ତା: ୨୯.୬.୨୬, ସୋମବାର ସକାଳେ ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ସହରସ୍ଥିତ ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ର ଓ ସମଡା ପ୍ରାଚୀନ କ୍ଷେତ୍ରର ଦୁଇ ଜଗନ୍ନାଥ ମନ୍ଦିର ସମେତ ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ ତଥା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ଓ ସନ୍ଧ୍ୟାରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ତିନି ଠାକୁରଙ୍କ ପହଣ୍ଡି ବିଜୟ ପରେ ସ୍ନାନ ମଣ୍ଡପରେ ୧୦୮ ଗୋଟି କଳସ ସ୍ଥାପନ କରାଯାଇଥିଲା। ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ୩୫ ଗୋଟି, ବଳଭଦ୍ରଙ୍କ ସମ୍ମୁଖରେ ୩୩ ଗୋଟି, ଦେବୀ ଶୁଭଦ୍ରାଙ୍କ ସମ୍ମୁଖରେ ୨୨ ଗୋଟି ଏବଂ ସୁଦର୍ଶନଙ୍କ ପାଇଁ ୧୮ ଗୋଟି କଳସକୁ ୪ଟି ଧାଡ଼ି କ୍ରମରେ ସ୍ଥାପନ କରାଯାଇଥିଲା। ପରେ ଜ୍ୟେଷ୍ଠ ପୂର୍ଣ୍ଣିମା ସ୍ନାନ ନିମିତ୍ତ ଠାକୁରଙ୍କୁ ଶ୍ୱେତ ବସ୍ତ୍ର ପରିଧାନ କରାଯିବା ପରେ ମହାସ୍ନାନ କରାଯାଇଥିଲା। ଏହାପରେ ଆଳତୀ, ହୋମଯଜ୍ଞ ସହିତ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ରରେ ମନ୍ଦିର ପୂଜକ ବ୍ରଜସୁନ୍ଦର ଶତପଥୀ ଓ ରଙ୍ଗାଧର ପଣ୍ଡା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ଜମିଦାର ବ୍ରଜକିଶୋର ସିଂଦେଓ, ଗୌନ୍ତିଆ ଦୁବରାଜ ନାଏକ, ସମ୍ପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ବନମାଳୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଚ୍ଚିଦାନନ୍ଦ ପଣ୍ଡା, ଶୈଳେଶ ବହିଦାର, ଯୁଧିଷ୍ଠିର ସେଣ, ବୈଶୀ ମହାନ୍ତି, ଶରତ ପାଣିଗ୍ରାହୀ, ରାକେଶ ଶତପଥୀ, ରଶ୍ମିରଞ୍ଜନ ବିଶ୍ଵାଳ, ସମୀର ବାରିକ, ପୂର୍ଣ୍ଣଚନ୍ଦ୍ର ଦାସ, ସୁର ବେହେରା, ବାମଦେବ ବେହେରା ପ୍ରମୁଖ ସାମିଲ ରହିଥିଲେ। ସେହିପରି ସମଡା ଜଗନ୍ନାଥ ମନ୍ଦିର ପ୍ରାଚୀନ କ୍ଷେତ୍ରରେ ପୂଜକ ଡମ୍ବରୁଧର ମିଶ୍ର ଓ ରାଜେନ୍ଦ୍ର ମିଶ୍ର ପୂଜାର୍ଚ୍ଚନା କରିଥିଲେ। ପ୍ରଫୁଲ୍ଲ ରଥ ଓ ତାଙ୍କ ପତ୍ନୀ ପଦ୍ମିନୀ ରଥ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଆୟୋଜନରେ ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ମହାନ୍ତି, କୋଷାଧ୍ୟକ୍ଷ ରମାକାନ୍ତ ମେହେରଙ୍କ ସମେତ ଶ୍ୟାମ ସୁନ୍ଦର ଶତପଥୀ, ଗୋପୀନାଥ ବେହେରା, ବିଶ୍ୱନାଥ ଅଗ୍ରୱାଲ, ପ୍ରଚଣ୍ଡ ଜୟସ୍ୱାଲ, ରମା ଭୋଳ, ଲିଙ୍ଗରାଜ ନାଏକ, ପ୍ରଦୀପ ପଶାୟତ, ରମେଶ ମେହେର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନେ କୀର୍ତ୍ତନ ପରିବେଷଣ କରିଥିଲେ।
ତା: ୨୯.୬.୨୬, ସୋମବାର ସକାଳେ ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ସହରସ୍ଥିତ ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ର ଓ ସମଡା ପ୍ରାଚୀନ କ୍ଷେତ୍ରର ଦୁଇ ଜଗନ୍ନାଥ ମନ୍ଦିର ସମେତ ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ ତଥା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ଓ ସନ୍ଧ୍ୟାରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ତିନି ଠାକୁରଙ୍କ ପହଣ୍ଡି ବିଜୟ ପରେ ସ୍ନାନ ମଣ୍ଡପରେ ୧୦୮
