ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟି ବୈଠକ ବ୍ଲକ ଛେଣ୍ଡିପଦା ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ:- ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଚାଙ୍ଗୁଡ଼ିଆ, ବ୍ରାହ୍ମଣବିଲ, କୋଶଳା ପଞ୍ଚାୟତ ର ସନ୍ତରାବନ୍ଧ, ବଡବେରେନା, ବହିଆଲି ଜଙ୍ଗଲ, ଟାକୁଆ, ଭଗୀଲାକଟା, କଙ୍କୃପାଲ୍ ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଲି ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲ୍ ଡ୍ରେନ୍ ଦ୍ୱାରା ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଅଙ୍ଗନାୱାଡି କର୍ମୀ, ୱାଡମେମ୍ୱର, ଆଶା, କିଶୋରୀ ଏବଂ ଗ୍ରାମ ର କିଛି ସଦସ୍ୟ ଉପସ୍ଥିତ ଥିଲେ l ଶିଶୁଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ , ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଲନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା ହୋଇଥିଲା l ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା l ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଓ ଅଭିଷେକ ମହାପାତ୍ର ଙ୍କ ତତ୍ୱା ବଧାନ ରେ ପ୍ରକଳ୍ପ ସହଯୋଗୀ ସୁନୀତା ମାଝୀ ସଭା ପରିଚାଳନା କରିଥିଲେ l ଶେଷ ରେ ଶପଥ ପାଠ କରାଇଥିଲେ ଏବଂ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l
ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟି ବୈଠକ ବ୍ଲକ ଛେଣ୍ଡିପଦା ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ:- ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଚାଙ୍ଗୁଡ଼ିଆ, ବ୍ରାହ୍ମଣବିଲ, କୋଶଳା ପଞ୍ଚାୟତ ର ସନ୍ତରାବନ୍ଧ, ବଡବେରେନା, ବହିଆଲି ଜଙ୍ଗଲ, ଟାକୁଆ, ଭଗୀଲାକଟା, କଙ୍କୃପାଲ୍ ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଲି ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲ୍ ଡ୍ରେନ୍ ଦ୍ୱାରା ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଅଙ୍ଗନାୱାଡି କର୍ମୀ, ୱାଡମେମ୍ୱର, ଆଶା, କିଶୋରୀ ଏବଂ ଗ୍ରାମ ର କିଛି ସଦସ୍ୟ ଉପସ୍ଥିତ ଥିଲେ l ଶିଶୁଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ , ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଲନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା ହୋଇଥିଲା l ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା l ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଓ ଅଭିଷେକ ମହାପାତ୍ର ଙ୍କ ତତ୍ୱା ବଧାନ ରେ ପ୍ରକଳ୍ପ ସହଯୋଗୀ ସୁନୀତା ମାଝୀ ସଭା ପରିଚାଳନା କରିଥିଲେ l ଶେଷ ରେ ଶପଥ ପାଠ କରାଇଥିଲେ ଏବଂ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l
- Slug: ଚୁକ୍ତିନାମା ଖିଲାପ କରି କାରଖାନା ଚଳାଇବାକୁ ଧମକ ଅଭିଯୋଗ.. Anchor: ଢେଙ୍କାନାଳର କଳିଙ୍ଗ ଝୁଟ୍ ପ୍ରଡକ୍ଟସ୍ କାରଖାନା ବିରୋଧରେ ଶ୍ରମିକ ସଂଘ ଆଣିଛି ସଙ୍ଗୀନ ଅଭିଯୋଗ, ଚୁକ୍ତିନାମାର ସମାଧାନ ନକରି ଏବଂ ଶ୍ରମିକଙ୍କ ବକେୟା ଇପିଏଫ୍ ପୈଠ ନକରି କାରଖାନା ଚଳାଇବାକୁ ଧମକ ଦିଆଯାଉଥିବା ସଂଘ ଅଭିଯୋଗ କରିଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଳିଙ୍ଗ ଝୁଟ୍ ପ୍ରଡକ୍ଟସ୍ ଲେବର ୟୁନିୟନ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୬ ତାରିଖରୁ କାରଖାନାରେ ତାଲାବନ୍ଦ ରହିଛି, ଚୁକ୍ତିନାମାକୁ ୧୧ ମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ,ଏହା ସହିତ ଶ୍ରମିକଙ୍କ ୭ ମାସର ଇପିଏଫ୍ ପୈଠ ହୋଇନଥିବା ଅଭିଯୋଗ କରିଛି ସଂଘ, ତାଲାବନ୍ଦ ଉଠାଯାଇନଥିବା ସତ୍ତ୍ୱେ ବାହାର ଶ୍ରମିକଙ୍କୁ ନେଇ କାରଖାନା ଭିତରେ ମେସିନ୍ ମରାମତି କରାଯାଇଥିବା ମଧ୍ୟ ସଂଘ ଅଭିଯୋଗ କରିଛି। ଏହା ସହିତ କାରଖାନା ସମ୍ପର୍କିତ ବିବାଦରେ ଜିଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ସ୍ୱାର୍ଥ ବିରୋଧରେ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରୁଥିବା ସଂଘ ଅଭିଯୋଗ କରିଛି, ଶ୍ରମିକଙ୍କ ବକେୟା ଇପିଏଫ୍ ପୈଠ, ଚୁକ୍ତିନାମାର ସମାଧାନ ଏବଂ କାରଖାନା ପରିଚାଳନା ସମ୍ପର୍କିତ ବିବାଦର ଆଇନସମ୍ମତ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ବୋଲି ସଂଘ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି, ତେବେ ଏହି ଅଭିଯୋଗ ନେଇ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ, #tag #DhenkanalNews #Dhenkanal #KalingaJuteProducts #LabourUnion #WorkerProtest #EPF #FactoryDispute #LabourIssue #DhenkanalNewsOdisha #OdishaNews #BreakingNews #OdiaNews #WorkersRights #LabourNews1
