ଆରମ୍ଭହେଲା ବାବାଙ୍କ ଏଗାର ଦିନିଆ ମେଳଣ l ପୁରୀଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଚିଲିକା କୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରା ମନ ଜିଣିଲା ଭଳି ଆନନ୍ଦମୟ ପରିବେଶ ରେ ବାବା ଚଉବରଙ୍କ ପୀଠ ଅବସ୍ଥିତ l ମାଦଳା ପାଞ୍ଜିରୁ ସଂଗୃହିତ ମତାନୁସାରେ ଶ୍ରୀଜଗନ୍ନାଥମନ୍ଦିର ପ୍ରତିଷ୍ଠା ପାଇଁ ଚାରିଜଣ ଋଷି ଆସିଥିଲେ ସେହି ଚାରିଜଣ ଋଷିଙ୍କ ମଧ୍ୟରେ ଚଉବର ବାବା ଅନ୍ୟତମ l ଚଉବର ବାବା ଆଳୁପାଟଣା ର ଏକ ବାଉଁଶବୁଦା ମୂଳେ ସମାଧି ନେଇଥିଲେ l କେବେ ସମାଧି ନେଇଛନ୍ତି ତାହା କାହାକୁ ଜଣାନଥିବା ବେଳେ ପୂର୍ବପୁରୁଷଙ୍କ ମତାନୁସାରେ ଆଳୁପାଟଣା ଗାଁ ଏବଂ ଆଖପାଖ ର ଗାଈ ବଳଦ ମାନଙ୍କୁ ଚରିବାପାଇଁ ଚିଲିକାକୂଳ କୁ ଛାଡିଦିଅନ୍ତି l ଆଳିପାଟଣା ର ଜଣେ ମହିଳା ପ୍ରତିଦିନ ଦେଖୁଥିଲେ କାଳିଗାଇ ଟିଏ ପ୍ରତିଦିନ ବାଉଁଶ ବୁଦା ମୂଳରେ ଆସି ଠିଆହେଉଛି ଏବଂ ସେହି ଗୋମାତାଙ୍କ ସ୍ତନରୁ ମନକୁ କ୍ଷୀର ଝରୁଛି l ଏହି ଆଶ୍ଚର୍ଯ୍ୟ ଦୃଶ୍ୟ ସେ ଗ୍ରାମବାସୀଙ୍କୁ ଜଣାଇବାପରେ ଗ୍ରାମବାସୀ ବାଉଁଶବୁଦା ମୂଳରେ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ମୁଣ୍ଡିଆ ମାରିଥିଲେ l ବାବା ଚଉବର ସେଠାରେ ତାଙ୍କୁ ପୂଜା କରିବାପାଇଁ କହିଥିଲେ l ସେହିଦିନ ଠାରୁ ଚଉବର ପୀଠ ରେ ବାବା ଚଉବର ପୂଜା କରାଯାଉଛି l ପ୍ରତିଦିନ ହଜାର ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି l ସେହିଭଳି ଆଳୁପାଟଣା ଏବଂ ପଡୋଶୀ ଗ୍ରାମ ମଧ୍ୟରେ ଦୀର୍ଘଦିନ ହେବ କନ୍ଦଳ ଲାଗି ଆଳୁପାଟଣା ଗ୍ରାମର ଯୁବକଙ୍କ ଆକ୍ରମଣ ରେ ପଡୋଶୀ ଗ୍ରାମର ଜଣେ ଯୁବକ ଗୁରୁତର ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ l ସେହି ଯୁବକଙ୍କୁ ସୁସ୍ଥ କରିବାପାଇଁ ଆଳୁପାଟଣାବାସୀ ବାବା ଚଉବରଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ କରିବାରୁ ପଡୋଶୀ ଗ୍ରାମର ଯୁବକ ସୁସ୍ଥ ହୋଇଯାଇଥିଲେ l ସେହିଦିନ ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଦୀର୍ଘ ୭୭ବର୍ଷ ହେବ ଦୀର୍ଘ ଏଗାର ଦିନ ଧରି ମହାଡ଼ମ୍ବରରେ ପାଳନ କରାଯାଇଛି l ଗତକାଲି ଠାରୁ ସଂଗଠନ ର ନୂତନ ସଭାପତି ସ୍ୱାଧୀନ କୁମାର ଜେନାଙ୍କ ସଭାପତିତ୍ୱ ପୂର୍ବତନ ସଭାପତି ରବୀନ୍ଦ୍ରକୁମାର ଜେନା, ସମ୍ପାଦକ, ଉପସଭାପତି, କୋଷାଧକ୍ଷଙ୍କ ସହିତ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ଏବଂ ଗ୍ରାମବାସୀ ମିଶି ବାବା ଚଉବର ପୀଠରୁ ଗ୍ରାମ ଦେବଦେବୀ ମାନଙ୍କୁ ନିମନ୍ତ୍ରଣ କରି ମହାଡ଼ମ୍ବରରେ ବାଜା କୀର୍ତ୍ତନ ନାଚଗୀତ କରି ଯଜ୍ଞସ୍ଥଳ ପାଛୋଟି ଆଣିଥିଲେ l ପରେପରେ ୨୧ଜଣ ବ୍ରାହ୍ମଣଙ୍କୁ ନେଇ ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏଗାର ଦିନ ଧରି ବାଦୀପାଲା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରତିଦିନ କ୍ରିକେଟ ଟୁର୍ନାମେଣ୍ଟ ଏବଂ ବିଭିନ୍ନ ପ୍ରତିଯୋଗିତା କରାଯାଉଛି l ଏଥିସହିତ ପ୍ରତିଦିନ ତିନିହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯାଉଛି l ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ କୃଷ୍ଣପ୍ରସାଦ ବ୍ଲକର ପ୍ରତିଟି ଗାଁର ଶ୍ରଦ୍ଧାଳୁମାନେ ପୂର୍ଣ୍ଣ ସହଯୋଗ କରିଛନ୍ତି l
ଆରମ୍ଭହେଲା ବାବାଙ୍କ ଏଗାର ଦିନିଆ ମେଳଣ l ପୁରୀଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଚିଲିକା କୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରା ମନ ଜିଣିଲା ଭଳି ଆନନ୍ଦମୟ ପରିବେଶ ରେ ବାବା ଚଉବରଙ୍କ ପୀଠ ଅବସ୍ଥିତ l ମାଦଳା ପାଞ୍ଜିରୁ ସଂଗୃହିତ ମତାନୁସାରେ ଶ୍ରୀଜଗନ୍ନାଥମନ୍ଦିର ପ୍ରତିଷ୍ଠା ପାଇଁ ଚାରିଜଣ ଋଷି ଆସିଥିଲେ ସେହି ଚାରିଜଣ ଋଷିଙ୍କ ମଧ୍ୟରେ ଚଉବର ବାବା ଅନ୍ୟତମ l ଚଉବର ବାବା ଆଳୁପାଟଣା ର ଏକ ବାଉଁଶବୁଦା ମୂଳେ ସମାଧି ନେଇଥିଲେ l କେବେ ସମାଧି ନେଇଛନ୍ତି ତାହା କାହାକୁ ଜଣାନଥିବା ବେଳେ ପୂର୍ବପୁରୁଷଙ୍କ ମତାନୁସାରେ ଆଳୁପାଟଣା ଗାଁ ଏବଂ ଆଖପାଖ ର ଗାଈ ବଳଦ ମାନଙ୍କୁ ଚରିବାପାଇଁ
ଚିଲିକାକୂଳ କୁ ଛାଡିଦିଅନ୍ତି l ଆଳିପାଟଣା ର ଜଣେ ମହିଳା ପ୍ରତିଦିନ ଦେଖୁଥିଲେ କାଳିଗାଇ ଟିଏ ପ୍ରତିଦିନ ବାଉଁଶ ବୁଦା ମୂଳରେ ଆସି ଠିଆହେଉଛି ଏବଂ ସେହି ଗୋମାତାଙ୍କ ସ୍ତନରୁ ମନକୁ କ୍ଷୀର ଝରୁଛି l ଏହି ଆଶ୍ଚର୍ଯ୍ୟ ଦୃଶ୍ୟ ସେ ଗ୍ରାମବାସୀଙ୍କୁ ଜଣାଇବାପରେ ଗ୍ରାମବାସୀ ବାଉଁଶବୁଦା ମୂଳରେ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ମୁଣ୍ଡିଆ ମାରିଥିଲେ l ବାବା ଚଉବର ସେଠାରେ ତାଙ୍କୁ ପୂଜା କରିବାପାଇଁ କହିଥିଲେ l ସେହିଦିନ ଠାରୁ ଚଉବର ପୀଠ ରେ ବାବା ଚଉବର ପୂଜା କରାଯାଉଛି l ପ୍ରତିଦିନ ହଜାର ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି l ସେହିଭଳି
