logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ପୋଲିସ_ହାଉସିଙ୍ଗ_ବୋର୍ଡ_ର_ମନମାନି। #ସରକାରକୁ_ବଦନାମ_କରିବାକୁ_ହେଉଛି_କି_ଭିତିରି_ଷଡଯନ୍ତ୍ର। ପୋଲିସ ହାଉସିଙ୍ଗ ବୋର୍ଡ ର ମନମାନି। ସରକାରକୁ ବଦନାମ କରିବାକୁ ହେଉଛି କି ଭିତିରି ଷଡଯନ୍ତ୍ର। ସରକାର ଙ୍କ ନୀତିନିୟମକୁ ମାନୁନାହାନ୍ତି ଖୁଦ୍ ସରକାରୀ ସଂସ୍ଥା ପୋଲିସ ହାଉସିଙ୍ଗ ବୋର୍ଡ଼।ସରକାର ସ୍ୱଚ୍ଛତାର କଥା କହୁଥିବା ବେଳେ କୌଣସି ସୂଚନା ଫଳକ ନଥାଇ, କିଭଳି, କାହା ଇଙ୍ଗିତ ରେ ହେଉଛି କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ । କିଏ ଦେଉଛି ସୁରକ୍ଷା ।ତେବେ କଣ ବୁଝିବାକୁ ପଡିବ ବରିଷ୍ଠ ଅଧିକାରୀଙ୍କ ଭିତିରି ସହମତି ଓ ଭାଗିଦାରୀ ରେ ଏହା ଚାଲିଛି। ଯାହା ପାଇଁ ବରିଷ୍ଠ ଅଧିକାରୀ ନୀରବ ଦ୍ରଷ୍ଟା ସାଜିଥିବା ବେଳେ, ନିର୍ମାଣଧିନ ବିଲ୍ଡିଂ ର ସ୍ଥାୟୀତ୍ୱ କୁ ଭରସା ନାହିଁ। ହୁଏତ କାମ କରୁ କରୁ ଧସିଯିବାର ସମ୍ଭାବନା ରହିଛି । ଆଉ ଧସିଗଲେ ହେବ ନୂଆ କାମ, ପୁଣି ଆଉଥରେ ହେବ ନୂଆ ବିଲ୍। କହୁ କହୁ ଏମିତି କିଛି ଭିତିରି ଗୁମର କଥା କହି ଦେଇଛନ୍ତି ପୋଲିସ ହାଉସିଙ୍ଗ ବୋର୍ଡ଼ ଅଧିନରେ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଜଣେ ସୁପରଭାଇଜର। ଆପଣ ଦେଖୁଥିବା ଏହି ନିର୍ମାଣ କାର୍ଯ୍ୟ ହେଉଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନାର ନୂତନ ବିଲ୍ଡିଙ୍ଗ, ଯାହା ଥାନା ପରିସରରେ ନିର୍ମାଣ ଚାଲିଛି। ଆଉ ପୋଲିସ ହାଉସିଙ୍ଗ ବୋର୍ଡ ସଂସ୍ଥା ହାତରେ ଏହାର ନିର୍ମାଣ ଦାୟିତ୍ୱ ରହିଛି ବୋଲି ଶୁଣିବାକୁ ମିଳିଛି। ତେବେ କୌଣସି ସୂଚନା ଫଳକ ନଥିବାରୁ ସଠିକ୍ ଭାବେ ନିର୍ମାଣ ସଂସ୍ଥା, ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହୋଇ କେବେ ସରିବ, ଏହାର ଅଟକଳ ମୂଲ୍ୟ କେତେ କିଛି ଜଣା ପଡୁନାହିଁ। ଅନ୍ୟ ପଟେ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ ହେଉଛି। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଛି ମାଟି ମିଶା ବାଲି ଓ ନିମ୍ନ ମାନର ଚିପ୍ସ। କୁହାଯାଏ ଢଳାଇ କାର୍ଯ୍ୟରେ ଯଦି ଗୋଟିଏ ୧୦ ଗ୍ରାମ ଓଜନର ମାଟି ମିଶିଯାଏ ତାହାହେଲେ ତାହା ୧୦ ସ୍କୋୟାର ଫୁଟ ଢଳାଇକୁ ନଷ୍ଟ କରିଦେଇଥାଏ । ଲୋକଙ୍କ ଟିକସ ଅର୍ଥରେ କୋଟି ଟଙ୍କାର ଅଟକଳ ମୂଲ୍ୟରେ ନିର୍ମାଣ ହେଉଥିବା କାର୍ଯ୍ୟରେ ଢଳାଇକୁ ମଜବୁତ କରିବା ପାଇଁ ଭାଇବ୍ରେଟର ବ୍ୟବହାର କରିବାକୁ ସଂସ୍ଥା ଅକ୍ଷମ।ଆଉ ଭାଇବ୍ରେଟର ବଦଳରେ ଠିକାଦାର କାଠ ପଟା ବ୍ୟବହାର କରୁଛନ୍ତି । ଯାହା ଫଳରେ ଏବେଠୁ କୋଠାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଏନେଇ ଠିକା ସଂସ୍ଥାର ସୁପର ଭାଇଜରଙ୍କୁ ପଚାରିବାରୁ ଅଜବ ଯୁକ୍ତି କରୁଛନ୍ତି, ଶୁଣନ୍ତୁ କଣ କହୁଛନ୍ତି । ବାଇଟ- ଠିକା ସଂସ୍ଥାର ସୁପର ଭାଇଜର ।

