logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଡ଼ ଜଗନ୍ନାଥଙ୍କ ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ଦାବି ହେଉଛି। ଚୌହାନ ବଂଶର ପ୍ରଥମ ରାଜା ମଦନ ଗୋପାଳ ଦେଓଙ୍କ ସମୟରୁ ଥିବା ଏହି ମନ୍ଦିର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।

2 hrs ago
user_Ram Shankar Bhoi
Ram Shankar Bhoi
ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
2 hrs ago

ବଡ଼ ଜଗନ୍ନାଥଙ୍କ ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ଦାବି ହେଉଛି। ଚୌହାନ ବଂଶର ପ୍ରଥମ ରାଜା ମଦନ ଗୋପାଳ ଦେଓଙ୍କ ସମୟରୁ ଥିବା ଏହି ମନ୍ଦିର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଏବଂ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ କେ. କେ. ହରିପ୍ରସାଦ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ମୋଟ ୧୩୩ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୧୧୬ଟି ବ୍ୟକ୍ତିଗତ ଏବଂ ୧୭ଟି ସାମୁହିକ ଦରଖାସ୍ତ ସାମିଲ ଥିଲା। ଗ୍ରହଣ କରାଯାଇଥିବା ସମସ୍ତ ଦରଖାସ୍ତକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାଜୀବ ହାଂସଦାଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ତହସିଲଦାର ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରଣୀ ଦାସ, ସହାୟକ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
    2
    ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଏବଂ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ କେ. କେ. ହରିପ୍ରସାଦ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ମୋଟ ୧୩୩ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୧୧୬ଟି ବ୍ୟକ୍ତିଗତ ଏବଂ ୧୭ଟି ସାମୁହିକ ଦରଖାସ୍ତ ସାମିଲ ଥିଲା।

ଗ୍ରହଣ କରାଯାଇଥିବା ସମସ୍ତ ଦରଖାସ୍ତକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାଜୀବ ହାଂସଦାଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ତହସିଲଦାର ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରଣୀ ଦାସ, ସହାୟକ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    1 hr ago
  • ପୁରୀରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୮୯ ଦିନରେ ପହଞ୍ଚିଛି। ଗତ ଦୁଇଦିନ ହେବ ପୁରୀ ବାସୀ ଗୃହ ବନ୍ଦୀ ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଅଭିଯୋଗ ରହିଛି ଯେ ସରକାର ଓ ପ୍ରଶାସନ VIP ସେବା ଜରିଆରେ କିଛି ରୋଜଗାରରେ ବ୍ୟସ୍ତ ଅଛନ୍ତି, ଯାହା ଭକ୍ତଙ୍କ ଭିତରେ ଭେଦଭାବ ସୃଷ୍ଟି କରୁଛି। ଏହି ପଦଯାତ୍ରାର ମୂଳ ମନ୍ତ୍ର ହେଉଛି: "ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।" ଏହି ପଦଯାତ୍ରା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ଭକ୍ତ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ। ଗତ ଏପ୍ରିଲ୍ ୧ ଉତ୍କଳ ଦିବସରୁ ବଳଗଣ୍ଡି ଛକ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଏକ ନିରବ ପ୍ରଶ୍ନ କରୁଛି: "ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦର୍ଶନରେ କି ଭକ୍ତଙ୍କ ମଧ୍ୟରେ ଭେଦଭାବ ରହିପାରେ?" "ଜୟ ଜଗନ୍ନାଥ" ଧ୍ୱନିରେ କମ୍ପିତ ଏହି ପଥରେ ଅନେକ ଭକ୍ତଙ୍କ ଅଶ୍ରୁ, ଅନେକ ପରିବାରର ବେଦନା ଏବଂ ନିଜ ପ୍ରଭୁଙ୍କ ନିକଟକୁ ସହଜରେ ପହଞ୍ଚିବାର ଆକାଂକ୍ଷା ମିଶିଯାଇଛି। ଏହି ପଦଯାତ୍ରା ପୁରୀବାସୀଙ୍କ ହୃଦୟର ସ୍ପନ୍ଦନ, ଆସ୍ଥାର ଉଚ୍ଚାରଣ ଏବଂ ଅଧିକାରର ଆଧ୍ୟାତ୍ମିକ ସଂଗ୍ରାମରେ ପରିଣତ ହୋଇଛି। ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ସଂସ୍କୃତି ଉପରେ ପର୍ଯ୍ୟବସିତ। ଯେପରି ତାଙ୍କ ମହାପ୍ରସାଦରେ ଉଚ୍ଚ-ନୀଚର ଭେଦଭାବ ନାହିଁ, ସେପରି ତାଙ୍କ ଦର୍ଶନରେ ମଧ୍ୟ କୌଣସି ବିଶେଷାଧିକାର ରହିବା ଉଚିତ ନୁହେଁ ବୋଲି ଭକ୍ତମାନେ ଦାବି କରୁଛନ୍ତି। ଭଗବାନଙ୍କ ଦ୍ୱାରରେ VIP ଓ ସାଧାରଣ ଭକ୍ତଙ୍କ ମଧ୍ୟରେ ଭେଦ ସୃଷ୍ଟି କରିବା ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ବିରୋଧୀ ବୋଲି ଏହି ପଦଯାତ୍ରା "ଜଗନ୍ନାଥ ସଂସ୍କୃତିର ସମତା ଓ ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ଆଧ୍ୟାତ୍ମିକ ପ୍ରତିବାଦ" ଭାବରେ ଆଗକୁ ବଢୁଛି। ନାରୀ-ପୁରୁଷ, ଯୁବକ-ବୃଦ୍ଧ ନିର୍ବିଶେଷରେ ସମସ୍ତଙ୍କର ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଏକ ଜନ ଆନ୍ଦୋଳନର ରୂପ ଦେଇଛି। ପ୍ରତ୍ୟେକ ଭକ୍ତଙ୍କ ମୁହଁରେ ଭକ୍ତିର ଦୀପ୍ତି ଏବଂ ପ୍ରତ୍ୟେକ ହୃଦୟରେ ଏକ ନୀରବ ପ୍ରାର୍ଥନା ରହିଛି: "ପ୍ରଭୁ, ଆମକୁ ଆମର ଅଧିକାର ଫେରାଇ ଦିଅ; ତୁମ ଦ୍ୱାରରେ ସମସ୍ତଙ୍କୁ ସମାନ ସ୍ଥାନ ଦିଅ।" ୮୯ ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ କମିନାହିଁ; ପ୍ରତ୍ୟେକ ଦିନ ସହିତ ଏହା ଅଧିକ ଗଭୀର, ଅଧିକ ଶକ୍ତିଶାଳୀ ଏବଂ ଅଧିକ ଆଧ୍ୟାତ୍ମିକ ହୋଇଉଠୁଛି। ଏହା ଏକ ଏମିତି ଯାତ୍ରା, ଯେଉଁଠାରେ ଅଶ୍ରୁ ପ୍ରାର୍ଥନା, ବେଦନା ଶକ୍ତି ଏବଂ ଭକ୍ତି ଅହିଂସା ପ୍ରତିବାଦର ମାଧ୍ୟମ ପାଲଟିଛି। ଆଜିର ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ବିଜୟ କୁମାର ମିଶ୍ର, ଶିଶିର କାନ୍ତ ଶତପଥୀ, ମମତା ସ୍ୱାଇଁ, ମମତା ଦାସ, ନିହାରିକା ତ୍ରିପାଠୀ, ଅରୁଣା ପଟ୍ଟନାୟକ, ଶିବ ସୁନ୍ଦର ମିଶ୍ର, ଜାଦବା ନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ଲିଂଗରାଜ ସାହୁ, ପ୍ରଫୁଲ୍ଲ ସାହୁ, ବିଶ୍ୱନାଥ ମିଶ୍ର, କିଶୋର ଚନ୍ଦ୍ର ଦାସ, ସନ୍ତୋଷ ସେନାପତି, ସୁବାଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହି ଯାତ୍ରା ସେ ପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହୋଇନାହିଁ। ଏହା କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଗ୍ରାମ ନୁହେଁ; ଏହା ନ୍ୟାୟ, ସମତା ଓ ଆସ୍ଥାର ସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଅଭିଯାନ।
    1
    ପୁରୀରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୮୯ ଦିନରେ ପହଞ୍ଚିଛି। ଗତ ଦୁଇଦିନ ହେବ ପୁରୀ ବାସୀ ଗୃହ ବନ୍ଦୀ ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଅଭିଯୋଗ ରହିଛି ଯେ ସରକାର ଓ ପ୍ରଶାସନ VIP ସେବା ଜରିଆରେ କିଛି ରୋଜଗାରରେ ବ୍ୟସ୍ତ ଅଛନ୍ତି, ଯାହା ଭକ୍ତଙ୍କ ଭିତରେ ଭେଦଭାବ ସୃଷ୍ଟି କରୁଛି। ଏହି ପଦଯାତ୍ରାର ମୂଳ ମନ୍ତ୍ର ହେଉଛି: "ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।" ଏହି ପଦଯାତ୍ରା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ଭକ୍ତ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ।

