ବରିଷ୍ଠ ନାଗରିକ ମାନଙ୍କ ଅନୁଭବ ସମାଜ ର ବିକାଶ କରିବ, ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ନବମ ବାର୍ଷିକ ଉତ୍ସବ ପାଳିତ ତା.19/04/2026 ରିଖ ବରିଷ୍ଠ ନାଗରିକ ମାନେ ଅଲୋଡା ନୁହନ୍ତି।ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ସମାଜକୁ ବିକାଶ ଓ ସମୃଦ୍ଧି ପଥରେ ମାର୍ଗଦର୍ଶନ କରାଇଥାଏ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ।ଆଜି ପୂର୍ବାହ୍ନରେ ସର୍ବୋଦୟ ନଗର ଶିରିଡି ସାଇ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଷଡ଼ଙ୍ଗୀ ବରିଷ୍ଠ ନାଗରିକ ମାନଙ୍କର ସଂଗଠନ ପ୍ରତିଷ୍ଠା ଦ୍ଵାରା ସେମାନଙ୍କ ପାରସ୍ପରିକ ସହଯୋଗ, ଭାବର ଆଦାନ ପ୍ରଦାନ, ସମନ୍ୱୟ ଓ ସେବା ମନୋଭାବ ବୃଦ୍ଧି ପାଉଛି।ଏହା ଏକ ସୁନ୍ଦର ପଦକ୍ଷେପ।ଏକ ହେ,ତୋ ସେଫ୍ ହେ ବୋଲି ସେ କହିବା ସହ ବରିଷ୍ଠ ମାନଙ୍କୁ ସୁରକ୍ଷା, ସେମାନଙ୍କ ଆବଶ୍ୟକତା,ସେମାନଙ୍କ ସଂଗଠନ ପାଇଁ ଗୃହ,ମନ୍ଦିର ଦର୍ଶନ ପାଇଁ ଦାବି ଇତ୍ୟାଦି ସମ୍ପର୍କରେ ବ୍ୟବସ୍ଥା କରାଯିବ ବୋଲି ମତ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ସୂଚନା ଓ ଲୋକ ସମ୍ପର୍କ ଇପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାର ବିବିଧ ବ୍ୟବସ୍ଥା କରିଛନ୍ତି।ସେମାନେ ମଧ୍ୟ ସଂଘ ମାଧ୍ୟମରେ ସେମାନଙ୍କ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ କରି ଖୁସି ଅନୁଭବ କରୁଛନ୍ତି।ସେମାନଙ୍କ ବିଭିନ୍ନ ଆବଶ୍ୟକତା କୁ ପର୍ଯ୍ୟାୟକ୍ରମେ ପୂରଣ କରାଯାଉଛି ବୋଲି ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅରବିନ୍ଦ ଶତପଥୀ, ରବିନ ଦାସ ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ତ୍ୟାଗ, ପରୋପକାର,ଦାୟିତ୍ୱ, କର୍ତ୍ତବ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।ଅନୁଷ୍ଠାନର ସଭାପତି ରବି ନାରାୟଣ ପ୍ରହରାଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବ ରେ ସାଧାରଣ ସମ୍ପାଦକ କୃତିବାସ କାମଲା ବାର୍ଷିକ ବିବରଣୀ ପାଠ ଓ ପ୍ରଫେସର ଡ. ମନୋଜ ସାମନ୍ତରାୟ ସ୍ୱାଗତ ଭାଷଣ ଏବଂ ମଞ୍ଚ ସଂଚାଳନ କରିଥିଲେ |କାର୍ଯ୍ୟକାରୀ ସଭାପତି ବିଶ୍ବନାଥ ପୁଞ୍ଚ, ମୁଖ୍ୟ ପରାମର୍ଶ ଦାତା ଭୀମସେନ୍ ପଣ୍ଡା, କୋଷାଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ,ସହକାରୀ ସମ୍ପାଦକ ଗୋପୀନାଥ ମହାନ୍ତି, ନିରଂଜନ ଦାସ,ଦୀପକ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ଆଜୀବନ ସଦସ୍ୟ ପ୍ରଫେସର.ପ୍ରଭାତ ରଂଜନ ମହାପାତ୍ର,ସୁଧାକର ପ୍ରଧାନ, କଳ୍ପନା ପ୍ରଧାନ, ସୁରେନ୍ଦ୍ର ପରିଡା,ହର ପ୍ରସାଦ ମହାରଣା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁରେଶ କୁମାର ମୁନି, ଜଗବନ୍ଧୁ ରଥ,ବିଭୁତି ଭୂଷଣ ପଟ୍ଟନାୟକ,ବିଶ୍ବନାଥ ମିଶ୍ର,ଅଭିମନ୍ୟୁ ନାୟକ ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର

