କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଗତ ଜୁନ୍ ୨୯ ତାରିଖରେ ଶ୍ରୀଜୀଉମାନଙ୍କର ଦେବସ୍ନାନ ପୂର୍ଣ୍ଣିମା ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ସମ୍ପନ୍ନ ହୋଇଛି। ଆଜି ସକାଳେ ପ୍ରଭୁଙ୍କର ଅବକାଶ ନୀତି, ଲୁଗାଲାଗି ଏବଂ ପୁଷ୍ପାଞ୍ଜଳି ଶେଷ ହେବା ପରେ ଦିନ ୧୦ଟାରେ ସୁଦର୍ଶନ, ପ୍ରଭୁ ଶ୍ରୀବଳଦେବଜୀଉ, ମା' ସୁଭଦ୍ରା ଓ ବଡ଼ ଠାକୁର ଶ୍ରୀଜଗନ୍ନାଥ ଶୂନ୍ୟ ପହଣ୍ଡିରେ ଧାଡ଼ିରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ। ସ୍ନାନମଣ୍ଡପରେ ଯଥାବିଧି ପୂଜାର୍ଚ୍ଚନା ପରେ ସ୍ଵର୍ଣ୍ଣପାତ୍ରରେ ଥିବା ସୁବାସିତ ଜଳରେ ପ୍ରଭୁଙ୍କ ସ୍ନାନବିଧି ସମ୍ପନ୍ନ କରାଯାଇଥିଲା। ବିଧି ଅନୁସାରେ ବଳଭଦ୍ରଙ୍କୁ ୩୫ ଗରା, ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥଙ୍କୁ ୩୩ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ଏହାପରେ ଶ୍ରୀବିଗ୍ରହମାନଙ୍କୁ ବିରଳ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ଅବସରରେ ଶ୍ରୀବଳଦେବଜୀଉଙ୍କୁ ଅଁଳାପତ୍ର ଓ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀପତ୍ରରେ ଗଜାନନ ବେଶ କରାଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କୁ କୁଆଁରୀ ବେଶରେ ସଜ୍ଜିତ କରାଯାଇଥିଲା। ପ୍ରଭୁଙ୍କର ଏହି ଗଜବେଶକୁ ଦେଖିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଗତ ଜୁନ୍ ୨୯ ତାରିଖରେ ଶ୍ରୀଜୀଉମାନଙ୍କର ଦେବସ୍ନାନ ପୂର୍ଣ୍ଣିମା ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ସମ୍ପନ୍ନ ହୋଇଛି। ଆଜି ସକାଳେ ପ୍ରଭୁଙ୍କର ଅବକାଶ ନୀତି, ଲୁଗାଲାଗି
ଏବଂ ପୁଷ୍ପାଞ୍ଜଳି ଶେଷ ହେବା ପରେ ଦିନ ୧୦ଟାରେ ସୁଦର୍ଶନ, ପ୍ରଭୁ ଶ୍ରୀବଳଦେବଜୀଉ, ମା' ସୁଭଦ୍ରା ଓ ବଡ଼ ଠାକୁର ଶ୍ରୀଜଗନ୍ନାଥ ଶୂନ୍ୟ ପହଣ୍ଡିରେ ଧାଡ଼ିରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ। ସ୍ନାନମଣ୍ଡପରେ ଯଥାବିଧି ପୂଜାର୍ଚ୍ଚନା ପରେ ସ୍ଵର୍ଣ୍ଣପାତ୍ରରେ ଥିବା ସୁବାସିତ ଜଳରେ
ପ୍ରଭୁଙ୍କ ସ୍ନାନବିଧି ସମ୍ପନ୍ନ କରାଯାଇଥିଲା। ବିଧି ଅନୁସାରେ ବଳଭଦ୍ରଙ୍କୁ ୩୫ ଗରା, ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥଙ୍କୁ ୩୩ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ଏହାପରେ ଶ୍ରୀବିଗ୍ରହମାନଙ୍କୁ ବିରଳ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି
ଅବସରରେ ଶ୍ରୀବଳଦେବଜୀଉଙ୍କୁ ଅଁଳାପତ୍ର ଓ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀପତ୍ରରେ ଗଜାନନ ବେଶ କରାଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କୁ କୁଆଁରୀ ବେଶରେ ସଜ୍ଜିତ କରାଯାଇଥିଲା। ପ୍ରଭୁଙ୍କର ଏହି ଗଜବେଶକୁ ଦେଖିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଯୋଗୀମଠ ଶ୍ରୀମନ୍ଦିରରେ ଗତ ଜୁନ୍ ୨୯ ତାରିଖରେ ଶ୍ରୀଜିଉମାନଙ୍କ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। କବାଟ ଫିଟାଯିବା ପରେ ସକାଳ ୭ଟାରେ ଧୂପ, ମହଲମ ଓ ଓଡ଼ପ ଲାଗି କରାଯାଇଥିଲା। ଏହାପରେ ଦଇତାପତି ଏବଂ ସେବକମାନେ ବୈଦିକ ବ୍ରାହ୍ମଣମାନଙ୍କ ସହଯୋଗରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୋଟି ପହଣ୍ଡି ଅନୁଷ୍ଠିତ କରିଥିଲେ। ସ୍ନାନ ନିମନ୍ତେ ୧୦୮ ପ୍ରକାର ସୁବାସିତ, ୨୧ ପ୍ରକାର ସୁଗନ୍ଧିତ ବସ୍ତୁର ସମିଶ୍ରଣରେ ପ୍ରସ୍ତୁତ ୨୪ ତୀର୍ଥର ଜଳ ଏବଂ ପୁରୀରୁ ଅଣାଯାଇଥିବା ସୁନା କୂଅର ଜଳକୁ ମିଶାଇ ଶ୍ରୀଜିଉମାନଙ୍କୁ ସ୍ନାନ କରାଯାଇଥିଲା। ସ୍ନାନ ପରେ ନୂତନ ବସ୍ତ୍ର ଲାଗି କରାଯାଇ ଜୀଉମାନଙ୍କୁ ହାତୀବେଶରେ ସୁଶୋଭିତ କରାଯାଇଥିଲା। ଏହି ଅବସରରେ ପଦ୍ମପୁର, ବାଉରୀପଦା, ଗୋବର୍ଦ୍ଧନ ଆଦି ଅଞ୍ଚଳରୁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ ପାଇଁ ଭିଡ଼ କରିଥିଲେ। ସେମାନେ ହରିବୋଲ, ଘଣ୍ଟ ଓ ହୁଳହୁଳି ପକାଇ ମୃଦଙ୍ଗର ତାଳେ ତାଳେ ପୂଜାର୍ଚ୍ଚନା କରିଥିଲେ ଏବଂ ପ୍ରସାଦ ସେବନ କରିଥିଲେ। ଦଇତାପତି ଏବଂ ସେବକ ଶ୍ରୀଯୁକ୍ତ ପୁରୁଷୋତ୍ତମ ଅମାନ୍ତ, ମାୟ ଦଣ୍ଡସେନା, ଜୟରାମ ଅମାନ୍ତ, ଚରଣ ଅମାନ୍ତ, ପୂଜକ ଶାନ୍ତନୁ କୁମାର ଦାସ ଏବଂ ମୁଖ୍ୟସେବକ ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ଧରଙ୍କ ତତ୍ତ୍ୱାବଧାନରେ ଦେବସ୍ନାନ ପୂର୍ଣ୍ଣିମା ଯଥାରୀତିରେ ପାଳିତ ହୋଇଥିଲା। ଏହି ଆୟୋଜନରେ ଗ୍ରାମର ଶ୍ରୀଜଗନ୍ନାଥ ଯୁବକ ସଂଘର ସଦସ୍ୟଗଣ ସହଯୋଗ କରିଥିଲେ।4
- ଆଜି ବାଂଶପାଳ ବ୍ଲକ ପରିସରରେ ଅନୁଷ୍ଠିତ ମିଳିତ ଅଭିଯୋଗ ଶୁଣାଣିରେ ବାଂଶପାଳର ଶତାଧିକ ମହିଳା ଓ ପୁରୁଷ ଏକଜୁଟ ହୋଇ ଗର୍ଜିଛନ୍ତି। ସେମାନେ ଶିକ୍ଷାନୁଷ୍ଠାନ ନିକଟରେ ମଦର ଆସର ଚଳିବ ନାହିଁ ଏବଂ ଜନବସତି ଅଞ୍ଚଳରେ ଅଶାନ୍ତି ବଢ଼ିବାକୁ ଦିଆଯିବ ନାହିଁ ବୋଲି ଦାବି କରିଛନ୍ତି। ବାଂଶପାଳ ବଜାର ନିକଟରେ ଥିବା ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଏହି ମଦ ଦୋକାନଟି ଏକ ଘଞ୍ଚ ଜନବସତି ଅଞ୍ଚଳରେ ରହିଛି, ଯାହା ସରକାରୀ ଆଇଟିଆଇ (ITI) ଠାରୁ ମାତ୍ର ୨୦୦ ମିଟର ଏବଂ ବ୍ଲକ କାର୍ଯ୍ୟାଳୟଠାରୁ ପ୍ରାୟ ୭୦୦ ମିଟର ଦୂରରେ ଅବସ୍ଥିତ। ଏହି କାରଣରୁ ପ୍ରତିଦିନ ବଜାରକୁ ଆସୁଥିବା ଶତାଧିକ ମହିଳା ଓ ଛାତ୍ରଛାତ୍ରୀମାନେ ମଦ୍ୟପଙ୍କ ଅସଦାଚରଣ, ଅଶାଳୀନ ଭାଷା ଏବଂ ହଟହଟାର ଶିକାର ହେଉଛନ୍ତି। ଏହାସହ, ମଦ୍ୟପାନ କରି ବେପରୁଆ ଭାବେ ଯାନବାହନ ଚଳାଚଳ କରିବା ହେତୁ ସ୍ଥାନୀୟ ଅଞ୍ଚଳରେ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି ଯେ ମଦ ଦୋକାନକୁ ବଜାର ଓ ଶିକ୍ଷାନୁଷ୍ଠାନଠାରୁ ହଟାଇ ଜନବସତିଠାରୁ ଅତିକମରେ ୩ ରୁ ୪ କିଲୋମିଟର ଦୂରକୁ ସ୍ଥାନାନ୍ତର କରାଯାଉ। ସେମାନେ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସୁସ୍ଥ ସାମାଜିକ ପରିବେଶ ବଜାୟ ରଖିବା ପାଇଁ ପ୍ରଶାସନ ଶୀଘ୍ର ସକାରାତ୍ମକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏହି ଦାବିପତ୍ର ଗ୍ରାମ ସଭ୍ୟା ଜଗନ୍ନାଥ ନାଏକ, କନକ ନାଏକଙ୍କ ସମେତ ମନୋଜ ଦେହୁରୀ, ସଞ୍ଜୁଲତା ଦେହୁରୀ, କାର୍ତ୍ତିକା ନାଏକ, ଲୋଚନ କାର୍ଜି ଏବଂ ଶତାଧିକ ଗ୍ରାମବାସୀଙ୍କ ଦ୍ୱାରା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି ଯେ ଶିକ୍ଷାନୁଷ୍ଠାନ ଓ ଜନବସତି ନିକଟରେ ମଦ ଦୋକାନ ରହିବା କେତେଦୂର ଠିକ୍। ଜନହିତରେ ଏହି ପୋଷ୍ଟକୁ ବହୁଳ ମାତ୍ରାରେ ସେୟାର୍ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।1
- କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ବାଲି ପଶି ଗାଁରେ ଏକ ହାତୀପଲ ଉପଦ୍ରବ କରିଛନ୍ତି। ହାତୀପଲ ଏକ ପଡ଼ୁଆ ଗ୍ରାମରେ ଥିବା ଗୋଟିଏ ଘର ଭାଙ୍ଗି ଦେଇଥିବା ବେଳେ ଘର ଭିତରେ ଥିବା ଧାନ ଚାଉଳ ମଧ୍ୟ ଖାଇ ଯାଇଛନ୍ତି।1
- ପ୍ରଗତି ଏପରି କିଛି ନୁହେଁ ଯାହାକୁ ଅପେକ୍ଷା କରିବାକୁ ପଡ଼େ; ଏହା ଏକ ଗତି ଯାହାକୁ ପ୍ରତିଦିନ ନିରନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ମାଣ କରାଯାଏ। ଏହି ସପ୍ତାହରେ, ଓଡ଼ିଶା କଲ୍ୟାଣ, ସଂଯୋଗୀକରଣ, ସାର୍ବଜନୀନ ଭିତ୍ତିଭୂମି ଏବଂ ନାଗରିକ ସେବା କ୍ଷେତ୍ରରେ ନିଜର ପ୍ରୟାସକୁ ତ୍ୱରାନ୍ୱିତ କରିଛି। ପ୍ରତ୍ୟେକ ପଦକ୍ଷେପ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ଏବଂ ଜୀବନଧାରଣର ମାନ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।1
- ଜୁନ୍ ୨୯ ତାରିଖରେ ବଣାଇଁ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଏକ ଯୁଗ୍ମ ଜନ ଶୁଣାଣି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଟ୍ ୮୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ପ୍ରାପ୍ତ ଅଭିଯୋଗ ମଧ୍ୟରୁ ୨୭ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୬୨ଟି ଅଭିଯୋଗ ଦଳଗତ ଭାବେ ଆସିଥିଲା। ବିଶେଷ କରି ରାସ୍ତା, ବିଦ୍ୟୁତ୍ ଏବଂ ନେଟୱାର୍କ ସମସ୍ୟାକୁ ନେଇ ଅଧିକାଂଶ ଅଭିଯୋଗ ଆସିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୂରଞ୍ଜନ କୁମାର ସାହୁ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଉରକେଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ସହକାରୀ ବନ ସଂରକ୍ଷକ ଦୁର୍ଯ୍ୟୋଧନ ଜେରେଇ ଏବଂ ଡେପୁଟି କଲେକ୍ଟର ସ୍ବାଗତିକା ଦଳପତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ।4
