Shuru
Apke Nagar Ki App…
ସୋରଡା ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ସଫଳତା ହାସଲ କରିଛି। ଦାରିଂବାଡ଼ିରୁ ଆସିକାକୁ ଚାଲାଣ ହେଉଥିବା ୪ ଲକ୍ଷ ଟଙ୍କାର ଗଞ୍ଜେଇ ଏକ କାରରୁ ଜବତ କରାଯିବା ସହ ଜଣେ ବ୍ୟକ୍ତି ଗିରଫ ହୋଇଛି।
Krishna Kumar Swain
ସୋରଡା ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ସଫଳତା ହାସଲ କରିଛି। ଦାରିଂବାଡ଼ିରୁ ଆସିକାକୁ ଚାଲାଣ ହେଉଥିବା ୪ ଲକ୍ଷ ଟଙ୍କାର ଗଞ୍ଜେଇ ଏକ କାରରୁ ଜବତ କରାଯିବା ସହ ଜଣେ ବ୍ୟକ୍ତି ଗିରଫ ହୋଇଛି।
More news from Ganjam and nearby areas
- କବିସୂର୍ଯ୍ୟନଗର : ଏନଏସି ଟେଣ୍ଡେର କାର୍ଯ୍ୟାଦେଶ ପ୍ରାଦନ ବିଳମ୍ବ କୁ ନେଇ ପ୍ରତିବାଦ ଘଟଣା, ତିନିଦିନ ପରେ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ ର ଖୋଲିଲେ ତାଲା,ବଢୁଛି ରାଜନୈତିକ ଅସନ୍ତୋଷ,ଘଟିପାରେ ବଡ଼ ଅଘଟଣ ତିନିଦିନ ପରେ ଭାଙ୍ଗିଲା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ପ୍ରଶାସନ ର ନିଦ l ଦୀର୍ଘ ତିନି ଦିନ ଧରୀ କାର୍ଯ୍ୟାଳୟ ରେ ତାଲା ଝୁଲିବା ପରେ ରବିବାର ସନ୍ଧ୍ୟାରେ କାର୍ଯ୍ୟନିର୍ବାହୀ ଅଧିକାରୀ ପୋଲିସ ସହାୟତା ରେ ଭାଙ୍ଗିଛନ୍ତି ତାଲା l ତେବେ ଶୁକ୍ରବାର ଠାରୁ ତାଲା ପଡ଼ିଥିଲେ ମଧ୍ୟ ଅଧିକାରୀ କାହିଁକି ଚୁପ ବସିଥିଲେ ଏବଂ ରବିବାର ଅର୍ଥାତ ଛୁଟି ଦିନ ସନ୍ଧ୍ୟାରେ କାହିଁକି ସଦଳେ ବେଳେ ପହଞ୍ଚି କାର୍ଯ୍ୟାଳୟ ତାଲା ଖୋଲିଲେ ତାହା ଏବେ ସନ୍ଦେହ ଘେରରେ l ତେବେ କାର୍ଯ୍ୟାଳୟ ତାଲା ଖୋଲିଲା ସତ ଏବେବି ସହରର ସବୁଠି କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିବା ବେଳେ ଏହାର କେବେ ସମାଧାନ ହେଉଛି ତାହାକୁ ଅନାଇ ବସିଛନ୍ତି ସାଧାରଣର ଜନତା l ତେବେ ଏହି ବିବାଦ ଏବେ ଅଞ୍ଚଳର ରାଜନୈତିକ ଉଷ୍ମତା ବଢ଼ାଇଦେଇଛି l ତାଲା ଭାଙ୍ଗିବା ପରେ ବରିଷ୍ଠ କାଉସିଲର ମନୋରଞ୍ଜନ ମହାପାତ୍ର ଙ୍କ ନେତୃତ୍ୱରେ ବହୁ କାଉସିଲର ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପ୍ରଶ୍ନ କରିଥିଲେ l ଫଳରେ ଦୁଇ ଦଳ ମୁହାଁ ମୁହିଁ ପରିସ୍ଥିତି କୁ ଆସିଥିବା ବେଳେ ତାଲା ଖୋଲିବା ସମୟରେ ଶାସକ ଓ ବିରୋଧି ସମର୍ଥକ ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା l ପୋଲିସ ଉପସ୍ଥିତି ରେ କଥା କଟାକଟି ସହ ହିଚାହିଚି ହୋଇଥିଲେ ସମର୍ଥକ l ଯଦି ପ୍ରଶାସନ ସମସ୍ୟା ଉପରେ ହୃଦକ୍ଷେପ ନକରେ ତେବେ ସହର ରେ ଏକ ବଡ଼ ଅଘଟଣ ଘଟି ପରେ ବୋଲି ଆଲୋଚନା ହେଉଛି l ସୂଚନା ଅନୁସାରେ ଗତ ଶୁକ୍ରବର ଦିନ କବିସୂର୍ଯ୍ୟନଗର ଏନଏସି ଅଧକ୍ଷ ଙ୍କ ନେତୃତ୍ୱରେ କିଛି କାଉସିଲର କାର୍ଯ୍ୟାଳୟ ରେ ତାଲା ପକାଇ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ l ସେମାନଙ୍କ ମୁଖ୍ୟ ଦାବି ଥିଲା ରାଜ୍ୟରେ ନୁଆଁ ସରକାର ଗଠନ ପରଠାରୁ ସହର ରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନାହିଁ l ରାଜନୈତିକ ଆକ୍ରାସ ରଖି ପ୍ରତ୍ୟେକ ଉନ୍ନୟନ କାର୍ଯ୍ୟ ବନ୍ଦ କରାଯିବା ସହ ବହୁ ବିଳମ୍ବରେ ହେଉ ମଧ୍ୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ 19 ମାର୍ଚ୍ଚ 2026 ରେ ଅନଲାଇନ ମାଧ୍ୟମରେ 48 ଟି କାମ ର ଟେଣ୍ଡର ବିଜ୍ଞପ୍ତି କରାଯାଇଥିଲା। 19 ମାର୍ଚ୍ଚ ରୁ 28 ମାର୍ଚ୍ଚ ଯାଏ ଟେଣ୍ଡର ଆବେଦନ ତାରିଖ ଧର୍ଯ୍ୟ ଥିଲା. ହେଲେ 12 ଟି କାମ ସିଙ୍ଗଲ ଟେଣ୍ଡର ଥିବା ବେଳେ 4 କାମ ପାଇଁ କେହି ଆବେଦନ କରିଥିଲେ l ବଳକା 32 ଟି କାମ ର ଟେଣ୍ଡର ଫାଇନାଲ ହେବା ପରେ ଠିକାଦାର ଙ୍କୁ କାର୍ଯ୍ୟାଦେଶ ଦିଆଯାଇନଥିଲା ଯାହାକି କାଉନସିଲ ବୈଠକ ନିଷ୍ପତି କୁ ବିଧାୟକ ବିରୋଧ କରୁଥିବା ଆଲୋଚନା ହୋଇଥିଲା l ଏଭଳି ହୀନ ରାଜନୀତି ପ୍ରତିବାଦ ରେ ଠିକାଦାର ଙ୍କ ସପକ୍ଷରେ ଆନ୍ଦୋଳନ କୁ ଓଲ୍ହାଇଥିଲେ କାଉନସିଲ ବଡି।1
- ଗଞ୍ଜାମ ଜିଲ୍ଲାର ଦୁର୍ବନ୍ଧ ଗ୍ରାମରେ ମା' ଠାକୁରାଣୀଙ୍କ ଘଟ ପରିକ୍ରମା ସମୟରେ ପ୍ରବଳ ଭିଡ଼ ଜମିଥିଲା। ଏହି ପବିତ୍ର ଅବସରରେ ହଜାର ହଜାର ଭକ୍ତ ମା'ଙ୍କ ଦର୍ଶନ କରିବାକୁ ପହଞ୍ଚିଥିଲେ।1
- ପୁରୀର ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଓଡ଼ିଶାର ଭକ୍ତଙ୍କ ପାଇଁ ଶ୍ରଦ୍ଧାର କେନ୍ଦ୍ର। ଭଗବାନ ଜଗନ୍ନାଥଙ୍କ ପ୍ରତି ଲୋକଙ୍କ ଅନାବିଳ ପ୍ରେମ ଓ ବିଶ୍ୱାସ ଦେଖିବାକୁ ମିଳିଛି।1