- ଅଦ୍ୟ ତା. 20/04/2026 ରିଖ ଆମ କଳିଙ୍ଗ ସମ୍ବାଦ ନିୟୁଜ ଚାନେଲ ର ନିମାପଡା ପ୍ରତିନିଧି ଦିପୁ ରଞ୍ଜନ ବେହେରା ନିମାପଡ଼ା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା ର ଉନ୍ନତି କରଣ କାମ ବୁଲି ଦେଖିଛନ୍ତି। ରାସ୍ତା ରେ ଠିକାଦାର ଅଠା ମାଟି ପକାଇ ଥିବା ଯୋଗୁଁ ଅଳ୍ପ ଝିପି ଝିପି ବର୍ଷା ରେ ରାସ୍ତା ରେ କାଦୁଅ ହୋଇଯାଉଛି। ଯାତାୟାତ ପାଇଁ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।ଚାଲି କରି ଯିବା ଆସିବା ବ୍ୟକ୍ତି ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ନିମାପଡା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା କାମ ର ଉନ୍ନତି କରଣ ତୁରନ୍ତ ସମାପ୍ତ କଲେ ଜନସାଧାରଣ ଙ୍କ ଯାତାୟାତ ରେ ସୁବିଧା ହେବ ବୋଲି ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1
- ମୋବାଇଲ ମାଲିକ ମନରେ ହସ ଫୁଟାଇଲେ ଟିଟିଲାଗଡ଼ ପୋଲିସ.. ଟିଟିଲାଗଡ଼.. ଗତ ଏକ ବର୍ଷ ତଥା ଉର୍ଦ୍ଧ ସମୟ ଧରି ନିଜ ଝାଳ ବୁହା ଟଙ୍କା ରେ ମୋବାଇଲ କିଣିଥିବା ବେଳେ ଉକ୍ତ ମୋବାଇଲ ଗୁଡିକ ଚୋରି ହୋଇଯାଇଥିବା ବେଳେ କେତେକ ମୋବାଇଲ ହଜି ଯାଇଥିବା ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସ ପି ଅଭିଳାଷ ଜି ଙ୍କ ନିର୍ଦେଶ ରେ ତଥା ଟିଟିଲାଗଡ଼ ଏସ ଡ଼ି ପି ଓ ଯଶୋବନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଟିଟିଲାଗଡ଼ ଥାନାଅଧିକାରୀ ମନୋଜ କୁମାର ମୁଣ୍ଡା ଏକ ସ୍ୱତନ୍ତ୍ର ଟିମ କରି ଏହାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତକାରୀ ଟିମ ଟିଟିଲାଗଡ଼ ଥାନାରେ ହୋଇଥିବା ବିଭିନ୍ନ ମୋବାଇଲ କେଶ ଗୁଡିକୁ ତଦାରଖ କରି ତଦନ୍ତ କରିବା ସହିତ ଆଜି ୧୬ ଗୋଟି ମୋବାଇଲ କୁ ଉଦ୍ଧାର କରି ମୋବାଇଲ ମାଲିକ ମାନଙ୍କୁ ହସ୍ତାନ୍ତର କରିବାରେ ସଫଳ ହୋଇଛି l ନିଜ ହଜି ଯାଇଥିବା ତଥା ଚୋରି ହୋଇଥିବା ମୋବାଇଲ ପୁଣି ଫେରିପାଇବାର ଆଶା ଛାଡି ଦେଇଥିବା ଲୋକେ ନିଜ ନିଜ ମୋବାଇଲ ପାଇ ଟିଟିଲାଗଡ଼ ପୋଲିସ କୁ ଧନ୍ୟବାଦ ଦେବା ସହ ଥାନାଅଧିକାରୀ ଏବଂ ତଦନ୍ତ କାରି ଟିମ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ମୋବାଇଲ ଫେରିପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଗୁଳାପ ଛତର, ତେନ୍ତୁଳୀଖୁଣ୍ଟି, ବିବେକ ଘିଭେଲା ଗୂଂଚିତରା, ମଳୟ କୁମାର ବିଶି, ଲୁଥୁରବନ୍ଧ, ସୁଜିତ ସାହୁ, ଗୁଲମୀ, ଚନ୍ଦ୍ରଶିକା, ଭାଟି ପଡା, ପିତାମ୍ବର ବଗର୍ତି, ଶିରୋଲ,ସୁବ୍ରତ ପଣ୍ଡା, ରଘୁନାଥ ପଡା, କାଞ୍ଚନ ମହାରଣା, ହାଟପଦା ପଡା, ସୁଜିତ ସାହୁ, ତେଜରାଜ କୁମ୍ଭାର, ଦୀନବନ୍ଧୁ ସାହୁ, ବୈକୁଣ୍ଠ ବଗର୍ତି,ମିହିର ଚରଣ ଆଡ଼ଜୁଆର୍ଡ, ଙ୍କ ମୋବାଇଲ ଉଦ୍ଧାର କରି ହସ୍ତାନ୍ତର କରିଛି ଟିଟିଲାଗଡ଼ ପୋଲିସ l ଇନ୍ସପେକ୍ଟର ମନୋଜ କୁମାର ମୁଣ୍ଡା,ଏସ ଆଇ ତାରାବତୀ କିଷାନ ପ୍ରମୁଖ ରହିଛନ୍ତି l ଏହା ପୂର୍ବରୁ ମଧ୍ୟ ଟିଟିଲାଗଡ଼ ପୋଲିସ ଅନେକ ମୋବାଇଲ ଉଦ୍ଧାର କରି ମାଲିକ ମାନଙ୍କୁ ହସ୍ତାନ୍ତର କରି ପ୍ରଶଂସା ର ପାତ୍ର ହୋଇପାରିଛି l5
