logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥା – କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀ ବାହାରେ ପଢୁଛନ୍ତି! ରାୟଗଡା ଜିଲ୍ଲାର ବୁଦ୍ରାବାଲସା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯାହା ୧୬ ଅକ୍ଟୋବର ୧୯୭୧ ରେ ସ୍ଥାପିତ, ସେଠାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି। ଆଜି ସକାଳ ୮ଟା ସମୟରେ ଏକ ଅଚମ୍କା ଦର୍ଶନ ସମୟରେ ଦେଖାଯାଇଥିଲା ଯେ, ଛାତ୍ରଛାତ୍ରୀମାନେ କ୍ଲାସ୍ ରୁମ୍ ଭିତରେ ନୁହେଁ, ବରଂ ବାହାରେ ବସି ପଢୁଛନ୍ତି। ବିଦ୍ୟାଳୟରେ ଥିବା ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ କ୍ଲାସ୍ ନେଉଥିବା ଦେଖାଯାଇଥିଲା, ଯାହା ନିୟମ ଉଲ୍ଲଂଘନ କୁ ସୂଚିତ କରୁଛି। ଏହା ସହ ଏସିସ୍ଟାଣ୍ଟ ଶିକ୍ଷକଙ୍କ ଅନୁପସ୍ଥିତି ମଧ୍ୟ ପ୍ରଶ୍ନ ଉଠାଇଛି। ଅନ୍ୟପଟେ, କିଛି ଛାତ୍ରଛାତ୍ରୀ ୟୁନିଫର୍ମରେ ଥିଲେ ମଧ୍ୟ, ଅନେକ ଛାତ୍ରଛାତ୍ରୀ ୟୁନିଫର୍ମ ବିହୀନ ଅବସ୍ଥାରେ ଦେଖାଯାଇଥିଲେ। ସବୁଠୁ ଚମତ୍କାର କଥା ହେଉଛି, ବିଦ୍ୟାଳୟରେ ନବୀକରଣ କରାଯାଇଥିବା ଦୁଇଟି କ୍ଲାସ୍ ରୁମ୍ ତାଲା ପଡିଥିବା ଅବସ୍ଥାରେ ଥିଲା। ଶିକ୍ଷୟିତ୍ରୀଙ୍କୁ ପଚାରିବା ପରେ ଘର ଖୋଲାଯାଇଥିଲା, ଯେଉଁଠାରେ ଗୋଟିଏ ଘରରେ ପୁସ୍ତକ ଓ ଅନ୍ୟ ଘରରେ ପ୍ଲାଷ୍ଟିକ ଚେୟାର ରଖାଯାଇଥିଲା। ଏଥିରୁ ସ୍ପଷ୍ଟ ଯେ, ପାଠପାଠନ ପାଇଁ ଥିବା କ୍ଲାସ୍ ରୁମ୍ ଗୁଡିକୁ ଷ୍ଟୋର ରୁମ୍ ଭାବେ ବ୍ୟବହାର କରାଯାଉଛି। ତେବେ ପ୍ରଶ୍ନ ଉଠୁଛି— ୧: କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ବାହାରେ କାହିଁକି ପଢୁଛନ୍ତି? ୨: ଶିକ୍ଷକ ମାନଙ୍କ ଅନୁପସ୍ଥିତି ଓ ନିୟମ ଉଲ୍ଲଂଘନ କାହିଁକି? ୩: ଶିକ୍ଷା ବ୍ୟବସ୍ଥା ଉପରେ କାହାର ନଜର ନାହିଁ କି? ଏହି ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସମ୍ବନ୍ଧିତ ଶିକ୍ଷା ବିଭାଗ ଏହାକୁ ଗମ୍ଭୀରତାର ସହ ନେଇ ତତ୍କାଳ କାର୍ଯ୍ୟନୁଷ୍ଠାନ ନେବେ କି ନାହିଁ, ସେଥିରେ ସମସ୍ତଙ୍କ ନଜର ରହିଛି।

9 hrs ago
user_Maa Tv Odia News channel
Maa Tv Odia News channel
Grain Trader ରାୟଗଡା, ରାୟଗଡା, ଓଡ଼ିଶା•
9 hrs ago

ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥା – କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀ ବାହାରେ ପଢୁଛନ୍ତି! ରାୟଗଡା ଜିଲ୍ଲାର ବୁଦ୍ରାବାଲସା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯାହା ୧୬ ଅକ୍ଟୋବର ୧୯୭୧ ରେ ସ୍ଥାପିତ, ସେଠାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି। ଆଜି ସକାଳ ୮ଟା ସମୟରେ ଏକ ଅଚମ୍କା ଦର୍ଶନ ସମୟରେ ଦେଖାଯାଇଥିଲା ଯେ, ଛାତ୍ରଛାତ୍ରୀମାନେ କ୍ଲାସ୍ ରୁମ୍ ଭିତରେ ନୁହେଁ, ବରଂ ବାହାରେ ବସି ପଢୁଛନ୍ତି। ବିଦ୍ୟାଳୟରେ ଥିବା ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ କ୍ଲାସ୍ ନେଉଥିବା ଦେଖାଯାଇଥିଲା, ଯାହା ନିୟମ

ଉଲ୍ଲଂଘନ କୁ ସୂଚିତ କରୁଛି। ଏହା ସହ ଏସିସ୍ଟାଣ୍ଟ ଶିକ୍ଷକଙ୍କ ଅନୁପସ୍ଥିତି ମଧ୍ୟ ପ୍ରଶ୍ନ ଉଠାଇଛି। ଅନ୍ୟପଟେ, କିଛି ଛାତ୍ରଛାତ୍ରୀ ୟୁନିଫର୍ମରେ ଥିଲେ ମଧ୍ୟ, ଅନେକ ଛାତ୍ରଛାତ୍ରୀ ୟୁନିଫର୍ମ ବିହୀନ ଅବସ୍ଥାରେ ଦେଖାଯାଇଥିଲେ। ସବୁଠୁ ଚମତ୍କାର କଥା ହେଉଛି, ବିଦ୍ୟାଳୟରେ ନବୀକରଣ କରାଯାଇଥିବା ଦୁଇଟି କ୍ଲାସ୍ ରୁମ୍ ତାଲା ପଡିଥିବା ଅବସ୍ଥାରେ ଥିଲା। ଶିକ୍ଷୟିତ୍ରୀଙ୍କୁ ପଚାରିବା ପରେ ଘର ଖୋଲାଯାଇଥିଲା, ଯେଉଁଠାରେ ଗୋଟିଏ ଘରରେ ପୁସ୍ତକ ଓ ଅନ୍ୟ ଘରରେ ପ୍ଲାଷ୍ଟିକ ଚେୟାର ରଖାଯାଇଥିଲା। ଏଥିରୁ ସ୍ପଷ୍ଟ ଯେ, ପାଠପାଠନ ପାଇଁ ଥିବା

କ୍ଲାସ୍ ରୁମ୍ ଗୁଡିକୁ ଷ୍ଟୋର ରୁମ୍ ଭାବେ ବ୍ୟବହାର କରାଯାଉଛି। ତେବେ ପ୍ରଶ୍ନ ଉଠୁଛି— ୧: କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ବାହାରେ କାହିଁକି ପଢୁଛନ୍ତି? ୨: ଶିକ୍ଷକ ମାନଙ୍କ ଅନୁପସ୍ଥିତି ଓ ନିୟମ ଉଲ୍ଲଂଘନ କାହିଁକି? ୩: ଶିକ୍ଷା ବ୍ୟବସ୍ଥା ଉପରେ କାହାର ନଜର ନାହିଁ କି? ଏହି ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସମ୍ବନ୍ଧିତ ଶିକ୍ଷା ବିଭାଗ ଏହାକୁ ଗମ୍ଭୀରତାର ସହ ନେଇ ତତ୍କାଳ କାର୍ଯ୍ୟନୁଷ୍ଠାନ ନେବେ କି ନାହିଁ, ସେଥିରେ ସମସ୍ତଙ୍କ ନଜର ରହିଛି।

More news from ଓଡ଼ିଶା and nearby areas
  • କୋଟପାଡ଼ ବିଇଓ ଅଫିସରେ ଦୁର୍ବ୍ୟବହାର ଅଭିଯୋଗ,ଧାରଣାରେ ବସିଲେ ଅବସର ପ୍ରାପ୍ତ ଶିକ୍ଷକ #kotpad #KotpadBreakingNews
    1
    କୋଟପାଡ଼ ବିଇଓ ଅଫିସରେ ଦୁର୍ବ୍ୟବହାର ଅଭିଯୋଗ,ଧାରଣାରେ ବସିଲେ ଅବସର ପ୍ରାପ୍ତ ଶିକ୍ଷକ #kotpad  #KotpadBreakingNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    9 hrs ago
  • ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
    1
    ଉମରକୋଟ ପଞ୍ଚାୟତ ସମିତି  ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
    user_Santunu chanda
    Santunu chanda
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    16 hrs ago
