Shuru
Apke Nagar Ki App…
Jay kala _ jay Kalinga
More news from Ganjam and nearby areas
- ଦୀର୍ଘ ଦେଢ଼ ବର୍ଷ ପରେ ଆସିକା କଳିଙ୍ଗ ରୋଡ଼ ସ୍ଥିତ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ଗୃହର ତାଲା ଖୋଲିଲା। ସମାଜର ବୈଜେଷ୍ଠ ଓ ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ପରେ ବରଗାଁ ମଣ୍ଡଳ ସମାଜ ଗୃହର କାର୍ଯ୍ୟାଳୟ ପୁନର୍ବାର କାର୍ଯ୍ୟକ୍ଷମ ହୋଇଥିବା ଦେଖି ସମାଜ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି।4
- ରାଉଲକେଲାରେ କ୍ରାଶ ହେଇଥିବା ବିମାନର ମାଲିକ ଆସି ପହଞ୍ଚିଲେ ଆଉ କହିଦେଲେ ସତ ଯେ ଏହି ବିମାନରେ ଥିଲା ବଡ଼ ସିକ୍ରେଟ୍ #roukela #trending #odisha #odishabhaskar1
- ପୋଲସରା ବ୍ଲକ୍ ହାତୀଓଟ ଜରାଶ୍ରମ ଠାରେ ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଓ ଅଖଣ୍ଡଦୀପ ଶତାବ୍ଦୀ ବର୍ଷ ମହୋତ୍ସବ -(୨୦୨୬) ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଛୁଆ ପାଇଁ ଗୁଆ ଖୋଜା, ଅଟ୍ରିରେ ନିଆରା ମକର ମେଳା ଖୋର୍ଦ୍ଧା:- ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରି ଉଷ୍ଣପ୍ରସବଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଉଛନ୍ତି । ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ ପବିତ୍ର ପୀଠ ଚଳଚଞ୍ଚଳ ହୋଇଉଠିଛି । ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ । ପୁରାଣ ଅନୁଯାୟୀ, ଦକ୍ଷ ରାଜାଙ୍କ ଯଜ୍ଞକୁଣ୍ଡ ଭାବରେ ପରିଚିତ ଏହି ସ୍ଥାନ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନ ଅର୍ଦ୍ଧରାତ୍ରିରୁ ସନ୍ତାନ ନଥିବା ନାରୀମାନେ ମହାଦେବ ହଟକେଶ୍ୱରଙ୍କ ପାଖରେ ମାନସିକ କରି କୁଣ୍ଡରୁ ଗୁଆ ଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ । ତେଣୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଏଠାରେ ମକର ସଂକ୍ରାନ୍ତି ଠାରୁ ମାଘ ସପ୍ତମୀ ଦିନ ପର୍ଯ୍ଯନ୍ତ ଧରି ମକର ମେଳା ଚାଲିଥାଏ । ମକର ମେଳାରେ ହଜାର ହଜାର ଲୋକଙ୍କ ଗହଳି ଲାଗୁଥିବାରୁ ଧାଡି ଦର୍ଶନ ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଏନେଇ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ କହିଛନ୍ତି, “ଅଟ୍ରି ମକର ମେଳାକୁ ସରସ ସୁନ୍ଦର କରିବା ପାଇଁ ମହୋତ୍ସବର ଆୟୋଜନ କରାଯାଇଛି । ବିଶ୍ବାସ ରହିଛି ଯେ, ସନ୍ତାନ ନଥିବା ନାରୀମାନେ ମାନସିକ କରି ବାବା ହଟକେଶ୍ବରଙ୍କ ପୀଠରେ ଥିବା ଗୁଆ ଖୋଜା କୁଣ୍ଡରୁ ଗୁଆ ଖୋଜି ପାଇ ତାକୁ ସେବନ କଲେ ସନ୍ତାନଲାଭ ହୋଇଥାଏ । ସାରା ରାଜ୍ୟରୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ବାବା ହଟକେଶ୍ବରଙ୍କ ପୀଠକୁ ଆସିଛନ୍ତି । ସୁରକ୍ଷ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।2
- ଶୀର୍ଷକ: 🚩 ଜୟ ମା' ଭୁଇଁଆଣି 🚩 ଆଜି ନୟାଗଡ଼ର ସୋଲପଟା ପଞ୍ଚାୟତସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା' ଭୁଇଁଆଣିଙ୍କ ପବିତ୍ର ପୀଠରେ ମକର ଯାତ୍ରା ଦର୍ଶନ କରି ମନ ଶାନ୍ତିରେ ଭରିଗଲା। ୩୦,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ମାଆଙ୍କ ପ୍ରତି ସଭିଙ୍କ ଅତୁଟ ବିଶ୍ୱାସ ଦେଖିଲେ ମନେହୁଏ ଏହି ପୀଠ ପ୍ରକୃତରେ ଏକ ଅନନ୍ୟ ସ୍ଥଳୀ। 🙏 ମାଆଙ୍କ ଆଶିଷରୁ ସବୁ କିଛି ମିଳୁଛି, କିନ୍ତୁ ଏହି ପୀଠର ବିକାଶ ପାଇଁ ଆଉ ଟିକେ ଆନ୍ତରିକତାର ଆବଶ୍ୟକତା ରହିଛି। ଯଦି ସରକାର ଓ ସଂସ୍କୃତି ବିଭାଗ ଏହି ପୀଠକୁ 'ପର୍ଯ୍ୟଟନ ସ୍ଥଳୀ' ର ମାନ୍ୟତା ପ୍ରଦାନ କରନ୍ତେ ଏବଂ ମନ୍ଦିରକୁ ଯିବା ପାଇଁ ରାସ୍ତାଘାଟର ଉନ୍ନତି ହୁଅନ୍ତା, ତେବେ ହଜାର ହଜାର ଭକ୍ତଙ୍କ ପାଇଁ ଏହା ବହୁତ ସୁବିଧାଜନକ ହୁଅନ୍ତା।4
- ଦୀର୍ଘଦିନର ଅନ୍ତ ଘଟିଛି- ପାହାଡ଼ ସାହି ପିଚୁ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଦେଲେ କନ୍ଧମାଳ ସାଂସଦ ---- ଜି.ଉଦୟଗିରି, ୧୪/୦୧(ଚିନ୍ମୟ) ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାହାଡ଼ ସାହି ରାସ୍ତା ନିର୍ମାଣ ପାଇଁ ସାହି ବାସିନ୍ଦା ଙ୍କ ତରଫରୁ କରାଯାଇଥିବା ଦୀର୍ଘଦିନର ଦାବି ଓ ଅପେକ୍ଷାର ଅନ୍ତ ଘଟିଛି , ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ, ଉପାଧ୍ଯକ୍ଷ ସନ୍ତୋଷ କୁମାର ବାଘ, କାଉନ୍ସିଲର ଜାକେଶ କୁମାର ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସାହୁ ଓ ଏମଇ ଅସିତ୍ କୁମାର ସେଠୀ ଙ୍କ ଅ଼ଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ କରିବା ର ତତ୍ପରତା ଯୋଗୁଁ ପ୍ରାୟ ୧୪ ଲକ୍ଷ ଟଙ୍କା ବ୍ୟୟରେ ବ୍ଲକ ଛକ ଠାରୁ ନୂଆସାହି ଚର୍ଚ୍ଚ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ପାଇଁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଭିତ୍ତିପ୍ରସ୍ତର ଦେଇଛନ୍ତି। ଏହି ଅବସରରେ କାଉନ୍ସିଲର ଓ ସାହି ବାସିନ୍ଦା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। 🙏1
- ବେଗୁନିଆପଡା ବ୍ଲକ ବି. ନୂଆଗାଁ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ୨୩ତମ ସ୍ୱନକ୍ଷତ୍ର ଉତ୍ସବ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ। ଛାତ୍ରଛାତ୍ରୀଙ୍କ ଶାରୀରିକ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା3
- ସକାଳୁ ସକାଳୁ ଭୟଙ୍କର ଟ୍ରେନ ଦୁର୍ଘଟଣା, ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଟ୍ରେନର ଏକ ବଗି ଉପରେ ପଡ଼ିଲା ଭାରୀ କ୍ରେନ୍, ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡାକ୍ତରୀ ଏବଂ ଉଦ୍ଧାର କାରି ଦଳ ପହଞ୍ଚି ଉଦ୍ଧାର କରୁଛନ୍ତି । ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ, ୩୦ ଗୁରୁତର ହୋଇଥିବା ସୂଚନା I #rescue #police #train #firedepartment #odishabhaskar #Northeast #Thailand1
- ସକାଳୁ ସକାଳୁ ଭୟଙ୍କର ଟ୍ରେନ ଦୁର୍ଘଟଣା, ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଟ୍ରେନର ଏକ ବଗି ଉପରେ ପଡ଼ିଲା ଭାରୀ କ୍ରେନ୍, ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡାକ୍ତରୀ ଏବଂ ଉଦ୍ଧାର କାରି ଦଳ ପହଞ୍ଚି ଉଦ୍ଧାର କରୁଛନ୍ତି । ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ, ୩୦ ଗୁରୁତର ହୋଇଥିବା ସୂଚନା I ଗଣେଶ ପାଣିଗ୍ରାହୀ ରିପୋର୍ଟ #rescue #police #train #firedepartment #odishabhaskar #Northeast #Thailand1