on 13 March
user_Mahima tv Rajesh Kumar Giri
Mahima tv Rajesh Kumar Giri
Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
on 13 March

#ପୋଲିସ_ହାଉସିଙ୍ଗ_ବୋର୍ଡ_ର_ମନମାନି। #ସରକାରକୁ_ବଦନାମ_କରିବାକୁ_ହେଉଛି_କି_ଭିତିରି_ଷଡଯନ୍ତ୍ର। ପୋଲିସ ହାଉସିଙ୍ଗ ବୋର୍ଡ ର ମନମାନି। ସରକାରକୁ ବଦନାମ କରିବାକୁ ହେଉଛି କି ଭିତିରି ଷଡଯନ୍ତ୍ର। ସରକାର ଙ୍କ ନୀତିନିୟମକୁ ମାନୁନାହାନ୍ତି ଖୁଦ୍ ସରକାରୀ ସଂସ୍ଥା ପୋଲିସ ହାଉସିଙ୍ଗ ବୋର୍ଡ଼।ସରକାର ସ୍ୱଚ୍ଛତାର କଥା କହୁଥିବା ବେଳେ କୌଣସି ସୂଚନା ଫଳକ ନଥାଇ, କିଭଳି, କାହା ଇଙ୍ଗିତ ରେ ହେଉଛି କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ । କିଏ ଦେଉଛି ସୁରକ୍ଷା ।ତେବେ କଣ ବୁଝିବାକୁ ପଡିବ ବରିଷ୍ଠ ଅଧିକାରୀଙ୍କ ଭିତିରି ସହମତି ଓ ଭାଗିଦାରୀ ରେ ଏହା ଚାଲିଛି। ଯାହା ପାଇଁ ବରିଷ୍ଠ ଅଧିକାରୀ ନୀରବ ଦ୍ରଷ୍ଟା ସାଜିଥିବା ବେଳେ, ନିର୍ମାଣଧିନ ବିଲ୍ଡିଂ ର ସ୍ଥାୟୀତ୍ୱ କୁ ଭରସା ନାହିଁ। ହୁଏତ କାମ କରୁ କରୁ ଧସିଯିବାର ସମ୍ଭାବନା ରହିଛି । ଆଉ ଧସିଗଲେ ହେବ ନୂଆ କାମ, ପୁଣି ଆଉଥରେ ହେବ ନୂଆ ବିଲ୍। କହୁ କହୁ ଏମିତି କିଛି ଭିତିରି ଗୁମର କଥା କହି ଦେଇଛନ୍ତି ପୋଲିସ ହାଉସିଙ୍ଗ ବୋର୍ଡ଼ ଅଧିନରେ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଜଣେ ସୁପରଭାଇଜର। ଆପଣ ଦେଖୁଥିବା ଏହି ନିର୍ମାଣ କାର୍ଯ୍ୟ ହେଉଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନାର ନୂତନ ବିଲ୍ଡିଙ୍ଗ, ଯାହା ଥାନା ପରିସରରେ ନିର୍ମାଣ ଚାଲିଛି। ଆଉ ପୋଲିସ ହାଉସିଙ୍ଗ ବୋର୍ଡ ସଂସ୍ଥା ହାତରେ ଏହାର ନିର୍ମାଣ ଦାୟିତ୍ୱ ରହିଛି ବୋଲି ଶୁଣିବାକୁ ମିଳିଛି। ତେବେ କୌଣସି ସୂଚନା ଫଳକ ନଥିବାରୁ ସଠିକ୍ ଭାବେ ନିର୍ମାଣ ସଂସ୍ଥା, ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହୋଇ କେବେ ସରିବ, ଏହାର ଅଟକଳ ମୂଲ୍ୟ କେତେ କିଛି ଜଣା ପଡୁନାହିଁ। ଅନ୍ୟ ପଟେ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ ହେଉଛି। