Shuru
Apke Nagar Ki App…
ଯବାନ ମାନଙ୍କ ଦ୍ଵାରା ମାଓକ୍ୟାମ୍ପ ଠାବ ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଥାନା ଅନ୍ତର୍ଗତ ଶୋଭା ଜଙ୍ଗଲରେ ଯବାନ ମାନଙ୍କ ଦ୍ଵାରା ମାଓକ୍ୟାମ୍ପ ଠାବ ହୋଇଛି । ପୋଲିସର ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଶୋଭା ଜଙ୍ଗଲରେ ପ୍ରାୟ ୨୦ଜଣସଶସ୍ତ୍ର ମାଓବାଦୀ କେମ୍ପ୍ କରିଥିଲେ । ଏହି ସୂଚନା ପାଇବାପରେ ଇ-୩୦ ପୁଲିସ,୨୦୭ କୋବ୍ରା ବାଟାଲିୟନ ଓ ସିଆରପିଏଫ ଯବାନଙ୍କ ମିଳିତ କୁମ୍ବିଂ ଅପରେଶନ କରାଯାଇଥିଲା । ଶୋଭା ଜଙ୍ଗଲରେ କିଛି ସମୟ ଧରି ଉଭୟ ଜବାନ ଓ ମାଓ ବାଦୀଙ୍କ ମଧ୍ୟରେ ଗୁଳିବିନିମୟ ମଧ୍ଯ ହୋଇଥିଲା । ହେଲେ ଜବାନମାନଙ୍କ ସହ ମୁକାବିଲା କରିନପାରି ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ପରେ ସେଠାରୁ ଜବାନ ମାନେ ବହୁ ସାମଗ୍ରୀ ଓ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି l ଏବେବି ସଂପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେଶନ ଜାରି ରହିଛି ଗରିଆବନ୍ଦ ଏସପି ସୂଚନା ଦେଇଛନ୍ତି l ଗଣେଶ ପାଣିଗ୍ରାହୀ ରିପୋର୍ଟ
GANESH PANlGRAHl

More news from ଓଡ଼ିଶା and nearby areas
- Post by Jay kala _ jay Kalinga1
- Post by Chocolate boy Kumar1
- ବ୍ରହ୍ମପୁର ହରିଡ଼ାଖଣ୍ଡି ଛକରେ ଉଠା ଦୋକାନୀଙ୍କ ବିକ୍ଷୋଭ.....1
- ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମପଞ୍ଚାୟତ ଠାରେ R C B ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କଲେ ଖଲ୍ଲିକୋଟର ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠି l2
- କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani1
- ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ, କଇଁପୁର ଠାରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଗଜପତି ଜିଲ୍ଲା ସିଭିଲ ଜଜ୍ଙ୍କ ତତ୍ଵାବଧାନରେ ମହେନ୍ଦ୍ର ତନୟ ଆଶ୍ରମ ବିଦ୍ୟାଳୟ ପରିସରସ୍ଥ ବାଲ୍ୟ ବିବାହ, ପରିବେଶ ସଚେତନା, ନିଶା ନିବାରଣକୁ ଆଧାରକରି ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସରକାରୀ ଏସ ଏସ ଡି ବିଦ୍ୟାଳୟର ଛାତ୍ରଛାତ୍ରୀ, ନିକଟସ୍ଥ ଅଙ୍ଗନବାଡି କର୍ମୀ ସମୂହ ଆଠ ଶହ ପାଖାପାଖି ଲୋକମାନେ ଯୋଗଦେଇଥିଲେ, ଉକ୍ତ ସଭାରେ ଗଜପତି ଜିଲ୍ଲାର ସିଭିଲ ଜର୍ଜ ଶ୍ରୀଯୁକ୍ତ ବିମଲ ରାହୁଲ, ସିଡ଼ିପିଓ ବି କମଳାଙ୍ଗୀ, ଗାରାବନ୍ଧ ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନିଶିକା,କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ସୌମ୍ୟରଞ୍ଜନ ଶବର, ରାୟଗଡ ଏବିଇଓ ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା,କଇଁପୁର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ଶବର, ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ମ୍ୟାନେଜିଙ୍ଗ କମିଟିର ସଦସ୍ୟ ଶ୍ରୀଯୁକ୍ତ ସନ୍ୟାସୀ କାର୍ଜୀ, ମହେନ୍ଦ୍ରଗିରି ଉନ୍ନୟନ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ଭାସ୍କର ମଣ୍ଡଳ ଆଦି ପ୍ରମୁଖ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉକ୍ତ ସଦସ୍ୟମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ନେଇ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟରୁ କଇଁପୁର ପର୍ଯ୍ୟନ୍ତ "ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ", ସ୍ଲୋଗାନ ଦ୍ୱାରା ପଦଯାତ୍ରା କରାଯାଇଥିଲା। ପଦଯାତ୍ରା ପରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଗଜପତି ଜିଲ୍ଲାର ସିଭିଲ ଜର୍ଜ ଶ୍ରୀଯୁକ୍ତ ବିମଲ ରାହୁଲ, କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ସୌମ୍ୟରଞ୍ଜନ ଶବର, ସିଡ଼ିପିଓ ବି କମଳାଙ୍ଗୀ ପ୍ରଭୁତି ମାନ୍ୟଗଣ୍ୟ ବ୍ୟକ୍ତିମାନେ ପରିବେଶ ପ୍ରଦୂଷଣର କାରଣ, ନିଶା ସେବନର କୁପରିଣାମ ଓ ବାଲ୍ୟ ବିବାହ ପ୍ରଥା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସଭା ଶେଷରେ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ସଭାକାର୍ଯ୍ୟକୁ ବିରତି ପ୍ରଦାନ କରିଥିଲେ ।1
- କବିସୂର୍ଯ୍ୟନଗର ଗୋବିନ୍ଦପୁର ଗାଁରେ ମାଙ୍କଡକୁ ପିଟିପିଟି ହତ୍ୟା । ମୃତ ମାଙ୍କଡକୁ ଖୁଣ୍ଟରେ ଝୁଲାଇ ଦେଲା ହତ୍ୟାକାରୀ । ସତରେ ସାମାନ୍ୟ ଫସଲ ଖାଇଦେଲା ବୋଲି ରାମଙ୍କ ବାହାନ ମାଙ୍କଡକୁ ହତ୍ୟା କରିଦେଲା ମଣିଷ । ଏପଟେ ବନ ବିଭାଗ କେବଳ ଖବର ପାଇ ମାଙ୍କଡର ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଅ।ରମ୍ଵ କରିଛି । ତେବେ ମଣିଷ ହତ୍ୟାକାରୀକୁ ଯଦି ଦଣ୍ଡ ଅଛି ମାଙ୍କଡ ହତ୍ୟାକାରୀକୁ କି ଦଣ୍ଡ ଅଛି ବନ ବିଭାଗ କହିପାରୁନାହିଁ । ଯାହାକି ଏବେ ଚିନ୍ତାର କାରଣ ହୋଇଛି ଗଣେଶ ପାଣିଗ୍ରାହୀ ରିପୋର୍ଟ1
- କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani1
- Post by AK14TV1