ଗୋଟି କଳସ ସ୍ଥାପନ କରାଯାଇଥିଲା। ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ୩୫ ଗୋଟି, ବଳଭଦ୍ରଙ୍କ ସମ୍ମୁଖରେ ୩୩ ଗୋଟି, ଦେବୀ ଶୁଭଦ୍ରାଙ୍କ ସମ୍ମୁଖରେ ୨୨ ଗୋଟି ଏବଂ ସୁଦର୍ଶନଙ୍କ ପାଇଁ ୧୮ ଗୋଟି କଳସକୁ ୪ଟି ଧାଡ଼ି କ୍ରମରେ ସ୍ଥାପନ କରାଯାଇଥିଲା। ପରେ ଜ୍ୟେଷ୍ଠ ପୂର୍ଣ୍ଣିମା ସ୍ନାନ ନିମିତ୍ତ ଠାକୁରଙ୍କୁ ଶ୍ୱେତ ବସ୍ତ୍ର ପରିଧାନ କରାଯିବା ପରେ ମହାସ୍ନାନ କରାଯାଇଥିଲା। ଏହାପରେ ଆଳତୀ, ହୋମଯଜ୍ଞ ସହିତ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ରରେ ମନ୍ଦିର ପୂଜକ ବ୍ରଜସୁନ୍ଦର ଶତପଥୀ ଓ ରଙ୍ଗାଧର
ପଣ୍ଡା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ଜମିଦାର ବ୍ରଜକିଶୋର ସିଂଦେଓ, ଗୌନ୍ତିଆ ଦୁବରାଜ ନାଏକ, ସମ୍ପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ବନମାଳୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଚ୍ଚିଦାନନ୍ଦ ପଣ୍ଡା, ଶୈଳେଶ ବହିଦାର, ଯୁଧିଷ୍ଠିର ସେଣ, ବୈଶୀ ମହାନ୍ତି, ଶରତ ପାଣିଗ୍ରାହୀ, ରାକେଶ ଶତପଥୀ, ରଶ୍ମିରଞ୍ଜନ ବିଶ୍ଵାଳ, ସମୀର ବାରିକ, ପୂର୍ଣ୍ଣଚନ୍ଦ୍ର ଦାସ, ସୁର ବେହେରା, ବାମଦେବ ବେହେରା ପ୍ରମୁଖ ସାମିଲ ରହିଥିଲେ। ସେହିପରି ସମଡା ଜଗନ୍ନାଥ ମନ୍ଦିର ପ୍ରାଚୀନ କ୍ଷେତ୍ରରେ ପୂଜକ ଡମ୍ବରୁଧର ମିଶ୍ର ଓ ରାଜେନ୍ଦ୍ର
ମିଶ୍ର ପୂଜାର୍ଚ୍ଚନା କରିଥିଲେ। ପ୍ରଫୁଲ୍ଲ ରଥ ଓ ତାଙ୍କ ପତ୍ନୀ ପଦ୍ମିନୀ ରଥ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଆୟୋଜନରେ ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ମହାନ୍ତି, କୋଷାଧ୍ୟକ୍ଷ ରମାକାନ୍ତ ମେହେରଙ୍କ ସମେତ ଶ୍ୟାମ ସୁନ୍ଦର ଶତପଥୀ, ଗୋପୀନାଥ ବେହେରା, ବିଶ୍ୱନାଥ ଅଗ୍ରୱାଲ, ପ୍ରଚଣ୍ଡ ଜୟସ୍ୱାଲ, ରମା ଭୋଳ, ଲିଙ୍ଗରାଜ ନାଏକ, ପ୍ରଦୀପ ପଶାୟତ, ରମେଶ ମେହେର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନେ କୀର୍ତ୍ତନ ପରିବେଷଣ କରିଥିଲେ।
- ଝାରସୁଗୁଡ଼ା ଜିଲ୍ଲାର କୋଲାବିରାରେ ଆୟୋଜିତ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୪୫ଟି ଅଭିଯୋଗ ପଞ୍ଜୀକୃତ ହୋଇଛି। ଏହି ଅବସରରେ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୧୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଜନସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।1
- ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାମରାଠାରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଚେକ୍ ଡ୍ୟାମ୍ର ନିର୍ମାଣ କାର୍ଯ୍ୟକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ନାଗରିକଙ୍କ ଅଭିଯୋଗ ଅନୁଯାୟୀ, ଏହି ବାମରା ଚେକ୍ ଡ୍ୟାମ୍ ନିର୍ମାଣ ନାମରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାପକ ଅନିୟମିତତା ହୋଇଛି, ଯାହା ସମଗ୍ର ପ୍ରକଳ୍ପକୁ ସନ୍ଦେହ ଘେରକୁ ଟାଣିଛି। ଏହି ଦୁର୍ନୀତିକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଏକ ନିରପେକ୍ଷ ତଦନ୍ତ କରିବାକୁ ଏବଂ ଏଥିରେ ଜଡ଼ିତ ଥିବା ଦାୟିତ୍ୱବାନ ଅଧିକାରୀ ତଥା ଠିକାଦାରଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO Odisha), ସୁରେଶ ପୂଜାରୀ, କୁଚିଣ୍ଡା ବିଡିଓ, ବିଜେପି ସରକାର, ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ପଞ୍ଚାୟତିରାଜ ବିଭାଗ, ପଞ୍ଚାୟତିରାଜ ମନ୍ତ୍ରୀ, ସମ୍ବଲପୁର ଜିଲ୍ଲାପାଳ (DM Sambalpur) ଏବଂ ରବିନାରାୟଣ ନାୟକଙ୍କ ଭଳି ବିଭିନ୍ନ ଅଧିକାରୀ ଓ ବିଭାଗକୁ ଟ୍ୟାଗ୍ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ତଥା ସ୍ଥାନୀୟ ବିକାଶ ସୁନିଶ୍ଚିତ କରିବା ପାଇଁ ଏହି ଦୁର୍ନୀତି ମାମଲାରେ ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରବଳ ଦାବି ହୋଇଛି।1
- ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭାରୀର କୋଶଳୀ ନାଟ୍ୟ ମହର୍ଷି ତଥା ଶବ୍ଦନୃତ୍ୟ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ ହୋଇଛି। ସମ୍ବଲପୁରୀ/କୋଶଳୀ ଭାଷା ପ୍ରଚାରକ ଭଗବାନ ସାହୁ ସାରା ଭାରତର କଳାଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କଳାକାରମାନେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବା ସହିତ ତାଙ୍କୁ ଗ୍ରିନିଜ୍ ଅଫ୍ ୱାର୍ଲ୍ଡ ବୁକରେ ସ୍ଥାନିତ କରିବା ପାଇଁ ଡବଲ ଇଞ୍ଜିନ ସରକାରଙ୍କୁ ଦାବି କରିଛନ୍ତି। ଗୁରୁ ଭଗବାନ ସାହୁ ୮ ହଜାର ରାତ୍ରିରୁ ଉର୍ଦ୍ଧ୍ୱ ସମୟ ଧରି ଚୌହାନ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀକୁ ସମ୍ବଲପୁରୀ/କୋଶଳୀ ଭାଷାରେ ପରିବେଷଣ କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ଜୟନ୍ତୀ ଅବସରରେ ଆଜି ସକାଳେ ବୁରୋଗଡ ନଦୀ ତଟରେ ଥିବା ସମାଧି ପୀଠରେ ଏବଂ ଗାଁରେ ଥିବା ତାଙ୍କ ଷ୍ଟାଚୁରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଭଗବାନ ସାହୁ ସ୍ମୃତି କମିଟି ବରପାଲି ଏବଂ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ କୁମ୍ଭାରୀ ପକ୍ଷରୁ ସନ୍ଧ୍ୟାରେ ବରପାଲି ଠାରେ ଜୟନ୍ତୀ ସମାରୋହ ପାଳନ କରାଯିବ ବୋଲି କମିଟିର ସଭାପତି ଡାକ୍ତର ସୁବଳ ମାଝୀ ସୂଚନା ଦେଇଛନ୍ତି। ଏହି ଅବସରରେ ମହେନ୍ଦ୍ର ହେହର, ଭୁବନ ଭୋଇ, ରୋହିତ ମହାରଣା, ବିଜୟାନନ୍ଦ ସାହୁ, ଗୋପବନ୍ଧୁ ସାହୁ, ହର୍ଷ ବେହେରା, ରମେଶ ମାଝୀ, ସାର୍ଥିକ ନାୟକ, ଡିଲେଶ୍ୱର ପଧାନ, ଦେବାନନ୍ଦ ନାୟକ, ସଚିନ ମହାପାତ୍ର, ସୁରେଶ ସାହୁ ଏବଂ ରମେଶ ସାହୁ ପ୍ରମୁଖ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।1
- ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ପାତାଳିଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁଙ୍କ ଦେବ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।1
- ଗଞ୍ଜେଇ ଗାଡ଼ିକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପିସ୍ତଲ ଧରି ପଇଁତରା ମାରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ ମାଡ଼ିବସିବା ପରେ ଗିରଫ ବ୍ୟକ୍ତିଙ୍କ ନିକଟରୁ ଦୁଇଟି ପିସ୍ତଲ ଏବଂ ଦୁଇଟି ବାଇକ ଜବତ କରାଯାଇଥିବା ସୂଚନା ମିଳିଛି।1
- ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ ତା:୨୯/୦୬/୨୬ରେ କୋଲାବିରା ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଶିକ୍ଷାର ମାନ, ବିଦ୍ୟାଳୟର ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିବା ୟୁନିଫର୍ମର ଗୁଣବତ୍ତା ଏବଂ ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମର ବିସ୍ତୃତ ସମୀକ୍ଷା କରିଛନ୍ତି। ପ୍ରଥମେ ସେ କୋଲାବିରାସ୍ଥିତ ପି.ଏସ. ହାଇସ୍କୁଲ ପରିଦର୍ଶନ କରି ପ୍ରଧାନ ଶିକ୍ଷକଙ୍କ ସହ ୟୁନିଫର୍ମ ବଣ୍ଟନ ଓ ଏହାର ଗୁଣବତ୍ତା ଉପରେ ଆଲୋଚନା କରିଥିଲେ। ବିଜ୍ଞାନାଗାର ପରିଦର୍ଶନ ସମୟରେ, କ୍ଷତିଗ୍ରସ୍ତ ୱାଲ୍ ପେପର୍ ହଟାଇବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହ, ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଫଳାଫଳରେ ଉନ୍ନତି ଆଣିବା ସହ ବିଦ୍ୟାଳୟର A1 ମାନ୍ୟତା ହାସଲ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ପଛପଟେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବାକୁ ମଧ୍ୟ କୁହାଯାଇଥିଲା। ପରେ ଜିଲ୍ଲାପାଳ ପତ୍ରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଶ୍ରେଣୀଗୃହ ବୁଲି ଦେଖିବା ସହ ଅଧ୍ୟକ୍ଷଙ୍କ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେ ୟୁନିଫର୍ମର ଗୁଣବତ୍ତା ଯାଞ୍ଚ କରିବା ସହ ଶ୍ରେଣୀ ବିଭାଜନ ପାଇଁ କକ୍ଷ ବିଭାଜନ (Partition) କରିବା ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟର ଖେଳ ପଡ଼ିଆରେ ଚାଲିଥିବା କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶେଷରେ ସେ ସିରିଆପାଲିସ୍ଥିତ ସରକାରୀ ୟୁ.ଜି. ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ବିଜ୍ଞାନାଗାର, କ୍ରୀଡ଼ା କକ୍ଷ, ପାଠାଗାର ଓ ଆଇସିଟି ଲ୍ୟାବ୍ ପରିଦର୍ଶନ କରିବା ସହ ୟୁନିଫର୍ମର ଗୁଣବତ୍ତା ଏବଂ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ। ପ୍ରାଥମିକ ଶ୍ରେଣୀର ପିଲାମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ଉତ୍ସାହଜନକ ଉତ୍ତରକୁ ପ୍ରଶଂସା କରିଥିଲେ। ଏହା ସହିତ, ପ୍ରାଥମିକ ସ୍ତରରେ Foundational Literacy and Numeracy (FLN) କାର୍ଯ୍ୟକ୍ରମର ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ପରିଦର୍ଶନ ଅବସରରେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ଓ ଶିକ୍ଷକମାନଙ୍କୁ ବିଦ୍ୟାଳୟ ଗୁଡ଼ିକରେ ଉନ୍ନତ ଶିକ୍ଷା ପରିବେଶ, ଶୃଙ୍ଖଳା, ପରିମଳ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ନିରନ୍ତର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମୟରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଏବଂ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।4
- ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ଡଭଲା ଛକ ରାସ୍ତାରେ ଡିଭାଇଡର ଉପରକୁ ଚଢିଯିବା କାରଣରୁ ରାସ୍ତାରେ ଲାଗିଥିବା ଏକ ଷ୍ଟ୍ରିଟ ଲାଇଟ ଭାଙ୍ଗି ଓଲଟି ପଡିଛି।1