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଛି ମାଟି ମିଶା ବାଲି ଓ ନିମ୍ନ ମାନର ଚିପ୍ସ। କୁହାଯାଏ ଢଳାଇ କାର୍ଯ୍ୟରେ ଯଦି ଗୋଟିଏ ୧୦ ଗ୍ରାମ ଓଜନର ମାଟି ମିଶିଯାଏ ତାହାହେଲେ ତାହା ୧୦ ସ୍କୋୟାର ଫୁଟ ଢଳାଇକୁ ନଷ୍ଟ କରିଦେଇଥାଏ । ଲୋକଙ୍କ ଟିକସ ଅର୍ଥରେ କୋଟି ଟଙ୍କାର ଅଟକଳ ମୂଲ୍ୟରେ ନିର୍ମାଣ ହେଉଥିବା କାର୍ଯ୍ୟରେ ଢଳାଇକୁ ମଜବୁତ କରିବା ପାଇଁ ଭାଇବ୍ରେଟର ବ୍ୟବହାର କରିବାକୁ ସଂସ୍ଥା ଅକ୍ଷମ।ଆଉ ଭାଇବ୍ରେଟର ବଦଳରେ ଠିକାଦାର କାଠ ପଟା ବ୍ୟବହାର କରୁଛନ୍ତି । ଯାହା ଫଳରେ ଏବେଠୁ କୋଠାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଏନେଇ ଠିକା ସଂସ୍ଥାର ସୁପର ଭାଇଜରଙ୍କୁ ପଚାରିବାରୁ ଅଜବ ଯୁକ୍ତି କରୁଛନ୍ତି, ଶୁଣନ୍ତୁ କଣ କହୁଛନ୍ତି । ବାଇଟ- ଠିକା ସଂସ୍ଥାର ସୁପର ଭାଇଜର ।

More news from ଓଡ଼ିଶା and nearby areas
  • ଦୁର୍ଘଟଣାରେ ଗାଡି ଚାଳକ ସମେତ ୩ ଯାତ୍ରୀ ଆହତ l ସୂଚନାଯୋଗ୍ୟ, ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ଗଳା ପୋଲ ଉପରେ ପୁରୀ ଟାଟା ଶାନ୍ତିଲତା ଯାତ୍ରିବାହୀ ବସ ଦ୍ରୁତଗତିରେ ଅତିକ୍ରମ କରୁଥିବା ସମୟରେ ଏକ ମାଛ ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରେ ଗାଡି ଚାଳକ ଅଜଗର ଆଲାମ (୪୮)ବର୍ଷ ସମେତ ଛଅ ଜଣ ଯାତ୍ରୀ ଆହତ ହୋଇଥିଲେ l ସେଥି ମଧ୍ୟରୁ ଚାରି ଜଣ ଗୁରୁତରଙ୍କୁ ସ୍ଥାନୀୟ ସମାଜସେବୀ ସୁରେଶ ଚନ୍ଦ୍ର ସାହୁ ଓ ଟିକୁ ବାରିକ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l ତେବେ ଏହି ବସରେ ୪୨ଜଣ ଯାତ୍ରୀଙ୍କୁ ପୁରୀରୁ ଟାଟା ଅଭିମୁଖେ ଯାଉଥିବା ଜଣାଯାଇଛି l
    2
    ଦୁର୍ଘଟଣାରେ ଗାଡି ଚାଳକ ସମେତ ୩ ଯାତ୍ରୀ ଆହତ l ସୂଚନାଯୋଗ୍ୟ, ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ଗଳା ପୋଲ ଉପରେ ପୁରୀ ଟାଟା ଶାନ୍ତିଲତା  ଯାତ୍ରିବାହୀ ବସ ଦ୍ରୁତଗତିରେ ଅତିକ୍ରମ କରୁଥିବା ସମୟରେ ଏକ ମାଛ ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରେ ଗାଡି ଚାଳକ ଅଜଗର ଆଲାମ (୪୮)ବର୍ଷ ସମେତ ଛଅ ଜଣ ଯାତ୍ରୀ ଆହତ ହୋଇଥିଲେ l ସେଥି ମଧ୍ୟରୁ ଚାରି ଜଣ ଗୁରୁତରଙ୍କୁ ସ୍ଥାନୀୟ ସମାଜସେବୀ ସୁରେଶ ଚନ୍ଦ୍ର ସାହୁ ଓ ଟିକୁ ବାରିକ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l ତେବେ ଏହି ବସରେ ୪୨ଜଣ ଯାତ୍ରୀଙ୍କୁ ପୁରୀରୁ ଟାଟା ଅଭିମୁଖେ ଯାଉଥିବା ଜଣାଯାଇଛି l
    user_Srikanta Biswal Adyasha Live
    Srikanta Biswal Adyasha Live
    Local News Reporter ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    10 hrs ago
