logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସବଡେଗା ଅଘାରିଆ ସମାଜ ତରଫରୁ ଆଜି ଅକ୍ଷୟ ତୃତୀୟା ଅବସରରେ ଆଖି ମୁଠି ଅନୁକୂଳ କରାଯାଇଥିଲା ଆଜି ଅକ୍ଷୟ ତୃତିଆ । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ପାଳିତ ହେଉଥିବା ଏହି ପର୍ବର ମହିମା ଅନନ୍ୟା । ଅକ୍ଷୟ ଅର୍ଥାତ ଯାହାର କ୍ଷୟ ନାହିଁ ।ସାରା ଭାରତ ବର୍ଷ ସହିତ ସାରା ଓଡ଼ିଶାରେ ଏହି ପର୍ବ ନିଆରା ଢ଼ଙ୍ଗରେ ପାଳନ କରାଯାଏ । ଏହି ଦିନର ପୌରାଣିକ ଓ ସାମାଜିକ ମହତ୍ତ୍ଵ ରହିଛି । ଏହି ଦିନର ଆରମ୍ଭ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟ କେବେ କ୍ଷୟ ହୁଏ ନାହିଁ । ଗୃହ ପ୍ରବେଶ,ବ୍ୟବସାୟ ଆରମ୍ଭ ସହିତ ସୁନା କିଣିବା ସର୍ବୋତମ କୁହାଯାଏ । ଓଡ଼ିଶାରେ କୃଷି ଭିତ୍ତିକ କାର୍ଯ୍ୟପାଇଁ ଅକ୍ଷୟ ତୃତୀୟାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଆଜିର ଦିନରେ ଚାଷୀ ନୂଆ ଲୁଗା ପିନ୍ଧି ମାଟି ମାଆ ଙ୍କୁ ପୂଜା କରି ସୁବର୍ଣ୍ଣ ଫସଲ ଆଶାରେ ବିହନ ବୁଣିଥାଏ। ଏହା ଏକ ମାତ୍ର ପରମ୍ପରା ନୁହେଁ ମାତ୍ର ପ୍ରକୃତି ସହିତ ଅତୁଟ ସମ୍ପର୍କର ପ୍ରତୀକ ।ଏଥି ସହିତ ଏହି ଦିନ ମହାପ୍ରଭୁ ଜଗନ୍ନାଥ ଙ୍କ ସଂସ୍କୃତି ସହିତ ଜଡିତ ଥିବାବେଳେ ଏହି ଦିନରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ଅନୁକୂଳ କରାଯାଏ । ତା ସହିତ ଏକୋଇଶି ଦିନିଆ ଚନ୍ଦନ ଯାତ୍ରା ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ରେ ଆରମ୍ଭ ହୋଇଥାଏ । ପୌରାଣିକ ଅନୁସାରେ କୁହାଯାଏ ମହର୍ଷି ବେଦବ୍ୟାସ ଓ ପ୍ରଭୁ ଗଣେଶ ଙ୍କ ଦ୍ଵାରା ଆଜିର ଦିନରେ ମହାଭାରତ ରଚନା ଆରମ୍ଭ କରିଥିଲେ । ଭଗବାନ ମହାପ୍ରଭୁଙ୍କ ଷଷ୍ଠ ଅବତାର ପ୍ରଭୁ ପର୍ଶୁରାମ ଜନ୍ମ ଗ୍ରହଣ କରିଥିଲେ । ଗଙ୍ଗା ମାତା ମଧ୍ୟ ଆଜିର ଦିନରେ ଧରାପୃଷ୍ଟ କୁ ଅବତରଣ କରିଥିବା କିମ୍ବଦନ୍ତୀ ରହିଛି । ଏହି ପର୍ବ ନୂତନ ଆଶା , ଭରସା ସହିତ ନୂତନ ଆରମ୍ଭର ଦିନ । ଏହି ଦିନର ସତ୍ କର୍ମ ,ଦାନ ଓ କର୍ମ କେବେ କ୍ଷୟ ହୁଏ ନାହିଁ ବୋଲି ମତ ରହିଛି । ଏହି କ୍ରମରେ ଆଜି ସବଡେଗା ଗିରିଶ ଚନ୍ଦ୍ର ଭବନରେ ବିଧି ଅନୁଯାୟୀ ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପଞ୍ଚାନନ ନାଏକ ଓ ସୁରେଶ ପଟେଲ ଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରହିଥିଲା ।

2 hrs ago
user_Raju kumar patel
Raju kumar patel
Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
2 hrs ago
e7d6bf47-9ee6-4b23-814c-c5245a82017b

