logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପବିତ୍ର ଅକ୍ଷୟ ତୃତୀୟା ରେ ଆରମ୍ଭ ହେବ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆସନ୍ତା ୨୦ ଏପ୍ରିଲ ୨୦୨୬ ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହା ପାଇଁ ନରେନ୍ଦ୍ର ପୁଷ୍କରିଣୀ ପରିସରରେ ବ୍ୟାପକ ପ୍ରସ୍ତୁତି ଓ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଯାତ୍ରାରେ ଚାପରେ ନନ୍ଦା ଓ ଭଦ୍ରାରେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ବିଗ୍ରହ ବିରାଜମାନ ହେବେ। ପାଲିଙ୍କିରେ ରାମକୃଷ୍ଣ ଓ ବିମାନରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ବିଜେ କରି ବିରାଟ ପଟୁଆର ମଧ୍ୟରେ ନରେନ୍ଦ୍ର ଚକଡ଼ାକୁ ପହଞ୍ଚିବେ। ସେହିପରି ପଞ୍ଚ ମହାଦେବଙ୍କ ବିଜେ ପ୍ରତିମାମାନେ ମଧ୍ୟ ବିମାନରେ ଯାତ୍ରା କରିବେ। ୨୧ ଦିନ ଧରି ଚାଲିବାକୁଥିବା ବାହାର ଚନ୍ଦନ ଯାତ୍ରା ସମୟରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିବ। ଭକ୍ତମାନେ ଯେପରି ସୁବିଧାରେ ନଉକା ବିହାର କରୁଥିବା ଠାକୁରଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅଲଗା କରାଯାଇଛି ଏବଂ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ୫ ପ୍ଲାଟୁନ ଫୋର୍ସ ମୁତୟନ ସହିତ CCTV ନିରୀକ୍ଷଣ, ଆଣ୍ଟି-ସବୋଟାଜ୍ ଚେକିଂ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ କଟକଣା ରଖାଯିବ। ଅଗ୍ନିଶମ ବିଭାଗ ସହ ସମନ୍ୱୟ ରଖି ଫାୟାର ସେଫ୍ଟି ବ୍ୟବସ୍ଥା ମଧ୍ୟ ସୁଦୃଢ କରାଯାଇଛି। ଜଳସୁରକ୍ଷା ପାଇଁ ନଉକା ବିହାର ସମୟରେ ଲାଇଫ ଜାକେଟ୍, ଲାଇଫ ଗାର୍ଡ ଓ ରେସ୍କ୍ୟୁ ଟିମ୍ ନିଯୁକ୍ତ ହେବେ। ବରିଷ୍ଠ ନାଗରିକ, ମହିଳା ଓ ଶିଶୁମାନଙ୍କ ପାଇଁ ଅଲଗା ବ୍ୟବସ୍ଥା, ବସିବା ସୁବିଧା ଓ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି। ସେହିପରି ଭକ୍ତମାନଙ୍କ ପାଇଁ ପିଇବା ପାଣି, ଚିକିତ୍ସା ସେବା ଓ ସ୍ୱଚ୍ଛତା ବ୍ୟବସ୍ଥାକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ଚନ୍ଦନ ଯାତ୍ରାକୁ ଶୃଙ୍ଖଳାବଦ୍ଧ ଓ ସୁରକ୍ଷିତ ଭାବେ ପାଳନ ପାଇଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି।

2 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
2 hrs ago

ପବିତ୍ର ଅକ୍ଷୟ ତୃତୀୟା ରେ ଆରମ୍ଭ ହେବ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆସନ୍ତା ୨୦ ଏପ୍ରିଲ ୨୦୨୬ ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହା ପାଇଁ ନରେନ୍ଦ୍ର ପୁଷ୍କରିଣୀ ପରିସରରେ ବ୍ୟାପକ ପ୍ରସ୍ତୁତି ଓ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଯାତ୍ରାରେ ଚାପରେ ନନ୍ଦା ଓ ଭଦ୍ରାରେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ବିଗ୍ରହ ବିରାଜମାନ ହେବେ। ପାଲିଙ୍କିରେ ରାମକୃଷ୍ଣ ଓ ବିମାନରେ

ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ବିଜେ କରି ବିରାଟ ପଟୁଆର ମଧ୍ୟରେ ନରେନ୍ଦ୍ର ଚକଡ଼ାକୁ ପହଞ୍ଚିବେ। ସେହିପରି ପଞ୍ଚ ମହାଦେବଙ୍କ ବିଜେ ପ୍ରତିମାମାନେ ମଧ୍ୟ ବିମାନରେ ଯାତ୍ରା କରିବେ। ୨୧ ଦିନ ଧରି ଚାଲିବାକୁଥିବା ବାହାର ଚନ୍ଦନ ଯାତ୍ରା ସମୟରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିବ। ଭକ୍ତମାନେ ଯେପରି ସୁବିଧାରେ ନଉକା ବିହାର କରୁଥିବା ଠାକୁରଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପ୍ରବେଶ ଓ ପ୍ରସ୍ଥାନ

ପଥକୁ ଅଲଗା କରାଯାଇଛି ଏବଂ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ୫ ପ୍ଲାଟୁନ ଫୋର୍ସ ମୁତୟନ ସହିତ CCTV ନିରୀକ୍ଷଣ, ଆଣ୍ଟି-ସବୋଟାଜ୍ ଚେକିଂ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ କଟକଣା ରଖାଯିବ। ଅଗ୍ନିଶମ ବିଭାଗ ସହ ସମନ୍ୱୟ ରଖି ଫାୟାର ସେଫ୍ଟି ବ୍ୟବସ୍ଥା ମଧ୍ୟ ସୁଦୃଢ କରାଯାଇଛି। ଜଳସୁରକ୍ଷା ପାଇଁ ନଉକା ବିହାର ସମୟରେ ଲାଇଫ ଜାକେଟ୍, ଲାଇଫ ଗାର୍ଡ ଓ ରେସ୍କ୍ୟୁ ଟିମ୍

ନିଯୁକ୍ତ ହେବେ। ବରିଷ୍ଠ ନାଗରିକ, ମହିଳା ଓ ଶିଶୁମାନଙ୍କ ପାଇଁ ଅଲଗା ବ୍ୟବସ୍ଥା, ବସିବା ସୁବିଧା ଓ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି। ସେହିପରି ଭକ୍ତମାନଙ୍କ ପାଇଁ ପିଇବା ପାଣି, ଚିକିତ୍ସା ସେବା ଓ ସ୍ୱଚ୍ଛତା ବ୍ୟବସ୍ଥାକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ଚନ୍ଦନ ଯାତ୍ରାକୁ ଶୃଙ୍ଖଳାବଦ୍ଧ ଓ ସୁରକ୍ଷିତ ଭାବେ ପାଳନ ପାଇଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି।

More news from Odisha and nearby areas
  • ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ। କୋରେଇ ଥାନା ମିନାବଜାର ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ କୋରେଇ ମେଡ଼ିକାଲରେ ଭର୍ତ୍ତି ହେଲେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା।
    1
    ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ। କୋରେଇ ଥାନା ମିନାବଜାର ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ କୋରେଇ ମେଡ଼ିକାଲରେ ଭର୍ତ୍ତି ହେଲେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା।
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    33 min ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    6 hrs ago
  • Post by ନିମାଇଁ ଚରଣ ମହାରଣା
    1
    Post by ନିମାଇଁ ଚରଣ ମହାରଣା
    user_ନିମାଇଁ ଚରଣ ମହାରଣା
    ନିମାଇଁ ଚରଣ ମହାରଣା
    Local News Reporter Khordha, Odisha•
    2 hrs ago
  • Farmers welfare and empowerment in WB brings new look.
    1
    Farmers welfare and empowerment in WB brings new look.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • Post by Sibanava Panda
    1
    Post by Sibanava Panda
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଯାଜପୁର, ବାଇକ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ବରୁଆଁ ସ୍ଥିତ ମହେଶ୍ୱରପୁର ଗାଁର ୧୦୦ ରୁ ଉର୍ଦ୍ଧ୍ୱ ଯୁବକ ପଡୋଶୀ ଗାଁର ୩ ପରିବାରକୁ ଆଣି ଗାଁ ମଝିରେ ଇଲେକ୍ଟ୍ରିପୋଲରେ ବାନ୍ଧି ୧୨ ଘଣ୍ଟା ଧରି ପିଟି ଲହୁଲୁହାଣା କରିଥିଲେ। ଯାଜପୁର ସଦର ପୋଲିସ ଏହି ପରିବାରଙ୍କୁ ଉଦ୍ଧାର କରିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଛାଡିଦେଇ ୧୯ ବର୍ଷର ତିନିଜଣ ଯୁବକଙ୍କୁ ସଦର ଥାନାରେ ଅଟକ ରଖି ବିନା ଲିଖିତ ଅଭିଯୋଗରେ ୩ ଦିନ ଧରି ପିଟିଥିଲା। ଏହି ଘଟଣାରେ ପରିବାର ଲୋକ ଏବଂ ମୂଳନନିବାସୀ ଛାତ୍ର ଓ ଯୁବ ସମ୍ମୁଖ୍ୟ (MSYF)ର କର୍ମକର୍ତ୍ତା ମାନେ ଏସପି, କଲେକ୍ଟର, ଡିଜିପି, ଓଡିଶା ମାନବିକ ଅଧିକାର କମିଶନ, ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମାର୍ଚ୍ଚ ୩୧ ତାରିଖ ଦିନ ହଜାର ହଜାର ସଂଖ୍ୟାରେ ଲୋକ କଲେକ୍ଟର ଅଫିସ ଭିତରକୁ ଧସେଇ ପଶି ୪ ଘଣ୍ଟା କାଳ ଏକପ୍ରକାର କବ୍ଜା କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପୋଲିସ ନିଘୋଡ଼ ନିଦ୍ରାରେ ଶୋଇଲା ପରି ମନେହେଉଛି। ଆଇଜି ସେଣ୍ଟ୍ରାଲ କଲେକ୍ଟର ଅଫିସ ଘେରାଉ ଦିନ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ପୋଲିସର ହାତ ଖାଲି। ଅପରପକ୍ଷରେ ସଦର ଥାନା ଅଧିକାରୀଣି ଚିନ୍ମୟୀ ବେହେରାଙ୍କୁ ବଦଳି ନକରିବା ଫଳରେ ସେ ସାକ୍ଷୀମାନଙ୍କୁ ଧମକ ଚମକ ଦେବା ପିଡ଼ିତ ପରିବାର ଅଭିଯୋଗ କରିଛନ୍ତି । ଏସଡିପିଓ ପ୍ରଶାନ୍ତ ମାଝୀଙ୍କ ହାତରେ ତଦନ୍ତ ଭାର ଥିବା ସ୍ଥଳେ ପୋଲିସ ବିରୋଧରେ ଥାନା ହଜତରେ ୩ ଦିନ ରଖି ବାଡେଇବା ଘଟଣାର ଏଫଆଇଆର ରେଜିଷ୍ଟର୍ଡ଼ ହୋଇପାରି ନାହିଁ। ଅନ୍ୟପଟରେ ସୋମନାଥ ଓଝା ଏବଂ ତପନ ଓଝାଙ୍କୁ ପୋଲିସ ଗିରଫ କରିଥିଲେ ମଧ୍ୟ କୋହଳ ଦଫା ଲଗାଇବାରୁ ଏତେ ସାଙ୍ଘାତିକ ଘଟଣାରେ ସେମାନେ ମାତ୍ର ୫ ଦିନ ଭିତରେ ବେଲ ପାଇବା ସାଧାରଣରେ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି।ପୋଲିସ ଅପରାଧୀଙ୍କ ପାଖରେ ବିକ୍ରି ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।
    1