  • ବଲାଙ୍ଗିର ଜିଲ୍ଲା ଶି୍ଧେକେଲା ଥାନା ଆନ୍ତରଗତ ସୁଧୀମୁଣ୍ଡା ଗଁl ନିକଟରେ ସରଶାରକିଟ ଯୋଗୁ ହୁତୁହୁତୁ ହୋଇ ଜଳିଗଲା କାର
    1
    ବଲାଙ୍ଗିର ଜିଲ୍ଲା ଶି୍ଧେକେଲା ଥାନା ଆନ୍ତରଗତ ସୁଧୀମୁଣ୍ଡା ଗଁl ନିକଟରେ ସରଶାରକିଟ ଯୋଗୁ ହୁତୁହୁତୁ ହୋଇ ଜଳିଗଲା କାର
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    18 hrs ago
  • ଜୟ ଶ୍ରୀ ରାମ! ଆଜିର ପବିତ୍ର ଦିନରେ, ସାରା ରାଜ୍ୟରେ ଶୁଣାଯାଉଛି ବଜରଙ୍ଗବଲୀଙ୍କ ଜୟଗାନ। ଏହି ବିଶେଷ ଦିନରେ, ବିଶେଷ କରି ମୟୂରଭଞ୍ଜର ବାରିପଦା ସହରରେ ଏକ ଅଭୂତପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।"
    1
    ଜୟ ଶ୍ରୀ ରାମ! ଆଜିର ପବିତ୍ର ଦିନରେ, ସାରା ରାଜ୍ୟରେ ଶୁଣାଯାଉଛି ବଜରଙ୍ଗବଲୀଙ୍କ ଜୟଗାନ। ଏହି ବିଶେଷ ଦିନରେ, ବିଶେଷ କରି ମୟୂରଭଞ୍ଜର ବାରିପଦା ସହରରେ ଏକ ଅଭୂତପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।"
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ମୟୂରଭଞ୍ଜ ଜିଲ୍ଲା ଲଙ୍ଗଳକଟା ସ୍ଥିତ ଶକ୍ତିମାନ୍ ଜିମ୍ ପକ୍ଷରୁ ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏ ଅବସରରେ ଅନୁଷ୍ଠାନର ପ୍ରତଷ୍ଠାତା ପରେଶ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଏକ ବିଶାଳ କ୍ରୀଡା ଓ ସାଂସ୍କୃତିକ ଶୋଭାଯାତ୍ରା ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଭଞ୍ଜପୁର ସ୍ଥିତ ଜଗଦ୍ଧାତ୍ରୀ ପଡିଆ ଠାରେ ସମାପ୍ତ ହୋଇଥିଲା। ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ପୂର୍ବତନ ବିଧାୟକ ରାଜ କିଶୋର ଦାସ, ବିଶିଷ୍ଟ ଶୀଳ୍ପପତି ଗିରିଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରକାଶ ଥାଉ କି ଏହି ଜିମ୍ ରୁ ତାଲିମ ପ୍ରାପ୍ତ ହୋଇ ଅନେକ ଛାତ୍ର ଛାତ୍ରୀ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜ ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି। ଏଥି ସହିତ କିଛି ଶିକ୍ଷାର୍ଥୀ ଅନେକ ବିଭାଗରେ ଚାକିରି ମଧ୍ୟ କରିଛନ୍ତି। #mayurbhanj #odia #shaktimaan #gym #annualfunction #baripada #mayurbhanjnews #dlhkhabar
    1
