ଜାତି ପ୍ରଥାର କାନ୍ଥ ଡେଇଁ ପ୍ରେମ ବିବାହ; ସ୍ୱାମୀଙ୍କ ମୃତ୍ୟୁ ପରେ ଉଭୟ ପରିବାରରୁ ଅବହେଳିତ ମହିଳା, ପୋଲିସର ଆପୋଷ ବୁଝାମଣା ଉଦ୍ୟମ ସାମାଜିକ ସ୍ୱୀକୃତି ଓ ପୁଅକୁ ମାନ୍ୟତା ଦାବିରେ ଶାଶୁଘର ଆଗରେ ଗର୍ଭବତୀ ବିଧବା ବୋହୂଙ୍କ ଧାରଣା ଜାତି ପ୍ରଥାର କାନ୍ଥ ଡେଇଁ ପ୍ରେମ ବିବାହ; ସ୍ୱାମୀଙ୍କ ମୃତ୍ୟୁ ପରେ ଉଭୟ ପରିବାରରୁ ଅବହେଳିତ ମହିଳା, ପୋଲିସର ଆପୋଷ ବୁଝାମଣା ଉଦ୍ୟମ ହିଞ୍ଜିଳିକାଟୁ (୦୧/୮) , : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ନନ୍ଦିକ ଗ୍ରାମରେ ଶୁକ୍ରବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସାମାଜିକ ସ୍ୱୀକୃତି ଓ ନିଜ ଦୁଇ ବର୍ଷର ପୁଅକୁ ପରିବାରର ମାନ୍ୟତା ଦେବା ଦାବିରେ ଜଣେ ଗର୍ଭବତୀ ବିଧବା ବୋହୂ ଶାଶୁଘର ସମ୍ମୁଖରେ ଧାରଣାରେ ବସିଥିଲେ। ଅଭିଯୋଗ ହୋଇଛି ଯେ, ତାଙ୍କୁ ଘରେ ପ୍ରବେଶ କରିବା ତ ଦୂରର କଥା, ଦୁଆର ମୁହଁରେ ମଧ୍ୟ ବସିବାକୁ ଦିଆଯାଇନଥିଲା। ସୂଚନା ଅନୁଯାୟୀ, ନନ୍ଦିକ ଗ୍ରାମର ସୁନୀଲ ପ୍ରଧାନ ଓ ସେହି ଗ୍ରାମର ପୁଷ୍ପାଞ୍ଜଳି ବେହେରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ୨୦୨୩ ମସିହାରେ ଉଭୟେ ପ୍ରେମ ବିବାହ କରିଥିଲେ। ତେବେ ଉଭୟଙ୍କ ଜାତି ଭିନ୍ନ ହୋଇଥିବାରୁ ଦୁଇ ପରିବାର ଏହି ବିବାହକୁ ସ୍ୱୀକୃତି ଦେଇନଥିଲେ। ପରିସ୍ଥିତିରେ ବାଧ୍ୟ ହୋଇ ସ୍ୱାମୀ-ସ୍ତ୍ରୀ ସୁରତକୁ ଯାଇ ସେଠାରେ ରହୁଥିଲେ। କିଛିଦିନ ପୂର୍ବେ ସୁରତରେ ସୁନୀଲଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ପୁଷ୍ପାଞ୍ଜଳି ଗର୍ଭବତୀ ଥିବା ସହ ତାଙ୍କର ଦୁଇ ବର୍ଷର ଏକ ପୁଅ ରହିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ଅନ୍ୟ କୌଣସି ଉପାୟ ନପାଇ ସେ ସୁରତରୁ ଫେରି ଶୁକ୍ରବାର ନନ୍ଦିକ ଗ୍ରାମରେ ପହଞ୍ଚି ଶାଶୁଘର ଆଗରେ ଧାରଣାରେ ବସିଥିଲେ। ଅଭିଯୋଗ ଅନୁସାରେ, ଜାତିଗତ କାରଣରୁ ଶାଶୁଘର ସହ ବାପଘର ପକ୍ଷ ମଧ୍ୟ ତାଙ୍କୁ ଗ୍ରହଣ କରିନଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ପରେ ଉଭୟ ପରିବାରର ସଦସ୍ୟଙ୍କୁ ଡାକି ଆପୋଷ ବୁଝାମଣା କରାଇବା ପାଇଁ ପ୍ରୟାସ ଚାଲିଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ଖବର ଲେଖାଯିବା ସୁଦ୍ଧା ଥାନାରେ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନଥିବା ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମଇ ୫ ତାରିଖରେ ହିଞ୍ଜିଳି ଥାନା ଖରିଡା ଗ୍ରାମରେ ସାମାଜିକ ସ୍ୱୀକୃତି ଓ ସ୍ତ୍ରୀ ଅଧିକାର ଦାବିରେ ଶାଶୁଘର ଆଗରେ ଧାରଣାରେ ବସିଥିବା ପୂଜା ସ୍ୱାଇଁଙ୍କୁ ପରଦିନ ତାଙ୍କ ଦୁଇ ବର୍ଷର ଝିଅ ସମ୍ମୁଖରେ ହତ୍ୟା କରାଯାଇଥିବା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଥିଲା। ସେହି ଘଟଣାର ସ୍ମୃତି ଏବେବି ତାଜା ଥିବାବେଳେ ନନ୍ଦିକ ଗ୍ରାମର ଏହି ଘଟଣା ପୁଣିଥରେ ଆନ୍ତଃଜାତିୟ ବିବାହ, ବିଧବା ମହିଳାଙ୍କ ସାମାଜିକ ସୁରକ୍ଷା ଓ ପରିବାରିକ ସ୍ୱୀକୃତି ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିଛି।

- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅଲିଗଣ୍ଡା ଗ୍ରାମରେ ଗୋଟିଏ ଚୋରି ମାମଲାରେ ଅଭିଯୁକ୍ତ ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବିଚାରପତି ବିକାଶ କିରଣ ମିଶ୍ର l ଗତ 2025 ମେ ମାସ 2 ତାରିଖ ରାତିରେ ଅlଲିଗଣ୍ଡା ଗ୍ରାମର ରୁପିନା ନାୟକଙ୍କ ଦୋକାନ ଘର ଭିତରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା l ଲିଖିତ ଅଭିଯୋଗ କୁ ଭିତ୍ତି କରି ପୁଲିସ ତଦନ୍ତ କରିବା ସହ ଦଫା ବିଏନସ 331(4), 305, 3(5) ମାମଲା ରୁଜୁ କରି ଆସାମୀ ସେହି ଗ୍ରାମର ଅଜୟ ସଭାପତି ଙ୍କୁ ଉକ୍ତ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଅଜୟ ସର୍ତ୍ତ ମୂଳକ ଜାମିନ ରେ ଆସିଥିଲେ l ତେବେ ଉକ୍ତ ମାମଲା ର ବିଚାରଣ ମୋହନା କୋର୍ଟ ରେ ଜlରି ରହିଥିଲା l ଅଭିଯୁକ୍ତ ଙ୍କ ପକ୍ଷରୁ ଆଇନଜୀବୀ ବିଳାସ ନାୟକ ମାମଲା ପରିଚାଳନା କରୁଥିଲେ l1
- ଆଜିଏ ଖବର ସାରା ଦୁନିଅର ଜନଟୁ ଏବଂ ଅନ୍ୟମାନଙ୍କୁ ସେୟାର କରନ୍ତୁ1
- ପୁରୀରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ। ପୁରୀ ସୁରଜମଲ ସାହା ମହାବିଦ୍ୟାଳୟ ପରିସରରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଧନୁର୍ଧର ମୁଦୁଲି ଏବଂ 'ମାଇଁ ଭାରତ' ପୁରୀର ଅଧିକାରିଣୀ ସୁଶ୍ରୀ ସଂଗୀତା ମହାପାତ୍ର ମିଳିତ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରିଲ୍ସ ପ୍ରତିଯୋଗିତା, ତର୍କ, ଚିତ୍ରାଙ୍କନ, ଏକକ ଅଭିନୟ, ନୃତ୍ୟ ଓ ସଂଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ଯୁବକମାନେ କିପରି ନିଶାମୁକ୍ତ ରହିବେ ସେନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୁବ ଅଧିକାରିଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଯୋଗଦାନ କରି ଯୁବକମାନେ ସର୍ବଦା ନିଶାଠାରୁ ଦୂରେଇ ରହି ଯୁବସମାଜରେ ନିଶା ସେବନ ବିରୋଧୀ ବାର୍ତ୍ତା ପହଞ୍ଚାଇଲେ ଏକ ସୁନ୍ଦର ଭାରତ ଗଠନ କରାଯାଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥିଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ ଯୋଗଦେଇ ଭାରତବର୍ଷ ଯୁବଶକ୍ତିର ମେରୁଦଣ୍ଡ ବୋଲି କହିବା ସହ ଯୁବକମାନେ ଶୃଙ୍ଖଳିତ ଏବଂ ନିଶାଠାରୁ ଦୂରେଇ ରହିଲେ ବିକଶିତ ଭାରତ ଗଠନରେ କୌଣସି ବାଧା ଉପୁଜିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସର୍ବଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଭାସ୍କର ପୂଜାରୀ ପରିଚାଳନା କରିଥିବାବେଳେ ପଞ୍ଚୁ, ବାସୁଦେବ, ଆଲୋକ ପୂଜାରୀ ଏବଂ କରୁଣାକର ସହଯୋଗ କରିଥିଲେ। ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ4
