ଥୁଆମୂଳ ରାମପୁର ବ୍ଲକରେ ମନରେଗା ଦୁର୍ନୀତି: ସାମଗ୍ରୀ କ୍ରୟରେ ବ୍ୟାପକ GST ଫାଙ୍କିବା ଅଭିଯୋଗ ଜିଲ୍ଲପାଳ ଙ୍କ ହସ୍ତକ୍ଷେପ ପାଇଁ ଜନ ସାଧାରଣ ରେ ଦାବି କଳାହାଣ୍ଡି(ଚିତ୍ତରଞ୍ଜନ ବିଷି )କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (MGNREGA) ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବିଶେଷ କରି ବିଭିନ୍ନ ପ୍ରକଳ୍ପ ପାଇଁ ବ୍ୟବହୃତ ସାମଗ୍ରୀ କ୍ରୟ କ୍ଷେତ୍ରରେ ସରକାରୀ ନିୟମକୁ ଜଳାଞ୍ଜଳି ଦିଆଯାଇ ଲକ୍ଷ ଲକ୍ଷ ଟଙ୍କାର GST ଫାଙ୍କିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ଅନୁଯାୟୀ, ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ମନରେଗା କାର୍ଯ୍ୟରେ ବ୍ୟବହୃତ ହେଉଥିବା ସିମେଣ୍ଟ, ଇଟା, ବାଲି ଏବଂ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ କ୍ରୟ ସମୟରେ ଜାଲ୍ ବିଲ୍ କିମ୍ବା ବିନା GST ବିଲ୍ରେ କାରବାର କରାଯାଉଛି। କିଛି ନିର୍ଦ୍ଦିଷ୍ଟ ସପ୍ଲାୟର ଏବଂ ବିଭାଗୀୟ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ରାଜସ୍ୱ ହାନି ହେବା ସହ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ଜାଲ୍ ବିଲ୍ର ପ୍ରୟୋଗ: ଅନେକ ସ୍ଥାନରେ ପଞ୍ଜିକୃତ ହୋଇନଥିବା ସଂସ୍ଥା ନାମରେ ବିଲ୍ ପ୍ରସ୍ତୁତ କରି ଟଙ୍କା ଉଠାଣ କରାଯାଉଛି। GST ଫାଙ୍କିବା: ସାମଗ୍ରୀର ପ୍ରକୃତ ମୂଲ୍ୟ ଉପରେ ଦିଆଯାଉଥିବା ଟିକସ (GST) କୁ ହରିଲୁଟ୍ କରିବା ପାଇଁ ବିନା ଟିନ୍ (TIN) ନମ୍ବର ଥିବା କାଗଜରେ ହିସାବ ଦର୍ଶାଯାଉଛି।ଶ୍ରମିକଙ୍କ ବଦଳରେ ମେସିନ ବ୍ୟବହାର: ମନରେଗା ନିୟମ ଅନୁସାରେ ଶ୍ରମିକଙ୍କ ଦ୍ୱାରା କାର୍ଯ୍ୟ ହେବା କଥା, କିନ୍ତୁ ଏଠାରେ ମେସିନ ବ୍ୟବହାର କରି ଶ୍ରମିକଙ୍କ ନାମରେ ମିଥ୍ୟା ମାଷ୍ଟର ରୋଲ୍ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। ଏହି ଦୁର୍ନୀତି ଯୋଗୁଁ ପ୍ରକୃତ ହିତାଧିକାରୀ ଓ ଶ୍ରମିକମାନେ ସେମାନଙ୍କର ପ୍ରାପ୍ୟରୁ ବଞ୍ଚିତ ହେଉଥିବା ବେଳେ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାର ମାଲାମାଲ ହେଉଛନ୍ତି। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏହି ବ୍ୟାପକ ଅନିୟମିତତାକୁ ନେଇ କଳାହାଣ୍ଡି ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଯଦି ଆଗାମୀ ଦିନରେ ଏହାର ନିରପେକ୍ଷ ତଦନ୍ତ ନହୁଏ, ତେବେ ଜନ ଆନ୍ଦୋଳନ ହେବାର ସମ୍ଭାବନା ରହିଛି।

- #♥️♥️♥️🙂♥️♥️♥️♥️♥️1
- ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର1
- Post by Tikeswar Bhaisal1
- ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ ଅଟକ ରଖିଛି। କେସିଙ୍ଗା ରେଲୱେ ଷ୍ଟେଶନରୁ ଜଣେ ଯୁବକ ଗୋଟିଏ ବ୍ୟାଗରେ ଟଙ୍କା ନେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ରେଳବାଇ ପୋଲିସ କେସିଙ୍ଗା ରେଲୱେ ଷ୍ଟେଶନରେ ବିଭିନ୍ନ ଜାଗାରେ ତଦନ୍ତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ତେବେ ଯୁବକ ଜଣକ ପଶ୍ଚିମବଙ୍ଗର ପ୍ରଭାତ ସାମୁଏଲ (୩୪)ବୋଲି ଜଣାପଡ଼ିଛି। କେସିଙ୍ଗା ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ନେଇ ରାୟପୁର ଯାଉଥିବା କହିଥିଲେ ବୋଲି ରେଳବାଇ ପୋଲିସ ସୂତ୍ରରୁ ଜଣାପଡିଛି। ଏ ସଂକ୍ରାନ୍ତରେ ଟିଟିଲାଗଡ ଆର.ପି.ଏଫ ଅଧିକାରୀ ତ୍ରିବିକ୍ରମ ସେଠଙ୍କୁ ପଚାରିବାରୁ ଉକ୍ତ ଯୁବକ ଓ ନଗଦ ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ସମ୍ବଲପୁରରୁ ଉଚ୍ଚ ଅଧିକାରୀମାନେ ଓ ଆୟକର ବିଭାଗ ଆସିବେ ଓ ଟଙ୍କାର ସମ୍ପୁର୍ଣ୍ଣ ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- Post by Narattam Kumar padhy4
- Post by Jitendra sahu1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି1
- ବେଦାନ୍ତ କମ୍ପାନୀ କରିବା ପାଇଁ ତିଜିମାଳି କାମ କରିବା ପାଇଁ ଦେଖନ୍ତୁ 🙏🙏🙏1