logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାଟି ମଙ୍ଗଳବାର ରାତି ପ୍ରାୟ ଦୁଇଟା ସମୟରେ ଘଟିଛି, ଯେତେବେଳେ କାଳବୈଶାଖୀ ବର୍ଷା ଯୋଗୁଁ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯାଆ ଜୀବନ ହରାଇଛନ୍ତି। ଘଟଣାରେ ଆଉ ଜଣେ ସମ୍ପର୍କୀୟ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଗୌରାଙ୍ଗ ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ (୪୫) ରାତିରେ ପରିସ୍ରା କରିବାକୁ ବାହାରକୁ ଆସିଥିବାବେଳେ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। କିଛି ସମୟ ପରେ, ତାଙ୍କ ସାନ ଯାଆ ତଥା ବିଭୁତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ (୪୭) ମନୀଷାଙ୍କୁ ତଳେ ପଡିଥିବାର ଦେଖି ତାଙ୍କୁ ଉଠାଇବାକୁ ଯିବାବେଳେ ସେ ମଧ୍ୟ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମନୀଷାଙ୍କ ଜଣେ ସମ୍ପର୍କୀୟା ସବିତା ଦେହୁରୀ ଅଳ୍ପକେ ବଞ୍ଚି ଯାଇଥିଲେ ଏବଂ ସେ ଗୁରୁତର ଅବସ୍ଥାରେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମନୀଷା ଓ ରଞ୍ଜୁଙ୍କୁ ମୃତ ଘୋଷଣା କରିଥିଲେ। ରଜ ପର୍ବ ସମୟରେ ଏହି ଦୁଃଖଦ ଘଟଣା ସାରା ହିନ୍ଦୋଳରେ ଶୋକର ଛାୟା ଖେଳାଇ ଦେଇଛି। ଖବର ପାଇ ଆଜି ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଏବଂ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସମର୍ଥକମାନଙ୍କ ସହ ଦୁଇ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେମାନେ ଏହି ଗରିବ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ପୂର୍ବତନ ସାଂସଦ ମହେଶ ସାହୁ ତୁରନ୍ତ ରେଡକ୍ରସ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅତିକମରେ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ବିଧାୟିକା ସୀମାରାଣୀ ନାଏକ ଶୋକସନ୍ତପ୍ତ ପରିବାରକୁ ଶୀଘ୍ର ସରକାରୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

4 hrs ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
4 hrs ago

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାଟି ମଙ୍ଗଳବାର ରାତି ପ୍ରାୟ ଦୁଇଟା ସମୟରେ ଘଟିଛି, ଯେତେବେଳେ କାଳବୈଶାଖୀ ବର୍ଷା ଯୋଗୁଁ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯାଆ ଜୀବନ ହରାଇଛନ୍ତି। ଘଟଣାରେ ଆଉ ଜଣେ ସମ୍ପର୍କୀୟ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଗୌରାଙ୍ଗ ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ (୪୫) ରାତିରେ ପରିସ୍ରା କରିବାକୁ ବାହାରକୁ ଆସିଥିବାବେଳେ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। କିଛି ସମୟ ପରେ, ତାଙ୍କ ସାନ ଯାଆ ତଥା ବିଭୁତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ (୪୭) ମନୀଷାଙ୍କୁ ତଳେ ପଡିଥିବାର ଦେଖି ତାଙ୍କୁ ଉଠାଇବାକୁ ଯିବାବେଳେ ସେ ମଧ୍ୟ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମନୀଷାଙ୍କ ଜଣେ ସମ୍ପର୍କୀୟା ସବିତା ଦେହୁରୀ ଅଳ୍ପକେ ବଞ୍ଚି ଯାଇଥିଲେ ଏବଂ ସେ ଗୁରୁତର ଅବସ୍ଥାରେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମନୀଷା ଓ ରଞ୍ଜୁଙ୍କୁ ମୃତ ଘୋଷଣା କରିଥିଲେ। ରଜ ପର୍ବ ସମୟରେ ଏହି ଦୁଃଖଦ ଘଟଣା ସାରା ହିନ୍ଦୋଳରେ ଶୋକର ଛାୟା ଖେଳାଇ ଦେଇଛି। ଖବର ପାଇ ଆଜି ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଏବଂ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସମର୍ଥକମାନଙ୍କ ସହ ଦୁଇ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେମାନେ ଏହି ଗରିବ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ପୂର୍ବତନ ସାଂସଦ ମହେଶ ସାହୁ ତୁରନ୍ତ ରେଡକ୍ରସ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅତିକମରେ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ବିଧାୟିକା ସୀମାରାଣୀ ନାଏକ ଶୋକସନ୍ତପ୍ତ ପରିବାରକୁ ଶୀଘ୍ର ସରକାରୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

