logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବେନ୍ତପୁର ଗ୍ରାମ ରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ଅନୁଗୋଳ ବ୍ଲକ ବେନ୍ତପୁର ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର ସଂସ୍ଥା ଆନୁକୁଲ୍ୟରେ ଗ୍ରାମସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ଏକ ସଚେତନତାମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା । ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମୂଳେ ନିରାକରଣ କରିବା ଏବଂ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ଥିଲା ଏହି ବୈଠକର ମୂଳ ଲକ୍ଷ୍ୟ। ଉକ୍ତ ବୈଠକରେ ବିଶ୍ୱ ଯୁବ କେନ୍ଦ୍ର ର ଜିଲ୍ଲା ସଂଯୋଜିକା ପୂଜା ସ୍ୱାଇଁ, ବେନ୍ତପୁର ପଞ୍ଚାୟତ ର ସି.ଏଚ.ଓ ସାର୍ , ଏମ.ବି.କେ ମାଡାମ, ସି.ଆର.ପି, ଗ୍ରାମଅଙ୍ଗନବାଡି , ଓ୍ବାର୍ଡ ମେମ୍ବର, ଗ୍ରାମର ମହିଳା, ସକ୍ରିୟ ଭାବେ ଉପସ୍ଥିତ ରହି ସମାଜିକ ଦାୟିତ୍ବବୋଧର ପରିଚୟ ପ୍ରଦାନ କରିଥିଲେ । ବୈଠକରେ ବାଲ୍ୟ ବିବାହର ଭୟାବହ କୁପରିଣାମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅପରିପକ୍ଵ ବୟସରେ ବିବାହ ହେବା ଫଳରେ କିଶୋରୀମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା, ଶିକ୍ଷାରୁ ବଞ୍ଚିତ ହେବା, ମାତୃ ମୃତ୍ୟୁ ଓ ପୌଷ୍ଟିକ ଅଭାବ ପରି ଗୁରୁତର ସମସ୍ୟା ଦେଖା ଦେବା ଆଦି ବିଷୟରେ ଆଲୋଚନା କରା ଯାଇଥିଲା । ଏହା ସହିତ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହା ସହ ସଂପୃକ୍ତ ଦଣ୍ଡ ବିଧାନ ବିଷୟରେ ମଧ୍ଯ ସମସ୍ତଙ୍କୁ ସଚେତନ କରାଯାଇଥିଲା। ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କୁପ୍ରଥା ବିରୋଧରେ ସଜାଗ ରହିବା ସହ ଯେକୌଣସି ବାଲ୍ୟ ବିବାହ ସମ୍ପର୍କିତ ସୂଚନା ତୁରନ୍ତ ପ୍ରଶାସନ କିମ୍ବା ସମ୍ପର୍କିତ ବିଭାଗକୁ ଜଣାଇବା ପାଇଁ ଆହ୍ୱାନ ଦିଆଯାଇଥିଲା । ଶିଶୁ ସହାୟତା ନମ୍ବର ୧୦୯୮ କୁ କଲ କରିବେ ବୋଲି କୁହା ଯାଇଥିଲା ବୈଠକର ଶେଷ ପର୍ଯ୍ୟାୟର ସମସ୍ତ ଉପସ୍ଥିତ ବ୍ୟକ୍ତି ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଏକତ୍ରିତ ଭାବେ ଶପଥ ଗ୍ରହଣ କରିଥିଲେ । ସମାଜରେ ସଚେତନ‌ତାର ଆଲୋକ ପ୍ରଜ୍ଵଳିତ କରି ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସୁରକ୍ଷିତ ଓ ଶିକ୍ଷିତ ପରିବେଶ ସୃଷ୍ଟି କରିବାର ସଙ୍କଳ୍ପ ସହିତ ବୈଠକଟି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମଟି ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ଵା ବଧାନ ରେ ପ୍ରକଳ୍ପ ସହଯୋଗୀ ସୋନାଲିସା ଶବର ସଭା ପରିଚାଳନା କରିଥିଲେ l

5 hrs ago
user_Sonalisa Sabar
Sonalisa Sabar
ଅନୁଗୁଳ, ଅନୁଗୁଳ, ଓଡ଼ିଶା•
5 hrs ago
c69134d8-0c21-4206-b768-384cccd49fe5

