logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦୁଝରର ୪୯ ନମ୍ବର ଜାତୀୟ ରାଜପଥ 'ଜୁଡିଆ ଘାଟି' ନିକଟରେ ଏକ ପିଆଜ ବୋଝେଇ ଟ୍ରକ ନିଜର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣା ପରେ ଟ୍ରକରେ ରହିଥିବା କ୍ଵିଣ୍ଟାଲ କ୍ଵିଣ୍ଟାଲ ପିଆଜ ରାସ୍ତା କଡ଼ରେ ବିଛାଡ଼ି ହୋଇ ପଡ଼ିଥିଲା। ଏହା ଦେଖିବା ପରେ ସ୍ଥାନୀୟ ଲୋକ ଓ ସେହି ବାଟ ଦେଇ ଯାଉଥିବା ପଥିକମାନଙ୍କ ମଧ୍ୟରେ ପିଆଜ ଗୋଟାଇବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। କିଏ ବ୍ୟାଗ୍‌ରେ ତ କିଏ ବସ୍ତାରେ, ଯିଏ ଯେମିତି ପାରିଲା ପିଆଜ ବୋହି ନେବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏକ ଦୁର୍ଘଟଣା ସ୍ଥଳରେ ଲୋକଙ୍କର ଏଭଳି କାଣ୍ଡ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

10 hrs ago
user_ସମୀର ପାତ୍ର
ସମୀର ପାତ୍ର
କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
10 hrs ago
90e7b480-ec21-4f63-8ed9-797a9f1e35b5

କେନ୍ଦୁଝରର ୪୯ ନମ୍ବର ଜାତୀୟ ରାଜପଥ 'ଜୁଡିଆ ଘାଟି' ନିକଟରେ ଏକ ପିଆଜ ବୋଝେଇ ଟ୍ରକ ନିଜର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣା ପରେ ଟ୍ରକରେ ରହିଥିବା କ୍ଵିଣ୍ଟାଲ କ୍ଵିଣ୍ଟାଲ ପିଆଜ ରାସ୍ତା କଡ଼ରେ ବିଛାଡ଼ି ହୋଇ ପଡ଼ିଥିଲା। ଏହା ଦେଖିବା ପରେ ସ୍ଥାନୀୟ ଲୋକ ଓ ସେହି ବାଟ ଦେଇ ଯାଉଥିବା ପଥିକମାନଙ୍କ ମଧ୍ୟରେ ପିଆଜ ଗୋଟାଇବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। କିଏ ବ୍ୟାଗ୍‌ରେ ତ କିଏ ବସ୍ତାରେ, ଯିଏ ଯେମିତି ପାରିଲା ପିଆଜ ବୋହି ନେବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏକ ଦୁର୍ଘଟଣା ସ୍ଥଳରେ ଲୋକଙ୍କର ଏଭଳି କାଣ୍ଡ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

More news from ଓଡ଼ିଶା and nearby areas
  • କେନ୍ଦୁଝର ଟାଉନ ପୋଲିସ ଏକ ଆନ୍ତଃରାଜ୍ୟ ଏଟିଏମ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବା ସହ ୪ ଜଣ କିଙ୍ଗପିନଙ୍କୁ ଗିରଫ କରିବାରେ ସଫଳ ହୋଇଛି। କେନ୍ଦୁଝରର ବଡମନୋହରପୁର ଗ୍ରାମର ୫୮ ବର୍ଷୀୟ ରମେଶ ଚନ୍ଦ୍ର ମହାନ୍ତଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୋଗ ଅନୁଯାୟୀ, ଗତ ୧୧.୦୫.୨୦ରିଖରେ ମଣ୍ଡୁଆଠାରେ ଏକ ଏଟିଏମରୁ ୫ ହଜାର ଟଙ୍କା ଉଠାଇବା ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଏଟିଏମ ପିନ୍ ଦେଖିନେଇଥିଲେ ଏବଂ ଚତୁରତାର ସହ କାର୍ଡ ବଦଳାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୪,୧୦୦ ଟଙ୍କା ଲୁଟି ନେଇଥିଲେ। ବୈଜ୍ଞାନିକ ତଦନ୍ତ, ବୈଷୟିକ ନିରୀକ୍ଷଣ, ସିସିଟିଭି ବିଶ୍ଳେଷଣ ଏବଂ କ୍ଷେତ୍ର ତଦନ୍ତ ବଳରେ ପୋଲିସ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲାର ନେମାଳ ଥାନା ଅଧୀନ ଜାମରା ଗ୍ରାମର ଲିଟୁ ଓରଫ ବଳରାମ ସାହୁ (୩୪), ତରଡ଼ା ଶାସନର ମୃତ୍ୟଞ୍ଜୟ ମହାପାତ୍ର (୩୯), କୋଇଲିରଙ୍ଗି ଗ୍ରାମର ଡ୍ରାଇଭର ମାନସ ରଞ୍ଜନ ପାଣି (୩୦) ଏବଂ କେନ୍ଦ୍ରାପଡ଼ା ସଦର ଥାନା ଗିରିଗୋଲା ଶାସନର ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ (୨୫)। ସେମାନଙ୍କ ନିକଟରୁ ଏକ ଧଳା ରଙ୍ଗର ମାରୁତି ଫ୍ରଙ୍କସ୍ କାର (OD-05-CK-7228), ବିଭିନ୍ନ ବ୍ୟାଙ୍କର ୨୩୨ଟି ଏଟିଏମ/ଡେବିଟ୍ କାର୍ଡ, ୯ଟି ମୋବାଇଲ୍ ଫୋନ୍ (୭ଟି କିପ୍ୟାଡ୍ ଏବଂ ୨ଟି ସ୍ମାର୍ଟଫୋନ୍) ଏବଂ ନଗଦ ୧୨,୨୬୦ ଟଙ୍କା ଜବତ କରାଯାଇଛି। ଜବତ କାର୍ଡଗୁଡ଼ିକ ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, କାନାରା ବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଗ୍ରାହକମାନଙ୍କର ଅଟେ। କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗଙ୍ଗୋଇ ଏବଂ ଟାଉନ ଥାନା ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ସଦସ୍ୟମାନେ ମୁଖ୍ୟତଃ ବୟସ୍କ ଏବଂ ସରଳ ଏଟିଏମ ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଥିଲେ। ସେମାନେ ଏଟିଏମ ପିନ୍ ଦେଖିନେବା ପରେ ପୀଡ଼ିତଙ୍କ ମନ ଅନ୍ୟଆଡ଼େ ବୁଲାଇ ଚତୁରତାର ସହ କାର୍ଡ ବଦଳାଇ ଦେଉଥିଲେ। ଅଭିଯୁକ୍ତମାନେ ଚିହ୍ନଟ ନ ହେବା ପାଇଁ ଗାଡ଼ି ଯୋଗେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବୁଲି ଏପରି କାଣ୍ଡ ଭିଆଉଥିଲେ। ମାଷ୍ଟରମାଇଣ୍ଡ ଲିଟୁ ବଳରାମ ସାହୁଙ୍କ ନାମରେ ଓଡ଼ିଶାର ବିଭିନ୍ନ ଥାନାରେ ଏଟିଏମ ସ୍ୱାପିଂ, ସାଇବର ଠକେଇ ଓ ଡକାୟତି ଭଳି ୫୦ରୁ ଅଧିକ ମାମଲା ରହିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କ ନାମରେ ମଧ୍ୟ ଅନେକ ସମାନ ଅପରାଧିକ ମାମଲା ରହିଛି। ବର୍ତ୍ତମାନ ପ୍ରକୃତ କାର୍ଡଧାରୀ ଓ ଠକେଇର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।
    3
    କେନ୍ଦୁଝର ଟାଉନ ପୋଲିସ ଏକ ଆନ୍ତଃରାଜ୍ୟ ଏଟିଏମ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବା ସହ ୪ ଜଣ କିଙ୍ଗପିନଙ୍କୁ ଗିରଫ କରିବାରେ ସଫଳ ହୋଇଛି। କେନ୍ଦୁଝରର ବଡମନୋହରପୁର ଗ୍ରାମର ୫୮ ବର୍ଷୀୟ ରମେଶ ଚନ୍ଦ୍ର ମହାନ୍ତଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୋଗ ଅନୁଯାୟୀ, ଗତ ୧୧.୦୫.୨୦ରିଖରେ ମଣ୍ଡୁଆଠାରେ ଏକ ଏଟିଏମରୁ ୫ ହଜାର ଟଙ୍କା ଉଠାଇବା ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଏଟିଏମ ପିନ୍ ଦେଖିନେଇଥିଲେ ଏବଂ ଚତୁରତାର ସହ କାର୍ଡ ବଦଳାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୪,୧୦୦ ଟଙ୍କା ଲୁଟି ନେଇଥିଲେ। ବୈଜ୍ଞାନିକ ତଦନ୍ତ, ବୈଷୟିକ ନିରୀକ୍ଷଣ, ସିସିଟିଭି ବିଶ୍ଳେଷଣ ଏବଂ କ୍ଷେତ୍ର