More news from ଓଡ଼ିଶା and nearby areas
  • ମହାନଦୀରୁ ଶବ ଉଦ୍ଧାର ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମହାନଦୀରେ ମାଛ ମାରିବାକୁ ଆସି ଜଣେ ୫୦।ବର୍ଷୀୟ ଯୁବକଙ୍କ ମୃତ୍ୟୁ। ଯୁବକ ହୀଙ୍ଗମା ଗ୍ରାମର ରମାକାନ୍ତ ନାୟକ ବୋଲି ଜଣାପଡିଛି। ସୋନପୁର ଅଗ୍ନିଶମ ବାହିନୀ ତେନ୍ତୁଲିଘାଟ ନ8କଟରୁ ଉଦ୍ଧାର କରିଥିବା ସୂଚନା।
    1
    ମହାନଦୀରୁ ଶବ ଉଦ୍ଧାର
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମହାନଦୀରେ ମାଛ ମାରିବାକୁ ଆସି ଜଣେ ୫୦।ବର୍ଷୀୟ ଯୁବକଙ୍କ ମୃତ୍ୟୁ। ଯୁବକ ହୀଙ୍ଗମା ଗ୍ରାମର ରମାକାନ୍ତ ନାୟକ ବୋଲି ଜଣାପଡିଛି। ସୋନପୁର ଅଗ୍ନିଶମ ବାହିନୀ ତେନ୍ତୁଲିଘାଟ ନ8କଟରୁ ଉଦ୍ଧାର କରିଥିବା ସୂଚନା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ବାଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ସର୍ଗିଗୁଡ଼ା ଅଞ୍ଚଳରେ ରୁପେଶ ବେହେରାଙ୍କ ବାସଭବନର ବାଡ଼ ଡେଇଁ କିଛି ଅଜଣା ଦୁର୍ବୁତ୍ତ ଗତ ବିଳମ୍ବିତ ରାତିରେ ଦୁଇଟି ବାଇକକୁ ପୋଡ଼ି ଛାରଖାର କରିଦେଇଛନ୍ତି। ଏହି ଘଟଣାକୁ ନେଇ ଟିଟିଲାଗଡ଼ ପୋଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମାମଲା ଅନୁଯାୟୀ, ଗତ ରାତିରେ ରୁପେଶ ବେହେରା ଏବଂ ତାଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୋଟରସାଇକେଲ ଘରର ପଟିକ ତଳେ ଥିବାବେଳେ ମୁଖ୍ୟ ଗେଟରେ ତାଲା ପକାଇ ସମସ୍ତେ ଶୋଇପଡ଼ିଥିଲେ। ରାତିରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେବା ସହ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିବା ଫଳରେ ଦୁଇଟି ବାଇକ ସମ୍ପୂର୍ଣ୍ଣ ରୂପେ ପୋଡ଼ିଯିବା ସହ ବିଦ୍ୟୁତ ମିଟର ଓ ତାର ଆଦି ମଧ୍ୟ ନିଆଁରେ ଜଳିଯାଇଛି। ଘର ବାଡ଼ ଡେଇଁ ଦୁର୍ବୁତ୍ତମାନେ ପଶିଥିବାର ଚିହ୍ନ ମଧ୍ୟ ରହିଛି। ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ କେତେକ ଦୁର୍ବୁତ୍ତ ଗାଡ଼ି ଚୋରି କରିବା କିମ୍ବା ଗାଡ଼ିରୁ ପେଟ୍ରୋଲ ଚୋରି କରିବା ଉଦ୍ଦେଶ୍ୟରେ ଘର ଭିତରକୁ ପଶିଥିବାବେଳେ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। କିଛି ଦିନ ହେବ ସର୍ଗିଗୁଡ଼ା ଅଞ୍ଚଳରେ ମଧ୍ୟରାତ୍ରିରେ ଦୁର୍ବୁତ୍ତମାନେ ଗାଡ଼ି ଓ ବାଇକରୁ ତେଲ ଚୋରି କରୁଥିବା ଅଭିଯୋଗ ହେଉଛି। ଟିଟିଲାଗଡ଼ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
    4
    ବାଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ସର୍ଗିଗୁଡ଼ା ଅଞ୍ଚଳରେ ରୁପେଶ ବେହେରାଙ୍କ ବାସଭବନର ବାଡ଼ ଡେଇଁ କିଛି ଅଜଣା ଦୁର୍ବୁତ୍ତ ଗତ ବିଳମ୍ବିତ ରାତିରେ ଦୁଇଟି ବାଇକକୁ ପୋଡ଼ି ଛାରଖାର କରିଦେଇଛନ୍ତି। ଏହି ଘଟଣାକୁ ନେଇ ଟିଟିଲାଗଡ଼ ପୋଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ମାମଲା ଅନୁଯାୟୀ, ଗତ ରାତିରେ ରୁପେଶ ବେହେରା ଏବଂ ତାଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୋଟରସାଇକେଲ ଘରର ପଟିକ ତଳେ ଥିବାବେଳେ ମୁଖ୍ୟ ଗେଟରେ ତାଲା ପକାଇ ସମସ୍ତେ ଶୋଇପଡ଼ିଥିଲେ। ରାତିରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେବା ସହ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିବା ଫଳରେ ଦୁଇଟି ବାଇକ ସମ୍ପୂର୍ଣ୍ଣ ରୂପେ ପୋଡ଼ିଯିବା ସହ ବିଦ୍ୟୁତ ମିଟର ଓ ତାର ଆଦି ମଧ୍ୟ ନିଆଁରେ ଜଳିଯାଇଛି। ଘର ବାଡ଼ ଡେଇଁ ଦୁର୍ବୁତ୍ତମାନେ ପଶିଥିବାର ଚିହ୍ନ ମଧ୍ୟ ରହିଛି।

ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ କେତେକ ଦୁର୍ବୁତ୍ତ ଗାଡ଼ି ଚୋରି କରିବା କିମ୍ବା ଗାଡ଼ିରୁ ପେଟ୍ରୋଲ ଚୋରି କରିବା ଉଦ୍ଦେଶ୍ୟରେ ଘର ଭିତରକୁ ପଶିଥିବାବେଳେ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। କିଛି ଦିନ ହେବ ସର୍ଗିଗୁଡ଼ା ଅଞ୍ଚଳରେ ମଧ୍ୟରାତ୍ରିରେ ଦୁର୍ବୁତ୍ତମାନେ ଗାଡ଼ି ଓ ବାଇକରୁ ତେଲ ଚୋରି କରୁଥିବା ଅଭିଯୋଗ ହେଉଛି। ଟିଟିଲାଗଡ଼ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • ଶ୍ରୀ ମହାବୀର ପଞ୍ଚାଙ୍ଗ ଅନୁଯାୟୀ, ୧୮ ଜୁନ୍ ୨୦୨୬, ଗୁରୁବାର ଦିନଟି ଶିବ ବିବାହ ଉତ୍ସବ ଭାବରେ ପାଳିତ ହେବ। ଏହି ଦିନ ମିଥୁନ ମାସର ଚତୁର୍ଥ ଦିନ, ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀ ରାତି ୭:୦୧ ପର୍ଯ୍ୟନ୍ତ ରହିବ। ପୁଷ୍ୟା ନକ୍ଷତ୍ର ଦିନ ୧୨:୧୧ ପର୍ଯ୍ୟନ୍ତ ଏବଂ କର୍କଟ ଚନ୍ଦ୍ର ପୂର୍ଣ୍ଣ ଦିନ ପାଇଁ ରହିବ। ଯୋଗିନୀ ନୈଋତ କୋଣରେ ରହିବେ ଏବଂ ରାତି ୭:୦୧ ପରେ ଦକ୍ଷିଣ ଦିଗରେ ଯାତ୍ରା କିମ୍ବା ଶୁଭ କାର୍ଯ୍ୟ ନିଷିଦ୍ଧ। ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଦିନଟି ଘାତବାର। ଦିନ ୧୨:୧୧ ପରେ ମଘା, ପୂର୍ବାଫାଲ୍ଗୁନୀ, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢ଼ା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ରପଦ, ଅଶ୍ୱିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା ନକ୍ଷତ୍ରର ତାରାଶୁଦ୍ଧି ରହିବ। ଦିନ ୩:୦୬ ରୁ ୬:୨୪ ମଧ୍ୟରେ କାଳ ଓ ବାରବେଳା ଏବଂ ରାତି ୧୧:୪୮ ରୁ ୧:୧୦ ମଧ୍ୟରେ କାଳରାତ୍ରି ରହିଛି। ଚତୁର୍ଥୀରେ ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କରାଯିବ। ରାତି ୭:୦୧ ପରେ ମୂଳା ଓ ବେଲ ଭକ୍ଷଣ ନିଷେଧ। ଅମୃତ ବେଳା ଦିନ ୨:୪୮ ରୁ ୫:୧୨, ରାତି ୭:୧୨ ରୁ ୯:୩୬, ରାତି ୧୨:୪୮ ରୁ ୩:୧୨ ଏବଂ ଭୋର ୪:୪୮ ରୁ ୫:୧୨ ମଧ୍ୟରେ ରହିଛି। ମାହେନ୍ଦ୍ର ବେଳା ପ୍ରାତଃ ୬:୦୦ ମଧ୍ୟରେ ଏବଂ ସକାଳ ୯:୧୨ ରୁ ୧୦:୪୮ ମଧ୍ୟରେ ରହିବ। ରାଶିଫଳ ଅନୁଯାୟୀ, ମେଷ ରାଶିର ବ୍ୟକ୍ତିଙ୍କ ମନରେ ନୂଆ ବିଚାର ଆସିବ ଏବଂ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବୃଷ ରାଶିର ବ୍ୟକ୍ତିଙ୍କ ସାହସ ଓ ଭାବିବାର କ୍ଷମତା ଅଲଗା ହେବ, ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ମିଥୁନ ରାଶିର ବ୍ୟକ୍ତିଙ୍କ ପୂଜାପାଠରେ ସମୟ ବିତିବ ଏବଂ ବ୍ୟାପାର ବୃଦ୍ଧି ପାଇଁ ବଡ଼ କମ୍ପାନୀ ସହ ଡିଲ୍ କରିବେ। କର୍କଟ ରାଶିର ବ୍ୟକ୍ତିମାନେ ନୂଆ ସୁଯୋଗ ପାଇଁ ପ୍ରସ୍ତୁତ ରହିବେ ଏବଂ ଛାତ୍ରଙ୍କୁ ପାଠପଢ଼ାରେ ସଫଳତା ମିଳିବ। ସିଂହ ରାଶିର ବ୍ୟକ୍ତିଙ୍କ ପୂର୍ବ କଥାକୁ ନେଇ ଚିନ୍ତା ବଢ଼ିପାରେ, କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କନ୍ୟା ରାଶିର ବ୍ୟକ୍ତିଙ୍କୁ କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ ଏବଂ ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ତୁଳା ରାଶିର ବ୍ୟକ୍ତିଙ୍କୁ ପୂର୍ବରୁ କରିଆସୁଥିବା କାମରେ ଲାଭ ମିଳିବ ଏବଂ ପାରିବାରିକ ଖୁସି ଆସିବ। ବିଛା ରାଶିର ବ୍ୟକ୍ତିମାନେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ବଡ଼ ପଦକ୍ଷେପ ନିଅନ୍ତୁ, ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଧନୁ ରାଶିର ବ୍ୟକ୍ତିମାନେ ପାରିବାରିକ ଦାୟିତ୍ୱ ସମ୍ପୂର୍ଣ୍ଣ କରିବେ ଏବଂ ଅଫିସରେ ପ୍ରଶଂସା ପାଇବେ। ମକର ରାଶିର ବ୍ୟକ୍ତିମାନେ ନିଜ ଲକ୍ଷ୍ୟ ଆଡ଼କୁ ଧ୍ୟାନ ଦେବେ ଏବଂ ଚାକିରିଜୀବୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନଲାଭ ହେବ, ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ମୀନ ରାଶିର ବ୍ୟକ୍ତିଙ୍କ ଦିନଟି ଧାର୍ମିକ ଗତିବିଧିରେ ବିତିବ, ଓକିଲଙ୍କୁ ପୁରୁଣା ମକଦ୍ଦମାରେ ବିଜୟ ମିଳିବ ଏବଂ ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରିବା ଉଚିତ୍।
