logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୋଟୁ ବାରିବାଞ୍ଛାରେ ବଡ଼ ଧରଣର ଜବର ଦଖଲ ଉଚ୍ଛେଦ ଅଭିଯାନ, ୨୨ ଏକରରୁ ଅଧିକ ଜଙ୍ଗଲ ଜମି ମୁକ୍ତ, ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆବେଦନ ଖାରଜ ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ ଅନ୍ତର୍ଗତ ବାରିବାଞ୍ଛା ତଥା ଇସମାଇଲ ନଗର ନାମରେ ନାମିତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ଅଭିଯାନରେ ପ୍ରାୟ ୨୨ ଏକରରୁ ଅଧିକ ଜଙ୍ଗଲ ଜମିକୁ ଜବର ଦଖଲମୁକ୍ତ କରାଯାଇ ପ୍ରଶାସନ ନିଜ ଅଧୀନରେ ନେଇଛି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳ ୯ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ଚାଲିଥିଲା। ଏହି କାର୍ଯ୍ୟରେ ନିୟୋଜିତ ୪ ଟି ଜେସିବି, ଗୋଟିଏ ୨୧୦ ଏକ୍ସାଭେଟର, ହାଇଡ୍ରା ମେସିନ୍ ମାଧ୍ୟମରେ ବେଆଇନ ଭାବେ ନିର୍ମିତ ଏକ ୩ ମହଲା ବିଶିଷ୍ଟ ଘର, ଆୟୁର୍ବେଦିକ କ୍ଲିନିକ, ଗୋଦାମ ଗୃହ ଏବଂ ଦୁଇଟି ଷ୍ଟୋର ରୁମ୍‌କୁ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଦୂର୍ଯ୍ୟୋଧନ ଭୋଇଙ୍କ ଉପସ୍ଥିତିରେ ଭଙ୍ଗା ଯାଇଛି। ସେଥିସହିତ ୧୧ଟି ପୋଖରୀକୁ ମଧ୍ୟ ପ୍ରଶାସନ ନିଜ ନିୟନ୍ତ୍ରଣକୁ ନେଇଛି। ଏହି ଜମିକୁ ଜବରଦଖଲ କରିଥିବା ତିନି ଭାଇ ମହମ୍ମଦ ମାସୁମ୍ ଖାନ୍, ମହମ୍ମଦ ହସନ୍ ଖାନ୍ ଓ ମହମ୍ମଦ ଜମାଲ ଖାନ୍ ଙ୍କ ବିରୋଧରେ ପ୍ରଶାସନ କଡ଼ା ପଦକ୍ଷେପ ନେଇ ସମସ୍ତ ଜବର ଦଖଲରେ ଥିବା ସମ୍ପତ୍ତିକୁ ଜବତ କରାଗଲା। ଅନ୍ୟପକ୍ଷରେ, ଏହି ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ତିନିଟି ପିଟିସନ ଡବ୍ଲୁପିସି ୧୪୮୬୭/୨୦୨୨, ୧୪୮୬୮/୨୦୨୨, ୧୪୮୭୦/୨୦୨୨ କୁ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିଲେ। ମାନ୍ୟବର ବିଚାରପତି ଡଃ ସଞ୍ଜୀବ କୁମାର ପାଣିଗ୍ରାହୀ ନିଜ ରାୟରେ କହିଥିଲେ ଯେ, ସରକାରୀ କିମ୍ବା ଜଙ୍ଗଲ ଜମି ଉପରେ ଦୀର୍ଘଦିନ ଧରି ଦଖଲ ରଖିବା ମାତ୍ରେ ମାଲିକାନା ଅଧିକାର ସ୍ଥାପିତ ହେବ ନାହିଁ। ସୂଚନା ଯୋଗ୍ୟ, ଆବେଦନକାରୀମାନେ ଜୟପୁର ସଂସ୍ଥାନ ରାଜା ବିକ୍ରମ ଦେବ ଙ୍କ ପ୍ରଦତ୍ତ ୧୯୨୦ ମସିହାର ତାମ୍ରଫଳକ ସମ୍ବନ୍ଧୀୟ ଦାବି କରିଥିଲେ ମଧ୍ୟ ସେଥିପାଇଁ ଅଦାଲତ ରେ କୌଣସି ପ୍ରମାଣ ପ୍ରଦାନ କରିପାରି ନଥିଲେ। ସେମାନେ ଭୂମିହୀନ ନୁହନ୍ତି ବୋଲି ଯାଞ୍ଚରେ ପ୍ରକାଶ ପାଇଥିବା ସହ, ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ୧୩ ଡିସେମ୍ୱର ୨୦୦୫ ପୂର୍ବରୁ ଅନ୍ୟ ପାରମ୍ପରିକ ବନବାସୀ ପାଇଁ ଆବଶ୍ୟକ ତିନି ପିଢ଼ିର ପ୍ରମାଣ ଦେବାରେ ମଧ୍ୟ ବିଫଳ ହୋଇଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ଜମିକୁ ଗ୍ରାମ୍ୟ ଜଙ୍ଗଲ ଶ୍ରେଣୀରେ ଥିବା ବୋଲି ସ୍ପଷ୍ଟ କରି କାହାକୁ ମଧ୍ୟ ଏହା ଲିଜ୍ ଦିଆଯିବ ନାହିଁ ବୋଲି କହିଥିଲେ। ଏହି ଅଭିଯାନରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ପୋଲିସ୍ ଏସଡିପିଓ ଦିବ୍ୟଜ୍ୟୋତି ଦଳେଇ ଙ୍କ ସହ କାଲିମେଳା ଆଇଆଇସି ଅର୍ଜୁନ କହଁର ଙ୍କ ସମେତ ୧୦୦ ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ମୋଟୁ ତହସିଲଦାର ଅର୍ଜୁନ ପ୍ରଧାନଙ୍କ ସମେତ ମାଜିଷ୍ଟ୍ରେଟ୍ ଭାବରେ ଡେପୁଟି କଲେକ୍ଟର ଲିପିନା ଦାସ, ସ୍ଵୟଂ ରାଉତ, ସହାୟକ ଜିଲ୍ଲାପାଳ ଅଜୟ ମାଣ୍ଡାଙ୍ଗୀ, ହର ମହାପାତ୍ର, କାଲିମେଳା ତହସିଲଦାର ସତ୍ୟ ନାରାୟଣ ରାଜଗୁରୁ ଉପସ୍ଥିତ ଥିଲେ। ମେଡିକାଲ ଟିମ୍ ସହ ଅଗ୍ନିଶମ ଅଧିକାରୀ କମଲ ଗୌଡ, ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ଓ ଟିପିଏସଓଡିଏଲ୍ କର୍ମଚାରୀ ଉପସ୍ଥିତ ଥିଲେ। ସରକାରୀ ସମ୍ପତ୍ତିର ସୁରକ୍ଷା ଏବଂ ଆଇନର ଶାସନ ପ୍ରତିଷ୍ଠା ଦିଗରେ ମାଲକାନଗିରି ପ୍ରଶାସନର ଏହି ପଦକ୍ଷେପ ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ବୋଲି ସର୍ବ ସାଧାରଣରେ କୁହାଯାଉଛି।

9 hrs ago
user_The Malkangiri news
The Malkangiri news
ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
9 hrs ago

ମୋଟୁ ବାରିବାଞ୍ଛାରେ ବଡ଼ ଧରଣର ଜବର ଦଖଲ ଉଚ୍ଛେଦ ଅଭିଯାନ, ୨୨ ଏକରରୁ ଅଧିକ ଜଙ୍ଗଲ ଜମି ମୁକ୍ତ, ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆବେଦନ ଖାରଜ ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ ଅନ୍ତର୍ଗତ ବାରିବାଞ୍ଛା ତଥା ଇସମାଇଲ ନଗର ନାମରେ ନାମିତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ଅଭିଯାନରେ ପ୍ରାୟ ୨୨ ଏକରରୁ ଅଧିକ ଜଙ୍ଗଲ ଜମିକୁ ଜବର ଦଖଲମୁକ୍ତ କରାଯାଇ ପ୍ରଶାସନ ନିଜ ଅଧୀନରେ ନେଇଛି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳ ୯ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ଚାଲିଥିଲା। ଏହି କାର୍ଯ୍ୟରେ ନିୟୋଜିତ ୪ ଟି ଜେସିବି, ଗୋଟିଏ ୨୧୦ ଏକ୍ସାଭେଟର, ହାଇଡ୍ରା

