logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୌଦ୍ଧ ଜିଲ୍ଲାପାଳ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ତଦନ୍ତ ନେଇ ଅଚାନକ ପରିଦର୍ଶନ ବୌଦ୍ଧ, ତା. ୧୭/୦୪ ଜନସାଧାରଣଙ୍କ ପାଖରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କିପରି ଉପଲବ୍ଧ ହେଉଛି, ତାହାର କ୍ଷେତ୍ରୀୟ ଅନୁସନ୍ଧାନ ପାଇଁ ଆଜି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଚାନକ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ କ୍ରମରେ ସେ ପନଖିମାଲ ଓ କନକପୁର ପ୍ରାଥମିକ ବିଦ୍ୟାଳୟ ସହିତ ଗାଁ ର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯାଇଥିଲେ। ସେହିପରି ଦେଓବନ୍ଧ ବିଦ୍ୟାଳୟକୁ ମଧ୍ୟ ଗସ୍ତ କରିଥିଲେ। ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ବିତାଇ ତାଙ୍କୁ ପାଠ୍ୟପୁସ୍ତକ ପଢ଼ିବାକୁ କହି ସେମାନଙ୍କ ପଠନ କୌଶଳ ପରୀକ୍ଷା କରିଥିଲେ।ଏହା ସହିତ ଜିଲ୍ଲାପାଳ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ବାର୍ତ୍ତାଳାପ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ l ପରବର୍ତ୍ତୀକ୍ରମେ ସେ ବଘିଆପଡ଼ା ଓ ଆମ୍ବଝରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ଡାକ୍ତର ଓ ରୋଗୀମାନଙ୍କ ସହ ମତବିନିମୟ କରିଥିଲେ। ସେଠାରେ ସ୍ୱାସ୍ଥ୍ୟ ସେବାର ମାନ ସମ୍ବନ୍ଧରେ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ସମସ୍ତ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, କର୍ମଚାରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଜନସାଧାରଣଙ୍କ ପାଇଁ ସରକାରୀ ସେବା ସହଜ ଓ ଅବାଧ ଭାବେ ପ୍ରାପ୍ତ ହେବା ନିମିତ୍ତ ସମସ୍ତେ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ। ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ ମଧ୍ୟ ଉପସ୍ଥିତ ଥିଲେ।

2 hrs ago
user_Baidyanath Samal Mozillakhabra
Baidyanath Samal Mozillakhabra
Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
2 hrs ago

ବୌଦ୍ଧ ଜିଲ୍ଲାପାଳ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ତଦନ୍ତ ନେଇ ଅଚାନକ ପରିଦର୍ଶନ ବୌଦ୍ଧ, ତା. ୧୭/୦୪ ଜନସାଧାରଣଙ୍କ ପାଖରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କିପରି ଉପଲବ୍ଧ ହେଉଛି, ତାହାର କ୍ଷେତ୍ରୀୟ ଅନୁସନ୍ଧାନ ପାଇଁ ଆଜି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଚାନକ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ କ୍ରମରେ ସେ ପନଖିମାଲ ଓ କନକପୁର ପ୍ରାଥମିକ ବିଦ୍ୟାଳୟ ସହିତ ଗାଁ ର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯାଇଥିଲେ। ସେହିପରି ଦେଓବନ୍ଧ ବିଦ୍ୟାଳୟକୁ ମଧ୍ୟ ଗସ୍ତ କରିଥିଲେ। ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ବିତାଇ ତାଙ୍କୁ ପାଠ୍ୟପୁସ୍ତକ ପଢ଼ିବାକୁ କହି ସେମାନଙ୍କ ପଠନ କୌଶଳ ପରୀକ୍ଷା କରିଥିଲେ।