Shuru
Apke Nagar Ki App…
ଜୁନ୍ ୨୯ ତାରିଖରେ ବଣାଇଁ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଏକ ଯୁଗ୍ମ ଜନ ଶୁଣାଣି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଟ୍ ୮୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ପ୍ରାପ୍ତ ଅଭିଯୋଗ ମଧ୍ୟରୁ ୨୭ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୬୨ଟି ଅଭିଯୋଗ ଦଳଗତ ଭାବେ ଆସିଥିଲା। ବିଶେଷ କରି ରାସ୍ତା, ବିଦ୍ୟୁତ୍ ଏବଂ ନେଟୱାର୍କ ସମସ୍ୟାକୁ ନେଇ ଅଧିକାଂଶ ଅଭିଯୋଗ ଆସିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୂରଞ୍ଜନ କୁମାର ସାହୁ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଉରକେଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ସହକାରୀ ବନ ସଂରକ୍ଷକ ଦୁର୍ଯ୍ୟୋଧନ ଜେରେଇ ଏବଂ ଡେପୁଟି କଲେକ୍ଟର ସ୍ବାଗତିକା ଦଳପତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ।
ସୁରଜ ପ୍ରତାପ ମହାନ୍ତି
ଜୁନ୍ ୨୯ ତାରିଖରେ ବଣାଇଁ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଏକ ଯୁଗ୍ମ ଜନ ଶୁଣାଣି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଟ୍ ୮୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ପ୍ରାପ୍ତ ଅଭିଯୋଗ ମଧ୍ୟରୁ ୨୭ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୬୨ଟି ଅଭିଯୋଗ ଦଳଗତ ଭାବେ ଆସିଥିଲା। ବିଶେଷ କରି ରାସ୍ତା, ବିଦ୍ୟୁତ୍ ଏବଂ ନେଟୱାର୍କ ସମସ୍ୟାକୁ ନେଇ ଅଧିକାଂଶ ଅଭିଯୋଗ ଆସିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୂରଞ୍ଜନ କୁମାର ସାହୁ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଉରକେଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ସହକାରୀ ବନ ସଂରକ୍ଷକ ଦୁର୍ଯ୍ୟୋଧନ ଜେରେଇ ଏବଂ ଡେପୁଟି କଲେକ୍ଟର ସ୍ବାଗତିକା ଦଳପତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ।
More news from ଓଡ଼ିଶା and nearby areas
- କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଗତ ଜୁନ୍ ୨୯ ତାରିଖରେ ଶ୍ରୀଜୀଉମାନଙ୍କର ଦେବସ୍ନାନ ପୂର୍ଣ୍ଣିମା ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ସମ୍ପନ୍ନ ହୋଇଛି। ଆଜି ସକାଳେ ପ୍ରଭୁଙ୍କର ଅବକାଶ ନୀତି, ଲୁଗାଲାଗି ଏବଂ ପୁଷ୍ପାଞ୍ଜଳି ଶେଷ ହେବା ପରେ ଦିନ ୧୦ଟାରେ ସୁଦର୍ଶନ, ପ୍ରଭୁ ଶ୍ରୀବଳଦେବଜୀଉ, ମା' ସୁଭଦ୍ରା ଓ ବଡ଼ ଠାକୁର ଶ୍ରୀଜଗନ୍ନାଥ ଶୂନ୍ୟ ପହଣ୍ଡିରେ ଧାଡ଼ିରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ। ସ୍ନାନମଣ୍ଡପରେ ଯଥାବିଧି ପୂଜାର୍ଚ୍ଚନା ପରେ ସ୍ଵର୍ଣ୍ଣପାତ୍ରରେ ଥିବା ସୁବାସିତ ଜଳରେ ପ୍ରଭୁଙ୍କ ସ୍ନାନବିଧି ସମ୍ପନ୍ନ କରାଯାଇଥିଲା। ବିଧି ଅନୁସାରେ ବଳଭଦ୍ରଙ୍କୁ ୩୫ ଗରା, ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥଙ୍କୁ ୩୩ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ଏହାପରେ ଶ୍ରୀବିଗ୍ରହମାନଙ୍କୁ ବିରଳ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ଅବସରରେ ଶ୍ରୀବଳଦେବଜୀଉଙ୍କୁ ଅଁଳାପତ୍ର ଓ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀପତ୍ରରେ ଗଜାନନ ବେଶ କରାଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କୁ କୁଆଁରୀ ବେଶରେ ସଜ୍ଜିତ କରାଯାଇଥିଲା। ପ୍ରଭୁଙ୍କର ଏହି ଗଜବେଶକୁ ଦେଖିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।4