    ମୟୂରଭଞ୍ଜ ଜିଲ୍ଲା ଲଙ୍ଗଳକଟା ସ୍ଥିତ ଶକ୍ତିମାନ୍ ଜିମ୍ ପକ୍ଷରୁ ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏ ଅବସରରେ ଅନୁଷ୍ଠାନର ପ୍ରତଷ୍ଠାତା ପରେଶ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଏକ ବିଶାଳ କ୍ରୀଡା ଓ ସାଂସ୍କୃତିକ ଶୋଭାଯାତ୍ରା ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଭଞ୍ଜପୁର ସ୍ଥିତ ଜଗଦ୍ଧାତ୍ରୀ ପଡିଆ ଠାରେ ସମାପ୍ତ ହୋଇଥିଲା। ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ପୂର୍ବତନ ବିଧାୟକ ରାଜ କିଶୋର ଦାସ, ବିଶିଷ୍ଟ ଶୀଳ୍ପପତି ଗିରିଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରକାଶ ଥାଉ କି ଏହି ଜିମ୍ ରୁ ତାଲିମ ପ୍ରାପ୍ତ ହୋଇ ଅନେକ ଛାତ୍ର ଛାତ୍ରୀ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜ ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି। ଏଥି ସହିତ କିଛି ଶିକ୍ଷାର୍ଥୀ ଅନେକ ବିଭାଗରେ ଚାକିରି ମଧ୍ୟ କରିଛନ୍ତି।
#mayurbhanj #odia #shaktimaan #gym #annualfunction #baripada #mayurbhanjnews #dlhkhabar
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews 
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ଏପ୍ରିଲ 16ରୁ ବାରିପଦାରେ ବଳାଙ୍ଗୀ ମହୋତ୍ସବ ବୁଢାରାଉଳ ମଠରେ ଓଡ଼ିଆ ନବବର୍ଷ ପାଳନ ସହ ପ୍ରସ୍ତୁତି ବୈଠକ ବାରିପଦା ତା 14/4 (ପି.ଏନ.ଏସ.) ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 24ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2026 ଆସନ୍ତା ଏପ୍ରିଲ 16ରୁ 22 ତାରିଖ ପର୍ଯ୍ୟନ୍ତ 7ଦିନ ଧରି ପାଳିତ ହେବ. ଏହି ଅବସରରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ବାବା ବୁଢାରାଉଳ ମଠରେ ମହୋତ୍ସବ କମିଟି ତରଫରୁ ବିଧିବଦ୍ଧ ସଂକ୍ରାନ୍ତି ପୂଜା ଅନୁଷ୍ଠିତ ହୋଇ ଯାଇଛି. ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ସଭାପତି ଅଧ୍ୟକ୍ଷ୍ୟ ଅରବିନ୍ଦ ଦାସ, ଉପାଧ୍ୟକ୍ଷ୍ୟ ରାଜୀବ ଲୋଚନ ସେନାପତି, ବରିଷ୍ଠ ସଦସ୍ୟ ମନୋଜ କୁମାର କୁଅଁର, ଡ଼. ଶଶୀଧର ବିଶ୍ୱାଳ, ଭାଗବତ ପଣ୍ଡା, ଇନ୍ଦୁମତି ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, କୋଷାଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ସଦସ୍ୟ ପିତାମ୍ବର ମଲ୍ଲିକ, ନିରୋଜ ପୋଥାଳ, ପ୍ରାଧ୍ୟାପକ ସୁନୀଲ କୁମାର ନାୟକ, ସୋମନାଥ ସିଂହ, ମିଥୁନ ବାରିକ, ସନତ କୁମାର ବାରିକ, ଦିଲ୍ଲୀପ ପାତ୍ର, ଗୋଲୋକ ମହାନ୍ତି, ରଞ୍ଜିତ ପଲେଇ, ବିଜୁ ଜିତ, ରାଜ କିଶୋର ମହାନ୍ତ ପ୍ରମୁଖ ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ଚଳିତ ବର୍ଷ ମେଳା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ହେବ ସେବାବଦରେ ମତାମତ ରଖିଥିଲେ. ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯିବା ସହ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ମହୋତ୍ସବ ସ୍ଥଳରେ ମୟୁରଭଞ୍ଜ ଐତିହ୍ୟ ନେଇ ଏକ ସ୍ପଟ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ନିଆଯାଇଛି ବୋଲି ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ନାୟକ କହିଛନ୍ତି.
    1
    ଏପ୍ରିଲ 16ରୁ ବାରିପଦାରେ ବଳାଙ୍ଗୀ ମହୋତ୍ସବ
ବୁଢାରାଉଳ ମଠରେ ଓଡ଼ିଆ ନବବର୍ଷ ପାଳନ ସହ ପ୍ରସ୍ତୁତି ବୈଠକ 
ବାରିପଦା ତା 14/4 (ପି.ଏନ.ଏସ.)
ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 24ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2026 ଆସନ୍ତା ଏପ୍ରିଲ 16ରୁ 22 ତାରିଖ ପର୍ଯ୍ୟନ୍ତ 7ଦିନ ଧରି  ପାଳିତ ହେବ. ଏହି ଅବସରରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ବାବା ବୁଢାରାଉଳ ମଠରେ ମହୋତ୍ସବ କମିଟି ତରଫରୁ ବିଧିବଦ୍ଧ ସଂକ୍ରାନ୍ତି ପୂଜା ଅନୁଷ୍ଠିତ ହୋଇ ଯାଇଛି. ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ସଭାପତି ଅଧ୍ୟକ୍ଷ୍ୟ ଅରବିନ୍ଦ ଦାସ, ଉପାଧ୍ୟକ୍ଷ୍ୟ ରାଜୀବ ଲୋଚନ ସେନାପତି, ବରିଷ୍ଠ ସଦସ୍ୟ ମନୋଜ କୁମାର କୁଅଁର, ଡ଼. ଶଶୀଧର ବିଶ୍ୱାଳ, ଭାଗବତ ପଣ୍ଡା,  ଇନ୍ଦୁମତି ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, କୋଷାଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ସଦସ୍ୟ ପିତାମ୍ବର ମଲ୍ଲିକ, ନିରୋଜ ପୋଥାଳ, ପ୍ରାଧ୍ୟାପକ ସୁନୀଲ କୁମାର ନାୟକ,  ସୋମନାଥ ସିଂହ, ମିଥୁନ ବାରିକ, ସନତ କୁମାର ବାରିକ, ଦିଲ୍ଲୀପ ପାତ୍ର,  ଗୋଲୋକ ମହାନ୍ତି, ରଞ୍ଜିତ ପଲେଇ, ବିଜୁ ଜିତ, ରାଜ କିଶୋର ମହାନ୍ତ ପ୍ରମୁଖ ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ଚଳିତ ବର୍ଷ ମେଳା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ହେବ ସେବାବଦରେ ମତାମତ ରଖିଥିଲେ. ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯିବା ସହ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ମହୋତ୍ସବ ସ୍ଥଳରେ ମୟୁରଭଞ୍ଜ ଐତିହ୍ୟ ନେଇ ଏକ ସ୍ପଟ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ନିଆଯାଇଛି ବୋଲି ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ନାୟକ କହିଛନ୍ତି.