ସବଡେଗା ଅଘାରିଆ ସମାଜ ତରଫରୁ ଆଜି ଅକ୍ଷୟ ତୃତୀୟା ଅବସରରେ ଆଖି ମୁଠି ଅନୁକୂଳ କରାଯାଇଥିଲା ଆଜି ଅକ୍ଷୟ ତୃତିଆ । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ପାଳିତ ହେଉଥିବା ଏହି ପର୍ବର ମହିମା ଅନନ୍ୟା । ଅକ୍ଷୟ ଅର୍ଥାତ ଯାହାର କ୍ଷୟ ନାହିଁ ।ସାରା ଭାରତ ବର୍ଷ ସହିତ ସାରା ଓଡ଼ିଶାରେ ଏହି ପର୍ବ ନିଆରା ଢ଼ଙ୍ଗରେ ପାଳନ କରାଯାଏ । ଏହି ଦିନର ପୌରାଣିକ ଓ ସାମାଜିକ ମହତ୍ତ୍ଵ ରହିଛି । ଏହି ଦିନର ଆରମ୍ଭ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟ କେବେ କ୍ଷୟ ହୁଏ ନାହିଁ । ଗୃହ ପ୍ରବେଶ,ବ୍ୟବସାୟ ଆରମ୍ଭ ସହିତ ସୁନା କିଣିବା ସର୍ବୋତମ କୁହାଯାଏ । ଓଡ଼ିଶାରେ କୃଷି ଭିତ୍ତିକ କାର୍ଯ୍ୟପାଇଁ ଅକ୍ଷୟ ତୃତୀୟାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଆଜିର ଦିନରେ ଚାଷୀ ନୂଆ ଲୁଗା ପିନ୍ଧି ମାଟି ମାଆ ଙ୍କୁ ପୂଜା କରି ସୁବର୍ଣ୍ଣ ଫସଲ ଆଶାରେ ବିହନ ବୁଣିଥାଏ। ଏହା ଏକ ମାତ୍ର ପରମ୍ପରା ନୁହେଁ ମାତ୍ର ପ୍ରକୃତି ସହିତ ଅତୁଟ ସମ୍ପର୍କର ପ୍ରତୀକ ।ଏଥି ସହିତ ଏହି ଦିନ ମହାପ୍ରଭୁ ଜଗନ୍ନାଥ ଙ୍କ ସଂସ୍କୃତି ସହିତ ଜଡିତ ଥିବାବେଳେ ଏହି ଦିନରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ଅନୁକୂଳ କରାଯାଏ । ତା ସହିତ ଏକୋଇଶି ଦିନିଆ ଚନ୍ଦନ ଯାତ୍ରା ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ରେ ଆରମ୍ଭ ହୋଇଥାଏ । ପୌରାଣିକ ଅନୁସାରେ କୁହାଯାଏ ମହର୍ଷି ବେଦବ୍ୟାସ ଓ ପ୍ରଭୁ ଗଣେଶ ଙ୍କ ଦ୍ଵାରା ଆଜିର ଦିନରେ ମହାଭାରତ ରଚନା ଆରମ୍ଭ କରିଥିଲେ । ଭଗବାନ ମହାପ୍ରଭୁଙ୍କ ଷଷ୍ଠ ଅବତାର ପ୍ରଭୁ ପର୍ଶୁରାମ ଜନ୍ମ ଗ୍ରହଣ କରିଥିଲେ । ଗଙ୍ଗା ମାତା ମଧ୍ୟ ଆଜିର ଦିନରେ ଧରାପୃଷ୍ଟ କୁ ଅବତରଣ କରିଥିବା କିମ୍ବଦନ୍ତୀ ରହିଛି । ଏହି ପର୍ବ ନୂତନ ଆଶା , ଭରସା ସହିତ ନୂତନ ଆରମ୍ଭର ଦିନ । ଏହି ଦିନର ସତ୍ କର୍ମ ,ଦାନ ଓ କର୍ମ କେବେ କ୍ଷୟ ହୁଏ ନାହିଁ ବୋଲି ମତ ରହିଛି । ଏହି କ୍ରମରେ ଆଜି ସବଡେଗା ଗିରିଶ ଚନ୍ଦ୍ର ଭବନରେ ବିଧି ଅନୁଯାୟୀ ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପଞ୍ଚାନନ ନାଏକ ଓ ସୁରେଶ ପଟେଲ ଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରହିଥିଲା ।

More news from ଓଡ଼ିଶା and nearby areas
  • ଷ୍ଟଣ୍ଡ କରୁ କରୁ ବାଇକ୍ ଜଲିଗଲା
    1
    ଷ୍ଟଣ୍ଡ କରୁ କରୁ ବାଇକ୍ ଜଲିଗଲା
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    15 hrs ago