ବେନ୍ତପୁର ଗ୍ରାମ ରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ଅନୁଗୋଳ ବ୍ଲକ ବେନ୍ତପୁର ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର ସଂସ୍ଥା ଆନୁକୁଲ୍ୟରେ ଗ୍ରାମସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ଏକ ସଚେତନତାମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା । ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମୂଳେ ନିରାକରଣ କରିବା ଏବଂ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ଥିଲା ଏହି ବୈଠକର ମୂଳ ଲକ୍ଷ୍ୟ। ଉକ୍ତ ବୈଠକରେ ବିଶ୍ୱ ଯୁବ କେନ୍ଦ୍ର ର ଜିଲ୍ଲା ସଂଯୋଜିକା ପୂଜା ସ୍ୱାଇଁ, ବେନ୍ତପୁର ପଞ୍ଚାୟତ ର ସି.ଏଚ.ଓ ସାର୍ , ଏମ.ବି.କେ ମାଡାମ, ସି.ଆର.ପି, ଗ୍ରାମଅଙ୍ଗନବାଡି , ଓ୍ବାର୍ଡ ମେମ୍ବର, ଗ୍ରାମର ମହିଳା, ସକ୍ରିୟ ଭାବେ ଉପସ୍ଥିତ ରହି ସମାଜିକ ଦାୟିତ୍ବବୋଧର ପରିଚୟ ପ୍ରଦାନ କରିଥିଲେ । ବୈଠକରେ ବାଲ୍ୟ ବିବାହର ଭୟାବହ କୁପରିଣାମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅପରିପକ୍ଵ ବୟସରେ ବିବାହ ହେବା ଫଳରେ କିଶୋରୀମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା, ଶିକ୍ଷାରୁ ବଞ୍ଚିତ ହେବା, ମାତୃ ମୃତ୍ୟୁ ଓ ପୌଷ୍ଟିକ ଅଭାବ ପରି ଗୁରୁତର ସମସ୍ୟା ଦେଖା ଦେବା ଆଦି ବିଷୟରେ ଆଲୋଚନା କରା ଯାଇଥିଲା । ଏହା ସହିତ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହା ସହ ସଂପୃକ୍ତ ଦଣ୍ଡ ବିଧାନ ବିଷୟରେ ମଧ୍ଯ ସମସ୍ତଙ୍କୁ ସଚେତନ କରାଯାଇଥିଲା। ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କୁପ୍ରଥା ବିରୋଧରେ ସଜାଗ ରହିବା ସହ ଯେକୌଣସି ବାଲ୍ୟ ବିବାହ ସମ୍ପର୍କିତ ସୂଚନା ତୁରନ୍ତ ପ୍ରଶାସନ କିମ୍ବା ସମ୍ପର୍କିତ ବିଭାଗକୁ ଜଣାଇବା ପାଇଁ ଆହ୍ୱାନ ଦିଆଯାଇଥିଲା । ଶିଶୁ ସହାୟତା ନମ୍ବର ୧୦୯୮ କୁ କଲ କରିବେ ବୋଲି କୁହା ଯାଇଥିଲା ବୈଠକର ଶେଷ ପର୍ଯ୍ୟାୟର ସମସ୍ତ ଉପସ୍ଥିତ ବ୍ୟକ୍ତି ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଏକତ୍ରିତ ଭାବେ ଶପଥ ଗ୍ରହଣ କରିଥିଲେ । ସମାଜରେ ସଚେତନ‌ତାର ଆଲୋକ ପ୍ରଜ୍ଵଳିତ କରି ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସୁରକ୍ଷିତ ଓ ଶିକ୍ଷିତ ପରିବେଶ ସୃଷ୍ଟି କରିବାର ସଙ୍କଳ୍ପ ସହିତ ବୈଠକଟି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମଟି ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ଵା ବଧାନ ରେ ପ୍ରକଳ୍ପ ସହଯୋଗୀ ସୋନାଲିସା ଶବର ସଭା ପରିଚାଳନା କରିଥିଲେ l

More news from ଓଡ଼ିଶା and nearby areas
  • ହିନ୍ଦୋଳ ବନ ବିଭାଗରେ ଅରାଜକତା. ହାତୀ ମଣିଷ ଲଢେଇ କେବଳ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ ଏବଂ କ୍ଷତି ପୂରଣ ପରେ ବିଭାଗ ଚୁପ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ବୃଦ୍ଧି ପାଉଛି ହାତୀ ମଣିଷ ଲଢେଇ. ମୃତକଙ୍କୁ କ୍ଷତି ପୂରଣ ଏବଂ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ବିଭାଗ ଚୁପ. ସ୍ଥାୟୀ ସମାଧାନ ନହେଲେ ଜନ ଆନ୍ଦୋଳନ ଏଡାଇ ଦିଆ ଯାଇ ନପାରେ.
