Shuru
Apke Nagar Ki App…
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ରାଜ୍ୟର ସମସ୍ତ ଲୋକଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହିତ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରାର୍ଥନା କରିଛନ୍ତି।
Anuj Shrma
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ରାଜ୍ୟର ସମସ୍ତ ଲୋକଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହିତ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରାର୍ଥନା କରିଛନ୍ତି।
More news from Sambalpur and nearby areas
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ରାଜ୍ୟର ସମସ୍ତ ଲୋକଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହିତ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରାର୍ଥନା କରିଛନ୍ତି।1
- ତା: ୨୯.୬.୨୬, ସୋମବାର ସକାଳେ ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ସହରସ୍ଥିତ ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ର ଓ ସମଡା ପ୍ରାଚୀନ କ୍ଷେତ୍ରର ଦୁଇ ଜଗନ୍ନାଥ ମନ୍ଦିର ସମେତ ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ ତଥା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ଓ ସନ୍ଧ୍ୟାରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ତିନି ଠାକୁରଙ୍କ ପହଣ୍ଡି ବିଜୟ ପରେ ସ୍ନାନ ମଣ୍ଡପରେ ୧୦୮ ଗୋଟି କଳସ ସ୍ଥାପନ କରାଯାଇଥିଲା। ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ୩୫ ଗୋଟି, ବଳଭଦ୍ରଙ୍କ ସମ୍ମୁଖରେ ୩୩ ଗୋଟି, ଦେବୀ ଶୁଭଦ୍ରାଙ୍କ ସମ୍ମୁଖରେ ୨୨ ଗୋଟି ଏବଂ ସୁଦର୍ଶନଙ୍କ ପାଇଁ ୧୮ ଗୋଟି କଳସକୁ ୪ଟି ଧାଡ଼ି କ୍ରମରେ ସ୍ଥାପନ କରାଯାଇଥିଲା। ପରେ ଜ୍ୟେଷ୍ଠ ପୂର୍ଣ୍ଣିମା ସ୍ନାନ ନିମିତ୍ତ ଠାକୁରଙ୍କୁ ଶ୍ୱେତ ବସ୍ତ୍ର ପରିଧାନ କରାଯିବା ପରେ ମହାସ୍ନାନ କରାଯାଇଥିଲା। ଏହାପରେ ଆଳତୀ, ହୋମଯଜ୍ଞ ସହିତ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ରରେ ମନ୍ଦିର ପୂଜକ ବ୍ରଜସୁନ୍ଦର ଶତପଥୀ ଓ ରଙ୍ଗାଧର ପଣ୍ଡା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ଜମିଦାର ବ୍ରଜକିଶୋର ସିଂଦେଓ, ଗୌନ୍ତିଆ ଦୁବରାଜ ନାଏକ, ସମ୍ପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ବନମାଳୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଚ୍ଚିଦାନନ୍ଦ ପଣ୍ଡା, ଶୈଳେଶ ବହିଦାର, ଯୁଧିଷ୍ଠିର ସେଣ, ବୈଶୀ ମହାନ୍ତି, ଶରତ ପାଣିଗ୍ରାହୀ, ରାକେଶ ଶତପଥୀ, ରଶ୍ମିରଞ୍ଜନ ବିଶ୍ଵାଳ, ସମୀର ବାରିକ, ପୂର୍ଣ୍ଣଚନ୍ଦ୍ର ଦାସ, ସୁର ବେହେରା, ବାମଦେବ ବେହେରା ପ୍ରମୁଖ ସାମିଲ ରହିଥିଲେ। ସେହିପରି ସମଡା ଜଗନ୍ନାଥ ମନ୍ଦିର ପ୍ରାଚୀନ କ୍ଷେତ୍ରରେ ପୂଜକ ଡମ୍ବରୁଧର ମିଶ୍ର ଓ ରାଜେନ୍ଦ୍ର ମିଶ୍ର ପୂଜାର୍ଚ୍ଚନା କରିଥିଲେ। ପ୍ରଫୁଲ୍ଲ ରଥ ଓ ତାଙ୍କ ପତ୍ନୀ ପଦ୍ମିନୀ ରଥ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଆୟୋଜନରେ ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ମହାନ୍ତି, କୋଷାଧ୍ୟକ୍ଷ ରମାକାନ୍ତ ମେହେରଙ୍କ ସମେତ ଶ୍ୟାମ ସୁନ୍ଦର ଶତପଥୀ, ଗୋପୀନାଥ ବେହେରା, ବିଶ୍ୱନାଥ ଅଗ୍ରୱାଲ, ପ୍ରଚଣ୍ଡ ଜୟସ୍ୱାଲ, ରମା ଭୋଳ, ଲିଙ୍ଗରାଜ ନାଏକ, ପ୍ରଦୀପ ପଶାୟତ, ରମେଶ ମେହେର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନେ କୀର୍ତ୍ତନ ପରିବେଷଣ କରିଥିଲେ।4
- ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଂଶାମୁରା କଣ୍ଟାପାଲିର ଘୁନଘୁଟିପଡ଼ାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଅଭିଯୋଗ ଅନୁଯାୟୀ, ସ୍ୱାମୀ ରାହୁଲ ବାଘ ନିଜ ସ୍ତ୍ରୀ ସୌଦାମିନୀ କିସାନଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ, ରାହୁଲଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ବିବାଦ ଲାଗିରହିଥିଲା। ଗତ ରାତିରେ ଏହି ବିବାଦ ଉଗ୍ର ରୂପ ନେବା ପରେ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀ ରାହୁଲ ବାଘଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।1
- ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଆନୁକୂଲ୍ୟରେ ବରଗଡ଼ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ପରିସରରେ ଚାଲିଥିବା ପାଞ୍ଚଦିନିଆ ଜିଲ୍ଲାସ୍ତରୀୟ ‘ଉଦ୍ୟମୀ ଓଡ଼ିଶା ଏମ୍.ଏସ୍.ଏମ୍. ଇ କାର୍ଯ୍ୟକ୍ରମ-୨୦୨୬’ ୨୯ ଜୁନ୍ରେ ସଫଳତାର ସହ ତୃତୀୟ ଦିବସରେ ପହଞ୍ଚିଛି। ଏହି ଦିବସରେ 'ଉଦ୍ୟୋଗୀ ଦକ୍ଷତା ବିକାଶ ଓ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ସହାୟତା' ଉପରେ ଏକ ବିସ୍ତୃତ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହି ଅଧିବେଶନରେ ବରଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳିକା କୁମାରୀ ସୁଷମା କରାଳି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଜିଲ୍ଲାରେ ଅଣୁ ଓ କ୍ଷୁଦ୍ର ଶିଳ୍ପର ବିକାଶ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀ ଜ୍ଞାନେନ୍ଦ୍ର କୁମାର ବେହେରା ଆଞ୍ଚଳିକ ଅର୍ଥନୀତିର ଅଭିବୃଦ୍ଧିରେ କ୍ଷୁଦ୍ର ଶିଳ୍ପର ଭୂମିକା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବିଶିଷ୍ଟ ଉଦ୍ୟୋଗ ବିଶେଷଜ୍ଞ ଶ୍ରୀ ବାବୁଲା ସ୍ୱାଇଁ, ଆଇ.ଡ଼ି.ବି.ଆଇ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ବସନ୍ତ କୁମାର ସିଂ ଏବଂ ଫିଲ୍ଡ ଅଫିସର ଶ୍ରୀ ଶ୍ୱେତାଭ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ନେଇ ବହୁମୂଲ୍ୟ ସୂଚନା ହାସଲ କରିଥିଲେ।1
- ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା କ୍ଷେତ୍ରରେ ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଏକ ବିଧାନସଭାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ଼ କରିବା ସହ ଦଳୀୟ ରଣନୀତି ପ୍ରସ୍ତୁତ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ଥିଲା। ଏହି ବୈଠକରେ ଆପ୍ ଓଡ଼ିଶାର ସହ-ପ୍ରଭାରୀ ତଥା ଦିଲ୍ଲୀରୁ ଆସିଥିବା ଟିଙ୍କୁ ରାଜୋରା, ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ, ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଭବାନୀ ପ୍ରସାଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର କ୍ଷେତ୍ରରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଉଲ୍ଲେଖ କରିଥିଲେ। ଏଥିସହ ଓଡ଼ିଶାରେ ମଧ୍ୟ ସେହିଭଳି ଜନମୁଖୀ ଶାସନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ନିଜର ମତ ରଖିଥିଲେ। ଜିଲ୍ଲା ସଂଯୋଜକ ମାଧବ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଳର ସଂଗଠନକୁ ଗ୍ରାମସ୍ତରରେ ଅଧିକ ସୁଦୃଢ଼ କରିବା, ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଦେଇ ଦୃଢ଼ତାର ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜନସମସ୍ୟାକୁ ପ୍ରାଥମିକତା ଦେବା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସୁରେଶ କଲତା, ଘନଶ୍ୟାମ ଭୋଇ, ମାନସ ଗାଈଗରିଆ, ରାଜେଶଙ୍କ ସମେତ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ ନୂତନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବକ୍ତାମାନେ କର୍ମୀଙ୍କୁ ସଂଗଠିତ ହୋଇ ଆଗାମୀ ନିର୍ବାଚନରେ ଦଳର ସଫଳତା ପାଇଁ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ।2
- ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାମରାଠାରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଚେକ୍ ଡ୍ୟାମ୍ର ନିର୍ମାଣ କାର୍ଯ୍ୟକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ନାଗରିକଙ୍କ ଅଭିଯୋଗ ଅନୁଯାୟୀ, ଏହି ବାମରା ଚେକ୍ ଡ୍ୟାମ୍ ନିର୍ମାଣ ନାମରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାପକ ଅନିୟମିତତା ହୋଇଛି, ଯାହା ସମଗ୍ର ପ୍ରକଳ୍ପକୁ ସନ୍ଦେହ ଘେରକୁ ଟାଣିଛି। ଏହି ଦୁର୍ନୀତିକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଏକ ନିରପେକ୍ଷ ତଦନ୍ତ କରିବାକୁ ଏବଂ ଏଥିରେ ଜଡ଼ିତ ଥିବା ଦାୟିତ୍ୱବାନ ଅଧିକାରୀ ତଥା ଠିକାଦାରଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO Odisha), ସୁରେଶ ପୂଜାରୀ, କୁଚିଣ୍ଡା ବିଡିଓ, ବିଜେପି ସରକାର, ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ପଞ୍ଚାୟତିରାଜ ବିଭାଗ, ପଞ୍ଚାୟତିରାଜ ମନ୍ତ୍ରୀ, ସମ୍ବଲପୁର ଜିଲ୍ଲାପାଳ (DM Sambalpur) ଏବଂ ରବିନାରାୟଣ ନାୟକଙ୍କ ଭଳି ବିଭିନ୍ନ ଅଧିକାରୀ ଓ ବିଭାଗକୁ ଟ୍ୟାଗ୍ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ତଥା ସ୍ଥାନୀୟ ବିକାଶ ସୁନିଶ୍ଚିତ କରିବା ପାଇଁ ଏହି ଦୁର୍ନୀତି ମାମଲାରେ ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରବଳ ଦାବି ହୋଇଛି।1
- କେନ୍ଦୁଝର ଜିଲ୍ଲା ଚମ୍ପୁଆ-ଉଖୁଣ୍ଡା ରାସ୍ତାର ମଣିମା ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ କାର ଏବଂ ଏକ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।1