ତଦନ୍ତ ବଳରେ ପୋଲିସ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲାର ନେମାଳ ଥାନା ଅଧୀନ ଜାମରା ଗ୍ରାମର ଲିଟୁ ଓରଫ ବଳରାମ ସାହୁ (୩୪), ତରଡ଼ା ଶାସନର ମୃତ୍ୟଞ୍ଜୟ ମହାପାତ୍ର (୩୯), କୋଇଲିରଙ୍ଗି ଗ୍ରାମର ଡ୍ରାଇଭର ମାନସ ରଞ୍ଜନ ପାଣି (୩୦) ଏବଂ କେନ୍ଦ୍ରାପଡ଼ା ସଦର ଥାନା ଗିରିଗୋଲା ଶାସନର ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ (୨୫)। ସେମାନଙ୍କ ନିକଟରୁ ଏକ ଧଳା ରଙ୍ଗର ମାରୁତି ଫ୍ରଙ୍କସ୍ କାର (OD-05-CK-7228), ବିଭିନ୍ନ ବ୍ୟାଙ୍କର ୨୩୨ଟି ଏଟିଏମ/ଡେବିଟ୍ କାର୍ଡ, ୯ଟି ମୋବାଇଲ୍ ଫୋନ୍ (୭ଟି କିପ୍ୟାଡ୍ ଏବଂ ୨ଟି ସ୍ମାର୍ଟଫୋନ୍) ଏବଂ ନଗଦ ୧୨,୨୬୦ ଟଙ୍କା ଜବତ କରାଯାଇଛି। ଜବତ କାର୍ଡଗୁଡ଼ିକ ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, କାନାରା ବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଗ୍ରାହକମାନଙ୍କର ଅଟେ।

କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗଙ୍ଗୋଇ ଏବଂ ଟାଉନ ଥାନା ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ସଦସ୍ୟମାନେ ମୁଖ୍ୟତଃ ବୟସ୍କ ଏବଂ ସରଳ ଏଟିଏମ ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଥିଲେ। ସେମାନେ ଏଟିଏମ ପିନ୍ ଦେଖିନେବା ପରେ ପୀଡ଼ିତଙ୍କ ମନ ଅନ୍ୟଆଡ଼େ ବୁଲାଇ ଚତୁରତାର ସହ କାର୍ଡ ବଦଳାଇ ଦେଉଥିଲେ। ଅଭିଯୁକ୍ତମାନେ ଚିହ୍ନଟ ନ ହେବା ପାଇଁ ଗାଡ଼ି ଯୋଗେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବୁଲି ଏପରି କାଣ୍ଡ ଭିଆଉଥିଲେ। ମାଷ୍ଟରମାଇଣ୍ଡ ଲିଟୁ ବଳରାମ ସାହୁଙ୍କ ନାମରେ ଓଡ଼ିଶାର ବିଭିନ୍ନ ଥାନାରେ ଏଟିଏମ ସ୍ୱାପିଂ, ସାଇବର ଠକେଇ ଓ ଡକାୟତି ଭଳି ୫୦ରୁ ଅଧିକ ମାମଲା ରହିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କ ନାମରେ ମଧ୍ୟ ଅନେକ ସମାନ ଅପରାଧିକ ମାମଲା ରହିଛି। ବର୍ତ୍ତମାନ ପ୍ରକୃତ କାର୍ଡଧାରୀ ଓ ଠକେଇର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।
    user_ଦୁର୍ଯ୍ୟୋଧନ ପାତ୍ର
    ଦୁର୍ଯ୍ୟୋଧନ ପାତ୍ର
    Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    20 hrs ago
  • କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅନ୍ତର୍ଗତ ଚାପିଆ ମାର୍କେଟ୍‌ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ବସ୍ତିରେ ଏକ ନାଗ ସାପ ଉଦ୍ଧାର କରାଯାଇଛି, ଯାହାକୁ ଗୋଖର ମଧ୍ୟ କୁହାଯାଏ। ଏହି ସାପଟି ଏକ ଘରର ଖପରଲ ଭିତରେ ଲୁଚି ରହିଥିଲା। ଅତି କଷ୍ଟରେ ଏହାକୁ କାବୁ କରାଯିବା ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏହା ସହିତ ଚମ୍ପୁଆରେ ହିଁ ଆଜି ଫରେଷ୍ଟ ଅଫିସର ଠିକ୍ ପଛପଟେ ଆଉ ଏକ ନାଗ ସାପ ମିଳିଛି। ଚମ୍ପୁଆରୁ ମାମୁର ଖାନଙ୍କ ରିପୋର୍ଟ ଅନୁସାରେ ଏହି ସୂଚନା ମିଳିଛି।
