Shuru
Apke Nagar Ki App…
ପୁରୀରେ ପ୍ରତିଷ୍ଠା ହେଲା ମା କନକଦୁର୍ଗା ମନ୍ଦିର, ଭକ୍ତିମୟ ପରିବେଶରେ ଭକ୍ତଙ୍କ ଭିଡ଼। ପୁରୀ ସଦର ଅଞ୍ଚଳର ମୋହିନୀପୁର ନଦୀବନ୍ଧ ପାର୍ଶ୍ୱରେ ମା କନକଦୁର୍ଗାଙ୍କ ନବନିର୍ମିତ ମନ୍ଦିର ଆଜି ଭକ୍ତିମୟ ପରିବେଶରେ ପ୍ରତିଷ୍ଠା ହୋଇଛି। ସ୍ଥାନୀୟ ପ୍ରତିଷ୍ଠାତାଙ୍କ ଅନୁଭବ ଓ ଶ୍ରଦ୍ଧାରୁ ଆରମ୍ଭ ହୋଇଥିବା ଏହି ମନ୍ଦିର ନିର୍ମାଣ କାମ କେବଳ ଦୁଇ ମାସରେ ସମାପ୍ତ ହୋଇଥିଲା। ପ୍ରତିଷ୍ଠା ଅବସରରେ ପ୍ରବଳ ଖରା ସତ୍ତ୍ୱେ ମହିଳା ଓ ପୁରୁଷମାନେ ବାଜା, ବାଣ, ସଂକୀର୍ତ୍ତନ, ନାଗାନାଚ ଓ ଦେବୀନୃତ୍ୟ ସହ ଦୀର୍ଘ ଚାରି କିଲୋମିଟର କଳସ ଯାତ୍ରାରେ ଯୋଗଦେଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଏତେ ଖରା ମଧ୍ୟରେ କାହାର କୌଣସି ଅସୁବିଧା ଦେଖାଯାଇନଥିଲା। ସମସ୍ତ ଅଞ୍ଚଳ ମା କନକଦୁର୍ଗାଙ୍କ ଜୟଧ୍ୱନିରେ ମୁଖରିତ ହୋଇଉଠିଥିଲା। ପୁରୀରୁ ରିପୋର୍ଟର: ଡ଼ଃ ମନୋଜ କୁମାର ବଳିଆରସିଂ
Manoj kumar baliyarsingh

More news from ଓଡ଼ିଶା and nearby areas
- Post by Manoj kumar baliyarsingh4
- ଗୋପବ୍ଲକ ସାଂସଦ ପ୍ରତିନିଧି ଟୁଲୁ ସ୍ୱାଇଁ ଙ୍କୁ ଥାନା ଭିତରେ ମହିଳା ମାନେ ଗୋଡ଼ାଇ ଗୋଡ଼ାଇ ପିଟିଲେ, ପ୍ରାଣ ବିକଳରେ ଦୌଡ଼ି ପଳାଇଲେ ଗାଡ଼ି ଫୋପାଡି।1
- Post by Rajesh Samantaray1
- Post by ନିମାଇଁ ଚରଣ ମହାରଣା1
- Farmers welfare and empowerment in WB brings new look.1
- Post by Sibanava Panda1
- ଯାଜପୁର, ବାଇକ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ବରୁଆଁ ସ୍ଥିତ ମହେଶ୍ୱରପୁର ଗାଁର ୧୦୦ ରୁ ଉର୍ଦ୍ଧ୍ୱ ଯୁବକ ପଡୋଶୀ ଗାଁର ୩ ପରିବାରକୁ ଆଣି ଗାଁ ମଝିରେ ଇଲେକ୍ଟ୍ରିପୋଲରେ ବାନ୍ଧି ୧୨ ଘଣ୍ଟା ଧରି ପିଟି ଲହୁଲୁହାଣା କରିଥିଲେ। ଯାଜପୁର ସଦର ପୋଲିସ ଏହି ପରିବାରଙ୍କୁ ଉଦ୍ଧାର କରିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଛାଡିଦେଇ ୧୯ ବର୍ଷର ତିନିଜଣ ଯୁବକଙ୍କୁ ସଦର ଥାନାରେ ଅଟକ ରଖି ବିନା ଲିଖିତ ଅଭିଯୋଗରେ ୩ ଦିନ ଧରି ପିଟିଥିଲା। ଏହି ଘଟଣାରେ ପରିବାର ଲୋକ ଏବଂ ମୂଳନନିବାସୀ ଛାତ୍ର ଓ ଯୁବ ସମ୍ମୁଖ୍ୟ (MSYF)ର କର୍ମକର୍ତ୍ତା ମାନେ ଏସପି, କଲେକ୍ଟର, ଡିଜିପି, ଓଡିଶା ମାନବିକ ଅଧିକାର କମିଶନ, ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମାର୍ଚ୍ଚ ୩୧ ତାରିଖ ଦିନ ହଜାର ହଜାର ସଂଖ୍ୟାରେ ଲୋକ କଲେକ୍ଟର ଅଫିସ ଭିତରକୁ ଧସେଇ ପଶି ୪ ଘଣ୍ଟା କାଳ ଏକପ୍ରକାର କବ୍ଜା କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପୋଲିସ ନିଘୋଡ଼ ନିଦ୍ରାରେ ଶୋଇଲା ପରି ମନେହେଉଛି। ଆଇଜି ସେଣ୍ଟ୍ରାଲ କଲେକ୍ଟର ଅଫିସ ଘେରାଉ ଦିନ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ପୋଲିସର ହାତ ଖାଲି। ଅପରପକ୍ଷରେ ସଦର ଥାନା ଅଧିକାରୀଣି ଚିନ୍ମୟୀ ବେହେରାଙ୍କୁ ବଦଳି ନକରିବା ଫଳରେ ସେ ସାକ୍ଷୀମାନଙ୍କୁ ଧମକ ଚମକ ଦେବା ପିଡ଼ିତ ପରିବାର ଅଭିଯୋଗ କରିଛନ୍ତି । ଏସଡିପିଓ ପ୍ରଶାନ୍ତ ମାଝୀଙ୍କ ହାତରେ ତଦନ୍ତ ଭାର ଥିବା ସ୍ଥଳେ ପୋଲିସ ବିରୋଧରେ ଥାନା ହଜତରେ ୩ ଦିନ ରଖି ବାଡେଇବା ଘଟଣାର ଏଫଆଇଆର ରେଜିଷ୍ଟର୍ଡ଼ ହୋଇପାରି ନାହିଁ। ଅନ୍ୟପଟରେ ସୋମନାଥ ଓଝା ଏବଂ ତପନ ଓଝାଙ୍କୁ ପୋଲିସ ଗିରଫ କରିଥିଲେ ମଧ୍ୟ କୋହଳ ଦଫା ଲଗାଇବାରୁ ଏତେ ସାଙ୍ଘାତିକ ଘଟଣାରେ ସେମାନେ ମାତ୍ର ୫ ଦିନ ଭିତରେ ବେଲ ପାଇବା ସାଧାରଣରେ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି।ପୋଲିସ ଅପରାଧୀଙ୍କ ପାଖରେ ବିକ୍ରି ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।1
- Post by Rajesh Samantaray1