logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବରଗୋଛା ପଞ୍ଚାୟତ ଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏବଂ ଆରକ୍ଷୀ ଅଧିକ୍ଷ କୁଲଦୀପ ମୀନାଙ୍କ ଯୁଗ୍ମ ଜଣଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପଜିଲ୍ଲାପାଳ ବିଜୟ କୁମାର ଭୋଇ, ମୁଖ୍ୟ ଉନ୍ନୟନ ପ୍ରଭାଷ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀମାନେ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ ବିଜୟ କୁମାର ଭୋଇ ସମସ୍ତ ଅଭିଯୋଗକାରୀଙ୍କୁ ଶୀଘ୍ର ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

1 hr ago
user_Biswamitra padhi
Biswamitra padhi
କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
1 hr ago
11b8e5e7-6140-42f2-b6da-9ec53ad7c96b
f968e51e-c6ab-431c-b2ba-c1b8f21ce3e9

ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବରଗୋଛା ପଞ୍ଚାୟତ ଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏବଂ ଆରକ୍ଷୀ ଅଧିକ୍ଷ କୁଲଦୀପ ମୀନାଙ୍କ ଯୁଗ୍ମ ଜଣଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପଜିଲ୍ଲାପାଳ ବିଜୟ କୁମାର ଭୋଇ, ମୁଖ୍ୟ ଉନ୍ନୟନ ପ୍ରଭାଷ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀମାନେ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ ବିଜୟ କୁମାର ଭୋଇ ସମସ୍ତ ଅଭିଯୋଗକାରୀଙ୍କୁ ଶୀଘ୍ର ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

More news from ଓଡ଼ିଶା and nearby areas
  • ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବରଗୋଛା ପଞ୍ଚାୟତ ଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏବଂ ଆରକ୍ଷୀ ଅଧିକ୍ଷ କୁଲଦୀପ ମୀନାଙ୍କ ଯୁଗ୍ମ ଜଣଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପଜିଲ୍ଲାପାଳ ବିଜୟ କୁମାର ଭୋଇ, ମୁଖ୍ୟ ଉନ୍ନୟନ ପ୍ରଭାଷ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀମାନେ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ ବିଜୟ କୁମାର ଭୋଇ ସମସ୍ତ ଅଭିଯୋଗକାରୀଙ୍କୁ ଶୀଘ୍ର ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
    4
    ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବରଗୋଛା ପଞ୍ଚାୟତ ଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏବଂ ଆରକ୍ଷୀ ଅଧିକ୍ଷ କୁଲଦୀପ ମୀନାଙ୍କ ଯୁଗ୍ମ ଜଣଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ଉପଜିଲ୍ଲାପାଳ ବିଜୟ କୁମାର ଭୋଇ, ମୁଖ୍ୟ ଉନ୍ନୟନ ପ୍ରଭାଷ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀମାନେ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ ବିଜୟ କୁମାର ଭୋଇ ସମସ୍ତ ଅଭିଯୋଗକାରୀଙ୍କୁ ଶୀଘ୍ର ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