    1
    ହିନ୍ଦୋଳ ବନ ବିଭାଗରେ ଅରାଜକତା. ହାତୀ ମଣିଷ ଲଢେଇ କେବଳ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ ଏବଂ କ୍ଷତି ପୂରଣ ପରେ ବିଭାଗ ଚୁପ.
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ବୃଦ୍ଧି ପାଉଛି ହାତୀ ମଣିଷ ଲଢେଇ. ମୃତକଙ୍କୁ କ୍ଷତି ପୂରଣ ଏବଂ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ବିଭାଗ ଚୁପ. ସ୍ଥାୟୀ ସମାଧାନ ନହେଲେ ଜନ ଆନ୍ଦୋଳନ ଏଡାଇ ଦିଆ ଯାଇ ନପାରେ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • Slug- ସାମ୍ବାଦିକ ସଂଘଜିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଅତ୍ୟାଧୁନିକ ରୋଗ ନିଦାନ ଯନ୍ତ୍ର ମୁଖ୍ୟ ଚିକିତ୍ସାଳୟ କୁ ପ୍ରଦାନ କରାଗଲା l ମୁଖ୍ୟ ଚିକିତ୍ସାଳରେ ଉନ୍ନତ ମାନର ରକ୍ତ ପରିକ୍ଷା ମେସିନ୍ ଉଦ୍ଘାଟିତ । ରିପୋର୍ଟ - Place -ଢେଙ୍କାନାଳ Date -25-08-26 Faramt -AVB Anchar- ଢ଼େଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ଅତ୍ୟଧୁନିକ ଟେକ୍ନୋଲୋଜି ଆଧାରିତ biochemical analyser ମେସିନ ପ୍ରଦାନ କରାଯାଇଛି l ଜାପାନ ନିର୍ମିତ Astira LX-400 ANALYSER Machine ରେ 44 ପ୍ରକାର ରୋଗର ସିରମ୍ ନମୁନା ଟେଷ୍ଟ କରିବାର କ୍ଷମତା ରଖୁଛି l ମାଗଣା ରେ 1 ଘଣ୍ଟାରେ 400 ରୋଗୀଙ୍କ ନମୁନା ପରୀକ୍ଷା କରାଯାଇପାରିବ l ଲିଭର, କିଡନୀ, ବ୍ଲଡ ସୁଗାରର କ୍ରିଟିକାଲ ପରୀକ୍ଷା ପାଇଁ ଢ଼େଙ୍କାନାଳ ବାସୀ କଟକ କିମ୍ବା ଭୁବନେଶ୍ୱର ଯାଉଥିଲେ ଏବଂ ଖର୍ଚ୍ଚ ବହୁଳ ହେଉଥିଲା ତାହା ଏବେ ଅଳ୍ପ ସମୟ ଭିତରେ 100% ସଠିକ ନିରୂପଣ କରିବାର କ୍ଷମତା ରଖୁଛି l ଦକ୍ଷ technician ଙ୍କୁ ନିଯୁକ୍ତି ପାଇ ଏହି ଯନ୍ତ୍ର କୁ ପରିଚାଲନା କରିବେ ବୋଲି CDMO କହିଛନ୍ତି l ମୁଖ୍ୟ ଡ଼ାକ୍ତରଖାନା ନମୁନା ପରୀକ୍ଷା ଗବେଷଣା କେନ୍ଦ୍ରରେ ଏହି ଯନ୍ତ୍ରଟିକୁ ଆନୁଷ୍ଠାନିକ ଭାବରେ ମୁନସିପାଲଟି ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଫିତା କାଟି ଉଦଘାଟନ କରିଛନ୍ତି l ଅନ୍ୟତମ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲପାଳ ରମେଶ ଚନ୍ଦ୍ର ସେଠି, CDMO ଦାୟିତ୍ୱରେ ଥିବା ଡ ଏନ୍ ଡି ସି ବେହେରା, ମେଡିସିନ ସ୍ପେଶିଆଲିଷ୍ଟ ଡ ରାଜେନ୍ଦ୍ର କୁମାର ସେଠି ଓ ଜିଲ୍ଲା ସାମ୍ୱାଦିକ ସଙ୍ଘ ସଭାପତି ପ୍ରସନ୍ନ ପଟ୍ଟନାୟକ ଉପସ୍ଥିତ ଥିଲେ l ଏହି Astira ବାୟୋକେମିକାଲ ମେସିନ କୁ ପରିଚାଲନା କରିବାକୂ ଦୀପଙ୍କର ରାୟ, ସୁନୀଲ ପ୍ରଧାନ, ରଞ୍ଜନ ପୋଥାଳ, ଶିଶିର ସେନାପତି ପ୍ରମୁଖ ଅତିଥିଙ୍କୁ ଅନାଲିଜାର ମେସିନ ଉପାଦେୟତା ସମ୍ପର୍କରେ ଅବଗତ କରାଇ ଥିଲେ l ସାମ୍ବାଦିକ ସଙ୍ଘର ସାମ୍ୱାଦିକମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ ଲ #DhenkanalNews #Dhenkanal #DhenkanalDistrict #DhenkanalHospital #HealthNews #MedicalNews #BiochemicalAnalyser #AstiraLX400 #DistrictJournalistsAssociation #OdishaNews #Odisha #Healthcare #DhenkanalNewsOdisha
