ଦେଓଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ବିଜୟ ଦେହୁରୀଙ୍କ ଅଧ୍ୟକ୍ଷତାରେ ବିଶ୍ଵନାଥପୁର ଲଟାବାଇଁଶିଆ ଗ୍ରାମ ଠାରେ ଏକ ପ୍ରାକୃତିକ କୃଷି ପ୍ରଶିକ୍ଷଣ କାର୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସଂଘମିତ୍ରା ସାହୁ ଓ ଶ୍ରୀମତୀ ରୋଜାଲିନ ମହାନ୍ତା, ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର (KVK) ଢେଙ୍କାନାଳ ଶ୍ରୀଯୁକ୍ତ ଶୁଭ୍ରଜିତ ସାହୁ ମାଷ୍ଟର ଟ୍ରେନର ଏଫ ଇ ଏସ୍ ଢେଙ୍କାନାଳ ଯୋଗ ଦେଇଥିଲେ। ଏହି କାର୍ୟକ୍ରମକୁ ଶ୍ରୀ ସତ୍ୟବାନ୍ ବେହେରା, କୃଷକସାଥୀ, ତାଙ୍କ ସହଯୋଗ ଦେଇଥିଲେ। କାର୍ୟକ୍ରମରେ ମୋଟ ୫୦ ଜଣ କୃଷକ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ୨୩ ଜଣ ପୁରୁଷ ଓ ୨୭ ଜଣ ମହିଳା କୃଷକ ଭାଗ ନେଇ ଥିଲେ। ବୈଜ୍ଞାନିକ ମାନେ ପ୍ରାକୃତିକ କୃଷି ପ୍ରଣାଳୀ, ଜୈବ ସାର, ଓ ରାସାୟନିକ ମୁକ୍ତ ଚାଷ ପ୍ରକ୍ରିୟା ବିଷୟରେ ଉପସ୍ଥାପନା କରିଥିଲେ। କୃଷକମାନେ ପ୍ରଶିକ୍ଷଣରୁ ଉତ୍ସାହିତ ହୋଇ ନିଜ କ୍ଷେତ୍ରରେ ଏହି ପ୍ରାକୃତିକ ପଦ୍ଧତି ଅପନାୟନ କରିବାର ସଂକଳ୍ପ କରିଥିଲେ। ଶେଷରେ ସରପଞ୍ଚ ବିଜୟ ଦେହୁରୀ ସମସ୍ତ ଅତିଥି ଓ ଅଂଶଗ୍ରାହୀଙ୍କୁ ଧନ୍ୟବାଦ ଜଣାଇ କାର୍ୟକ୍ରମର ସମାପନ କରିଥିଲେ
ଦେଓଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ବିଜୟ ଦେହୁରୀଙ୍କ ଅଧ୍ୟକ୍ଷତାରେ ବିଶ୍ଵନାଥପୁର ଲଟାବାଇଁଶିଆ ଗ୍ରାମ ଠାରେ ଏକ ପ୍ରାକୃତିକ କୃଷି ପ୍ରଶିକ୍ଷଣ କାର୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସଂଘମିତ୍ରା ସାହୁ ଓ ଶ୍ରୀମତୀ ରୋଜାଲିନ ମହାନ୍ତା, ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର (KVK) ଢେଙ୍କାନାଳ ଶ୍ରୀଯୁକ୍ତ ଶୁଭ୍ରଜିତ ସାହୁ ମାଷ୍ଟର ଟ୍ରେନର ଏଫ ଇ ଏସ୍ ଢେଙ୍କାନାଳ ଯୋଗ ଦେଇଥିଲେ। ଏହି କାର୍ୟକ୍ରମକୁ ଶ୍ରୀ ସତ୍ୟବାନ୍ ବେହେରା, କୃଷକସାଥୀ, ତାଙ୍କ ସହଯୋଗ ଦେଇଥିଲେ। କାର୍ୟକ୍ରମରେ ମୋଟ
୫୦ ଜଣ କୃଷକ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ୨୩ ଜଣ ପୁରୁଷ ଓ ୨୭ ଜଣ ମହିଳା କୃଷକ ଭାଗ ନେଇ ଥିଲେ। ବୈଜ୍ଞାନିକ ମାନେ ପ୍ରାକୃତିକ କୃଷି ପ୍ରଣାଳୀ, ଜୈବ ସାର, ଓ ରାସାୟନିକ ମୁକ୍ତ ଚାଷ ପ୍ରକ୍ରିୟା ବିଷୟରେ ଉପସ୍ଥାପନା କରିଥିଲେ। କୃଷକମାନେ ପ୍ରଶିକ୍ଷଣରୁ ଉତ୍ସାହିତ ହୋଇ ନିଜ କ୍ଷେତ୍ରରେ ଏହି ପ୍ରାକୃତିକ ପଦ୍ଧତି ଅପନାୟନ କରିବାର ସଂକଳ୍ପ କରିଥିଲେ। ଶେଷରେ ସରପଞ୍ଚ ବିଜୟ ଦେହୁରୀ ସମସ୍ତ ଅତିଥି ଓ ଅଂଶଗ୍ରାହୀଙ୍କୁ ଧନ୍ୟବାଦ ଜଣାଇ କାର୍ୟକ୍ରମର ସମାପନ କରିଥିଲେ