  • कोडरमा स्टेशन के लूप लाइन में खड़ी खाली मालगाड़ी के डब्बे में अचानक से उठने लगा धुआं, एआरपीएफ की तत्परता से आ_ग पर पाया जा सका काबू। #newsupdate2026 #highlightseveryone #KodermaNews #NewsUpdate #newsfeed
    1
    कोडरमा स्टेशन के लूप लाइन में खड़ी खाली मालगाड़ी के डब्बे में अचानक से उठने लगा धुआं, एआरपीएफ की तत्परता से आ_ग पर पाया जा सका काबू।
#newsupdate2026 #highlightseveryone #KodermaNews #NewsUpdate #newsfeed
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    17 hrs ago
  • ଜମନକିରା ବ୍ଲକର ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ 'ସିଡ଼ି ଅନୁଷ୍ଠାନ' ଏବଂ 'ଜଷ୍ଟ ରାଇଟ ଫର ଚିଲଡ୍ରେନ'ର ମିଳିତ ସହଯୋଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗକୁ ଆସୁଥିବା ଅକ୍ଷୟ ତୃତୀୟା ସମୟରେ ବାଲ୍ୟ ବିବାହର ସମ୍ଭାବନାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ସତର୍କତା ବୃଦ୍ଧି କରିବା ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। 📍 ମୁଖ୍ୟ ଆଲୋଚନା: ✅ ବାଲ୍ୟ ବିବାହ ପ୍ରତିରୋଧ ଆଇନ ଓ ଏହାର କୁପରିଣାମ। ✅ ଗ୍ରାମାଞ୍ଚଳରେ ଅଙ୍ଗନବାଡି କର୍ମୀ ଓ ICDS ସୁପରଭାଇଜରଙ୍କ ସକ୍ରିୟ ଭୂମିକା। ✅ ଘଟଣା ସମ୍ପର୍କରେ ରିପୋର୍ଟ କରିବା ପାଇଁ ସରଳ ବ୍ୟବସ୍ଥା। ଅତିଥି: ଡାକ୍ତର ରାଜାରାମ ଷଢଙ୍ଗୀ (CWC ସଦସ୍ୟ), ଡା. ହରିଶ୍ଚନ୍ଦ୍ର ବାଘ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ। ସମାଜରୁ ଏହି କୁପ୍ରଥାକୁ ଦୂର କରିବା ପାଇଁ ଆସନ୍ତୁ ସଂକଳ୍ପ ନେବା। ବାଲ୍ୟ ବିବାହ ସମ୍ପର୍କରେ ଜାଣିବାକୁ ପାଇଲେ ତୁରନ୍ତ ୧୦୯୮ (Childline) କୁ କଲ୍ କରନ୍ତୁ।
    1
    ଜମନକିରା ବ୍ଲକର ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ 'ସିଡ଼ି ଅନୁଷ୍ଠାନ' ଏବଂ 'ଜଷ୍ଟ ରାଇଟ ଫର ଚିଲଡ୍ରେନ'ର ମିଳିତ ସହଯୋଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗକୁ ଆସୁଥିବା ଅକ୍ଷୟ ତୃତୀୟା ସମୟରେ ବାଲ୍ୟ ବିବାହର ସମ୍ଭାବନାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ସତର୍କତା ବୃଦ୍ଧି କରିବା ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି।
📍 ମୁଖ୍ୟ ଆଲୋଚନା:
✅ ବାଲ୍ୟ ବିବାହ ପ୍ରତିରୋଧ ଆଇନ ଓ ଏହାର କୁପରିଣାମ।
✅ ଗ୍ରାମାଞ୍ଚଳରେ ଅଙ୍ଗନବାଡି କର୍ମୀ ଓ ICDS ସୁପରଭାଇଜରଙ୍କ ସକ୍ରିୟ ଭୂମିକା।
✅ ଘଟଣା ସମ୍ପର୍କରେ ରିପୋର୍ଟ କରିବା ପାଇଁ ସରଳ ବ୍ୟବସ୍ଥା।
