Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ କୁଷ୍ଠ ରୋଗ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ସ୍ତରୀୟ ସମ୍ୱନୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ ଉଷାରାଣୀ ଦାଶ କୁଷ୍ଠ ରୋଗ ସଚେତନତା ଉପରେ କମିଟି ବୈଠକରେ ସମସ୍ତ ସଦସ୍ୟ, ସଦସ୍ୟାଙ୍କୁ ଅବଗତ କରାଇଥିଲେଯେ, କୁଷ୍ଠ ରୋଗ ଚିକିତ୍ସା ଦ୍ଵାରା ଆରୋଗ୍ୟ ଅଟେ। କୁଷ୍ଠ ରୋଗୀମାନଙ୍କୁ ଘୃଣା ଓ ହତାଦର କରିବା ଅନୁଚିତ। କୌଣସି କୁଷ୍ଠ ରୋଗୀଙ୍କୁ ପାତର ଅନ୍ତର, ବିଭେଦ ସହିତ ଅସ୍ପୃଶ୍ୟ ରଖିବା ନାହିଁ, କୁଷ୍ଠ ରୋଗରୁ ଆରୋଗ୍ୟ ହେଲା ପରେ ସେମାନଙ୍କର ଥଇଥାନ ସହିତ ସରକାରୀ ଯୋଜନାର ଅନ୍ତର୍ଭୁକ୍ତ କରି ସରକାରୀ ସୁବିଧା ଯୋଗାଇଦେବା ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ଏସଂକ୍ରାନ୍ତରେ ଜିଲ୍ଲାପାଳ ଡ଼ ସାହୁ ଉପସ୍ଥିତ ସମସ୍ତଙ୍କୁ ଏକ ଶପଥ ପାଠ କରାଇଥିଲେ।
Ram Shankar Bhoi

More news from Sonepur and nearby areas
- ଟାୱାର ଉପରେ ଯୁବକ ନାକେଦମ ଦମକଳ ବାହିନୀ କର୍ମଜର୍ତ୍ତା ଓ ସ୍ଥାନୀୟ ଲୋକ l ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ l ସହର ର ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଟାୱାରରେ ସୁନାରିପଡା ର ଯୁବକ ସୁମିତ ସାହୁ ଚଢ଼ି ଯାଇଥିବାବେଳେ ଆଉ ଓହ୍ଲଉ ନାହାନ୍ତି l ଖବର ପାଇ ଦମକଳ ବାହିନୀ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକ ଯେତେ ବୁଝା ସୁଝା କରୁଥିଲେବି ସୁମିତ ଶୁଣୁ ନଥିବା କି ତଳକୁ ଓହ୍ଲାଉ ନଥିବା ଦେଖିବାକୁ ମିଳିଛି l ତେବେ ସୁମିତ ଟାୱାର ଉପରେ କାହା ସହିତ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି l ତେବେ ସୁମିତ କାହିଁକି ଟାୱାର ଉପରେ ଚଢ଼ିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ l1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇ ଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ସ୍କୁଲ ପରିଚାଳନା କମିଟିର ସଭାପତି ଅଶୋକ କୁମାର ସାହୁ, ପୂର୍ବତନ ସରପଞ୍ଚ ଡମ୍ବରୁ ଧର ସାହୁ,ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ।1
- ସରିଲା ପ୍ରସ୍ତୁତି,ବୌଦ୍ଧରେ ବେଶ୍ ଧୁମ୍ ଧାମ ରେ ପାଳନ ହେବ ସାଧାରଣତନ୍ତ୍ର ଦିବସ1
- Post by KOSAL TIMES1
- ye to gaya kam se1
- #ହାଏ ରେ ର ସି ଆ ତ ର ପୀରତି ବାଏ କଲରେ 🌹🇹🇯🇹🇯🇹🇯🇹🇯🇹🇯🇹🇯🇹🇯1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅଞ୍ଜଳିନା ପ୍ରଧାନ ବୈଠକରେ ଆଲୋଚ୍ୟ ବିଷୟ ବସ୍ତୁ ଅନୁଯାୟୀ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ବୈଠକରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ଉପ- ଜିଲ୍ଲାପାଳ, ସୋନପୁର, ଶ୍ରୀମତି ସୌମ୍ୟାରୁପା ରଥ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ବୀରମହାରାଜପୁର, ସୋନପୁର ସହରର ବୁଦ୍ଧିଜୀବୀ ବୃନ୍ଦ, ବରିଷ୍ଠ ନାଗରିକ ବୃନ୍ଦ, ସୋନପୁର ସହରର ବିଭିନ୍ନ ଅନୁଷ୍ଠାନ ମାନଙ୍କର ପ୍ରତିନିଧି ବୃନ୍ଦ, ବିଭିନ୍ନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟକ୍ଷା ଓ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ ଏହି ପ୍ରସ୍ତୁତି ବୈଠକରେ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକ ଶେଷରେ ଧନ୍ୟବାଦ୍ ଜ୍ଞାପନ କରିଥିଲେ।1
- ଜଙ୍ଗଲୀ ଭାଲୁ ଆକ୍ରମଣରେ ବନ କର୍ମଚାରୀ ଗୁରୁତର l ବୌଦ୍ଧ ଜିଲ୍ଲା କଣ୍ଟାମାଲ ବନାଞ୍ଚଳ ଅନ୍ତର୍ଗତ ବଘିହାବାହାଲ ଜଙ୍ଗଲରେ ବନ କର୍ମଚାରୀ ଖେମାନିଧି ଘିବିଲାକୁ ଜଙ୍ଗଲି ଭାଲୁ ଆକ୍ରମଣ କରିଥିବା ଜଣାପଡୁଛି l ଦିନ ୧୨ଟା ସମୟରେ ସେ ଗୋପାଳମାଳ ନର୍ସରୀରେ ଥିବା ସମୟରେ ଭାଲୁଟି ହଠାତ ତାଙ୍କ ସାମ୍ନାକୁ ଚାଲିଆସି ଆକ୍ରମଣ କରିଥିଲା l ବନ କର୍ମଚାରୀକୁ ଉଦ୍ଧାର କରି ସୁବର୍ଣ୍ଣପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ତାଙ୍କ ମୁହଁ ଓ ଜଙ୍ଗ ରେ ଗୁରୁତର ଆଘାତ ଲାଗିଛି l1
- #ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆ ରେ ହେଉଥିବା ୨୯ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିଥିବା ଝାଡ଼ଖଣ୍ଡ ବିଦ୍ୟାସାଗର ( ମହିଳା) କ୍ରିକେଟ ଏକାଡେମି ର ଅଧିନାୟିକା ସୋନିଆ କୁମାରୀ ଙ୍କ ସହ ପୀତାମ୍ବର ସାହୁ ଙ୍କ ସ୍ଵତନ୍ତ୍ର ସାକ୍ଷାତକାର1