ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନ ଭୁବନେଶ୍ୱର : ଓଡ଼ିଶାର ଛାତ୍ରଛାତ୍ରୀମାନେ ଫିନଟେକ୍ ଓ ଇନସ୍ୟୁରଟେକ୍ ସାର୍ଟିଫିକେଟ ପ୍ରୋଗ୍ରାମ ଅଧୀନରେ ନିଜର ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ରେ ପ୍ରଦର୍ଶିତ କରିଛନ୍ତି। ୭ଜଣ ଛାତ୍ରଛାତ୍ରୀ - ରେଭେନ୍ସା ବିଶ୍ୱ ବିଦ୍ୟାଳୟର ବି. ସିମ୍ରନ, ରାଜେଶ୍ୱରୀ ବେହେରା, ପୁଷ୍ପାଞ୍ଜଳି ବେହେରା, ମନୀଷା ଲେଙ୍କା, ସୌମ୍ୟ ରଞ୍ଜନ ବୈଥାଲୁ, ଉତ୍କଳ ବିଶ୍ୱବିଦ୍ୟାଳୟର ଶିବାଂଶୀ ନାୟକ, ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅର୍ନିବାଣ କର "ଟ୍ରାଞ୍ଚିଫି"- ଆଗାମୀ ଦିନର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୱାର୍କିଙ୍ଗ କ୍ୟାପିଟାଲ ପ୍ଲାଟଫର୍ମ" ପ୍ରକଳ୍ପକୁ ବୈଶ୍ବିକ ବିତ୍ତ ଫୋରମ୍ରେ ପ୍ରଦର୍ଶିତ କରିଛନ୍ତି। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ନିଜର ଉଦ୍ୟୋଗ ପାଇଁ ଯେପରି ସହଜ ଓ ସୁବିଧାରେ ବ୍ୟାଙ୍କରୁ ଋଣ ନେଇପାରିବେ ଏବଂ ଏହି ବିତ୍ତୀୟ ପ୍ରକ୍ରିୟାକୁ ଯେପରି ଡ଼ିଜିଟାଇଜ କରାଯିବ, ତାହାକୁ ନେଇ ଛାତ୍ରଛାତ୍ରୀମାନେ ନିଜର ଫିନଟେକ୍ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ଏହି ପ୍ରକଳ୍ପକୁ ଗ୍ଲୋବାଲ ଫାଇନାନ୍ସ ଓ ଟେକନୋଲୋଜି ନେଟୱାର୍କ ଏବଂ ଜାପାନର ଏମୟୁଏଫଜି ବ୍ୟାଙ୍କ ଲିମିଟେଡ଼ର ଅଧିକାରୀମାନେ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ଏହି ଅଭିନବ ପ୍ରୟାସ ପାଇଁ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱ ବିଦ୍ୟାଳୟ - ଏସିଆନ ଇନଷ୍ଟିଚ୍ୟୁଟ ଅଫ୍ ଡ଼ିଜିଟାଲ ଫାଇନାନ୍ସ ଏବଂ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକନୋଲୋଜି ନେଟୱାର୍କର ମିଳିତ ସହାଭାଗିତରେ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଫିନଟେକ୍ ଓ ଇନସ୍ୟୁରଟେକ୍ ସାର୍ଟିଫିକେଟ ପ୍ରୋଗାମ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ଯେଉଁଥିରେ ୧୯୫ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ୟାପ୍ଷ୍ଟୋନ ପ୍ରକଳ୍ପ ଉପରେ କାମ କରିଥିଲେ। ସେଥି ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିବା ୭ ଜଣିଆ ଛାତ୍ରଛାତ୍ରୀଙ୍କ ଏକ ଟିମ୍ ନିଜର ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ରେ ପ୍ରଦର୍ଶିତ କରିବା ପାଇଁ ଚୟନିତ ହୋଇଥିଲେ। "ବିତ୍ତୀୟ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନବ ସୃଜନ ଓ ନୂତନ ଉଦ୍ୟମର ବିକାଶ ପାଇଁ ଫିନଟେକ୍ ଓ ଇନସ୍ୟୁରଟେକ୍ ସାର୍ଟିଫିକେଟ ପ୍ରୋଗ୍ରାମ ସହାୟକ ହୋଇପାରିଛି ଏବଂ ଓଡ଼ିଶା ସରକାରଙ୍କ ଏହି ପ୍ରୟାସ ପାଇଁ ଅନ୍ତର୍ଜାତୀୟ ଫୋରମ୍ରେ ଆମ ପ୍ରକଳ୍ପକୁ ପ୍ରଦର୍ଶିତ କରିବା ପାଇଁ ଆମକୁ ସୁଯୋଗ ମିଳିପାରିଛି " ବୋଲି ଛାତ୍ରଛାତ୍ରୀମାନେ ମତପ୍ରକାଶ କରିଛନ୍ତି।

- Post by NEWS MANORANJAN1
- Post by Gagan Bhoi1
- Post by Darbar Tv1
- Post by Thabira Majhi1
- କଟକ ଗଣ୍ଡରପୁରରେ ରୋଡ଼ ଜାମ୍। ଜଗତପୁର ଆଡୁ ଆସୁଥିବା ଅନେକ ଗାଡ଼ି ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଗଣ୍ଡରପୁର ରାସ୍ତାରେ ଏକ କଣ୍ଟେନର ଟ୍ରକ ଟି ଖରାପ ହୋଇଯିବା କାରଣରୁ ରୋଡ଼ ଜାମ୍ ହୋଇଥିବା ଦେଖିବାକୁ ମିଳିଛି।1
- ଘଟଣା ବାବଦ ରେ କଣ ଏତେ ଜୋର୍ ରେ ଶବ୍ଦ ହେଲା ବୋଲି ଲୋକେ ଶବ୍ଦ ଉପୁଜିଥିବା ସ୍ଥାନ କୁ ଆସିଲାବେଳକୁ ପୋଲିସ ଏଠାରେ ବେଆଇନ୍ ଜବତ ବାଣ କୁ ନଷ୍ଟ କରାଯାଉଛି ବୋଲି ସ୍ଥାନିୟ ଲୋକ ଙ୍କୁ ପ୍ରତିକ୍ରିୟା ଦେବାପରେ ସ୍ଥାନୀୟ ଅଞ୍ଚଳ ଲୋକ ଙ୍କ ମଧ୍ୟ ରେ ଏ ଘଟଣା କୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏ ଭଳି କାର୍ଯ୍ୟ ଏଠାରେ ଜନବସତି ଅଞ୍ଚଳରେ କରିବା ଠିକ୍ ନୁହଁ ବୋଲି ସ୍ଥାନୀୟ ଲୋକ ଖୋଭ ପ୍ରକାଶ କରିଥିଲେ । ଶବ୍ଦ ର ତୀବ୍ରତା ଏତେ ଜୋର୍ ଥିଲା ଯେ ଶବ୍ଦ ହେବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯିବା ସହ କିଛି ଲୋକ ଙ୍କ ଘର ର କାଚ ଝରକା ଭାଙ୍ଗି ଯାଇଛି ବୋଲି ଲୋକ ପ୍ରତିକ୍ରିୟା ଦେଇଛନ୍ତି । Byt - ସ୍ଥାନୀୟ ବାସିନ୍ଦା3
- ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।8
- Post by NEWS MANORANJAN1