logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାଲକାନଗିରି ଭାଜପା କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ମାଲକାନଗିରି ଭାଜପା କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ମାଲକାନଗିରି ତା ୧୫/୦୯ ମାଲକାନଗିରି ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା ଙ୍କ ନେତତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପ ସଭାପତି ରମେଶ ସାହୁ ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥି ଦଳର ପ୍ରତିଷ୍ଠାତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ତୈଳଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି ବୈଠକ ଟିକୁ ଆରମ୍ଭ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସଭାପତି ସ୍ୱାଗତ ଭାଷଣ ଦେଇ ସଭକାର୍ଯ୍ୟକୁ ଆରମ୍ଭ କରିଥିବା ବେଳେ ବିଧାୟକ ନରସିଂହ ମାଡକାମୀ ୨୦୧୪ ମସିହା ପରେ ଭାଜପା ଦେଶରେ ନିଜ ଶାସନଭାର ଗ୍ରହଣ କରିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣି କିଭଳି କୃଷି,ସ୍ୱାସ୍ଥ୍ୟ, ଗମନା ଗମନ ଓ ଖାଦ୍ୟ ନିରାପତ୍ତା କୁ ପ୍ରାଧାନ୍ୟ ଦେଇ ଦେଶକୁ ଆଗକୁ ବଢ଼ାଇ ଥିଲେ ମୋଦିଜୀ ଙ୍କ ନେତୃତ୍ବରେ ଦେଶରୁ ନକ୍ସଲ ବାଦ୍ ର ମୂଳ ସମାପ୍ତି ଘଟିବା ସହ ଗ୍ରାମାଞ୍ଚଳ ଗୁଡ଼ିକ ଦେଶର ବିକାଶ ସହ ଯୋଡ଼ି ହୋଇ ପାରିଥିଲା । ରାଜ୍ୟରେ ବିଜେପି ସରକାର ର ଆଗମନ ତଥା ଡବଲ ଇଞ୍ଜିନ ସରକାର ଦ୍ୱାରା ଓଡ଼ିଶାର ବିକାଶରେ ନୂତନ ଅଧ୍ୟାୟ ଯୋଡ଼ି ହୋଇପାରିଛି । ଚାଷୀଙ୍କ ହିତ ସାଧନ ପାଇଁ ଧାନର ମୂଲ୍ୟ ବୃଦ୍ଧି, ମା ଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା, ସଡ଼କ ପଥର ବିକାଶ,ରେଳ ପ୍ରକଳ୍ପ ର ଅଗ୍ରଗତି ପାଇଁ ଜମି ଅଧିଗ୍ରହଣ, ଗାଆଁ ଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ବିଧାୟକ ଆଦର୍ଶ ଗାଁ ଓ ଅନେକ ଯୋଜନାମାନ କରିଥିବା ବେଳେ ୨୪ବର୍ଷର ବିଗତ ବିଜେଡି ସରକାର କେନ୍ଦ୍ର ଯୋଜନା ଗୁଡିକୁ ନିଜ ନାଁ ଦେଇ ରାଜ୍ୟ ବାସୀଙ୍କୁ ଭ୍ରମିତ କରିଥିଲା ସେ ଅଭିଭାଷଣ ରେ କହିଥିଲେ। ଏହି କ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗା ସୋଡ଼ି ରାଜ୍ୟ ବିରୋଧୀ ଦଳ ଓ କେନ୍ଦ୍ର ବିରୋଧୀ କଂଗ୍ରେସ ର ଦେଶ ବିରୋଧୀ ନୀତିକୁ ନେଇ ଉଦବେଗ ପ୍ରକାଶ କରିବା ସହ ସାମୂହିକ ଭାବେ ନିନ୍ଦା କରିଥିଲେ । ଆଗାମୀ ଦିନରେ ହେବାକୁ ଥିବା ସେବା ସଂକଳ୍ପ କାର୍ଯ୍ୟକ୍ରମର ବ୍ୟାପକ ପ୍ରସାର ପାଇଁ ସଦସ୍ୟଙ୍କୁ ଦାୟିତ୍ୱ ନ୍ୟସ୍ତ କରିବା ସହ ଏହାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ସ୍ଥରରେ ପାଳନ ହେବାକୁ ଥିବା କାର୍ଯକ୍ରମରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଆଜିର ଏହି ବୈଠକରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ନରସିଂହ ମାଡକାମୀ, ସ୍ୱତନ୍ତ୍ର ପରିଷଦ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି , ସମସ୍ତ ମଣ୍ଡଳ ସଭାପତି,ସମ୍ପାଦକ, ସମସ୍ତ ଶକ୍ତି କେନ୍ଦ୍ର ପ୍ରମୁଖ ଜିଲ୍ଲା ଅଧିକାରୀଙ୍କ ସମେତ ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତୀ, ନବଘନ ଲୋକେଇ, କୋଷାଧ୍ୟକ୍ଷ ସଞ୍ଜୟ ସରକାର , ବିଧାୟକ ପ୍ରତିନିଧି ନିହାର ରାୟ, ଦେବି ମାଡି ,ସବିତା ମିଶ୍ର, ବେଣୀ କାର୍ତୁଲ, ଏବଂ ମିଡ଼ିଆ ପ୍ରମୁଖ ଭାବେ ବି ଶ୍ରୀନିବାସ ପାତ୍ର ,ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହାଙ୍କ ସମେତ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥଲେ ।

3 hrs ago
user_Daily Malkangiri
Daily Malkangiri
ମାଲକାନଗିରି, ମାଲକାନଗିରି, ଓଡ଼ିଶା•
3 hrs ago
729eaaf6-b865-4893-8172-85b995d3ce07

ମାଲକାନଗିରି ଭାଜପା କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ମାଲକାନଗିରି ଭାଜପା କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ମାଲକାନଗିରି ତା ୧୫/୦୯ ମାଲକାନଗିରି ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା ଙ୍କ ନେତତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପ ସଭାପତି ରମେଶ ସାହୁ ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥି ଦଳର ପ୍ରତିଷ୍ଠାତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ତୈଳଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି ବୈଠକ ଟିକୁ ଆରମ୍ଭ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସଭାପତି ସ୍ୱାଗତ ଭାଷଣ ଦେଇ ସଭକାର୍ଯ୍ୟକୁ ଆରମ୍ଭ କରିଥିବା ବେଳେ ବିଧାୟକ ନରସିଂହ ମାଡକାମୀ ୨୦୧୪ ମସିହା ପରେ ଭାଜପା ଦେଶରେ ନିଜ ଶାସନଭାର ଗ୍ରହଣ କରିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣି କିଭଳି କୃଷି,ସ୍ୱାସ୍ଥ୍ୟ, ଗମନା ଗମନ ଓ ଖାଦ୍ୟ ନିରାପତ୍ତା କୁ ପ୍ରାଧାନ୍ୟ ଦେଇ ଦେଶକୁ ଆଗକୁ ବଢ଼ାଇ ଥିଲେ

7253ff92-c763-43d0-afea-e7bf33b66baf

ମୋଦିଜୀ ଙ୍କ ନେତୃତ୍ବରେ ଦେଶରୁ ନକ୍ସଲ ବାଦ୍ ର ମୂଳ ସମାପ୍ତି ଘଟିବା ସହ ଗ୍ରାମାଞ୍ଚଳ ଗୁଡ଼ିକ ଦେଶର ବିକାଶ ସହ ଯୋଡ଼ି ହୋଇ ପାରିଥିଲା । ରାଜ୍ୟରେ ବିଜେପି ସରକାର ର ଆଗମନ ତଥା ଡବଲ ଇଞ୍ଜିନ ସରକାର ଦ୍ୱାରା ଓଡ଼ିଶାର ବିକାଶରେ ନୂତନ ଅଧ୍ୟାୟ ଯୋଡ଼ି ହୋଇପାରିଛି । ଚାଷୀଙ୍କ ହିତ ସାଧନ ପାଇଁ ଧାନର ମୂଲ୍ୟ ବୃଦ୍ଧି, ମା ଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା, ସଡ଼କ ପଥର ବିକାଶ,ରେଳ ପ୍ରକଳ୍ପ ର ଅଗ୍ରଗତି ପାଇଁ ଜମି ଅଧିଗ୍ରହଣ, ଗାଆଁ ଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ବିଧାୟକ ଆଦର୍ଶ ଗାଁ ଓ ଅନେକ ଯୋଜନାମାନ କରିଥିବା ବେଳେ ୨୪ବର୍ଷର ବିଗତ ବିଜେଡି ସରକାର କେନ୍ଦ୍ର ଯୋଜନା ଗୁଡିକୁ ନିଜ ନାଁ ଦେଇ ରାଜ୍ୟ ବାସୀଙ୍କୁ ଭ୍ରମିତ କରିଥିଲା ସେ ଅଭିଭାଷଣ ରେ କହିଥିଲେ। ଏହି କ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗା ସୋଡ଼ି ରାଜ୍ୟ ବିରୋଧୀ ଦଳ ଓ କେନ୍ଦ୍ର ବିରୋଧୀ କଂଗ୍ରେସ ର ଦେଶ ବିରୋଧୀ ନୀତିକୁ ନେଇ