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ସବଙ୍ଗ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମରେ ଶ୍ରୀ ଶ୍ରୀ ଦୁର୍ଗା ମାଧବ ପଞ୍ଚୁକୁଣ୍ଡିଅ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଏକ ଦିବସୀୟ ମହାଯଜ୍ଞରେ ସୁଶାନ୍ତ ପଣ୍ଡା ଓ ଲୋପାମୁଦ୍ରା ପଣ୍ଡାଙ୍କ ସମେତ ଗ୍ରାମବାସୀ ମାନେ ସ୍ଥାନୀୟ ରେବ ନଦୀରୁ କଳସ ଶୋଭା ଯାତ୍ରାରେ ବାହାରି ଯଜ୍ଞ ସ୍ଥଳକୁ ଆଣିଥିଲେ। ପରେ ବିଧି ଅନୁସାରେ ମହାଯଜ୍ଞ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ପୂଜକ ପଣ୍ଡିତ ନିରଞ୍ଜନ ପଣ୍ଡା ,ପଣ୍ଡିତ ଦୟାନିଧି ପତ୍ରି,ଜନ୍ମେଜୟ ଦାଶ,ରାମ ମିଶ୍ରଙ୍କ ସମେତ ୧୫ରୁ ଅଧିକ ପଣ୍ଡିତ ଉପସ୍ଥିତ ରହି ମହାଯଜ୍ଞ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ। ଏହି ମହାଯଜ୍ଞ କରିବା ଦ୍ୱାରା ଗ୍ରାମ ତଥା ଗ୍ରାମବାସୀଙ୍କ ସୁରକ୍ଷା ଏବଂ ସମାଜର କଲ୍ୟାଣ ନିମନ୍ତେ ଏହି ଯଜ୍ଞ ୧୨ବର୍ଷ ଧରି କରିଆସୁଛନ୍ତି। ଏଥିରେ ମୁଖ୍ୟ ଉଦ୍ୟକ୍ତା ରବୀନ୍ଦ୍ର ଭଞ୍ଜ, ବାସୁଦେବ ଦଳେଇ, ବାବୁ ମାଝୀ,, ବିଷୁରାମ ମାଝୀ, ନିରଞ୍ଜନ ବରାଳ, ଗୋବିନ୍ଦ ମାଝୀ, ଧ୍ରୁବ ମାଝୀ, ଉପେନ୍ଦ୍ର ଭଞ୍ଜ, ଅମୂଲ୍ୟ ଜେନା, ବିଷ୍ଣୁ ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ମହାଯଜ୍ଞକୁ ସଫଳ କରାଇ ଥିଲେ। ଏଥିରେ ୫ରୁ ଅଧିକ ଗ୍ରାମର ଶତାଧିକ ଲୋକଙ୍କ ନିମନ୍ତେ ପ୍ରସାଦ ସେବନ କରିବା ବ୍ୟବସ୍ଥା କରାଯାଇଥିଲା।
    4
    ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ସବଙ୍ଗ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମରେ ଶ୍ରୀ ଶ୍ରୀ ଦୁର୍ଗା ମାଧବ ପଞ୍ଚୁକୁଣ୍ଡିଅ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।  ଏହି ଏକ ଦିବସୀୟ ମହାଯଜ୍ଞରେ ସୁଶାନ୍ତ ପଣ୍ଡା ଓ ଲୋପାମୁଦ୍ରା ପଣ୍ଡାଙ୍କ ସମେତ ଗ୍ରାମବାସୀ ମାନେ ସ୍ଥାନୀୟ ରେବ ନଦୀରୁ କଳସ ଶୋଭା ଯାତ୍ରାରେ ବାହାରି ଯଜ୍ଞ ସ୍ଥଳକୁ ଆଣିଥିଲେ। ପରେ ବିଧି ଅନୁସାରେ ମହାଯଜ୍ଞ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ପୂଜକ ପଣ୍ଡିତ ନିରଞ୍ଜନ ପଣ୍ଡା ,ପଣ୍ଡିତ ଦୟାନିଧି ପତ୍ରି,ଜନ୍ମେଜୟ ଦାଶ,ରାମ ମିଶ୍ରଙ୍କ ସମେତ ୧୫ରୁ ଅଧିକ ପଣ୍ଡିତ ଉପସ୍ଥିତ ରହି ମହାଯଜ୍ଞ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ। ଏହି ମହାଯଜ୍ଞ କରିବା ଦ୍ୱାରା ଗ୍ରାମ ତଥା ଗ୍ରାମବାସୀଙ୍କ ସୁରକ୍ଷା ଏବଂ ସମାଜର କଲ୍ୟାଣ ନିମନ୍ତେ ଏହି ଯଜ୍ଞ ୧୨ବର୍ଷ ଧରି କରିଆସୁଛନ୍ତି। ଏଥିରେ ମୁଖ୍ୟ ଉଦ୍ୟକ୍ତା ରବୀନ୍ଦ୍ର ଭଞ୍ଜ, ବାସୁଦେବ ଦଳେଇ, ବାବୁ ମାଝୀ,, ବିଷୁରାମ ମାଝୀ,  ନିରଞ୍ଜନ ବରାଳ, ଗୋବିନ୍ଦ ମାଝୀ, ଧ୍ରୁବ ମାଝୀ, ଉପେନ୍ଦ୍ର ଭଞ୍ଜ, ଅମୂଲ୍ୟ ଜେନା, ବିଷ୍ଣୁ ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ମହାଯଜ୍ଞକୁ ସଫଳ କରାଇ ଥିଲେ। ଏଥିରେ ୫ରୁ ଅଧିକ ଗ୍ରାମର ଶତାଧିକ ଲୋକଙ୍କ ନିମନ୍ତେ ପ୍ରସାଦ ସେବନ କରିବା ବ୍ୟବସ୍ଥା କରାଯାଇଥିଲା।
    user_Srikanta Biswal Adyasha Live
    Srikanta Biswal Adyasha Live
    Local News Reporter ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    14 hrs ago
  • ବିକାଶ'ର ଆଇନା ଦେଖାଇଲେ ଯୋଗୀ: ସଭାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିକାଶର ତୁଳନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଯେଉଁଠି ଉତ୍ତର ପ୍ରଦେଶରେ "ଡବଲ ଇଞ୍ଜିନ ସରକାର" ଯୋଗୁଁ 'ମାଫିଆ ରାଜ' ଶେଷ ହୋଇଛି ଏବଂ ବିକାଶ ତ୍ୱରାନ୍ୱିତ ହୋଇଛି, ସେଠି ପଶ୍ଚିମବଙ୍ଗରେ ଟିଏମସି ଶାସନରେ କେବଳ ଭ୍ରଷ୍ଟାଚାର ଏବଂ ହିଂସା ବୃଦ୍ଧି ପାଇଛି। ସେ ମମତା ସରକାରଙ୍କୁ "ତୁଷ୍ଟିକରଣ" ରାଜନୀତିର ସୌଦାଗର ବୋଲି ଆଖ୍ୟା ଦେଇଛନ୍ତି।
    1
    ବିକାଶ'ର ଆଇନା ଦେଖାଇଲେ ଯୋଗୀ:
ସଭାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିକାଶର ତୁଳନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଯେଉଁଠି ଉତ୍ତର ପ୍ରଦେଶରେ "ଡବଲ ଇଞ୍ଜିନ ସରକାର" ଯୋଗୁଁ 'ମାଫିଆ ରାଜ' ଶେଷ ହୋଇଛି ଏବଂ ବିକାଶ ତ୍ୱରାନ୍ୱିତ ହୋଇଛି, ସେଠି ପଶ୍ଚିମବଙ୍ଗରେ ଟିଏମସି ଶାସନରେ କେବଳ ଭ୍ରଷ୍ଟାଚାର ଏବଂ ହିଂସା ବୃଦ୍ଧି ପାଇଛି। ସେ ମମତା ସରକାରଙ୍କୁ "ତୁଷ୍ଟିକରଣ" ରାଜନୀତିର ସୌଦାଗର ବୋଲି ଆଖ୍ୟା ଦେଇଛନ୍ତି।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    22 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.