ମେସିନ୍ ମାଧ୍ୟମରେ ବେଆଇନ ଭାବେ ନିର୍ମିତ ଏକ ୩ ମହଲା ବିଶିଷ୍ଟ ଘର, ଆୟୁର୍ବେଦିକ କ୍ଲିନିକ, ଗୋଦାମ ଗୃହ ଏବଂ ଦୁଇଟି ଷ୍ଟୋର ରୁମ୍‌କୁ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଦୂର୍ଯ୍ୟୋଧନ ଭୋଇଙ୍କ ଉପସ୍ଥିତିରେ ଭଙ୍ଗା ଯାଇଛି। ସେଥିସହିତ ୧୧ଟି ପୋଖରୀକୁ ମଧ୍ୟ ପ୍ରଶାସନ ନିଜ ନିୟନ୍ତ୍ରଣକୁ ନେଇଛି। ଏହି ଜମିକୁ ଜବରଦଖଲ କରିଥିବା ତିନି ଭାଇ ମହମ୍ମଦ ମାସୁମ୍ ଖାନ୍, ମହମ୍ମଦ ହସନ୍ ଖାନ୍ ଓ ମହମ୍ମଦ ଜମାଲ ଖାନ୍ ଙ୍କ ବିରୋଧରେ ପ୍ରଶାସନ କଡ଼ା ପଦକ୍ଷେପ ନେଇ ସମସ୍ତ ଜବର ଦଖଲରେ ଥିବା ସମ୍ପତ୍ତିକୁ ଜବତ କରାଗଲା। ଅନ୍ୟପକ୍ଷରେ, ଏହି ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ତିନିଟି ପିଟିସନ ଡବ୍ଲୁପିସି ୧୪୮୬୭/୨୦୨୨, ୧୪୮୬୮/୨୦୨୨, ୧୪୮୭୦/୨୦୨୨ କୁ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିଲେ। ମାନ୍ୟବର ବିଚାରପତି ଡଃ ସଞ୍ଜୀବ କୁମାର ପାଣିଗ୍ରାହୀ ନିଜ ରାୟରେ କହିଥିଲେ ଯେ,

4ae5b31a-ee21-4bf4-8fbc-f7798303a941

ସରକାରୀ କିମ୍ବା ଜଙ୍ଗଲ ଜମି ଉପରେ ଦୀର୍ଘଦିନ ଧରି ଦଖଲ ରଖିବା ମାତ୍ରେ ମାଲିକାନା ଅଧିକାର ସ୍ଥାପିତ ହେବ ନାହିଁ। ସୂଚନା ଯୋଗ୍ୟ, ଆବେଦନକାରୀମାନେ ଜୟପୁର ସଂସ୍ଥାନ ରାଜା ବିକ୍ରମ ଦେବ ଙ୍କ ପ୍ରଦତ୍ତ ୧୯୨୦ ମସିହାର ତାମ୍ରଫଳକ ସମ୍ବନ୍ଧୀୟ ଦାବି କରିଥିଲେ ମଧ୍ୟ ସେଥିପାଇଁ ଅଦାଲତ ରେ କୌଣସି ପ୍ରମାଣ ପ୍ରଦାନ କରିପାରି ନଥିଲେ। ସେମାନେ ଭୂମିହୀନ ନୁହନ୍ତି ବୋଲି ଯାଞ୍ଚରେ ପ୍ରକାଶ ପାଇଥିବା ସହ, ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ୧୩ ଡିସେମ୍ୱର ୨୦୦୫ ପୂର୍ବରୁ ଅନ୍ୟ ପାରମ୍ପରିକ ବନବାସୀ ପାଇଁ ଆବଶ୍ୟକ ତିନି ପିଢ଼ିର ପ୍ରମାଣ ଦେବାରେ ମଧ୍ୟ ବିଫଳ ହୋଇଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ଜମିକୁ ଗ୍ରାମ୍ୟ ଜଙ୍ଗଲ ଶ୍ରେଣୀରେ ଥିବା ବୋଲି ସ୍ପଷ୍ଟ କରି କାହାକୁ ମଧ୍ୟ ଏହା ଲିଜ୍ ଦିଆଯିବ ନାହିଁ ବୋଲି କହିଥିଲେ। ଏହି ଅଭିଯାନରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର

d6a48f0b-db65-4ba3-a9af-d549c38c3bfa

ପ୍ରଧାନ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ପୋଲିସ୍ ଏସଡିପିଓ ଦିବ୍ୟଜ୍ୟୋତି ଦଳେଇ ଙ୍କ ସହ କାଲିମେଳା ଆଇଆଇସି ଅର୍ଜୁନ କହଁର ଙ୍କ ସମେତ ୧୦୦ ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ମୋଟୁ ତହସିଲଦାର ଅର୍ଜୁନ ପ୍ରଧାନଙ୍କ ସମେତ ମାଜିଷ୍ଟ୍ରେଟ୍ ଭାବରେ ଡେପୁଟି କଲେକ୍ଟର ଲିପିନା ଦାସ, ସ୍ଵୟଂ ରାଉତ, ସହାୟକ ଜିଲ୍ଲାପାଳ ଅଜୟ ମାଣ୍ଡାଙ୍ଗୀ, ହର ମହାପାତ୍ର, କାଲିମେଳା ତହସିଲଦାର ସତ୍ୟ ନାରାୟଣ ରାଜଗୁରୁ ଉପସ୍ଥିତ ଥିଲେ। ମେଡିକାଲ ଟିମ୍ ସହ ଅଗ୍ନିଶମ ଅଧିକାରୀ କମଲ ଗୌଡ, ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ଓ ଟିପିଏସଓଡିଏଲ୍ କର୍ମଚାରୀ ଉପସ୍ଥିତ ଥିଲେ। ସରକାରୀ ସମ୍ପତ୍ତିର ସୁରକ୍ଷା ଏବଂ ଆଇନର ଶାସନ ପ୍ରତିଷ୍ଠା ଦିଗରେ ମାଲକାନଗିରି ପ୍ରଶାସନର ଏହି ପଦକ୍ଷେପ ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ବୋଲି ସର୍ବ ସାଧାରଣରେ କୁହାଯାଉଛି।