- ଢେଙ୍କାନାଳ ସହର ନିକଟ ସ୍ଥାନୀୟ ରିର୍ଜବ ପୋଲିସ ପଡିଆ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଢେଙ୍କାନାଳ ଏସପି ଅଭିନବ ସୋନକର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପୋଲିସ ଟିମ ପକ୍ଷରୁ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଏସପି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତାକୁ ପଠନ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଥାନା ଫାଣ୍ଡିରେ କାର୍ଯ୍ୟରତ ପୋଲିସମାନେ ଭଲ କାର୍ଯ୍ୟ କରିଥିବାରୁ ୧୩ଜଣ ପୋଲିସଙ୍କୁ ଏସପି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ୪ଜଣ ଅବସରପ୍ରାପ୍ତ ପୋଲିସ୍ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଜିରେ ଦିନରେ ଏସପି ଜିଲ୍ଲାବାସୀଙ୍କୁ ବାର୍ତ୍ତା ଦେଇଥିଲେ ।1
- Post by Dipak Kumar Nayak1
- Post by Dhenkanal News1
- Post by Narendra Kumar Das1
- ୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର।1
- Post by Jay kala _ jay Kalinga1
- ଜୟ ନାରାୟଣ ହୋମ୍ ମିନିଷ୍ଟର ହେଲେ, ସବୁ ସରିଯିବ | ସୁର ରାଉତରାୟ ଭୁବନେଶ୍ଵର, ଓଡ଼ିଶା #bhubaneswar #odisha1
- ଢେଙ୍କାନାଳ ସହରର ପ୍ରମୁଖ ସ୍ଥାନ ଗଣେଶ ବଜାରର ଗୋପବନ୍ଧୁ ଟାଉନ ହଲ ନିକଟରେ ବିଜୁ ଯୁବ ଚୁାତ୍ର ଜନତା ଦଳ ପକ୍ଷରୁ କୁଷ ପୁତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ବରପୁତ୍ର, ମହାନ ଜନନାୟକ, ସାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମିଥ୍ୟା, ଅପମାନସୂଚକ ମନ୍ତବ୍ୟ ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ତୁରନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି । ଶତାଧିକ ବିଜୁ ଯୁବ-ଛାତ୍ର ଜନତା ଦଳ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ଏକ ଶୋଭାଯାତ୍ରାରେ ଯାଇଥିଲେ । ଶେଷରେ ଦୁବେଙ୍କ କୁଷ ପୁତଳିକା ଦାହ କରାଯାଇଥିଲା ।1