    user_Biswamitra padhi
    Biswamitra padhi
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପୋଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଘଟଣାଟି ବନ୍ଦପାଳି-ଡୁଙ୍ଗୁରିପାଲି ମୁଖ୍ୟ ରାସ୍ତାରେ ଥିବା କେନାଲ ନିକଟରେ ଘଟିଛି, ଯେଉଁଠାରେ ପୋଲିସ ପେଟ୍ରୋଲିଂ କରୁଥିଲା। ପେଟ୍ରୋଲିଂ ସମୟରେ ପୋଲିସ OR 03 E2125 ନମ୍ବର ବିଶିଷ୍ଟ ଏକ ବାଇଗଣୀ ରଙ୍ଗର ସ୍କର୍ପିଓ ଗାଡ଼ିକୁ ସନ୍ଦେହ କରି ଅଟକାଇଥିଲା। ଯାଞ୍ଚ ବେଳେ, ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା।
    1
    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପୋଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଘଟଣାଟି ବନ୍ଦପାଳି-ଡୁଙ୍ଗୁରିପାଲି ମୁଖ୍ୟ ରାସ୍ତାରେ ଥିବା କେନାଲ ନିକଟରେ ଘଟିଛି, ଯେଉଁଠାରେ ପୋଲିସ ପେଟ୍ରୋଲିଂ କରୁଥିଲା। ପେଟ୍ରୋଲିଂ ସମୟରେ ପୋଲିସ OR 03 E2125 ନମ୍ବର ବିଶିଷ୍ଟ ଏକ ବାଇଗଣୀ ରଙ୍ଗର ସ୍କର୍ପିଓ ଗାଡ଼ିକୁ ସନ୍ଦେହ କରି ଅଟକାଇଥିଲା। ଯାଞ୍ଚ ବେଳେ, ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    14 min ago
  • ବଡ଼ ଜଗନ୍ନାଥଙ୍କ ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ଦାବି ହେଉଛି। ଚୌହାନ ବଂଶର ପ୍ରଥମ ରାଜା ମଦନ ଗୋପାଳ ଦେଓଙ୍କ ସମୟରୁ ଥିବା ଏହି ମନ୍ଦିର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।
    1
    ବଡ଼ ଜଗନ୍ନାଥଙ୍କ ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ଦାବି ହେଉଛି। ଚୌହାନ ବଂଶର ପ୍ରଥମ ରାଜା ମଦନ ଗୋପାଳ ଦେଓଙ୍କ ସମୟରୁ ଥିବା ଏହି ମନ୍ଦିର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ଆମ ଆଦମୀ ପାର୍ଟୀର ଓଡିଶା ରାଜ୍ୟ ସହ ପ୍ରଭାରୀ ଶ୍ରୀ ଟିଙ୍କୁ ରାଜୋରା ଜୀ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗଦେଇଛନ୍ତି।
    1
    ଆମ ଆଦମୀ ପାର୍ଟୀର ଓଡିଶା ରାଜ୍ୟ ସହ ପ୍ରଭାରୀ ଶ୍ରୀ ଟିଙ୍କୁ ରାଜୋରା ଜୀ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗଦେଇଛନ୍ତି।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    9 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ବଲାଡି ଠାରେ ଏକ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ବ୍ରାହ୍ମଣ ସମାଜ, ହିନ୍ଦୁ ସଂସ୍କୃତି ଏବଂ ହିନ୍ଦୁତ୍ୱ ସମ୍ବନ୍ଧରେ ଆଲୋଚନା ହୋଇଥିଲା।
    1
    ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ବଲାଡି ଠାରେ ଏକ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ବ୍ରାହ୍ମଣ ସମାଜ, ହିନ୍ଦୁ ସଂସ୍କୃତି ଏବଂ ହିନ୍ଦୁତ୍ୱ ସମ୍ବନ୍ଧରେ ଆଲୋଚନା ହୋଇଥିଲା।