- ଆଠଗଡ ବ୍ଲକ ବଡ଼ଭୂଇଁ ପଞ୍ଚାୟତର ସରପଞ୍ଚ ଗୋପାଳ ସାହୁ କାହିଁକି ବିଜେପି ଦଳରେ ମିଶିଲେ ଶୁଣନ୍ତୁ। ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।1
- ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ। ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।1
- ଦୁଇ କୋଟି ର ଗଞ୍ଜେଇ ଜବତ । G F X,, ନିଶା ବେପାରୀଙ୍କ ନିସ୍ତାର ନାହିଁ , G F X,,ଓଡ଼ିଶା ଛତିଶଗଡ଼ ସୀମାନ୍ତ ରେ ୨ କୋଟିର ଗଞ୍ଜେଇ ଜବତ, G F X,,ଆନ୍ତଃରାଜ୍ୟ ଚୋରା ଚାଲାଣ ନେଟୱାର୍କ ଠାବ।1
- ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍ ଚଢ଼ାଉ କରି ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ଅବକାରୀ ଇନ୍ସପେକ୍ଟର ଏସ୍.କେ. ମିଶ୍ର, ଏଏସ୍ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।1
- ଯାଜପୁର ଜିଲ୍ଲା କୋରେଇ ବ୍ଲକ ର କାର୍ଯ୍ୟ ରତ ଯୁବ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ। #Jajpur #Korei #Gauripur #JournalistAttack #JournalistSafety #OdishaNews #BreakingNews #CrimeNews #KoreiPolice #JajpurNews #Odisha #NewsUpdate #MediaFreedom #Journalist #news7odia1
- ବଡ଼ଭୂଇଁ ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ବିଜେପିରେ ମିଶିଲେ। ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଓ ବିଜେପି ନୀତି ଆଦର୍ଶ ସହିତ, ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ବିଜେଡ଼ି ମୁକ୍ତ ହୋଇଛି। ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।ବଡ଼ଭୂଇଁ ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ବିଜେପିରେ ମିଶିଲେ।1
- ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।1
- ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ବେକରେ ଲୁଗା ଲଗାଇ ହତ୍ୟା ଅଭିଯୋଗ, ଯୌତୁକ ନିର୍ଯାତନା ନେଇ ପରିବାରର ସଙ୍ଗୀନ ଅଭିଯୋଗ। ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ମଠଚକ ନିକଟରେ ଜଣେ ବିବାହିତା ମହିଳାଙ୍କୁ ବେକରେ ଲୁଗା ଲଗାଇ ହତ୍ୟା କରାଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ହେଲେ ଲିଜାରାଣୀ ପାତ୍ର। ଏହି ଘଟଣାରେ ତାଙ୍କ ସ୍ୱାମୀ କ୍ଷିତୀଶ ପାତ୍ରଙ୍କ ସମେତ ଶାଶୁ-ଶ୍ୱଶୁରଙ୍କ ଭୂମିକାକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି। ମୃତକଙ୍କ ବାପା ଓ ପରିବାର ଲୋକେ ଏହାକୁ ସମ୍ପୂର୍ଣ୍ଣ ଭାବେ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ଶାଶୁଘର ପକ୍ଷରୁ ୧୦ ଲକ୍ଷ ଟଙ୍କା, ଗାଡ଼ି ଓ ଆସବାବପତ୍ର ଦାବି କରି ଲିଜାରାଣୀଙ୍କ ଉପରେ ଦୀର୍ଘଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏପରିକି ଏହି ଘଟଣାକୁ ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିବା ଏବଂ ପରେ ଆପୋସ ସମାଧାନ ହୋଇଥିବା ମଧ୍ୟ ପରିବାର ପକ୍ଷରୁ କୁହାଯାଇଛି। ତେବେ ଆପୋସ ସମାଧାନ ପରେ ମଧ୍ୟ ପରିସ୍ଥିତି ସୁଧୁରିଲା ନାହିଁ ଏବଂ ଶେଷରେ ଲିଜାରାଣୀଙ୍କ ଜୀବନ ଚାଲିଗଲା ବୋଲି ତାଙ୍କ ପରିବାର ଅଭିଯୋଗ କରିଛି। ଏହା ହତ୍ୟା ନା ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ—ସେନେଇ ମଧ୍ୟ ଏବେ ଅନେକ ପ୍ରଶ୍ନ ଉଠିଛି। ଖବର ପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାରେ ଅଭିଯୁକ୍ତ ସ୍ୱାମୀ କ୍ଷିତୀଶ ପାତ୍ରଙ୍କ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ମିଶାଇ ମୋଟ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଘଟଣାର ପ୍ରକୃତ କାରଣ କ’ଣ, ଯୌତୁକ ନିର୍ଯାତନାର ଅଭିଯୋଗ କେତେ ସତ୍ୟ ଏବଂ ଲିଜାରାଣୀଙ୍କ ମୃତ୍ୟୁ ପଛରେ କାହାର ଭୂମିକା ରହିଛି—ସେନେଇ ପୋଲିସର ତଦନ୍ତ ଉପରେ ଏବେ ସମସ୍ତଙ୍କ ନଜର। ଦୋଷୀ ଯିଏ ହେଉନା କାହିଁକି, ନିରପେକ୍ଷ ତଦନ୍ତ କରି ମୃତ ମହିଳାଙ୍କୁ ନ୍ୟାୟ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି।1