ଗତ ଏପ୍ରିଲ୍ ୧ ଉତ୍କଳ ଦିବସରୁ ବଳଗଣ୍ଡି ଛକ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଏକ ନିରବ ପ୍ରଶ୍ନ କରୁଛି: "ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦର୍ଶନରେ କି ଭକ୍ତଙ୍କ ମଧ୍ୟରେ ଭେଦଭାବ ରହିପାରେ?" "ଜୟ ଜଗନ୍ନାଥ" ଧ୍ୱନିରେ କମ୍ପିତ ଏହି ପଥରେ ଅନେକ ଭକ୍ତଙ୍କ ଅଶ୍ରୁ, ଅନେକ ପରିବାରର ବେଦନା ଏବଂ ନିଜ ପ୍ରଭୁଙ୍କ ନିକଟକୁ ସହଜରେ ପହଞ୍ଚିବାର ଆକାଂକ୍ଷା ମିଶିଯାଇଛି। ଏହି ପଦଯାତ୍ରା ପୁରୀବାସୀଙ୍କ ହୃଦୟର ସ୍ପନ୍ଦନ, ଆସ୍ଥାର ଉଚ୍ଚାରଣ ଏବଂ ଅଧିକାରର ଆଧ୍ୟାତ୍ମିକ ସଂଗ୍ରାମରେ ପରିଣତ ହୋଇଛି।

ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ସଂସ୍କୃତି ଉପରେ ପର୍ଯ୍ୟବସିତ। ଯେପରି ତାଙ୍କ ମହାପ୍ରସାଦରେ ଉଚ୍ଚ-ନୀଚର ଭେଦଭାବ ନାହିଁ, ସେପରି ତାଙ୍କ ଦର୍ଶନରେ ମଧ୍ୟ କୌଣସି ବିଶେଷାଧିକାର ରହିବା ଉଚିତ ନୁହେଁ ବୋଲି ଭକ୍ତମାନେ ଦାବି କରୁଛନ୍ତି। ଭଗବାନଙ୍କ ଦ୍ୱାରରେ VIP ଓ ସାଧାରଣ ଭକ୍ତଙ୍କ ମଧ୍ୟରେ ଭେଦ ସୃଷ୍ଟି କରିବା ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ବିରୋଧୀ ବୋଲି ଏହି ପଦଯାତ୍ରା "ଜଗନ୍ନାଥ ସଂସ୍କୃତିର ସମତା ଓ ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ଆଧ୍ୟାତ୍ମିକ ପ୍ରତିବାଦ" ଭାବରେ ଆଗକୁ ବଢୁଛି।

ନାରୀ-ପୁରୁଷ, ଯୁବକ-ବୃଦ୍ଧ ନିର୍ବିଶେଷରେ ସମସ୍ତଙ୍କର ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଏକ ଜନ ଆନ୍ଦୋଳନର ରୂପ ଦେଇଛି। ପ୍ରତ୍ୟେକ ଭକ୍ତଙ୍କ ମୁହଁରେ ଭକ୍ତିର ଦୀପ୍ତି ଏବଂ ପ୍ରତ୍ୟେକ ହୃଦୟରେ ଏକ ନୀରବ ପ୍ରାର୍ଥନା ରହିଛି: "ପ୍ରଭୁ, ଆମକୁ ଆମର ଅଧିକାର ଫେରାଇ ଦିଅ; ତୁମ ଦ୍ୱାରରେ ସମସ୍ତଙ୍କୁ ସମାନ ସ୍ଥାନ ଦିଅ।" ୮୯ ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ କମିନାହିଁ; ପ୍ରତ୍ୟେକ ଦିନ ସହିତ ଏହା ଅଧିକ ଗଭୀର, ଅଧିକ ଶକ୍ତିଶାଳୀ ଏବଂ ଅଧିକ ଆଧ୍ୟାତ୍ମିକ ହୋଇଉଠୁଛି। ଏହା ଏକ ଏମିତି ଯାତ୍ରା, ଯେଉଁଠାରେ ଅଶ୍ରୁ ପ୍ରାର୍ଥନା, ବେଦନା ଶକ୍ତି ଏବଂ ଭକ୍ତି ଅହିଂସା ପ୍ରତିବାଦର ମାଧ୍ୟମ ପାଲଟିଛି।

ଆଜିର ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ବିଜୟ କୁମାର ମିଶ୍ର, ଶିଶିର କାନ୍ତ ଶତପଥୀ, ମମତା ସ୍ୱାଇଁ, ମମତା ଦାସ, ନିହାରିକା ତ୍ରିପାଠୀ, ଅରୁଣା ପଟ୍ଟନାୟକ, ଶିବ ସୁନ୍ଦର ମିଶ୍ର, ଜାଦବା ନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ଲିଂଗରାଜ ସାହୁ, ପ୍ରଫୁଲ୍ଲ ସାହୁ, ବିଶ୍ୱନାଥ ମିଶ୍ର, କିଶୋର ଚନ୍ଦ୍ର ଦାସ, ସନ୍ତୋଷ ସେନାପତି, ସୁବାଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହି ଯାତ୍ରା ସେ ପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହୋଇନାହିଁ। ଏହା କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଗ୍ରାମ ନୁହେଁ; ଏହା ନ୍ୟାୟ, ସମତା ଓ ଆସ୍ଥାର ସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଅଭିଯାନ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    21 hrs ago