ଅତିଥି: ଡାକ୍ତର ରାଜାରାମ ଷଢଙ୍ଗୀ (CWC ସଦସ୍ୟ), ଡା. ହରିଶ୍ଚନ୍ଦ୍ର ବାଘ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ।
ସମାଜରୁ ଏହି କୁପ୍ରଥାକୁ ଦୂର କରିବା ପାଇଁ ଆସନ୍ତୁ ସଂକଳ୍ପ ନେବା। ବାଲ୍ୟ ବିବାହ ସମ୍ପର୍କରେ ଜାଣିବାକୁ ପାଇଲେ ତୁରନ୍ତ ୧୦୯୮ (Childline) କୁ କଲ୍ କରନ୍ତୁ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    16 hrs ago
  • Post by Purandar sahu
    1
    Post by Purandar sahu
    user_Purandar sahu
    Purandar sahu
    Salesperson ବରଗଡ଼, ବରଗଡ଼, ଓଡ଼ିଶା•
    20 hrs ago
  • Post by Titu Dehuru
    1
    Post by Titu Dehuru
    user_Titu Dehuru
    Titu Dehuru
    Art Centre କୁଣ୍ଢେଇଗୋଲା, ଦେବଗଡ଼, ଓଡ଼ିଶା•
    1 hr ago
  • ଜୀବନକୁ ବାଜି ଲଗେଇ ୫୦ ଫୁଟ ତଳକୁ ଡେଇଁ ରିଲସ୍ କରୁଛନ୍ତି ନାବାଳକ । ନିଷିଦ୍ଧାଞ୍ଚଳ ଏରିଆରେ ହେଉଛି ରିଲସ୍, ପ୍ରଶାସନ ନୀରବ । ଏ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ଯୁବକ ଏବଂ ନାବାଳକ ଜୀବନକୁ ବାଜି ଲଗେଇ ୫୦ ଫୁଟ ଉପରୁ ଡେଉଁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଭିଡିଓ ଟି ଓଡିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ରେ ସୁଟିଂ ହୋଇଥିବା ଜଣାପଡିଛି । ଏଠାରେ ଜୀବନର ମୂଲ୍ୟ କିଛି ନଥିବା ଭଳି ବ୍ୟବସ୍ଥା ପରିଲକ୍ଷିତ ହେଉଛି । କେମିତି ଓ କିଏ ଦୁଃସାହସିକ ଭାବେ ବନ୍ଧ ଉପରୁ ତଳକୁ ଡେଇଁ ରିଲସ୍ କରୁଛି ତାହା ଏବେ ପ୍ରଶ୍ନ ଉଠିଛି । ନିଶା କେବଳ ରିଲସ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା । ଡ୍ୟାମ ଟି ସମ୍ପୂର୍ଣ୍ଣ ଏକ କିଲୋମିଟର ଚାଳିଶ ମିଟର ଲମ୍ବ ହୋଇଥିବାବେଳେ ଦୁଇପାର୍ଶ୍ୱରେ ସରକାରଙ୍କ ତରଫରୁ ଦୁଇପାର୍ଶ୍ୱରେ ଜଗୁଆଳୀ ଅଛନ୍ତି ମାତ୍ର ଚାରିଜଣ । ଯଦି କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ରହିବ ଦାୟୀ । ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ ସୌମେନେନ୍ଦ୍ର ବେହେରାଙ୍କ ମତାମତ ପାଇଁ ଚେଷ୍ଟାକରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାକୁ ରହିଲା ଆଗାମୀଦିନରେ ପ୍ରଶାସନ ର ନଜର କିଭଳି ପଡୁଛି ଏହି ଡ୍ୟାମ ଉପରେ ।
    1
