Shuru
Apke Nagar Ki App…
ପ୍ରଭାଦ ପୁରୁଷ ବିଜୁପଟନାୟକ ୧୧୦ ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି
Rakesh das deba
ପ୍ରଭାଦ ପୁରୁଷ ବିଜୁପଟନାୟକ ୧୧୦ ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି
More news from ଓଡ଼ିଶା and nearby areas
- ok2
- ଜଗତସିଂହପୁର ୪/୪- ଅପ୍ରେଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୨ ତାରିଖ ଓ ୩ ତାରିଖ ପାରମ୍ପରିକ ପୋଷାକ ପରିଧାନ ଦିବସ 'ଆମ ପୋଷାକ ଆମ ପରିଚୟ' ପାଳିତ ହେଉଅଛି।ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଜେ ସୋନାଲ , ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲପାଳ ପ୍ରଶାନ୍ତ କୁମାର ତରାଇଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ କାର୍ଯ୍ୟାଳୟକୁ ଆସିଥିଲେ । “ଆମ ପୋଷାକ ଆମ ପରିଚୟ” ସ୍ଲୋଗାନ୍କୁ ସମ୍ମାନ ଜଣାଇ ଆଜି ଖଦୀ, ସମ୍ବଲପୁରୀ, ସୋନପୁରୀ, କୋଟପାଡ, ମାଣିଆବନ୍ଧ, ନୂଆପାଟଣା, ବୋମକାଇ ଆଦି ରାଜ୍ୟର ବିଭିନ୍ନ ସ୍ଥାନର ହସ୍ତତନ୍ତ ବୁଣା ପୋଷାକ ପରିଧାନ କରିଥିଲେ । ଆମ ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଣୁ କେବଳ ଓଡ଼ିଆ ପକ୍ଷ ପାଳନ ନୁହେଁ ଦୈନନ୍ଦିନ ଜୀବନରେ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇ ଫଟୋ ଉଠାଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟଠାରେ ମଧ୍ୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଅନୁରୂପ ଭାବେ ପାଳିତ ହୋଇଯାଇଛି । ଏହା ମାଧ୍ୟମରେ ଲୋକମାନଙ୍କ ମନରେ ନିଜ ସଂସ୍କୃତି ପ୍ରତି ସମ୍ମାନ ବଢ଼ିବା ସହ ଏହାକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାର ଏହା ଏକ ପ୍ରୟାସ l ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ଜଗତସିଂହପୁର4
- Post by ନିଷ୍ଠୁର ଦୁନିଆ Live1
- ପେଟାନାଳରେ ପଡ଼ିଗଲେ ନନ୍ଦୀ ମହାରାଜ! ଷଣ୍ଢ ଟିକୁ ଉଦ୍ଧାର କରିବାକୁ ନାକେଦମ୍ ହେଲା ଅଗ୍ନିଶମ ବାହିନୀ। କଟକ ସିଡିଏସ୍ଥିତ ପେଟାନାଳରେ ଫସିଲେ ନନ୍ଦୀ ମହାରାଜ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଷଣ୍ଢ ଟିକୁ ବାହାର କରିଛନ୍ତି।1
- କର୍ମୀଙ୍କ ପ୍ରତି ଅନ୍ୟାୟ କୁ ପ୍ରତିବାଦ କରି ଏସପି ଙ୍କୁ ଭେଟିଲେ ମହାକାଳପଡ଼ା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ1
- Post by NEWS MANORANJAN1
- Post by Sibanava Panda1
- ଜଗତସିଂହପୁର ୪/୪- ଜିଲ୍ଲା ମହୋତ୍ସବ କଲ୍ଲୋଳ ର ତୃତୀୟ ସନ୍ଧ୍ୟା ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଶା ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ, ଜିଲ୍ଲାର ପ୍ରାଚୀନ ଐତିହ୍ୟ ଓ ପରମ୍ପରା ସାରା ବିଶ୍ଵ ପ୍ରସିଦ୍ଧ । ଜଗତସିଂହପୁର ଜିଲ୍ଲା ନୌବାଣିଜ୍ୟ ରେ ବିଶ୍ଵ ପ୍ରସିଦ୍ଧ । ସ୍ୱାଧୀନତା ସଂଗ୍ରାମୀ ଇତିହାସ ରେ ମଧ୍ୟ ଆମ ଜିଲ୍ଳାର ସ୍ୱାଭିମାନ ଅଛି ଓ ଅଳକା ଆଶ୍ରମ ର ଅବଦାନ ରହିଛି । ଜିଲ୍ଲା ର ପ୍ରଗତି ପାଇଁ ଯୁବପିଢୀ ଙ୍କ ଭୂମିକା ନିହାତି ଗୁରୁତ୍ବପୂର୍ଣ୍ଣ ଓ ଜିଲ୍ଳାର ଉନ୍ନତିରେ ନେତୃତ୍ଵ ନେବା ପାଇଁ ଯୁବପିଢୀମାନଙ୍କୁ ଆହ୍ବାନ ଦେଇଥିଲେ । ଶିଳ୍ପର ବିକାଶରେ ଜଗତସିଂହପୁର ଜିଲ୍ଲାର ବିକାଶ ହେବ ଏବଂ ରାଜ୍ୟ ସରକାରଙ୍କ ସମୃଦ୍ଧ ଓଡିଶା ସ୍ବପ୍ନକୁ ସାକାର କରିବ ।