    1
    ଶ୍ରୀ ମହାବୀର ପଞ୍ଚାଙ୍ଗ ଅନୁଯାୟୀ, ୧୮ ଜୁନ୍ ୨୦୨୬, ଗୁରୁବାର ଦିନଟି ଶିବ ବିବାହ ଉତ୍ସବ ଭାବରେ ପାଳିତ ହେବ। ଏହି ଦିନ ମିଥୁନ ମାସର ଚତୁର୍ଥ ଦିନ, ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀ ରାତି ୭:୦୧ ପର୍ଯ୍ୟନ୍ତ ରହିବ। ପୁଷ୍ୟା ନକ୍ଷତ୍ର ଦିନ ୧୨:୧୧ ପର୍ଯ୍ୟନ୍ତ ଏବଂ କର୍କଟ ଚନ୍ଦ୍ର ପୂର୍ଣ୍ଣ ଦିନ ପାଇଁ ରହିବ। ଯୋଗିନୀ ନୈଋତ କୋଣରେ ରହିବେ ଏବଂ ରାତି ୭:୦୧ ପରେ ଦକ୍ଷିଣ ଦିଗରେ ଯାତ୍ରା କିମ୍ବା ଶୁଭ କାର୍ଯ୍ୟ ନିଷିଦ୍ଧ। ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଦିନଟି ଘାତବାର। ଦିନ ୧୨:୧୧ ପରେ ମଘା, ପୂର୍ବାଫାଲ୍ଗୁନୀ, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢ଼ା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ରପଦ, ଅଶ୍ୱିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା ନକ୍ଷତ୍ରର ତାରାଶୁଦ୍ଧି ରହିବ। ଦିନ ୩:୦୬ ରୁ ୬:୨୪ ମଧ୍ୟରେ କାଳ ଓ ବାରବେଳା ଏବଂ ରାତି ୧୧:୪୮ ରୁ ୧:୧୦ ମଧ୍ୟରେ କାଳରାତ୍ରି ରହିଛି। ଚତୁର୍ଥୀରେ ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କରାଯିବ। ରାତି ୭:୦୧ ପରେ ମୂଳା ଓ ବେଲ ଭକ୍ଷଣ ନିଷେଧ। ଅମୃତ ବେଳା ଦିନ ୨:୪୮ ରୁ ୫:୧୨, ରାତି ୭:୧୨ ରୁ ୯:୩୬, ରାତି ୧୨:୪୮ ରୁ ୩:୧୨ ଏବଂ ଭୋର ୪:୪୮ ରୁ ୫:୧୨ ମଧ୍ୟରେ ରହିଛି। ମାହେନ୍ଦ୍ର ବେଳା ପ୍ରାତଃ ୬:୦୦ ମଧ୍ୟରେ ଏବଂ ସକାଳ ୯:୧୨ ରୁ ୧୦:୪୮ ମଧ୍ୟରେ ରହିବ।

ରାଶିଫଳ ଅନୁଯାୟୀ, ମେଷ ରାଶିର ବ୍ୟକ୍ତିଙ୍କ ମନରେ ନୂଆ ବିଚାର ଆସିବ ଏବଂ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବୃଷ ରାଶିର ବ୍ୟକ୍ତିଙ୍କ ସାହସ ଓ ଭାବିବାର କ୍ଷମତା ଅଲଗା ହେବ, ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ମିଥୁନ ରାଶିର ବ୍ୟକ୍ତିଙ୍କ ପୂଜାପାଠରେ ସମୟ ବିତିବ ଏବଂ ବ୍ୟାପାର ବୃଦ୍ଧି ପାଇଁ ବଡ଼ କମ୍ପାନୀ ସହ ଡିଲ୍ କରିବେ। କର୍କଟ ରାଶିର ବ୍ୟକ୍ତିମାନେ ନୂଆ ସୁଯୋଗ ପାଇଁ ପ୍ରସ୍ତୁତ ରହିବେ ଏବଂ ଛାତ୍ରଙ୍କୁ ପାଠପଢ଼ାରେ ସଫଳତା ମିଳିବ। ସିଂହ ରାଶିର ବ୍ୟକ୍ତିଙ୍କ ପୂର୍ବ କଥାକୁ ନେଇ ଚିନ୍ତା ବଢ଼ିପାରେ, କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କନ୍ୟା ରାଶିର ବ୍ୟକ୍ତିଙ୍କୁ କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ ଏବଂ ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ।

ତୁଳା ରାଶିର ବ୍ୟକ୍ତିଙ୍କୁ ପୂର୍ବରୁ କରିଆସୁଥିବା କାମରେ ଲାଭ ମିଳିବ ଏବଂ ପାରିବାରିକ ଖୁସି ଆସିବ। ବିଛା ରାଶିର ବ୍ୟକ୍ତିମାନେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ବଡ଼ ପଦକ୍ଷେପ ନିଅନ୍ତୁ, ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଧନୁ ରାଶିର ବ୍ୟକ୍ତିମାନେ ପାରିବାରିକ ଦାୟିତ୍ୱ ସମ୍ପୂର୍ଣ୍ଣ କରିବେ ଏବଂ ଅଫିସରେ ପ୍ରଶଂସା ପାଇବେ। ମକର ରାଶିର ବ୍ୟକ୍ତିମାନେ ନିଜ ଲକ୍ଷ୍ୟ ଆଡ଼କୁ ଧ୍ୟାନ ଦେବେ ଏବଂ ଚାକିରିଜୀବୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନଲାଭ ହେବ, ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ମୀନ ରାଶିର ବ୍ୟକ୍ତିଙ୍କ ଦିନଟି ଧାର୍ମିକ ଗତିବିଧିରେ ବିତିବ, ଓକିଲଙ୍କୁ ପୁରୁଣା ମକଦ୍ଦମାରେ ବିଜୟ ମିଳିବ ଏବଂ ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରିବା ଉଚିତ୍।
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    14 hrs ago
