ଆଜି ସାରା ବିଶ୍ୱରେ ୧୨ତମ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହେଉଛି। ଏହି ଅବସରରେ ବିଶ୍ୱର ବିଭିନ୍ନ ବଡ଼ ବଡ଼ ଦେଶରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗର ମହତ୍ତ୍ୱ ଓ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ଯେ ଯୋଗ ଦ୍ୱାରା ଶାରୀରିକ ସୁସ୍ଥତା, ମାନସିକ ସନ୍ତୁଳନ ଏବଂ ନିରୋଗ ଜୀବନଶୈଳୀ ଗଠନ ସମ୍ଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଏବଂ ଯୋଗ ପ୍ରତି ତାଙ୍କର ପ୍ରୋତ୍ସାହନ ଫଳରେ ଯୋଗ ଦିବସ ଆଜି ଏକ ବିଶ୍ୱବ୍ୟାପୀ ଜନଆନ୍ଦୋଳନର ରୂପ ନେଇଛି। ଏହି ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲାର ଜଂକିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମର ସମାଜସେବୀ ସୁଦାମ ଚରଣ ସାହୁ ଏକ ନିଆରା ଉପାୟରେ ଏହି ଦିବସ ପାଳନ କରିଛନ୍ତି। ସେ ମନ୍ଦାକିନୀ ନଦୀ ମଧ୍ୟରେ 'ଜଳଯୋଗ' ପ୍ରଦର୍ଶନ କରି ଯୋଗର ଗୁରୁତ୍ୱ ସମ୍ପର୍କରେ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ସେ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି। ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସମାଜସେବୀ ସୁଦାମ ଚରଣ ସାହୁଙ୍କ ଏହି ନିଆରା ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି ଏବଂ ଏହା ଯୋଗ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

- ଆଜି ସାରା ବିଶ୍ୱରେ ୧୨ତମ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହେଉଛି। ଏହି ଅବସରରେ ବିଶ୍ୱର ବିଭିନ୍ନ ବଡ଼ ବଡ଼ ଦେଶରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗର ମହତ୍ତ୍ୱ ଓ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ଯେ ଯୋଗ ଦ୍ୱାରା ଶାରୀରିକ ସୁସ୍ଥତା, ମାନସିକ ସନ୍ତୁଳନ ଏବଂ ନିରୋଗ ଜୀବନଶୈଳୀ ଗଠନ ସମ୍ଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଏବଂ ଯୋଗ ପ୍ରତି ତାଙ୍କର ପ୍ରୋତ୍ସାହନ ଫଳରେ ଯୋଗ ଦିବସ ଆଜି ଏକ ବିଶ୍ୱବ୍ୟାପୀ ଜନଆନ୍ଦୋଳନର ରୂପ ନେଇଛି। ଏହି ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲାର ଜଂକିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମର ସମାଜସେବୀ ସୁଦାମ ଚରଣ ସାହୁ ଏକ ନିଆରା ଉପାୟରେ ଏହି ଦିବସ ପାଳନ କରିଛନ୍ତି। ସେ ମନ୍ଦାକିନୀ ନଦୀ ମଧ୍ୟରେ 'ଜଳଯୋଗ' ପ୍ରଦର୍ଶନ କରି ଯୋଗର ଗୁରୁତ୍ୱ ସମ୍ପର୍କରେ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ସେ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି। ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସମାଜସେବୀ ସୁଦାମ ଚରଣ ସାହୁଙ୍କ ଏହି ନିଆରା ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି ଏବଂ ଏହା ଯୋଗ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।1
- ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ରାଜ୍ୟରେ ପ୍ରତିବାଦ କରାଯାଇଛି।1
- ନୟାଗଡ଼ ଜିଲ୍ଲାର ସରଣକୁଳରେ ଥିବା ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଲାଦୁକେଶ୍ୱର ମନ୍ଦିରରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ପାଳିତ ହୋଇସାରିଛି।2
- ରାଇରଙ୍ଗପୁରରେ ଆୟୋଜିତ ଏକ ବିଶାଳ ଜନସଭାରେ ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମାଟିରୁ ପ୍ରଗତିର ଆହ୍ୱାନ ଦିଆଯାଇଥିବା ବେଳେ ରାଷ୍ଟ୍ରପତି ଏହି ବିଶାଳ ଜନସମାବେଶକୁ ସମ୍ବୋଧିତ କରିଛନ୍ତି।1
- ଜଣେ ଭକ୍ତ ମହାବାହୁଙ୍କ ନାମ ଗାଇ ଗାଇ ଏହି ମାଟି ଦେହରୁ ଜୀବନ ତ୍ୟାଗ କରିବାକୁ ଆକୁଳ ପ୍ରାର୍ଥନା କରିଛନ୍ତି। ଏହି ଭାବପୂର୍ଣ୍ଣ ଆବେଦନ ମହାବାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧା ଏବଂ ନିରନ୍ତର ଭକ୍ତିକୁ ପ୍ରକାଶ କରୁଛି, ଯେଉଁଥିରେ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ତାଙ୍କ ନାମ ସ୍ମରଣରେ ରହିବାକୁ ଇଚ୍ଛା ପ୍ରକାଶ କରାଯାଇଛି।1
- ସଂପ୍ରତି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଏକ ଅତ୍ୟନ୍ତ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣାକୁ ନେଇ ପୁରୀ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଜଣେ କାର୍ଯ୍ୟରତ ମହିଳା ସରପଞ୍ଚଙ୍କୁ ପ୍ରଶାସନିକ ଓ ପୋଲିସ୍ ଅତ୍ୟାଚାରର ଶିକାର ହେବାକୁ ପଡ଼ିଥିବା ଉଲ୍ଲେଖ କରାଯାଇଛି। ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଗତ ଜୁନ୍ ୧୧ ତାରିଖରେ ନିଜ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ବିଡ଼ିଓ ଅଫିସ୍ ଯାଇଥିବା ବେଳେ ସେଠାରେ ତାଙ୍କୁ କେବଳ ଅପମାନିତ କରାଯାଇନି, ବରଂ ତାଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରି ପୋଲିସ୍ ତାଙ୍କୁ ଥାନାକୁ ନେଇଯାଇଛି। ଅଭିଯୋଗ ହୋଇଛି ଯେ, ଥାନାକୁ ନେବା ବାଟରେ ପୋଲିସ୍ କର୍ମଚାରୀ ତାଙ୍କ ମୋବାଇଲ୍ ଛଡ଼ାଇ ନେବା ସହ ତାଙ୍କୁ ମରଣାତ୍ମକ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି। ଏହି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଯୋଗୁଁ ଚାମେଲି ଓଝା ଏବେ ଗୁରୁତର ଭାବେ ଅସୁସ୍ଥ ହୋଇ ଜେଲ୍ କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ହସ୍ପିଟାଲ୍ରେ ଶଯ୍ୟାଶାୟୀ ଅଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏବେ ଘଟଣାର ସିବିଆଇ ତଦନ୍ତ ସହ ସିସିଟିଭି ଫୁଟେଜ୍ ସର୍ବସାଧାରଣ କରିବା ଏବଂ ମିଥ୍ୟା ମାମଲା ପ୍ରତ୍ୟାହାର କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରାଯାଇଛି। ଏହି ମାମଲାରେ ସରକାର ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ କି, ନା ଜଣେ ମହିଳା ଲୋକପ୍ରତିନିଧିଙ୍କୁ ଏହିପରି ଭାବେ ନିର୍ଯ୍ୟାତନା ସହିବାକୁ ପଡ଼ିବ, ତାହା ଏବେ ଏକ ବଡ଼ ପ୍ରଶ୍ନ।4