    1
    Slug- ସାମ୍ବାଦିକ ସଂଘଜିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଅତ୍ୟାଧୁନିକ ରୋଗ ନିଦାନ ଯନ୍ତ୍ର ମୁଖ୍ୟ ଚିକିତ୍ସାଳୟ କୁ ପ୍ରଦାନ କରାଗଲା l ମୁଖ୍ୟ ଚିକିତ୍ସାଳରେ ଉନ୍ନତ ମାନର ରକ୍ତ ପରିକ୍ଷା ମେସିନ୍ ଉଦ୍ଘାଟିତ ।
ରିପୋର୍ଟ -
Place -ଢେଙ୍କାନାଳ
Date -25-08-26
Faramt -AVB

Anchar- ଢ଼େଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ଅତ୍ୟଧୁନିକ ଟେକ୍ନୋଲୋଜି ଆଧାରିତ biochemical analyser ମେସିନ ପ୍ରଦାନ କରାଯାଇଛି l ଜାପାନ ନିର୍ମିତ Astira LX-400 ANALYSER Machine ରେ 44 ପ୍ରକାର ରୋଗର ସିରମ୍ ନମୁନା ଟେଷ୍ଟ କରିବାର କ୍ଷମତା ରଖୁଛି l ମାଗଣା ରେ 1 ଘଣ୍ଟାରେ 400 ରୋଗୀଙ୍କ ନମୁନା ପରୀକ୍ଷା କରାଯାଇପାରିବ l ଲିଭର, କିଡନୀ, ବ୍ଲଡ ସୁଗାରର କ୍ରିଟିକାଲ ପରୀକ୍ଷା ପାଇଁ ଢ଼େଙ୍କାନାଳ ବାସୀ କଟକ କିମ୍ବା ଭୁବନେଶ୍ୱର ଯାଉଥିଲେ ଏବଂ ଖର୍ଚ୍ଚ ବହୁଳ ହେଉଥିଲା ତାହା ଏବେ ଅଳ୍ପ ସମୟ ଭିତରେ 100% ସଠିକ ନିରୂପଣ କରିବାର କ୍ଷମତା ରଖୁଛି l ଦକ୍ଷ technician ଙ୍କୁ ନିଯୁକ୍ତି ପାଇ ଏହି ଯନ୍ତ୍ର କୁ ପରିଚାଲନା କରିବେ ବୋଲି CDMO କହିଛନ୍ତି l ମୁଖ୍ୟ ଡ଼ାକ୍ତରଖାନା ନମୁନା ପରୀକ୍ଷା ଗବେଷଣା କେନ୍ଦ୍ରରେ ଏହି ଯନ୍ତ୍ରଟିକୁ ଆନୁଷ୍ଠାନିକ ଭାବରେ ମୁନସିପାଲଟି ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଫିତା କାଟି ଉଦଘାଟନ କରିଛନ୍ତି l ଅନ୍ୟତମ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲପାଳ ରମେଶ ଚନ୍ଦ୍ର ସେଠି, CDMO ଦାୟିତ୍ୱରେ ଥିବା ଡ ଏନ୍ ଡି ସି ବେହେରା, ମେଡିସିନ ସ୍ପେଶିଆଲିଷ୍ଟ ଡ ରାଜେନ୍ଦ୍ର କୁମାର ସେଠି ଓ ଜିଲ୍ଲା ସାମ୍ୱାଦିକ ସଙ୍ଘ ସଭାପତି ପ୍ରସନ୍ନ ପଟ୍ଟନାୟକ ଉପସ୍ଥିତ ଥିଲେ l ଏହି Astira ବାୟୋକେମିକାଲ ମେସିନ କୁ ପରିଚାଲନା କରିବାକୂ ଦୀପଙ୍କର ରାୟ, ସୁନୀଲ ପ୍ରଧାନ, ରଞ୍ଜନ ପୋଥାଳ, ଶିଶିର ସେନାପତି ପ୍ରମୁଖ ଅତିଥିଙ୍କୁ ଅନାଲିଜାର ମେସିନ ଉପାଦେୟତା ସମ୍ପର୍କରେ ଅବଗତ କରାଇ ଥିଲେ l ସାମ୍ବାଦିକ ସଙ୍ଘର ସାମ୍ୱାଦିକମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ ଲ




#DhenkanalNews #Dhenkanal #DhenkanalDistrict #DhenkanalHospital #HealthNews #MedicalNews #BiochemicalAnalyser #AstiraLX400 #DistrictJournalistsAssociation #OdishaNews #Odisha #Healthcare #DhenkanalNewsOdisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
  • ଦୁଇ କୋଟି ର ଗଞ୍ଜେଇ ଜବତ । G F X,, ନିଶା ବେପାରୀଙ୍କ ନିସ୍ତାର ନାହିଁ , G F X,,ଓଡ଼ିଶା ଛତିଶଗଡ଼ ସୀମାନ୍ତ ରେ ୨ କୋଟିର ଗଞ୍ଜେଇ ଜବତ, G F X,,ଆନ୍ତଃରାଜ୍ୟ ଚୋରା ଚାଲାଣ ନେଟୱାର୍କ ଠାବ।
    1
    ଦୁଇ କୋଟି ର ଗଞ୍ଜେଇ ଜବତ ।
G F X,, ନିଶା ବେପାରୀଙ୍କ ନିସ୍ତାର ନାହିଁ ,
G F X,,ଓଡ଼ିଶା ଛତିଶଗଡ଼ ସୀମାନ୍ତ ରେ ୨ କୋଟିର ଗଞ୍ଜେଇ ଜବତ, 
G F X,,ଆନ୍ତଃରାଜ୍ୟ ଚୋରା ଚାଲାଣ ନେଟୱାର୍କ ଠାବ।
    user_ସୁଧାଂଶୁ ରଞ୍ଜନ ଶତପଥି
    ସୁଧାଂଶୁ ରଞ୍ଜନ ଶତପଥି
    Badamba, Cuttack•
    6 hrs ago
  • ଢେଙ୍କାନାଳ ପୌରଅଧ୍ୟକ୍ଷ୍ୟା ପ୍ରୋସ ମିଟିଙ୍ଗି ରେ ବରିଷ୍ଟ ସମାଜସେବି ରାମଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା
    1
    ଢେଙ୍କାନାଳ ପୌରଅଧ୍ୟକ୍ଷ୍ୟା ପ୍ରୋସ ମିଟିଙ୍ଗି ରେ ବରିଷ୍ଟ ସମାଜସେବି ରାମଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    9 hrs ago
  • ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ​ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍‌ ଚଢ଼ାଉ କରି ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ​ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ​ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ​ଅବକାରୀ ଇନ୍ସପେକ୍ଟର ଏସ୍‌.କେ. ମିଶ୍ର, ଏଏସ୍‌ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।
    1
    ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ 
​ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍‌ ଚଢ଼ାଉ କରି
୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ​ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ​ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ​ଅବକାରୀ ଇନ୍ସପେକ୍ଟର ଏସ୍‌.କେ. ମିଶ୍ର, ଏଏସ୍‌ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।
    user_Ranjan Kumar Dash
    Ranjan Kumar Dash
    Local News Reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ? ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ? #LatestNews #UpdateNews #apanankakhabara #jajpur_city #news #OdishaNews #odisha
    1
    ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ?  
ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ?  #LatestNews #UpdateNews #apanankakhabara #jajpur_city #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    5 hrs ago
  • ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡ, ଏନେଇ ଆଇନଜୀବିଙ୍କ ପ୍ରତିକ୍ରିୟା ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡରେ ଦଣ୍ଡ ଶୁଣାଇଲେ ଅନୁଗୋଳ ଆଡ ହକ୍ ଜଜ୍ (ଫାଷ୍ଟ ଟ୍ରାକ) ବିରଞ୍ଚି ନାରାୟଣ ମିଶ୍ର l ଏନେଇ ଆଇନଜୀବୀଙ୍କ ପ୍ରତିକ୍ରିୟା l
    1
    ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡ, ଏନେଇ ଆଇନଜୀବିଙ୍କ ପ୍ରତିକ୍ରିୟା 
ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡରେ ଦଣ୍ଡ ଶୁଣାଇଲେ ଅନୁଗୋଳ ଆଡ ହକ୍ ଜଜ୍ (ଫାଷ୍ଟ ଟ୍ରାକ) ବିରଞ୍ଚି ନାରାୟଣ ମିଶ୍ର l ଏନେଇ ଆଇନଜୀବୀଙ୍କ ପ୍ରତିକ୍ରିୟା l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    12 hrs ago
  • ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ବେକରେ ଲୁଗା ଲଗାଇ ହତ୍ୟା ଅଭିଯୋଗ, ଯୌତୁକ ନିର୍ଯାତନା ନେଇ ପରିବାରର ସଙ୍ଗୀନ ଅଭିଯୋଗ। ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ମଠଚକ ନିକଟରେ ଜଣେ ବିବାହିତା ମହିଳାଙ୍କୁ ବେକରେ ଲୁଗା ଲଗାଇ ହତ୍ୟା କରାଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ହେଲେ ଲିଜାରାଣୀ ପାତ୍ର। ଏହି ଘଟଣାରେ ତାଙ୍କ ସ୍ୱାମୀ କ୍ଷିତୀଶ ପାତ୍ରଙ୍କ ସମେତ ଶାଶୁ-ଶ୍ୱଶୁରଙ୍କ ଭୂମିକାକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି। ମୃତକଙ୍କ ବାପା ଓ ପରିବାର ଲୋକେ ଏହାକୁ ସମ୍ପୂର୍ଣ୍ଣ ଭାବେ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ଶାଶୁଘର ପକ୍ଷରୁ ୧୦ ଲକ୍ଷ ଟଙ୍କା, ଗାଡ଼ି ଓ ଆସବାବପତ୍ର ଦାବି କରି ଲିଜାରାଣୀଙ୍କ ଉପରେ ଦୀର୍ଘଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏପରିକି ଏହି ଘଟଣାକୁ ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିବା ଏବଂ ପରେ ଆପୋସ ସମାଧାନ ହୋଇଥିବା ମଧ୍ୟ ପରିବାର ପକ୍ଷରୁ କୁହାଯାଇଛି। ତେବେ ଆପୋସ ସମାଧାନ ପରେ ମଧ୍ୟ ପରିସ୍ଥିତି ସୁଧୁରିଲା ନାହିଁ ଏବଂ ଶେଷରେ ଲିଜାରାଣୀଙ୍କ ଜୀବନ ଚାଲିଗଲା ବୋଲି ତାଙ୍କ ପରିବାର ଅଭିଯୋଗ କରିଛି। ଏହା ହତ୍ୟା ନା ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ—ସେନେଇ ମଧ୍ୟ ଏବେ ଅନେକ ପ୍ରଶ୍ନ ଉଠିଛି। ଖବର ପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାରେ ଅଭିଯୁକ୍ତ ସ୍ୱାମୀ କ୍ଷିତୀଶ ପାତ୍ରଙ୍କ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ମିଶାଇ ମୋଟ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଘଟଣାର ପ୍ରକୃତ କାରଣ କ’ଣ, ଯୌତୁକ ନିର୍ଯାତନାର ଅଭିଯୋଗ କେତେ ସତ୍ୟ ଏବଂ ଲିଜାରାଣୀଙ୍କ ମୃତ୍ୟୁ ପଛରେ କାହାର ଭୂମିକା ରହିଛି—ସେନେଇ ପୋଲିସର ତଦନ୍ତ ଉପରେ ଏବେ ସମସ୍ତଙ୍କ ନଜର। ଦୋଷୀ ଯିଏ ହେଉନା କାହିଁକି, ନିରପେକ୍ଷ ତଦନ୍ତ କରି ମୃତ ମହିଳାଙ୍କୁ ନ୍ୟାୟ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି।