    1
    କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅନ୍ତର୍ଗତ ଚାପିଆ ମାର୍କେଟ୍‌ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ବସ୍ତିରେ ଏକ ନାଗ ସାପ ଉଦ୍ଧାର କରାଯାଇଛି, ଯାହାକୁ ଗୋଖର ମଧ୍ୟ କୁହାଯାଏ। ଏହି ସାପଟି ଏକ ଘରର ଖପରଲ ଭିତରେ ଲୁଚି ରହିଥିଲା। ଅତି କଷ୍ଟରେ ଏହାକୁ କାବୁ କରାଯିବା ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ଏହା ସହିତ ଚମ୍ପୁଆରେ ହିଁ ଆଜି ଫରେଷ୍ଟ ଅଫିସର ଠିକ୍ ପଛପଟେ ଆଉ ଏକ ନାଗ ସାପ ମିଳିଛି। ଚମ୍ପୁଆରୁ ମାମୁର ଖାନଙ୍କ ରିପୋର୍ଟ ଅନୁସାରେ ଏହି ସୂଚନା ମିଳିଛି।
    user_Mamur Ali Khan
    Mamur Ali Khan
    Video Creator Champua, Kendujhar•
    21 hrs ago
  • ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ ଶ୍ରମିକଙ୍କ ବକେୟା ପାରିଶ୍ରମିକକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହୋଇଛି। ଏହି ବିବାଦକୁ ନେଇ ୧୪ ନମ୍ବର ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ିଙ୍କ ସ୍ବାମୀ ତଥା ଠିକାଦାର ସଞ୍ଜୟ ବୁଗୁଡ଼ିଙ୍କୁ କିଛି ଶ୍ରମିକ ରାସ୍ତା ଉପରେ ଅଟକାଇ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଏହି ମାମଲାଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଅଧୂକ ଜୋର ଧରିଛି।
    1
    ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ ଶ୍ରମିକଙ୍କ ବକେୟା ପାରିଶ୍ରମିକକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହୋଇଛି। ଏହି ବିବାଦକୁ ନେଇ ୧୪ ନମ୍ବର ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ିଙ୍କ ସ୍ବାମୀ ତଥା ଠିକାଦାର ସଞ୍ଜୟ ବୁଗୁଡ଼ିଙ୍କୁ କିଛି ଶ୍ରମିକ ରାସ୍ତା ଉପରେ ଅଟକାଇ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଏହି ମାମଲାଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଅଧୂକ ଜୋର ଧରିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    44 min ago
  • ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ଥିବା ମାଙ୍କଡ଼ାପଡ଼ା - କପ୍ତିପଦା ରାସ୍ତାର ଅତି ବିଭତ୍ସ ଅବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ, ସେମାନଙ୍କ ପାଖରେ କ୍ଷମତା ନାହିଁ ବୋଲି କହି ବିଧାୟକଙ୍କ (MLA) ନିକଟକୁ ପଠାଇ ଦେଉଛନ୍ତି। ଅନ୍ୟପଟେ, ସମସ୍ୟା ନେଇ ବିଧାୟକଙ୍କ ପାଖକୁ ଗଲେ ସେ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ହେଲା କେବଳ 'ହେବ ହେବ' କହି ସ୍ଥାନୀୟ ଲୋକଙ୍କୁ ଭୂତାଉଛନ୍ତି। ରାସ୍ତାର ଏଭଳି ଦୟନୀୟ ସ୍ଥିତି ଯୋଗୁଁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏଠାକୁ ସପ୍ତାହକୁ ମାତ୍ର ୩ ରୁ ୪ ଦିନ ବସ୍ ଆସୁଛି ଏବଂ କେଉଁ କେଉଁ ଦିନ ତ ଦିନ ୨ଟାରେ ବସ୍ ପହଞ୍ଚୁଛି। ରାସ୍ତାର ଏହି ଚିତ୍ର ଦେଖିଲେ ଏହାର ବିଭତ୍ସ ଦୃଶ୍ୟ ସହଜରେ ବାରି ହୋଇପଡ଼ୁଛି।