    ଜୀବନକୁ ବାଜି ଲଗେଇ ୫୦ ଫୁଟ ତଳକୁ ଡେଇଁ ରିଲସ୍ କରୁଛନ୍ତି ନାବାଳକ । ନିଷିଦ୍ଧାଞ୍ଚଳ ଏରିଆରେ ହେଉଛି ରିଲସ୍, ପ୍ରଶାସନ ନୀରବ । ଏ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ଯୁବକ ଏବଂ ନାବାଳକ ଜୀବନକୁ ବାଜି ଲଗେଇ ୫୦ ଫୁଟ ଉପରୁ ଡେଉଁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଭିଡିଓ ଟି ଓଡିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ରେ ସୁଟିଂ ହୋଇଥିବା ଜଣାପଡିଛି । ଏଠାରେ ଜୀବନର ମୂଲ୍ୟ କିଛି ନଥିବା ଭଳି ବ୍ୟବସ୍ଥା ପରିଲକ୍ଷିତ ହେଉଛି । କେମିତି ଓ କିଏ ଦୁଃସାହସିକ ଭାବେ ବନ୍ଧ ଉପରୁ ତଳକୁ ଡେଇଁ ରିଲସ୍ କରୁଛି ତାହା ଏବେ ପ୍ରଶ୍ନ ଉଠିଛି । ନିଶା କେବଳ ରିଲସ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା । ଡ୍ୟାମ ଟି ସମ୍ପୂର୍ଣ୍ଣ ଏକ କିଲୋମିଟର ଚାଳିଶ ମିଟର ଲମ୍ବ ହୋଇଥିବାବେଳେ ଦୁଇପାର୍ଶ୍ୱରେ ସରକାରଙ୍କ ତରଫରୁ ଦୁଇପାର୍ଶ୍ୱରେ ଜଗୁଆଳୀ ଅଛନ୍ତି ମାତ୍ର ଚାରିଜଣ । ଯଦି କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ରହିବ ଦାୟୀ । ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ ସୌମେନେନ୍ଦ୍ର ବେହେରାଙ୍କ ମତାମତ ପାଇଁ ଚେଷ୍ଟାକରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାକୁ ରହିଲା ଆଗାମୀଦିନରେ ପ୍ରଶାସନ ର ନଜର କିଭଳି ପଡୁଛି ଏହି ଡ୍ୟାମ ଉପରେ ।
    user_DEB REPOTER
    DEB REPOTER
    Credit reporting agency ପାଲଲହଡା, ଅନୁଗୁଳ, ଓଡ଼ିଶା•
    23 hrs ago
  • ବେଲପାହାଡ଼ ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ନିଜସ୍ଵ ଷ୍ଟେଡିୟମ ରେ ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଟିଆର ଏଲ କ୍ରୋଶାକି ରିଫ୍ରେକ୍ଟୋରିଜ ଲିମିଟେଡ଼ ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଏକ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବରେ ଶ୍ରୀମତି ଅନିତା ନାଏକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ମୂଖ୍ୟ ଅତିଥି ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ମାତା ପିତା ଓ ଗୁରୁ ମାନଙ୍କୁ ସବୁବେଳେ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ଉତ୍ସାହ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବାପାଇଁ ଉପଦେଶ ଦେଇଥିଲେ । ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ସଭାପତିତ୍ୱ କରିଥିବା ବେଳେ ନିଜ ବକ୍ତବ୍ୟ ରେ ବିଦ୍ୟାଳୟ ର ଉନ୍ନତୀ ମୂଳକ କାର୍ଯ୍ୟକ୍ରମ "ପ୍ରଗତି" ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବରିଶ ଘୋଷ ସ୍ୱାଗତ ଭାଷଣ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ପିଙ୍କି ଭଟ୍ଟାଚାର୍ଯ୍ୟି ଓ ଶୁଭଶ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ଗୌଡ଼ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଶେଷରେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଗତବର୍ଷ କାଉନସିଲ ପରୀକ୍ଷାରେ ଭକ୍ତୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ର ବିଭାଶ କୁମାର ନାୟକ କୁ ଟିଆରଏଲ କ୍ରୋଶାକି ଏକ୍ସଲେନ୍ସ ଆୱାର୍ଡ ଏବଂ ଓମ୍ ଶ୍ରୀବାସ୍ତବ କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଗତ ବର୍ଷ କାଉନସିଲ ପରୀକ୍ଷାରେ ଦଶମ ଶ୍ରେଣୀରେ ପ୍ରଥମ ହୋଇଥିବା ଶୌରଭ ଅଗ୍ରୱାଲ, ଦ୍ୱିତୀୟ ବିଭାଶ ନାୟକ ଓ ତୃତୀୟ ଅନସିରାଜ ସିଂ, ଦ୍ଵାଦଶ ଶ୍ରେଣୀ ପାଇଁ ବିଜ୍ଞାନ ରେ ଅନିକେତ ଚୌବେ, କ୍ରିଶ ଗୁପ୍ତା, ଆର୍ୟନ କୁମାର ଓ ଅନୁସ୍କା ପ୍ରଧାନ ବାଣିଜ୍ୟ ରେ ବୁଶ୍ରା ବାନୋ , ଆଦିତି ଇପ୍ସିତା, ଇଶାନ ଶୁକ୍ଳା ପୁରସ୍କୃତ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଶୁନି ରାଣୀ ପଣ୍ଡା, ସୁନନ୍ତ ପଣ୍ଡା, ହମିଦ କୁମାର ମହାପାତ୍ର, ରୁବି ଡାନିଏଲ, ପିଙ୍କି ଭଟ୍ଟାଚାର୍ଯ୍ୟି, ସୀମା ସାହୁ ଓ ଏମ ଡି ସାହିଦ ଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଓ ପ୍ରଂଶସା କରିଥିଲେ ।
    1
    ବେଲପାହାଡ଼ ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ନିଜସ୍ଵ ଷ୍ଟେଡିୟମ ରେ ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଟିଆର ଏଲ କ୍ରୋଶାକି ରିଫ୍ରେକ୍ଟୋରିଜ ଲିମିଟେଡ଼ ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଏକ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବରେ ଶ୍ରୀମତି ଅନିତା ନାଏକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ମୂଖ୍ୟ ଅତିଥି ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ  ନିଜ ମାତା ପିତା ଓ ଗୁରୁ ମାନଙ୍କୁ ସବୁବେଳେ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ  ଉତ୍ସାହ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବାପାଇଁ ଉପଦେଶ ଦେଇଥିଲେ । ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ସଭାପତିତ୍ୱ କରିଥିବା ବେଳେ ନିଜ ବକ୍ତବ୍ୟ ରେ ବିଦ୍ୟାଳୟ ର ଉନ୍ନତୀ ମୂଳକ କାର୍ଯ୍ୟକ୍ରମ "ପ୍ରଗତି" ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବରିଶ ଘୋଷ ସ୍ୱାଗତ ଭାଷଣ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ।  