    user_Ranjan hota
    Ranjan hota
    Sonepur, Odisha•
    9 hrs ago
  • ପୁରୀରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୮୯ ଦିନରେ ପହଞ୍ଚିଛି। ଗତ ଦୁଇଦିନ ହେବ ପୁରୀ ବାସୀ ଗୃହ ବନ୍ଦୀ ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଅଭିଯୋଗ ରହିଛି ଯେ ସରକାର ଓ ପ୍ରଶାସନ VIP ସେବା ଜରିଆରେ କିଛି ରୋଜଗାରରେ ବ୍ୟସ୍ତ ଅଛନ୍ତି, ଯାହା ଭକ୍ତଙ୍କ ଭିତରେ ଭେଦଭାବ ସୃଷ୍ଟି କରୁଛି। ଏହି ପଦଯାତ୍ରାର ମୂଳ ମନ୍ତ୍ର ହେଉଛି: "ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।" ଏହି ପଦଯାତ୍ରା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ଭକ୍ତ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ। ଗତ ଏପ୍ରିଲ୍ ୧ ଉତ୍କଳ ଦିବସରୁ ବଳଗଣ୍ଡି ଛକ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଏକ ନିରବ ପ୍ରଶ୍ନ କରୁଛି: "ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦର୍ଶନରେ କି ଭକ୍ତଙ୍କ ମଧ୍ୟରେ ଭେଦଭାବ ରହିପାରେ?" "ଜୟ ଜଗନ୍ନାଥ" ଧ୍ୱନିରେ କମ୍ପିତ ଏହି ପଥରେ ଅନେକ ଭକ୍ତଙ୍କ ଅଶ୍ରୁ, ଅନେକ ପରିବାରର ବେଦନା ଏବଂ ନିଜ ପ୍ରଭୁଙ୍କ ନିକଟକୁ ସହଜରେ ପହଞ୍ଚିବାର ଆକାଂକ୍ଷା ମିଶିଯାଇଛି। ଏହି ପଦଯାତ୍ରା ପୁରୀବାସୀଙ୍କ ହୃଦୟର ସ୍ପନ୍ଦନ, ଆସ୍ଥାର ଉଚ୍ଚାରଣ ଏବଂ ଅଧିକାରର ଆଧ୍ୟାତ୍ମିକ ସଂଗ୍ରାମରେ ପରିଣତ ହୋଇଛି। ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ସଂସ୍କୃତି ଉପରେ ପର୍ଯ୍ୟବସିତ। ଯେପରି ତାଙ୍କ ମହାପ୍ରସାଦରେ ଉଚ୍ଚ-ନୀଚର ଭେଦଭାବ ନାହିଁ, ସେପରି ତାଙ୍କ ଦର୍ଶନରେ ମଧ୍ୟ କୌଣସି ବିଶେଷାଧିକାର ରହିବା ଉଚିତ ନୁହେଁ ବୋଲି ଭକ୍ତମାନେ ଦାବି କରୁଛନ୍ତି। ଭଗବାନଙ୍କ ଦ୍ୱାରରେ VIP ଓ ସାଧାରଣ ଭକ୍ତଙ୍କ ମଧ୍ୟରେ ଭେଦ ସୃଷ୍ଟି କରିବା ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ବିରୋଧୀ ବୋଲି ଏହି ପଦଯାତ୍ରା "ଜଗନ୍ନାଥ ସଂସ୍କୃତିର ସମତା ଓ ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ଆଧ୍ୟାତ୍ମିକ ପ୍ରତିବାଦ" ଭାବରେ ଆଗକୁ ବଢୁଛି। ନାରୀ-ପୁରୁଷ, ଯୁବକ-ବୃଦ୍ଧ ନିର୍ବିଶେଷରେ ସମସ୍ତଙ୍କର ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଏକ ଜନ ଆନ୍ଦୋଳନର ରୂପ ଦେଇଛି। ପ୍ରତ୍ୟେକ ଭକ୍ତଙ୍କ ମୁହଁରେ ଭକ୍ତିର ଦୀପ୍ତି ଏବଂ ପ୍ରତ୍ୟେକ ହୃଦୟରେ ଏକ ନୀରବ ପ୍ରାର୍ଥନା ରହିଛି: "ପ୍ରଭୁ, ଆମକୁ ଆମର ଅଧିକାର ଫେରାଇ ଦିଅ; ତୁମ ଦ୍ୱାରରେ ସମସ୍ତଙ୍କୁ ସମାନ ସ୍ଥାନ ଦିଅ।" ୮୯ ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ କମିନାହିଁ; ପ୍ରତ୍ୟେକ ଦିନ ସହିତ ଏହା ଅଧିକ ଗଭୀର, ଅଧିକ ଶକ୍ତିଶାଳୀ ଏବଂ ଅଧିକ ଆଧ୍ୟାତ୍ମିକ ହୋଇଉଠୁଛି। ଏହା ଏକ ଏମିତି ଯାତ୍ରା, ଯେଉଁଠାରେ ଅଶ୍ରୁ ପ୍ରାର୍ଥନା, ବେଦନା ଶକ୍ତି ଏବଂ ଭକ୍ତି ଅହିଂସା ପ୍ରତିବାଦର ମାଧ୍ୟମ ପାଲଟିଛି। ଆଜିର ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ବିଜୟ କୁମାର ମିଶ୍ର, ଶିଶିର କାନ୍ତ ଶତପଥୀ, ମମତା ସ୍ୱାଇଁ, ମମତା ଦାସ, ନିହାରିକା ତ୍ରିପାଠୀ, ଅରୁଣା ପଟ୍ଟନାୟକ, ଶିବ ସୁନ୍ଦର ମିଶ୍ର, ଜାଦବା ନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ଲିଂଗରାଜ ସାହୁ, ପ୍ରଫୁଲ୍ଲ ସାହୁ, ବିଶ୍ୱନାଥ ମିଶ୍ର, କିଶୋର ଚନ୍ଦ୍ର ଦାସ, ସନ୍ତୋଷ ସେନାପତି, ସୁବାଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହି ଯାତ୍ରା ସେ ପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହୋଇନାହିଁ। ଏହା କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଗ୍ରାମ ନୁହେଁ; ଏହା ନ୍ୟାୟ, ସମତା ଓ ଆସ୍ଥାର ସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଅଭିଯାନ।
    1
    ପୁରୀରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୮୯ ଦିନରେ ପହଞ୍ଚିଛି। ଗତ ଦୁଇଦିନ ହେବ ପୁରୀ ବାସୀ ଗୃହ ବନ୍ଦୀ ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଅଭିଯୋଗ ରହିଛି ଯେ ସରକାର ଓ ପ୍ରଶାସନ VIP ସେବା ଜରିଆରେ କିଛି ରୋଜଗାରରେ ବ୍ୟସ୍ତ ଅଛନ୍ତି, ଯାହା ଭକ୍ତଙ୍କ ଭିତରେ ଭେଦଭାବ ସୃଷ୍ଟି କରୁଛି। ଏହି ପଦଯାତ୍ରାର ମୂଳ ମନ୍ତ୍ର ହେଉଛି: "ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।" ଏହି ପଦଯାତ୍ରା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ଭକ୍ତ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ।

ଗତ ଏପ୍ରିଲ୍ ୧ ଉତ୍କଳ ଦିବସରୁ ବଳଗଣ୍ଡି ଛକ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଏକ ନିରବ ପ୍ରଶ୍ନ କରୁଛି: "ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦର୍ଶନରେ କି ଭକ୍ତଙ୍କ ମଧ୍ୟରେ ଭେଦଭାବ ରହିପାରେ?" "ଜୟ ଜଗନ୍ନାଥ" ଧ୍ୱନିରେ କମ୍ପିତ ଏହି ପଥରେ ଅନେକ ଭକ୍ତଙ୍କ ଅଶ୍ରୁ, ଅନେକ ପରିବାରର ବେଦନା ଏବଂ ନିଜ ପ୍ରଭୁଙ୍କ ନିକଟକୁ ସହଜରେ ପହଞ୍ଚିବାର ଆକାଂକ୍ଷା ମିଶିଯାଇଛି। ଏହି ପଦଯାତ୍ରା ପୁରୀବାସୀଙ୍କ ହୃଦୟର ସ୍ପନ୍ଦନ, ଆସ୍ଥାର ଉଚ୍ଚାରଣ ଏବଂ ଅଧିକାରର ଆଧ୍ୟାତ୍ମିକ ସଂଗ୍ରାମରେ ପରିଣତ ହୋଇଛି।

ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ସଂସ୍କୃତି ଉପରେ ପର୍ଯ୍ୟବସିତ। ଯେପରି ତାଙ୍କ ମହାପ୍ରସାଦରେ ଉଚ୍ଚ-ନୀଚର ଭେଦଭାବ ନାହିଁ, ସେପରି ତାଙ୍କ ଦର୍ଶନରେ ମଧ୍ୟ କୌଣସି ବିଶେଷାଧିକାର ରହିବା ଉଚିତ ନୁହେଁ ବୋଲି ଭକ୍ତମାନେ ଦାବି କରୁଛନ୍ତି। ଭଗବାନଙ୍କ ଦ୍ୱାରରେ VIP ଓ ସାଧାରଣ ଭକ୍ତଙ୍କ ମଧ୍ୟରେ ଭେଦ ସୃଷ୍ଟି କରିବା ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ବିରୋଧୀ ବୋଲି ଏହି ପଦଯାତ୍ରା "ଜଗନ୍ନାଥ ସଂସ୍କୃତିର ସମତା ଓ ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ଆଧ୍ୟାତ୍ମିକ ପ୍ରତିବାଦ" ଭାବରେ ଆଗକୁ ବଢୁଛି।

