logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ପାତାଳିଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁଙ୍କ ଦେବ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

1 hr ago
user_Ranjan hota
Ranjan hota
Sonepur, Odisha•
1 hr ago

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ପାତାଳିଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁଙ୍କ ଦେବ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

More news from Odisha and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ପାତାଳିଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁଙ୍କ ଦେବ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ପାତାଳିଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁଙ୍କ ଦେବ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
    user_Ranjan hota
    Ranjan hota
    Sonepur, Odisha•
    1 hr ago
  • ଗଞ୍ଜେଇ ଗାଡ଼ିକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପିସ୍ତଲ ଧରି ପଇଁତରା ମାରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ ମାଡ଼ିବସିବା ପରେ ଗିରଫ ବ୍ୟକ୍ତିଙ୍କ ନିକଟରୁ ଦୁଇଟି ପିସ୍ତଲ ଏବଂ ଦୁଇଟି ବାଇକ ଜବତ କରାଯାଇଥିବା ସୂଚନା ମିଳିଛି।
    1
    ଗଞ୍ଜେଇ ଗାଡ଼ିକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପିସ୍ତଲ ଧରି ପଇଁତରା ମାରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ ମାଡ଼ିବସିବା ପରେ ଗିରଫ ବ୍ୟକ୍ତିଙ୍କ ନିକଟରୁ ଦୁଇଟି ପିସ୍ତଲ ଏବଂ ଦୁଇଟି ବାଇକ ଜବତ କରାଯାଇଥିବା ସୂଚନା ମିଳିଛି।
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପୋଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଘଟଣାଟି ବନ୍ଦପାଳି-ଡୁଙ୍ଗୁରିପାଲି ମୁଖ୍ୟ ରାସ୍ତାରେ ଥିବା କେନାଲ ନିକଟରେ ଘଟିଛି, ଯେଉଁଠାରେ ପୋଲିସ ପେଟ୍ରୋଲିଂ କରୁଥିଲା। ପେଟ୍ରୋଲିଂ ସମୟରେ ପୋଲିସ OR 03 E2125 ନମ୍ବର ବିଶିଷ୍ଟ ଏକ ବାଇଗଣୀ ରଙ୍ଗର ସ୍କର୍ପିଓ ଗାଡ଼ିକୁ ସନ୍ଦେହ କରି ଅଟକାଇଥିଲା। ଯାଞ୍ଚ ବେଳେ, ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା।
    1
    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପୋଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଘଟଣାଟି ବନ୍ଦପାଳି-ଡୁଙ୍ଗୁରିପାଲି ମୁଖ୍ୟ ରାସ୍ତାରେ ଥିବା କେନାଲ ନିକଟରେ ଘଟିଛି, ଯେଉଁଠାରେ ପୋଲିସ ପେଟ୍ରୋଲିଂ କରୁଥିଲା। ପେଟ୍ରୋଲିଂ ସମୟରେ ପୋଲିସ OR 03 E2125 ନମ୍ବର ବିଶିଷ୍ଟ ଏକ ବାଇଗଣୀ ରଙ୍ଗର ସ୍କର୍ପିଓ ଗାଡ଼ିକୁ ସନ୍ଦେହ କରି ଅଟକାଇଥିଲା। ଯାଞ୍ଚ ବେଳେ, ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ବଡ଼ ଜଗନ୍ନାଥଙ୍କ ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ଦାବି ହେଉଛି। ଚୌହାନ ବଂଶର ପ୍ରଥମ ରାଜା ମଦନ ଗୋପାଳ ଦେଓଙ୍କ ସମୟରୁ ଥିବା ଏହି ମନ୍ଦିର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।
    1
    ବଡ଼ ଜଗନ୍ନାଥଙ୍କ ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ଦାବି ହେଉଛି। ଚୌହାନ ବଂଶର ପ୍ରଥମ ରାଜା ମଦନ ଗୋପାଳ ଦେଓଙ୍କ ସମୟରୁ ଥିବା ଏହି ମନ୍ଦିର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ଆମ ଆଦମୀ ପାର୍ଟୀର ଓଡିଶା ରାଜ୍ୟ ସହ ପ୍ରଭାରୀ ଶ୍ରୀ ଟିଙ୍କୁ ରାଜୋରା ଜୀ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗଦେଇଛନ୍ତି।
    1
    ଆମ ଆଦମୀ ପାର୍ଟୀର ଓଡିଶା ରାଜ୍ୟ ସହ ପ୍ରଭାରୀ ଶ୍ରୀ ଟିଙ୍କୁ ରାଜୋରା ଜୀ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗଦେଇଛନ୍ତି।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    11 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା କ୍ଷେତ୍ରରେ ଆମ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ଏକ ବିଧାନସଭାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ଼ କରିବା ସହ ଦଳୀୟ ରଣନୀତି ପ୍ରସ୍ତୁତ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ଥିଲା। ଏହି ବୈଠକରେ ଆପ୍‌ ଓଡ଼ିଶାର ସହ-ପ୍ରଭାରୀ ତଥା ଦିଲ୍ଲୀରୁ ଆସିଥିବା ଟିଙ୍କୁ ରାଜୋରା, ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ, ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଭବାନୀ ପ୍ରସାଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର କ୍ଷେତ୍ରରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଉଲ୍ଲେଖ କରିଥିଲେ। ଏଥିସହ ଓଡ଼ିଶାରେ ମଧ୍ୟ ସେହିଭଳି ଜନମୁଖୀ ଶାସନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ନିଜର ମତ ରଖିଥିଲେ। ଜିଲ୍ଲା ସଂଯୋଜକ ମାଧବ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଳର ସଂଗଠନକୁ ଗ୍ରାମସ୍ତରରେ ଅଧିକ ସୁଦୃଢ଼ କରିବା, ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଦେଇ ଦୃଢ଼ତାର ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜନସମସ୍ୟାକୁ ପ୍ରାଥମିକତା ଦେବା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସୁରେଶ କଲତା, ଘନଶ୍ୟାମ ଭୋଇ, ମାନସ ଗାଈଗରିଆ, ରାଜେଶଙ୍କ ସମେତ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ ନୂତନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବକ୍ତାମାନେ କର୍ମୀଙ୍କୁ ସଂଗଠିତ ହୋଇ ଆଗାମୀ ନିର୍ବାଚନରେ ଦଳର ସଫଳତା ପାଇଁ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ।
    2
    ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା କ୍ଷେତ୍ରରେ ଆମ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ଏକ ବିଧାନସଭାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ଼ କରିବା ସହ ଦଳୀୟ ରଣନୀତି ପ୍ରସ୍ତୁତ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ଥିଲା।