More news from ଓଡ଼ିଶା and nearby areas
  • ମାଥାଲପୁଟ ବସଷ୍ଟାଣ୍ଡ ଠାରେ ଦଣ୍ଡ ନାଚ ଆୟୋଜିତ ହୋଇଛି । ପାଣିଦଣ୍ଡ ପରେ ମାଥାଲପୁଟ ମାର୍କେଟରେ ଦଣ୍ଡୁଆ ମାନେ କରୁଛନ୍ତି ନଗର ପରିକ୍ରମା । ରାତିରେ ସାମାଜିକ ନାଟକ ଅନୁଷ୍ଠିତ ହେବ।
    1
    ମାଥାଲପୁଟ ବସଷ୍ଟାଣ୍ଡ ଠାରେ ଦଣ୍ଡ ନାଚ ଆୟୋଜିତ ହୋଇଛି । ପାଣିଦଣ୍ଡ ପରେ ମାଥାଲପୁଟ ମାର୍କେଟରେ ଦଣ୍ଡୁଆ ମାନେ କରୁଛନ୍ତି ନଗର ପରିକ୍ରମା । ରାତିରେ ସାମାଜିକ ନାଟକ ଅନୁଷ୍ଠିତ ହେବ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    3 hrs ago
  • ଗତକାଲି ତିଜିମାଳି ଯିବାପାଇଁ ରାସ୍ତା କରିବା ପାଇଁ ଆସିଥିଲେ ଦେଖନ୍ତୁ 🙏🙏🙏
    1
    ଗତକାଲି ତିଜିମାଳି ଯିବାପାଇଁ ରାସ୍ତା କରିବା ପାଇଁ ଆସିଥିଲେ ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    11 hrs ago
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଗତକାଲି ବିଳମ୍ବିତ ରାତିରେ ଭୂକମ୍ପ ଝଟକା
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଗତକାଲି ବିଳମ୍ବିତ ରାତିରେ ଭୂକମ୍ପ ଝଟକା
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    16 hrs ago
  • ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ ଅଟକ ରଖିଛି। କେସିଙ୍ଗା ରେଲୱେ ଷ୍ଟେଶନରୁ ଜଣେ ଯୁବକ ଗୋଟିଏ ବ୍ୟାଗରେ ଟଙ୍କା ନେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ରେଳବାଇ ପୋଲିସ କେସିଙ୍ଗା ରେଲୱେ ଷ୍ଟେଶନରେ ବିଭିନ୍ନ ଜାଗାରେ ତଦନ୍ତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ତେବେ ଯୁବକ ଜଣକ ପଶ୍ଚିମବଙ୍ଗର ପ୍ରଭାତ ସାମୁଏଲ (୩୪)ବୋଲି ଜଣାପଡ଼ିଛି। କେସିଙ୍ଗା ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ନେଇ ରାୟପୁର ଯାଉଥିବା କହିଥିଲେ ବୋଲି ରେଳବାଇ ପୋଲିସ ସୂତ୍ରରୁ ଜଣାପଡିଛି। ଏ ସଂକ୍ରାନ୍ତରେ ଟିଟିଲାଗଡ ଆର.ପି.ଏଫ ଅଧିକାରୀ ତ୍ରିବିକ୍ରମ ସେଠଙ୍କୁ ପଚାରିବାରୁ ଉକ୍ତ ଯୁବକ ଓ ନଗଦ ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ସମ୍ବଲପୁରରୁ ଉଚ୍ଚ ଅଧିକାରୀମାନେ ଓ ଆୟକର ବିଭାଗ ଆସିବେ ଓ ଟଙ୍କାର ସମ୍ପୁର୍ଣ୍ଣ ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    4
    ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ
ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ ଅଟକ ରଖିଛି। କେସିଙ୍ଗା ରେଲୱେ ଷ୍ଟେଶନରୁ ଜଣେ ଯୁବକ ଗୋଟିଏ ବ୍ୟାଗରେ ଟଙ୍କା ନେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ରେଳବାଇ ପୋଲିସ  କେସିଙ୍ଗା ରେଲୱେ ଷ୍ଟେଶନରେ ବିଭିନ୍ନ ଜାଗାରେ ତଦନ୍ତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ତେବେ ଯୁବକ ଜଣକ ପଶ୍ଚିମବଙ୍ଗର ପ୍ରଭାତ ସାମୁଏଲ (୩୪)ବୋଲି ଜଣାପଡ଼ିଛି। କେସିଙ୍ଗା ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ନେଇ ରାୟପୁର ଯାଉଥିବା କହିଥିଲେ ବୋଲି ରେଳବାଇ ପୋଲିସ ସୂତ୍ରରୁ ଜଣାପଡିଛି। ଏ ସଂକ୍ରାନ୍ତରେ ଟିଟିଲାଗଡ ଆର.ପି.ଏଫ ଅଧିକାରୀ ତ୍ରିବିକ୍ରମ ସେଠଙ୍କୁ ପଚାରିବାରୁ ଉକ୍ତ ଯୁବକ ଓ ନଗଦ ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ସମ୍ବଲପୁରରୁ ଉଚ୍ଚ ଅଧିକାରୀମାନେ ଓ ଆୟକର ବିଭାଗ ଆସିବେ ଓ ଟଙ୍କାର ସମ୍ପୁର୍ଣ୍ଣ ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    17 hrs ago
  • ଧରା ପଡ଼ିଗଲା ବାଇକ ଚୋର ।
    1
    ଧରା ପଡ଼ିଗଲା ବାଇକ ଚୋର ।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    16 hrs ago
  • ପୂଣ୍ୟ ଶୁକ୍ରବାର ଓ ପୁନରୁତ୍ଥାନ ରବିବାର ଅବସରରେ ଆୟୋଜିତ ହୋଇଛି ମେଗା ରକ୍ତଦାନ ଶିବିର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ଆୟୋଜିତ ହୋଇଛି ରକ୍ତ ଦାନ ଶିବିର। ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପକ୍ଷରୁ ଆୟୋଜିତ ଏହି ଶିବିରରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାନ୍ତନୁ ପାଢ଼ୀ ଓ ସାରା ଚକ୍ଷୁ ଚିକିତ୍ସାଳୟ ର ନିର୍ଦ୍ଦେଶକ ତଥା ଚକ୍ଷୁ ବିଶେଷଜ୍ଞ ଡ: ପ୍ରଦୀପ କୁମାର ସ୍ବାଇଁ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଶିବିରର ମୂଳ ଉଦ୍ଦେଶ୍ୟ ମାନବ ଜାତିର ସ୍ବାର୍ଥ ପାଇଁ ଯୀଶୁ ଖ୍ରୀଷ୍ଟ ଯେପରି ନିଜର ଶେଷ ରକ୍ତ ବିନ୍ଦୁକୁ ଦାନ କରିଦେଇଛନ୍ତି ତାହାର ଅନୁକରଣ କରି ରକ୍ତଦାନ ଦ୍ବାରା ରକ୍ତ ଅଭାବ କାରଣରୁ ଅନେକଙ୍କ ଜୀବନ ରକ୍ଷା ପାଇପାରିବ ଏହାହିଁ ଏହାର ମୂଳ ଉଦ୍ଦେଶ୍ୟ। ତେବେ ଏହି ଶିବିରରେ ୫୦ ୟୁନିଟିରୁ ଅଧିକ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି। ରକ୍ତ ଦାନ ମହାପୁଣ୍ୟ ଉକ୍ତିର ସଫଳତା ହେଉଚି ଏହି ଶିବିରର ମୂଳ ଲକ୍ଷ୍ୟ। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକୁ ପରିଚାଳନା କରିଥିଲେ । ଏଥିରେ ପାରଳାଖେମୁଣ୍ଡି କ୍ୟାଥୋଲିକ ମୁଖ୍ୟ ଯାଜକ ଶ୍ରୀ ଅଜିତ କୁମାର ନାୟକ , ସମାଜ ସେବୀ ଶ୍ରୀ ଲାଜାର ଲିମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
