logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଗତିଉତ୍ସବ ପାଳିତ;ଅନୁଷ୍ଠାନିକ ଭାବେ ପରୀକ୍ଷାଫଳକୁ ଉନ୍ନୋଚନ କଲେ ପରିଚାଳନା କମିଟି ସଭାପତି କରଞ୍ଜିଆ,୩୧/୩,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଣୀତୀର୍ଥ ପରିସରରେ ଆଜି ବିଦ୍ୟାଳୟର ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ କୁମାର ପୃଷ୍ଟି,ସମ୍ମାନୀତ ଅତିଥି ଭାବେ ପରିଚାଳନା ସମିତିର ଉପସଭାପତି ଇଂ ତ୍ରିଲୋଚନ ସେଠୀ,ସଦସ୍ୟା ରଞ୍ଜିତା ପ୍ରମାଣିକ,କରଞ୍ଜିଆ ପ୍ରଗତିବାଦୀ ପ୍ରତିନିଧି ତଥା ଓଡ଼ିଶା ସାମ୍ୱାଦିକ ସଂଘର ଜିଲ୍ଲା ସହ ସମ୍ପାଦକ ପାର୍ଥ ପ୍ରଶନ୍ନ ମିଶ୍ର ଯୋଗଦେଇ ବିଦ୍ୟାର୍ଥୀଙ୍କ ପ୍ରଗତି ବାବଦକୁ ଉଦବୋଧନ ରଖିଥିଲେ। ଏହି ଅବସରରେ ପ୍ରୋଜେକ୍ଟର ମାଧ୍ୟମରେ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଶିଶୁଙ୍କ ଭିଡିଓ ପ୍ରଦର୍ଶନ କରାଯାଇ ସଭାପତି ଶ୍ରୀ ପୃଷ୍ଟିଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ପରୀକ୍ଷାଫଳକୁ ଉନ୍ନୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମାଆ, ଅବିଭାବକ ବୃନ୍ଦଙ୍କ ସହିତ ପ୍ରଥମରୁ ନବମ ଶ୍ରେଣୀର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ। ପ୍ରଥମ ଶ୍ରେଣୀରୁ ପ୍ରୀୟାଙ୍ଗସି ମହାନ୍ତ (୯୮.୬୧ ପ୍ରତିଶତ),ଦ୍ୱିତୀୟ ଶ୍ରେଣୀରୁ ପ୍ରତ୍ୟୁଷ କୁମାର ମହାନ୍ତ (୯୮.୫୨ ପ୍ରତିଶତ),ତୃତୀୟ ଶ୍ରେଣୀରୁ ଶିଶିର କୁମାର ଧଳ(୯୬.୯୧ ପ୍ରତିଶତ),ଚତୁର୍ଥ ଶ୍ରେଣୀରୁ ସୁନାମଣି ଜୋଜୋ (୯୫.୮୬ ପ୍ରତିଶତ),ପଞ୍ଚମ ଶ୍ରେଣୀରୁ ଆଦ୍ୟାସା ମହାନ୍ତ(୯୬.୬୩ ପ୍ରତିଶତ),ଷଷ୍ଠ ଶ୍ରେଣୀରୁ ଶୁଭଶ୍ରୀ ମହାନ୍ତ(୯୨.୨୭ ପ୍ରତିଶତ),ସପ୍ତମ ଶ୍ରେଣୀରୁ ଅଭିଷେକ ବେହେରା (୮୯.୬୩ ପ୍ରତିଶତ),ଅଷ୍ଟମ ଶ୍ରେଣୀରୁ ଆଦର୍ଶ ମଣ୍ଡଳ (୯୬.୮୦ ପ୍ରତିଶତ) ଓ ନବମ ଶ୍ରେଣୀରୁ ଦୀପସା ନାଏକ ୯୪.୮୩ ପ୍ରତିଶତ ନମ୍ୱର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଆ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ ରାଜଶ୍ରୀଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

1 hr ago
user_Partha Prasanna Mishra
Partha Prasanna Mishra
ସାମ୍ବାଦିକ Karanjia, Mayurbhanj•

More news from ଓଡ଼ିଶା and nearby areas
  • ଫେସବୁକ ଲାଇଭ ବେଳେ ଦୁର୍ଘଟଣା – ଯୁବକଙ୍କ ମୃତ୍ୟୁ, ଅନ୍ୟଜଣ ଗୁରୁତର ନୀଳଗିରି ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଗୋ ମାଫିଆଙ୍କ ଗାଡିକୁ ପିଛା କରୁଥିବା ବେଳେ ଦୁଇ ଯୁବକ ଫେସବୁକ ଲାଇଭ କରୁଥିଲେ। ଏହି ସମୟରେ ପଛରୁ ଏସ୍କର୍ଟ କରୁଥିବା ଅନ୍ୟ ଗାଡି ଜୋରଦାର ଧକ୍କା ଦେବାରୁ ଭୟଙ୍କର ଦୁର୍ଘଟଣା ଘଟିଥିଲା। 