ଏହି ବୈଠକରେ ଆପ୍‌ ଓଡ଼ିଶାର ସହ-ପ୍ରଭାରୀ ତଥା ଦିଲ୍ଲୀରୁ ଆସିଥିବା ଟିଙ୍କୁ ରାଜୋରା, ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ, ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଭବାନୀ ପ୍ରସାଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର କ୍ଷେତ୍ରରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଉଲ୍ଲେଖ କରିଥିଲେ। ଏଥିସହ ଓଡ଼ିଶାରେ ମଧ୍ୟ ସେହିଭଳି ଜନମୁଖୀ ଶାସନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ନିଜର ମତ ରଖିଥିଲେ।

ଜିଲ୍ଲା ସଂଯୋଜକ ମାଧବ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଳର ସଂଗଠନକୁ ଗ୍ରାମସ୍ତରରେ ଅଧିକ ସୁଦୃଢ଼ କରିବା, ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଦେଇ ଦୃଢ଼ତାର ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜନସମସ୍ୟାକୁ ପ୍ରାଥମିକତା ଦେବା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସୁରେଶ କଲତା, ଘନଶ୍ୟାମ ଭୋଇ, ମାନସ ଗାଈଗରିଆ, ରାଜେଶଙ୍କ ସମେତ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ ନୂତନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବକ୍ତାମାନେ କର୍ମୀଙ୍କୁ ସଂଗଠିତ ହୋଇ ଆଗାମୀ ନିର୍ବାଚନରେ ଦଳର ସଫଳତା ପାଇଁ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    5 hrs ago
  • ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବରଗୋଛା ପଞ୍ଚାୟତ ଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏବଂ ଆରକ୍ଷୀ ଅଧିକ୍ଷ କୁଲଦୀପ ମୀନାଙ୍କ ଯୁଗ୍ମ ଜଣଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପଜିଲ୍ଲାପାଳ ବିଜୟ କୁମାର ଭୋଇ, ମୁଖ୍ୟ ଉନ୍ନୟନ ପ୍ରଭାଷ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀମାନେ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ ବିଜୟ କୁମାର ଭୋଇ ସମସ୍ତ ଅଭିଯୋଗକାରୀଙ୍କୁ ଶୀଘ୍ର ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
    4
    ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବରଗୋଛା ପଞ୍ଚାୟତ ଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏବଂ ଆରକ୍ଷୀ ଅଧିକ୍ଷ କୁଲଦୀପ ମୀନାଙ୍କ ଯୁଗ୍ମ ଜଣଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ଉପଜିଲ୍ଲାପାଳ ବିଜୟ କୁମାର ଭୋଇ, ମୁଖ୍ୟ ଉନ୍ନୟନ ପ୍ରଭାଷ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀମାନେ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ ବିଜୟ କୁମାର ଭୋଇ ସମସ୍ତ ଅଭିଯୋଗକାରୀଙ୍କୁ ଶୀଘ୍ର ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
    user_Biswamitra padhi
    Biswamitra padhi
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    4 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ବ୍ରାହ୍ମଣ ସମାଜ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
    1
    ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ବ୍ରାହ୍ମଣ ସମାଜ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
    user_Ranjan hota
    Ranjan hota
    Sonepur, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.