    1
    ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ବେକରେ ଲୁଗା ଲଗାଇ ହତ୍ୟା ଅଭିଯୋଗ, ଯୌତୁକ ନିର୍ଯାତନା ନେଇ ପରିବାରର ସଙ୍ଗୀନ ଅଭିଯୋଗ।
ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ମଠଚକ ନିକଟରେ ଜଣେ ବିବାହିତା ମହିଳାଙ୍କୁ ବେକରେ ଲୁଗା ଲଗାଇ ହତ୍ୟା କରାଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ହେଲେ ଲିଜାରାଣୀ ପାତ୍ର। ଏହି ଘଟଣାରେ ତାଙ୍କ ସ୍ୱାମୀ କ୍ଷିତୀଶ ପାତ୍ରଙ୍କ ସମେତ ଶାଶୁ-ଶ୍ୱଶୁରଙ୍କ ଭୂମିକାକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି।
ମୃତକଙ୍କ ବାପା ଓ ପରିବାର ଲୋକେ ଏହାକୁ ସମ୍ପୂର୍ଣ୍ଣ ଭାବେ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ମୃତକଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ଶାଶୁଘର ପକ୍ଷରୁ ୧୦ ଲକ୍ଷ ଟଙ୍କା, ଗାଡ଼ି ଓ ଆସବାବପତ୍ର ଦାବି କରି ଲିଜାରାଣୀଙ୍କ ଉପରେ ଦୀର୍ଘଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏପରିକି ଏହି ଘଟଣାକୁ ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିବା ଏବଂ ପରେ ଆପୋସ ସମାଧାନ ହୋଇଥିବା ମଧ୍ୟ ପରିବାର ପକ୍ଷରୁ କୁହାଯାଇଛି।
ତେବେ ଆପୋସ ସମାଧାନ ପରେ ମଧ୍ୟ ପରିସ୍ଥିତି ସୁଧୁରିଲା ନାହିଁ ଏବଂ ଶେଷରେ ଲିଜାରାଣୀଙ୍କ ଜୀବନ ଚାଲିଗଲା ବୋଲି ତାଙ୍କ ପରିବାର ଅଭିଯୋଗ କରିଛି। ଏହା ହତ୍ୟା ନା ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ—ସେନେଇ ମଧ୍ୟ ଏବେ ଅନେକ ପ୍ରଶ୍ନ ଉଠିଛି।
ଖବର ପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାରେ ଅଭିଯୁକ୍ତ ସ୍ୱାମୀ କ୍ଷିତୀଶ ପାତ୍ରଙ୍କ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ମିଶାଇ ମୋଟ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।
ଘଟଣାର ପ୍ରକୃତ କାରଣ କ’ଣ, ଯୌତୁକ ନିର୍ଯାତନାର ଅଭିଯୋଗ କେତେ ସତ୍ୟ ଏବଂ ଲିଜାରାଣୀଙ୍କ ମୃତ୍ୟୁ ପଛରେ କାହାର ଭୂମିକା ରହିଛି—ସେନେଇ ପୋଲିସର ତଦନ୍ତ ଉପରେ ଏବେ ସମସ୍ତଙ୍କ ନଜର। ଦୋଷୀ ଯିଏ ହେଉନା କାହିଁକି, ନିରପେକ୍ଷ ତଦନ୍ତ କରି ମୃତ ମହିଳାଙ୍କୁ ନ୍ୟାୟ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି।
    user_ସୁଧାଂଶୁ ରଞ୍ଜନ ଶତପଥି
    ସୁଧାଂଶୁ ରଞ୍ଜନ ଶତପଥି
    Badamba, Cuttack•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.