    1
    ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ଥିବା ମାଙ୍କଡ଼ାପଡ଼ା - କପ୍ତିପଦା ରାସ୍ତାର ଅତି ବିଭତ୍ସ ଅବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ, ସେମାନଙ୍କ ପାଖରେ କ୍ଷମତା ନାହିଁ ବୋଲି କହି ବିଧାୟକଙ୍କ (MLA) ନିକଟକୁ ପଠାଇ ଦେଉଛନ୍ତି। ଅନ୍ୟପଟେ, ସମସ୍ୟା ନେଇ ବିଧାୟକଙ୍କ ପାଖକୁ ଗଲେ ସେ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ହେଲା କେବଳ 'ହେବ ହେବ' କହି ସ୍ଥାନୀୟ ଲୋକଙ୍କୁ ଭୂତାଉଛନ୍ତି।

ରାସ୍ତାର ଏଭଳି ଦୟନୀୟ ସ୍ଥିତି ଯୋଗୁଁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏଠାକୁ ସପ୍ତାହକୁ ମାତ୍ର ୩ ରୁ ୪ ଦିନ ବସ୍ ଆସୁଛି ଏବଂ କେଉଁ କେଉଁ ଦିନ ତ ଦିନ ୨ଟାରେ ବସ୍ ପହଞ୍ଚୁଛି। ରାସ୍ତାର ଏହି ଚିତ୍ର ଦେଖିଲେ ଏହାର ବିଭତ୍ସ ଦୃଶ୍ୟ ସହଜରେ ବାରି ହୋଇପଡ଼ୁଛି।
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଗତ ଶନିବାର କାର୍ଯ୍ୟରତ ଠିକା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ ଓ ଜଣେ ଷ୍ଟାଫ ନର୍ସଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମେଡିକାଲ କଲେଜ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ କଲିୟାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଳଚେର ବିଧାୟକଙ୍କ ଇଂଗିତରେ ମନୋଜ ସାହୁ ଏବଂ ତାଙ୍କ ସହ କିଛି ଯୁବ ବିଜେଡି କର୍ମୀ ମିଶି ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି। ପୂର୍ବରୁ ମଧ୍ୟ ମନୋଜ ଏପରି ଆକ୍ରମଣ କରିଥିବା କଥା ବିକାଶ ପ୍ରକାଶ କରିଛନ୍ତି। ମେଡିକାଲ କଲେଜରେ ବିଜେଡିର ଏହି ଗୁଣ୍ଡାରାଜ ଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାର ପ୍ରତିବାଦରେ ରବିବାର ଦିନ ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତାମାନେ ତାଳଚେର କଲିୟରୀ ଥାନା ସମ୍ମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଘେରାଉ କରିଥିଲେ। ଉକ୍ତ ଘଟଣାରେ ତାଳଚେର ବିଧାୟକଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେମାନେ ଧାରଣା ଦେଇଛନ୍ତି। ଯଦି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପି ନେତା କରୁଣାକର ସାହୁ, ରାଜେନ୍ଦ୍ର ସିଂହ, ବିରଞ୍ଚି ସାହୁ, ମାନସ ସାହୁ, ସୁନୀଲ ବିଶ୍ୱାଳ, ମନୋଜ ପ୍ରଧାନ, ବିଜୟ ବିଶ୍ୱାଳ, ନିରଞ୍ଜନ ପ୍ରଧାନ, ସ୍ୱାଧୀନ ଥମ୍ବ ଓ ବିଭୁତି ସାହୁଙ୍କ ସମେତ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