ଏହା ସହିତ ଜିଲ୍ଲାପାଳ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ବାର୍ତ୍ତାଳାପ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ l ପରବର୍ତ୍ତୀକ୍ରମେ ସେ ବଘିଆପଡ଼ା ଓ ଆମ୍ବଝରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ଡାକ୍ତର ଓ ରୋଗୀମାନଙ୍କ ସହ ମତବିନିମୟ କରିଥିଲେ। ସେଠାରେ ସ୍ୱାସ୍ଥ୍ୟ ସେବାର ମାନ ସମ୍ବନ୍ଧରେ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ସମସ୍ତ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, କର୍ମଚାରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଜନସାଧାରଣଙ୍କ ପାଇଁ ସରକାରୀ ସେବା ସହଜ ଓ ଅବାଧ ଭାବେ ପ୍ରାପ୍ତ ହେବା ନିମିତ୍ତ ସମସ୍ତେ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ। ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ ମଧ୍ୟ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ବୌଦ୍ଧ ଜ଼ିଲ୍ଲାର ନୂତନ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ବିଦ୍ୟାପତି ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତମାସରେ ବୌଦ୍ଧରେ ରହିଥିବା ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ଝାରସୁଗୁଡ଼ା ବଦଳି ହୋଇଥିବା ବେଳେ ବୌଦ୍ଧ କୁ ବିଦ୍ୟାପତି ପଣ୍ଡା ଙ୍କ ବଦଳି ହୋଇଥିଲା ।
    1
    ବୌଦ୍ଧ ଜ଼ିଲ୍ଲାର ନୂତନ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ବିଦ୍ୟାପତି ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତମାସରେ ବୌଦ୍ଧରେ ରହିଥିବା ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ଝାରସୁଗୁଡ଼ା ବଦଳି ହୋଇଥିବା ବେଳେ ବୌଦ୍ଧ କୁ ବିଦ୍ୟାପତି ପଣ୍ଡା ଙ୍କ ବଦଳି ହୋଇଥିଲା ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    21 min ago
  • ସ୍ତ୍ରୀ ଓ ପୁଅର ନିଖୋଜକୁ ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଅଭିଯୋଗ ଢେଙ୍କାନାଳ, ୧୭୪ : ମୋଟଙ୍ଗା ଥାନା ଅନ୍ତର୍ଗତ ବାଛୁରୀ ଗ୍ରାମର ରସାନନ୍ଦ ନାଏକଙ୍କ ପୁତ୍ର ସୁବାଷ ନାଏକ ତାଙ୍କ ସ୍ତ୍ରୀ ଓ ପୁଅର ନିଖୋଜକୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଜଣାଇଛନ୍ତି। ପ୍ରକାଶ ଯେ, ସୁବାଷ ଘରେ ନଥୁବା ସମୟରେ ତାଙ୍କ ସ୍ତ୍ରୀ ରଶ୍ମିତା ନାଏକ (୩୩) ଗତ ତା.୧୪.୦୪.୨୦୨୬ରିଖ ଅପରାହ୍ନ ୪ ଘଟିକା ସମୟରେ ହିନ୍ଦୋଳ ରୋଡ ।ଡ ଯାଉଛି ଯାଉ କହି ସାଙ୍ଗରେ ୮ବର୍ଷର ପୁଅଟିକୁ ଧରି ଯାଇଥିଲେ। ପୁଅର ନାମ ସୁବର୍ଣ୍ଣ ନାଏକ । ସନ୍ଧ୍ୟା ପରେ ରାତ୍ର ହେଲା ମଧ୍ଯ ଘରକୁ ନ ଫେରିବାରୁ ଘରଲୋକ ସେହି ଯାଗୁ ଯାଇ ଖୋଜାଖୋଜି କରିବା ସହିତ ବନ୍ଧୁବାନ୍ଧବ ଘରମାନଙ୍କୁ ମଧ୍ଯ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । କିନ୍ତୁ କୌଣସି ସନ୍ଧାନ ପାଇନଥ୍‌ ଥିଲେ । ଏହି ବିଷୟକୁ ନେଇ ଥାନାରେ ଏକ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବିନ ବିଚାର କରିନାହାଁନ୍ତି । ତେଣୁ ଏହି ଘଟଣାକୁ ତଦନ୍ତ କରି ସ୍ତ୍ରୀ ଓ ପୁଅକୁ ଖୋଜି ବାହାର କରିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ରକ୍ଷୀ ଅଧକ୍ଷକଙ୍କୁ ଅ ଏକ ଲିଖିତ ଅଭିଯୋଗ କରିଛନ୍ତି। କୌଣସି ସହୃଦୟ ବ୍ୟକ୍ତି ସନ୍ଧାନ ପାଇଲେ ମୋ-୭୭୫୦୮୭୪୪୭୩, ୯୮୨ ୨୭୯୮୪୯୦୫ ନମ୍ବରରେ ଯୋଗାଯୋଗ କରିବା ପାଇଁ ସୁବାଷ ଅନୁରୋଧ କରିଛନ୍ତି ।
