ଆଜି ବାଂଶପାଳ ବ୍ଲକ ପରିସରରେ ଅନୁଷ୍ଠିତ ମିଳିତ ଅଭିଯୋଗ ଶୁଣାଣିରେ ବାଂଶପାଳର ଶତାଧିକ ମହିଳା ଓ ପୁରୁଷ ଏକଜୁଟ ହୋଇ ଗର୍ଜିଛନ୍ତି। ସେମାନେ ଶିକ୍ଷାନୁଷ୍ଠାନ ନିକଟରେ ମଦର ଆସର ଚଳିବ ନାହିଁ ଏବଂ ଜନବସତି ଅଞ୍ଚଳରେ ଅଶାନ୍ତି ବଢ଼ିବାକୁ ଦିଆଯିବ ନାହିଁ ବୋଲି ଦାବି କରିଛନ୍ତି। ବାଂଶପାଳ ବଜାର ନିକଟରେ ଥିବା ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଏହି ମଦ ଦୋକାନଟି ଏକ ଘଞ୍ଚ ଜନବସତି ଅଞ୍ଚଳରେ ରହିଛି, ଯାହା ସରକାରୀ ଆଇଟିଆଇ (ITI) ଠାରୁ ମାତ୍ର ୨୦୦ ମିଟର ଏବଂ ବ୍ଲକ କାର୍ଯ୍ୟାଳୟଠାରୁ ପ୍ରାୟ ୭୦୦ ମିଟର ଦୂରରେ ଅବସ୍ଥିତ। ଏହି କାରଣରୁ ପ୍ରତିଦିନ ବଜାରକୁ ଆସୁଥିବା ଶତାଧିକ ମହିଳା ଓ ଛାତ୍ରଛାତ୍ରୀମାନେ ମଦ୍ୟପଙ୍କ ଅସଦାଚରଣ, ଅଶାଳୀନ ଭାଷା ଏବଂ ହଟହଟାର ଶିକାର ହେଉଛନ୍ତି। ଏହାସହ, ମଦ୍ୟପାନ କରି ବେପରୁଆ ଭାବେ ଯାନବାହନ ଚଳାଚଳ କରିବା ହେତୁ ସ୍ଥାନୀୟ ଅଞ୍ଚଳରେ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି ଯେ ମଦ ଦୋକାନକୁ ବଜାର ଓ ଶିକ୍ଷାନୁଷ୍ଠାନଠାରୁ ହଟାଇ ଜନବସତିଠାରୁ ଅତିକମରେ ୩ ରୁ ୪ କିଲୋମିଟର ଦୂରକୁ ସ୍ଥାନାନ୍ତର କରାଯାଉ। ସେମାନେ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସୁସ୍ଥ ସାମାଜିକ ପରିବେଶ ବଜାୟ ରଖିବା ପାଇଁ ପ୍ରଶାସନ ଶୀଘ୍ର ସକାରାତ୍ମକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏହି ଦାବିପତ୍ର ଗ୍ରାମ ସଭ୍ୟା ଜଗନ୍ନାଥ ନାଏକ, କନକ ନାଏକଙ୍କ ସମେତ ମନୋଜ ଦେହୁରୀ, ସଞ୍ଜୁଲତା ଦେହୁରୀ, କାର୍ତ୍ତିକା ନାଏକ, ଲୋଚନ କାର୍ଜି ଏବଂ ଶତାଧିକ ଗ୍ରାମବାସୀଙ୍କ ଦ୍ୱାରା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି ଯେ ଶିକ୍ଷାନୁଷ୍ଠାନ ଓ ଜନବସତି ନିକଟରେ ମଦ ଦୋକାନ ରହିବା କେତେଦୂର ଠିକ୍। ଜନହିତରେ ଏହି ପୋଷ୍ଟକୁ ବହୁଳ ମାତ୍ରାରେ ସେୟାର୍ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।

- କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଗତ ଜୁନ୍ ୨୯ ତାରିଖରେ ଶ୍ରୀଜୀଉମାନଙ୍କର ଦେବସ୍ନାନ ପୂର୍ଣ୍ଣିମା ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ସମ୍ପନ୍ନ ହୋଇଛି। ଆଜି ସକାଳେ ପ୍ରଭୁଙ୍କର ଅବକାଶ ନୀତି, ଲୁଗାଲାଗି ଏବଂ ପୁଷ୍ପାଞ୍ଜଳି ଶେଷ ହେବା ପରେ ଦିନ ୧୦ଟାରେ ସୁଦର୍ଶନ, ପ୍ରଭୁ ଶ୍ରୀବଳଦେବଜୀଉ, ମା' ସୁଭଦ୍ରା ଓ ବଡ଼ ଠାକୁର ଶ୍ରୀଜଗନ୍ନାଥ ଶୂନ୍ୟ ପହଣ୍ଡିରେ ଧାଡ଼ିରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ। ସ୍ନାନମଣ୍ଡପରେ ଯଥାବିଧି ପୂଜାର୍ଚ୍ଚନା ପରେ ସ୍ଵର୍ଣ୍ଣପାତ୍ରରେ ଥିବା ସୁବାସିତ ଜଳରେ ପ୍ରଭୁଙ୍କ ସ୍ନାନବିଧି ସମ୍ପନ୍ନ କରାଯାଇଥିଲା। ବିଧି ଅନୁସାରେ ବଳଭଦ୍ରଙ୍କୁ ୩୫ ଗରା, ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥଙ୍କୁ ୩୩ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ଏହାପରେ ଶ୍ରୀବିଗ୍ରହମାନଙ୍କୁ ବିରଳ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ଅବସରରେ ଶ୍ରୀବଳଦେବଜୀଉଙ୍କୁ ଅଁଳାପତ୍ର ଓ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀପତ୍ରରେ ଗଜାନନ ବେଶ କରାଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କୁ କୁଆଁରୀ ବେଶରେ ସଜ୍ଜିତ କରାଯାଇଥିଲା। ପ୍ରଭୁଙ୍କର ଏହି ଗଜବେଶକୁ ଦେଖିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।4
- ଓଡ଼ିଶାର Sea Food Cultureକୁ ଏକ ନୂଆ ଠିକଣା ମିଳିଛି, ଯାହା ଭୁବନେଶ୍ୱରରେ ଏକ ନୂଆ ସାମୁଦ୍ରିକ ରେଷ୍ଟୁରାଣ୍ଟ ଖୋଲିବା ସହିତ ସମ୍ଭବ ହୋଇଛି।1
- ପୁଣେର ବହୁ ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପୁଣି ଏକ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି। ଏହି ମାମଲାରେ ଏବେ ଜଣାପଡ଼ିଛି ଯେ ସିୟା ଗୋୟଲ ନିଜ ଭାବୀ ସ୍ବାମୀ କେତନଙ୍କଠାରୁ ୧ କୋଟି ଟଙ୍କା ନେଇଥିଲେ।1
- ବନ୍ତ ବ୍ଲକ୍ ଅନ୍ତର୍ଗତ ବିଟିପୁର ପଞ୍ଚାୟତରେ 'ବିକାଶ ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଏହି ଅବସରରେ ସରପଞ୍ଚ ସୁଭଦ୍ରା ସିଂହ ଅଭିଭାଷଣ ପ୍ରଦାନ କରିଥିଲେ।1
- ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଅବସରରେ ଯାଜପୁର ଜିଲ୍ଲା ବ୍ୟାସନଗରଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଛି।1
- ଢେଙ୍କାନାଳ ସଦରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଜଣେ ରୋଗୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ରୋଗୀ ଗଁଦିଆ ବ୍ଲକର ଯୋରନ୍ଦା ଗ୍ରାମର ମନୋରଞ୍ଜନ ତ୍ରିପାଠୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମନୋରଞ୍ଜନ ଗ୍ୟାସ ସମସ୍ୟା କାରଣରୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ, ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଥିବା ଜଣାପଡ଼ିଛି।1
- ଶ୍ରୀମୟୀ ମିଶ୍ର ନିଜର ନୂଆ ଓଡ଼ିଆ ସିନେମା ‘ପଶାପାଲି’ ମାଧ୍ୟମରେ ବଡ଼ ପରଦାକୁ ଆସିବେ। ଆଜି କଟକର ସାଲେପୁର ଜଗନ୍ନାଥ ମନ୍ଦିରରେ ଏହି ସିନେମାର ମୁହୁରତ ଅନୁଷ୍ଠିତ ହୋଇଛି। ଏହି ସିନେମାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ଏଥିରେ ଓଡ଼ିଶା ରାଜନୀତିର ଅନେକ ଅକୁହା କାହାଣୀ ରହିଛି, ଯାହା ବିଜେଡିର ଗୁମର ଖୋଲିବ ବୋଲି ସୂଚନା ମିଳୁଛି। ଯଦିଓ ଶ୍ରୀମୟୀ ଏ ନେଇ କିଛି ସ୍ପଷ୍ଟ ଭାବରେ କହିନାହାନ୍ତି, ତଥାପି ସିନେମାର ଟାଇଟଲ୍ ଏପରି କିଛି କାହାଣୀକୁ ହିଁ ବର୍ଣ୍ଣନା କରୁଛି।1
- Post by Rajashree maharana1
- ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାପ୍ରଭୁଙ୍କ ବହୁପ୍ରତୀକ୍ଷିତ ସ୍ନାନ ଯାତ୍ରାରେ ଯୋଗଦେଇଛନ୍ତି। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଏହି ଧାର୍ମିକ କାର୍ଯ୍ୟକ୍ରମକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି।1