  • ସରପଞ୍ଚ ଚାମେଲୀ ଓଝା ଙ୍କୁ ନ୍ୟାୟ ଦାବୀ ରେ ସରକାରୀ କାର୍ଯ୍ୟ ଅ ସହଯୋଗ ନେଇ ଫିରିଙ୍ଗିଆ bdo ଙ୍କୁ ଦାବୀ ପତ୍ର ପ୍ରଦାନ କଲେ ଫିରିଙ୍ଗିଆ ସରପଞ୍ଚ ସଙ୍ଘ ସରପଞ୍ଚ ଚାମେଲୀ ଓଝା ଙ୍କୁ ନ୍ୟାୟ ଦାବୀ ନେଇ ସାରା ରାଜ୍ୟ ରେ ସରପଞ୍ଚ ସଙ୍ଘ ନିଜ ନିଜ ଜିଲ୍ଲା ରେ ଜିଲ୍ଲା ପାଳଙ୍କ ଜରିଆରେ ରାଜ୍ୟ ପାଳଙ୍କୁ ଉର୍ଦ୍ଧେଶ୍ୟ ରେ ପ୍ରଦାନ କରୁଥିବା ବେଳେ ନିଜ ନିଜ ବ୍ଲକ ରେ ଗୋଷ୍ଠୀ ଉନ୍ନୟନ ଅଧି କାରୀ ଙ୍କୁ ମଧ୍ୟ ସରକାରୀ କାର୍ଯ୍ୟ ରେ ସହଯୋଗ ନ କରିବା ପାଇଁ ରାଜ୍ୟ ସରପଞ୍ଚ ସଙ୍ଘ ଦାବୀ କରୁଥିବା ବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସରପଞ୍ଚ ସଙ୍ଘ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫିରିଙ୍ଗିଆ ଙ୍କୁ ଦାବୀ ପତ୍ର ଜଣେଇ ଥିବା ଦେଖିବାକୁ ମିଳିଛି
    1
    ସରପଞ୍ଚ ଚାମେଲୀ ଓଝା ଙ୍କୁ ନ୍ୟାୟ  ଦାବୀ ରେ ସରକାରୀ କାର୍ଯ୍ୟ ଅ ସହଯୋଗ ନେଇ ଫିରିଙ୍ଗିଆ bdo ଙ୍କୁ ଦାବୀ ପତ୍ର ପ୍ରଦାନ କଲେ ଫିରିଙ୍ଗିଆ ସରପଞ୍ଚ ସଙ୍ଘ 
ସରପଞ୍ଚ ଚାମେଲୀ ଓଝା ଙ୍କୁ ନ୍ୟାୟ ଦାବୀ ନେଇ ସାରା ରାଜ୍ୟ ରେ ସରପଞ୍ଚ ସଙ୍ଘ  ନିଜ ନିଜ ଜିଲ୍ଲା ରେ ଜିଲ୍ଲା ପାଳଙ୍କ ଜରିଆରେ  ରାଜ୍ୟ ପାଳଙ୍କୁ ଉର୍ଦ୍ଧେଶ୍ୟ ରେ ପ୍ରଦାନ କରୁଥିବା ବେଳେ ନିଜ ନିଜ ବ୍ଲକ ରେ ଗୋଷ୍ଠୀ ଉନ୍ନୟନ ଅଧି କାରୀ ଙ୍କୁ ମଧ୍ୟ ସରକାରୀ କାର୍ଯ୍ୟ ରେ ସହଯୋଗ ନ କରିବା ପାଇଁ ରାଜ୍ୟ ସରପଞ୍ଚ ସଙ୍ଘ ଦାବୀ କରୁଥିବା ବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସରପଞ୍ଚ ସଙ୍ଘ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫିରିଙ୍ଗିଆ ଙ୍କୁ ଦାବୀ ପତ୍ର ଜଣେଇ ଥିବା ଦେଖିବାକୁ ମିଳିଛି
    user_ସେବା ଧର୍ମ
    ସେବା ଧର୍ମ
    ଫିରିଙ୍ଗିଆ, କନ୍ଧମାଳ, ଓଡ଼ିଶା•
    53 min ago
  • ବରଗଡ଼ ଜିଲ୍ଲାର ବିଜେପୁରରେ ବିଜୁ ଜନତା ଦଳ ପକ୍ଷରୁ ରୀତା ସାହୁଙ୍କ ନେତୃତ୍ୱରେ ବିଜେପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଟୋକନ ସମସ୍ୟା, ଛଟନି ଓ ଭତ୍ତା ସମସ୍ୟା ସହିତ ବିଭିନ୍ନ ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ଉଠାଯାଇଛି।
    1
    ବରଗଡ଼ ଜିଲ୍ଲାର ବିଜେପୁରରେ ବିଜୁ ଜନତା ଦଳ ପକ୍ଷରୁ ରୀତା ସାହୁଙ୍କ ନେତୃତ୍ୱରେ ବିଜେପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଟୋକନ ସମସ୍ୟା, ଛଟନି ଓ ଭତ୍ତା ସମସ୍ୟା ସହିତ ବିଭିନ୍ନ ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ଉଠାଯାଇଛି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    11 hrs ago
  • ଆଜି ଢେଙ୍କାନାଳ ପୌରପାଳିକା ସଭା ସଦନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମହିଷପାଟ ଶାଖା ତରଫରୁ ଏସ୍.ବି.ଆଇ ସ୍ମାର୍ଟ ଆଗ୍ରି କଷ୍ଟମର ମିଟ୍ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଏସ୍.ବି.ଆଇ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ (ଭୁବନେଶ୍ୱର)ର ଡି.ଜି.ଏମ୍ (କୃଷି) ଶ୍ରୀଯୁକ୍ତ ମନ୍ମୟ ପାଣ୍ଡବ ଯୋଗଦେଇ କୃଷି ଉଦ୍ୟୋଗୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ସେ ବ୍ୟାଙ୍କର ବିଭିନ୍ନ ସେବା ଓ ସୁବିଧା ବିଷୟରେ ସଚେତନ କରାଇଥିଲେ।
    1
    ଆଜି ଢେଙ୍କାନାଳ ପୌରପାଳିକା ସଭା ସଦନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମହିଷପାଟ ଶାଖା ତରଫରୁ ଏସ୍.ବି.ଆଇ ସ୍ମାର୍ଟ ଆଗ୍ରି କଷ୍ଟମର ମିଟ୍ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଏସ୍.ବି.ଆଇ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ (ଭୁବନେଶ୍ୱର)ର ଡି.ଜି.ଏମ୍ (କୃଷି) ଶ୍ରୀଯୁକ୍ତ ମନ୍ମୟ ପାଣ୍ଡବ ଯୋଗଦେଇ କୃଷି ଉଦ୍ୟୋଗୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ସେ ବ୍ୟାଙ୍କର ବିଭିନ୍ନ ସେବା ଓ ସୁବିଧା ବିଷୟରେ ସଚେତନ କରାଇଥିଲେ।