁ କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ ଏବଂ ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ତୁଳା ରାଶିର ବ୍ୟକ୍ତିଙ୍କୁ ପୂର୍ବରୁ କରିଆସୁଥିବା କାମରେ ଲାଭ ମିଳିବ ଏବଂ ପାରିବାରିକ ଖୁସି ଆସିବ। ବିଛା ରାଶିର ବ୍ୟକ୍ତିମାନେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ବଡ଼ ପଦକ୍ଷେପ ନିଅନ୍ତୁ, ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଧନୁ ରାଶିର ବ୍ୟକ୍ତିମାନେ ପାରିବାରିକ ଦାୟିତ୍ୱ ସମ୍ପୂର୍ଣ୍ଣ କରିବେ ଏବଂ ଅଫିସରେ ପ୍ରଶଂସା ପାଇବେ। ମକର ରାଶିର ବ୍ୟକ୍ତିମାନେ ନିଜ ଲକ୍ଷ୍ୟ ଆଡ଼କୁ ଧ୍ୟାନ ଦେବେ ଏବଂ ଚାକିରିଜୀବୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନଲାଭ ହେବ, ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ମୀନ ରାଶିର ବ୍ୟକ୍ତିଙ୍କ ଦିନଟି ଧାର୍ମିକ ଗତିବିଧିରେ ବିତିବ, ଓକିଲଙ୍କୁ ପୁରୁଣା ମକଦ୍ଦମାରେ ବିଜୟ ମିଳିବ ଏବଂ ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରିବା ଉଚିତ୍।1
- ଆଜି, ଜୁନ ୧୮, ଗୁରୁବାର, ଓଡ଼ିଶାରେ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି, କାରଣ ପାଣିପାଗ ବିଭାଗ ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ଏହା ସହିତ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଆଜି ଖୋଲୁଛି। ତେବେ ସୁବର୍ଣ୍ଣପୁରରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଏବଂ ବରଗଡରେ ଜୁନ ୨୨ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାର ୭୬,୬୧୨ କୋଟି ଟଙ୍କାର ୨୦ଟି ବୃହତ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗଞ୍ଜାମରେ ଟାଟା ପାୱାର ରିନିଉଏବଲ୍ ଏନର୍ଜି ଦ୍ୱାରା ୧୦,୦୦୦ କୋଟି ଟଙ୍କାର ସୋଲାର ପିଭି ସେଲ୍ ଉତ୍ପାଦନ କେନ୍ଦ୍ର, ଯାଜପୁର ସହର ପାଖରେ ଜୁପିଟର ୱାଗନ୍ସ ଲିମିଟେଡ୍ ଦ୍ୱାରା ୧୫୦୦ କୋଟି ଟଙ୍କାର ରେଳ କୋଚ୍ ନିର୍ମାଣ କାରଖାନା, ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍ ଦ୍ୱାରା ୭୫୮୦ କୋଟି ଟଙ୍କାର ସମନ୍ୱିତ ଇସ୍ପାତ କାରଖାନା ଏବଂ ମାଲକାନଗିରିରେ ରାଜପୁଷ୍ପା ରେନୋଭା କମ୍ପାନୀ ଦ୍ୱାରା ୫୦୦୦ କୋଟି ଟଙ୍କାର ପମ୍ପଡ୍ ଷ୍ଟୋରେଜ୍ ହାଇଡ୍ରୋ ପାୱାର ପ୍ଲାଣ୍ଟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଝାରସୁଗୁଡ଼ାରେ କେୟୁ ଉର୍ଜା ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ୨୪୦୦ କୋଟି ଟଙ୍କାର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ସୁନ୍ଦରଗଡ଼ରେ ଓଡ଼ିଶା ଆଲୟ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଏକ ଲୁହାପଥର ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରାଯିବ। ଖୋର୍ଦ୍ଧାରେ ଲ୍ୟାବ୍ ଗ୍ରୋନ୍ ଡାଇମଣ୍ଡ (କୃତ୍ରିମ ହୀରା) କାରଖାନା ପାଇଁ ତିନୋଟି କମ୍ପାନୀକୁ ମଞ୍ଜୁରୀ ମିଳିଛି, ଯାହା ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ସିଙ୍ଗାପୁରର ହାଇକମିଶନର ସାଇମନ୍ ୱଙ୍ଗ ଲୋକସେବା ଭବନରେ ଭେଟିଛନ୍ତି। ରାଜ୍ୟ ସରକାର ପ୍ରେସ୍କ୍ରିପ୍ସନ୍ ବିନା କଫ୍ ସିରପ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସ୍କୁଲ ବହିରେ ହୋଇଥିବା ପ୍ରିଣ୍ଟିଂ ତ୍ରୁଟିକୁ ନେଇ ମନ୍ତ୍ରୀ ଗଣ୍ଡ ସମୟ ଅଭାବରୁ ଏହା ହୋଇଥିବା ସ୍ୱୀକାର କରିଛନ୍ତି ଏବଂ ଏଥିପାଇଁ କାମ ନେଇଥିବା ସଂସ୍ଥା ଉପରେ ସନ୍ଦେହ ପ୍ରକାଶ ପାଇଛି। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଜୁନ ୨୮ ତାରିଖରେ ଅନୁଷ୍ଠିତ ହେବ, ଯେଉଁଥିରେ ୯୭,୦୦୦ରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। କେନ୍ଦ୍ରାପଡା ତିଖିରିର ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି, ଯାହାଙ୍କୁ ପୋଲିସ ଅଭିଯୋଗରେ ଗିରଫ କରାଯାଇଥିଲା। ଭୁବନେଶ୍ୱରର ୟୁନିଟ୍ ୧ ହାଟରେ ଅଗ୍ନିକାଣ୍ଡ ରୋକିବା ପାଇଁ ବଜାର ଅଞ୍ଚଳରେ ୱାଟର ସ୍ପ୍ରିଙ୍କଲର ସିଷ୍ଟମ ନିର୍ମାଣ କରାଯିବ। ଅପରାଧ ସମ୍ବନ୍ଧୀୟ ଖବର ମଧ୍ୟରେ, ଭୁବନେଶ୍ୱରର ଜଣେ ଯନ୍ତ୍ରୀ ଜାଲିଆତି ଅଭିଯୋଗରେ ଗିରଫ ହୋଇଛନ୍ତି। ସେ ଉପବାଚସ୍ପତିଙ୍କ ନକଲି ଚିଠି କରି ବଦଳି ପାଇଁ ଆବେଦନ କରିଥିଲେ। ମଞ୍ଚେଶ୍ୱର ଥାନାର ଜଣେ ଏଏସଆଇ ଓ ହୋମ୍ ଗାର୍ଡ ମୋବାଇଲ ଫେରସ୍ତ ପାଇଁ ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ରେଳବାଇ ଚାକିରି କରାଇ ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱରରେ ବାପ-ଝିଅ ଗିରଫ ହୋଇଛନ୍ତି। ରାଉରକେଲା ସହରରେ ଏକ ସୁନା ଦୋକାନରୁ ଲୁଟ୍ ଅଭିଯୋଗରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ଅନୁଗୁଳ ନିକଟରେ ପୋଲିସ ଏକ ବଡ଼ ଗାଡ଼ି ଚୋରି ରାକେଟର ପର୍ଦ୍ଦାଫାଶ କରିବା ସହ ପାଞ୍ଚଟି ମୋଟରସାଇକେଲ୍ ସହ ଦୁଇ ଜଣଙ୍କୁ ଗିରଫ କରିଛି। ଭଦ୍ରକରେ ଜାଲ ନୋଟ୍ ଅଭିଯୋଗରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି, ତାଙ୍କ ନିକଟରୁ ଅନେକ ୫୦୦ ଟଙ୍କିଆ ନକଲି ନୋଟ୍ ମିଳିଛି। କେନ୍ଦ୍ର ସରକାର ପ୍ରଥମ ଚାକିରିଆଙ୍କ ପାଇଁ PM-VBRY ଅଧୀନରେ ୧୫,୦୦୦ ଟଙ୍କା ଆକାଉଣ୍ଟକୁ ପଠାଇ ଉପହାର ଦେଇଛନ୍ତି। ଶେୟାର ବଜାରରେ ମାର୍କେଟ୍ କ୍ୟାପ୍ ୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ମେଟା କମ୍ପାନୀ ନିଜର AI ପ୍ରକଳ୍ପ ପାଇଁ ପାଣ୍ଡି ସଂଗ୍ରହ କରିବାକୁ ଯାଉଛି, ଯାହା ପାଇଁ ହ୍ୱାଟ୍ସଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ମାସିକ ସବସ୍କ୍ରିପସନ ବ୍ୟବସ୍ଥା ଲାଗୁ ହୋଇପାରେ। ଆମେରିକା ସରକାର ଆନ୍ଥ୍ରୋପିକ୍ ଫେବୁଲ୍ ୫ ଏବଂ ମାଇଥୋସ୍ ୫ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ଏହି ନିଷ୍ପତ୍ତି ପରେ ବିଭିନ୍ନ ଦେଶରେ ଘରୋଇ କୃତ୍ରିମ ବୁଦ୍ଧିମତା ଭିତ୍ତିଭୂମିର ବିକାଶ ପାଇଁ ଦାବି ବୃଦ୍ଧି ପାଇଛି। କ୍ରିକେଟ ଖବର ମଧ୍ୟରେ, ଲକ୍ଷ୍ନୌଠାରେ ଅନୁଷ୍ଠିତ ମ୍ୟାଚରେ ଶୁଭମନ ଗିଲ୍ ଏବଂ ଈଶାନ କିଷାନଙ୍କ ଚମତ୍କାର ଶତକ ବଳରେ ଭାରତ ଆଫଗାନିସ୍ତାନକୁ ପରାସ୍ତ କରିଛି। ଡାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜ୍ ମ୍ୟାଚରେ ଭାରତୀୟ ଏ ଦଳ ଆଫଗାନିସ୍ତାନକୁ ୧୦୧ ରନରେ ହରାଇଛି। ମହିଳା ଟି-୨୦ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ସ୍ମୃତି ମାନ୍ଧନାଙ୍କ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ବଳରେ ଭାରତ ନେଦରଲାଣ୍ଡକୁ ପରାସ୍ତ କରିଛି। ମୁମ୍ବାଇଠାରେ ଆୟୋଜିତ ଫିଟ୍ ଇଣ୍ଡିଆ ସାଇକ୍ଲୋଥନ ପ୍ରତିଯୋଗିତାରେ ଅଭିନେତା ଜ୍ୟାକି ଶ୍ରଫ୍ ଅଂଶଗ୍ରହଣ କରିଛନ୍ତି। କ୍ରିକେଟ୍ ତାରକା ଆକାଶଦୀପ ଖୁବ୍ ଶୀଘ୍ର ଅକ୍ଷିତାରାଜଙ୍କୁ ବିବାହ କରିବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି।1