    1
    ସ୍ତ୍ରୀ ଓ ପୁଅର ନିଖୋଜକୁ ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଅଭିଯୋଗ ଢେଙ୍କାନାଳ, ୧୭୪ : ମୋଟଙ୍ଗା ଥାନା ଅନ୍ତର୍ଗତ ବାଛୁରୀ ଗ୍ରାମର ରସାନନ୍ଦ ନାଏକଙ୍କ ପୁତ୍ର ସୁବାଷ ନାଏକ ତାଙ୍କ ସ୍ତ୍ରୀ ଓ ପୁଅର ନିଖୋଜକୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଜଣାଇଛନ୍ତି। ପ୍ରକାଶ ଯେ, ସୁବାଷ ଘରେ ନଥୁବା ସମୟରେ ତାଙ୍କ ସ୍ତ୍ରୀ ରଶ୍ମିତା ନାଏକ (୩୩) ଗତ ତା.୧୪.୦୪.୨୦୨୬ରିଖ ଅପରାହ୍ନ ୪ ଘଟିକା ସମୟରେ ହିନ୍ଦୋଳ ରୋଡ ।ଡ ଯାଉଛି ଯାଉ କହି ସାଙ୍ଗରେ ୮ବର୍ଷର ପୁଅଟିକୁ ଧରି ଯାଇଥିଲେ। ପୁଅର ନାମ ସୁବର୍ଣ୍ଣ ନାଏକ । ସନ୍ଧ୍ୟା ପରେ ରାତ୍ର ହେଲା ମଧ୍ଯ ଘରକୁ ନ ଫେରିବାରୁ ଘରଲୋକ ସେହି ଯାଗୁ ଯାଇ ଖୋଜାଖୋଜି କରିବା ସହିତ ବନ୍ଧୁବାନ୍ଧବ ଘରମାନଙ୍କୁ ମଧ୍ଯ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । କିନ୍ତୁ କୌଣସି ସନ୍ଧାନ ପାଇନଥ୍‌ ଥିଲେ । ଏହି ବିଷୟକୁ ନେଇ ଥାନାରେ ଏକ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବିନ ବିଚାର କରିନାହାଁନ୍ତି । ତେଣୁ ଏହି ଘଟଣାକୁ ତଦନ୍ତ କରି ସ୍ତ୍ରୀ ଓ ପୁଅକୁ ଖୋଜି ବାହାର କରିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ରକ୍ଷୀ ଅଧକ୍ଷକଙ୍କୁ ଅ ଏକ ଲିଖିତ ଅଭିଯୋଗ କରିଛନ୍ତି। କୌଣସି ସହୃଦୟ ବ୍ୟକ୍ତି ସନ୍ଧାନ ପାଇଲେ ମୋ-୭୭୫୦୮୭୪୪୭୩, ୯୮୨ ୨୭୯୮୪୯୦୫ ନମ୍ବରରେ ଯୋଗାଯୋଗ କରିବା ପାଇଁ ସୁବାଷ ଅନୁରୋଧ କରିଛନ୍ତି ।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ମହାନଦୀ ଆଳତି ଘାଟ ରେ ହନୁମାନ ଜୟନ୍ତୀ, ଆଳତି ପ୍ରଦାନ କଲେ ମେଜର ଡ଼ ଦେବାଶିଷ ମିଶ୍ର ବୌଦ୍ଧ - ଆଜି ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ଅବସରରେ ମହାନଦୀ ଆଳତି ଘାଟ ଠାରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ସନ୍ଧ୍ୟାରେ ଭଜନ କୀର୍ତ୍ତନ ହେବା ପରେ ହନୁମାନ ଚାଳିଶା ପାଠ ହୋଇଥିଲା l ଭକ୍ତ ମାନଙ୍କ ଦ୍ଵାରା ମିଳିତ ଭାବେ ଦିବ୍ୟ ମହାନଦୀ ଆଳତି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କୁନି କୁନି ଛୁଆ ମାନେ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନ ବେଶରେ ମହାନଦୀ ଆଳତି କରିଥିଲେ l ମୂଖ୍ୟ ଅତିଥି ଭାବେ ମେଜର ଡ଼ ଦେବାଶିଷ ମିଶ୍ର ଯୋଗଦାନ କରି ଆଳତି କରିବା ସହିତ ନିଜର ମତ ପ୍ରକାଶ କରିଥିଲେ l ପୂଜକ ଭାବେ ମିନୁପ୍ରସାଦ ମିଶ୍ର, ବ୍ରହ୍ମଚାରୀ ଆଦିତ୍ୟ ଦାସ, ସୌମ୍ୟ ରଂଜନ ପୁରୋହିତ ପରିଚାଳନା କରିଥିଲେ l ମହାନଦୀ ମହୋତ୍ସବ ସମିତି ପକ୍ଷରୁ ମେଜର ମିଶ୍ରଙ୍କୁ ଉପଢୌକନ ଦେଇ ଶ୍ରେଷ୍ଠ ସେବା ଶିରୋମଣି ସମ୍ମାନ ପ୍ରଦାନ କରାଯାଇଥିଲା l କୁନି କୁନି ଛୁଆ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଆଳତି ଘାଟ ର ପୃଷ୍ଠପୋଷକ ଦେବାଶିଷ ପୁରୋହିତ ଧନ୍ୟବାଦ ଜ୍ଞାପନ କରିଥିଲେ l ଶେଷରେ ଭକ୍ତ ମାନଙ୍କୁ ପଣା ପ୍ରସାଦ ବିତରଣ ହୋଇଥଲା l
    1
    ମହାନଦୀ ଆଳତି ଘାଟ ରେ ହନୁମାନ ଜୟନ୍ତୀ, ଆଳତି ପ୍ରଦାନ କଲେ ମେଜର ଡ଼ ଦେବାଶିଷ ମିଶ୍ର
