logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଯୋଗୀମଠ ଶ୍ରୀମନ୍ଦିରରେ ଗତ ଜୁନ୍ ୨୯ ତାରିଖରେ ଶ୍ରୀଜିଉମାନଙ୍କ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। କବାଟ ଫିଟାଯିବା ପରେ ସକାଳ ୭ଟାରେ ଧୂପ, ମହଲମ ଓ ଓଡ଼ପ ଲାଗି କରାଯାଇଥିଲା। ଏହାପରେ ଦଇତାପତି ଏବଂ ସେବକମାନେ ବୈଦିକ ବ୍ରାହ୍ମଣମାନଙ୍କ ସହଯୋଗରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୋଟି ପହଣ୍ଡି ଅନୁଷ୍ଠିତ କରିଥିଲେ। ସ୍ନାନ ନିମନ୍ତେ ୧୦୮ ପ୍ରକାର ସୁବାସିତ, ୨୧ ପ୍ରକାର ସୁଗନ୍ଧିତ ବସ୍ତୁର ସମିଶ୍ରଣରେ ପ୍ରସ୍ତୁତ ୨୪ ତୀର୍ଥର ଜଳ ଏବଂ ପୁରୀରୁ ଅଣାଯାଇଥିବା ସୁନା କୂଅର ଜଳକୁ ମିଶାଇ ଶ୍ରୀଜିଉମାନଙ୍କୁ ସ୍ନାନ କରାଯାଇଥିଲା। ସ୍ନାନ ପରେ ନୂତନ ବସ୍ତ୍ର ଲାଗି କରାଯାଇ ଜୀଉମାନଙ୍କୁ ହାତୀବେଶରେ ସୁଶୋଭିତ କରାଯାଇଥିଲା। ଏହି ଅବସରରେ ପଦ୍ମପୁର, ବାଉରୀପଦା, ଗୋବର୍ଦ୍ଧନ ଆଦି ଅଞ୍ଚଳରୁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ ପାଇଁ ଭିଡ଼ କରିଥିଲେ। ସେମାନେ ହରିବୋଲ, ଘଣ୍ଟ ଓ ହୁଳହୁଳି ପକାଇ ମୃଦଙ୍ଗର ତାଳେ ତାଳେ ପୂଜାର୍ଚ୍ଚନା କରିଥିଲେ ଏବଂ ପ୍ରସାଦ ସେବନ କରିଥିଲେ। ଦଇତାପତି ଏବଂ ସେବକ ଶ୍ରୀଯୁକ୍ତ ପୁରୁଷୋତ୍ତମ ଅମାନ୍ତ, ମାୟ ଦଣ୍ଡସେନା, ଜୟରାମ ଅମାନ୍ତ, ଚରଣ ଅମାନ୍ତ, ପୂଜକ ଶାନ୍ତନୁ କୁମାର ଦାସ ଏବଂ ମୁଖ୍ୟସେବକ ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ଧରଙ୍କ ତତ୍ତ୍ୱାବଧାନରେ ଦେବସ୍ନାନ ପୂର୍ଣ୍ଣିମା ଯଥାରୀତିରେ ପାଳିତ ହୋଇଥିଲା। ଏହି ଆୟୋଜନରେ ଗ୍ରାମର ଶ୍ରୀଜଗନ୍ନାଥ ଯୁବକ ସଂଘର ସଦସ୍ୟଗଣ ସହଯୋଗ କରିଥିଲେ।

7 hrs ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
7 hrs ago

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଯୋଗୀମଠ ଶ୍ରୀମନ୍ଦିରରେ ଗତ ଜୁନ୍ ୨୯ ତାରିଖରେ ଶ୍ରୀଜିଉମାନଙ୍କ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। କବାଟ ଫିଟାଯିବା ପରେ ସକାଳ ୭ଟାରେ ଧୂପ, ମହଲମ ଓ ଓଡ଼ପ ଲାଗି କରାଯାଇଥିଲା। ଏହାପରେ ଦଇତାପତି ଏବଂ ସେବକମାନେ ବୈଦିକ ବ୍ରାହ୍ମଣମାନଙ୍କ ସହଯୋଗରେ ଚତୁର୍ଦ୍ଧା