860db596-b046-49dc-b447-93c6dc6f74e9

ଉଦବେଗ ପ୍ରକାଶ କରିବା ସହ ସାମୂହିକ ଭାବେ ନିନ୍ଦା କରିଥିଲେ । ଆଗାମୀ ଦିନରେ ହେବାକୁ ଥିବା ସେବା ସଂକଳ୍ପ କାର୍ଯ୍ୟକ୍ରମର ବ୍ୟାପକ ପ୍ରସାର ପାଇଁ ସଦସ୍ୟଙ୍କୁ ଦାୟିତ୍ୱ ନ୍ୟସ୍ତ କରିବା ସହ ଏହାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ସ୍ଥରରେ ପାଳନ ହେବାକୁ ଥିବା କାର୍ଯକ୍ରମରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଆଜିର ଏହି ବୈଠକରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ନରସିଂହ ମାଡକାମୀ, ସ୍ୱତନ୍ତ୍ର ପରିଷଦ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି , ସମସ୍ତ ମଣ୍ଡଳ ସଭାପତି,ସମ୍ପାଦକ, ସମସ୍ତ ଶକ୍ତି କେନ୍ଦ୍ର ପ୍ରମୁଖ ଜିଲ୍ଲା ଅଧିକାରୀଙ୍କ ସମେତ ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତୀ, ନବଘନ ଲୋକେଇ, କୋଷାଧ୍ୟକ୍ଷ ସଞ୍ଜୟ ସରକାର , ବିଧାୟକ ପ୍ରତିନିଧି ନିହାର ରାୟ, ଦେବି ମାଡି ,ସବିତା ମିଶ୍ର, ବେଣୀ କାର୍ତୁଲ, ଏବଂ ମିଡ଼ିଆ ପ୍ରମୁଖ ଭାବେ ବି ଶ୍ରୀନିବାସ ପାତ୍ର ,ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହାଙ୍କ ସମେତ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥଲେ ।

More news from ଓଡ଼ିଶା and nearby areas
  • ମାଲକାନଗିରି ଜିଲ୍ଲାରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ସାଜସଜ୍ଜାରେ ପୂଜା ମଣ୍ଡପ ପ୍ରସ୍ତୁତ ହୋଇଥିବା ବେଳେ, ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଜମୁଛି।
    1
    ମାଲକାନଗିରି ଜିଲ୍ଲାରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ସାଜସଜ୍ଜାରେ ପୂଜା ମଣ୍ଡପ ପ୍ରସ୍ତୁତ ହୋଇଥିବା ବେଳେ, ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଜମୁଛି।
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    2 hrs ago
  • କୋଟପାଡ଼ : ଅନାମ ଦିଆନଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଦାୟିତ୍ୱ ମିଳିବା ପରେ କୋଟପାଡ଼ କଂଗ୍ରେସ ଶିବିରରେ ଖୁସିର ମାହୋଲ,କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ #kotpad #kotpadConstitution #Congress #anamdina #koraput #odisha #OdishaNews #kotpadbreakingnews
    1
    କୋଟପାଡ଼ : ଅନାମ ଦିଆନଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଦାୟିତ୍ୱ ମିଳିବା ପରେ କୋଟପାଡ଼ କଂଗ୍ରେସ ଶିବିରରେ ଖୁସିର ମାହୋଲ,କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ #kotpad #kotpadConstitution #Congress #anamdina #koraput #odisha #OdishaNews #kotpadbreakingnews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    1 hr ago
  • ଜୟପୁରରେ ଆଇନଶୃଙ୍ଖଳା ପ୍ରତି ପୋଲିସର କଡ଼ା ଆଭିମୁଖ୍ୟ ଗଣେଶ ପୂଜା ଚାନ୍ଦାକୁ ନେଇ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ କଲା ଜୟପୁର ପୋଲିସ ଜୟପୁରରେ ଆଇନଶୃଙ୍ଖଳା ପ୍ରତି ପୋଲିସର କଡ଼ା ଆଭିମୁଖ୍ୟ ଗଣେଶ ପୂଜା ଚାନ୍ଦାକୁ ନେଇ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ କଲା ଜୟପୁର ପୋଲିସ
    1
    ଜୟପୁରରେ ଆଇନଶୃଙ୍ଖଳା ପ୍ରତି ପୋଲିସର କଡ଼ା ଆଭିମୁଖ୍ୟ
ଗଣେଶ ପୂଜା ଚାନ୍ଦାକୁ ନେଇ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ କଲା ଜୟପୁର ପୋଲିସ

ଜୟପୁରରେ ଆଇନଶୃଙ୍ଖଳା ପ୍ରତି ପୋଲିସର କଡ଼ା ଆଭିମୁଖ୍ୟ
ଗଣେଶ ପୂଜା ଚାନ୍ଦାକୁ ନେଇ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ କଲା ଜୟପୁର ପୋଲିସ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    4 hrs ago
  • ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡମଙ୍କର ଡ଼ାକରା
    1
    ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ 
ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡମଙ୍କର ଡ଼ାକରା
    user_DANU SADAPELI
    DANU SADAPELI
    Mill Owner ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    7 hrs ago
  • କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍‌କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା। କଂଗ୍ରେସ ସଭାପତି ରୂପକ ତୁରୁକ କଣ କହୁଛନ୍ତି ଶୁଣନ୍ତୁ କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍‌କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା।
    3
    କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍‌କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା। କଂଗ୍ରେସ ସଭାପତି ରୂପକ ତୁରୁକ କଣ କହୁଛନ୍ତି ଶୁଣନ୍ତୁ
କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍‌କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା।
    user_MEGHA GUNTHA
    MEGHA GUNTHA