- ଆଜି ସକାଳୁ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା ଘାଇରୁ ଜଣେ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗ୍ରାମବାସୀମାନେ ପାଣିରେ ଶବ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ, ଯାହାପରେ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କରାଗଲା। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।1
- କଳାହାଣ୍ଡିରେ ସାର ବ୍ୟବସାୟୀଙ୍କ ଦୁର୍ଦ୍ଦଶା lଏସଏସ ମେରେଜ ପେଲେସ ଠାରେ ବୈଠକ କଳାହାଣ୍ଡି ଜିଲ୍ଲାରେ ସାର ବ୍ୟବସାୟୀଙ୍କ ସଙ୍କଟ। ଦୀର୍ଘ ଦିନ ଧରି ଚାଷୀଙ୍କୁ ସେବା ଯୋଗାଇ ଆସୁଥିବା ଖୁଚୁରା ସାର ବ୍ୟବସାୟୀମାନେ ଏବେ ଗଭୀର ଆର୍ଥିକ ଓ ମାନସିକ ସଂକଟ ଦେଇ ଗତି କରୁଛନ୍ତି। ସରକାରୀ ନିୟମ, କମ୍ ଲାଭାଂଶ ଏବଂ ବାଧ୍ୟତାମୂଳକ ‘ଟ୍ୟାଗିଂ’କୁ ନେଇ ଏବେ ଏକତ୍ରିତ ହୋଇଛି ଜିଲ୍ଲା ଖୁଚୁରା ସାର ବ୍ୟବସାୟୀ ସଂଘ। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ସାର ବିକ୍ରି ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ।1
- ଗଜପତି ଜିଲ୍ଲାର ପ୍ରସିଦ୍ଧ ମହେନ୍ଦ୍ର ପାହାଡ଼ରେ ଆୟୋଜିତ ହେବାକୁ ଥିବା ଯଜ୍ଞ ଓ ମେଳାକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ କାର୍ଯ୍ୟକ୍ରମର ରୂପରେଖ ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦିଆଯାଇଛି।1
- ଗଞ୍ଜାମ ଜିଲ୍ଲାର ସୋରଡା ନିକଟରୁ ଅବକାରୀ ବିଭାଗ ଏକ କାରରୁ ୪ ଲକ୍ଷରୁ ଅଧିକ ମୂଲ୍ୟର ୩୨ କେଜି ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଦାରିଙ୍ଗିବାଡିରୁ ଆସିକା ଅଭିମୁଖେ ଚୋରାଚାଲାଣ ହେଉଥିଲା। ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।1
- ଗଞ୍ଜାମ ଜିଲ୍ଲାର ଦୁର୍ଗନ୍ଧ ଗ୍ରାମରେ ମହାସମାରୋହରେ ଠାକୁରାଣୀ ଯାତ୍ରା ପାଳିତ ହୋଇଛି। ଏହି ଅବସରରେ ଗାଁ ଉତ୍ସବମୁଖର ହୋଇଥିବାବେଳେ ଠାକୁରାଣୀଙ୍କ ଘଟ ପରିକ୍ରମା ସମୟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି।1
- ରାୟଗଡ଼ା ସହରରେ ଶନିବାର ରାତିରେ ଜଣେ ଯୁବକ ନିଖିଲ ହାଡ଼ିପାଙ୍କୁ ଗୁଳି କରି ଅପହରଣ କରାଯାଇଥିଲା। ପରେ ତୁମ୍ବିଗୁଡ଼ା ନିକଟ ନାଗାବଳୀ ନଦୀରୁ ତାଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଛି।1