ମୂର୍ତ୍ତିଙ୍କର ଗୋଟି ପହଣ୍ଡି ଅନୁଷ୍ଠିତ କରିଥିଲେ। ସ୍ନାନ ନିମନ୍ତେ ୧୦୮ ପ୍ରକାର ସୁବାସିତ, ୨୧ ପ୍ରକାର ସୁଗନ୍ଧିତ ବସ୍ତୁର ସମିଶ୍ରଣରେ ପ୍ରସ୍ତୁତ ୨୪ ତୀର୍ଥର ଜଳ ଏବଂ ପୁରୀରୁ ଅଣାଯାଇଥିବା ସୁନା କୂଅର ଜଳକୁ ମିଶାଇ ଶ୍ରୀଜିଉମାନଙ୍କୁ ସ୍ନାନ କରାଯାଇଥିଲା। ସ୍ନାନ ପରେ ନୂତନ ବସ୍ତ୍ର ଲାଗି କରାଯାଇ ଜୀଉମାନଙ୍କୁ ହାତୀବେଶରେ

ସୁଶୋଭିତ କରାଯାଇଥିଲା। ଏହି ଅବସରରେ ପଦ୍ମପୁର, ବାଉରୀପଦା, ଗୋବର୍ଦ୍ଧନ ଆଦି ଅଞ୍ଚଳରୁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ ପାଇଁ ଭିଡ଼ କରିଥିଲେ। ସେମାନେ ହରିବୋଲ, ଘଣ୍ଟ ଓ ହୁଳହୁଳି ପକାଇ ମୃଦଙ୍ଗର ତାଳେ ତାଳେ ପୂଜାର୍ଚ୍ଚନା କରିଥିଲେ ଏବଂ ପ୍ରସାଦ ସେବନ କରିଥିଲେ। ଦଇତାପତି ଏବଂ ସେବକ

10c4aa9c-7758-40f2-95c9-d4d9b1ea16ee

ଶ୍ରୀଯୁକ୍ତ ପୁରୁଷୋତ୍ତମ ଅମାନ୍ତ, ମାୟ ଦଣ୍ଡସେନା, ଜୟରାମ ଅମାନ୍ତ, ଚରଣ ଅମାନ୍ତ, ପୂଜକ ଶାନ୍ତନୁ କୁମାର ଦାସ ଏବଂ ମୁଖ୍ୟସେବକ ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ଧରଙ୍କ ତତ୍ତ୍ୱାବଧାନରେ ଦେବସ୍ନାନ ପୂର୍ଣ୍ଣିମା ଯଥାରୀତିରେ ପାଳିତ ହୋଇଥିଲା। ଏହି ଆୟୋଜନରେ ଗ୍ରାମର ଶ୍ରୀଜଗନ୍ନାଥ ଯୁବକ ସଂଘର ସଦସ୍ୟଗଣ ସହଯୋଗ କରିଥିଲେ।