  • ବୌଦ୍ଧ ବ୍ଲକର ବହିରା ମଣ୍ଡଳ ଅନ୍ତର୍ଗତ ବହିରା ଗ୍ରାମ ପଞ୍ଚାୟତର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୪, ପୁରୁଣାବହିରା ଗୋଷ୍ଠୀ ମଣ୍ଡପ ଠାରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୫ ତମ 'ମନ କି ବାତ୍' କାର୍ଯ୍ୟକ୍ରମ ଏବଂ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ଉପସଭାପତି ତଥା ମନ କି ବାତ୍ ଜିଲ୍ଲା ସଂଯୋଜକ ସୁଶାନ୍ତ ବାଘଙ୍କ ନିଜ ବୁଥରେ ତାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ବାଘ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଓ ସଂଗଠନ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶିକ୍ଷାବିତ୍ ଗଣ୍ଡାରାମ ସାହୁଙ୍କୁ ମୋଦୀ ସରକାର ଏବଂ ମୋହନ ସରକାରଙ୍କ ଉପରେ ଦୁଇଟି ପୁସ୍ତକ ଦେଇ ସମ୍ମାନିତ କରାଯାଇଥିଲା। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ବିଜେପି ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ପୁରୋହିତ ଏବଂ ବିଏଲଏ ଶମ୍ଭୁ ପ୍ରସାଦ ଗାଈଗୌରିଆ ମଧ୍ୟ ମଞ୍ଚାସୀନ ଥିଲେ। ଏହି ଅବସରରେ ଶ୍ୟାମ ପଧାନ, ମୋହନ ବାରିକ, ଗଣ୍ଡାରାମ ସାହୁ, ପ୍ରମୋଦ ବାରିକ, ଗୋପୀନାଥ ମେହେର, ସୁଦାମ ଉର୍ମା, ସୁରଥ ସାହୁ, ଦିନେଶ ସାହୁ, ପଦ୍ମନାଭ ଗାଈଗୌରିଆ, ଟୁକୁନା ବାଘ, ପୂର୍ଣ୍ଣଚନ୍ଦ୍ର ସାହୁ, ସଦାନନ୍ଦ ବାରିକ, ଲକ୍ଷ୍ମୀଧର ଝାଙ୍କର, ରାଜେଶ ଗାଈଗୌରିଆ, ସାହେବ ସାହୁ, ପିକୁନ ସାହୁ, ଚକ୍ରଧର ଝାଙ୍କର, ଅଜିତ ମହାଲିକଙ୍କ ସମେତ ମାତୃଶକ୍ତି, ଯୁବଶକ୍ତି ଏବଂ ଶତାଧିକ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ଶେଷରେ ଶିକ୍ଷାବିତ୍ ଗଣ୍ଡାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
    2
    ବୌଦ୍ଧ ବ୍ଲକର ବହିରା ମଣ୍ଡଳ ଅନ୍ତର୍ଗତ ବହିରା ଗ୍ରାମ ପଞ୍ଚାୟତର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୪, ପୁରୁଣାବହିରା ଗୋଷ୍ଠୀ ମଣ୍ଡପ ଠାରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୫ ତମ 'ମନ କି ବାତ୍' କାର୍ଯ୍ୟକ୍ରମ ଏବଂ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ଉପସଭାପତି ତଥା ମନ କି ବାତ୍ ଜିଲ୍ଲା ସଂଯୋଜକ ସୁଶାନ୍ତ ବାଘଙ୍କ ନିଜ ବୁଥରେ ତାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ବାଘ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଓ ସଂଗଠନ ଉପରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶିକ୍ଷାବିତ୍ ଗଣ୍ଡାରାମ ସାହୁଙ୍କୁ ମୋଦୀ ସରକାର ଏବଂ ମୋହନ ସରକାରଙ୍କ ଉପରେ ଦୁଇଟି ପୁସ୍ତକ ଦେଇ ସମ୍ମାନିତ କରାଯାଇଥିଲା। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ବିଜେପି ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ପୁରୋହିତ ଏବଂ ବିଏଲଏ ଶମ୍ଭୁ ପ୍ରସାଦ ଗାଈଗୌରିଆ ମଧ୍ୟ ମଞ୍ଚାସୀନ ଥିଲେ।

ଏହି ଅବସରରେ ଶ୍ୟାମ ପଧାନ, ମୋହନ ବାରିକ, ଗଣ୍ଡାରାମ ସାହୁ, ପ୍ରମୋଦ ବାରିକ, ଗୋପୀନାଥ ମେହେର, ସୁଦାମ ଉର୍ମା, ସୁରଥ ସାହୁ, ଦିନେଶ ସାହୁ, ପଦ୍ମନାଭ ଗାଈଗୌରିଆ, ଟୁକୁନା ବାଘ, ପୂର୍ଣ୍ଣଚନ୍ଦ୍ର ସାହୁ, ସଦାନନ୍ଦ ବାରିକ, ଲକ୍ଷ୍ମୀଧର ଝାଙ୍କର, ରାଜେଶ ଗାଈଗୌରିଆ, ସାହେବ ସାହୁ, ପିକୁନ ସାହୁ, ଚକ୍ରଧର ଝାଙ୍କର, ଅଜିତ ମହାଲିକଙ୍କ ସମେତ ମାତୃଶକ୍ତି, ଯୁବଶକ୍ତି ଏବଂ ଶତାଧିକ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ଶେଷରେ ଶିକ୍ଷାବିତ୍ ଗଣ୍ଡାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 hrs ago
  • ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଆନୁକୂଲ୍ୟରେ ବରଗଡ଼ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ପରିସରରେ ଚାଲିଥିବା ପାଞ୍ଚଦିନିଆ ଜିଲ୍ଲାସ୍ତରୀୟ ‘ଉଦ୍ୟମୀ ଓଡ଼ିଶା ଏମ୍.ଏସ୍.ଏମ୍. ଇ କାର୍ଯ୍ୟକ୍ରମ-୨୦୨୬’ ୨୯ ଜୁନ୍‌ରେ ସଫଳତାର ସହ ତୃତୀୟ ଦିବସରେ ପହଞ୍ଚିଛି। ଏହି ଦିବସରେ 'ଉଦ୍ୟୋଗୀ ଦକ୍ଷତା ବିକାଶ ଓ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ସହାୟତା' ଉପରେ ଏକ ବିସ୍ତୃତ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହି ଅଧିବେଶନରେ ବରଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳିକା କୁମାରୀ ସୁଷମା କରାଳି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଜିଲ୍ଲାରେ ଅଣୁ ଓ କ୍ଷୁଦ୍ର ଶିଳ୍ପର ବିକାଶ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀ ଜ୍ଞାନେନ୍ଦ୍ର କୁମାର ବେହେରା ଆଞ୍ଚଳିକ ଅର୍ଥନୀତିର ଅଭିବୃଦ୍ଧିରେ କ୍ଷୁଦ୍ର ଶିଳ୍ପର ଭୂମିକା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବିଶିଷ୍ଟ ଉଦ୍ୟୋଗ ବିଶେଷଜ୍ଞ ଶ୍ରୀ ବାବୁଲା ସ୍ୱାଇଁ, ଆଇ.ଡ଼ି.ବି.ଆଇ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ବସନ୍ତ କୁମାର ସିଂ ଏବଂ ଫିଲ୍ଡ ଅଫିସର ଶ୍ରୀ ଶ୍ୱେତାଭ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ନେଇ ବହୁମୂଲ୍ୟ ସୂଚନା ହାସଲ କରିଥିଲେ।
    1
    ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଆନୁକୂଲ୍ୟରେ ବରଗଡ଼ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ପରିସରରେ ଚାଲିଥିବା ପାଞ୍ଚଦିନିଆ ଜିଲ୍ଲାସ୍ତରୀୟ ‘ଉଦ୍ୟମୀ ଓଡ଼ିଶା ଏମ୍.ଏସ୍.ଏମ୍. ଇ କାର୍ଯ୍ୟକ୍ରମ-୨୦୨୬’ ୨୯ ଜୁନ୍‌ରେ ସଫଳତାର ସହ ତୃତୀୟ ଦିବସରେ ପହଞ୍ଚିଛି। ଏହି ଦିବସରେ 'ଉଦ୍ୟୋଗୀ ଦକ୍ଷତା ବିକାଶ ଓ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ସହାୟତା' ଉପରେ ଏକ ବିସ୍ତୃତ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।

ଏହି ଅଧିବେଶନରେ ବରଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳିକା କୁମାରୀ ସୁଷମା କରାଳି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଜିଲ୍ଲାରେ ଅଣୁ ଓ କ୍ଷୁଦ୍ର ଶିଳ୍ପର ବିକାଶ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀ ଜ୍ଞାନେନ୍ଦ୍ର କୁମାର ବେହେରା ଆଞ୍ଚଳିକ ଅର୍ଥନୀତିର ଅଭିବୃଦ୍ଧିରେ କ୍ଷୁଦ୍ର ଶିଳ୍ପର ଭୂମିକା ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବିଶିଷ୍ଟ ଉଦ୍ୟୋଗ ବିଶେଷଜ୍ଞ ଶ୍ରୀ ବାବୁଲା ସ୍ୱାଇଁ, ଆଇ.ଡ଼ି.ବି.ଆଇ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ବସନ୍ତ କୁମାର ସିଂ ଏବଂ ଫିଲ୍ଡ ଅଫିସର ଶ୍ରୀ ଶ୍ୱେତାଭ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ନେଇ ବହୁମୂଲ୍ୟ ସୂଚନା ହାସଲ କରିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    2 hrs ago
  • ଆସ୍ଥେଟିକ କୋରାପୁଟ ପକ୍ଷରୁ ନୃତ୍ୟ କଳାକାରମାନଙ୍କ ଏକ ସଙ୍ଗମ ଆୟୋଜନ କରାଯାଇଛି।
    1
    ଆସ୍ଥେଟିକ କୋରାପୁଟ ପକ୍ଷରୁ ନୃତ୍ୟ କଳାକାରମାନଙ୍କ ଏକ ସଙ୍ଗମ ଆୟୋଜନ କରାଯାଇଛି।
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    1 hr ago
  • ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ରାଜ୍ୟର ସମସ୍ତ ଲୋକଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହିତ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରାର୍ଥନା କରିଛନ୍ତି।
    1
    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ରାଜ୍ୟର ସମସ୍ତ ଲୋକଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହିତ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରାର୍ଥନା କରିଛନ୍ତି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ସାଉଦି ଆରବର ରାସ ଟାନୁରାରେ ତୈଳ କମ୍ପାନି ଅରାମକୋର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ୧୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସମସ୍ତେ ସାଉଦି ଆରବର ନାଗରିକ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସାଉଦି ଆରବର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
    1
    ସାଉଦି ଆରବର ରାସ ଟାନୁରାରେ ତୈଳ କମ୍ପାନି ଅରାମକୋର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ୧୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସମସ୍ତେ ସାଉଦି ଆରବର ନାଗରିକ ବୋଲି ଜଣାପଡ଼ିଛି।

ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସାଉଦି ଆରବର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 day ago
  • ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳର ରାସୋଳରେ ଜନମଙ୍ଗଳ (ରାସୋଳ) ସଂଗଠନ ପକ୍ଷରୁ ଗତ ଶନିବାର, ୨୭.୦୬.୨୦୨୬ ରାତି ୧୦ଟା ସମୟରେ ଏକ ବିଷଧର ନାଗ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଉଦ୍ଧାର କାର୍ଯ୍ୟ ସଂଗଠନର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀଙ୍କ ଉପସ୍ଥିତିରେ ସର୍ପ ଧରାଳୀ ସେବକ ଶୁଭେନ୍ଦୁ ସେଠୀ ଏବଂ ସହଯୋଗୀ କିର୍ତ୍ତୀ ରଞ୍ଜନ ନାଏକ ଓ ସୂର୍ଯ୍ୟକାନ୍ତ ନାଏକଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା। ତେଲି ଭୁଇଁ ମାଚିଙ୍ଗ ସେଣ୍ଟରର ମାଲିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁଙ୍କ ଘର ଅଗଣାରେ ଏହି ନାଗ ସାପଟିକୁ ଦେଖିବାକୁ ମିଳିଥିଲା, ଯାହାର ବୟସ ପ୍ରାୟ ଏକ ବର୍ଷ ହେବ ବୋଲି ଆକଳନ କରାଯାଇଛି। ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓମ୍ ଶାନ୍ତିର ହିନ୍ଦୋଳ ଶାଖା ମୁଖ୍ୟ ବି.କେ ଲକ୍ଷ୍ମୀବାଳାଙ୍କ ସୂଚନା ପରେ ସଂଗଠନ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ, ନାଳ ଭାଙ୍ଗି ତା' ଭିତରୁ ସାପଟିକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ସାପଟିକୁ ଉଦ୍ଧାର କରିବା ପରେ ପାଞ୍ଚ ମାଇଲ ଦୂରରେ ଥିବା ଏକ ସଂରକ୍ଷିତ ଜଙ୍ଗଲରେ ତାହାର ପ୍ରାକୃତିକ ବାସସ୍ଥଳୀରେ ମୁକ୍ତ ଭାବେ ବିଚରଣ କରିବା ପାଇଁ ଛାଡି ଦିଆଯାଇଛି। ସାପ ପରିବେଶର ସନ୍ତୁଳନ ରକ୍ଷା କରେ ବୋଲି ଗୁରୁତ୍ୱାରୋପ କରି ପ୍ରତିଷ୍ଠାତା ବିଭୁ ଶତପଥୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ସାପକୁ ନ ମାରି ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସଂଗଠନ ସହିତ ଯୋଗାଯୋଗ କରନ୍ତୁ। ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ଯଦି କେହି ସର୍ପ ଦଂଶନର ଶିକାର ହୁଅନ୍ତି, ତେବେ ଭୟଭୀତ ନ ହୋଇ କିମ୍ବା ଗୁଣିଗାରେଡ଼ି ଉପରେ ଭରସା ନ କରି ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିଭେନମ ଇଞ୍ଜେକସନ ନେଇ ନିଜର ଜୀବନ ରକ୍ଷା କରିପାରିବେ। ସାପ ଉଦ୍ଧାର ହେବା ପରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁଙ୍କ ପରିବାର ଭୟମୁକ୍ତ ହୋଇ ଜନମଙ୍ଗଳ ରାସୋଳ ସଂଗଠନ ତଥା ସର୍ପ ଧରାଳୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସଂଗଠନ 'ଜୀବେ ଦୟାର ଆହ୍ୱାନ' ଏବଂ 'ସମଗ୍ର ଓଡ଼ିଶା ସେବା ଅଭିଯାନ' ଜାରି ରଖିଛି।
    2
    ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳର ରାସୋଳରେ ଜନମଙ୍ଗଳ (ରାସୋଳ) ସଂଗଠନ ପକ୍ଷରୁ ଗତ ଶନିବାର, ୨୭.୦୬.୨୦୨୬ ରାତି ୧୦ଟା ସମୟରେ ଏକ ବିଷଧର ନାଗ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଉଦ୍ଧାର କାର୍ଯ୍ୟ ସଂଗଠନର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀଙ୍କ ଉପସ୍ଥିତିରେ ସର୍ପ ଧରାଳୀ ସେବକ ଶୁଭେନ୍ଦୁ ସେଠୀ ଏବଂ ସହଯୋଗୀ କିର୍ତ୍ତୀ ରଞ୍ଜନ ନାଏକ ଓ ସୂର୍ଯ୍ୟକାନ୍ତ ନାଏକଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା।

ତେଲି ଭୁଇଁ ମାଚିଙ୍ଗ ସେଣ୍ଟରର ମାଲିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁଙ୍କ ଘର ଅଗଣାରେ ଏହି ନାଗ ସାପଟିକୁ ଦେଖିବାକୁ ମିଳିଥିଲା, ଯାହାର ବୟସ ପ୍ରାୟ ଏକ ବର୍ଷ ହେବ ବୋଲି ଆକଳନ କରାଯାଇଛି। ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓମ୍ ଶାନ୍ତିର ହିନ୍ଦୋଳ ଶାଖା ମୁଖ୍ୟ ବି.କେ ଲକ୍ଷ୍ମୀବାଳାଙ୍କ ସୂଚନା ପରେ ସଂଗଠନ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ, ନାଳ ଭାଙ୍ଗି ତା' ଭିତରୁ ସାପଟିକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ସାପଟିକୁ ଉଦ୍ଧାର କରିବା ପରେ ପାଞ୍ଚ ମାଇଲ ଦୂରରେ ଥିବା ଏକ ସଂରକ୍ଷିତ ଜଙ୍ଗଲରେ ତାହାର ପ୍ରାକୃତିକ ବାସସ୍ଥଳୀରେ ମୁକ୍ତ ଭାବେ ବିଚରଣ କରିବା ପାଇଁ ଛାଡି ଦିଆଯାଇଛି।

ସାପ ପରିବେଶର ସନ୍ତୁଳନ ରକ୍ଷା କରେ ବୋଲି ଗୁରୁତ୍ୱାରୋପ କରି ପ୍ରତିଷ୍ଠାତା ବିଭୁ ଶତପଥୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ସାପକୁ ନ ମାରି ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସଂଗଠନ ସହିତ ଯୋଗାଯୋଗ କରନ୍ତୁ। ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ଯଦି କେହି ସର୍ପ ଦଂଶନର ଶିକାର ହୁଅନ୍ତି, ତେବେ ଭୟଭୀତ ନ ହୋଇ କିମ୍ବା ଗୁଣିଗାରେଡ଼ି ଉପରେ ଭରସା ନ କରି ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିଭେନମ ଇଞ୍ଜେକସନ ନେଇ ନିଜର ଜୀବନ ରକ୍ଷା କରିପାରିବେ। ସାପ ଉଦ୍ଧାର ହେବା ପରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁଙ୍କ ପରିବାର ଭୟମୁକ୍ତ ହୋଇ ଜନମଙ୍ଗଳ ରାସୋଳ ସଂଗଠନ ତଥା ସର୍ପ ଧରାଳୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସଂଗଠନ 'ଜୀବେ ଦୟାର ଆହ୍ୱାନ' ଏବଂ 'ସମଗ୍ର ଓଡ଼ିଶା ସେବା ଅଭିଯାନ' ଜାରି ରଖିଛି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    22 hrs ago
  • ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭାରୀର କୋଶଳୀ ନାଟ୍ୟ ମହର୍ଷି ତଥା ଶବ୍ଦନୃତ୍ୟ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ ହୋଇଛି। ସମ୍ବଲପୁରୀ/କୋଶଳୀ ଭାଷା ପ୍ରଚାରକ ଭଗବାନ ସାହୁ ସାରା ଭାରତର କଳାଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କଳାକାରମାନେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବା ସହିତ ତାଙ୍କୁ ଗ୍ରିନିଜ୍ ଅଫ୍ ୱାର୍ଲ୍ଡ ବୁକରେ ସ୍ଥାନିତ କରିବା ପାଇଁ ଡବଲ ଇଞ୍ଜିନ ସରକାରଙ୍କୁ ଦାବି କରିଛନ୍ତି। ଗୁରୁ ଭଗବାନ ସାହୁ ୮ ହଜାର ରାତ୍ରିରୁ ଉର୍ଦ୍ଧ୍ୱ ସମୟ ଧରି ଚୌହାନ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀକୁ ସମ୍ବଲପୁରୀ/କୋଶଳୀ ଭାଷାରେ ପରିବେଷଣ କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ଜୟନ୍ତୀ ଅବସରରେ ଆଜି ସକାଳେ ବୁରୋଗଡ ନଦୀ ତଟରେ ଥିବା ସମାଧି ପୀଠରେ ଏବଂ ଗାଁରେ ଥିବା ତାଙ୍କ ଷ୍ଟାଚୁରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଭଗବାନ ସାହୁ ସ୍ମୃତି କମିଟି ବରପାଲି ଏବଂ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ କୁମ୍ଭାରୀ ପକ୍ଷରୁ ସନ୍ଧ୍ୟାରେ ବରପାଲି ଠାରେ ଜୟନ୍ତୀ ସମାରୋହ ପାଳନ କରାଯିବ ବୋଲି କମିଟିର ସଭାପତି ଡାକ୍ତର ସୁବଳ ମାଝୀ ସୂଚନା ଦେଇଛନ୍ତି। ଏହି ଅବସରରେ ମହେନ୍ଦ୍ର ହେହର, ଭୁବନ ଭୋଇ, ରୋହିତ ମହାରଣା, ବିଜୟାନନ୍ଦ ସାହୁ, ଗୋପବନ୍ଧୁ ସାହୁ, ହର୍ଷ ବେହେରା, ରମେଶ ମାଝୀ, ସାର୍ଥିକ ନାୟକ, ଡିଲେଶ୍ୱର ପଧାନ, ଦେବାନନ୍ଦ ନାୟକ, ସଚିନ ମହାପାତ୍ର, ସୁରେଶ ସାହୁ ଏବଂ ରମେଶ ସାହୁ ପ୍ରମୁଖ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।
    1
    ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭାରୀର କୋଶଳୀ ନାଟ୍ୟ ମହର୍ଷି ତଥା ଶବ୍ଦନୃତ୍ୟ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ ହୋଇଛି। ସମ୍ବଲପୁରୀ/କୋଶଳୀ ଭାଷା ପ୍ରଚାରକ ଭଗବାନ ସାହୁ ସାରା ଭାରତର କଳାଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କଳାକାରମାନେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବା ସହିତ ତାଙ୍କୁ ଗ୍ରିନିଜ୍ ଅଫ୍ ୱାର୍ଲ୍ଡ ବୁକରେ ସ୍ଥାନିତ କରିବା ପାଇଁ ଡବଲ ଇଞ୍ଜିନ ସରକାରଙ୍କୁ ଦାବି କରିଛନ୍ତି।

ଗୁରୁ ଭଗବାନ ସାହୁ ୮ ହଜାର ରାତ୍ରିରୁ ଉର୍ଦ୍ଧ୍ୱ ସମୟ ଧରି ଚୌହାନ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀକୁ ସମ୍ବଲପୁରୀ/କୋଶଳୀ ଭାଷାରେ ପରିବେଷଣ କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ଜୟନ୍ତୀ ଅବସରରେ ଆଜି ସକାଳେ ବୁରୋଗଡ ନଦୀ ତଟରେ ଥିବା ସମାଧି ପୀଠରେ ଏବଂ ଗାଁରେ ଥିବା ତାଙ୍କ ଷ୍ଟାଚୁରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ଭଗବାନ ସାହୁ ସ୍ମୃତି କମିଟି ବରପାଲି ଏବଂ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ କୁମ୍ଭାରୀ ପକ୍ଷରୁ ସନ୍ଧ୍ୟାରେ ବରପାଲି ଠାରେ ଜୟନ୍ତୀ ସମାରୋହ ପାଳନ କରାଯିବ ବୋଲି କମିଟିର ସଭାପତି ଡାକ୍ତର ସୁବଳ ମାଝୀ ସୂଚନା ଦେଇଛନ୍ତି। ଏହି ଅବସରରେ ମହେନ୍ଦ୍ର ହେହର, ଭୁବନ ଭୋଇ, ରୋହିତ ମହାରଣା, ବିଜୟାନନ୍ଦ ସାହୁ, ଗୋପବନ୍ଧୁ ସାହୁ, ହର୍ଷ ବେହେରା, ରମେଶ ମାଝୀ, ସାର୍ଥିକ ନାୟକ, ଡିଲେଶ୍ୱର ପଧାନ, ଦେବାନନ୍ଦ ନାୟକ, ସଚିନ ମହାପାତ୍ର, ସୁରେଶ ସାହୁ ଏବଂ ରମେଶ ସାହୁ ପ୍ରମୁଖ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.