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    22 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାଟି ମଙ୍ଗଳବାର ରାତି ପ୍ରାୟ ଦୁଇଟା ସମୟରେ ଘଟିଛି, ଯେତେବେଳେ କାଳବୈଶାଖୀ ବର୍ଷା ଯୋଗୁଁ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯାଆ ଜୀବନ ହରାଇଛନ୍ତି। ଘଟଣାରେ ଆଉ ଜଣେ ସମ୍ପର୍କୀୟ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଗୌରାଙ୍ଗ ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ (୪୫) ରାତିରେ ପରିସ୍ରା କରିବାକୁ ବାହାରକୁ ଆସିଥିବାବେଳେ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। କିଛି ସମୟ ପରେ, ତାଙ୍କ ସାନ ଯାଆ ତଥା ବିଭୁତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ (୪୭) ମନୀଷାଙ୍କୁ ତଳେ ପଡିଥିବାର ଦେଖି ତାଙ୍କୁ ଉଠାଇବାକୁ ଯିବାବେଳେ ସେ ମଧ୍ୟ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମନୀଷାଙ୍କ ଜଣେ ସମ୍ପର୍କୀୟା ସବିତା ଦେହୁରୀ ଅଳ୍ପକେ ବଞ୍ଚି ଯାଇଥିଲେ ଏବଂ ସେ ଗୁରୁତର ଅବସ୍ଥାରେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମନୀଷା ଓ ରଞ୍ଜୁଙ୍କୁ ମୃତ ଘୋଷଣା କରିଥିଲେ। ରଜ ପର୍ବ ସମୟରେ ଏହି ଦୁଃଖଦ ଘଟଣା ସାରା ହିନ୍ଦୋଳରେ ଶୋକର ଛାୟା ଖେଳାଇ ଦେଇଛି। ଖବର ପାଇ ଆଜି ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଏବଂ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସମର୍ଥକମାନଙ୍କ ସହ ଦୁଇ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେମାନେ ଏହି ଗରିବ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ପୂର୍ବତନ ସାଂସଦ ମହେଶ ସାହୁ ତୁରନ୍ତ ରେଡକ୍ରସ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅତିକମରେ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ବିଧାୟିକା ସୀମାରାଣୀ ନାଏକ ଶୋକସନ୍ତପ୍ତ ପରିବାରକୁ ଶୀଘ୍ର ସରକାରୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାଟି ମଙ୍ଗଳବାର ରାତି ପ୍ରାୟ ଦୁଇଟା ସମୟରେ ଘଟିଛି, ଯେତେବେଳେ କାଳବୈଶାଖୀ ବର୍ଷା ଯୋଗୁଁ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯାଆ ଜୀବନ ହରାଇଛନ୍ତି। ଘଟଣାରେ ଆଉ ଜଣେ ସମ୍ପର୍କୀୟ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁଯାୟୀ, ଗୌରାଙ୍ଗ ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ (୪୫) ରାତିରେ ପରିସ୍ରା କରିବାକୁ ବାହାରକୁ ଆସିଥିବାବେଳେ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। କିଛି ସମୟ ପରେ, ତାଙ୍କ ସାନ ଯାଆ ତଥା ବିଭୁତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ (୪୭) ମନୀଷାଙ୍କୁ ତଳେ ପଡିଥିବାର ଦେଖି ତାଙ୍କୁ ଉଠାଇବାକୁ ଯିବାବେଳେ ସେ ମଧ୍ୟ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମନୀଷାଙ୍କ ଜଣେ ସମ୍ପର୍କୀୟା ସବିତା ଦେହୁରୀ ଅଳ୍ପକେ ବଞ୍ଚି ଯାଇଥିଲେ ଏବଂ ସେ ଗୁରୁତର ଅବସ୍ଥାରେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମନୀଷା ଓ ରଞ୍ଜୁଙ୍କୁ ମୃତ ଘୋଷଣା କରିଥିଲେ। ରଜ ପର୍ବ ସମୟରେ ଏହି ଦୁଃଖଦ ଘଟଣା ସାରା ହିନ୍ଦୋଳରେ ଶୋକର ଛାୟା ଖେଳାଇ ଦେଇଛି।

ଖବର ପାଇ ଆଜି ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଏବଂ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସମର୍ଥକମାନଙ୍କ ସହ ଦୁଇ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେମାନେ ଏହି ଗରିବ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ପୂର୍ବତନ ସାଂସଦ ମହେଶ ସାହୁ ତୁରନ୍ତ ରେଡକ୍ରସ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅତିକମରେ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ବିଧାୟିକା ସୀମାରାଣୀ ନାଏକ ଶୋକସନ୍ତପ୍ତ ପରିବାରକୁ ଶୀଘ୍ର ସରକାରୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    4 hrs ago
