Shuru
Apke Nagar Ki App…
ବାଲେଶ୍ବର ବିଜେପିରେ ବିଦ୍ରୋହ...ଦଳ ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ
Rajib Behera
ବାଲେଶ୍ବର ବିଜେପିରେ ବିଦ୍ରୋହ...ଦଳ ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ
More news from ଓଡ଼ିଶା and nearby areas
- Post by MN.NEWS ODIA1
- ଆଜି ବିଧାନସଭା ରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉତ୍ତର୍ ରଖିଥିଲେ ଏହାପରେ ସବୁ ଜିଲ୍ଲାରେ କିପରି ଶିକ୍ଷା ବ୍ୟବସ୍ଥା ଅଛି ସମସ୍ତ ବିବରଣୀ ପ୍ରଦାନ କରିଥିଲେ1
- Post by Khabar1
- ବାଲେଶ୍ୱର: ବାଲେଶ୍ୱର ସଦରର ବିଧାୟକ ମାନସ କୁମାର ଦତ୍ତ ଜୀବନ ପ୍ରଦୀପ ଦାସଙ୍କ ଦଳ ଛାଡ଼ିବା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଜୀବନ ପ୍ରଦୀପ ଦାସଙ୍କ ଏହି ନିଷ୍ପତ୍ତି ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଦଳ ଛାଡ଼ିବା ଘଟଣାକୁ ନେଇ ବିଭିନ୍ନ ମହଳରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ବିଧାୟକ ମାନସ କୁମାର ଦତ୍ତ କହିଛନ୍ତି ଯେ, ଏହା ଜୀବନ ପ୍ରଦୀପ ଦାସଙ୍କ ବ୍ୟକ୍ତିଗତ ନିଷ୍ପତ୍ତି, କିନ୍ତୁ ଏହାର ପ୍ରଭାବ ସ୍ଥାନୀୟ ରାଜନୀତିରେ ପଡ଼ିପାରେ। ଏହି ବୟାନ ପରେ ବାଲେଶ୍ୱର ରାଜନୀତିରେ ଆହୁରି ଚର୍ଚ୍ଚା ଜୋର ଧରିଛି।1
- ବାଲେଶ୍ବର: ବିଜେପି ରୁ ଇସ୍ତଫା ଦେଲେ ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ।1
- ପୋଲିସ ହାଉସିଙ୍ଗ ବୋର୍ଡ ର ମନମାନି। ସରକାରକୁ ବଦନାମ କରିବାକୁ ହେଉଛି କି ଭିତିରି ଷଡଯନ୍ତ୍ର। ସରକାର ଙ୍କ ନୀତିନିୟମକୁ ମାନୁନାହାନ୍ତି ଖୁଦ୍ ସରକାରୀ ସଂସ୍ଥା ପୋଲିସ ହାଉସିଙ୍ଗ ବୋର୍ଡ଼।ସରକାର ସ୍ୱଚ୍ଛତାର କଥା କହୁଥିବା ବେଳେ କୌଣସି ସୂଚନା ଫଳକ ନଥାଇ, କିଭଳି, କାହା ଇଙ୍ଗିତ ରେ ହେଉଛି କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ । କିଏ ଦେଉଛି ସୁରକ୍ଷା ।ତେବେ କଣ ବୁଝିବାକୁ ପଡିବ ବରିଷ୍ଠ ଅଧିକାରୀଙ୍କ ଭିତିରି ସହମତି ଓ ଭାଗିଦାରୀ ରେ ଏହା ଚାଲିଛି। ଯାହା ପାଇଁ ବରିଷ୍ଠ ଅଧିକାରୀ ନୀରବ ଦ୍ରଷ୍ଟା ସାଜିଥିବା ବେଳେ, ନିର୍ମାଣଧିନ ବିଲ୍ଡିଂ ର ସ୍ଥାୟୀତ୍ୱ କୁ ଭରସା ନାହିଁ। ହୁଏତ କାମ କରୁ କରୁ ଧସିଯିବାର ସମ୍ଭାବନା ରହିଛି । ଆଉ ଧସିଗଲେ ହେବ ନୂଆ କାମ, ପୁଣି ଆଉଥରେ ହେବ ନୂଆ ବିଲ୍। କହୁ କହୁ ଏମିତି କିଛି ଭିତିରି ଗୁମର କଥା କହି ଦେଇଛନ୍ତି ପୋଲିସ ହାଉସିଙ୍ଗ ବୋର୍ଡ଼ ଅଧିନରେ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଜଣେ ସୁପରଭାଇଜର। ଆପଣ ଦେଖୁଥିବା ଏହି