ବରିଷ୍ଠ ଶିକ୍ଷୟିତ୍ରୀ ପିଙ୍କି ଭଟ୍ଟାଚାର୍ଯ୍ୟି ଓ ଶୁଭଶ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ଗୌଡ଼ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଶେଷରେ  ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଗତବର୍ଷ କାଉନସିଲ ପରୀକ୍ଷାରେ ଭକ୍ତୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।  ଛାତ୍ର ବିଭାଶ କୁମାର ନାୟକ କୁ ଟିଆରଏଲ କ୍ରୋଶାକି ଏକ୍ସଲେନ୍ସ ଆୱାର୍ଡ ଏବଂ ଓମ୍ ଶ୍ରୀବାସ୍ତବ କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଗତ ବର୍ଷ କାଉନସିଲ ପରୀକ୍ଷାରେ ଦଶମ ଶ୍ରେଣୀରେ ପ୍ରଥମ ହୋଇଥିବା ଶୌରଭ ଅଗ୍ରୱାଲ, ଦ୍ୱିତୀୟ ବିଭାଶ ନାୟକ ଓ ତୃତୀୟ ଅନସିରାଜ ସିଂ, ଦ୍ଵାଦଶ ଶ୍ରେଣୀ ପାଇଁ ବିଜ୍ଞାନ ରେ ଅନିକେତ ଚୌବେ, କ୍ରିଶ ଗୁପ୍ତା, ଆର୍ୟନ କୁମାର ଓ ଅନୁସ୍କା ପ୍ରଧାନ ବାଣିଜ୍ୟ ରେ ବୁଶ୍ରା ବାନୋ , ଆଦିତି ଇପ୍ସିତା, ଇଶାନ ଶୁକ୍ଳା ପୁରସ୍କୃତ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଶୁନି ରାଣୀ ପଣ୍ଡା, ସୁନନ୍ତ ପଣ୍ଡା, ହମିଦ କୁମାର ମହାପାତ୍ର, ରୁବି ଡାନିଏଲ, ପିଙ୍କି ଭଟ୍ଟାଚାର୍ଯ୍ୟି, ସୀମା ସାହୁ ଓ ଏମ ଡି ସାହିଦ ଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଓ ପ୍ରଂଶସା କରିଥିଲେ ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    20 hrs ago
  • ରେମୁଣା ଛତ୍ରପୁର ଠାରେ ଥିବା ଏକ ଖଳି ଦନା ଗୋଡାଉନ୍ ରେ ଅଗ୍ନିକାଣ୍ଡ କ୍ଷୟକ୍ଷତିର ଏ ପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ସଂଗ୍ରହ ହୋଇ ପାରିନାହିଁ ।
    1
    ରେମୁଣା ଛତ୍ରପୁର ଠାରେ ଥିବା ଏକ ଖଳି ଦନା ଗୋଡାଉନ୍ ରେ ଅଗ୍ନିକାଣ୍ଡ  କ୍ଷୟକ୍ଷତିର ଏ ପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ସଂଗ୍ରହ ହୋଇ ପାରିନାହିଁ ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    17 hrs ago
  • प्रधानमंत्री Narendra Modi जी का बंगाल में ‘झालमुड़ी ब्रेक’ - जनता से जुड़ाव और #VocalforLocal का भावपूर्ण प्रतीक।
    1
    प्रधानमंत्री Narendra Modi जी का बंगाल में ‘झालमुड़ी ब्रेक’ - जनता से जुड़ाव और #VocalforLocal का भावपूर्ण प्रतीक।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.