ଶିକ୍ଷା,ସ୍ବାସ୍ଥ୍ୟ,ପର୍ଯ୍ୟଟନ ଓ ଗମନାଗମନ କ୍ଷେତ୍ରରେ ଜିଲ୍ଲାର ଉନ୍ନତି ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇଆସୁଛନ୍ତି । ଜିଲ୍ଲା ବିକଶିତ ହେଲେ ଓଡ଼ିଶା ବିକଶିତ ହେବ। ଏଥିପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଓ ଆମ ଜିଲ୍ଲାକୁ ଆଗେଇ ନେବା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ କହିଥିଲେ ଯେ ଆମେ ଇତିହାସକୁ ମନେ ରଖିବା ଓ ଆମ ଜିଲ୍ଲା ପାଇଁ ନୂତନ ଇତିହାସ ଓ ଉଦାହରଣ ସୃଷ୍ଟି କରିବା ଓ ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ରାଜ୍ୟ ସରକାର ସର୍ବଦା ଜିଲ୍ଲାର ଉନ୍ନତି ଓ ପ୍ରଗତି ପାଇଁ ଚେଷ୍ଟିତ ଏବଂ ନିଶ୍ଚିତ ଭାବରେ ଜିଲ୍ଲାର ଯୁବପିଢୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ବଢ଼ିଛି । ବିଭିନ୍ନ କ୍ଷେତ୍ରରେ ଜିଲ୍ଲାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଓ ଘୋଷଣାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।ଇତିହାସରେ ଜିଲ୍ଲାର ଅଳକା ଆଶ୍ରମ ଓ ବରପୁତ୍ରମାନଙ୍କ ଅବଦାନ ଚିରସ୍ମରଣୀୟ । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, କ୍ରୀଡ଼ା ଓ ପର୍ଯ୍ୟଟନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଜିଲ୍ଲା ସଦା ସର୍ବଦା ଆଗରେ ରହିଛି । ସଭାରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା କହିଥିଲେ ଯେ ଜିଲ୍ଲାର ଉନ୍ନତି ନିଶ୍ଚିତ ହୋଇଛି ଓ ଆମେ ଜିଲ୍ଲାର ଆହୁରି ଉନ୍ନତି ପାଇଁ ନିଜ ନିଜର କର୍ତ୍ତବ୍ୟ କରିବା ଓ ଜିଲ୍ଲାକୁ ଆଗକୁ ଆଗେଇ ନେବା । ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଜେ ସୋନାଲ କହିଥିଲେ ଯେ ଆମେ ଆମ ଇତିହାସକୁ ନେଇ ଗର୍ବ କରିବା ଉଚିତ୍। ଏଥି ସହିତ ଜାତିର ଉନ୍ନତି ପାଇଁ ଆମକୁ ଲଢ଼ିବାକୁ ପଡ଼ିବ ଓ ନିଜକୁ ତ୍ୱରାନ୍ୱିତ କରିବାକୁ ହେବ । ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ଵାରା "ଆଦିପତ୍ର"ର ଉନ୍ମୋଚନ ହୋଇଥିଲା । ସ୍ମରଣିକା "ଆଦିପତ୍ର" ର ସମ୍ପାଦକ ମହେନ୍ଦ୍ର କୁମାର ଆଚାର୍ଯ୍ୟ କହିଥିଲେ ଯେ ଏହି ଆଦିପତ୍ର ଜିଲ୍ଲାର ଅତୀତ ଓ ବର୍ତ୍ତମାନର ସୂଚନା ପ୍ରଦାନ କରେ । ସେ ଏହି ଆଦିପତ୍ରର ସଫଳତା ସମ୍ପର୍କିତ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଉପରେ ଆଧାରିତ ଏକ ସୁନ୍ଦର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ସ୍ଵଂୟ ସହାୟକ ଗୋଷ୍ଠୀ ର ମା ମାନେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ପାଖରେ ପୋଡ଼ ପିଠା , ମାଣ୍ଡିଆ ପୋଡ଼ପିଠା ଉପସ୍ଥାପନ କରିଥିଲେ ଓ ଅତିଥିମାନେ ଏହାକୁ କାଟି ଜିଲ୍ଲାର ଜନ୍ମ ଦିଵସ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଜ୍ୟୋତି ଶଙ୍କର ରାୟ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ର ଐତିହ୍ୟ ସଂସ୍କୃତି ର ପରିଚୟ ପ୍ରଦାନ ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହ ମଞ୍ଚ ପରିଚାଳନା କରିଥିଲେ । କଲ୍ଲୋଳ ର ତୃତୀୟ ସଂଧ୍ୟା ରେ ଇରା ମହାନ୍ତି ଓ ସାଥୀ ଙ୍କ ସୁମଧୁର ସଙ୍ଗୀତ ର ଯାଦୁ ସହ ପ୍ରଜ୍ଞା ଖଟୁଆ ଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରିଥିଲା । ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ମୁଗ୍ଧ ହୋଇଥିଲେ।4