- ପୁଣେର ବହୁ ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପୁଣି ଏକ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି। ଏହି ମାମଲାରେ ଏବେ ଜଣାପଡ଼ିଛି ଯେ ସିୟା ଗୋୟଲ ନିଜ ଭାବୀ ସ୍ବାମୀ କେତନଙ୍କଠାରୁ ୧ କୋଟି ଟଙ୍କା ନେଇଥିଲେ।1
- ଘସିପୁରା ବ୍ଲକର ଖଲଣା ତଳସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ୨୦୦୮ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ପୂର୍ବରୁ ପ୍ରାୟ ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିଲେ। ତେବେ, ଶିକ୍ଷା ବିଭାଗର ଅବହେଳା ଯୋଗୁଁ ବର୍ତ୍ତମାନ ମାତ୍ର ଜଣେ ଶିକ୍ଷକରେ ବିଦ୍ୟାଳୟ ଚାଲିଛି। ମୋଟ ୬୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ଏହି ବିଦ୍ୟାଳୟରେ ଜଣେ ଶିକ୍ଷକରେ କିପରି ପାଠପଢ଼ା ସମ୍ଭବ ହେବ, ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଦାବି କରିଛନ୍ତି ଯେ ଯଦି ତୁରନ୍ତ ନୂତନ ଶିକ୍ଷକ ଯୋଗାଇ ଦିଆନଯାଏ, ତେବେ ସେମାନେ ଧାରଣାରୁ ଉଠିବେ ନାହିଁ।1
- କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଗତ ଜୁନ୍ ୨୯ ତାରିଖରେ ଶ୍ରୀଜୀଉମାନଙ୍କର ଦେବସ୍ନାନ ପୂର୍ଣ୍ଣିମା ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ସମ୍ପନ୍ନ ହୋଇଛି। ଆଜି ସକାଳେ ପ୍ରଭୁଙ୍କର ଅବକାଶ ନୀତି, ଲୁଗାଲାଗି ଏବଂ ପୁଷ୍ପାଞ୍ଜଳି ଶେଷ ହେବା ପରେ ଦିନ ୧୦ଟାରେ ସୁଦର୍ଶନ, ପ୍ରଭୁ ଶ୍ରୀବଳଦେବଜୀଉ, ମା' ସୁଭଦ୍ରା ଓ ବଡ଼ ଠାକୁର ଶ୍ରୀଜଗନ୍ନାଥ ଶୂନ୍ୟ ପହଣ୍ଡିରେ ଧାଡ଼ିରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ। ସ୍ନାନମଣ୍ଡପରେ ଯଥାବିଧି ପୂଜାର୍ଚ୍ଚନା ପରେ ସ୍ଵର୍ଣ୍ଣପାତ୍ରରେ ଥିବା ସୁବାସିତ ଜଳରେ ପ୍ରଭୁଙ୍କ ସ୍ନାନବିଧି ସମ୍ପନ୍ନ କରାଯାଇଥିଲା। ବିଧି ଅନୁସାରେ ବଳଭଦ୍ରଙ୍କୁ ୩୫ ଗରା, ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥଙ୍କୁ ୩୩ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ଏହାପରେ ଶ୍ରୀବିଗ୍ରହମାନଙ୍କୁ ବିରଳ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ଅବସରରେ ଶ୍ରୀବଳଦେବଜୀଉଙ୍କୁ ଅଁଳାପତ୍ର ଓ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀପତ୍ରରେ ଗଜାନନ ବେଶ କରାଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କୁ କୁଆଁରୀ ବେଶରେ ସଜ୍ଜିତ କରାଯାଇଥିଲା। ପ୍ରଭୁଙ୍କର ଏହି ଗଜବେଶକୁ ଦେଖିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।4