ବୌଦ୍ଧ - ଆଜି ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ଅବସରରେ ମହାନଦୀ ଆଳତି ଘାଟ ଠାରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ସନ୍ଧ୍ୟାରେ ଭଜନ କୀର୍ତ୍ତନ ହେବା ପରେ ହନୁମାନ ଚାଳିଶା ପାଠ ହୋଇଥିଲା l ଭକ୍ତ ମାନଙ୍କ ଦ୍ଵାରା ମିଳିତ ଭାବେ ଦିବ୍ୟ ମହାନଦୀ ଆଳତି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କୁନି କୁନି ଛୁଆ ମାନେ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନ ବେଶରେ ମହାନଦୀ ଆଳତି କରିଥିଲେ l ମୂଖ୍ୟ ଅତିଥି ଭାବେ ମେଜର ଡ଼ ଦେବାଶିଷ ମିଶ୍ର ଯୋଗଦାନ କରି ଆଳତି କରିବା ସହିତ ନିଜର ମତ ପ୍ରକାଶ କରିଥିଲେ l ପୂଜକ ଭାବେ ମିନୁପ୍ରସାଦ ମିଶ୍ର, ବ୍ରହ୍ମଚାରୀ ଆଦିତ୍ୟ ଦାସ, ସୌମ୍ୟ ରଂଜନ ପୁରୋହିତ ପରିଚାଳନା କରିଥିଲେ l ମହାନଦୀ ମହୋତ୍ସବ ସମିତି ପକ୍ଷରୁ ମେଜର ମିଶ୍ରଙ୍କୁ ଉପଢୌକନ ଦେଇ ଶ୍ରେଷ୍ଠ ସେବା ଶିରୋମଣି ସମ୍ମାନ ପ୍ରଦାନ କରାଯାଇଥିଲା l କୁନି କୁନି ଛୁଆ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଆଳତି ଘାଟ ର ପୃଷ୍ଠପୋଷକ ଦେବାଶିଷ ପୁରୋହିତ ଧନ୍ୟବାଦ ଜ୍ଞାପନ କରିଥିଲେ l ଶେଷରେ ଭକ୍ତ ମାନଙ୍କୁ ପଣା ପ୍ରସାଦ ବିତରଣ ହୋଇଥଲା l
    user_OM SANDESH
    OM SANDESH
    Baudh Sadar, Boudh•
    10 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    6 hrs ago
  • ସୁବର୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ୧୦ ଦିନ ହେଲା ଅଚଳ ହୋଇ ପଡ଼ିଥିଲା। ଏନେଇ ସୁରୁଆପ ରେ ଗତ ୧୫ ତାରିଖରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା।ଖବର ପ୍ରସାରଣ ହେଉ ହେଉ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏହାକୁ ମରାମତି କରି ପୁଣି କାର୍ଯ୍ୟକ୍ଷମ କରାଯାଇଛି।
    1
    ସୁବର୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ୧୦ ଦିନ ହେଲା ଅଚଳ ହୋଇ ପଡ଼ିଥିଲା। ଏନେଇ ସୁରୁଆପ ରେ ଗତ ୧୫ ତାରିଖରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା।ଖବର ପ୍ରସାରଣ ହେଉ ହେଉ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏହାକୁ ମରାମତି କରି ପୁଣି କାର୍ଯ୍ୟକ୍ଷମ କରାଯାଇଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    7 hrs ago
  • ସୁବର୍ଣ୍ଣପୁର: ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁରରେ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ।
    1
    ସୁବର୍ଣ୍ଣପୁର: ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁରରେ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    9 min ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗୱାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ । ପିଲାଙ୍କ ସହିତ ମିଶି ବାର୍ତ୍ତାଳାପ କରିବା ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
    1
    ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗୱାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ । ପିଲାଙ୍କ ସହିତ ମିଶି ବାର୍ତ୍ତାଳାପ କରିବା ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    32 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.