- ଲୋକଙ୍କ ସରକାର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି, କନ୍ଧମାଳ ଜିଲ୍ଲା ପାଇକ, ଖଣ୍ଡାୟତ କୁଳ ସମାଜ l ବାଲିଗୁଡା - ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଐତିହାସିକ ପଦକ୍ଷେପ କୁ ସ୍ୱାଗତ ଜଣାଇ ଧନ୍ୟବାଦ୍ ଅର୍ପଣ କରିଛନ୍ତି କନ୍ଧମାଳ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜ l ଫୁଲବାଣୀ ସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟ କୁ କନ୍ଧମାଳ ଜିଲ୍ଲାର ମହାନ୍ ସନ୍ଥ ତଥା ସ୍ୱାଧୀନତା ସଂଗ୍ରାମୀ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତି କୁ ନେଇ ବହୁ ଖୁସି ପ୍ରକଟ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ୍ ଜଣାଉଛନ୍ତି, ଆଦିବାସୀ ଜନଜାତି ଙ୍କ ଦରଦୀ ବନ୍ଧୁ, ଜନଜାତି ଙ୍କ ଶିକ୍ଷା ସ୍ୱାସ୍ଥ୍ୟ କୃଷି ଓ ସଂସ୍କୃତି ପାଇଁ ସାରା ଜୀବନ ଉତ୍ସର୍ଗ କରି ନିଜ ପ୍ରାଣବଳୀ ଦେଇଥିବା ଏହି ମହାନ ସାଧୁ ଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟ ରେ ଏହି ଯୁଗାନ୍ତକାରୀ ପଦକ୍ଷେପ ସହ ଜଲେଶପଟ୍ଟା ସଂସ୍କୃତି କନ୍ୟାଶ୍ରମ ର ଉନ୍ନତି ପାଇଁ ତେର କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି, ଏହାକୁ ନେଇ କନ୍ଧମକ ରେ ସବୁ ସ୍ତରରେ ସ୍ୱାଗତ କରାଯାଇଛି,4
- ଢେଙ୍କାନାଳ ଜିଲ୍ଲରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତିର ନିଜେ ସମୀକ୍ଷା କରି ମନ୍ତ୍ରୀ ଦେଖାଇଲେ ନାଲିଆଖି. ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ହାତଗୁଞ୍ଜା ନଦେଇ ପାରିବାରୁ ସରକାରୀ ବାବୁ ଗରିବଙ୍କ ଘର କାଟି ଦେଲେ. ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜେ ଘରକୁ ଘର ଯାଇ ସମୀକ୍ଷା କରିବା ସହ ଅଫିସର ଙ୍କୁ ବଦଳି କରିବାକୁ ଦେଲେ କଡା ଚେତାବନୀ.1
- ମହେନ୍ଦ୍ରଗିରି ଶିଖର ରେ ୧୫୦ଟି ଦେଶୀ ପ୍ରଜାତି ର ଚାରା ରୂପଣ ଗଜପତି ଜିଲ୍ଲା ରାୟଗଡ ବ୍ଲକ ର ମହେନ୍ଦ୍ରଗିରି ପାହାଡ଼ ଶିଖରରେ ୧୫୦ଟି ଦେଶୀ ପ୍ରଜାତିର ଚାରା ଅଶୋକ ୫୦ଟି ଏବଂ ଜାମୁ ୧୦୦ଟି ଚାରା ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ରାମଗିରି ରେଞ୍ଜର ପିୟସ ପଟନାୟକ ଜିରାଙ୍ଗ ବନପାଳ ଅନ୍ତର୍ଗତ ସମସ୍ତ ବନପାଳ, ବନରକ୍ଷୀ , ଲକ୍ଷ୍ମୀ ବାବା, ସମାଜ ସେବୀ, ମହେନ୍ଦ୍ରଗିରି ଇଡିସି ସଭାପତି ଓ କୋଷାଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ, କଇଁପୁର ଏବଂ ବନ ବିଭାଗର ସ୍କ୍ୱାଡ, କର୍ମଚାରୀ ତଥା ସ୍ଥାନୀୟ। ଜନ ସାଧାରଣ ମାନେ ଉପସ୍ଥିତ ଥିଲେ।1
- ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଓ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ନିର୍ବାଚିତ। (ଡ଼ଃ ମନୋଜକୁମାର ବଳିଆରସିଂ)ପୁରୀ, ୩୧ ଜୁଲାଇ ଆଜି ପୁରୀ ବଳଭଦ୍ର ଜାଗା ଯୁବକ ସଂଘ (ହରିଜନ ସାହି, ମାର୍କଣ୍ଡ ସାହି) ପରିସରରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ପୁରୀ ଜିଲ୍ଲା ସାଙ୍ଗଠନିକ ନିର୍ବାଚନ ଅତ୍ୟନ୍ତ ଉତ୍ସାହଜନକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦଳୀୟ ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏହି ନିର୍ବାଚନ କରାଯାଏ। ଚଳିତଥର ପୁରୀ ଜିଲ୍ଲାରେ ପ୍ରଥମଥର ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜିଲ୍ଲା ସଭାପତି (ଜିଲ୍ଲା ଆବାହକ) ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପାର୍ଟିର ନିୟମାନୁସାରେ ଜିଲ୍ଲା ସଭାପତି ସ୍ୱୟଂକ୍ରିୟ ଭାବେ 'ନ୍ୟାସନାଲ କାଉନ୍ସିଲ୍' ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତି ପୁରୀ ଜିଲ୍ଲାରୁ ପ୍ରଥମ ଥର ପାଇଁ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି। ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ପାଣି ଏହି ନିର୍ବାଚନ ପ୍ରକ୍ରିୟାକୁ ପର୍ଯ୍ୟବେକ୍ଷକ ଭାବେ ସୂଚାରୁରୂପେ ପରିଚାଳନା କରିଥିଲେ। ଏହି ନିର୍ବାଚନରେ ଶ୍ରୀଯୁକ୍ତ ବିସ୍ମୟ ପଲ୍ ଏବଂ ଏସ୍. କେ. ମୁମତାଜ ଜିଲ୍ଲା ଆବାହକ ପଦ ପାଇଁ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତିଙ୍କ ନାମ ପ୍ରସ୍ତାବ ଦେଇଥିବାବେଳେ, ଶ୍ରୀଯୁକ୍ତ ଭାଗବତ ବେହେରା ଏହାକୁ ସମର୍ଥନ କରିଥିଲେ। ଉପସ୍ଥିତ ସମସ୍ତ ସକ୍ରିୟ ସଦସ୍ୟଙ୍କ ସହମତିକ୍ରମେ ଶ୍ରୀ ମହାନ୍ତି ନିର୍ବିରୋଧ ଭାବେ ଚୟନ ହୋଇଥିଲେ। ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖି ଶ୍ରୀ ମହାନ୍ତି କହିଥିଲେ ଯେ, ପୂର୍ବରୁ ରାଜ୍ୟ ନେତୃତ୍ୱ ଏବଂ ବର୍ତ୍ତମାନ ଜିଲ୍ଲାର ସମସ୍ତ କର୍ମୀ ଓ ସଦସ୍ୟମାନେ ତାଙ୍କ ପ୍ରତି ଯେଉଁ ଭରସା ଓ ଆସ୍ଥା ପ୍ରକଟ କରିଛନ୍ତି, ସେଥିପାଇଁ ସେ କୃତଜ୍ଞ। ସମସ୍ତ କର୍ମୀଙ୍କୁ ସାଙ୍ଗରେ ନେଇ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ମଜବୁତ କରାଯିବ ଏବଂ ଆଗାମୀ ଦିନରେ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆମ୍ ଆଦ୍ମୀ ପାର୍ଟି ରାଜ୍ୟରେ ଏକ ଦୃଢ଼ ବିକଳ୍ପ ଭାବେ କାର୍ଯ୍ୟ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।4
- Post by Nilakantha Kumar1
- ଭାରସାମ୍ୟ ହରାଇ ବ୍ରିଜ ତଳକୁ କାର୍ ଖସିପଡ଼ିବା ଫଳରେ ଚାଳକଙ୍କ ମୃତ୍ୟୁ। #RoadAccident #GanjamNews #Belaguntha #Bhanjanagar #BreakingNewsOdia #JagrutiKhabar #AccidentNews #OdiaNews #Ganjam #OdishaNews1