👉 ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ 👉 ଅନ୍ୟଜଣ ଗୁରୁତର ଅବସ୍ଥାରେ Cuttack କୁ ସ୍ଥାନାନ୍ତର କରାଯାଇଛନ୍ତି 📍 ଏହି ଘଟଣା Nilgiri ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି। ⚠️ ସତର୍କତା: ଚାଳନା କରୁଥିବା ବେଳେ ଫେସବୁକ ଲାଇଭ କିମ୍ବା ମୋବାଇଲ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ। ଏପରି ଅସାବଧାନତା ଜୀବନକୁ ବିପଦରେ ପକାଇପାରେ। 🙏 ମୃତକଙ୍କ ଆତ୍ମାର ଶାନ୍ତି କାମନା କରୁଛୁ ଓ ଆହତଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା। ଫେସବୁକ ଲାଇଭ ବେଳେ ଦୁର୍ଘଟଣା – ଯୁବକଙ୍କ ମୃତ୍ୟୁ, ଅନ୍ୟଜଣ ଗୁରୁତର
    1
    ଫେସବୁକ ଲାଇଭ ବେଳେ ଦୁର୍ଘଟଣା – ଯୁବକଙ୍କ ମୃତ୍ୟୁ, ଅନ୍ୟଜଣ ଗୁରୁତର
ନୀଳଗିରି ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଗୋ ମାଫିଆଙ୍କ ଗାଡିକୁ ପିଛା କରୁଥିବା ବେଳେ ଦୁଇ ଯୁବକ ଫେସବୁକ ଲାଇଭ କରୁଥିଲେ। ଏହି ସମୟରେ ପଛରୁ ଏସ୍କର୍ଟ କରୁଥିବା ଅନ୍ୟ ଗାଡି ଜୋରଦାର ଧକ୍କା ଦେବାରୁ ଭୟଙ୍କର ଦୁର୍ଘଟଣା ଘଟିଥିଲା।
👉 ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ
👉 ଅନ୍ୟଜଣ ଗୁରୁତର ଅବସ୍ଥାରେ Cuttack କୁ ସ୍ଥାନାନ୍ତର କରାଯାଇଛନ୍ତି
📍 ଏହି ଘଟଣା Nilgiri ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି।
⚠️ ସତର୍କତା:
ଚାଳନା କରୁଥିବା ବେଳେ ଫେସବୁକ ଲାଇଭ କିମ୍ବା ମୋବାଇଲ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ। ଏପରି ଅସାବଧାନତା ଜୀବନକୁ ବିପଦରେ ପକାଇପାରେ।
🙏 ମୃତକଙ୍କ ଆତ୍ମାର ଶାନ୍ତି କାମନା କରୁଛୁ ଓ ଆହତଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା।
ଫେସବୁକ ଲାଇଭ ବେଳେ ଦୁର୍ଘଟଣା – ଯୁବକଙ୍କ ମୃତ୍ୟୁ, ଅନ୍ୟଜଣ ଗୁରୁତର
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।
    1
    କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।
    user_Bibhudutta Prusty
    Bibhudutta Prusty
    Jajapur, Odisha•
    23 min ago
  • ବାରକୋଟ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ବାରକୋଟ, ୩୧/୦୩/୨୦୨୬: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୩୨ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଏବଂ ବର୍ତ୍ତମାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁଙ୍କ ମିଳିତ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦ: ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ କଣ୍ଢଳ ପତିତପାବନ ସାହିତ୍ୟ ସାଂସଦର ସଭାପତି ଅନିରୁଦ୍ଧ ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ: * ବିଜୟ କୁମାର ସାହୁ (ସହକାରୀ ବ୍ଲକ ଶିକ୍ଷା ଅଧିକାରୀ) * ରୁଦ୍ରନାରାୟଣ ସାହୁ (ଅବସରପ୍ରାପ୍ତ ଅଧ୍ୟକ୍ଷ, ବାରକୋଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ) * ଫଗୁ ପାତ୍ର (CRCC) * ରଣନ୍ଦୀପ ପ୍ରଧାନ (ସରପଞ୍ଚ, ବଲଣ୍ଡା ପଞ୍ଚାୟତ) * ଦୁଃଖବନ୍ଧୁ ଭୂୟାଁ (ସମିତି ସଭ୍ୟ) * ହରିହର ସାହୁ ଓ ପରାସର ସାହୁ (ଅବସରପ୍ରାପ୍ତ ଶିକ୍ଷକ) ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଶିକ୍ଷା ଓ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ: ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶେଷ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୃତ୍ୟ ଓ ଅଭିନୟ ମାଧ୍ୟମରେ ପିଲାମାନେ ସାମ୍ବିଧାନିକ ଇତିହାସ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। ପରିଚାଳନା: ବିଦ୍ୟାଳୟର ଶ୍ରେଣୀ ଶିକ୍ଷକ ଶିଵରାମ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ରିପୋର୍ଟ :ଦେବଗଡ ଜିଲ୍ଲା ବାରକୋଟ ବ୍ଲକରୁ ବିବେକାନନ୍ଦ ସାହୁ ।
    1
    ବାରକୋଟ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାରକୋଟ, ୩୧/୦୩/୨୦୨୬: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୩୨ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଏବଂ ବର୍ତ୍ତମାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁଙ୍କ ମିଳିତ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅତିଥି ବୃନ୍ଦ:
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ କଣ୍ଢଳ ପତିତପାବନ ସାହିତ୍ୟ ସାଂସଦର ସଭାପତି ଅନିରୁଦ୍ଧ ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ:
* ବିଜୟ କୁମାର ସାହୁ (ସହକାରୀ ବ୍ଲକ ଶିକ୍ଷା ଅଧିକାରୀ)
* ରୁଦ୍ରନାରାୟଣ ସାହୁ (ଅବସରପ୍ରାପ୍ତ ଅଧ୍ୟକ୍ଷ, ବାରକୋଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ)
* ଫଗୁ ପାତ୍ର (CRCC)
* ରଣନ୍ଦୀପ ପ୍ରଧାନ (ସରପଞ୍ଚ, ବଲଣ୍ଡା ପଞ୍ଚାୟତ)
* ଦୁଃଖବନ୍ଧୁ ଭୂୟାଁ (ସମିତି ସଭ୍ୟ)
* ହରିହର ସାହୁ ଓ ପରାସର ସାହୁ (ଅବସରପ୍ରାପ୍ତ ଶିକ୍ଷକ)
ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଶିକ୍ଷା ଓ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ।
ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ:
ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶେଷ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୃତ୍ୟ ଓ ଅଭିନୟ ମାଧ୍ୟମରେ ପିଲାମାନେ ସାମ୍ବିଧାନିକ ଇତିହାସ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ।
ପରିଚାଳନା:
ବିଦ୍ୟାଳୟର ଶ୍ରେଣୀ ଶିକ୍ଷକ ଶିଵରାମ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ  ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ରିପୋର୍ଟ :ଦେବଗଡ ଜିଲ୍ଲା ବାରକୋଟ ବ୍ଲକରୁ ବିବେକାନନ୍ଦ ସାହୁ ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    1 hr ago
  • ମୟୂରଭଞ୍ଜ : ହାତୀ ଉଦ୍ରବରେ ଅତିଷ୍ଟ ହୋଇ ପଡ଼ିଲେଣି ଅଞ୍ଚଳବାସୀ !