More news from ଓଡ଼ିଶା and nearby areas
  • ଆଜି କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏକ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉଚ୍ଚସ୍ତରୀୟ ଶିବିରରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ, ଏସପି ନୀତିନ କୁଶଲକର ଡାଗୁଡୁ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଏବଂ ଏଡ଼ିଏମ୍ ରବିନ୍ଦ୍ର କୁମାର ପ୍ରଧାନ ସିଧାସଳଖ ଲୋକଙ୍କ ନିକଟକୁ ଆସି ସେମାନଙ୍କ ସମସ୍ୟା ବୁଝିଥିଲେ। ଆବାସ ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଗମନାଗମନ, ଭତ୍ତା ଓ ରାସନ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ସହିତ ମୋଟ ୫୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ତେବେ ବାଂଶପାଳ ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କର ଘୋର ଅଭାବ ଏବଂ ପାନୀୟ ଜଳ ସଙ୍କଟକୁ ନେଇ ଜନସାଧାରଣ ପ୍ରମୁଖ ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ବିଚାର କରି ତୁରନ୍ତ ସ୍ଥାୟୀ ସମାଧାନ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ମିଳିତ ଶୁଣାଣି ସମୟରେ ବାଂଶପାଳ ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ ଏବଂ ତହସିଲଦାର ବିକାଶ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ବହୁ ସରକାରୀ ଅଧିକାରୀ ଉପସ୍ଥିତ ରହି ପ୍ରଶାସନିକ କାର୍ଯ୍ୟରେ ସହଯୋଗ କରିଥିଲେ। ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ଏବଂ ଆଶା କରାଯାଉଛି ଯେ ଦୁର୍ଗମ ଅଞ୍ଚଳରେ ଥିବା ଏହି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ହେବ।
    1
    ଆଜି କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏକ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉଚ୍ଚସ୍ତରୀୟ ଶିବିରରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ, ଏସପି ନୀତିନ କୁଶଲକର ଡାଗୁଡୁ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଏବଂ ଏଡ଼ିଏମ୍ ରବିନ୍ଦ୍ର କୁମାର ପ୍ରଧାନ ସିଧାସଳଖ ଲୋକଙ୍କ ନିକଟକୁ ଆସି ସେମାନଙ୍କ ସମସ୍ୟା ବୁଝିଥିଲେ। ଆବାସ ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଗମନାଗମନ, ଭତ୍ତା ଓ ରାସନ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ସହିତ ମୋଟ ୫୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା।