    Audio visual consultant ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    7 hrs ago
  • ଶ୍ରଦ୍ଧା ଭକ୍ତି ଓ ଉତ୍ସାହର ସହ ଦାମନଯୋଡିରେ ପାଳିତ ହେଲା ଗଣେଶ ପୂଜା ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ବିଘ୍ନ ବିନାଶକ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ। ଶ୍ରଦ୍ଧା, ଭକ୍ତି ଓ ଉତ୍ସାହ ସହ ଗଜାନନଙ୍କ ଆବାହନରେ ଉତ୍ସବ ମୁଖରିତ ହୋଇଉଠିଛି କୋରାପୁଟ ଜିଲ୍ଲାର ଶିଳ୍ପନଗରୀ ଦାମନଯୋଡି। ଗାଁଠୁ ସହର,ଗଳିକନ୍ଦି, ପ୍ରମୁଖ ଛକ ସ୍ଥାନ ଏବଂ ବିଭିନ୍ନ ସାର୍ବଜନୀନ ମଣ୍ଡପରେ ସ୍ଥାପିତ ହୋଇଛି ଆକର୍ଷଣୀୟ ଗଣେଶ ମୂର୍ତ୍ତି। ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା ଓ ବୈଦିକ ମନ୍ତ୍ରୋଚ୍ଚାରଣରେ ଭକ୍ତିମୟ ହୋଇଉଠିଛି ପରିବେଶ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଦେବାଳୟ ସମେତ ଘରେ ଘରେ ନିଷ୍ଠା ଓ ଭକ୍ତିର ସହ ପାଳିତ ହୋଇଯାଇଛି ଶ୍ରୀଗଣେଶଙ୍କର ପୂଜା। ପୂଜାମଣ୍ଡପ ମାନଙ୍କରେ ଷୋଡ଼ଶୋପଚାର ପୂଜା, ଆରତି ଓ ପ୍ରସାଦ ସେବନର ବିଶେଷ ବ୍ୟବସ୍ଥା ଭକ୍ତଙ୍କ ମନରେ ଭରିଦେଇଛି ଆଧ୍ୟାତ୍ମିକ ଆନନ୍ଦ। ତେବେ ଆସନ୍ତୁ, ଦେଖିବା ଚଳିତ ବର୍ଷ ଦାମନଯୋଡିର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିବା ଗଣେଶ ପୂଜାର କିଛି ମନୋରମ ଝଲକ।
    1
    ଶ୍ରଦ୍ଧା ଭକ୍ତି ଓ ଉତ୍ସାହର ସହ ଦାମନଯୋଡିରେ ପାଳିତ ହେଲା ଗଣେଶ ପୂଜା 
ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ବିଘ୍ନ ବିନାଶକ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ। ଶ୍ରଦ୍ଧା, ଭକ୍ତି ଓ ଉତ୍ସାହ ସହ ଗଜାନନଙ୍କ ଆବାହନରେ ଉତ୍ସବ ମୁଖରିତ ହୋଇଉଠିଛି କୋରାପୁଟ ଜିଲ୍ଲାର ଶିଳ୍ପନଗରୀ ଦାମନଯୋଡି। ଗାଁଠୁ ସହର,ଗଳିକନ୍ଦି, ପ୍ରମୁଖ ଛକ ସ୍ଥାନ ଏବଂ ବିଭିନ୍ନ ସାର୍ବଜନୀନ ମଣ୍ଡପରେ ସ୍ଥାପିତ ହୋଇଛି ଆକର୍ଷଣୀୟ ଗଣେଶ ମୂର୍ତ୍ତି। ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା ଓ ବୈଦିକ ମନ୍ତ୍ରୋଚ୍ଚାରଣରେ ଭକ୍ତିମୟ ହୋଇଉଠିଛି ପରିବେଶ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଦେବାଳୟ ସମେତ ଘରେ ଘରେ ନିଷ୍ଠା ଓ ଭକ୍ତିର ସହ ପାଳିତ ହୋଇଯାଇଛି ଶ୍ରୀଗଣେଶଙ୍କର ପୂଜା। ପୂଜାମଣ୍ଡପ ମାନଙ୍କରେ ଷୋଡ଼ଶୋପଚାର ପୂଜା, ଆରତି ଓ ପ୍ରସାଦ ସେବନର ବିଶେଷ ବ୍ୟବସ୍ଥା ଭକ୍ତଙ୍କ ମନରେ ଭରିଦେଇଛି ଆଧ୍ୟାତ୍ମିକ ଆନନ୍ଦ। ତେବେ ଆସନ୍ତୁ, ଦେଖିବା ଚଳିତ ବର୍ଷ ଦାମନଯୋଡିର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିବା ଗଣେଶ ପୂଜାର କିଛି ମନୋରମ ଝଲକ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    10 hrs ago