- ଝାରସୁଗୁଡ଼ା ଜିଲ୍ଲାର କୋଲାବିରାରେ ଆୟୋଜିତ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୪୫ଟି ଅଭିଯୋଗ ପଞ୍ଜୀକୃତ ହୋଇଛି। ଏହି ଅବସରରେ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୧୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଜନସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।1
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ରାଜ୍ୟର ସମସ୍ତ ଲୋକଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହିତ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରାର୍ଥନା କରିଛନ୍ତି।1
- ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବାଲିଶଙ୍କରା ବ୍ଲକର ତିଳେଇକାନୀ ପଞ୍ଚାୟତର ଗୋରୁଡ଼ିହି ଏବଂ ରୁପା ବଥାନ ଅଞ୍ଚଳରେ ମୌଳିକ ସୁବିଧା ଯେପରିକି ରାସ୍ତା, ବିଦ୍ୟୁତ୍, ଗାଧୋଇବା ପାଇଁ ସୁବିଧା ଏବଂ ପାନୀୟ ଜଳର ବ୍ୟବସ୍ଥା ନାହିଁ।1
- ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଂଶାମୁରା କଣ୍ଟାପାଲିର ଘୁନଘୁଟିପଡ଼ାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଅଭିଯୋଗ ଅନୁଯାୟୀ, ସ୍ୱାମୀ ରାହୁଲ ବାଘ ନିଜ ସ୍ତ୍ରୀ ସୌଦାମିନୀ କିସାନଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ, ରାହୁଲଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ବିବାଦ ଲାଗିରହିଥିଲା। ଗତ ରାତିରେ ଏହି ବିବାଦ ଉଗ୍ର ରୂପ ନେବା ପରେ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀ ରାହୁଲ ବାଘଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।1
- ସୁନ୍ଦରଗଡ଼ ଜିଲ୍ଲାର ତିଲେଇକାନି ପଞ୍ଚାୟତ ଅନ୍ତର୍ଗତ ସିକାଯୋର ଗୋରୁ ଡିହି ଅଞ୍ଚଳ ଏକ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଆଜି ପର୍ଯ୍ୟନ୍ତ ମଧ୍ୟ ଏହା ମୌଳିକ ଅଧିକାରରୁ ବଞ୍ଚିତ ରହିଛି।1
- ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାମରାଠାରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଚେକ୍ ଡ୍ୟାମ୍ର ନିର୍ମାଣ କାର୍ଯ୍ୟକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ନାଗରିକଙ୍କ ଅଭିଯୋଗ ଅନୁଯାୟୀ, ଏହି ବାମରା ଚେକ୍ ଡ୍ୟାମ୍ ନିର୍ମାଣ ନାମରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାପକ ଅନିୟମିତତା ହୋଇଛି, ଯାହା ସମଗ୍ର ପ୍ରକଳ୍ପକୁ ସନ୍ଦେହ ଘେରକୁ ଟାଣିଛି। ଏହି ଦୁର୍ନୀତିକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଏକ ନିରପେକ୍ଷ ତଦନ୍ତ କରିବାକୁ ଏବଂ ଏଥିରେ ଜଡ଼ିତ ଥିବା ଦାୟିତ୍ୱବାନ ଅଧିକାରୀ ତଥା ଠିକାଦାରଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO Odisha), ସୁରେଶ ପୂଜାରୀ, କୁଚିଣ୍ଡା ବିଡିଓ, ବିଜେପି ସରକାର, ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ପଞ୍ଚାୟତିରାଜ ବିଭାଗ, ପଞ୍ଚାୟତିରାଜ ମନ୍ତ୍ରୀ, ସମ୍ବଲପୁର ଜିଲ୍ଲାପାଳ (DM Sambalpur) ଏବଂ ରବିନାରାୟଣ ନାୟକଙ୍କ ଭଳି ବିଭିନ୍ନ ଅଧିକାରୀ ଓ ବିଭାଗକୁ ଟ୍ୟାଗ୍ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ତଥା ସ୍ଥାନୀୟ ବିକାଶ ସୁନିଶ୍ଚିତ କରିବା ପାଇଁ ଏହି ଦୁର୍ନୀତି ମାମଲାରେ ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରବଳ ଦାବି ହୋଇଛି।1
