Shuru
Apke Nagar Ki App…
ମୟୂରଭଞ୍ଜରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ପୋଲିସ ବାବୁ ଚରମ ହଟହଟା ହୋଇଛନ୍ତି। ମହିଳାଙ୍କ ଘରେ ପୋଲିସ ବାବୁ ପଶିଥିବା ଦେଖି ପରିବାର ଲୋକେ ତାଙ୍କୁ କାବୁ କରିନେଇଥିଲେ। ଏହାପରେ ପରିବାର ଲୋକେ ଏକତ୍ରିତ ହୋଇ ସମ୍ପୃକ୍ତ ପୋଲିସ ବାବୁଙ୍କୁ ଧରି ନିର୍ଧୂମ ପିଟିଛନ୍ତି।
Rajib Behera
ମୟୂରଭଞ୍ଜରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ପୋଲିସ ବାବୁ ଚରମ ହଟହଟା ହୋଇଛନ୍ତି। ମହିଳାଙ୍କ ଘରେ ପୋଲିସ ବାବୁ ପଶିଥିବା ଦେଖି ପରିବାର ଲୋକେ ତାଙ୍କୁ କାବୁ କରିନେଇଥିଲେ। ଏହାପରେ ପରିବାର ଲୋକେ ଏକତ୍ରିତ ହୋଇ ସମ୍ପୃକ୍ତ ପୋଲିସ ବାବୁଙ୍କୁ ଧରି ନିର୍ଧୂମ ପିଟିଛନ୍ତି।
More news from ଓଡ଼ିଶା and nearby areas
- ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଢ଼ିଆ ଅଞ୍ଚଳରେ ଏକ ଏଟିଏମ୍ (ATM) ଲୁଟ୍ ହୋଇଛି।1
- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ତା ପଞ୍ଚାୟତର ଭାଲୁଛକ ଠାରୁ ପୁରୁମୁଣ୍ତା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଅତି କଛପ ଗତିରେ ଚାଲିଛି। ଠିକାଦାର ନିଜ ମନଇଛା କାମ କରୁଥିବା ବେଳେ ଗତ ଦୁଇ ବର୍ଷ ହେବ ଏହି କାମ ଶେଷ ହେଉ ନଥିବାରୁ ସ୍ଥାନୀୟ ଅଞ୍ଳବାସୀ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୁରୁମୁଣ୍ତା ପଞ୍ଚାୟତ ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ନିର୍ମାଣ କରାଯାଇଥିବା ଏକ ପୋଲ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ବର୍ଷା ପୂର୍ବରୁ ଏହି ପୋଲ କାମ ଶେଷ ହୋଇ ନଥିବା ଯୋଗୁଁ ନିକଟସ୍ଥ ଚାଷ ଜମିରେ ମାଟି ପୋତି ହୋଇଯାଇଛି। ସେହିପରି ସମ୍ପୂର୍ଣ୍ଣ ରାସ୍ତା ସାରା ପାଣି ଓ କାଦୁଅ ଭର୍ତ୍ତି ହୋଇ ରହିଥିବାରୁ ଯାତାୟାତ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପଣ୍ଡାପଡ଼ା ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଯିବା ପାଇଁ ଲୋକେ ଦିନରାତି ଏହି ରାସ୍ତା ଉପରେ ନିର୍ଭର କରୁଥିଲେ ମଧ୍ୟ ଏହାର ଦୟନୀୟ ଅବସ୍ଥା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଏଭଳି ଦୁର୍ଦ୍ଦଶା ଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଯାଆସ କରିପାରୁ ନାହିଁ। ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ଏହି କାଦୁଅ ରାସ୍ତାରେ ଚାଲି ଚାଲି ଯିବା ତ ଦୂରର କଥା, ବାଇକ୍ କିମ୍ବା କାର୍ ଭଳି ଯାନବାହାନ ଧରି ଯିବା ଆସିବା କରିବାକୁ ନାପସନ୍ଦ କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପୁରୁମୁଣ୍ତା ଗ୍ରାମବାସୀ ଭୀମସେନ କବାଟ, ଏକାଦଶୀ ନାଏକ, ମହେନ୍ଦ୍ର ନାଏକ, ଚିକନ କୁମାର ସାହୁ, ହଳଧର ନାଏକ ଏବଂ ବିପିନ କବାଟ ପ୍ରମୁଖ ଦାବି କରିଛନ୍ତି।3
- ବସ୍ତା ବିଧାୟିକାଙ୍କ ହାତ ପାଣ୍ଠିରୁ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ପ୍ରଦାନ କରାଯାଇଛି। ଏହି ସହାୟତା ବସ୍ତା ଅଞ୍ଚଳରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।1
- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମୂଷାଖରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀପଶି ଗ୍ରାମରେ ଜଳବିଭାଜିକା ବିଭାଗ ପକ୍ଷରୁ ହୋଇଥିବା କାଜୁ ଚାରା ରୋପଣ ପ୍ରକଳ୍ପରେ ବଡ଼ଧରଣର ଅନିୟମିତତା ଅଭିଯୋଗ ହୋଇଛି। ପ୍ରକଳ୍ପ ଅଧୀନରେ କାଜୁ ଚାରା ରୋପଣ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସେହି ସ୍ଥାନରେ କୌଣସି ଗଛ ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ବାସିନ୍ଦା ଏବଂ ବ୍ଲକ ପରିଚାଳନା ସଭାପତିଙ୍କ ଅଭିଯୋଗ ଅନୁଯାୟୀ, ଅନେକ ସ୍ଥାନରେ କୌଣସି କାର୍ଯ୍ୟ ହୋଇନଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇ ସରକାରୀ ଅର୍ଥ ହରିଲୁଟ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ସହ, ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।2
- ଭଦ୍ରକ ବ୍ଲକ ବାଉଦପୁର ପଂଚାୟତ ଓଗାଳପୁର ଗ୍ରାମରେ ଏକ ନୂତନ ମିଶନ ଶକ୍ତି ଗୃହର ଶୁଭ ଉଦ୍ଘାଟନ କରାଯାଇଛି। ଏହା ସହିତ ସେଠାରେ ଏକ ନୂତନ କଲ୍ୟାଣ ମଣ୍ଡପର ଶିଳାନ୍ୟାସ ମଧ୍ୟ ହୋଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏହି ନୂତନ ମିଶନ ଶକ୍ତି ଗୃହର ଶୁଭ ଉଦ୍ଘାଟନ କରିବା ସହ ନୂତନ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିଛନ୍ତି।1
- ମୟୂରଭଞ୍ଜରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ପୋଲିସ ବାବୁ ଚରମ ହଟହଟା ହୋଇଛନ୍ତି। ମହିଳାଙ୍କ ଘରେ ପୋଲିସ ବାବୁ ପଶିଥିବା ଦେଖି ପରିବାର ଲୋକେ ତାଙ୍କୁ କାବୁ କରିନେଇଥିଲେ। ଏହାପରେ ପରିବାର ଲୋକେ ଏକତ୍ରିତ ହୋଇ ସମ୍ପୃକ୍ତ ପୋଲିସ ବାବୁଙ୍କୁ ଧରି ନିର୍ଧୂମ ପିଟିଛନ୍ତି।1