  • ପବିତ୍ର କୃଷିଭିତ୍ତିକ ଗଣପର୍ବ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନନ୍ୟ ଗଣପର୍ବ ତଥା ଆମ ସଂସ୍କୃତି ଓ ଭାଇଚାରାର ପ୍ରତୀକ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତଙ୍କୁ ଆନ୍ତରିକ ଶୁଭକାମନା। ​ମା' ସମଲେଶ୍ୱରୀ ଓ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବା ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇବା ଏବଂ ବରିଷ୍ଠଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ଆମ ସମ୍ପର୍କକୁ ଆହୁରି ମଜବୁତ କରେ। 'ନୂଆଁଖାଇ ଭେଟଘାଟ' ସମାଜରେ ପ୍ରେମ, ସଦ୍ଭାବନା ଓ ଏକତାର ବାର୍ତ୍ତା ବାଣ୍ଟିଥାଏ। ​ମା' ସମଲେଇଙ୍କ ଅପାର କୃପାରୁ ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଭରି ରହୁ। ଚାଷୀ ଭାଇଙ୍କ କ୍ଷେତ ସବୁଜିମାରେ ଝଲସି ଉଠୁ। ​ସମସ୍ତଙ୍କୁ ନୂଆଁଖାଇ ଜୁହାର!
    1
    ପବିତ୍ର କୃଷିଭିତ୍ତିକ ଗଣପର୍ବ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!


ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନନ୍ୟ ଗଣପର୍ବ ତଥା ଆମ ସଂସ୍କୃତି ଓ ଭାଇଚାରାର ପ୍ରତୀକ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତଙ୍କୁ ଆନ୍ତରିକ ଶୁଭକାମନା।
​ମା' ସମଲେଶ୍ୱରୀ ଓ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବା ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇବା ଏବଂ ବରିଷ୍ଠଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ଆମ ସମ୍ପର୍କକୁ ଆହୁରି ମଜବୁତ କରେ। 'ନୂଆଁଖାଇ ଭେଟଘାଟ' ସମାଜରେ ପ୍ରେମ, ସଦ୍ଭାବନା ଓ ଏକତାର ବାର୍ତ୍ତା ବାଣ୍ଟିଥାଏ।
​ମା' ସମଲେଇଙ୍କ ଅପାର କୃପାରୁ ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଭରି ରହୁ। ଚାଷୀ ଭାଇଙ୍କ କ୍ଷେତ ସବୁଜିମାରେ ଝଲସି ଉଠୁ।
​ସମସ୍ତଙ୍କୁ ନୂଆଁଖାଇ ଜୁହାର!
    user_MBJ My Care
    MBJ My Care
    Business Centre Paparahandi, Nabarangpur•
    16 hrs ago
  • #ବର୍ଷାରେ_ଉପୁଡ଼ିଲା_ଗଛ_ଅବରୋଧ_ହେଲା_ରାସ୍ତା ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ପଡ଼ିଆ ଅଞ୍ଚଳର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ଯାତାୟାତ ବ୍ୟାହତ ହୋଇଥିବା ବେଳେ ପଡ଼ିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତାକୁ ସ୍ୱାଭାବିକ କରିଛି।
    1
    #ବର୍ଷାରେ_ଉପୁଡ଼ିଲା_ଗଛ_ଅବରୋଧ_ହେଲା_ରାସ୍ତା
 ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ପଡ଼ିଆ ଅଞ୍ଚଳର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ଯାତାୟାତ ବ୍ୟାହତ ହୋଇଥିବା ବେଳେ ପଡ଼ିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତାକୁ ସ୍ୱାଭାବିକ କରିଛି।
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.