  • ଧର୍ମାନ୍ତୀକରଣ ର ଅଜବ ପରିସ୍ଥିତି, ଶବ କୁ ମଶାଣି ମନା ଚାଳିଶ ଘଣ୍ଟା ଧରି ଘରେ ପଡି ରହିଲା ଶବ,
    1
    ଧର୍ମାନ୍ତୀକରଣ ର ଅଜବ ପରିସ୍ଥିତି, ଶବ କୁ ମଶାଣି ମନା ଚାଳିଶ ଘଣ୍ଟା ଧରି ଘରେ ପଡି ରହିଲା ଶବ,
    user_Jitendra mohanty
    Jitendra mohanty
    Agricultural machinery manufacturer ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    3 hrs ago
  • କୁକୁଡ଼ାଖଣ୍ତି ଅଞ୍ଚଳରେ ସରିଲା ଗଞ୍ଜାମ ର ମେରୁ ପର୍ବ ! ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ।
    1
    କୁକୁଡ଼ାଖଣ୍ତି ଅଞ୍ଚଳରେ ସରିଲା ଗଞ୍ଜାମ ର ମେରୁ ପର୍ବ ! ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    14 hrs ago
  • କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ।
    1
    କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    18 hrs ago
  • Post by ସୋନୁ ଟାଇଗର
    1
    Post by ସୋନୁ ଟାଇଗର
    user_ସୋନୁ ଟାଇଗର
    ସୋନୁ ଟାଇଗର
    Pujari ବେଲପରା, ବଲାଙ୍ଗୀର, ଓଡ଼ିଶା•
    4 hrs ago
  • ମାଁ ମହୁରୀ କାଳୁଆ ପୀଠରେ ମା ୬୯ ତମ ବାର୍ଷିକ ଉତ୍ସବ ୨୦୨୬
    1
    ମାଁ ମହୁରୀ କାଳୁଆ ପୀଠରେ ମା ୬୯ ତମ ବାର୍ଷିକ ଉତ୍ସବ ୨୦୨୬
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    17 hrs ago
  • କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ। ପୋଷ୍ଟ ଅଫିସ ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମଟି ସମ୍ପାଦକ ହନକ ଦିଗାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଡ଼. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇ ତାଙ୍କର ଜୀବନ ଓ କାର୍ଯ୍ୟକୁ ସ୍ମରଣ କରାଯାଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବକ୍ତା ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇ ଡ଼. ଆମ୍ବେଦକରଙ୍କ ଜୀବନୀ ଓ ସମାଜ ସୁଧାର ଆନ୍ଦୋଳନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଡ଼. ଆମ୍ବେଦକରଙ୍କ ଆଦର୍ଶ ଓ ଚିନ୍ତାଧାରା ସମାଜରେ ସମାନତା, ନ୍ୟାୟ ଓ ଶିକ୍ଷାର ମହତ୍ତ୍ୱ କୁ ପ୍ରକାଶ କରେ। ସେହିପରି ଆଇନଜୀବୀ ମୃତ୍ୟୁଞ୍ଜୟ ନାୟକ ମଧ୍ୟ ଅତିଥି ଭାବେ ଉପସ୍ଥିତ ରହି ଡ଼. ଆମ୍ବେଦକରଙ୍କ ସମ୍ବିଧାନ ଗଠନରେ ଅବଦାନ ଓ ସମାଜର ପଛୁଆ ବର୍ଗଙ୍କ ଅଧିକାର ପାଇଁ ତାଙ୍କର ଅବିରତ ସଂଘର୍ଷ ବିଷୟରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଇକଲା ସରପଞ୍ଚ ସୁରେଶ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ପ୍ରଧାନ, ଟାର୍ଜନ ସାହୁ ସହ ଅନେକ ସ୍ଥାନୀୟ ବ୍ୟକ୍ତି ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ। ସେହିପରି ଗ୍ରେସିଙ୍ଗିଆ ଛକ ଠାରେ ଆମ୍ବେଦକର ଭୀମ ଭୋଇ ସାମାଜିକ ନ୍ୟାୟ ଅନୁଷ୍ଠାନ ପକ୍ଷରୁ ଡ଼. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ତ୍ରିଶିଳା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ଆଦିବାସୀ ମହାସଂଘ ସଭାପତି ବିବେକାନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଡ଼. ଆମ୍ବେଦକରଙ୍କ ଆଦର୍ଶ ଓ ସମାଜ ସେବା ବିଷୟରେ ଆଲୋଚନା କରିଥିଲେ। ଏହା ସହିତ ଏମ୍.ଏମ୍.ସି. ମେଡିକାଲ ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ମଲ୍ଲିକ, ଅବସରପ୍ରାପ୍ତ ଫରେଷ୍ଟର ଶାନ୍ତନୁ ପ୍ରଧାନ, ଗଦଗୁଡ଼ା ସରପଞ୍ଚ ପୁଷ୍ପଲତା ପ୍ରଧାନ, ଅଜୟ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ରାମକୃଷ୍ଣ ଚୌଧୁରୀ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ନେତ୍ରୀ ସସ୍ମିତା ମଲ୍ଲିକ ସମେତ ଅଞ୍ଚଳର ଅନେକ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ। ଏହା ସହ ଏମ୍.ଏମ୍.ସି. ମେଡିକାଲ ତାଲିମପ୍ରାପ୍ତ ଛାତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର କର୍ମୀ ଫିରୋଜ୍ ଦିଗାଲ ପରିଚାଳନା କରିଥିବା ବେଳେ ସମ୍ପାଦକ ଆମନ ଚନ୍ଦ୍ର ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ।ଏହି ଅବସରରେ ସମସ୍ତେ ଡ଼. ଆମ୍ବେଦକରଙ୍କ ଆଦର୍ଶକୁ ଅନୁସରଣ କରି ସମାନତା, ନ୍ୟାୟ ଓ ଶିକ୍ଷାର ପ୍ରଚାର ପାଇଁ କାମ କରିବାକୁ ସଙ୍କଳ୍ପ ଗ୍ରହଣ କରିଥିଲେ।
    1
    କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ।
ପୋଷ୍ଟ ଅଫିସ ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମଟି ସମ୍ପାଦକ ହନକ ଦିଗାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଡ଼. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇ ତାଙ୍କର ଜୀବନ ଓ କାର୍ଯ୍ୟକୁ ସ୍ମରଣ କରାଯାଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବକ୍ତା ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇ ଡ଼. ଆମ୍ବେଦକରଙ୍କ ଜୀବନୀ ଓ ସମାଜ ସୁଧାର ଆନ୍ଦୋଳନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଡ଼. ଆମ୍ବେଦକରଙ୍କ ଆଦର୍ଶ ଓ ଚିନ୍ତାଧାରା ସମାଜରେ ସମାନତା, ନ୍ୟାୟ ଓ ଶିକ୍ଷାର ମହତ୍ତ୍ୱ କୁ ପ୍ରକାଶ କରେ। ସେହିପରି ଆଇନଜୀବୀ ମୃତ୍ୟୁଞ୍ଜୟ ନାୟକ ମଧ୍ୟ ଅତିଥି ଭାବେ ଉପସ୍ଥିତ ରହି ଡ଼. ଆମ୍ବେଦକରଙ୍କ ସମ୍ବିଧାନ ଗଠନରେ ଅବଦାନ ଓ ସମାଜର ପଛୁଆ ବର୍ଗଙ୍କ ଅଧିକାର ପାଇଁ ତାଙ୍କର ଅବିରତ ସଂଘର୍ଷ ବିଷୟରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଇକଲା ସରପଞ୍ଚ ସୁରେଶ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ପ୍ରଧାନ, ଟାର୍ଜନ ସାହୁ ସହ ଅନେକ ସ୍ଥାନୀୟ ବ୍ୟକ୍ତି ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ। ସେହିପରି ଗ୍ରେସିଙ୍ଗିଆ ଛକ ଠାରେ ଆମ୍ବେଦକର ଭୀମ ଭୋଇ ସାମାଜିକ ନ୍ୟାୟ ଅନୁଷ୍ଠାନ ପକ୍ଷରୁ ଡ଼. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ତ୍ରିଶିଳା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ଆଦିବାସୀ ମହାସଂଘ ସଭାପତି ବିବେକାନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଡ଼. ଆମ୍ବେଦକରଙ୍କ ଆଦର୍ଶ ଓ ସମାଜ ସେବା ବିଷୟରେ ଆଲୋଚନା କରିଥିଲେ। ଏହା ସହିତ ଏମ୍.ଏମ୍.ସି. ମେଡିକାଲ ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ମଲ୍ଲିକ, ଅବସରପ୍ରାପ୍ତ ଫରେଷ୍ଟର ଶାନ୍ତନୁ ପ୍ରଧାନ, ଗଦଗୁଡ଼ା ସରପଞ୍ଚ ପୁଷ୍ପଲତା ପ୍ରଧାନ, ଅଜୟ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ରାମକୃଷ୍ଣ ଚୌଧୁରୀ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ନେତ୍ରୀ ସସ୍ମିତା ମଲ୍ଲିକ ସମେତ ଅଞ୍ଚଳର ଅନେକ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ। ଏହା ସହ ଏମ୍.ଏମ୍.ସି. ମେଡିକାଲ ତାଲିମପ୍ରାପ୍ତ ଛାତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର କର୍ମୀ ଫିରୋଜ୍ ଦିଗାଲ ପରିଚାଳନା କରିଥିବା ବେଳେ ସମ୍ପାଦକ ଆମନ ଚନ୍ଦ୍ର ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ।ଏହି ଅବସରରେ ସମସ୍ତେ ଡ଼. ଆମ୍ବେଦକରଙ୍କ ଆଦର୍ଶକୁ ଅନୁସରଣ କରି ସମାନତା, ନ୍ୟାୟ ଓ ଶିକ୍ଷାର ପ୍ରଚାର ପାଇଁ କାମ କରିବାକୁ ସଙ୍କଳ୍ପ ଗ୍ରହଣ କରିଥିଲେ।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    19 hrs ago
  • Post by ସୋନୁ ଟାଇଗର
    1
    Post by ସୋନୁ ଟାଇଗର
    user_ସୋନୁ ଟାଇଗର
    ସୋନୁ ଟାଇଗର
    Pujari ବେଲପରା, ବଲାଙ୍ଗୀର, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.