ଆଳୁପାଟଣା ଏବଂ ପଡୋଶୀ ଗ୍ରାମ ମଧ୍ୟରେ ଦୀର୍ଘଦିନ ହେବ କନ୍ଦଳ ଲାଗି ଆଳୁପାଟଣା ଗ୍ରାମର ଯୁବକଙ୍କ ଆକ୍ରମଣ ରେ ପଡୋଶୀ ଗ୍ରାମର ଜଣେ ଯୁବକ ଗୁରୁତର ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ l ସେହି ଯୁବକଙ୍କୁ ସୁସ୍ଥ କରିବାପାଇଁ ଆଳୁପାଟଣାବାସୀ ବାବା ଚଉବରଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ କରିବାରୁ ପଡୋଶୀ ଗ୍ରାମର ଯୁବକ ସୁସ୍ଥ ହୋଇଯାଇଥିଲେ l ସେହିଦିନ ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଦୀର୍ଘ ୭୭ବର୍ଷ ହେବ ଦୀର୍ଘ ଏଗାର ଦିନ ଧରି ମହାଡ଼ମ୍ବରରେ ପାଳନ କରାଯାଇଛି l ଗତକାଲି ଠାରୁ ସଂଗଠନ ର ନୂତନ ସଭାପତି ସ୍ୱାଧୀନ କୁମାର ଜେନାଙ୍କ ସଭାପତିତ୍ୱ ପୂର୍ବତନ ସଭାପତି ରବୀନ୍ଦ୍ରକୁମାର ଜେନା, ସମ୍ପାଦକ, ଉପସଭାପତି, କୋଷାଧକ୍ଷଙ୍କ
ସହିତ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ଏବଂ ଗ୍ରାମବାସୀ ମିଶି ବାବା ଚଉବର ପୀଠରୁ ଗ୍ରାମ ଦେବଦେବୀ ମାନଙ୍କୁ ନିମନ୍ତ୍ରଣ କରି ମହାଡ଼ମ୍ବରରେ ବାଜା କୀର୍ତ୍ତନ ନାଚଗୀତ କରି ଯଜ୍ଞସ୍ଥଳ ପାଛୋଟି ଆଣିଥିଲେ l ପରେପରେ ୨୧ଜଣ ବ୍ରାହ୍ମଣଙ୍କୁ ନେଇ ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏଗାର ଦିନ ଧରି ବାଦୀପାଲା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରତିଦିନ କ୍ରିକେଟ ଟୁର୍ନାମେଣ୍ଟ ଏବଂ ବିଭିନ୍ନ ପ୍ରତିଯୋଗିତା କରାଯାଉଛି l ଏଥିସହିତ ପ୍ରତିଦିନ ତିନିହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯାଉଛି l ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ କୃଷ୍ଣପ୍ରସାଦ ବ୍ଲକର ପ୍ରତିଟି ଗାଁର ଶ୍ରଦ୍ଧାଳୁମାନେ ପୂର୍ଣ୍ଣ ସହଯୋଗ କରିଛନ୍ତି l
- Post by Manoj kumar baliyarsingh4
- Jay Jagannath 🙏1
- ନବ ନିର୍ମାଣ କୃଷକ ସଂଗଠନ ଚାଷୀଙ୍କ ପାଇଁ ଯେଉଁ ଓଡିଶା ବନ୍ଦ କରୁଛନ୍ତି ତାହା ଉଚିତ ପଦକ୍ଷେପ:ବିଜେଡି1
- Post by Gagan Bhoi1
- Nageswara tangi re humas nathi baru bhu jiba jantu maruchanti ahra prati kara kara jau2
- Post by Thabira Majhi1
- Post by Gaura Barad1
- Post by Manoj kumar baliyarsingh4