Shuru
Apke Nagar Ki App…
User2941
- Arman naikSundargarh, Odisha😤on 26 November
- Arman naikSundargarh, Odisha💣on 26 November
More news from ଓଡ଼ିଶା and nearby areas
- ବାରକୋଟ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ବାରକୋଟ, ୩୧/୦୩/୨୦୨୬: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୩୨ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଏବଂ ବର୍ତ୍ତମାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁଙ୍କ ମିଳିତ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦ: ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ କଣ୍ଢଳ ପତିତପାବନ ସାହିତ୍ୟ ସାଂସଦର ସଭାପତି ଅନିରୁଦ୍ଧ ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ: * ବିଜୟ କୁମାର ସାହୁ (ସହକାରୀ ବ୍ଲକ ଶିକ୍ଷା ଅଧିକାରୀ) * ରୁଦ୍ରନାରାୟଣ ସାହୁ (ଅବସରପ୍ରାପ୍ତ ଅଧ୍ୟକ୍ଷ, ବାରକୋଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ) * ଫଗୁ ପାତ୍ର (CRCC) * ରଣନ୍ଦୀପ ପ୍ରଧାନ (ସରପଞ୍ଚ, ବଲଣ୍ଡା ପଞ୍ଚାୟତ) * ଦୁଃଖବନ୍ଧୁ ଭୂୟାଁ (ସମିତି ସଭ୍ୟ) * ହରିହର ସାହୁ ଓ ପରାସର ସାହୁ (ଅବସରପ୍ରାପ୍ତ ଶିକ୍ଷକ) ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଶିକ୍ଷା ଓ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ: ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶେଷ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୃତ୍ୟ ଓ ଅଭିନୟ ମାଧ୍ୟମରେ ପିଲାମାନେ ସାମ୍ବିଧାନିକ ଇତିହାସ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। ପରିଚାଳନା: ବିଦ୍ୟାଳୟର ଶ୍ରେଣୀ ଶିକ୍ଷକ ଶିଵରାମ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ରିପୋର୍ଟ :ଦେବଗଡ ଜିଲ୍ଲା ବାରକୋଟ ବ୍ଲକରୁ ବିବେକାନନ୍ଦ ସାହୁ ।1
- କରଞ୍ଜିଆ,୩୧/୩,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଣୀତୀର୍ଥ ପରିସରରେ ଆଜି ବିଦ୍ୟାଳୟର ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ କୁମାର ପୃଷ୍ଟି,ସମ୍ମାନୀତ ଅତିଥି ଭାବେ ପରିଚାଳନା ସମିତିର ଉପସଭାପତି ଇଂ ତ୍ରିଲୋଚନ ସେଠୀ,ସଦସ୍ୟା ରଞ୍ଜିତା ପ୍ରମାଣିକ,କରଞ୍ଜିଆ ପ୍ରଗତିବାଦୀ ପ୍ରତିନିଧି ତଥା ଓଡ଼ିଶା ସାମ୍ୱାଦିକ ସଂଘର ଜିଲ୍ଲା ସହ ସମ୍ପାଦକ ପାର୍ଥ ପ୍ରଶନ୍ନ ମିଶ୍ର ଯୋଗଦେଇ ବିଦ୍ୟାର୍ଥୀଙ୍କ ପ୍ରଗତି ବାବଦକୁ ଉଦବୋଧନ ରଖିଥିଲେ। ଏହି ଅବସରରେ ପ୍ରୋଜେକ୍ଟର ମାଧ୍ୟମରେ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଶିଶୁଙ୍କ ଭିଡିଓ ପ୍ରଦର୍ଶନ କରାଯାଇ ସଭାପତି ଶ୍ରୀ ପୃଷ୍ଟିଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ପରୀକ୍ଷାଫଳକୁ ଉନ୍ନୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମାଆ, ଅବିଭାବକ ବୃନ୍ଦଙ୍କ ସହିତ ପ୍ରଥମରୁ ନବମ ଶ୍ରେଣୀର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ। ପ୍ରଥମ ଶ୍ରେଣୀରୁ ପ୍ରୀୟାଙ୍ଗସି ମହାନ୍ତ (୯୮.