    1
    ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଗତ ଶନିବାର କାର୍ଯ୍ୟରତ ଠିକା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ ଓ ଜଣେ ଷ୍ଟାଫ ନର୍ସଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମେଡିକାଲ କଲେଜ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ କଲିୟାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଳଚେର ବିଧାୟକଙ୍କ ଇଂଗିତରେ ମନୋଜ ସାହୁ ଏବଂ ତାଙ୍କ ସହ କିଛି ଯୁବ ବିଜେଡି କର୍ମୀ ମିଶି ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି। ପୂର୍ବରୁ ମଧ୍ୟ ମନୋଜ ଏପରି ଆକ୍ରମଣ କରିଥିବା କଥା ବିକାଶ ପ୍ରକାଶ କରିଛନ୍ତି। ମେଡିକାଲ କଲେଜରେ ବିଜେଡିର ଏହି ଗୁଣ୍ଡାରାଜ ଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଏହି ଘଟଣାର ପ୍ରତିବାଦରେ ରବିବାର ଦିନ ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତାମାନେ ତାଳଚେର କଲିୟରୀ ଥାନା ସମ୍ମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଘେରାଉ କରିଥିଲେ। ଉକ୍ତ ଘଟଣାରେ ତାଳଚେର ବିଧାୟକଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେମାନେ ଧାରଣା ଦେଇଛନ୍ତି। ଯଦି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପି ନେତା କରୁଣାକର ସାହୁ, ରାଜେନ୍ଦ୍ର ସିଂହ, ବିରଞ୍ଚି ସାହୁ, ମାନସ ସାହୁ, ସୁନୀଲ ବିଶ୍ୱାଳ, ମନୋଜ ପ୍ରଧାନ, ବିଜୟ ବିଶ୍ୱାଳ, ନିରଞ୍ଜନ ପ୍ରଧାନ, ସ୍ୱାଧୀନ ଥମ୍ବ ଓ ବିଭୁତି ସାହୁଙ୍କ ସମେତ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    2 hrs ago
  • ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦlଳ ପଞ୍ଚାୟତରେ ବୈତରଣୀ ନଦୀ ଉପରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁସେତୁ ଆଜିବି ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ ହୋଇପାରିନାହିଁ। ଏହି ବୃହତ ପ୍ରକଳ୍ପର ସଂଯୋଗ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଏତେ ବଡ଼ ବଜେଟର ସେତୁଟି ଲୋକଙ୍କ କାମରେ ଆସିପାରୁ ନାହିଁ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହି ୨୫ କୋଟିର ବିଜୁସେତୁ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିରହିଛି।
    1
    ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦlଳ ପଞ୍ଚାୟତରେ ବୈତରଣୀ ନଦୀ ଉପରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁସେତୁ ଆଜିବି ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ ହୋଇପାରିନାହିଁ। ଏହି ବୃହତ ପ୍ରକଳ୍ପର ସଂଯୋଗ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଏତେ ବଡ଼ ବଜେଟର ସେତୁଟି ଲୋକଙ୍କ କାମରେ ଆସିପାରୁ ନାହିଁ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହି ୨୫ କୋଟିର ବିଜୁସେତୁ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିରହିଛି।