    ଯାଜପୁର, ବାଇକ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ବରୁଆଁ ସ୍ଥିତ ମହେଶ୍ୱରପୁର ଗାଁର ୧୦୦ ରୁ ଉର୍ଦ୍ଧ୍ୱ ଯୁବକ ପଡୋଶୀ ଗାଁର ୩ ପରିବାରକୁ ଆଣି ଗାଁ ମଝିରେ ଇଲେକ୍ଟ୍ରିପୋଲରେ ବାନ୍ଧି ୧୨ ଘଣ୍ଟା ଧରି ପିଟି ଲହୁଲୁହାଣା କରିଥିଲେ।
ଯାଜପୁର ସଦର ପୋଲିସ ଏହି ପରିବାରଙ୍କୁ ଉଦ୍ଧାର କରିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଛାଡିଦେଇ ୧୯ ବର୍ଷର ତିନିଜଣ ଯୁବକଙ୍କୁ ସଦର ଥାନାରେ ଅଟକ ରଖି ବିନା ଲିଖିତ ଅଭିଯୋଗରେ ୩ ଦିନ ଧରି ପିଟିଥିଲା।
ଏହି ଘଟଣାରେ ପରିବାର ଲୋକ ଏବଂ ମୂଳନନିବାସୀ ଛାତ୍ର ଓ ଯୁବ ସମ୍ମୁଖ୍ୟ (MSYF)ର କର୍ମକର୍ତ୍ତା ମାନେ ଏସପି, କଲେକ୍ଟର, ଡିଜିପି, ଓଡିଶା ମାନବିକ ଅଧିକାର କମିଶନ, ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମାର୍ଚ୍ଚ ୩୧ ତାରିଖ ଦିନ ହଜାର ହଜାର ସଂଖ୍ୟାରେ ଲୋକ କଲେକ୍ଟର ଅଫିସ ଭିତରକୁ ଧସେଇ ପଶି ୪ ଘଣ୍ଟା କାଳ ଏକପ୍ରକାର କବ୍ଜା କରିଥିଲେ।
ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପୋଲିସ ନିଘୋଡ଼ ନିଦ୍ରାରେ ଶୋଇଲା ପରି ମନେହେଉଛି। ଆଇଜି ସେଣ୍ଟ୍ରାଲ କଲେକ୍ଟର ଅଫିସ ଘେରାଉ ଦିନ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ପୋଲିସର ହାତ ଖାଲି। ଅପରପକ୍ଷରେ ସଦର ଥାନା ଅଧିକାରୀଣି ଚିନ୍ମୟୀ ବେହେରାଙ୍କୁ ବଦଳି ନକରିବା ଫଳରେ ସେ ସାକ୍ଷୀମାନଙ୍କୁ ଧମକ ଚମକ ଦେବା ପିଡ଼ିତ ପରିବାର ଅଭିଯୋଗ କରିଛନ୍ତି । ଏସଡିପିଓ ପ୍ରଶାନ୍ତ ମାଝୀଙ୍କ ହାତରେ ତଦନ୍ତ ଭାର ଥିବା ସ୍ଥଳେ ପୋଲିସ ବିରୋଧରେ ଥାନା ହଜତରେ ୩ ଦିନ ରଖି ବାଡେଇବା ଘଟଣାର ଏଫଆଇଆର ରେଜିଷ୍ଟର୍ଡ଼ ହୋଇପାରି ନାହିଁ। 
ଅନ୍ୟପଟରେ ସୋମନାଥ ଓଝା ଏବଂ ତପନ ଓଝାଙ୍କୁ ପୋଲିସ ଗିରଫ କରିଥିଲେ ମଧ୍ୟ କୋହଳ ଦଫା ଲଗାଇବାରୁ ଏତେ ସାଙ୍ଘାତିକ ଘଟଣାରେ ସେମାନେ ମାତ୍ର ୫ ଦିନ ଭିତରେ ବେଲ ପାଇବା ସାଧାରଣରେ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି।ପୋଲିସ ଅପରାଧୀଙ୍କ ପାଖରେ ବିକ୍ରି ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।
    user_Janata News
    Janata News
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ଗୋପବ୍ଲକ ସାଂସଦ ପ୍ରତିନିଧି ଟୁଲୁ ସ୍ୱାଇଁ ଙ୍କୁ ଥାନା ଭିତରେ ମହିଳା ମାନେ ଗୋଡ଼ାଇ ଗୋଡ଼ାଇ ପିଟିଲେ, ପ୍ରାଣ ବିକଳରେ ଦୌଡ଼ି ପଳାଇଲେ ଗାଡ଼ି ଫୋପାଡି।
    1
    ଗୋପବ୍ଲକ ସାଂସଦ ପ୍ରତିନିଧି ଟୁଲୁ ସ୍ୱାଇଁ ଙ୍କୁ ଥାନା ଭିତରେ ମହିଳା ମାନେ ଗୋଡ଼ାଇ ଗୋଡ଼ାଇ ପିଟିଲେ, ପ୍ରାଣ ବିକଳରେ ଦୌଡ଼ି ପଳାଇଲେ ଗାଡ଼ି ଫୋପାଡି।
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.