logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଆ ଓ ଓଡ଼ିଶା ର ଅସ୍ମିତା ପାଇଁ ସରକାର ସଂକଳ୍ପବଦ୍ଧ l ୫୨ତମ ବିଷୁବ ମିଳନ ମହୋତ୍ସବ ଅନୁଷ୍ଠିତ l ଚନ୍ଦ୍ରଶେଖର, ଲକ୍ଷ୍ମୀପ୍ରିୟା ଓ ଉମାକାନ୍ତଙ୍କୁ ବିଷୁବ ସମ୍ମାନ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିନ. ର ବିକାଶ ଵିଶେଷତଃ ଓଡ଼ିଶା ଓ ଓଡ଼ିଆ ଅସ୍ମିତା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ଓଡ଼ିଆ ସାହିତ୍ୟ ଏକାଡେମୀ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଂପାଦକ ଡକ୍ଟର ଚନ୍ଦ୍ରଶେଖର ହୋତା। ପୁରୀ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ଅନୁରାଗ ପତ୍ରିକା ର ମୁଖ୍ୟ ସଂପାଦକ ବ୍ରଜକିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୨ତମ ବିଷୁବ ମିଳନ ମହୋତ୍ସବ ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡକ୍ଟର ହୋତା କହିଥିଲେ ଯେ ବିଷୁବ ମିଳନ ର ଶ୍ରୀବୃଦ୍ଧି ପାଇଁ ଏକାଡେମୀ ପ୍ରତିଶୃତିବଦ୍ଧ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ କହିଥିଲେ ଯେ ଓଡ଼ିଆ ଭାଷା ର ପ୍ରଚାର ପ୍ରସାର ଏବଂ ଭାଷା ସାହିତ୍ୟ ଉପରେ ଅଧିକ ରୁ ଅଧିକ ଗବେଷଣା ପାଇଁ ବିଶ୍ଵବିଦ୍ୟାଳୟ ସମସ୍ତ ସହଯୋଗ କରିବ। ଏହି କାର୍ଯ୍ୟକ୍ରମ କୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉଦଘାଟନ କରିଥିଲେ।ଅନୁରାଗ ସଂପାଦକ ଡକ୍ଟର ବଦ୍ରି ମିଶ୍ର ଓ ସୁଲେଖା ସଂପାଦକ ସଦାଶିବ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଗଳ୍ପ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ପ୍ରବନ୍ଧ ପାଇଁ ଡକ୍ଟର ଚନ୍ଦ୍ରଶେଖର ହୋତା, ଗାନ୍ଧୀ କଥା ପାଇଁ ଗୌରାଙ୍ଗ ଚରଣ ପରିଡ଼ା, ସଂସ୍କୃତି ପାଇଁ ଉମା ପ୍ରସାଦ ମହାନ୍ତି ଓ କବିତା ପାଇଁ ଉମାକାନ୍ତ ମହାପାତ୍ର ଏବଂ ରୁନୁ ମହାନ୍ତିଙ୍କୁ ବିଷୁବ ସମ୍ମାନ -୨୦୨୬ ପ୍ରଦାନ କରାଯାଇଥିଲା।ଏଥିସହ ଡକ୍ଟର ବଳରାମ ଦାସ , ମିନତୀ ମିଶ୍ର , ନିରୁପମା ପୂଜାପଣ୍ଡା ଓ ପ୍ରସ୍ତର ଶିଳ୍ପୀ ନିରଞ୍ଜନ ମହାରଣାଙ୍କୁ ‌ ସୁଲେଖା ସମ୍ମାନ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ କମିଟି ସଦସ୍ୟ ତଥା ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ସାମ୍ବାଦିକ ମଧୁସୂଦନ ମିଶ୍ର ମହୋତ୍ସବ ର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମହାବିଷୁବ,ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରଂପରା ଉପରେ ଅତିଥି, ପଣ୍ଡିତ ଉମାବଲ୍ଲଭ ମହାପାତ୍ର,ଗବେଷକ ନରେଶ ଚନ୍ଦ୍ର ଦାଶ , ବରିଷ୍ଠ ସେବାୟତ କଣ୍ଡୁରି ସୁଆର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଡକ୍ଟର ଡକ୍ଟର ଭାସ୍କର ମିଶ୍ର, ଗୌରହରି ପ୍ରଧାନ ଉଦବୋଧନ ଦେଇଥିବା ବେଳେ,କବି ଅନନ୍ତ ପ୍ରଧାନ,ସର୍ବାଣୀ ଦାସ ଓ ଶିବସୁନ୍ଦର ମିଶ୍ରଙ୍କ ସଂଯୋଜନା ରେ ଚାଳିଶି ଜଣ କବି କବିତା ଆବୃତ୍ତି କରିଥିଲେ। ଏହି ପରିପ୍ରେକ୍ଷୀରେ ୫୫ବର୍ଷରେ ପହଞ୍ଚିଥିବା ଅନୁରାଗ ପତ୍ରିକା ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ବ୍ରଜକିଶୋର ତ୍ରିପାଠୀଙ୍କ ସଂପାଦିତ ଅନୁରାଗ ର ବିଷୁବ ସଂଖ୍ୟା ଓ ସଦାଶିବ ମିଶ୍ରଙ୍କ ସଂପାଦିତ ସୁଲେଖା ର ବିଷୁବ ସଂଖ୍ୟା ଉନ୍ମୋଚିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ପରିଚାଳନା ରେ ସହଯୋଗ କରିଥିଲେ ସୁରେଶ ପଟ୍ଟନାୟକ,ଶିବରାମ ପ୍ରଧାନ, ଦେବରାଜ ଦାସ ଓ ଜ୍ୟୋତି ପ୍ରକାଶ ମହାପାତ୍ର। ପୁରୀ ରୁ ଡ଼ଃ ମନୋଜ କୁମାର ବଳିଆରସିଂ

3 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
3 hrs ago

ଓଡ଼ିଆ ଓ ଓଡ଼ିଶା ର ଅସ୍ମିତା ପାଇଁ ସରକାର ସଂକଳ୍ପବଦ୍ଧ l ୫୨ତମ ବିଷୁବ ମିଳନ ମହୋତ୍ସବ ଅନୁଷ୍ଠିତ l ଚନ୍ଦ୍ରଶେଖର, ଲକ୍ଷ୍ମୀପ୍ରିୟା ଓ ଉମାକାନ୍ତଙ୍କୁ ବିଷୁବ ସମ୍ମାନ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିନ. ର ବିକାଶ ଵିଶେଷତଃ ଓଡ଼ିଶା ଓ ଓଡ଼ିଆ ଅସ୍ମିତା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ଓଡ଼ିଆ ସାହିତ୍ୟ ଏକାଡେମୀ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଂପାଦକ ଡକ୍ଟର ଚନ୍ଦ୍ରଶେଖର ହୋତା। ପୁରୀ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ଅନୁରାଗ ପତ୍ରିକା ର ମୁଖ୍ୟ ସଂପାଦକ ବ୍ରଜକିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୨ତମ ବିଷୁବ ମିଳନ ମହୋତ୍ସବ ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡକ୍ଟର ହୋତା କହିଥିଲେ ଯେ

ବିଷୁବ ମିଳନ ର ଶ୍ରୀବୃଦ୍ଧି ପାଇଁ ଏକାଡେମୀ ପ୍ରତିଶୃତିବଦ୍ଧ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ କହିଥିଲେ ଯେ ଓଡ଼ିଆ ଭାଷା ର ପ୍ରଚାର ପ୍ରସାର ଏବଂ ଭାଷା ସାହିତ୍ୟ ଉପରେ ଅଧିକ ରୁ ଅଧିକ ଗବେଷଣା ପାଇଁ ବିଶ୍ଵବିଦ୍ୟାଳୟ ସମସ୍ତ ସହଯୋଗ କରିବ। ଏହି କାର୍ଯ୍ୟକ୍ରମ କୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉଦଘାଟନ କରିଥିଲେ।ଅନୁରାଗ ସଂପାଦକ ଡକ୍ଟର ବଦ୍ରି ମିଶ୍ର ଓ ସୁଲେଖା ସଂପାଦକ ସଦାଶିବ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଗଳ୍ପ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ପ୍ରବନ୍ଧ ପାଇଁ ଡକ୍ଟର ଚନ୍ଦ୍ରଶେଖର ହୋତା, ଗାନ୍ଧୀ କଥା ପାଇଁ ଗୌରାଙ୍ଗ