ନିର୍ମାଣ କାର୍ଯ୍ୟ ହେଉଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନାର ନୂତନ ବିଲ୍ଡିଙ୍ଗ, ଯାହା ଥାନା ପରିସରରେ ନିର୍ମାଣ ଚାଲିଛି। ଆଉ ପୋଲିସ ହାଉସିଙ୍ଗ ବୋର୍ଡ ସଂସ୍ଥା ହାତରେ ଏହାର ନିର୍ମାଣ ଦାୟିତ୍ୱ ରହିଛି ବୋଲି ଶୁଣିବାକୁ ମିଳିଛି। ତେବେ କୌଣସି ସୂଚନା ଫଳକ ନଥିବାରୁ ସଠିକ୍ ଭାବେ ନିର୍ମାଣ ସଂସ୍ଥା, ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହୋଇ କେବେ ସରିବ, ଏହାର ଅଟକଳ ମୂଲ୍ୟ କେତେ କିଛି ଜଣା ପଡୁନାହିଁ। ଅନ୍ୟ ପଟେ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ ହେଉଛି। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଛି ମାଟି ମିଶା ବାଲି ଓ ନିମ୍ନ ମାନର ଚିପ୍ସ। କୁହାଯାଏ ଢଳାଇ କାର୍ଯ୍ୟରେ ଯଦି ଗୋଟିଏ ୧୦ ଗ୍ରାମ ଓଜନର ମାଟି ମିଶିଯାଏ ତାହାହେଲେ ତାହା ୧୦ ସ୍କୋୟାର ଫୁଟ ଢଳାଇକୁ ନଷ୍ଟ କରିଦେଇଥାଏ । ଲୋକଙ୍କ ଟିକସ ଅର୍ଥରେ କୋଟି ଟଙ୍କାର ଅଟକଳ ମୂଲ୍ୟରେ ନିର୍ମାଣ ହେଉଥିବା କାର୍ଯ୍ୟରେ ଢଳାଇକୁ ମଜବୁତ କରିବା ପାଇଁ ଭାଇବ୍ରେଟର ବ୍ୟବହାର କରିବାକୁ ସଂସ୍ଥା ଅକ୍ଷମ।ଆଉ ଭାଇବ୍ରେଟର ବଦଳରେ ଠିକାଦାର କାଠ ପଟା ବ୍ୟବହାର କରୁଛନ୍ତି । ଯାହା ଫଳରେ ଏବେଠୁ କୋଠାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଏନେଇ ଠିକା ସଂସ୍ଥାର ସୁପର ଭାଇଜରଙ୍କୁ ପଚାରିବାରୁ ଅଜବ ଯୁକ୍ତି କରୁଛନ୍ତି, ଶୁଣନ୍ତୁ କଣ କହୁଛନ୍ତି । ବାଇଟ- ଠିକା ସଂସ୍ଥାର ସୁପର ଭାଇଜର ।1
- Post by Rajib Behera1
- Post by MN.NEWS ODIA1
- ବାଲେଶ୍ୱର: ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଏନେଇ ସେ ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଦଳର ମୂଲ୍ୟବୋଧ ଓ ଆଦର୍ଶ ଠାରୁ ବିଜେପି ଦୂରେଇ ଯାଇଛି। ସେ କହିଥିଲେ ଯେ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ହେବା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଚିଟ୍ଫଣ୍ଡ ଅଭିଯୋଗ ଥିବା ଜଣେ ବ୍ୟକ୍ତିଙ୍କୁ ଦଳରେ ସାମିଲ୍ କରାଯିବାକୁ ସେ କଟୁ ଆଲୋଚନା କରିଥିଲେ। ଏହା ରାଜ୍ୟ ବିଜେପିରେ ପ୍ରଥମ ଘଟଣା ବୋଲି ସେ କହିଛନ୍ତି। ଜୀବନ ପ୍ରଦୀପ ଦାଶ ଅଭିଯୋଗ କରିଛନ୍ତି ଯେ, ୨୦୨୪ ମସିହାରେ କ୍ଷମତାକୁ ଆସିବା ପରେ ବିଜେପିର ନୈତିକ ପତନ ହୋଇଛି ଏବଂ ଦଳ ପୂର୍ବତନ ଆଦର୍ଶରୁ ଦୂରେଇଯାଇଛି। ତେବେ ଭବିଷ୍ୟତରେ ସେ କେଉଁ ଦଳରେ ଯୋଗଦେବେ କିମ୍ବା କଣ ପଦକ୍ଷେପ ନେବେ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନଥିବା କଥା ସେ ସ୍ପଷ୍ଟ କରିଛନ୍ତି।1