- ସମ୍ବଲପୁର ଠାରେ ଶୀତଳଷଷ୍ଠୀ ଉପଲକ୍ଷେ ହର ପାର୍ବତୀଙ୍କ ବିବାହ ଅବସରରେ ଏକ ଯାତ୍ରା ଅନୁଷ୍ଠିତ ହେଉଛି।1
- ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଅନ୍ତର୍ଗତ ବକୁ ଗ୍ରାମରେ ପବିତ୍ର ଶୀତଳଷଷ୍ଠୀ ଅବସରରେ ଚାଲିଥିବା ଆତସବାଜି କାର୍ଯ୍ୟକ୍ରମ ସମୟରେ ଏକ ବଡ଼ ଅଘଟଣ ଘଟିଛି। ଏକ ହାବେଳି ବାଣ ନିୟନ୍ତ୍ରଣ ହରାଇ ଗ୍ରାମର କମଳା ଚମ୍ପତିଙ୍କ ଘର ଛାତ ଉପରେ ପଡ଼ିଥିଲା। ଏହି ବାଣଟି ଘରର ଛାତ ଫାଟି ଘର ଭିତରକୁ ପଡ଼ିବାରୁ ବିଭିନ୍ନ ଆସବାବପତ୍ର କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ, ଘଟଣା ସମୟରେ ଘରେ ଥିବା ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କୌଣସି ଜୀବନହାନି ଘଟିନାହିଁ। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଏହି ଘଟଣା ପୋଲିସ ଉପସ୍ଥିତିରେ ଘଟିଛି। ଏଭଳି ଆତସବାଜି କାର୍ଯ୍ୟକ୍ରମ ପାଇଁ କାହାର ଅନୁମତି ନିଆଯାଇଥିଲା, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ପୁରୀ ନରେନ୍ଦ୍ର ପୋଖରୀ ବାଣ ପ୍ରତିଯୋଗିତା ସମୟରେ ଏକ ବିରାଟ ଅଘଟଣରେ ୧୮ ଜଣଙ୍କ ମୃତ୍ୟୁ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣ ଯାତ୍ରାକୁ ନିଷିଦ୍ଧ କରିଥିଲେ। ତେଣୁ, ପୋଲିସ ଉପସ୍ଥିତିରେ କାହା ଅନୁମତିରେ ଏଠାରେ ବାଣ ଫୁଟାଗଲା, ତାହା ତଦନ୍ତ ପରିସରଭୁକ୍ତ ହୋଇଛି। କ୍ଷତିଗ୍ରସ୍ତ ପରିବାର ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ଦାବି କରିଛନ୍ତି। କମଳା ଚମ୍ପତିଙ୍କ ପରିବାର ପକ୍ଷରୁ ଗଡିଶାଗୋଦା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ପୋଲିସର ତଦନ୍ତ ପ୍ରକ୍ରିୟାକୁ ଅସନ୍ତୋଷ ପ୍ରକାଶ କରି କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖକୁ ଅଭିଯୋଗ କରିବା ପାଇଁ ଯିବା ସମୟରେ ଗ୍ରାମ୍ୟ କମିଟି ପକ୍ଷରୁ ଧମକ ସହ ସେମାନଙ୍କୁ ବାଧା ଦିଆଯାଇଛି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ତାଙ୍କ ପାଖରେ ଏହି ଖବର ନାହିଁ, କିନ୍ତୁ ଏବେ ଜାଣିବା ପରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ, ଗ୍ରାମବାସୀଙ୍କ ପକ୍ଷରୁ ଆଜି ଏକ ବୈଠକ ଡକାଯାଇ ଘଟଣାକୁ ଚାପିବା ପାଇଁ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି। ଗ୍ରାମବାସୀ ଓ ପୋଲିସ ଏହି ସମ୍ବେଦନଶୀଳ ଘଟଣାରେ ଚମ୍ପତି ପରିବାରକୁ କିଭଳି ନ୍ୟାୟ ପ୍ରଦାନ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।3