ଚରଣ ପରିଡ଼ା, ସଂସ୍କୃତି ପାଇଁ ଉମା ପ୍ରସାଦ ମହାନ୍ତି ଓ କବିତା ପାଇଁ ଉମାକାନ୍ତ ମହାପାତ୍ର ଏବଂ ରୁନୁ ମହାନ୍ତିଙ୍କୁ ବିଷୁବ ସମ୍ମାନ -୨୦୨୬ ପ୍ରଦାନ କରାଯାଇଥିଲା।ଏଥିସହ ଡକ୍ଟର ବଳରାମ ଦାସ , ମିନତୀ ମିଶ୍ର , ନିରୁପମା ପୂଜାପଣ୍ଡା ଓ ପ୍ରସ୍ତର ଶିଳ୍ପୀ ନିରଞ୍ଜନ ମହାରଣାଙ୍କୁ ‌ ସୁଲେଖା ସମ୍ମାନ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ କମିଟି ସଦସ୍ୟ ତଥା ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ସାମ୍ବାଦିକ ମଧୁସୂଦନ ମିଶ୍ର ମହୋତ୍ସବ ର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମହାବିଷୁବ,ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରଂପରା ଉପରେ ଅତିଥି, ପଣ୍ଡିତ ଉମାବଲ୍ଲଭ ମହାପାତ୍ର,ଗବେଷକ ନରେଶ ଚନ୍ଦ୍ର ଦାଶ , ବରିଷ୍ଠ ସେବାୟତ କଣ୍ଡୁରି ସୁଆର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ

ବିଭାଗ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଡକ୍ଟର ଡକ୍ଟର ଭାସ୍କର ମିଶ୍ର, ଗୌରହରି ପ୍ରଧାନ ଉଦବୋଧନ ଦେଇଥିବା ବେଳେ,କବି ଅନନ୍ତ ପ୍ରଧାନ,ସର୍ବାଣୀ ଦାସ ଓ ଶିବସୁନ୍ଦର ମିଶ୍ରଙ୍କ ସଂଯୋଜନା ରେ ଚାଳିଶି ଜଣ କବି କବିତା ଆବୃତ୍ତି କରିଥିଲେ। ଏହି ପରିପ୍ରେକ୍ଷୀରେ ୫୫ବର୍ଷରେ ପହଞ୍ଚିଥିବା ଅନୁରାଗ ପତ୍ରିକା ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ବ୍ରଜକିଶୋର ତ୍ରିପାଠୀଙ୍କ ସଂପାଦିତ ଅନୁରାଗ ର ବିଷୁବ ସଂଖ୍ୟା ଓ ସଦାଶିବ ମିଶ୍ରଙ୍କ ସଂପାଦିତ ସୁଲେଖା ର ବିଷୁବ ସଂଖ୍ୟା ଉନ୍ମୋଚିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ପରିଚାଳନା ରେ ସହଯୋଗ କରିଥିଲେ ସୁରେଶ ପଟ୍ଟନାୟକ,ଶିବରାମ ପ୍ରଧାନ, ଦେବରାଜ ଦାସ ଓ ଜ୍ୟୋତି ପ୍ରକାଶ ମହାପାତ୍ର। ପୁରୀ ରୁ ଡ଼ଃ ମନୋଜ କୁମାର ବଳିଆରସିଂ

More news from Puri and nearby areas
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    3 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • Post by ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    2
    Post by ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    user_ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    3 hrs ago
  • Post by Sujit Tripathy
    1
    Post by Sujit Tripathy
    user_Sujit Tripathy
    Sujit Tripathy
    Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
    2 hrs ago
  • Post by ପ୍ରଶାନ୍ତ କୁମାର ଯାଦବ
    3
    Post by ପ୍ରଶାନ୍ତ କୁମାର ଯାଦବ
    user_ପ୍ରଶାନ୍ତ କୁମାର ଯାଦବ
    ପ୍ରଶାନ୍ତ କୁମାର ଯାଦବ
    Brahmagiri, Puri•
    8 hrs ago
  • Significant Women Empowerment and Support by PM Modi ji which is a historic step.
    1
    Significant Women Empowerment and Support by PM Modi ji which is a historic step.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.