ନାରୀ-ପୁରୁଷ, ଯୁବକ-ବୃଦ୍ଧ ନିର୍ବିଶେଷରେ ସମସ୍ତଙ୍କର ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଏକ ଜନ ଆନ୍ଦୋଳନର ରୂପ ଦେଇଛି। ପ୍ରତ୍ୟେକ ଭକ୍ତଙ୍କ ମୁହଁରେ ଭକ୍ତିର ଦୀପ୍ତି ଏବଂ ପ୍ରତ୍ୟେକ ହୃଦୟରେ ଏକ ନୀରବ ପ୍ରାର୍ଥନା ରହିଛି: "ପ୍ରଭୁ, ଆମକୁ ଆମର ଅଧିକାର ଫେରାଇ ଦିଅ; ତୁମ ଦ୍ୱାରରେ ସମସ୍ତଙ୍କୁ ସମାନ ସ୍ଥାନ ଦିଅ।" ୮୯ ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ କମିନାହିଁ; ପ୍ରତ୍ୟେକ ଦିନ ସହିତ ଏହା ଅଧିକ ଗଭୀର, ଅଧିକ ଶକ୍ତିଶାଳୀ ଏବଂ ଅଧିକ ଆଧ୍ୟାତ୍ମିକ ହୋଇଉଠୁଛି। ଏହା ଏକ ଏମିତି ଯାତ୍ରା, ଯେଉଁଠାରେ ଅଶ୍ରୁ ପ୍ରାର୍ଥନା, ବେଦନା ଶକ୍ତି ଏବଂ ଭକ୍ତି ଅହିଂସା ପ୍ରତିବାଦର ମାଧ୍ୟମ ପାଲଟିଛି।

ଆଜିର ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ବିଜୟ କୁମାର ମିଶ୍ର, ଶିଶିର କାନ୍ତ ଶତପଥୀ, ମମତା ସ୍ୱାଇଁ, ମମତା ଦାସ, ନିହାରିକା ତ୍ରିପାଠୀ, ଅରୁଣା ପଟ୍ଟନାୟକ, ଶିବ ସୁନ୍ଦର ମିଶ୍ର, ଜାଦବା ନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ଲିଂଗରାଜ ସାହୁ, ପ୍ରଫୁଲ୍ଲ ସାହୁ, ବିଶ୍ୱନାଥ ମିଶ୍ର, କିଶୋର ଚନ୍ଦ୍ର ଦାସ, ସନ୍ତୋଷ ସେନାପତି, ସୁବାଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହି ଯାତ୍ରା ସେ ପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହୋଇନାହିଁ। ଏହା କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଗ୍ରାମ ନୁହେଁ; ଏହା ନ୍ୟାୟ, ସମତା ଓ ଆସ୍ଥାର ସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଅଭିଯାନ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    23 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା କ୍ଷେତ୍ରରେ ଆମ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ଏକ ବିଧାନସଭାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ଼ କରିବା ସହ ଦଳୀୟ ରଣନୀତି ପ୍ରସ୍ତୁତ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ଥିଲା। ଏହି ବୈଠକରେ ଆପ୍‌ ଓଡ଼ିଶାର ସହ-ପ୍ରଭାରୀ ତଥା ଦିଲ୍ଲୀରୁ ଆସିଥିବା ଟିଙ୍କୁ ରାଜୋରା, ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ, ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଭବାନୀ ପ୍ରସାଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର କ୍ଷେତ୍ରରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଉଲ୍ଲେଖ କରିଥିଲେ। ଏଥିସହ ଓଡ଼ିଶାରେ ମଧ୍ୟ ସେହିଭଳି ଜନମୁଖୀ ଶାସନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ନିଜର ମତ ରଖିଥିଲେ। ଜିଲ୍ଲା ସଂଯୋଜକ ମାଧବ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଳର ସଂଗଠନକୁ ଗ୍ରାମସ୍ତରରେ ଅଧିକ ସୁଦୃଢ଼ କରିବା, ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଦେଇ ଦୃଢ଼ତାର ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜନସମସ୍ୟାକୁ ପ୍ରାଥମିକତା ଦେବା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସୁରେଶ କଲତା, ଘନଶ୍ୟାମ ଭୋଇ, ମାନସ ଗାଈଗରିଆ, ରାଜେଶଙ୍କ ସମେତ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ ନୂତନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବକ୍ତାମାନେ କର୍ମୀଙ୍କୁ ସଂଗଠିତ ହୋଇ ଆଗାମୀ ନିର୍ବାଚନରେ ଦଳର ସଫଳତା ପାଇଁ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ।
    2
    ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା କ୍ଷେତ୍ରରେ ଆମ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ଏକ ବିଧାନସଭାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ଼ କରିବା ସହ ଦଳୀୟ ରଣନୀତି ପ୍ରସ୍ତୁତ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ଥିଲା।

ଏହି ବୈଠକରେ ଆପ୍‌ ଓଡ଼ିଶାର ସହ-ପ୍ରଭାରୀ ତଥା ଦିଲ୍ଲୀରୁ ଆସିଥିବା ଟିଙ୍କୁ ରାଜୋରା, ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ, ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଭବାନୀ ପ୍ରସାଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର କ୍ଷେତ୍ରରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଉଲ୍ଲେଖ କରିଥିଲେ। ଏଥିସହ ଓଡ଼ିଶାରେ ମଧ୍ୟ ସେହିଭଳି ଜନମୁଖୀ ଶାସନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ନିଜର ମତ ରଖିଥିଲେ।

ଜିଲ୍ଲା ସଂଯୋଜକ ମାଧବ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଳର ସଂଗଠନକୁ ଗ୍ରାମସ୍ତରରେ ଅଧିକ ସୁଦୃଢ଼ କରିବା, ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଦେଇ ଦୃଢ଼ତାର ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜନସମସ୍ୟାକୁ ପ୍ରାଥମିକତା ଦେବା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସୁରେଶ କଲତା, ଘନଶ୍ୟାମ ଭୋଇ, ମାନସ ଗାଈଗରିଆ, ରାଜେଶଙ୍କ ସମେତ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ ନୂତନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବକ୍ତାମାନେ କର୍ମୀଙ୍କୁ ସଂଗଠିତ ହୋଇ ଆଗାମୀ ନିର୍ବାଚନରେ ଦଳର ସଫଳତା ପାଇଁ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    2 hrs ago
  • ସୋନପୁରରେ ଅବସ୍ଥିତ ବଡ଼ ଜଗନ୍ନାଥଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଛି।
    1
    ସୋନପୁରରେ ଅବସ୍ଥିତ ବଡ଼ ଜଗନ୍ନାଥଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.