୬୧ ପ୍ରତିଶତ),ଦ୍ୱିତୀୟ ଶ୍ରେଣୀରୁ ପ୍ରତ୍ୟୁଷ କୁମାର ମହାନ୍ତ (୯୮.୫୨ ପ୍ରତିଶତ),ତୃତୀୟ ଶ୍ରେଣୀରୁ ଶିଶିର କୁମାର ଧଳ(୯୬.୯୧ ପ୍ରତିଶତ),ଚତୁର୍ଥ ଶ୍ରେଣୀରୁ ସୁନାମଣି ଜୋଜୋ (୯୫.୮୬ ପ୍ରତିଶତ),ପଞ୍ଚମ ଶ୍ରେଣୀରୁ ଆଦ୍ୟାସା ମହାନ୍ତ(୯୬.୬୩ ପ୍ରତିଶତ),ଷଷ୍ଠ ଶ୍ରେଣୀରୁ ଶୁଭଶ୍ରୀ ମହାନ୍ତ(୯୨.୨୭ ପ୍ରତିଶତ),ସପ୍ତମ ଶ୍ରେଣୀରୁ ଅଭିଷେକ ବେହେରା (୮୯.୬୩ ପ୍ରତିଶତ),ଅଷ୍ଟମ ଶ୍ରେଣୀରୁ ଆଦର୍ଶ ମଣ୍ଡଳ (୯୬.୮୦ ପ୍ରତିଶତ) ଓ ନବମ ଶ୍ରେଣୀରୁ ଦୀପସା ନାଏକ ୯୪.୮୩ ପ୍ରତିଶତ ନମ୍ୱର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଆ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ ରାଜଶ୍ରୀଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।1
- Post by Jitendra raj1
- ମହୁଲପାଲି ଥାନା ଅନ୍ତର୍ଗତ କେଶେଇବାହାଲ ରେ ପାଇଖାନା ଟାଙ୍କି ସେଣ୍ଟରିଙ୍ଗ ଖୋଲିବା ବେଳେ ଦୁଇ ଜଣ ଙ୍କ ଦୁଃଖଦ ମୃତ୍ଯୁ ଘଟିଛି ବୋଲି ସୂଚନା ରହିଛି l ସୂଚନା ଅନୁସାରେ ଆଜି ସକାଳ ୮ ଟା ସମୟରେ ହେମନ୍ତ ବେହେରା ଙ୍କ ନୂତନ କରି ତିଆରି ହୋଇଥିବା ପାଇଖାନା ଟାଙ୍କି ର ସେଣ୍ଟରିଙ୍ଗ ଖୋଲିବା ପାଇଁ ସୁଶୀଲ ନାଏକ ଏବଂ ଆନନ୍ଦ ନାଏକ ଟାଙ୍କି ଭିତରକୁ ପଶିଥିଲେ l ଡେରି ହେବାରୁ କିଛି ଅଘଟଣ ସନ୍ଦେହ କରି ହେମନ୍ତ ବେହେରା ଓ ତାଙ୍କ ପଛେ ପଛେ ଭିଖାରି ବେହେରା ଟାଙ୍କି ଭିତରକୁ ପଶି ଥିଲେ l କିନ୍ତୁ ଏକା ହେମନ୍ତ ବାହାର କୁ ଆସି ଅଚେତ ହୋଇ ପଡିଯାଇଥିଲେ l ପରିବାର ଓ ପଡୋଶୀ ଲୋକେ ଜେସିବି ଆଣି ସମସ୍ତଙ୍କୁ ଉଦ୍ଧlର କରି କୁଚିଣ୍ଡା ଡାକ୍ତରଖାନା ନେଇଥିଲେ l ସେଠାରେ ଭିଖାରି ଏବଂ ସୁଶୀଲ ଙ୍କ ମୃତ୍ଯୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ରହିଛି l ଏପରି ଏକ ଦୁଃଖଦ ଘଟଣା କୁ ନେଇ ଅଂଚଳରେ ଶୋକର ଲହରୀ ଖେଳି ଯାଇଛି l3
- ଜମନକିରା ସଦର ମହକୁମା ସ୍ଥିତ ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ କୁଟୁରାଚୁଆଁ କଲେଜର ପୂର୍ବତନ ଅଧକ୍ଷ ତଥା ପ୍ରକୃତି ବନ୍ଧୁ ପ୍ରାପ୍ତ ସୁବାଷ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଜମନକିରା କଲେଜ ଅଧକ୍ଷ ଅରୁଣ କୁମାର ପଟେଲ ଶିବିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ମୁଖ୍ୟଅତିଥି ଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗ ଦେଇଥିବା ବେଳେ ଶିବିରକୁ କୁଚିଣ୍ଡା ସ୍ଥିତ ପଲ୍ଲୀ ଭାରତୀ ୟୁଥ୍ କ୍ଲବ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜମନକିରା ବିଏସଏସଓ ରଞ୍ଜିତ କୁମାର ସାହୁ, ବରିଷ୍ଠ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ନିଶା ସେବନର ଅପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ମୁଖ୍ୟଅତିଥି ମନରେ ଦୃଢ଼ ସଂକଳ୍ପ କଲେ ନିଶ୍ଚିତ ଭାବେ ଆମ୍ଭେମାନେ ନିଶା ରୁ ଦୂରେଇ ପାରିବା ବୋଲି କହିଥିଲେ। ସେହିପରି ନିର୍ଦ୍ଦେଶିକା ଡା: ପଧାନ ନିଶା କେତେ ପ୍ରକାର ଓ ସେବନ ଦ୍ୱାରା କିପରି ନିଜ ସ୍ୱାସ୍ଥ୍ୟ ତଥା ସମାଜ ଉପରେ କୁପ୍ରଭାବ ପକେଇଥାଏ, ସେ ଉପରେ ବିଶଦ ଭାବରେ ବୁଝାଇଥିଲେ। ଶେଷରେ ବରିଷ୍ଠ ଅଧ୍ୟାପକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ସଂସ୍ଥାର ଚନ୍ଦ୍ର ଶେଖର ପୋଢ, ପଦ୍ମିନୀ କିସାନ, ସଭାପତି ଗୋମତୀ ଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।1
- Post by ଯିରିମିୟ ଗନ୍ତାୟତ 🙋🙋🙋1
- Post by Ranjan hota1
- ବାରକୋଟ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ବାରକୋଟ, ୩୧/୦୩/୨୦୨୬: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୩୨ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଏବଂ ବର୍ତ୍ତମାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁଙ୍କ ମିଳିତ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦ: ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ କଣ୍ଢଳ ପତିତପାବନ ସାହିତ୍ୟ ସାଂସଦର ସଭାପତି ଅନିରୁଦ୍ଧ ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ: * ବିଜୟ କୁମାର ସାହୁ (ସହକାରୀ ବ୍ଲକ ଶିକ୍ଷା ଅଧିକାରୀ) * ରୁଦ୍ରନାରାୟଣ ସାହୁ (ଅବସରପ୍ରାପ୍ତ ଅଧ୍ୟକ୍ଷ, ବାରକୋଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ) * ଫଗୁ ପାତ୍ର (CRCC) * ରଣନ୍ଦୀପ ପ୍ରଧାନ (ସରପଞ୍ଚ, ବଲଣ୍ଡା ପଞ୍ଚାୟତ) * ଦୁଃଖବନ୍ଧୁ ଭୂୟାଁ (ସମିତି ସଭ୍ୟ) * ହରିହର ସାହୁ ଓ ପରାସର ସାହୁ (ଅବସରପ୍ରାପ୍ତ ଶିକ୍ଷକ) ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଶିକ୍ଷା ଓ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ: ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶେଷ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୃତ୍ୟ ଓ ଅଭିନୟ ମାଧ୍ୟମରେ ପିଲାମାନେ ସାମ୍ବିଧାନିକ ଇତିହାସ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। ପରିଚାଳନା: ବିଦ୍ୟାଳୟର ଶ୍ରେଣୀ ଶିକ୍ଷକ ଶିଵରାମ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ରିପୋର୍ଟ :ଦେବଗଡ ଜିଲ୍ଲା ବାରକୋଟ ବ୍ଲକରୁ ବିବେକାନନ୍ଦ ସାହୁ ।4