- ଅକ୍ଷୟତୃତୀୟା ର ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜ କନକ ବର୍ଦ୍ଧନ ସିଂ ଦେଓ...... Live... Live1
- Post by Ansubhai Pandey1
- *ତତଲାଗଡ ରୂପେ ପରିଚିତ ଟିଟିଲାଗଡ ରେ ଜଳ ସଙ୍କଟ, ଡିସେମ୍ବର ସୁଦ୍ଧା ଜଳ ଯୋଗାଣ ହୋଇ ପାରିବନି,ଜିଲ୍ଲା ମୁଖ୍ୟ ଅଧିକାରୀ ଗଗନ କୁମାର କିସାନ ଙ୍କ ସ୍ପଷ୍ଟି କରଣ* *ବଲାଙ୍ଗୀର/ଟିଟିଲାଗଡ,ପାଣି ଟୋପେ ପାଇଁ ଲୋକେ ଯାହା ହୁଅନ୍ତୁ, ଡିସେମ୍ବର ମାସ ପୂର୍ବରୁ ଆମେ କିଛି କରି ପାରିବୁନି, ଏଭଳି ବୟାନ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଜଳ ଓ ପରିମଳ ବିଭାଗ ଅଧିକାରୀ ଗଗନ କୁମାର କିସାନ* *୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ତତଲାଗଡ ରୂପେ ଚିର ପରିଚିତ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇ ଆସୁଥିବା ବେଳେ ପୂର୍ବରୁ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଦିଆଯାଇଥିଲା*। *ଏପରିକି ଖୋଦ୍ ବିଭାଗୀୟ ମନ୍ତ୍ରୀ ଗସ୍ତ କରି ଆସି ପୂର୍ବରୁ ସବୁ ଘରକୁ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି ଆମ କ୍ୟାମେରା ସାମ୍ନା ରେ ଦେଇ ଥିବା ବେଳେ ତାହା କାର୍ଯ୍ୟକାରୀ ହୋଇ ପାରିନି* । *ଏବେ କିଭଳି ଏହି ଗ୍ରୀଷ୍ମ ଋତୁ ଦୁଇ, ତିନି ମାସ ଚାଲିଯାଉ ଭାବି ବିଭାଗୀୟ ଅଧିକାରୀ ଠୁଁ ଶାସକ ଦଳ ନେତା,ମନ୍ତ୍ରୀ ନୀରବ ରହିଛନ୍ତି* । *ଅପର ପକ୍ଷ ରେ ଗ୍ରାମବାସୀ ମାନେ କ୍ୟାମେରା ସାମ୍ନା ରେ କହି,କହି ଆଉ କିଛି ଲାଭ ନାହିଁ କହି ଗଣ ମାଧ୍ୟମ ଉପରେ ଭରସା ତୁଟେଇ ନିରାଶ ଅଛନ୍ତି* *ଏ ନେଇ ପୂର୍ବତନ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଏକ ପ୍ରେସ ମିଟ କରି କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ତାଙ୍କ ସରକାର ନିର୍ମାଣ କରିଥିବା ଓଭର ହେଡ଼ ଟ୍ୟାଙ୍କ ମାନଙ୍କୁ ଏତେ ଦିନ ଶାସନ କାଳରେ ପାଣି ଯୋଗାଇ ନ ପାରିବା ଓ କେବଳ ପିସି କାରବାର ରେ ବ୍ୟସ୍ତ ବୋଲି ପ୍ରକାଶ କରିଥିଲେ* *ଲୋକେ ପାଣି ନ ପାଇ ଏବେ କରିବେ କଣ ଚାନ୍ଦା ଆଦାୟ କରି ଟ୍ୟାଙ୍କର ଓ ବୋତଲ ପାଣି କେତେ ଦିନ ବ୍ୟବହାର କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି* *ସରକାରୀ ଅଧିକାରୀ ସଠିକ୍ ସମୟ ରେ ନିଜ କାର୍ଯ୍ୟ ସମ୍ପାଦନ ନ କଲେ ତାଙ୍କ ବିରୋଧ ରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ନିୟମ ଥିବା ବେଳେ କାର୍ଯ୍ୟ କାରି କରାଯାଉ ନାହିଁ ବୋଲି ବିଭିନ୍ନ ମହଲ ରେ ଉଦ୍ ଦେଗ ପ୍ରକାଶ ପାଇଛି* *ତିନି ଥର ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଙ୍ଘ ତରଫ ରୁ ଏକ ଟିମ୍ ଗଠନ କରି ଭୁବନେଶ୍ୱର ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମୁଖ୍ୟ ଅଧିକାରୀ ଙ୍କୁ ଅଭିଯୋଗ କରି ସୁଦ୍ଧା କୌଣସି ସୁଫଳ ମିଳିନାହିଁ* *ଏବେ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଏଭଳି ଖାମ,ଖିଆଲ ମନୋଭାବ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି*1