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    8 hrs ago
  • କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ତା ପଞ୍ଚାୟତର ଭାଲୁଛକ ଠାରୁ ପୁରୁମୁଣ୍ତା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଅତି କଛପ ଗତିରେ ଚାଲିଛି। ଠିକାଦାର ନିଜ ମନଇଛା କାମ କରୁଥିବା ବେଳେ ଗତ ଦୁଇ ବର୍ଷ ହେବ ଏହି କାମ ଶେଷ ହେଉ ନଥିବାରୁ ସ୍ଥାନୀୟ ଅଞ୍ଳବାସୀ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୁରୁମୁଣ୍ତା ପଞ୍ଚାୟତ ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ନିର୍ମାଣ କରାଯାଇଥିବା ଏକ ପୋଲ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ବର୍ଷା ପୂର୍ବରୁ ଏହି ପୋଲ କାମ ଶେଷ ହୋଇ ନଥିବା ଯୋଗୁଁ ନିକଟସ୍ଥ ଚାଷ ଜମିରେ ମାଟି ପୋତି ହୋଇଯାଇଛି। ସେହିପରି ସମ୍ପୂର୍ଣ୍ଣ ରାସ୍ତା ସାରା ପାଣି ଓ କାଦୁଅ ଭର୍ତ୍ତି ହୋଇ ରହିଥିବାରୁ ଯାତାୟାତ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପଣ୍ଡାପଡ଼ା ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଯିବା ପାଇଁ ଲୋକେ ଦିନରାତି ଏହି ରାସ୍ତା ଉପରେ ନିର୍ଭର କରୁଥିଲେ ମଧ୍ୟ ଏହାର ଦୟନୀୟ ଅବସ୍ଥା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଏଭଳି ଦୁର୍ଦ୍ଦଶା ଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଯାଆସ କରିପାରୁ ନାହିଁ। ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ଏହି କାଦୁଅ ରାସ୍ତାରେ ଚାଲି ଚାଲି ଯିବା ତ ଦୂରର କଥା, ବାଇକ୍ କିମ୍ବା କାର୍ ଭଳି ଯାନବାହାନ ଧରି ଯିବା ଆସିବା କରିବାକୁ ନାପସନ୍ଦ କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପୁରୁମୁଣ୍ତା ଗ୍ରାମବାସୀ ଭୀମସେନ କବାଟ, ଏକାଦଶୀ ନାଏକ, ମହେନ୍ଦ୍ର ନାଏକ, ଚିକନ କୁମାର ସାହୁ, ହଳଧର ନାଏକ ଏବଂ ବିପିନ କବାଟ ପ୍ରମୁଖ ଦାବି କରିଛନ୍ତି।
    3
    କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ତା ପଞ୍ଚାୟତର ଭାଲୁଛକ ଠାରୁ ପୁରୁମୁଣ୍ତା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଅତି କଛପ ଗତିରେ ଚାଲିଛି। ଠିକାଦାର ନିଜ ମନଇଛା କାମ କରୁଥିବା ବେଳେ ଗତ ଦୁଇ ବର୍ଷ ହେବ ଏହି କାମ ଶେଷ ହେଉ ନଥିବାରୁ ସ୍ଥାନୀୟ ଅଞ୍ଳବାସୀ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପୁରୁମୁଣ୍ତା ପଞ୍ଚାୟତ ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ନିର୍ମାଣ କରାଯାଇଥିବା ଏକ ପୋଲ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ବର୍ଷା ପୂର୍ବରୁ ଏହି ପୋଲ କାମ ଶେଷ ହୋଇ ନଥିବା ଯୋଗୁଁ ନିକଟସ୍ଥ ଚାଷ ଜମିରେ ମାଟି ପୋତି ହୋଇଯାଇଛି। ସେହିପରି ସମ୍ପୂର୍ଣ୍ଣ ରାସ୍ତା ସାରା ପାଣି ଓ କାଦୁଅ ଭର୍ତ୍ତି ହୋଇ ରହିଥିବାରୁ ଯାତାୟାତ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପଣ୍ଡାପଡ଼ା ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଯିବା ପାଇଁ ଲୋକେ ଦିନରାତି ଏହି ରାସ୍ତା ଉପରେ ନିର୍ଭର କରୁଥିଲେ ମଧ୍ୟ ଏହାର ଦୟନୀୟ ଅବସ୍ଥା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ରାସ୍ତାର ଏଭଳି ଦୁର୍ଦ୍ଦଶା ଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଯାଆସ କରିପାରୁ ନାହିଁ। ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ଏହି କାଦୁଅ ରାସ୍ତାରେ ଚାଲି ଚାଲି ଯିବା ତ ଦୂରର କଥା, ବାଇକ୍ କିମ୍ବା କାର୍ ଭଳି ଯାନବାହାନ ଧରି ଯିବା ଆସିବା କରିବାକୁ ନାପସନ୍ଦ କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପୁରୁମୁଣ୍ତା ଗ୍ରାମବାସୀ ଭୀମସେନ କବାଟ, ଏକାଦଶୀ ନାଏକ, ମହେନ୍ଦ୍ର ନାଏକ, ଚିକନ କୁମାର ସାହୁ, ହଳଧର ନାଏକ ଏବଂ ବିପିନ କବାଟ ପ୍ରମୁଖ ଦାବି କରିଛନ୍ତି।
    user_ଦୁର୍ଯ୍ୟୋଧନ ପାତ୍ର
    ଦୁର୍ଯ୍ୟୋଧନ ପାତ୍ର
    Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    21 hrs ago
  • ସମ୍ବଲପୁରର ଚାଉରପୁର ମହାନଦୀ ବ୍ରିଜ ଉପରୁ ଡେଇଁ ଜଣେ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଘଟଣା ପରେ ନିଖୋଜ ଛାତ୍ରୀଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଖୋଜ ହେବା ପୂର୍ବରୁ ଛାତ୍ରୀ ଜଣକ ଜଣେ ଯୁବକଙ୍କ ସହ ବ୍ରିଜ ଉପରେ କଥା ହେଉଥିଲେ। ଉକ୍ତ ଯୁବକଙ୍କ ସହ ଝଗଡ଼ା ହେବା ପରେ ଛାତ୍ରୀ ଜଣକ ମହାନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଟାଉନ ଥାନା ପୋଲିସ ଜଣକୁ ଅଟକ ରଖିଛି।
    1
    ସମ୍ବଲପୁରର ଚାଉରପୁର ମହାନଦୀ ବ୍ରିଜ ଉପରୁ ଡେଇଁ ଜଣେ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଘଟଣା ପରେ ନିଖୋଜ ଛାତ୍ରୀଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ନିଖୋଜ ହେବା ପୂର୍ବରୁ ଛାତ୍ରୀ ଜଣକ ଜଣେ ଯୁବକଙ୍କ ସହ ବ୍ରିଜ ଉପରେ କଥା ହେଉଥିଲେ। ଉକ୍ତ ଯୁବକଙ୍କ ସହ ଝଗଡ଼ା ହେବା ପରେ ଛାତ୍ରୀ ଜଣକ ମହାନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଟାଉନ ଥାନା ପୋଲିସ ଜଣକୁ ଅଟକ ରଖିଛି।
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    16 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.