  • କେନ୍ଦ୍ରାପଡ଼ା ଚିକିତ୍ସାଳୟରେ ଡିସଚାର୍ଚ୍ଚ ପରେ ଭାରତମାତା ନାରାଦେଲେ ଚାମେଳୀ
    1
    କେନ୍ଦ୍ରାପଡ଼ା ଚିକିତ୍ସାଳୟରେ ଡିସଚାର୍ଚ୍ଚ ପରେ ଭାରତମାତା ନାରାଦେଲେ ଚାମେଳୀ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ବରଗଡ଼ ଜିଲ୍ଲା ବରପାଲିରେ ୧୪୯ତମ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ସନ୍ଧ୍ୟାରେ ଶିବ ବିବାହ ମହୋତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଓ ପାରମ୍ପରିକ ରୀତି 'ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା' ଭବ୍ୟ ଶୋଭାଯାତ୍ରା ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲା ବରପାଲିର ଶିବାଳୟରୁ ଭୈରବ ବାବାଙ୍କ ଏକ ଭବ୍ୟ ଶୋଭାଯାତ୍ରା କରାଯାଇଥିବା ବେଳେ ହିମାଦ୍ରୀ ନଗରରୁ ଏକ ବିରାଟ କଳସ ଶୋଭାଯାତ୍ରା ମଧ୍ୟ ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ସମଗ୍ର ବରପାଲି ସହର ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଉତ୍ସାହରେ ମୁଖରିତ ହୋଇଉଠିଥିଲା। ସ୍ଥାନୀୟ କପିଳେଶ୍ୱର ନଗରରୁ ଭୈରବ ବାବାଙ୍କ ପରଭା ବାହାରି ସହର ପରିକ୍ରମା କରିଥିଲା। ପରଭା ସହ ଚାଲିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ବିଭିନ୍ନ ଦେବଦେବୀ ଏବଂ ଦେବ ମଣ୍ଡଳୀଙ୍କୁ ଗୁଆଗୁଣ୍ଡା ବିତରଣ କରି ଆଗାମୀ ଶିବ ବିବାହ ମହୋତ୍ସବ ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ଶତାବ୍ଦୀ ପୁରୁଣା ଏହି ପରମ୍ପରା ଆଜି ମଧ୍ୟ ଲୋକମାନଙ୍କ ଆସ୍ଥା ଓ ଭାବାବେଗ ସହ ଜଡିତ ରହିଛି। ପୂର୍ବପୁରୁଷଙ୍କ ଅମଳରୁ ଚାଲିଆସୁଥିବା ରୀତିନୀତି ଅନୁଯାୟୀ, ମିର୍ଧା ଓ କୁଡ଼ା ଆଦିବାସୀ ସମ୍ପ୍ରଦାୟର ଯୁବକମାନେ ଭୈରବ ବାବାଙ୍କ ପରଭାକୁ କାନ୍ଧରେ ବୋହି ନଗର ପରିକ୍ରମା କରିଥିଲେ। ସୁସଜ୍ଜିତ କାଠର ପାଲିଙ୍କି, ପାରମ୍ପରିକ ବାଜାଗାଳା, ଘଣ୍ଟୁଆ ଦଳର ତାଳ, ଆତସବାଜିର ରଙ୍ଗିନ ପ୍ରଦର୍ଶନ ସହ କିନ୍ନର ସମ୍ପ୍ରଦାୟର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗୀତ ପରିବେଷଣ ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା। ଶୋଭାଯାତ୍ରାଟି ବ୍ଲକ କଲୋନୀ, ରେଳୱେ ଷ୍ଟେସନ ଛକ, କଲେଜ ଛକ, ଶ୍ୟାମାଛକ, ଗାନ୍ଧୀଛକ, ଡାକ୍ତରଖାନା ଛକ, ହାଟପଦା, ଗଣେଶ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ଡେଲିପଡ଼ା ଭାଗବତ ମନ୍ଦିର ଦେଇ ଭଣ୍ଡାର ଗୃହ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ପରମ୍ପରା ଅନୁଯାୟୀ, ପରଭା ବୋହୁଥିବା ବିଗାଢ଼ିମାନେ ପରଭାକୁ କାନ୍ଧରୁ ଅବତରଣ କରି ବିଧିବିଧାନ ସମ୍ପନ୍ନ କରିଥିଲେ। ନଗର ପରିକ୍ରମା ସମୟରେ ଭୈରବ ବାବା କପିଳେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବରେ ଯୋଗଦେବା ପାଇଁ ବିଭିନ୍ନ ଦେବଦେବୀଙ୍କୁ ଗୁଆଗୁଣ୍ଡା ପ୍ରଦାନ କରି ନିମନ୍ତ୍ରଣ କରିଥିଲେ। ଏହାପରେ ବିଳମ୍ବିତ ରାତ୍ରିରେ ଶୀତଳ ଷଷ୍ଠୀ ମହୋତ୍ସବ କମିଟି ପକ୍ଷରୁ କୁକାବନ୍ଧସ୍ଥିତ ରାମେଶ୍ୱର ଶିବ ମନ୍ଦିରରେ ମହାଦୀପ ସ୍ଥାପନ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା। ଗୁଆଗୁଣ୍ଡା ନିଉତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହେବା ପରେ ବରପାଲିର ଶୀତଳ ଷଷ୍ଠୀ ଶିବ ବିବାହ ମହୋତ୍ସବ ଆହୁରି ଉତ୍ସାହମୟ ହୋଇଉଠିଛି। ଆଗାମୀ ଦିନଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ବିବାହ ଉତ୍ସବକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଓ ଅପେକ୍ଷା ଦେଖିବାକୁ ମିଳୁଛି। ବରପାଲିର ଏହି ଐତିହାସିକ ଯାତ୍ରା ପଶ୍ଚିମ ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସମୃଦ୍ଧ କରୁଥିବାବେଳେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରୁଛି।