- ଦେଖନ୍ତୁ ଓ ଶୁଣନ୍ତୁ ଆପଣମାନେ 🙏🙏🙏1
- ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।1
- ତା.19/04/2026 ରିଖ ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପଞ୍ଚ ମହାଦେବ ସେବାୟତ ନିଯୋଗର ମିଳିତ ଆନୁକୁଲ୍ୟରେ ମହାପ୍ରଭୁଙ୍କ ର ଚଳିତ ବର୍ଷ ର ଚନ୍ଦନ ଯାତ୍ରା ଉପଲକ୍ଷେ ଏକ ପ୍ରସୂତି ବୈଠକ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଲୋକନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା।. ଚଳିତ ବର୍ଷ ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହେବାକୁ ଥିବା ୨୧ ଦିନ ଧରି ଚନ୍ଦନ ଯାତ୍ରା କୁ ଯେପରି ଶାନ୍ତି ଓ ଶୃଙ୍ଖଳିତ କରିବା ସହିତ ସମସ୍ତ ନୀତି କାନ୍ତି ସଠିକ୍ ହୋଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଠାକୁର ଯିବା ଆସିବା ରାସ୍ତାରେ ମଇଳା ପାଣି ଯେପରି ନ ଭାସେ ତାହାକୁ ରୋକାଯିବା. ସ୍ତାନେ ସ୍ତାନେ ରାସ୍ତା ରେ ଛାଈ ର୍ ବ୍ଯବ୍ଯସ୍ଥା ଭୀଷଣ ତାତି କୁ ରୋକିବା ପାଇଁ ଜଳ ଢାଳି ରାସ୍ତା କୁ ଥଣ୍ଡା କରିବା,ରାତ୍ରି ସମୟରେ ଆଲୋକ ଓ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା. କୁ ସଠିକ୍ କରିବା ସହିତ ମନ୍ଦିର ରେ ଚନ୍ଦନ ଯାତ୍ରା ପାଇଁ ଆଲୋକ ବ୍ୟବସ୍ଥା କରିବା ପାଇଁ ସେବାୟତ ଙ୍କ ନିବେଦନ ରହିଥିଲା।ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ କୁ ସଠିକ୍ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ସହ,ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ସୂଚନା ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜ କିଶୋର ଜେନା, ଶ୍ରୀମନ୍ଦିର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା,ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର, ଟାଉନ ଥାନା ଆଇଆଇସି ଗୋକୁଳ ନନ୍ଦ ଦାଶ, ଆଇଆଇସି ବାସେଳୀ ସାହି,ପଞ୍ଚୁ ମହାଦେବ କମିଟି ର୍ ସଭାପତି ରବି ନାରାୟଣ ପଣ୍ଡା, ସମ୍ପାଦକ ମଦନ ଖୁଣ୍ଟିଆ, ନରେନ୍ଦ୍ର ମହାନ୍ତି, ବୈଦ୍ୟ ନଥା ପଣ୍ଡା, ସନ୍ତୋଷ ପଣ୍ଡା, ଦାମ୍ଦର୍ ମହାପାତ୍ର,, କୃଷ୍ଣଚନ୍ଦ୍ର ଦାସ, ଗଣେଶ ମହାସୁଆର, ସନ୍ତୋଷ ପଣ୍ଡା, ରଘୁନାଥ ଖୁଣ୍ଟିଆ, କାନୁ ଚରଣ ପଣ୍ଡା, ଙ୍କ ସମେତ ପଞ୍ଚୁ ମହାଦେବ ଙ୍କ ମନ୍ଦିର ସଭାପତି, ସମ୍ପାଦକ, ଓ ବୟୋଜ୍ୟେଷ୍ଠ ସଦସ୍ୟ ରହି ଆଲୋଚନା ରେ ଭାଗ ନେଇଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1