    1
    ମୟୂରଭଞ୍ଜ : ହାତୀ ଉଦ୍ରବରେ ଅତିଷ୍ଟ ହୋଇ ପଡ଼ିଲେଣି ଅଞ୍ଚଳବାସୀ !
    user_Chittaranjan Behera
    Chittaranjan Behera
    Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଓ । ଯାଜପୁର ସଦର ଥାନା ମହେଶ୍ଵରପୁର ଅଂଚଳରେ ହୋଇଥିବା କଙ୍ଗାରୁକୋର୍ଟ ଘଟଣାରେ ପୁଲିସ୍‌ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାଜପୁରର ବହୁଜନ, ଗଣତାନ୍ତ୍ରିକ ସଂଗଠନ ସମୁହ, ମୁଳନିବାସୀ, ଛାତ୍ର ଓ ଯୁବ ସାମୁଖ୍ୟ, ଭୀମ୍ ଆର୍ମୀ ସମେତ ବହୁ ସଂଗଠନର ବ୍ୟକ୍ତିବିଶେଷ ମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ବିଭ୍ରନ ବିଶ୍ଵଜିତ ଓ ବିଶ୍ଵନାଥ ପାତ୍ରଙ୍କ ନେତୃତ୍ବରେ ବିଭିନ୍ନ ସଂଗଠନ ର ଶତାଧିକ ବ୍ୟକ୍ତିବିଶେଷ ମାନେ ମେଡିକାଲ ଛକ ଠାରୁ ଏକ ପ୍ରତିବାଦ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ବିରୋଧୀ ନାରବାଜି କରି ଜିଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ।
    3
    କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଓ । ଯାଜପୁର ସଦର ଥାନା ମହେଶ୍ଵରପୁର ଅଂଚଳରେ ହୋଇଥିବା କଙ୍ଗାରୁକୋର୍ଟ ଘଟଣାରେ ପୁଲିସ୍‌ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାଜପୁରର ବହୁଜନ, ଗଣତାନ୍ତ୍ରିକ ସଂଗଠନ ସମୁହ, ମୁଳନିବାସୀ, ଛାତ୍ର ଓ ଯୁବ ସାମୁଖ୍ୟ, ଭୀମ୍ ଆର୍ମୀ ସମେତ ବହୁ ସଂଗଠନର ବ୍ୟକ୍ତିବିଶେଷ ମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ବିଭ୍ରନ ବିଶ୍ଵଜିତ ଓ ବିଶ୍ଵନାଥ ପାତ୍ରଙ୍କ ନେତୃତ୍ବରେ ବିଭିନ୍ନ ସଂଗଠନ ର ଶତାଧିକ ବ୍ୟକ୍ତିବିଶେଷ ମାନେ ମେଡିକାଲ ଛକ ଠାରୁ ଏକ ପ୍ରତିବାଦ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ବିରୋଧୀ ନାରବାଜି କରି ଜିଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ।
    user_ଅନିଲ କୁମାର ପଣ୍ଡା
    ଅନିଲ କୁମାର ପଣ୍ଡା
    ଯାଜପୁର, ଯାଜପୁର, ଓଡ଼ିଶା•
    3 hrs ago
  • ବାରକୋଟ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ବାରକୋଟ, ୩୧/୦୩/୨୦୨୬: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୩୨ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଏବଂ ବର୍ତ୍ତମାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁଙ୍କ ମିଳିତ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦ: ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ କଣ୍ଢଳ ପତିତପାବନ ସାହିତ୍ୟ ସାଂସଦର ସଭାପତି ଅନିରୁଦ୍ଧ ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ: * ବିଜୟ କୁମାର ସାହୁ (ସହକାରୀ ବ୍ଲକ ଶିକ୍ଷା ଅଧିକାରୀ) * ରୁଦ୍ରନାରାୟଣ ସାହୁ (ଅବସରପ୍ରାପ୍ତ ଅଧ୍ୟକ୍ଷ, ବାରକୋଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ) * ଫଗୁ ପାତ୍ର (CRCC) * ରଣନ୍ଦୀପ ପ୍ରଧାନ (ସରପଞ୍ଚ, ବଲଣ୍ଡା ପଞ୍ଚାୟତ) * ଦୁଃଖବନ୍ଧୁ ଭୂୟାଁ (ସମିତି ସଭ୍ୟ) * ହରିହର ସାହୁ ଓ ପରାସର ସାହୁ (ଅବସରପ୍ରାପ୍ତ ଶିକ୍ଷକ) ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଶିକ୍ଷା ଓ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ: ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶେଷ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୃତ୍ୟ ଓ ଅଭିନୟ ମାଧ୍ୟମରେ ପିଲାମାନେ ସାମ୍ବିଧାନିକ ଇତିହାସ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। ପରିଚାଳନା: ବିଦ୍ୟାଳୟର ଶ୍ରେଣୀ ଶିକ୍ଷକ ଶିଵରାମ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ରିପୋର୍ଟ :ଦେବଗଡ ଜିଲ୍ଲା ବାରକୋଟ ବ୍ଲକରୁ ବିବେକାନନ୍ଦ ସାହୁ ।
    4
    ବାରକୋଟ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାରକୋଟ, ୩୧/୦୩/୨୦୨୬: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୩୨ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଏବଂ ବର୍ତ୍ତମାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁଙ୍କ ମିଳିତ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅତିଥି ବୃନ୍ଦ:
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ କଣ୍ଢଳ ପତିତପାବନ ସାହିତ୍ୟ ସାଂସଦର ସଭାପତି ଅନିରୁଦ୍ଧ ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ:
* ବିଜୟ କୁମାର ସାହୁ (ସହକାରୀ ବ୍ଲକ ଶିକ୍ଷା ଅଧିକାରୀ)
* ରୁଦ୍ରନାରାୟଣ ସାହୁ (ଅବସରପ୍ରାପ୍ତ ଅଧ୍ୟକ୍ଷ, ବାରକୋଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ)
* ଫଗୁ ପାତ୍ର (CRCC)
* ରଣନ୍ଦୀପ ପ୍ରଧାନ (ସରପଞ୍ଚ, ବଲଣ୍ଡା ପଞ୍ଚାୟତ)
* ଦୁଃଖବନ୍ଧୁ ଭୂୟାଁ (ସମିତି ସଭ୍ୟ)
* ହରିହର ସାହୁ ଓ ପରାସର ସାହୁ (ଅବସରପ୍ରାପ୍ତ ଶିକ୍ଷକ)
ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଶିକ୍ଷା ଓ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ।
ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ:
ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶେଷ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୃତ୍ୟ ଓ ଅଭିନୟ ମାଧ୍ୟମରେ ପିଲାମାନେ ସାମ୍ବିଧାନିକ ଇତିହାସ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ।
ପରିଚାଳନା:
ବିଦ୍ୟାଳୟର ଶ୍ରେଣୀ ଶିକ୍ଷକ ଶିଵରାମ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ  ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ରିପୋର୍ଟ :ଦେବଗଡ ଜିଲ୍ଲା ବାରକୋଟ ବ୍ଲକରୁ ବିବେକାନନ୍ଦ ସାହୁ ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    2 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    7 hrs ago
  • Post by Mo Adhikar news
    1
    Post by Mo Adhikar news
    user_Mo Adhikar news
    Mo Adhikar news
    ଯାଜପୁର, ଯାଜପୁର, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.