    1
    ବରଗଡ଼ ଜିଲ୍ଲା ବରପାଲିରେ ୧୪୯ତମ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ସନ୍ଧ୍ୟାରେ ଶିବ ବିବାହ ମହୋତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଓ ପାରମ୍ପରିକ ରୀତି 'ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା' ଭବ୍ୟ ଶୋଭାଯାତ୍ରା ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲା ବରପାଲିର ଶିବାଳୟରୁ ଭୈରବ ବାବାଙ୍କ ଏକ ଭବ୍ୟ ଶୋଭାଯାତ୍ରା କରାଯାଇଥିବା ବେଳେ ହିମାଦ୍ରୀ ନଗରରୁ ଏକ ବିରାଟ କଳସ ଶୋଭାଯାତ୍ରା ମଧ୍ୟ ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ସମଗ୍ର ବରପାଲି ସହର ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଉତ୍ସାହରେ ମୁଖରିତ ହୋଇଉଠିଥିଲା।

ସ୍ଥାନୀୟ କପିଳେଶ୍ୱର ନଗରରୁ ଭୈରବ ବାବାଙ୍କ ପରଭା ବାହାରି ସହର ପରିକ୍ରମା କରିଥିଲା। ପରଭା ସହ ଚାଲିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ବିଭିନ୍ନ ଦେବଦେବୀ ଏବଂ ଦେବ ମଣ୍ଡଳୀଙ୍କୁ ଗୁଆଗୁଣ୍ଡା ବିତରଣ କରି ଆଗାମୀ ଶିବ ବିବାହ ମହୋତ୍ସବ ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ଶତାବ୍ଦୀ ପୁରୁଣା ଏହି ପରମ୍ପରା ଆଜି ମଧ୍ୟ ଲୋକମାନଙ୍କ ଆସ୍ଥା ଓ ଭାବାବେଗ ସହ ଜଡିତ ରହିଛି। ପୂର୍ବପୁରୁଷଙ୍କ ଅମଳରୁ ଚାଲିଆସୁଥିବା ରୀତିନୀତି ଅନୁଯାୟୀ, ମିର୍ଧା ଓ କୁଡ଼ା ଆଦିବାସୀ ସମ୍ପ୍ରଦାୟର ଯୁବକମାନେ ଭୈରବ ବାବାଙ୍କ ପରଭାକୁ କାନ୍ଧରେ ବୋହି ନଗର ପରିକ୍ରମା କରିଥିଲେ। ସୁସଜ୍ଜିତ କାଠର ପାଲିଙ୍କି, ପାରମ୍ପରିକ ବାଜାଗାଳା, ଘଣ୍ଟୁଆ ଦଳର ତାଳ, ଆତସବାଜିର ରଙ୍ଗିନ ପ୍ରଦର୍ଶନ ସହ କିନ୍ନର ସମ୍ପ୍ରଦାୟର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗୀତ ପରିବେଷଣ ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା।

ଶୋଭାଯାତ୍ରାଟି ବ୍ଲକ କଲୋନୀ, ରେଳୱେ ଷ୍ଟେସନ ଛକ, କଲେଜ ଛକ, ଶ୍ୟାମାଛକ, ଗାନ୍ଧୀଛକ, ଡାକ୍ତରଖାନା ଛକ, ହାଟପଦା, ଗଣେଶ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ଡେଲିପଡ଼ା ଭାଗବତ ମନ୍ଦିର ଦେଇ ଭଣ୍ଡାର ଗୃହ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ପରମ୍ପରା ଅନୁଯାୟୀ, ପରଭା ବୋହୁଥିବା ବିଗାଢ଼ିମାନେ ପରଭାକୁ କାନ୍ଧରୁ ଅବତରଣ କରି ବିଧିବିଧାନ ସମ୍ପନ୍ନ କରିଥିଲେ। ନଗର ପରିକ୍ରମା ସମୟରେ ଭୈରବ ବାବା କପିଳେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବରେ ଯୋଗଦେବା ପାଇଁ ବିଭିନ୍ନ ଦେବଦେବୀଙ୍କୁ ଗୁଆଗୁଣ୍ଡା ପ୍ରଦାନ କରି ନିମନ୍ତ୍ରଣ କରିଥିଲେ। ଏହାପରେ ବିଳମ୍ବିତ ରାତ୍ରିରେ ଶୀତଳ ଷଷ୍ଠୀ ମହୋତ୍ସବ କମିଟି ପକ୍ଷରୁ କୁକାବନ୍ଧସ୍ଥିତ ରାମେଶ୍ୱର ଶିବ ମନ୍ଦିରରେ ମହାଦୀପ ସ୍ଥାପନ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା। ଗୁଆଗୁଣ୍ଡା ନିଉତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହେବା ପରେ ବରପାଲିର ଶୀତଳ ଷଷ୍ଠୀ ଶିବ ବିବାହ ମହୋତ୍ସବ ଆହୁରି ଉତ୍ସାହମୟ ହୋଇଉଠିଛି। ଆଗାମୀ ଦିନଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ବିବାହ ଉତ୍ସବକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଓ ଅପେକ୍ଷା ଦେଖିବାକୁ ମିଳୁଛି। ବରପାଲିର ଏହି ଐତିହାସିକ ଯାତ୍ରା ପଶ୍ଚିମ ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସମୃଦ୍ଧ କରୁଥିବାବେଳେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରୁଛି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.