Shuru
Apke Nagar Ki App…
ନୂଆପଡ଼ା ଜିଲ୍ଲାର କୋମନା ଥାନା ଅଧୀନରେ ଥିବା ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
Odisha News Express
ନୂଆପଡ଼ା ଜିଲ୍ଲାର କୋମନା ଥାନା ଅଧୀନରେ ଥିବା ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
More news from ଓଡ଼ିଶା and nearby areas
- ନୂଆପଡ଼ା ଜିଲ୍ଲାର କୋମନା ଥାନା ଅଧୀନରେ ଥିବା ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।1
- ବାଲେଶ୍ୱର ପୌରାଞ୍ଚଳର ୧୫ ନମ୍ବର ୱାର୍ଡ ଅନ୍ତର୍ଗତ ଖପରାପଦା ଅଞ୍ଚଳରେ ନିର୍ମିତ ଡ୍ରେନେଜ୍ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। କାମ ସରିବାର ମାତ୍ର ୭ ଦିନ ମଧ୍ୟରେ ଡ୍ରେନେଜ୍ର ଅନେକ ସ୍ଥାନ ଭାଙ୍ଗି ପଡ଼ିଛି, ଯାହା କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ସୂଚାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଏବଂ ୱାର୍ଡବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ୱାର୍ଡବାସୀମାନେ ଏହି କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରି ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।1
- ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳରେ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ଚଢଉ କରିଛି। ଏହି କାର୍ଯ୍ୟାନୁଷ୍ଠାନରେ ତିନିଜଣ ଡକାୟତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ଦଶଟି ଅଫୂଟା ଗୁଳି ଏବଂ ଗୋଟିଏ କାର ଜବତ ହୋଇଛି।1
- ବାଲେଶ୍ୱର ଜିଲ୍ଲାର ଭୋଗରାଇ ଟୁକୁରୀହାଜିରା ପଞ୍ଚାୟତର ଫୁଲବଣୀ ଗ୍ରାମରେ ଅବସ୍ଥିତ ପ୍ରତ୍ୟକ୍ଷ ଦେବୀ ମାଁ ନାଇକାଣୀ (ବନଦୁର୍ଗା) ମନ୍ଦିରର ନବକଳେବର ପ୍ରତିଷ୍ଠା ଦିବସ ବୁଧବାର ଧାର୍ମିକ ରୀତିନୀତି ଅନୁସାରେ ପାଳିତ ହୋଇଛି। ୨୦୧୦ ମସିହାରେ ଏକ ବୃଷଭ ଦ୍ୱାରା ଶହଶହ ବର୍ଷ ପୁରୁଣା ଜରାଜୀର୍ଣ୍ଣ ମନ୍ଦିର ଭାଙ୍ଗିଯିବା ପରେ, ଗ୍ରାମବାସୀଙ୍କ ସହାୟତାରେ ନୂତନ ମନ୍ଦିରର ନବକଳେବର କାର୍ଯ୍ୟ କରାଯାଇଥିଲା ଏବଂ ୨୦୧୨ ମସିହାରେ ଅଘୋରୀ ବାବାଙ୍କ ଦ୍ୱାରା ମାଁଙ୍କ ଆସ୍ଥାନର ପୁନଃ ପ୍ରତିଷ୍ଠା ହୋଇଥିଲା। ଏହି ସ୍ମୃତିକୁ ମନେ ପକାଇ ଜ୍ୟେଷ୍ଠ ମାସ-ଶୁକ୍ଳପକ୍ଷ ଦଶମୀ ତିଥି ଅନୁସାରେ, ଗୋପାଳ ନନାଙ୍କ ପୂଜାପାଠ ମଧ୍ୟରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଖିରୀ ଓ ଖେଚୁଡ଼ି ପ୍ରସାଦ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି, ପୂଜକ ଦୁର୍ଗାଶଙ୍କର ପଣ୍ଡା (କୁନା), ସେବାୟତ ସୁଜାତା ପ୍ରଧାନଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସାମିଲ ହୋଇଥିଲେ। ସରକାରଙ୍କ ଦ୍ୱାରା ମାଁଙ୍କ ପୀଠରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିଲେ ମଧ୍ୟ, ତାହା ଏପର୍ଯ୍ୟନ୍ତ ମନ୍ଦିର ପରିଚାଳନା କମିଟିକୁ ହସ୍ତାନ୍ତର କରାଯାଇନାହିଁ। ସେହିପରି, ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ହାଇମାସ୍କ ଲାଇଟ୍ ବର୍ତ୍ତମାନ ଅକାମୀ ହୋଇପଡ଼ିଛି। ପୂର୍ବ ଭାରତ ପ୍ରସିଦ୍ଧ ଚନ୍ଦନେଶ୍ୱର ଓ ମହାଦେଶର ସର୍ବବୃହତ ଶିବଲିଙ୍ଗ ଭୁଷଣ୍ଡେଶ୍ୱର ପୀଠକୁ ସଂଯୋଗ କରୁଥିବା ରାସ୍ତାର ମଧ୍ୟସ୍ଥଳରେ ଏହି ମନ୍ଦିର ଥିଲେ ମଧ୍ୟ, ସରକାରଙ୍କ ତରଫରୁ ଏଠାରେ କୌଣସି ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯାଇନାହିଁ। ଏଥିଯୋଗୁଁ ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସୁବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଧିବାସୀମାନେ ଦାବି କରିଛନ୍ତି।4
- ବାରିପଦା ପୌରାଞ୍ଚଳର ୬ ନମ୍ବର ୱାର୍ଡରେ ଚାଲିଥିବା ଡ୍ରେନ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଏବଂ ସରକାରୀ ଜମି ଜବରଦଖଲକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଅଭିଯୋଗ ରହିଛି ଯେ, ପୌର ପ୍ରଶାସନ ବେଆଇନ ଜବରଦଖଲକାରୀଙ୍କୁ ତିନି ଥର ନୋଟିସ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଅଞ୍ଚଳବାସୀଙ୍କ କହିବାନୁଯାୟୀ, ଗଳିର ରାସ୍ତା ଓ ଡ୍ରେନ ଜବରଦଖଲ ଯୋଗୁଁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ି ଚଳାଚଳ କରିପାରୁନାହିଁ। ଏହା ସହିତ, ଚାଲିଥିବା ଡ୍ରେନ କାର୍ଯ୍ୟରେ ସଠିକ୍ ଲମ୍ବ, ପ୍ରସ୍ଥ ଓ ଉଚ୍ଚତା ରଖାଯାଉ ନଥିବାରୁ ଆଗକୁ ଡ୍ରେନ ପାଣି ଘରେ ପଶିବାର ଆଶଙ୍କା ରହିଛି। ରିହାନା ବେଗମ୍ ଓ ଶେଖ୍ ଲାଇକୁଙ୍କ ସମେତ ଅନ୍ୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ନିର୍ମାଣ ସାମଗ୍ରୀ ଲୋକଙ୍କ ବ୍ୟକ୍ତିଗତ ଜାଗାରେ ଜବରଦସ୍ତ ପକାଯାଉଛି। ଏହି ସମସ୍ୟା ନେଇ ବାରିପଦା ବିଧାୟକ ପ୍ରକାଶ ସୋରେନ ଜିଲ୍ଲାପାଳଙ୍କୁ ଚିଠି ଲେଖି ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ସ୍ତରରେ ମଧ୍ୟ ପୋଲିସ ସହାୟତାରେ ଜବରଦଖଲ ହଟାଇବାକୁ କୁହାଯାଇଥିଲା। ତେବେ, ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ବିଭାଗୀୟ ଅଧିକାରୀମାନେ ଏହି ନିର୍ଦ୍ଦେଶକୁ ଏଡ଼ାଇ ଯାଉଛନ୍ତି। ଏହାକୁ ବିରୋଧ କରି ଆଜି ଉତ୍ୟକ୍ତ ଅଞ୍ଚଳବାସୀ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ପ୍ରଥମେ ସରକାରୀ ଜମି ମାପଚୁପ କରି ରାସ୍ତାକୁ ଖାଲି କରିବା ପାଇଁ ଦାବି କରିଛନ୍ତି।3
- ଓଡ଼ିଶାରେ ପାଠ୍ୟପୁସ୍ତକରେ ତ୍ରୁଟିର ପାହାଡ଼କୁ ନେଇ ସରକାର ବର୍ତ୍ତମାନ ଘେରାଉରେ ପଡ଼ିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଏପରି ପ୍ରଶ୍ନ ଉଠିଛି ଯେ, ଓଡ଼ିଆ ଅସ୍ମିତା କେବଳ ଭାଷଣରେ ହିଁ ସୀମିତ କି?1
- ବନ୍ଧୁଗାଁ ବ୍ଲକରେ 'ବିକାଶର ଧାରା ଓଡ଼ିଶା ସାରା' ନାମକ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଛି।1
- ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସିମୁଳିଆର ଜାମ୍ମୁଝାଡ଼ି ଛକରେ ଏକ ଦୁଃଖଦ ଘଟଣାରେ ଜଣେ ବୃଦ୍ଧ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି।1