    1
    ପୂଣ୍ୟ ଶୁକ୍ରବାର ଓ ପୁନରୁତ୍ଥାନ ରବିବାର ଅବସରରେ ଆୟୋଜିତ ହୋଇଛି ମେଗା ରକ୍ତଦାନ ଶିବିର।  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ଆୟୋଜିତ ହୋଇଛି ରକ୍ତ ଦାନ ଶିବିର। ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପକ୍ଷରୁ ଆୟୋଜିତ ଏହି ଶିବିରରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାନ୍ତନୁ ପାଢ଼ୀ ଓ ସାରା ଚକ୍ଷୁ ଚିକିତ୍ସାଳୟ ର ନିର୍ଦ୍ଦେଶକ ତଥା ଚକ୍ଷୁ ବିଶେଷଜ୍ଞ  ଡ: ପ୍ରଦୀପ କୁମାର ସ୍ବାଇଁ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଶିବିରର ମୂଳ ଉଦ୍ଦେଶ୍ୟ ମାନବ ଜାତିର ସ୍ବାର୍ଥ ପାଇଁ ଯୀଶୁ ଖ୍ରୀଷ୍ଟ ଯେପରି ନିଜର ଶେଷ ରକ୍ତ ବିନ୍ଦୁକୁ ଦାନ କରିଦେଇଛନ୍ତି ତାହାର ଅନୁକରଣ କରି ରକ୍ତଦାନ ଦ୍ବାରା ରକ୍ତ ଅଭାବ କାରଣରୁ ଅନେକଙ୍କ ଜୀବନ ରକ୍ଷା ପାଇପାରିବ ଏହାହିଁ ଏହାର ମୂଳ ଉଦ୍ଦେଶ୍ୟ। ତେବେ ଏହି ଶିବିରରେ ୫୦ ୟୁନିଟିରୁ ଅଧିକ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି। ରକ୍ତ ଦାନ ମହାପୁଣ୍ୟ ଉକ୍ତିର ସଫଳତା ହେଉଚି ଏହି ଶିବିରର ମୂଳ ଲକ୍ଷ୍ୟ। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକୁ ପରିଚାଳନା କରିଥିଲେ । ଏଥିରେ ପାରଳାଖେମୁଣ୍ଡି କ୍ୟାଥୋଲିକ ମୁଖ୍ୟ ଯାଜକ ଶ୍ରୀ ଅଜିତ କୁମାର ନାୟକ , ସମାଜ ସେବୀ ଶ୍ରୀ ଲାଜାର ଲିମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    16 hrs ago
  • କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂମିକମ୍ପ
    1
    କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂମିକମ୍ପ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    19 hrs ago
  • ମାଥାଲପୁଟରେ ପାରମ୍ପରିକ ଟିଙ୍ଗିରି ବେଣ୍ଟ ପାଇଁ ଚାଲିଛି ନାଚଗୀତ ।
    1
    ମାଥାଲପୁଟରେ ପାରମ୍ପରିକ ଟିଙ୍ଗିରି ବେଣ୍ଟ ପାଇଁ ଚାଲିଛି ନାଚଗୀତ ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    5 hrs ago
  • ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ପାରଳାଖେମୁଣ୍ଡି-ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ ଆରମ୍ଭ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁଂକର ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦର ଅଧକ୍ଷ ଗାବରା ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍. ଗିରିଧର,ଓ୍ୱାର୍ଡ କାଉନସିଲର ବାଳକ୍ରୁଷ୍ଣ ପାତ୍ର ଓ ବିଭୂତି ଭୂଷଣ ବେହେରା, ସାଂସଦ ପ୍ରତିନିଧି ଦାରାପୁ ଚିଟ୍ଟି ଏବଂ ଡାଇଟ୍ ର ଅଧ୍ୟକ୍ଷ ଡାକ୍ତର ମୁର୍ମୁ ମଂଚାସୀନ ଥିଲେ। ବକ୍ତାମାନେ ଶିକ୍ଷାନୀତି ୨୦୨୦ ର ବିଶେଷତ୍ୱ କୁ ଆଧାର କରି ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖା ଗୁରୁତ୍ବ ଦେବା ସହ ସମସ୍ତ ୫ ରୁ ୧୮ ବର୍ଷ ବାଳକ ବାଳିକା ମାନଂକୁ ଶିକ୍ଷାର ମୁଖ୍ୟ ସ୍ରୋତରେ ନେବାପାଇଁ ଆହ୍ବାନ କରିଥିଲେ। ଏହି ଅବସରରେ ଶିଶୁମାନଙ୍କୁ ଅତିଥି ମାନେ ଅକ୍ଷର ଲେଖିବା ଶିଖାଇଥିଲେ। ଏହାକୁ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ପ୍ରଧାନ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ୩ଟି ପ୍ରଚାର ଓ ପ୍ରସାର ଗାଡିକୁ ମୁଖ୍ୟ ଅତିଥି ସବୁଜ ପତାକା ଦେଖାଇଥିଲେ। ଏହା ଗୋଷାଣି, କାଶୀନଗର ଓ ଗୁମ୍ମା ବ୍ଲକ ଯାଇ ସଚେତନ କରାଇବ। ସମସ୍ତ ୭ଟି ବ୍ଲକରେ ଆଜି ଏହି ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
    1
    ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ  ଖଡିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ
ପାରଳାଖେମୁଣ୍ଡି-ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ ଆରମ୍ଭ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁଂକର ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦର ଅଧକ୍ଷ ଗାବରା ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ  ଏସ୍. ଗିରିଧର,ଓ୍ୱାର୍ଡ କାଉନସିଲର ବାଳକ୍ରୁଷ୍ଣ ପାତ୍ର ଓ ବିଭୂତି ଭୂଷଣ ବେହେରା, ସାଂସଦ ପ୍ରତିନିଧି ଦାରାପୁ ଚିଟ୍ଟି ଏବଂ ଡାଇଟ୍ ର ଅଧ୍ୟକ୍ଷ ଡାକ୍ତର ମୁର୍ମୁ ମଂଚାସୀନ ଥିଲେ। ବକ୍ତାମାନେ ଶିକ୍ଷାନୀତି ୨୦୨୦ ର ବିଶେଷତ୍ୱ କୁ ଆଧାର କରି ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖା ଗୁରୁତ୍ବ ଦେବା ସହ ସମସ୍ତ ୫ ରୁ ୧୮ ବର୍ଷ ବାଳକ ବାଳିକା ମାନଂକୁ ଶିକ୍ଷାର ମୁଖ୍ୟ ସ୍ରୋତରେ ନେବାପାଇଁ ଆହ୍ବାନ କରିଥିଲେ। ଏହି ଅବସରରେ ଶିଶୁମାନଙ୍କୁ ଅତିଥି ମାନେ ଅକ୍ଷର ଲେଖିବା ଶିଖାଇଥିଲେ। ଏହାକୁ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ପ୍ରଧାନ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ୩ଟି ପ୍ରଚାର ଓ ପ୍ରସାର ଗାଡିକୁ ମୁଖ୍ୟ ଅତିଥି ସବୁଜ ପତାକା ଦେଖାଇଥିଲେ। ଏହା ଗୋଷାଣି, କାଶୀନଗର ଓ ଗୁମ୍ମା ବ୍ଲକ ଯାଇ ସଚେତନ କରାଇବ। ସମସ୍ତ ୭ଟି ବ୍ଲକରେ ଆଜି ଏହି ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.