*ଗୁଣ୍ଡିଚାପଡ଼ାରେ ୧୧ରୁ ସାରଳା ଫୁଟବଲ କ୍ଲବ୍ର ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ* ଢେଙ୍କାନାଳ (ପ୍ରତିନିଧି): ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ସାରଳା ଫୁଟବଲ କ୍ଲବ୍, ତତ୍ୱାବଧାନରେ ବହୁପ୍ରତୀକ୍ଷିତ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆସନ୍ତା ୧୧ ଜାନୁଆରୀ ଠାରୁ ୧୮ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ରତ୍ନପ୍ରଭା ଦେବୀ ମିନି ଷ୍ଟାଡିୟମ୍, ଗୁଣ୍ଡିଚାପଡ଼ାରେ ଆୟୋଜିତ ହେବ। ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ ୧୧ ଜାନୁଆରୀରେ ବିଜେଏଫ୍ସି ବଳରାମପୁର ଓ ଅହମଦିୟା ଫୁଟବଲ୍ କ୍ଲବ୍ ମୁକ୍ତାଦେଇପୁର ମଧ୍ୟରେ ଖେଳାଯିବ। ୧୨ ଜାନୁଆରୀରେ ଦ୍ୱିତୀୟ ମ୍ୟାଚ୍ରେ ସାରଳା କ୍ଲବ୍ ଗୁଣ୍ଡିଚାପଡ଼ା ଓ ବିଏଫ୍ସି ସିଆରିଆ ମୁହାଁମୁହିଁ ହେବେ। ୧୩ ଜାନୁଆରୀରେ ମ୍ୟାଚ୍–୩ ରେ ଖୁଣ୍ଟୁକଟା ଏଫ୍ସି ଏବଂ ସିଏଫସି ତାଳବରକୋଟ ଅଂଶଗ୍ରହଣ କରିବ। ୧୪ ଜାନୁଆରୀରେ ମ୍ୟାଚ୍–୪ ରେ ଏମ୍ଏମ୍ଏଫ୍ସି ବନମାଳୀପ୍ରସାଦ ଓ ଜେଡିଏଫ୍ସି ସାଇଁବିରି ମଧ୍ୟରେ ମୁକାବିଲା ହେବ। ୧୫ ଜାନୁଆରୀରେ ମ୍ୟାଚ୍–୫ ରେ ୟୁଜେଏଫ୍ସି ପଙ୍କାଳ ଓ ମ୍ୟାଚ୍–୪ର ବିଜେତା ଦଳ ମଧ୍ୟରେ ଖେଳାଯିବ। ସେମିଫାଇନାଲ୍ ପର୍ଯ୍ୟାୟରେ ୧୬ ଜାନୁଆରୀରେ ସେମିଫାଇନାଲ୍–୧ ମ୍ୟାଚ୍–୧ ଓ ମ୍ୟାଚ୍–୨ର ବିଜେତା ଦଳ ମଧ୍ୟରେ ହେବ। ସେହିପରି ୧୭ ଜାନୁଆରୀରେ ସେମିଫାଇନାଲ୍–୨ ମ୍ୟାଚ୍–୩ ଓ ମ୍ୟାଚ୍–୫ର ବିଜେତା ଦଳ ମଧ୍ୟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍ ୧୮ ଜାନୁଆରୀ ୨୦୨୬ରେ ସେମିଫାଇନାଲ୍ ବିଜେତା ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଅଞ୍ଚଳର ଯୁବ ଖେଳାଳିମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବା ସହ ସ୍ଥାନୀୟ କ୍ରୀଡ଼ା ସଂସ୍କୃତିକୁ ନୂଆ ଉତ୍ସାହ ମିଳିବ ବୋଲି ସାରଳା ଫୁଟବଲ କ୍ଲବ୍ ପରିଚାଳକ ମହିଉଦ୍ଦିନ ଖାଁ କହିଛନ୍ତି।

- AGNEYA 2026 3rd day with Amiti mishra2
- GET. TOGETHER, 2026 Bach2004-06 D. I. E. T, ଖୋର୍ଦ୍ଧା VENUE ମା BARUNE TEMPLE1
- Post by User5115 Susanta Kumar Pattnaik1
- Post by ଟଙ୍କଧର .ମେହେର1
- ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ1
- ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଦେବଦୂତ ସେବା ପରିଷଦ' ପକ୍ଷରୁ ପ୍ରତାପପ୍ରସାଦ ସ୍ଥିତ ମା' ଭୈରବୀଙ୍କ ପୀଠରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନ ନିଜର ବିଭିନ୍ନ ସେବାମୂଳକ କାର୍ଯ୍ୟ ପାଇଁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ସମାଜ ସେବା ଓ ରୋଗୀ ସେବା: ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ସର୍ବଦା ଆଗଧାଡ଼ିରେ ରହିଥାଏ 🤝। ରକ୍ତଦାନ: ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ଜୀବନ ରକ୍ଷା କରିବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ଚେଷ୍ଟା କରନ୍ତି 🩸। ଗୋ ସେବା: ବିଶେଷ କରି ଗୋମାତାଙ୍କ ସେବା ଓ ସୁରକ୍ଷା କ୍ଷେତ୍ରରେ ଏହି ପରିଷଦ ନୟାଗଡ଼ ଜିଲ୍ଲାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି 🐄।3
- ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ଆର୍ଥିକ ସହାୟତା ପ୍ରଦାନ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବଦଗବପୂର୍ ଗ୍ରାମର ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, କ୍ରିଷ୍ଣାଙ୍କ ପିତା ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | କ୍ରିଷ୍ଣା ଜନ୍ମରୁ ଥାଲାସେମିଆ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ। ଅର୍ଥାଭାବରୁ ବାପା ତାଙ୍କର ଚିକିସ୍ଥା କରାଇବାରେ ଅସମର୍ ।| ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୁଧାକର ମହାନ୍ତି,ବିଶ୍ଵନାଥ ସ୍ଵାଇଁ, ହରେକୃଷ୍ଣ ବେହେରା ଏବଂ ସତ୍ୟବ୍ରତ ଦାସ ପ୍ରମୂଖ କ୍ରିଷ୍ଣାଙ୍କ ବାସଭବନରେ ପହଞ୍ଚି ତାଙ୍କ ବାପାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ତାଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |1
- AGNEYA 2026, 3rd day2