- ତା: ୨୯.୬.୨୬, ସୋମବାର ସକାଳେ ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ସହରସ୍ଥିତ ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ର ଓ ସମଡା ପ୍ରାଚୀନ କ୍ଷେତ୍ରର ଦୁଇ ଜଗନ୍ନାଥ ମନ୍ଦିର ସମେତ ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ ତଥା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ଓ ସନ୍ଧ୍ୟାରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ତିନି ଠାକୁରଙ୍କ ପହଣ୍ଡି ବିଜୟ ପରେ ସ୍ନାନ ମଣ୍ଡପରେ ୧୦୮ ଗୋଟି କଳସ ସ୍ଥାପନ କରାଯାଇଥିଲା। ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ୩୫ ଗୋଟି, ବଳଭଦ୍ରଙ୍କ ସମ୍ମୁଖରେ ୩୩ ଗୋଟି, ଦେବୀ ଶୁଭଦ୍ରାଙ୍କ ସମ୍ମୁଖରେ ୨୨ ଗୋଟି ଏବଂ ସୁଦର୍ଶନଙ୍କ ପାଇଁ ୧୮ ଗୋଟି କଳସକୁ ୪ଟି ଧାଡ଼ି କ୍ରମରେ ସ୍ଥାପନ କରାଯାଇଥିଲା। ପରେ ଜ୍ୟେଷ୍ଠ ପୂର୍ଣ୍ଣିମା ସ୍ନାନ ନିମିତ୍ତ ଠାକୁରଙ୍କୁ ଶ୍ୱେତ ବସ୍ତ୍ର ପରିଧାନ କରାଯିବା ପରେ ମହାସ୍ନାନ କରାଯାଇଥିଲା। ଏହାପରେ ଆଳତୀ, ହୋମଯଜ୍ଞ ସହିତ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ରରେ ମନ୍ଦିର ପୂଜକ ବ୍ରଜସୁନ୍ଦର ଶତପଥୀ ଓ ରଙ୍ଗାଧର ପଣ୍ଡା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ଜମିଦାର ବ୍ରଜକିଶୋର ସିଂଦେଓ, ଗୌନ୍ତିଆ ଦୁବରାଜ ନାଏକ, ସମ୍ପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ବନମାଳୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଚ୍ଚିଦାନନ୍ଦ ପଣ୍ଡା, ଶୈଳେଶ ବହିଦାର, ଯୁଧିଷ୍ଠିର ସେଣ, ବୈଶୀ ମହାନ୍ତି, ଶରତ ପାଣିଗ୍ରାହୀ, ରାକେଶ ଶତପଥୀ, ରଶ୍ମିରଞ୍ଜନ ବିଶ୍ଵାଳ, ସମୀର ବାରିକ, ପୂର୍ଣ୍ଣଚନ୍ଦ୍ର ଦାସ, ସୁର ବେହେରା, ବାମଦେବ ବେହେରା ପ୍ରମୁଖ ସାମିଲ ରହିଥିଲେ। ସେହିପରି ସମଡା ଜଗନ୍ନାଥ ମନ୍ଦିର ପ୍ରାଚୀନ କ୍ଷେତ୍ରରେ ପୂଜକ ଡମ୍ବରୁଧର ମିଶ୍ର ଓ ରାଜେନ୍ଦ୍ର ମିଶ୍ର ପୂଜାର୍ଚ୍ଚନା କରିଥିଲେ। ପ୍ରଫୁଲ୍ଲ ରଥ ଓ ତାଙ୍କ ପତ୍ନୀ ପଦ୍ମିନୀ ରଥ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଆୟୋଜନରେ ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ମହାନ୍ତି, କୋଷାଧ୍ୟକ୍ଷ ରମାକାନ୍ତ ମେହେରଙ୍କ ସମେତ ଶ୍ୟାମ ସୁନ୍ଦର ଶତପଥୀ, ଗୋପୀନାଥ ବେହେରା, ବିଶ୍ୱନାଥ ଅଗ୍ରୱାଲ, ପ୍ରଚଣ୍ଡ ଜୟସ୍ୱାଲ, ରମା ଭୋଳ, ଲିଙ୍ଗରାଜ ନାଏକ, ପ୍ରଦୀପ ପଶାୟତ, ରମେଶ ମେହେର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନେ କୀର୍ତ୍ତନ ପରିବେଷଣ କରିଥିଲେ।4
- ବାଲେଶ୍ୱରର ଭୋଗରାଇ ଅଞ୍ଚଳରେ ଏକ ପାରିବାରିକ ବିବାଦ ଉଗ୍ର ରୂପ ନେବା ପରେ ଜଣେ ବୋହୁ ନିଜ ଶାଶୁଙ୍କୁ ପନିଖିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ଶାଶୁଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସ ଏହି ଆକ୍ରମଣ ମାମଲାରେ ଅଭିଯୁକ୍ତ ବୋହୁଙ୍କୁ ଅଟକ ରଖି ଘଟଣା ଉପରେ ଅଧିକ ତଦନ୍ତ ଜାରି ରଖିଛି।1