ତେବେ ବାଂଶପାଳ ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କର ଘୋର ଅଭାବ ଏବଂ ପାନୀୟ ଜଳ ସଙ୍କଟକୁ ନେଇ ଜନସାଧାରଣ ପ୍ରମୁଖ ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ବିଚାର କରି ତୁରନ୍ତ ସ୍ଥାୟୀ ସମାଧାନ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଏହି ମିଳିତ ଶୁଣାଣି ସମୟରେ ବାଂଶପାଳ ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ ଏବଂ ତହସିଲଦାର ବିକାଶ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ବହୁ ସରକାରୀ ଅଧିକାରୀ ଉପସ୍ଥିତ ରହି ପ୍ରଶାସନିକ କାର୍ଯ୍ୟରେ ସହଯୋଗ କରିଥିଲେ। ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ଏବଂ ଆଶା କରାଯାଉଛି ଯେ ଦୁର୍ଗମ ଅଞ୍ଚଳରେ ଥିବା ଏହି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ହେବ।
    user_Satyabrata das
    Satyabrata das
    କେନ୍ଦୁଝର ଟାଉନ୍, କେନ୍ଦୁଝର, ଓଡ଼ିଶା•
    7 hrs ago
  • ଶ୍ରୀମୟୀ ମିଶ୍ର ନିଜର ନୂଆ ଓଡ଼ିଆ ସିନେମା ‘ପଶାପାଲି’ ମାଧ୍ୟମରେ ବଡ଼ ପରଦାକୁ ଆସିବେ। ଆଜି କଟକର ସାଲେପୁର ଜଗନ୍ନାଥ ମନ୍ଦିରରେ ଏହି ସିନେମାର ମୁହୁରତ ଅନୁଷ୍ଠିତ ହୋଇଛି। ଏହି ସିନେମାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ଏଥିରେ ଓଡ଼ିଶା ରାଜନୀତିର ଅନେକ ଅକୁହା କାହାଣୀ ରହିଛି, ଯାହା ବିଜେଡିର ଗୁମର ଖୋଲିବ ବୋଲି ସୂଚନା ମିଳୁଛି। ଯଦିଓ ଶ୍ରୀମୟୀ ଏ ନେଇ କିଛି ସ୍ପଷ୍ଟ ଭାବରେ କହିନାହାନ୍ତି, ତଥାପି ସିନେମାର ଟାଇଟଲ୍ ଏପରି କିଛି କାହାଣୀକୁ ହିଁ ବର୍ଣ୍ଣନା କରୁଛି।
    1
    ଶ୍ରୀମୟୀ ମିଶ୍ର ନିଜର ନୂଆ ଓଡ଼ିଆ ସିନେମା ‘ପଶାପାଲି’ ମାଧ୍ୟମରେ ବଡ଼ ପରଦାକୁ ଆସିବେ। ଆଜି କଟକର ସାଲେପୁର ଜଗନ୍ନାଥ ମନ୍ଦିରରେ ଏହି ସିନେମାର ମୁହୁରତ ଅନୁଷ୍ଠିତ ହୋଇଛି। ଏହି ସିନେମାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ଏଥିରେ ଓଡ଼ିଶା ରାଜନୀତିର ଅନେକ ଅକୁହା କାହାଣୀ ରହିଛି, ଯାହା ବିଜେଡିର ଗୁମର ଖୋଲିବ ବୋଲି ସୂଚନା ମିଳୁଛି। ଯଦିଓ ଶ୍ରୀମୟୀ ଏ ନେଇ କିଛି ସ୍ପଷ୍ଟ ଭାବରେ କହିନାହାନ୍ତି, ତଥାପି ସିନେମାର ଟାଇଟଲ୍ ଏପରି କିଛି କାହାଣୀକୁ ହିଁ ବର୍ଣ୍ଣନା କରୁଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ଘସିପୁରା ବ୍ଲକ ଅନ୍ତର୍ଗତ ଖଲଣା ତଳସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ତୀବ୍ର ପ୍ରତିବାଦ ଦେଖାଦେଇଛି। ୬୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଥିବା ହେତୁ ଏହି ବିଦ୍ୟାଳୟକୁ ବନ୍ଦ କରି ସମ୍ମୁଖରେ ଧାରଣା ଦିଆଯାଇଛି। ୨୦୦୮ ମସିହାରୁ ପ୍ରତିଷ୍ଠିତ ହୋଇଥିବା ଏହି ବିଦ୍ୟାଳୟରେ ସାଧାରଣତଃ ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହୁଥିଲେ। ମାତ୍ର ଶିକ୍ଷା ବିଭାଗର ଘୋର ଅବହେଳା କାରଣରୁ ବର୍ତ୍ତମାନ ଏହି ବିଦ୍ୟାଳୟ ମାତ୍ର ଜଣେ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଛି, ଯାହାକୁ ନେଇ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।
    1
    ଘସିପୁରା ବ୍ଲକ ଅନ୍ତର୍ଗତ ଖଲଣା ତଳସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ତୀବ୍ର ପ୍ରତିବାଦ ଦେଖାଦେଇଛି। ୬୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଥିବା ହେତୁ ଏହି ବିଦ୍ୟାଳୟକୁ ବନ୍ଦ କରି ସମ୍ମୁଖରେ ଧାରଣା ଦିଆଯାଇଛି।

୨୦୦୮ ମସିହାରୁ ପ୍ରତିଷ୍ଠିତ ହୋଇଥିବା ଏହି ବିଦ୍ୟାଳୟରେ ସାଧାରଣତଃ ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହୁଥିଲେ। ମାତ୍ର ଶିକ୍ଷା ବିଭାଗର ଘୋର ଅବହେଳା କାରଣରୁ ବର୍ତ୍ତମାନ ଏହି ବିଦ୍ୟାଳୟ ମାତ୍ର ଜଣେ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଛି, ଯାହାକୁ ନେଇ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।
    user_Kendujhar Halchal
    Kendujhar Halchal
    TV News Anchor ଆନନ୍ଦପୁର, କେନ୍ଦୁଝର, ଓଡ଼ିଶା•
    12 hrs ago
  • ବନ୍ତ ବ୍ଲକ୍ ଅନ୍ତର୍ଗତ ବିଟିପୁର ପଞ୍ଚାୟତରେ 'ବିକାଶ ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଏହି ଅବସରରେ ସରପଞ୍ଚ ସୁଭଦ୍ରା ସିଂହ ଅଭିଭାଷଣ ପ୍ରଦାନ କରିଥିଲେ।
    1
    ବନ୍ତ ବ୍ଲକ୍ ଅନ୍ତର୍ଗତ ବିଟିପୁର ପଞ୍ଚାୟତରେ 'ବିକାଶ ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଏହି ଅବସରରେ ସରପଞ୍ଚ ସୁଭଦ୍ରା ସିଂହ ଅଭିଭାଷଣ ପ୍ରଦାନ କରିଥିଲେ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    5 hrs ago
  • ଓଡ଼ିଶାର Sea Food Cultureକୁ ଏକ ନୂଆ ଠିକଣା ମିଳିଛି, ଯାହା ଭୁବନେଶ୍ୱରରେ ଏକ ନୂଆ ସାମୁଦ୍ରିକ ରେଷ୍ଟୁରାଣ୍ଟ ଖୋଲିବା ସହିତ ସମ୍ଭବ ହୋଇଛି।
    1
    ଓଡ଼ିଶାର Sea Food Cultureକୁ ଏକ ନୂଆ ଠିକଣା ମିଳିଛି, ଯାହା ଭୁବନେଶ୍ୱରରେ ଏକ ନୂଆ ସାମୁଦ୍ରିକ ରେଷ୍ଟୁରାଣ୍ଟ ଖୋଲିବା ସହିତ ସମ୍ଭବ ହୋଇଛି।
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    18 hrs ago
  • ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଅବସରରେ ଯାଜପୁର ଜିଲ୍ଲା ବ୍ୟାସନଗରଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଛି।
    1
    ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଅବସରରେ ଯାଜପୁର ଜିଲ୍ଲା ବ୍ୟାସନଗରଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଛି।
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    19 hrs ago
  • ପେନସନଭୋଗୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ପେନସନଭୋଗୀଙ୍କୁ ସେମାନଙ୍କ ବ୍ୟାଙ୍କ ଖାତା ସହିତ ତୁରନ୍ତ ଆଧାର ଲିଙ୍କ୍ କରିବାକୁ କୁହାଯାଇଛି।
    1
    ପେନସନଭୋଗୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ପେନସନଭୋଗୀଙ୍କୁ ସେମାନଙ୍କ ବ୍ୟାଙ୍କ ଖାତା ସହିତ ତୁରନ୍ତ ଆଧାର ଲିଙ୍କ୍ କରିବାକୁ କୁହାଯାଇଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • Post by Rajashree maharana
    1
    Post by Rajashree maharana
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    4 hrs ago
  • ରାଉରକେଲା ବେଦବ୍ୟାସ ବିଜୁ ଏକ୍ସପ୍ରେସ ରାସ୍ତାରେ ଏକ ଟ୍ରକରେ ନିଆଁ ଲାଗିଥିବା ଜଣାପଡ଼ିଛି।
    1
    ରାଉରକେଲା ବେଦବ୍ୟାସ ବିଜୁ ଏକ୍ସପ୍ରେସ ରାସ୍ତାରେ ଏକ ଟ୍ରକରେ ନିଆଁ ଲାଗିଥିବା ଜଣାପଡ଼ିଛି।
    user_Ersadbrmp
    Ersadbrmp
    ବିରମିତ୍ରପୁର, ସୁନ୍ଦରଗଡ଼, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.