ଦୁର୍ନୀତିଖୋରଙ୍କ ଭୁସ୍ବର୍ଗ ପାଲଟିଛି ସୁବର୍ଣ୍ଣପୁର - ରାଜନୈତିକ ସଂରକ୍ଷଣରେ ଦୁର୍ନୀତିଖୋରୀ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଏବେ ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ରହିଛି। ବ୍ଲକ୍ ଗୁଡ଼ିକ ଦୁର୍ନୀତିର ଗନ୍ତାଘର ପାଲଟିଛି। କିଛିଦିନ ହେବ ଅନିୟମିତତାକୁ ନେଇ ଜିଲ୍ଲାପାଳ ତରଭା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ଆର୍ଥିକ କ୍ଷମତା ପ୍ରତ୍ୟାହାର କରିଛନ୍ତି। କିଛି ମାସ ତଳେ ଉଲୁଣ୍ଡା ବିଡ଼ିଓ ଲୋକଙ୍କ ଠାରୁ ମାଡ଼ ଖାଇବା ପରେ ବ୍ଲକ୍ ଚର୍ଚ୍ଚାରେ ରହିଥିଲା। ଏବେ ପୁଣି ଉଲୁଣ୍ଡା ବ୍ଲକ୍ ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ରହିଛି। ଉଲୁଣ୍ଡା ବ୍ଲକରେ କାଗଜପତ୍ର ଗୁଡିକରେ ସବୁ କାମ ହେଇଯାଉଛି। ବ୍ଲକ୍ ଅନ୍ତର୍ଗତ ରକ୍ସା ପଞ୍ଚାୟତର ଖପରିପୁର ରୁ ବଇମାନଟିକ୍ରା ରାସ୍ତା କାମକୁ ନେଇ ଅଭିଯୋଗ ହୋଇଥିଲା। ଏଥିରେ ଯାବତୀୟ ଅନିୟମିତତା ହୋଇଥିବା ଜଣାଯାଇଛି। କାଗଜପତ୍ରରେ ରାସ୍ତା କାମ ଦୁଇ ଥର ହୋଇଥିଲେହେଁ ବାସ୍ତବରେ ଥରୁଟିଏ ବି ହୋଇ ନଥିବା ଜଣାଯାଇଛି। ରାସ୍ତା ନଥିବା ସ୍ଥଳେ ରାସ୍ତା ଦର୍ଶାଯାଇ କାର୍ଯ୍ୟ ହୋଇଛି ବୋଲି କୁହାଯାଉଛି। ମିଥ୍ୟା କାଗଜ ପତ୍ର ଦିଆଯାଉଛି, ଯେଉଁଥିରେ ଗାଁ ସାଥୀଙ୍କ ଦସ୍ତଖତ ପଡ଼ିନାହିଁ। ମଷ୍ଟରରୋଲରେ ଶ୍ରମିକମାନଙ୍କ ବଦଳରେ ଠିକାଦାରଙ୍କ ସମ୍ପର୍କୀୟମାନଙ୍କ ନାମ ରହିଥିବା ଆଲୋଚନା ହେଉଛି। ଯାହାକି ତଦନ୍ତ ସାପେକ୍ଷ। ଏସବୁ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୫/୦୪/୨୦୨୬ ଵୁଧଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ-୬୩୭୨୯୬୬୧୨୭1
- Post by Sonepur news khulasa1
- ସୁବର୍ଣ୍ଣପୁର: ଆମ ପରମ୍ପରା ଆମ ସଂସ୍କୃତି ଆମ ଭାଷା ଆମ ବେଶଭୂଷା ନିଶ୍ଚିତ ଭାବରେ ଅନନ୍ୟ ଓଡ଼ିଆ ପକ୍ଷ ପାଳନର ଶେଷ ଦିନରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ।1
- Post by SONEPUR NEWS1
- Post by BAHUJAN ADHIKAR1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ରାମେଶ୍ୱର ମନ୍ଦିର ଠେଙ୍ଗୋଡ୍ୟାମ ଠାରେ ରାମେଶ୍ୱର ବାବା ଙ୍କର ଦଣ୍ଡ ଯାତ୍ରା ଉଦଯାପିତ ହୋଇଯାଇଛି। ସେହିପରି ଅଞ୍ଚଳର ବିଭିନ୍ନ ଶୈବପୀଠ ରେ ଶତାଧିକ ପୁରୁଷ ବ୍ରତ ଧାରି ସାମିଲ ହୋଇଥିବା ବେଳେ ଏଠାରେ ୩୦ ରୁ ଉର୍ଦ୍ଧ ମହିଳା ପୁରୁଷ ଅଧିଆ ପଡିଥିଲେ। ଏହି ଯାତ୍ରାକୁ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଏହି ଦଣ୍ଡ ଯାତ୍ରା ଶୈବଶକ୍ତ ଉପାସନା ସହ ମନୋରଞ୍ଜନ ର ମାଧ୍ୟମ ଅଟେ। ଏହି ଯାତ୍ରା ବିଶେଷତଃ କୃଷି ଉପରେ ଆଧାରିତ ଓ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥାଏ। ସେହିପରି ବାବା ଗୋଧନେଶ୍ଵର, ସ୍ଵପ୍ନେଶ୍ଵରଙ୍କ ସହ କେଶଲଗା ଶୈବପୀଠ, ବଡ଼ମାଳ ମହାରପଡା, ତେନ୍ତୁଳିମହଦା, ସୁନାରିବେର୍ଣ୍ଣି, ଗୌଡ଼ଗାଡ଼, ଦଣ୍ଡ ଯାତ୍ରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସମ୍ପନ୍ନ ହୋଇଛି। ଏହି ମେରୁ ଯାତ୍ରା ର ଅନ୍ୟ ଏକ ଆକର୍ଷଣ ହେଉଛି ଝାମୁଯାତ୍ରା। ମାନସିକଧାରୀ ମାନେ ନିର୍ଜଳା ଉପବାସ ରହି ମହାଦେବ ଙ୍କୁ ଆରାଧନା କରିଥାନ୍ତି। ଏବଂ ପ୍ରଚଣ୍ଡ ଖରାରେ ନିଜକୁ କଷ୍ଟସାଧ୍ୟ ଦେଇ ପାଣି ଦଣ୍ଡ,ଧୁଲି ଦଣ୍ଡ ରେ ସାମିଲ ହୋଇ ମହାଦେବଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଫଳରେ ଏଭଳି କରିବା ଦ୍ୱାରା ମାନସିକ ପୂରଣ ହୁଏ ବୋଲି ପୂର୍ବରୁ ବିଶ୍ବାସ ରହିଛି। ଏହି ଅବସରରେ ହଜାର ହଜାର ଭକ୍ତ ଓ ମାନସିକଧାରୀ ମେରୁଯାତ୍ରା ରେ ସାମିଲ ହୋଇଥିଲେ। ରାମେଶ୍ୱର ମନ୍ଦିର ପରିଚାଳନା କମିଟି, ଠେଙ୍ଗୋଡ୍ୟାମ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସର୍ବତ,ପଣାପାଣି ବଣ୍ଟନ ଓ ଅନ୍ନ ଛତ୍ର ର ବ୍ୟବସ୍ତା କରାଯାଇଥିଲା ।2
- Post by RAGHUNANDAN SINGH1
- Post by Sonepur news khulasa1