୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ବୌଦ୍ଧ:ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ। ପେଟ୍ରୋଲିଙ୍ଗ ସମୟରେ ପୋଲିସ ଦୁଇଟି ବସ୍ତାରୁ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ତେବେ ଘଟଣାସ୍ଥଳରୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ କିଛି ଲୋକ ଫେରାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବୁଧବାର ଦିନ ମନମୁଣ୍ଡା ଥାନା ପୋଲିସ ର ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସିଙ୍ଗାଡ଼ି ଗ୍ରାମ ନିକଟସ୍ଥ ଅଞ୍ଚଳରେ ସନ୍ଦେହଜନକ ଭାବେ ରଖାଯାଇଥିବା ଦୁଇଟି ବସ୍ତା ଉପରେ ନଜର ପଡ଼ିଥିଲା। ପରେ ପୋଲିସ ଉକ୍ତ ବସ୍ତାଗୁଡ଼ିକ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା। ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ମୋଟ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ହୋଇଥିବା ଜଣାପଡ଼ିଛି l ଘଟଣାସ୍ଥଳରେ ଗଞ୍ଜେଇ ଚାଲାଣ ପାଇଁ କିଛି ଲୋକ ଗଞ୍ଜେଇ ଗଚ୍ଛିତ ରଖି ଥିବା ପୋଲିସ ଜାଣିବାକୁ ପାଇଥିଲେ। ତେବେ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୫/୨୬ରେ ଏନ୍ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଫେରାର ଥିବା ବ୍ୟକ୍ତିମାନଙ୍କୁ ଧରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଛି। ସୂଚନା ଅନୁସାରେ, ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ପକ୍ଷରୁ ମୋଟ ୧୧ଟି ମାମଲା ରୁଜୁ କରାଯାଇ ୩୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହ ୩୯୦୦କ୍ୟୁଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ,ଚାଲାଣରେ ବ୍ୟବହୃତ ଯାନବାହନ ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ବୌଦ୍ଧ:ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ। ପେଟ୍ରୋଲିଙ୍ଗ ସମୟରେ ପୋଲିସ ଦୁଇଟି ବସ୍ତାରୁ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ତେବେ ଘଟଣାସ୍ଥଳରୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ କିଛି ଲୋକ ଫେରାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବୁଧବାର ଦିନ ମନମୁଣ୍ଡା ଥାନା ପୋଲିସ ର ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସିଙ୍ଗାଡ଼ି ଗ୍ରାମ ନିକଟସ୍ଥ ଅଞ୍ଚଳରେ ସନ୍ଦେହଜନକ ଭାବେ ରଖାଯାଇଥିବା ଦୁଇଟି ବସ୍ତା ଉପରେ ନଜର ପଡ଼ିଥିଲା। ପରେ ପୋଲିସ ଉକ୍ତ ବସ୍ତାଗୁଡ଼ିକ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା। ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ମୋଟ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ହୋଇଥିବା ଜଣାପଡ଼ିଛି l ଘଟଣାସ୍ଥଳରେ ଗଞ୍ଜେଇ ଚାଲାଣ ପାଇଁ କିଛି ଲୋକ ଗଞ୍ଜେଇ ଗଚ୍ଛିତ ରଖି ଥିବା ପୋଲିସ ଜାଣିବାକୁ ପାଇଥିଲେ। ତେବେ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୫/୨୬ରେ ଏନ୍ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଫେରାର ଥିବା ବ୍ୟକ୍ତିମାନଙ୍କୁ ଧରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଛି। ସୂଚନା ଅନୁସାରେ, ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ପକ୍ଷରୁ ମୋଟ ୧୧ଟି ମାମଲା ରୁଜୁ କରାଯାଇ ୩୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହ ୩୯୦୦କ୍ୟୁଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ,ଚାଲାଣରେ ବ୍ୟବହୃତ ଯାନବାହନ ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
- ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ଅଙ୍କୁର ଯାଦବଙ୍କ ଆହ୍ୱାନରେ ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା l ସମ୍ପାଦକ ଶ୍ରୀ ଉମାକାନ୍ତ ବାଗ ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ସଭାରେ ଉପସ୍ଥିତ ଥିବା ବରିଷ୍ଠ ଉପଦେଷ୍ଟା ଶ୍ରୀ ଅର୍ଜୁନ କୁମାର ଧଙ୍ଗଡ଼ାମାଝୀ, ଶ୍ରୀ ପୂର୍ଣଚନ୍ଦ୍ର ଗୌଡ଼ ଶ୍ରୀ ଶ୍ରବଣ କୁମାର ଗୁପ୍ତ ଓ ଶ୍ରୀ ସୀତାରାମ ଘି ଦୀପଧୂପ ଦେଇଥିଲେ l ସ୍ବର୍ଗତ ବି. ପି. ମଣ୍ଡଳଙ୍କୁ ତାଙ୍କ ଅବଦାନକୁ ମନେପକାଇ ଶ୍ରୀଯୁକ୍ତ ଶ୍ରବଣ କୁମାର ଗୁପ୍ତ ଉପସ୍ଥିତ ଥିବା ସମସ୍ତଙ୍କୁ ଅବଗତ କରାଇଥିଲେ l ସ୍ବର୍ଗତ ବିନ୍ଦେଶ୍ବରୀ ପ୍ରସାଦ ମଣ୍ଡଳ ସାମାଜିକ ନ୍ୟାୟ ଓ ସମାଜ ଗଠନରେ ପ୍ରମୁଖ ଭୂମିକା ନିଭେଇବା ସହିତ ୫୨% ଓବିସି ଙ୍କୁ ସମ୍ବିଧାନର ଧାରା ୩୪୦ ଅନୁଯାଇ ସ୍ୱତନ୍ତ୍ର ଅଧିକାର ଦେବା ପାଇଁ ଏକ କମିଟି ଗଠନ କରି ତାହାର ଅଧକ୍ଷ ଭାବେ ନିଯୁକ୍ତି ହୋଇଥିଲେ l ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ ସମୟ ଧରି କଠିନ୍ନ ପରିଶ୍ରମ କଲାପରେ ତତକାଲିନା ସରକାର ଙ୍କୁ ଏକ ସଫଳ ଡ୍ରାଫ୍ଟ ପ୍ରସ୍ତୁତ କରି ସମର୍ପିତ କରିଥିଲେ l ଓବିସି ମାନଙ୍କର ସମସ୍ୟା ଓ ତାହାର ସମାଧାନ ପାଇଁ ଭାରତ ସରକାରଙ୍କୁ ଜଣାଇଥିଲେ l ସେହିଦିନ ଠାରୁ ଭାରତର ରାଜନୈତିକ ପରିବର୍ତ୍ତନ ଆରମ୍ଭ ହୋଇଥିଲା l ଉକ୍ତ ସଭାରେ ଉପସ୍ଥିତ ଥିବା ସମସ୍ତେ ତାଙ୍କ ବିଷୟରେ କିମ୍ବା ଆଜିର ସମାଜର ସ୍ଥିତି ଓ ଆବଶ୍ୟକତାକୁ ନେଇ କିଛି କିଛି ଆଲୋଚନା କରିଥିଲେ l ପରିଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଅର୍ଜୁନ କୁମାର ଭାଟି ଧନ୍ୟବାଦ ଦେଇ ସଭାକୁ ସାଙ୍ଗ ଘୋଷଣା କରିଥିଲେ l1
- ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି 🚩 ଜୟ ଗୁରୁ ରବିଦାସ 🚩 ସୁବର୍ଣ୍ଣପୁର ଜିଲ୍ଲା ଉଲଣ୍ଡା ବ୍ଲକ ଜଉଁରାଭଉଁରା ଗ୍ରାମ ରେ ଆଜି ତା-୨୬/୦୮/୨୬ ସକାଳ 12.30ରେପବିତ୍ର କଳସ ବନ୍ଦନ ଶୋଭାଯାତ୍ରା" ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ସମସ୍ତ ପଞ୍ଚାୟତ ପ୍ରମୁଖ, ବୁତ୍ ସଭାପତି ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମଣ୍ଡଳ କମିଟିର ସମସ୍ତ ସଦ୍ୟସ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ *ପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ଉପସ୍ଥିତ ଥିଲେ1
- ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ତା୨୬-୦୮, ବୁଧବାର,ଘଟିପିରି,ଓଡ଼ାପଡ଼ା,ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢ଼େଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୂଚନା ଅନୁଯାୟୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଘଟିପିରି,ଗୋବିନ୍ଦପ୍ରସାଦ,କଳାଙ୍ଗ ଏବଂ କୋତ୍ତମ ପଞ୍ଚାୟତ ୬୫୦ରୁ ଉର୍ଦ୍ଧ ଚାଷୀ ଧାନ ଦେଇଥାନ୍ତି।ଚଳିତ ବର୍ଷ ସରକାର ଏଗ୍ରୀଷ୍ଟାକ୍ ନିୟମ କୋହଳ କରିବାରେ ୪୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟ ସରିଛି। ଆଉ କିଛି ଚାଷୀଙ୍କର ପଞ୍ଜିକରଣ କରିବାର ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ଏବଂ ସମ୍ପାଦକଙ୍କ ମଧ୍ୟରେ ବଚସା ହୋଇଥିଲା। ଜିଲ୍ଲା ସମବାୟ କାର୍ଯ୍ୟାଳୟ ଏ ସମ୍ପର୍କରେ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ।ଏହାର ତଦନ୍ତ କରିବା ପାଇଁ ଆଜି ଏସ ଆର ସିଏସ ଏବଂ ବିଭାଗୀୟ ଅଧିକାରୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ପହଞ୍ଚି ଥିଲେ।ସେଠାରେ ସଭାପତି ,ସମ୍ପାଦକ ଓ ଅଭିଯୋଗକାରୀ ଚାଷୀମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଅଭିଯୋଗ ଗୁଡ଼ିକର ପୁଙ୍ଖାନୁ ପୁଙ୍ଖ ଭାବରେ ତଦନ୍ତ ପୂର୍ବକ ଏହାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଏସ ଆର ସିଏସ କହି ଥିଲାବେଳେ ତୁରନ୍ତ ତଦନ୍ତ କରି ସମ୍ପାଦକଙ୍କୁ ବହିଷ୍କାର କରାଯିବ ନଚେତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ।ଏସମ୍ପର୍କରେ ସଭାପତି ଏବଂ ସମ୍ପାଦକ ସରକାରଙ୍କ ନୀତିନିୟମ ଅନୁଯାୟୀ ପଞ୍ଜିକରଣ କାର୍ଯ୍ୟ ଚାଲୁଥିଲା ବୋଲି ପ୍ରକାଶ କରିଛନ୍ତି ହେଲେ ଏଥି ପ୍ରତି ବିଭାଗ କି ପ୍ରକାର ପଦକ୍ଷେପ ନେଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।1
- ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l1
- ସୁବର୍ଣ୍ଣପୁର ଜିଲ୍ଲା ବାଙ୍କ ବୀଜା ଗ୍ରାମରେ ସରକାରୀ ଜମିକୁ ଜବରଦଖଲ କରିଥିବା ଲାଲବାବୁ ବାଘ ଙ୍କର ଘର ଭାଙ୍ଗିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ଫଳରେ ଜିଲ୍ଲାପାଳ ମହୋଦୟ ନିଜେ ଆସି ତଦାରଖ କଲାପରେ 24 ଘଣ୍ଟାରେ ପୋଲିସ ପ୍ରଶାସନ ଏବଂ ରାଜସ୍ୱୟ ନିରୀକ୍ଷକ ଆସି ମାପିବା ଆରହମ୍ଭ କରିଥିଲେ ଏବଂ ଆସନ୍ତା 7 ଦିନ ଭିତରେ ଭାଙ୍ଗିବା ପାଇଁ ନିଷ୍ପତି ନେଇଛନ୍ତି ll ପ୍ରଶାସନ ଙ୍କୁ ବାଙ୍କାବିଜା ଗ୍ରାମବାସୀ ପ୍ରଶଂସା କରିଛନ୍ତି1
- 🙂🥺🥺🙄🙄😄🤭1
- ଆସନ୍ତାକାଲି ରାକ୍ଷୀପୂର୍ଣ୍ଣିମା । ଆଜି କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାସ୍ଥିତ ମଲିକ ହୋଟେଲରେ ମିଠା କିଣିବାପାଇଁ ଭଉଣୀ ଭାଇଙ୍କ ବହୁତ ଭିଡ଼ ।1
- ପୁରୁଣାକଟକ ପୋଲିସକୁ ବଡ଼ ସଫଳତା ବ୍ରାଉନସୁଗାର ରାକେଟ ଫର୍ଦ୍ଦାଫାଶ କରିବା ସହ ମୁଖ୍ୟ ବ୍ୟବସାୟୀ ସହ ମୋଟ ୪ଜଣ ଗିରଫ୍ ପୁରୁଣାକଟକ ପୋଲିସକୁ ବଡ଼ ସଫଳତା ବ୍ରାଉନସୁଗାର ରାକେଟ ଫର୍ଦ୍ଦାଫାଶ ମୁଖ୍ୟ ବ୍ୟବସାୟୀ ସହ ୩ଜଣ ଗିରଫ୍ ବୌଦ୍ଧ:ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏସଡିପିଓ କନକ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପୁରୁଣାକଟକ ପୋଲିସ ଏକ ବ୍ରାଉନସୁଗାର ରାକେଟ ଫର୍ଦ୍ଦାଫାଶ କରିଥିବା କଥା କୁହାଯାଇଛି । ଫୁଲବାଣୀ ଓ ବୌଦ୍ଧ ଅଞ୍ଚଳ ମଧ୍ୟରେ ସକ୍ରିୟ ଥିବା ବ୍ରାଉନସୁଗାର କାରବାର ରାକେଟକୁ ପୋଲିସ ଫର୍ଦ୍ଦାଫାଶ କରିବା ସହ ମୁଖ୍ୟ ସରବରାହକାରୀଙ୍କ ସମେତ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଫୁଲବାଣୀରୁ ପୁରୁଣାକଟକକୁ ରାଣୀପଥର ଘାଟିର ଘଞ୍ଚ ଜଙ୍ଗଲିଆ ରାସ୍ତା ଦେଇ ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ ଗତ ଦୁଇ ମାସ ହେଲା ଗୁପ୍ତ ସୂଚନା ମିଳୁଥିଲା। ବୌଦ୍ଧ ଆରକ୍ଷୀ ଅଧୀକ୍ଷକ କୂଳଦୀପ ମିନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳ ସମୟରେ ଜାତୀୟ ରାଜପଥ ୧୫୭ ସ୍ଥିତ କହଁରସାହି ଛକ ନିକଟରେ ଚଢ଼ାଉ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଅଟକ କରାଯାଇଥିଲା। ୩ ଜଣ ଅଭିଯୁକ୍ତ ହେଲେ ପୁରୁଣାକଟକ ଅଞ୍ଚଳର ଦେବାଶିଷ ନାଏକ ଓରଫ ବାବୁଲୁ, ବାବୁଲୁ ବେହେରା ଓରଫ ବାବୁ ଓ ଜିଆଁକଟା ଗ୍ରାମର ପ୍ରକାଶ ପାତ୍ର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ୩ ଜଣଙ୍କୁ ଜେରା ସମୟରେ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ଶିବାଜୀ ମହାନ୍ତି ଏହି କାରବାରର ମୁଖ୍ୟ ବେପାରୀ ବୋଲି ଜଣାପଡ଼ିବା ପରେ ଅପରାହ୍ନରେ ପୋଲିସ ଟିମ୍ ତାଙ୍କୁ ମଧ୍ୟ ଗିରଫ କରିଥିଲା। ତାଙ୍କ ନିକଟରୁ ୧୦.୨୫୦ ଗ୍ରାମ୍ ବ୍ରାଉନସୁଗାର ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ, ୧ ହଜାର ଟଙ୍କା, ଏକ ମୋବାଇଲ ଫୋନ ସହ ହୋଣ୍ଡା ସାଇନ ବାଇକ ଜବତ କରିଛି ପୋଲିସ । ନିଶା ମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ପୁରୁଣାକଟକ ଥାନା କେସ୍ ନଂ ୧୭୯/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତଙ୍କୁ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ ମୁନି ସୂଚନା ଦେଇଛନ୍ତି ।1
- आम आदमी पार्टी प्रशासन से मांग करती है कि बाढ़ प्रभावित परिवारों को जल्द से जल्द ज़रूरी मदद दी जाए।* *आम आदमी पार्टी प्रशासन से मांग करती है कि बाढ़ प्रभावित परिवारों को जल्द से जल्द ज़रूरी मदद दी जाए।* आम आदमी पार्टी केंद्रपाड़ा ज़िला संगठन के सदस्यों ने बाढ़ प्रभावित इलाकों का दौरा किया है और उनकी ज़रूरतों के हिसाब से अपना सहयोग दिया है। प्रशासन के बाढ़ आपदा मैनेजमेंट को एक बड़ी नाकामी मानते हुए, आज ज़िला प्रशासन ने लोगों से बाढ़ प्रभावित इलाकों के लोगों की ज़रूरतों के लिए तुरंत ये कदम उठाने की रिक्वेस्ट की है। पहला, बच्चों के लिए सूखा और पका हुआ खाना समेत काफ़ी खाना देना। दूसरा, बाहरी दुनिया से अलग-थलग पड़े बाढ़ प्रभावित लोगों के लिए ट्रांसपोर्टेशन का इंतज़ाम करना और बीमार लोगों को हॉस्पिटल भेजना। तीसरा, पीने का साफ़ पानी देना। चौथा, बाढ़ की वजह से प्रदूषित माहौल से प्रभावित लोगों की बीमारियों का पता लगाने के लिए मेडिकल टीम भेजना और उन्हें ज़रूरी इलाज और दवा देना। पांचवां, पर्यावरण बचाने के लिए मधुमक्खी पालन का पाउडर और दूसरे केमिकल देना। छठा, पालतू जानवरों और पक्षियों के लिए भरपूर खाना देना, उनकी देखभाल, इलाज और सुरक्षा वगैरह करना। एडिशनल डिस्ट्रिक्ट कलेक्टर ने, आध्या राज्य संघ के एडिटर श्री संदीप दाश की अगुवाई में, डिस्ट्रिक्ट कलेक्टर के न होने की वजह से यह रिक्वेस्ट की। *केंद्रपाड़ा डिस्ट्रिक्ट से स्पेशल रिपोर्टर नामा ब्रह्मा कर की रिपोर्ट, *1